ଉପକ୍ରମ

ଘନ କଳାକାଶ ନାରୀ ସୌନ୍ଦର୍ଯ୍ୟର ଏକ ଅଭିନ୍ନ ଅଙ୍ଗ ।

ତେବେ କେସ ପାଚିବା ଏକ ପ୍ରାକୃତିକ ପରିବର୍ତ୍ତନଯାହାକି ସାଧାରଣତଃ ବୟସ ହେବା ପରେ ବା ବାର୍ଦ୍ଧକ୍ୟ ଆସିଲେ ପରିଲକ୍ଷିତ ହୋଇଥାଏ ।

ହେଲେ ବର୍ତ୍ତମାନ ଅସମୟରେ କେସ ପାଚିବା ଅନେକଙ୍କ ଲାଗି ଏକ ମୁଖ୍ୟ ସମସ୍ୟ ପାଲଟିଛି ।

ଯଦି ଆପଣ ବି ଏହି କାରଣରୁ ଚିନ୍ତିତ ତେବେ କେତୋଟି କଥା ପ୍ରତି ଧ୍ୟାନ ଦିଅନ୍ତୁ ।

କେତୋଟି କଥା ପ୍ରତି ଧ୍ୟାନ ଦିଅନ୍ତୁ

ଅସମୟରେ କେଶ ପାଚିବା ଲାଗି ମୁଖ୍ୟତଃ ଖାଦ୍ୟପେୟରେ ଅନିୟମିତତା ଅଧିକ ତେଲମସଲା, ଲବଣ, ଅମ୍ଳ ରାଗଯୁକ୍ତ ଖାଦ୍ୟ ଖାଇବା ହାଇପୋଥାଇର ଏଡିଜିମ୍ ବା ଥାଇରଏଡ୍ ହରମୋନ ଅଭାବ ଅଧିକ ଦିନ ଜ୍ଵର ଲାଗି ରହିବା ରକ୍ତହୀନତା, ମାନସିକ ଚିନ୍ତା କିମ୍ବା ଅବସାଦ ଇତ୍ୟାଦି କାରଣ ଦାୟୀ । ଏହା ସହିତ ବର୍ତ୍ତମାନ ସମୟରେ ବିଭିନ୍ନ କେମିକାଳ ଯୁକ୍ତ ଶାମ୍ପୁ ଏବଂ ରଙ୍ଗର ବ୍ୟବହାର ମଧ୍ୟ କେଶ ପାଚିବାର ଏକ ମୁଖ୍ୟ କାରଣ ଭାବେ ଉଭା ହୋଇଛି । ଏହି ମୁଖ୍ୟ କାରଣ ଭାବେ ଉଭା ହୋଇଛି । ଏହି ସମସ୍ୟା ରୋକିବା ତଥା ପ୍ରାକୃତିକ ଉପାୟରେ କେସ କଳା ରଖିବା ଲାଗି ଅଧିକ ତେଲମସଲାଯୁକ୍ତ ଓ ବିଭିନ୍ନ ଜଙ୍କ ଫୁଡ୍ ବଦଳରେ ନିୟମିତ ସନ୍ତୁଳିତ ଆହାର କରିବା ଏବଂ ପ୍ରଚୁର ପରିମାଣରେ ପାଣି ପିଇବା ଆବଶ୍ୟକ ।

ଖାଦ୍ୟ ସବୁଜ ପନିପରିବା ଏବଂ ଶାଗ ସାମିଲ କରନ୍ତୁ । ଏଥି ସହିତ ନିୟମିତ ବ୍ୟାୟାମ କରନ୍ତୁ ।

ଯଦି କେସ ପାଚୁଛି ତେବେ ଅଁଳା ଓ ଅଶ୍ଵଗନ୍ଧା ଚୂର୍ଣ୍ଣକୁ ୫ ଗ୍ରାମ୍ ଗୁଆଘିତ ସହ ମିଶାଇ ଦିନକୁ ଦୁଇବେଳା ସେବନ କରନ୍ତୁ ଏବଂ ତ୍ରିଫଳା ପାଣି ପିଅନ୍ତୁ, କେସ କଳା ହେବ ।

୨୦ମି.ଲି. ଭୃଙ୍ଗରାଜ ରସକୁ ମହୁ ସହ ମିଶାଇ ପ୍ରତିଦିନ ସେବନ କଲେ ମଧ୍ୟ କେଶ କଳା ହେବ ।

କେଶରେ ଆବଶ୍ୟକ ମାତ୍ରାରେ ତେଲ ଲଗାଇବାକୁ ଆଦୌ ଭୁଲନ୍ତୁ ନାହିଁ ।

ଆଧାର]

ଧରିତ୍ରୀ