ସୂତିକା ସନ୍ନିପାତ ସୂତିକା ସନ୍ନିପାତ ସାଧାରଣତଃ ସୂତିକା ସମୟରେ କଫ ଥଣ୍ଡାଦ୍ଵାରା ହୋଇଥାଏ । ତେଣୁ ସୂତିକା ସମୟରେ ଗର୍ଭିଣୀକୁ ଯେତେପାର ଜଳଠାରୁ ବା ଥଣ୍ଡାଠାରୁ ଦୂରରେ ରଖିବା ଉଚିତ୍ ନ ହେଲେ ଥଣ୍ଡା ହୋଇ ମା’ ଓ ପିଲା ଉଭୟ କ୍ଷତିରେ ବା ରୋଗାକାନ୍ତ ହୋଇଥାନ୍ତି । ମା’କୁ ଯେଉଁ ରୋଗ ହୁଏ ତାହା ପ୍ରାୟତଃ ସଂକ୍ରମିତ ହୋଇ କ୍ଷୀର ସହ ଯାଇ ଶିଶୁକୁ ହୋଇଥାଏ । କାରଣ ଉପରୋକ୍ତ କାରଣ ଓ ସୂତିକାରିସାର ଓ ସୂତିକା ଜ୍ଵର କାରଣ ସହ ପ୍ରାୟତଃ ସମାନ । ଚିକିତ୍ସା ଉପରୋକ୍ତ କାରଣଗୁଡିକି ବର୍ଜନୀୟ । ତୁଟୁକା ଚିକିତ୍ସା ଖଡିସିଝୁର ଚେର ୨ ଗ୍ରାମପାଣିରେ ବତୁରାଇ ସେଥିରେ ୧ ଗ୍ରାମ୍ ପିପ୍ପଳୀ ମିଶାଇ ବାଟିକରି ସକାଳ ସନ୍ଧ୍ୟା ପିଆଇବ ରୋଗୀକୁ । ଖଡିସିଝୁ ଆଣି ସୋରିଷ ବା ରାଶିତେଲେରେ ଫୁଟାଇ ସେ ତେଲକୁ ମୁଣ୍ଡକୁ ଛାଡି ପାଦ, ତଳିପାଦ, ହସ୍ତ ସମସ୍ତ ଶରୀରରେ ଘାସିବ ବା ମାଲିସ୍ କରିବ । ସୀତାଫଳ ଗଛର ଛାଲି ୨ ଗ୍ରାମ୍ ରେ ପିପ୍ପଳୀ ୧ ଗ୍ରାମ୍ ମିଶାଇ ବାଟି ରୋହି ମାଛର ପିତ୍ତକୁ ଖୁଆଇଲେ ଦେହ ଗରମ ହୋଇ ଥଣ୍ଡା ଛାଡିଯାଏ । ଶାସ୍ତ୍ରୀୟ କସ୍ତୁରୀ ଭୈରବ ରସ, ମତୃସଞ୍ଜୀବନୀ ରସ, ମୁତସଞ୍ଜୀବନୀ ସୁରା ଘୋର ନୃସିଂହ ରସ, ଦଶମୂଳ କ୍ଵାଥ । ଆଧାର: ସରକାରୀ ଆୟୁର୍ବେଦ ଅନୁଷ୍ଠାନ