ତୁଳସୀର ଉପକାରୀ ଗୁଣ ତୁଳସୀ ଜୀବାଣୁ-ଭୁତାଣୁ ନାସକ ଉପାଦାନରେ ଭରପୁର୍ । ପ୍ରତିଦିନ ସକାଳୁ ଖାଲିପେଟରେ ତୁଲସୀପତ୍ର ଚୋବେଇଖାଇଲେ - ଥଣ୍ଡା, କାଶ, ମୁଣ୍ଡ ବଥା, ଗଳାଦରଜ, ଦାନ୍ତମାଢ଼ୀ ଓ ମୁଖଦୂର ଗନ୍ଧରୁ ମୁକ୍ତି ମୀଳେ । ତୁଳସୀପତ୍ର, ଅଦାରସ ଓ ମହୁ ମିଶାଇ ସେବନ କଲେ,ଶ୍ଵାସନଳୀ, ଗଳାସଂକ୍ରମଣ ଓ ଥଣ୍ଡା ରୁ ଉପସମ ମିଳେ । ଗଳା ପରିସ୍କାର ହୁଏ। ତୁଲସୀ ପତ୍ର ଓ ଗୁଜୁରାତିପାଣିରେ ଫୁଟେଇ ସେବନ କଲେ ଜ୍ଵର କମେ । ତୁଳସୀରେ ଅଣ୍ଟିବ୍ୟାକ୍ଟେରିଆଲ ଉପାଦାନ ରହିଛି । ଏହା ଶରୀରରେ ଚର୍ବୀ ଜମିବାକୁ ଦିଏ ନାହିଁ, ରକ୍ତ ସଫାକରେ । ମଧୁମେହ ଓ ହୃଦରୋଗୀ ପାଇଁ ତୁଳସୀ ବହୁତ ଉପକାରୀ । ଚର୍ମକୁଣ୍ଡାଇହେଲେ, ପୋକ କାମୁଡିଲେ କ୍ଷତସ୍ଥାନରେ ତୁଳସୀପତ୍ରର ରସ ଲଗାନ୍ତୁ, ସଂକ୍ରମଣ ଓ ଯନ୍ତ୍ରଣାରୁ ରକ୍ଷା ମିଳିବ। ତୁଳସୀ ପତ୍ରରେ କର୍କଟ ରୋଗ ପ୍ରତିରୋଧ ଶକ୍ତି ଅଛି । ଏହା ସ୍ମୃତି ଶକ୍ତି ବଢାଏ । ନିୟମିତ ତୁଳସୀପତ୍ର ସେବନ ଦ୍ଵାରା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧିପାଏ । ବନ୍ଧାକୋବିର ଔଷଧୀୟ ଗୁଣ ବନ୍ଧାକୋବି ସହିତ ଆମେ ସମସ୍ତେ ପରିଚିତ । ଏହା ପୃଥିବୀରେ ସମସ୍ତ ଅଞ୍ଚଳରେ ଚାଷ କରାଯାଏ । ଏହା ଏପରି ଏକ ପତ୍ର ଫସଲ ଯାହାକୁ ବହୁ ପୁରାତନ ଯୁଗରୁ ମଣିଷ ଉଭୟ ଖାଦ୍ୟ ଓ ଔଷଧୀୟ ଭାବେ ବ୍ୟବହାର କରିଆସୁଛି । ଏହାର ଅନେକ ଔଷଧୀୟ ଗୁଣ ଥିବାରୁ ବିଭିନ୍ନ ବର୍ଗର ଲୋକ ଏହାକୁ ବ୍ୟବହାର କରିଥାନ୍ତି I ପ୍ରାଚୀନ ରୋମାନିୟ ମାନେ ଏହାକୁ ମୁଣ୍ଡ ବଥା, ଅନିଦ୍ରା, କ୍ଷତରୁ ରକ୍ତ ପ୍ରବାହବନ୍ଦ କରିବା ଏବଂ ଶିଶୁ ଜନ୍ମଦେବା ଜନିତ ଯନ୍ତ୍ରଣାରୁ ମୁକ୍ତି ଦେବା ଆଦି ନାନା କ୍ଷେତ୍ରରେ ବ୍ୟବହାର କରୁଥିଲେ । ଆଧୁନିକ ବିଜ୍ଞାନୀମାନେ ଦର୍ଶାଇଛନ୍ତି ଯେ, ବନ୍ଧାକୋବିରେ ଏପରି ଉପାଦାନ ରହିଛି, ଯାହା ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଖାଲି ସେତିକି ନୁହେଁ, ଶୀଘ୍ର ବାର୍ଧକ୍ୟ ନ ଆସିବାରେ ଏହା ସହାଯ୍ୟ କରିଥାଏ I ବନ୍ଧାକୋବିରେ ଥିବା ତନ୍ତୁଜାତୀୟ ଖାଦ୍ୟ ମଣିଷ ସ୍ଵାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପାଦେୟ I ଏହା ରକ୍ତକୋଶରେ ଥିବା ଚର୍ବି ଖାଦ୍ୟ ଓ କୋଲେଷ୍ଟ୍ରୋଲ କବଳରୁ ମୁକ୍ତ କରିବାକୁ ଚେଷ୍ଟା କରେ I ଏହା ଶ୍ଵେତସାର ଜାତୀୟ ଖାଦ୍ୟକୁ ଗ୍ରହଣ କରିବାରେ ପ୍ରତିରୋଧ କରେ , ଯାହାକି ମଧୁମେୟ ରୋଗୀଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ I ରକ୍ତହୀନତା ରୋଗୀଙ୍କ ପାଇଁ ବନ୍ଧକୋବିର କଅଁଳିଆ ପତ୍ର ଅତ୍ୟନ୍ତ ମୁଲ୍ୟବାନ କାରଣ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ‘ଗ’ ଥାଏ I ସେହିପରି ଭିନ୍ନ ଏକ ମୁଲ୍ୟବାନ ପଦାର୍ଥ `ଟାଟାନିକ ଏସିଡ଼’ ଯାହା ମଧ୍ୟ କୋବିରେ ପ୍ରଚୁର ପରିମାଣରେ ଥାଏ I ମଧୁମେହ ନିୟନ୍ତ୍ରଣ କରିବାରେ ବନ୍ଧାକୋବି ସହାଯ୍ୟ କରିଥାଏ ଏବଂ ଏହା ସହିତ ଶରୀରର ଓଜନ ବଢିବାରେ ଅର୍ଥାତ ମେଦବହୁଳତା ସୃଷ୍ଟିରୁ ରକ୍ଷା କରିଥାଏ I ଓଜନ କମାଇବାକୁ ଚାହୁଥିଲେ ପ୍ରତିଦିନ ବନ୍ଧାକୋବି ଖାନ୍ତୁ I ଏହା ମେଦ ବିରୋଧୀ I ଯଦି କେହି ନିଜକୁ ପତଳା, ସୁନ୍ଦର ଓ ସବଳ ରଖିବାକୁ ଚାହୁଁଥାନ୍ତି , ସେ ପ୍ରତିଦିନ ବନ୍ଧାକୋବି ସଲାଡ଼ ଖାଇବା ଆବଶ୍ୟକ। ଏହିପରି ତଟକା ବନ୍ଧକୋବିର ରସ ପାନ ଦ୍ଵାରା ପାକସ୍ଥଳୀ ଜନିତ ସମସ୍ୟା ସମାଧାନ ହୋଇପାରିବ I ବନ୍ଧକୋବି ଏକ କମ କ୍ୟାଲୋରୀଯୁକ୍ତ ପରିବା ଏଥିରୁ ଭିଟାମିନ ଏ,ବି-୨, ବି-୬, ସି,ଡି, ପଟାସିୟମ, ମଗ୍ନେଶିୟମ, ଜିକ, ଆଇରନ, ମାଂଗାନିଜ଼ ମିଳେ I ଏଥିରେଥିବା ଏମିନୋ ଏସିଡ଼ ମାଂସପେଶୀ ଯନ୍ତ୍ରଣା ଉପସମ କରାଏ I କ୍ଷତ ଶୁଖାଏ I ଏଥିରେ ଥିବା ଲାକଟିକ ଏସିଡ଼ ମାଂସପେଶୀ ମଜବୁତ ରଖେ I ବନ୍ଧକୋବି ଆଖ଼ିକୁ ସୁସ୍ଥ ରଖେ I ମୋତିୟାବିନ୍ଦୁ ଆକ୍ରାନ୍ତ ହୋଇଥିଲେ ନିୟମିତ ବନ୍ଧାକୋବି ଖାନ୍ତୁ I ଏହାଦ୍ଵାରା ଶରୀରରେ ବିଟା କରୋଟିନ ବଢେ I ବନ୍ଧାକୋବି ବୃଦ୍ଧାଅବସ୍ଥାରେ ସ୍ମରଣ ଶକ୍ତି ଦୂରଳ ହେବାକୁ ଦିଏନାହି I ଏଥିରେ ଥିବା ଭିଟାମିନ ‘କେ’ ସ୍ମରଣ ଶକ୍ତିବଢାଏ I ବନ୍ଧାକୋବି ତନ୍ତୁ ପାଚନ ପ୍ରକିୟା ଠିକ ରଖେ I କୋଷ୍ଠକାଠିନ୍ୟ ସମସ୍ୟା ଦୂରକରେ I ପାକସ୍ଥଳୀ, କ୍ଷୁଦ୍ରାନ୍ତ, କିମ୍ବା ବୃହତନ୍ତ୍ର ଘା’ ରୁ ରକ୍ଷା କରେ I ବନ୍ଧାକୋବି ମଧ୍ୟ କର୍କଟ ପ୍ରତିରୋଧକ ଭାବେ କାର୍ଯ୍ୟ କରେ I ଏହା ଆଣ୍ଟି ଅକସିଡେଣ୍ଟ ପରିପୂର୍ଣ୍ଣ I ଏହା ତ୍ଵଚାକୁ ସୁରକ୍ଷା ଦିଏ I ଅତି ବାଇଗଣୀ ରଶ୍ମି ପ୍ରଭାବରୁ ତ୍ଵଚାକୁ ସୁରକ୍ଷା ଦିଏ I ବନ୍ଧାକୋବିର କଅଁଳିଆ ପତ୍ର ରସ ବ୍ରଣ ସମସ୍ୟା ଦୂର କରେ I ସମାନ ପରିମାଣର ଗାଜର ଓ ସବୁଜ ବନ୍ଧାକୋବି ରସ କେଶ ମୁଲରେ ଲଗାନ୍ତୁ କେଶ ଗହଳ ହେବ ସହ ରୁପୀ ସମସ୍ୟା ଦୂର ହେବ I ପାନମହୁରୀର ଉପକାରୀତା ସାଧାରଣତଃ ଖାଦ୍ୟ ଖାଇବା ପରେ ହିଁ ପାନମହୁରୀ ଖିଆଯାଏ । ଏହା ଉତ୍ତମ ସୁଗନ୍ଧଯୁକ୍ତ ହେବାସହ ସୁପଚକ ଅଟେ I ପ୍ରତି ୧୦୦ ଗ୍ରାମ ପାନମହୁରୀରେ ଶ୍ଵେତସାର, ୭ ଗ୍ରାମ, ପୃଷ୍ଟିସାର ୨ ଗ୍ରାମ, ସ୍ନେହସାର ୦.୩ ଗ୍ରାମ, ଜୀବସାର ଏ, ସି ଇତ୍ୟାଦି , କ୍ୟାଲସିୟମ ୫% , ଲୌହ ୨% ଥାଏ I ପାନମହୁରୀ ଚୋବଈ ଖାଇଲେ ଖାଦ୍ୟ ଭଲଭାବେ ହଜମ ହୋଇଥାଏ I ମିଶ୍ରି ପାଣିରେ ଏହାକୁ ପିଈଲେ ରକ୍ତ ଚାପ ନିୟନ୍ତ୍ରଣ ହୋଇଥାଏ I ନିୟମିତ ଏହାକୁ ଚୋବଈ ଖାଇଲେ ପେଟ ରୋଗ ହୁଏନାହିଁ I ଅଧ ଚାମଚ ପନମହୁରୀ ଦିନକୁ ୩ ରୁ ୪ ଥର ଖାଇଲେ ୨ ମାସ ମଧ୍ୟରେ ଓଜନ ହ୍ରାସହୁଏ I ପନମହୁରୀ ଖାଇଲେ ସ୍ନାୟୁବିକ ରୋଗ ଦୂର ହୋଇଥାଏ । ଏହା କର୍କଟ ବିରୋଧୀ ବୋଲି ଗବେଷକଙ୍କ ମତ । ପାନମହୁରୀ ଖାଇଲେ ତ୍ଵଚାର ରଂଗ ସଫା