ରକ୍ତପ୍ରଦର ଯୋନି ମଧ୍ୟରୁ ଅତ୍ୟଧିକ ରକ୍ତସ୍ରାବ ରକ୍ତପ୍ରଦର ରୋଗ କୁହାଯାଏ । ଲକ୍ଷଣ ଯୋନିରୁ ଅତ୍ୟଧିକ ରକ୍ତସ୍ରାବ ହୁଏ । ପିଚ୍ଛିଳ ଲାଳଯୁକ୍ତ ଗନ୍ଧଯୁକ୍ତ ରକ୍ତସ୍ରାବ ମଧ୍ୟ କେତେକାଂଶରେ ହୋଇଥାଏ । ଶରୀର ସେଟା ବା ଧଳା ଦେଖାଯିବା ସହ ଦୁର୍ବଳ ଲାଗେ । ମାଂସପେଶୀ ଗଣ୍ଠି (joints) ବେଦନା ହୁଏ । ଶରୀର ଗରମ ରହିଲା ଭଳି ସର୍ବଦା ଅନୁଭୂତ ହୁଏ । କାରଣ ଅପରିଷ୍କାର କଣା ଋତୁ ସମୟରେ ବ୍ୟବହାର କଲେ ସଂକ୍ରମଣ ହୋଇଯାଏ । ଅତି ଉକ୍ଷ୍ମ ଆହାର ଓ ବିହାର କଲେ ହୁଏ । ରାତ୍ରି ଜାଗରଣ ବା ନିଦ୍ରା ହେଲେ ହୁଏ । ଅତି ଯୌନସମ୍ପର୍କ ଓ କୌଣସି କାରଣରୁ ଗର୍ଭାଶୟରେ କ୍ଷତ ବା ସଂକ୍ରମଣ ହେଲେ ହୁଏ । ସର୍ବଦା ଗରମ ସ୍ଥାନରେ କାମ କଲେ ହୁଏ । ସନ୍ତାନ ଜନ୍ମ ସମୟରେ ବିଶୋଧିକ ଜିନିଷ ବ୍ୟବହାର କଲେ ସଂକ୍ରମଣ ହୋଇ ମଧ୍ୟ ହୋଇଥାଏ । ଚିକିତ୍ସା ଉପରୋକ୍ତ କାରଣଗୁଡିକ ବର୍ଜନୀୟ ଶ୍ଵେତପ୍ରଦରର ସମସ୍ତ ଚିକିତ୍ସା ପରି ତୁଟୁକା ଚିକିତ୍ସା ଛେଳି କ୍ଷୀର ଏକ ଲୁହାକୁ ଲାଲ୍ ହେବା ପର୍ଯ୍ୟନ୍ତ ତତାଇ ୧୨ ଥର ବୁଡାଇବ ଓ ସେ କ୍ଷୀରସକାଳ ସନ୍ଧ୍ୟାରେ ପାନ କରିବ । ଏହିପରି ୧୫ ଦିନ ଛେଳି କ୍ଷୀର ପାନ କରିବ । ରକ୍ତ ବୃଦ୍ଧି ପାଇଁ । ଦୂର ରସ ୨ ଚାମଚ ସହ ମୁଠା ରସ ୧ ଚାମଚ ମିଶାଇ ସକାଳ, ସନ୍ଧ୍ୟା, ଖରାବେଳେ ଏହିପରି ଦିନକୁ ୩ ଥର ପାନ କରିବ ରକ୍ତ ବନ୍ଦ ପାଇଁ କୁକୁଡା ଅଣ୍ଡା ଖୋଳର ଭସ୍ମ ୨ ଗ୍ରାମ ଲେଖାଏଁ ଦିନକୁ ୨ ଥର ମଧୁସହ ପାନ କରିବ । ଶରୀରକୁ ଥଣ୍ଡା ଚିକିତ୍ସା କରି ଥଣ୍ଡା ରଖିବାକୁ ଚେଷ୍ଟା କରିବ । ଚାଉଳଧୁଆ ଜଳ ସକାଳ ସନ୍ଧ୍ୟାରେ ପାନ କରିବ । ଔଷଧ ଚିକିତ୍ସା ଶ୍ଵେତପ୍ରଦରର ଔଷଧ ଚିକିତ୍ସା ସହ ସମାନ । (A) ଶୋଣିତାର୍ଗଳ ରସ – ୧ଟି ଲେଖାଏଁ ବଟିକା ଦିନକୁ ୩ ଥର । ଦୁବରସ- ୨ ଚାମଚ ସହ ରକ୍ତ ବନ୍ଦ ପାଇଁ । (B) ପ୍ରଦରାନ୍ତ୍ରକ ଲୌହ । ଚାଉଳଧୁଆ ଜଳ ସହ । (C) ପୁଷ୍ୟାନୁଗ ଚୂର୍ଣ୍ଣ – ୫ ଗ୍ରାମ୍ ଲେଖାଏଁ ଦିନକୁ ୨ ଥର ଉଷୁମ ଜଳ ସହ । (D) ବୃହତ୍ ମେଥିମୋଦକ – ୫ ଗ୍ରାମ ଲେଖାଏଁ ଦିନକୁ ୨ ଥର ଉଷୁମ କ୍ଷୀର ସହ । (E) ଧାତକୀ ସିଝା ଜଳରେ ଗର୍ଭାଶୟ ମୁଖ ଧୌତ କରି ତୈଳ ଲଗାଇବ । 3. ଅସାକାରିଷ୍ଟକ, ଲୌହାସବ, ଚନ୍ଦନାସବ, ଆର୍ତ୍ତବ ସନ୍ଧି କ୍ଵାଥ, ଦଶମୂଳାଋଷ୍ଟ, ଅଶୋକ ଘୃତ ଆଦି । ଆଧାର- ସରକାରୀ ଆୟୁର୍ବେଦ ଦିପାର୍ଟମେଣ୍ଟ