ଉପକ୍ରମ ତାଜଜା ଫଳ, ପନିପରିବା ଏବଂ ଡାଲି ଆଦି ପୁଷ୍ଟିକରଖାଦ୍ୟ ଆମକୁ ସହଜରେ ମିଳିପାରିଥାଏ । ଏଗୁଡ଼ିକୁ ବ୍ୟବହାର କରାଯାଇ ପାରିଲେ ଆମେ ସୁସ୍ଵାଦ ସହିତ ସ୍ୱାସ୍ଥ୍ୟ ପାଇ ପାରିବା । ଋତୁ କାଳୀନ ଉପଲବ୍ଧ ଫଳ ପାରିବା ଗୁଡିକ ଆମ ପ୍ରକୃତିର ସର୍ବଶ୍ରେଷ୍ଟ ଅବଦାନ । ସେଇ ସବୁ ଋତୁ ଗିଡିକରେ ହେଉଥିବା ରୋଗ ଗୁଡିକ ବିରୁଦ୍ଧରେ ଆମର ବିଜୟକୁ ଏହା ସୁନିଶ୍ଚିତ କରିଥାଏ । ତରଭୁଜ ଖରାଦିନେ ମିଳିଥାଏ, ଏହାର ରସ ଆମ ଶରୀରକୁ ଶୀତଳତା ପ୍ରଦାନ କରିଥାଏ । ତାଜା ଫଳରେ ବହୁଳ ପରିମାଣରେ ଖାଦ୍ୟପ୍ରାଣ ଓ ଖଣିଜ ସାର ରହିଥାଏ । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଆମକୁ ସାମର୍ଥ୍ୟ ଦେଇଥାଏ । ଫଳଟିକୁ ଖାଇବା ଅପେକ୍ଷା ରସରେ ଏହାର ଅଧିକ ଖାଦ୍ୟପ୍ରାଣ ମିଳି ପାରିଥାଏ । ଏହାର ରସ ସହଜରେ ହଜମ ହୋଇ ପାରିଥାଏ । କମଳା ଲେମ୍ବୁ, ଅମୃତଭଣ୍ଡା ଆପେଳ( ସେଓ) ଆଦିରେ ମଞ୍ଜି ସବୁ ରହିଥାଏ । ମଞ୍ଜି ଗୁଡିକର ସ୍ଵାଦ ତିକ୍ତ । ଭୁଲରେ ଯଦି ଆମେ ମଞ୍ଜିଟିଏ ଖାଇଦେଉ ତେବେ ପାଟି ପିତା ହୋଇଯାଏ । ଏଣୁ ଏଗୁଡ଼ିକର ରସ ନିର୍ଗତ କରି ପିଇଲେ ଦେହ ପାଇଁ ଭଲ । କାକୁଡି ସୁପ୍ ( ଥଣ୍ଡା) ଉପକରଣ- ୨ କପ ଛୋଟ କଟା କାକୁଡି, ୩ ପାଖୁଡା ରସୁଣ, ୧/୨ କପ୍ ଲେମ୍ବୁରସ, ୧ କପ ଦହି ୩/୪ ଚାମୁଚ ଗୋଲମରିଚ ଚୂର୍ଣ୍ଣ ୨ ଚାମୁଚ ଧନିଆ ପତ୍ର, ୧ ଚାମୁଚ ତେଲ ଶ୍ଵାସ ଅନୁଯାୟୀ ଆବଶ୍ୟକୀୟ ଲୁଣ । ତିଆରି ପ୍ରଣାଳୀ- ଦହି ବ୍ୟତୀତ ସମସ୍ତ ଉପକରଣ ମିଶାନ୍ତୁ , ୧ କପ୍ ପାଣି ଦେଇ ଗ୍ରାଇଣ୍ଡରରେ ମୁଣ୍ଡ ତିଆରି କରନ୍ତୁ । ଫ୍ରିଜରେରାଖୀଥଣ୍ଡା କରନ୍ତୁ । ପରସିବା ପୂର୍ବରୁ ଦହି ମିଶାନ୍ତୁ । କାକୁଡି ଓ ଦହି ପାକସ୍ଥଳୀ ପାଇଁ ଲାଭଦାୟକ । ଅମ୍ଳନାଶ କରିବାରେ ଏହାର ଗୁଣ ରହିଛି । ଆଡ ଲେମ୍ବୁ ସରବତ ଉପକରଣ- ୩-୪ କପ୍ ଚିନି, ୬୦୦ ମି.ଲି. ପାଣି, ୧/୨ ଚାମୁଚ ଆଡ ବଟା, ୧/୨ କପ୍ ଲେମ୍ବୁ ରସ, ଛୋଟ ଛୋଟ ବରଫ ଖଣ୍ଡ ପ୍ରଣାଳୀ ଏକ ପ୍ରତିରେ ଚିନି, ପାଣି ଓ ଅଦାକୁ ରଖନ୍ତୁ ନିଆଁରେ ଗରମ କରି ସିରା ହେବା ପର୍ଯ୍ୟନ୍ତ ରଖନ୍ତୁ ଲେମ୍ବୁରସ ପକାନ୍ତୁ ଥଣ୍ଡାକରି ବୋତଲରେ ଢାଳନ୍ତୁ ୨ ଚାମୁଚରେ ଏକ ଗ୍ଲାସ ପାଣି ମିଶାଇ ଛୋଟ ବରଫ ଖଣ୍ଡ ପକାଇ ବିତରଣ କରନ୍ତୁ । ଆଧାର ସମ୍ବନ୍ଧ (ngo)