ହେବା ସହ କେଶର ଘନତ୍ତ୍ଵବୃଦ୍ଧି ହୁଏ । ବ୍ରାହ୍ମୀ ଶାଗର ଉପକାରିତା ନିୟମିତ ଭାବେ ବ୍ରାହ୍ମୀ ଖାଇବା ସବୁ ବୟସର ଲୋକଙ୍କ ପାଁଈ ଭଲ I ବିଭିନ୍ନ ପ୍ରକାର ଶାଗରୁ ବ୍ରାହ୍ମୀ ଶାଗର ବିଶେଷତ୍ଵ ରହିଛି I ବ୍ରାହ୍ମୀ ପତ୍ରରେ ପୃଷ୍ଟିସାର ୨%, ବାକୋସାଈଡ ୫.୯%, ବାକୋପସାଈଡ ୫.୫% ଓ ବକୋସପୋନିକ ଆଲକାଲଏଡ଼ ଥାଏ I ଔଷଧୀୟ ଗୁଣ - ବ୍ରାହ୍ମୀ ଶାଗ ଏକ ସ୍ନାୟୁ ଟନିକ ଭାବେ କାମ କରିଥାଏ I ଏହି ଶାଗ ଖାଇଲେ ଆଲଯାଇମିର ରୋଗ କମିବାରେ ସହାୟକ ହୁଏ I ଅନିଦ୍ରା ରୋଗୀଙ୍କ ପାଇଁ ଏକ ଉତ୍ତମ ଖାଦ୍ୟ I ଶରୀରର କୌଣସି ସ୍ଥାନରେ ଦରଜ ହୋଇଥିଲେ, ଏହି ପତ୍ରକୁ ବାଟି ସେହି ସ୍ଥାନରେ ଲାଗିଲେ ଉପଶମ ମିଳେ I ବ୍ରାହ୍ମୀ ଶାଗ ଖାଇଲେ ଯକୃତ ରୋଗ ଦୂର ହୋଇଥାଏ I ପିଲାମାନେ ଏହା ଖାଇଲେ ସ୍ମୃତି ଶକ୍ତି ବଢ଼େ I ଏହି ଶାଗ ରକ୍ତ ବିଶୋଧକ ଭାବେ କାମ କରେ I ଧନିଆର ଉପକାରିତା ଧନିଆ ସାଧାରଣରେ ମଧ୍ୟପ୍ରଦେଶ, କେରଳ, ଓଡ଼ିଶା ଏବଂ କେରଳର କିଛି ଅଂଶରେ ଚାଷ କରାଯାଇଥାଏ I ପ୍ରତି ଶହେ ଗ୍ରାମ ଧନିଆରେ ଶ୍ଵେତସାର ୫୦ ଗ୍ରାମ, ପୃଷ୍ଟିସାର ୧୫ ଗ୍ରାମ, ସ୍ନେହସାର, ୨୦ ଗ୍ରାମ, କ୍ୟାଲସିୟମ ୭୦%, ଲୌହ ୧୫.୮ ମିଲିଗ୍ରାମ ରହିଥାଏ I ଏହି ମଞ୍ଜିରେ ଆଣ୍ଟିଅକ୍ସିଡେଣ୍ଟ ଥିବାରୁ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ I ଧନିଆରେ ଓମେଗା ୬ ଥିବାରୁ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ I ଧନିଆ ଅଧ ଚାମଚ ଦୈନିକ ଖାଇଲେ କୋଷ୍ଠକାଠିନ୍ୟ ଦୂର ହୋଇଥାଏ I ଏହି ମଞ୍ଜିରେ ଜୀବସାର ବି ଥିବାରୁ ଶରୀର ପାଇଁ ହିତକାରକ ଅଟେ I ଧନିଆକୁ ମସଲା ଭାବେ ନିୟମିତ ରୋଷେଇରେ ବ୍ୟବହାର କଲେ କେଶ ସମସ୍ୟା, ସ୍ନାୟୁଗତ ସମସ୍ୟା ଦୂର ହୁଏ I ଧନିଆ ଖାଇଲେ ଶରୀରରୁ ଚର୍ବୀ କମ ହେବାରେ ସାହାଯ୍ୟ ହୁଏ I ସଜନା ଶାଗର ଉପକାରିତା ସଜନା ଗଛର ପତ୍ର ଶାଗ ଭାବେ ବ୍ୟବହାର କରାଯାଏ । ପ୍ରତି ୧୦୦ ଗ୍ରାମ ସଜନା ପତ୍ରରେ କାର୍ବୋହାଇଡ୍ରେଟ ୧୧.