ଉପକ୍ରମ ସାଧାରଣତଃ ଖରାଦିନେ ଶରୀରରେ ଜଳୀୟ ଅଂଶ କମ୍ ହେବା ( ଡିହାଇଡ୍ରେଶନ୍) ସମସ୍ୟା ଅଧିକ ପରିମାଣରେ ଦେଖାଦେଇଥାଏ । ଏହା ଦ୍ଵାରା ଆମ ଶରୀରେ ବିଭିନ୍ନ ସମସ୍ୟା ଦେଖାଦିଏ । ଡିହାଇଡ୍ରେଶନ୍ ରୁ କିପରି ନିଜକୁ ଦୂରେଇ ରଖିବା ଜାଣନ୍ତୁ ଶରୀରରୁ ବର୍ଜ୍ୟବସ୍ତୁ ଏବଂ ବିଷାକ୍ତ ପଦାର୍ଥ ନିଷ୍କାସନ କରିବାରେ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଏହି କିଡନୀ କୁ ରକ୍ତରେ ଥିବା ୟୁରିଆ ନାଇଟ୍ରୋଜେନ ଭଳି ବିଷାକ୍ତ ପଦାର୍ଥ ସଫା କରିବାରେ ସାହାଯ୍ୟ କରେ । କେବଳ ଏତିକି ନୁହେଁ, ଏହା କିଡନୀରେ ପଥର ଜମାହେବା, ପରିସ୍ରା ପୋଡା, କୋଷ୍ଟକାଠିନ୍ୟ, ଅର୍ଶ ଭଳି ବିଭିନ୍ନ ସମସ୍ୟାଠାରୁ ଦୂରେଇ ରଖେ । ଶରୀରରେ ଜଳୀୟ ଅଂଶ ସନ୍ତୁଳିତ ରହିଲେ ମସ୍ତିଷ୍କ ଆହୁରି ଶଙ୍କରୀୟ ରହିଥାଏ । ତେଣୁ ଯଦି ଖରାଦିନେ ପାଣି ପିଇବାରେ ଏପଟସେପଟ ହୁଏ ତେବେ ତାହାର ପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ । ଏହାଫଳରେ ମୁଣ୍ଡବିନ୍ଧିବା, ଚିଡିଚିଡା ଲାଗିବା, ଦ୍ଵନ୍ଦ୍ଵରେ ପଡିବା ଏବଂ ଅବସାଦଗ୍ରସ୍ତ ହେବା ଭଳି ଲକ୍ଷଣ ଦେଖାଦେଇଥାଏ । ଖରାଦିନେ ପ୍ରଚୁର ପାଣି ପିଇବା ଦ୍ଵାରା କେବଳ ଡିହାଇଡ୍ରେଶନ୍ ସମସ୍ୟା ଦୂର ହୁଏ ନାହିଁ ବରଂ ଫ୍ଲୁ, ଶ୍ଵାସ, ଅଗ୍ନ୍ୟାଶୟଜନିତ ସମସ୍ୟା, ପିତ୍ତକୋଷ ଏବଂ ବୃହଦନ୍ତ୍ର କ୍ୟାନ୍ସର, ଆଣ୍ଠୁ ଗଣ୍ଠି ବାତ, ପିଠି ଯନ୍ତ୍ରଣା ଆଦି ହେବାର ଆଶଙ୍କା ବହୁତ କମ୍ ଥାଏ । ଏହିଦିନେ ପାଣି କମ୍ ପିଇବା ଦ୍ଵାରା ଆଖି କୁଣ୍ଡେଇ ହେବା ଆଖିରେ ଜ୍ଵଳନ ଭଳି ଅନେକ ସମସ୍ୟା ଦେଖାଦେଇଥାଏ । ସାଧାରଣତଃ ଖାଦ୍ୟ ହଜମ କରିବାରେ ପାଣିର ଭୂମିକା ଗୁରୁତ୍ଵପୂର୍ଣ୍ଣ । ତେଣୁ ଅଜାର୍ଣ୍ଣ ସମସ୍ୟାରୁ ଦୂରେଇ ରହିବା ପାଇଁ ଦିନକୁ ଅତିକମ୍ ରେ ୩-୪ ଲିଟର ପାଣି ପିଅନ୍ତୁ । ଶରୀରରେ ଜଳୀୟ ଅଂଶ କମି ଗଲେ ମସ୍ତିଷ୍କକୁ ଅମ୍ଳଜାନ ଏବଂ ଅନ୍ୟାନ୍ୟ ପୋଷାକତତ୍ତ୍ଵ ପହଞ୍ଚାଇବା ପାଇଁ ହୃତ୍ ପିଣ୍ଡକୁ ଅଧିକ ଚାପ ପ୍ରୟୋଗ କରିବାକୁ ପଡିଥାଏ । ଏହାଦ୍ଵାରା ହୃଦ୍ ସ୍ପନ୍ଦନ ବୃଦ୍ଧି ପାଇବା ଆଶଙ୍କା ମଧ୍ୟବଢିଯାଏ । ତେଣୁ ଏଥିରୁ ଦୂରେଇ ରହିବା ଲାଗି ପ୍ରଚୁର ପରିମାଣରେ ପାଣି ପିଅନ୍ତୁ । ଏହି ଦିନେ ଶରୀରର ମାଂସପେଶୀ ଓ ଆଣ୍ଠୁଗଣ୍ଠି ଦରଜ ସମସ୍ୟା ଅଧିକ ଦେଖାଦେଇଥାଏ । ଏହାର କାରଣ ହେଉଛି ଶରୀରରେ ଜଳୀୟ ଅଂଶର ଅଭାବ । ତେଣୁ ବିନା କୌଣସି ସ୍ୱାସ୍ଥ୍ୟ ସମସ୍ୟାରେ ହାତ, ଗୋଡ ବିନ୍ଧା ହେଉଥିଲେ ପ୍ରଚୁ ପରିମାଣରେ ପାଣି ପିଅନ୍ତୁ । କିଛିଟା ଆରମ ମିଳିବ । ଆଧାର – ଧରିତ୍ରୀ