ପାଦ ଫାଟିବା ପାଦ ଫାଟିବା ପୁରୁଷ ଏବଂ ସ୍ତ୍ରୀ ମାନଙ୍କର ଏକ ସାଧାରଣ ରୋଗ ।ଏହା ସାଧାରଣତଃ ଶୀତ ଦିନେ ହୋଇଥାଏ କିନ୍ତୁ କିଛି ଲୋକଙ୍କର ସବୁ ଋତୁରେ ହୋଇଥାଏ। ଘରୋଇ ଉପଚାର ଝୁଣା ଶଳା ଝୁଣାକୁ ଗୁଣ୍ଡ କରି ଘିଅ ସହ ମିଶାଇ ଫାଟିଥିବା ଜାଗାରେ ୫-୧୦ ମରାନ୍ତୁ ।ଦିନକୁ ୨-୩ ଥର ଏମିତି କଲେ ପଢା ଫଟା ପାଇଁ ଭଲ କାମ ଦିଏ । ଆମ୍ବ ପତ୍ର କିଛି ଆମ୍ବ ପତ୍ରକୁ ବାଟି ରସ ସଂଗ୍ରହ କରନ୍ତୁ |ଶୋଇବା ପୂର୍ବରୁ ଏହି ରସକୁ ପାଦ ଫାଟି ଥିବା ଜାଗାରେ ମାଲିସ କରି ଆମ୍ବ ପତ୍ରକୁ ପଟି କରି ତାଉପରେ ବାନ୍ଧି ଦିଅନ୍ତୁ |ସକାଳୁ ଏହାକୁ ବାହାର କରି ଟିକେ ଗରମ ପାଣିରେ ଧୋଇ ଦିଅନ୍ତୁ | ଅଣ୍ଡା କେଶର ଗୋଟେ ଅଣ୍ଡା ନେଇ ସେଇଥିରୁ ଅଣ୍ଡା କେଶରକୁ ଅଲଗା କରନ୍ତୁ |କେଶରକୁ ଟିକେ ଫେଣ୍ଟି ଫାଟିଥିବା ଜାଗାରେ ମାଲିସ କରନ୍ତୁ |୫ ମିନଟପରେ ଲେମ୍ବୁ ଚୋପରେ କିଛିଇ ଲୁଣ ଲଗାଇ ଏଥିରେ ମାଲିସ କରନ୍ତୁ |କିଛି ସମୟ ପରେ ଏହାକୁ ଧୋଇ ଦିଅନ୍ତୁ | ଭିନେଗାର ଭିନେଗାରରେ କିଛି ଦହି ମିଶାଇ ପାଦ ଫାଟିଥିବା ଜାଗାରେ ମାଲିସ କରନ୍ତୁ |୧୦ ମିନଟ ପରେ ଧୋଇ ଦିଅନ୍ତୁ |ଏହା ପଦଫଟା କୁ ଦୂର କରିବା ସହ ପାଦକୁ ନରମ ରଖେ | ସୋରିଶ ତେଲ ରସୁଣର କିଛିଇ କୋଲକୁ ସୋରିଷ ତେଲରେ ଫୁଟାନ୍ତୁ |ଶୋଇବା ପୂର୍ବରୁ ସେହି ଗରମ ତେଲକୁ ପାଦ ଫଟା ଜାଗାରେ ମାଲିସ କଲେ ପଦଫଟାରୁ ଭଲ ଉପଶମ ମିଳେ | ବେକିଂଗ ସୋଢା ଏବଂ ସେଓ ରସ ଗୋଟିଏ ପାତ୍ରରେ ପାଣି ନେଇ ସେଥିରେ ଗୋଟିଏ କପ ସେଓ ରସ ମିଶାଇ ପଦାକୁ ଡୁବାଇ ରଖନ୍ତୁ |୧୫ ମିନଟ ପରେ ପଦାକୁ ବାହାରକରି ଗୋଟିଏ ଶୁଖିଲା ଟାୟେଲରେ ଭଲଭାବେ ପୋଛି ଦିଅନ୍ତୁ | ୧୫ ମିନଟ ପରେ ପୁଣିଥରେ ପତ୍ରରେ ପାଣିନେଇ ୪-୫ ଚାମଚ ବେକିଙ୍ଗ ସୋଢା ମିଶାଇ ୫ ମିନଟ ପାଇଁ ଡୁବାଇ ରଖନ୍ତୁ |ତାପରେ ବାହାରକରି ପଢାକୁ ଭଲଭାବେ ପୋଛି ଦିଅନ୍ତୁ |ଏହା ଆପଣଙ୍କ ପଦାକୁ ପଦଫଟା, ଜୀବାଣୁ ଏବଂ କଣନଖାରୁ ଉପଶମ ଦେବ| ପାଦରୁ ଝାଳ ବହରିବା ଗ୍ରୀଷ୍ମ ଋତୁରେ ପ୍ରାୟ ଲୋକଙ୍କ ପଦରୁ ଝାଳ ବାହାରିବା ସାଧାରଣ କଥା | ଘରୋଇ ଉପଚାର : ଶୋଇବା ପୂର୍ବରୁ ପାଦକୁ ୧୫ -୨୦ ପର୍ଯ୍ୟନ୍ତ ଥଣ୍ଡା ପାଣିରେ ଡୁବାଇ ରଖନ୍ତୁ ତାପରେ କିଛି ନଡ଼ିଆ ତେଲ ମାଲିସ କରନ୍ତୁ | ଶୋଇବାବେଳେ ପଦାକୁ କପଡା ଦ୍ଵାରା ଆବଦ୍ଧ କରି ସୋଆନ୍ତୁ| ପାଦ ଯନ୍ତ୍ରଣା : କିଛି ଲେମ୍ବୁ ରସକୁ ପାଣିରେ ମିଶାଇ ୧୦-୧୫ ମିନଟ ପାଇଁ ପଦାକୁ ଡୁବାଇ ରଖନ୍ତୁ |ଏହା ପଦରୁ ଜୀବାଣୁ ଦୁରକରେ | କିଛି ଲୁଣ କୁ ପାଣିରେ ମିଶାଇ ସେଥିରେ ପଦାକୁ ୧୦ ମିନଟ ପାଇଁ ଡୁବାଇ ରଖନ୍ତୁ |ଏହା ପଦରୁ ଯନ୍ତ୍ରଣା ଏବଂ ପାଦ ଜଲା ଦୂର କରେ | ଆଧାର: ଆୟୁର୍ବେଦ ସେବା ସଦନ