୫%, ପୃଷ୍ଟିସାର ୬%, ଭିଟାମିନ ସି ୨୦୦%, ଲୌହ ୬ ମିଲିଗ୍ରାମ, କ୍ୟାଲସିୟମ ୪୩୦ ମିଲିଗ୍ରାମ ଥାଏ । ଏହା ସହ ଭିଟାମିନ ଏ ପ୍ରଚୁର ପରିମାଣରେ ଥାଏ । ଔଷଧୀୟ ଗୁଣ - ନିୟମିତ ସଜନା ଶାଗ ଖାଇଲେ ଶରୀରର ରୋଗ ପ୍ରତିରୋଧ ଶକ୍ତି ବଢିଥାଏ I ଏଥିରେ ଥିବା କ୍ୟାରୋଟିନ ଶରୀରର କୋଷକ୍ଷୟକୁ ରକ୍ଷା କରେ I ରକ୍ତହୀନତା ରୋଗୀଙ୍କ ପାଇଁ ଏହା ଏକ ଉତ୍ତମ ଖାଦ୍ୟ I ଏହି ଶାଗରେ ଭିଟାମିନ କେ ଥିବାରୁ ସ୍ନାୟୁର କାର୍ଯ୍ୟ ଦକ୍ଷତା ବଢିଥାଏ I ସଜନା ଶାଗରେ କ୍ୟାଲସିୟମ ପ୍ରଚୁର ଥିବା ଯୋଗୁ ହାଡ ଶକ୍ତ ହୁଏ I ପୁରୁଣି ଶାଗର ଉପକାରିତା ପୁରୁଣି ଶାଗ, ଭାରତ ସହ ବିଦେଶରେ କେତେକ ରାଷ୍ଟ୍ରରେ ମୁଖ୍ୟ ବ୍ୟଞ୍ଜନ ଭାବରେ ବ୍ୟବହାର ହୁଏ I ପ୍ରତି ଶହେ ଗ୍ରାମ ପୁରୁଣି ପତ୍ରରେ କାର୍ବୋହାଇଡ୍ରେଟ, ୧୨%, ପୃଷ୍ଟିସାର, ୨.୨୦%, ଭିଟାମିନ ସି ୪୦ ମିଲିଗ୍ରାମ, ଲୌହ ୦.୦୨ ମିଲିଗ୍ରାମ ଓ କ୍ୟାଲସିୟମ ୯୦ ମିଲିଗ୍ରାମ ଥାଏ I ନେଦର୍ଲାଣ୍ଡରେ ପୁରୁଣୀ ପତ୍ରକୁ ଖାଦ୍ୟରେ ରାନ୍ଧିବା ନିମନ୍ତେ ବ୍ୟବହାର କରାଯାଏ I ପୁରୁଣି ଶାଗ ଖାଇଲେ ଚକ୍ଷୁ ସମସ୍ୟା ଦୂର ହୋଇଥାଏ I ମଧୁମେୟ ରୋଗୀ ଏହି ପତ୍ରକୁ ଖାଇଲେ ରକ୍ତର ଶର୍କରା ନିୟନ୍ତ୍ରଣ ରହେ I ବ୍ରିଟିନ ଗବେଷକମାନେ ପ୍ରମାଣ କରିଛନ୍ତି ଯେ ନିୟମିତ ପୁରୁଣି ପତ୍ର ରସକୁ ପିଇଲେ ବୃକକ୍ ଅକ୍ଷମତା ନିୟନ୍ତ୍ରିତ ହୋଇଥାଏ I ପୁରୁଣି ଶାଗରେ ଅନେକ ପରିମାଣରେ ଆଣ୍ଟିଅକସିଡେଣ୍ଟ ଥାଏ, ଯାହା ଫଳରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ I ଆମେରିକାର ଅଧିକାଂଶ ଚିକିତ୍ସାଳୟରେ ଯକୃତ ରୋଗୀ, ବୃକକ୍ ରୋଗୀ ନିୟମିତ ଏହି ଶାଗ ରସ ପିଇବାକୁ ଓ ଶାଗକୁ ସିଝାଇ ଖାଇବାକୁ ପରାମର୍ଶ ଦିଆଯାଏ I କାକୁଡି ରସର ଗୁଣ କାକୁଡିରେ ଅନେକ ଉପାଦେୟତା ରହିଛି । ବିଦେଶରେ କାକୁଡି ସଲାଡ଼ ଭାବେ ଲୋକପ୍ରିୟ ଥିଲାବେଳେ ଭାରତରେ ବିଭିନ୍ନ ଖାଦ୍ୟ ସହ କାକୁଡି ଖିଆଯାଏ I କାକୁଡିର ଅନେକ ଉପାଦେୟତା ରହିଛି I ନିୟମିତ କାକୁଡି ରସ ପିଇଲେ ଓଜନ ନିୟନ୍ତ୍ରାଧୀନ ହୋଇଥାଏ I ଏହା ତ୍ଵଚାର ଚମକ ଆସିବା ସହ କେଶର ଘନତ୍ତ୍ଵ ବୃଦ୍ଧି ପାଏ I କାକୁଡି ଦୈନିକ ଖାଇଲେ ସତେଜ ରଖିବ ସହ ତକ୍ନିସ୍କୁ ସରିରରୁ ବାହର କରିଦେଇ ଥାଏ I ପିଲାମାନେ କାକୁଡି ଖାଇଲେ ସ୍ମୃତି ଶକ୍ତି ବୃଦ୍ଧି ପାଏ I ହଜମ ଶକ୍ତି ବଢିବା ସହ ହୃଦରୋଗରୁ ରକ୍ଷା କରେ I ସକାଳୁ ଏକ ଗ୍ଳାସ କାକୁଡି ରସରେ ଫାଳେ ଲେମ୍ବୁ ଚିପୁଡି ପିଇଲେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ହୁଏ I ଉପକାରୀ କରମଙ୍ଗା କରମଙ୍ଗା ଅନେକ ପୋଷକ ଉପାଦାନରେ ପରିପୂର୍ଣ୍ଣ I ତୋଳିବାର ତିନିଦିନ ମଧ୍ୟରେ ଏହାର ପୋଷକ ଉପାଦାନ ନଷ୍ଟ ହୋଇଯାଉଥିବାରୁ ସର୍ବଦା ସତେଜ କରମଙ୍ଗା ଖାଇବା ଉଚିତ I ଠିକ ଖାଇବା ପୁର୍ବରୁ ହିଁ କାଟନ୍ତୁ I ଥଣ୍ଡା, ଜ୍ଵର ଓ ଗଳା ଦରଜ ଉପସମ ଶକ୍ତି ଏଥିରେ ରହିଛି I ଏହା ଅଜିର୍ଣ୍ଣ ଦୂର କରେ I ପାକସ୍ଥଳି ଘା’ ଶୁଖିବାରେ ସାହାଯ୍ୟ କରେ I ମିଠା କରମଙ୍ଗା ଫୁଲ ରସ ସେବନ କଲେ ଶିଶୁଙ୍କ କଫ ଦୋଷ ଦୂର ହୁଏ I ଏହା ତନ୍ତୁ ଓ ପୃଷ୍ଟିସାର ବହୁଳ I ଶରୀରରେ ମାଗ୍ନେସିୟମ ପରିମାଣ ବଢାଇବା ପାଇଁ ଭିଟାମିନ ବି - ୬ ଯୁକ୍ତ ଖାଦ୍ୟ ଖାଆନ୍ତୁ I ଏହା ତନ୍ତୁ ଓ ପୃଷ୍ଟିସାର ବହୁଳ I ଫ୍ଲବୋନଏଡ଼ ଓ ଆଣ୍ଟି ଅକସିଡେଣ୍ଟ ଯୁକ୍ତ I ନିୟମିତ କରମଙ୍ଗା ଖାଇଲେ ଓଜନ ହ୍ରାସ ହୁଏI କରମଙ୍ଗା ଗଛର ପତ୍ର ଓ ଚେର ପାଣିରେ ଫୁଟେଇ ପିଇଲେ ମୁଣ୍ଡ ବ୍ୟଥା, ଗୋଲ କୃମି , ପାଣି ବସନ୍ତ ଦୂର ହୁଏ I ଅଳସ୍ୟା , ମାନ୍ଦାପଣ ଓ ଅଜିର୍ଣ୍ଣ ଦୂର ପାଁଈ ପ୍ରତି ତିନି