ଜାମୁକୋଳୀ ବର୍ଷାଦିନ ଆରମ୍ଭ ହେବା ମାତ୍ରେ ଜାମୁକୋଳୀ ଗାଁ ଗହଳୀରେ ଭରପୁର ଭାବେ ଉପଲବ୍ଧ ହୋଇଥାଏ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ଅଟେ । ଏହାକୁ ବ୍ଲାକବେରୀ ବୋଲି ମଧ୍ୟ କୁହାଯାଇଥାଏ । ତେବେ ଆଜିର ସ୍ୱାସ୍ଥ୍ୟରେ ଆସନ୍ତୁ ଜାଣିବା ଏହାର କିଛି ଉପକାରିତା ବିଷୟରେ । ଉପକାରିତା ଜାମୁକୋଳୀର ମଂଜିକୁ ସେବନ କରିବା ଦ୍ୱାରା ରକ୍ତରେ ସର୍କରା ଅଧିକ ମାତ୍ରାରେ ନିୟନ୍ତ୍ରୀତ ହୋଇଥାଏ । ଏହା ଡ଼ାଇବେଟିସ ରୋଗୀଙ୍କ ପାଇଁ ବେଶ ଲାଭଦାୟକ । ଏହା ଭୋକ ବଢ଼ାଇଥାଏ । ଏହାକୁ ପେଶୀ ପାଣି ସହିତ ଏକାମାତ୍ରାରେ ସେବନ କରିବା ଦ୍ୱାରା ଭୋକ ବଢ଼ିଥାଏ । ଏହାସହ କବ୍ଚ ପରି ସମସ୍ୟା ଦୂର ହୋଇଥାଏ । ଏହା ମଧୁମେହର ଟାଇପ-୨କୁ ନିୟନ୍ତ୍ରଣ କରିଥାଏ । ଏଥିରେ ଭିଟାମିନ ସି ଭରପୁର ମାତ୍ରାରେ ରହିଥାଏ । ଏହା କ୍ୟାନ୍ସର, ମୁହଁରେ ସୁଜନ, ପେଟରେ ପଥର ସୃଷ୍ଟି ଆଦି ରୋଗଠାରୁ ରକ୍ଷା କରିଥାଏ । ଜାମୁକୋଳୀକୁ ଗରମ ପାଣିରେ ଫୁଟାଇ ଖାଇବା ଦ୍ୱାରା ପେଟରେ ପଥର ପରି ସମସ୍ୟାରୁ ରକ୍ଷା ମିଳିଥାଏ । ଏହା ଯକୃତ ପାଇଁ ମଧ୍ୟ ବେଶ ଲାଭଦାୟକ । ଏହା ପାଚନ ଶକ୍ତି ବୃଦ୍ଧି କରିଥାଏ । ଯଦି ଛୋଟ ଶିଶୁ ରାତିରେ ଶୋଇବା ସମୟରେ ମୁତ୍ରତ୍ୟାଗ କରନ୍ତି ତେବେ ଜାମୁକୋଳୀର ମଂଜୀକୁ ପେଶୀ ପାଣିରେ ମିଶାଇ ଦିନକୁ ଦୁଇଥର ଶିଶୁକୁ ଦିଅନ୍ତୁ । ଏହାକୁ ଖାଇବା ଦ୍ୱାରା ତ୍ୱଚା ସତେଜ ହେବା ସହ ଏହା ଧଳାଦାଗକୁ ଦୂର କରି ଥାଏ ।ଏପରିକି ଏହାକୁ ଆପଣ ଯଦି ଗୁଣ୍ଡ କରି କ୍ଷୀରରେ ମିଶାଇ ପେଷ୍ଟ କରି ମୁଁହରେ ଲଗାନ୍ତି ତେବେ ଏହା ତ୍ୱଚାରେ ଚମକପଣ ଆଣିଥାଏ । ତେବେ ଧ୍ୟାନ ରଖନ୍ତୁ ଏହାକୁ କେବେ ବି ଖାଲି ପେଟରେ ଖାଆନ୍ତୁ ନାହିଁ । ଉପକାର ପାଇବାକୁ ନେଇ ଏହାର ଅତ୍ୟଧିକ ସେବନ ନକରନ୍ତୁ । ଏପରିକି ଏହାକୁ ଖାଇବା ପରେ କ୍ଷୀର ପିଅନ୍ତୁ ନାହିଁ । ଆଧାର: ଖବର ଓଡିଶା