‘ସ୍ପଣ୍ଡିଲାଇଟିସ୍ ଆଜିକାଲୀର ଯୁବପିଢ଼ୀ ଦୀର୍ଘ ସମୟ ଧରି ବସି ରହି କାମ କରୁଥିବା ଦେଖାଯାଉଛି । ତେବେ ଏପରି କରିବା ଦ୍ୱାରା ଅନେକ ପ୍ରକାରର ସ୍ୱାସ୍ଥ୍ୟଜନିତ ସମସ୍ୟା ଉପୁଜିପାରେ । ଯାହାକି ବୟସ ବଢ଼ିବା ସହ ଚିନ୍ତାର କାରଣ ପାଲଟିପାରେ । ତେଣୁ ଏଥିପାଇଁ ସତର୍କ ରୁହନ୍ତୁ । ଆଜି ଆମେ ବସି ରହିବା ଦ୍ୱାରା ହେଉଥିବା ବଡ଼ ସମସ୍ୟା ବିଷୟରେ କଥା ହେବା । ସମସ୍ୟାଟି ହେଉଛି ‘ସ୍ପଣ୍ଡିଲାଇଟିସ୍’ । ସାଧାରଣତଃ ଏହା ୧୦ ରୁ ୭ଜଣ ଲୋକଙ୍କ ପାଖରେ ଦେଖିବାକୁ ମିଳିଥାଏ । ଏଥିରୁ ବଂଚିବା ପାଇଁ ଅତି କମରେ ୧ ଘଣ୍ଟାରେ ଥରେ ଚଲାବୁଲା କରନ୍ତୁ । ସ୍ପଣ୍ଡିଲାଇଟିସ୍ କ’ଣ ଏହା ସ୍ମାଇନାଲ କଡ଼୍ ସମ୍ବନ୍ଧୀୟ ଏକ ରୋଗ ଅଟେ । ଏଥିରେ ସ୍ମାଇନାଲ କଡ଼ରେ କୁଂଚନ ଆସିଯାଇଥାଏ । ଏହା ବେଶ କ୍ଷତିକାରକ କହିଲେ ମଧ୍ୟ ଭୁଲ ହେବ ନାହିଁ । ଜାଣନ୍ତୁ ଏହାର ଲକ୍ଷଣ ଦୀର୍ଘ ସମୟ ଧରି ଛିଡ଼ା ହୋଇ ରହିଲେ, ବସି ରହିଲେ, ରାତିରେ ଶୋଇବା ସମୟରେ, ଛିଙ୍କିବା ସମୟରେ, କାଶିବା ସମୟରେ ଅଥବା ହସିବା ସମୟରେ ହଠାତ ବହୁତ ଅଣ୍ଟାବ୍ୟଥା ହେବା ଏହାର ଲକ୍ଷଣ । ରାତିରେ ଶୋଇ ସକାଳେ ଉଠିବା ସମୟରେ ପ୍ରାୟତଃ ବେକରେ ଯନ୍ତ୍ରଣା ଅନୁଭବ କରିବା । ପରେ ବେକକୁ ବୁଲାଇବା ଅଥବା ନୁଆଁଇବାରେ ଅସୁବିଧା ପରିଲକ୍ଷିତ ହେବା ଏହାର ଲକ୍ଷଣ । ବେକର ପଛଭାଗ ଦରଜ ଲାଗିବା ଅଥବା ମୁଣ୍ଡର ପଛ ଭାଗରେ ଯନ୍ତ୍ରଣା । ଦୀର୍ଘ ସମୟ ପର୍ୟ୍ୟନ୍ତ ମାଂସପେଶୀ ଘୋଳାବିନ୍ଧା ହେବା । ଏପରିକି ସ୍ମାଇନାଲ କଡ଼୍ରେ ଦରଜ ରହିବା ଏବଂ ଯନ୍ତ୍ରଣା ଅନୁଭବ କରିବା । ଚାଲିବା ଅଥବା ଦୌଡ଼ିବାରେ ଅସୁବିଧା ପରିଲକ୍ଷିତ ହେବା । ଲଗାତାର ଭାବେ ହାତ-ଗୋଡ଼ ଏବଂ ହାଡ଼ ଆଦି ସ୍ଥାନ ଝିମଝିମ ହୋଇଯିବା ଏହାର ଲକ୍ଷଣ । ଗୋଟିଏ ଅଥବା ଦୁଇଟି ହାତ ଗୋଦରା ହୋଇଯିବା ଅଥବା ଏହା ବେଶ କମଜୋର ହୋଇଯିବା ଏହାର ଲକ୍ଷଣ । ଆଧାର : ଖବର ଓଡିଶା