ଘଣ୍ଟା ଅନ୍ତରରେ ଫାଳେ କରମଙ୍ଗା ଖାଆନ୍ତୁ I ଏହା କେଶ ଝାଡିବା , ଅସମୟରେ କେଶ ପାଚିବା ସମସ୍ୟା ଦୂର କରେ I ଏହାର ରସ କେଶ ମୂଳରେ ଲଗାନ୍ତୁ I କେଶ ଘହଳ ଓ ଶକ୍ତ ହେବ I ସୁସ୍ଥ ଓ ସୁନ୍ଦର ତ୍ଵଚା ପାଇଁ କରମଙ୍ଗା ରସ ଉପକାରୀ I ମୁଖ ବ୍ରଣ ଓ ତୈଳକ୍ତ ଅଂଶ ଦୂର ପାଇଁ କରମଙ୍ଗା ରସ ଲଗାନ୍ତୁ । ଔଷଧୀୟ ନିମ ଫୁଲ ପାଟିକୁ କଡା ଲାଗୁଥିବା ନିମ ଗଛର ରହିଛି ଅନେକ ଔଷଧୀୟ ଗୁଣ । ଏହାର ପତ୍ର ଫୁଲ, ଛାଲି ଏବଂ ଚେରକୁ ବିଭିନ୍ନ ରୋଗର ଔଷଧ ଭାବରେ ବ୍ୟବହାର କରାଯାଇଥାଏ । ତେବେ ଏହି ନିମ ପତ୍ର ଓ ଫୁଲରେ ଅନ୍ୟାନ୍ୟ କେଉଁ ରୋଗ ପ୍ରତିରୋଧକ ଶକ୍ତି ଅଛି ଆସନ୍ତୁ ଜାଣିବା । ଏକ ମୁଠା ନିମ ଫୁଲକୁ ପାଣିରେ ଭଲ ଭାବରେ ଫୁଟାଇ ସେଥିରେ ଏକ ଚାମଚ ଲେମ୍ବୁ ରସ ଅଧା ଚାମଚ ମହୁ ମିଶାଇ ସବୁଦିନ ସକାଳେ ଖାଲି ପେଟରେ ପିଅନ୍ତୁ । ମୋଟାପା କମ୍ ହୋଇଥାଏ । ନିମ ଗଛର କଅଁଳ ପତ୍ର ରସ କିମ୍ବା ପତ୍ରକୁ ସକାଳୁ ଖାଲି ପେଟରେ ଚୋବାଇ ଖାଇଲେ ବ୍ଲଡ଼ ଶୁଗାର ନିୟନ୍ତ୍ରଣ ହୋଇଥାଏ । ନିମ ପତ୍ରକୁ ବାଟି ଦେହରେ ଲଗାଇଲେ ବିଭିନ୍ନ ପ୍ରକାର ଚର୍ମ ରୋଗ ଦୂର ହୋଇଥାଏ । ପେଟ ସମ୍ବନ୍ଧୀୟ କୌଣସି ରୋଗ ଦେଖାଦେଉଥିଲେ ନିମ ପତ୍ର ଓ ହଳଦୀକୁ ବାଟି ସୋରିଷ ତେଲରେ ମିଶାଇ ପେଟରେ ଲଗାଇଲେ ଉପଶମ ମିଳେ । ଏକ କପ୍ ନିମ ଛାଲରେ କାଢା ପ୍ରସ୍ତୁତ କରି ସେଥିରେ ଜୀରା ଏବଂ ଧନିଆ ପାଉଡ଼ର ମିଶାଇ ପିଇଲେ ମେଲେରିଆରୁ ଉପଶମ ମିଳେ । ନିମ ପତ୍ରକୁ ପାଣିରେ ଫୁଟାଇ ସେହି ପାଣିରେ ମୁଣ୍ଡ ଧୋଇଲେ ରୂପି କମିବା ସହ ଚୁଟି ଝଡିବା ବନ୍ଦ ହୋଇଯାଏ । ଅଧ ଚାମଚ ନିମ ପତ୍ର ରସରେ ଏକ ଚାମଚ ମହୁ ମିଶାଇ ପିଇଲେ ଜଣ୍ଡିସ୍ ରୋଗ ଦୂର ହୋଇଥାଏ । କଅଁଳ ନିମ ପତ୍ର ଓ ଫୁଲକୁ ଚୋବାଇବା ଦ୍ଵାରା ପେଟର କୃମି ଦୂର ହୁଏ । କିଛି ବୁନ୍ଦା ନିମ ତେଲ ସବୁଦିନ ପିଇଲେ ଆଜ୍ମରୁ ଉପଶମ ମିଳେ । କଫ ସଫା ହେବା ସହ ନିଶ୍ଵାସ ପ୍ରଶ୍ଵାସ ନେବାରେ ଦେଖାଦେଉଥିବା ସମସ୍ୟା ଦୂର ହୋଇଥାଏ । ନିମପତ୍ର ଓ ଫୁଲରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍, ଫ୍ୟାଟ୍, କ୍ୟାଲସିୟମ୍ ଏବଂ ଆମିନୋ ଏସିଡ୍ ରହିଛି ଯାହା ଶରୀରରେ ପାଚନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିଥାଏ । ଉପକାର କଦଳୀ ମହିଳାମାନେ ଋତୁସ୍ରାବ ସମୟରେ କଦଳୀ ଖାଇଲେ ଚିଡ଼ିଚିଡାପଣରୁ ରକ୍ଷା ପାଆନ୍ତି । କଦଳୀରେ ଆଇରନ୍ ଥିବାରୁ ଏହା ରକ୍ତହୀନତା ଦୂର କରେ । ଏଥିରେ ଥିବା ପୋଟାସିୟମ୍ ମସ୍ତିଷ୍କକୁ ସକ୍ରିୟ କରେ । ସିଗାରେଟ୍ ନିଶା ଛାଡିବା ପରେ କଦଳୀ ଖାଇଲେ ଶରୀର ଶାନ୍ତ ରହେ । ଅଙ୍ଗୁରରେ ରୋଗ ଦୂର ସକାଳୁ ଖାଲିପେଟରେ ଅଙ୍ଗୁର ଜୁସ୍ ପିଇଲେ ମାଇଗ୍ରେନ୍ ସମସ୍ୟା ଦୂର ହୁଏ । ଏହା କୋଲେଷ୍ଟେରାଲ୍ ମାତ୍ରାକୁ ନିୟନ୍ତ୍ରଣ କରେ, ରକ୍ତରେ ନାଇଟ୍ରିକ୍ ଏସିଡ୍ ର ମାତ୍ରାକୁ ବଢାଇ ହୃଦଘାତରୁ ରକ୍ଷା କରେ । ଆଜ୍ମା ଓ ଶ୍ଵାସ ଜନିତ ରୋଗରୁ ରକ୍ଷା ମିଳେ । ଓଜନ ନିୟନ୍ତ୍ରଣରେ ରହେ । ନାଲି ଚା’ରେ ରକ୍ତଚାପ ନିୟନ୍ତ୍ରଣ ଉଚ୍ଚ ରକ୍ତଚାପ ସମସ୍ୟା ଥିଲେ ଦୁଇ ଦିନରେ ଅତି କମ୍ ରେ ତିନି କପ୍ ନାଲି ଚା ପିଅନ୍ତୁ । ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହ ହୃତ୍ପିଣ୍ଡକୁ ସୁସ୍ଥ ରଖିବ । ଅଧ୍ୟୟନରୁ ଜଣାପଡିଛି, ବହୁ ଥର ନାଲି ଚା ପିଇବା ଦ୍ଵାରା ଉଚ୍ଚ ରକ୍ତଚାପ ହ୍ରାସ ପାଏ । ସୂର୍ଯ୍ୟକିରଣରେ ଚର୍ମ କର୍କଟ ଦୂର ଗବେଷକଙ୍କ କହିବାନୁସାରେ, ସୂର୍ଯ୍ୟ କିରଣ ସ୍ପର୍ଶରେ ଆସିବା ଦ୍ଵାରା ରକ୍ତଚାପ ନିୟନ୍ତ୍ରଣରେ ରହେ । ରକ୍ତଚାପ ନିୟନ୍ତ୍ରଣ ରହିବା ହେତୁ ଚର୍ମ କର୍କଟ ହୋଇନଥାଏ । ଏହା ସହ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଦୂର ହୁଏ । ଆଧାର: ଆୟୁର୍ବେଦ ଭବନ