ମୁଖ୍ୟ ସନ୍ଦେଶ ବିଭିନ୍ନ ଆଘାତ କାରଣରୁ ପ୍ରତି ବର୍ଷ ୭୫୦,୦୦୦ ପିଲାଙ୍କର ମୃତ୍ୟୁ ଘଟେ । ଆଉ ୪୦ କୋଟି ପିଲା ଗୁରୁତର ଅବସ୍ଥାରେ ପଡନ୍ତି । ଅନେକ ଆଘାତ ସ୍ଥାୟୀ ଅକ୍ଷମତା ଓ ମସ୍ତିସ୍କ କ୍ଷତର କାରଣ ହୁଏ । ଛୋଟ ପିଲାଙ୍କର ମୃତ୍ୟୁ ଓ ଅକ୍ଷମତା ପାଇଁ ଆଘାତ ହିଁ ଏକ ମୁଖ୍ୟ କାରଣ ହୋଇଥାଏ । ପଡିଯିବା , ପୋଡିଯିବା , ବୁଡିଯିବା ଏବଂ ସଡକ ଦୁର୍ଘଟଣା ଆଘାତ ଆଣିବାର ମୁଖ୍ୟ କିଛି କାରଣ । ଏହି ଧରଣର ଆଘାତ ଆନୁଥିବା ଘଟନା ସବୁ ଘରେ ବା ଘର ପାଖରେ ଘଟିଥାଏ । ଏଥିରୁ ପ୍ରାୟ ସବୁ ରୋକାଯାଇ ପାରିବ । କ’ଣ କରିବାକୁ ହେବ ବାପାମା’ଙ୍କୁ ତାହା ଜଣାଥିଲେ ଅନେକ ଆଘାତର ତୀବ୍ରତା କମାଇହେବ । ଯାହା ଜାଣିବା ହେଉଛି ପ୍ରତ୍ୟକ ପରିବାର ଓ ଗୋଷ୍ଠୀର ଅଧିକାର ୧. ବାପାମା’ ଓ ଯତ୍ନକାରୀମାନେ ଛୋଟ ପିଲାଙ୍କ ପ୍ରତି ଯଥେଷ୍ଟ ଧ୍ୟାନ ଦେଲେ ଏବଂ ପିଲାଙ୍କ ପରିବେଶକୁ ନିରାପଦ ରଖିଲେ ଅନେକ ଗୁରୁତର ଆଘାତ ଏଡାଯାଇ ପାରିବ । ୨. ନିଆଁ , ଚୂଲି , ବତୀ , ଦିଆସିଲି ଏବଂ ବିଦ୍ୟୁତ ସରଞ୍ଜାମ ଆଦୀରୁ ପିଲାଙ୍କୁ ଦୂରେଇ ରଖିବା ଉଚିତ । ୩. ପିଲାମାନେ ଚଢିବାକୁ ଭଲପା’ନ୍ତି । ତେଣୁ ଶିଡି , ଛାତ , ଝରକା ଏବଂ ଖେଳ ପରିସର ଆଦିରେ ପିଲାମାନେ ପଡିନଯିବା ଭଳି ସୁରକ୍ଷା ବ୍ୟବସ୍ଥା କରିବା ଦରକାର । ୪. ଛୁରୀ , କଇଁଚି , ଧାରୁଆ ବା ମୁନିଆ ଜିନିଷ , ଭଙ୍ଗା କାଚ ଆଦିରୁ ଗୁରୁତର ଆଘାତ ଆସିପାରେ । ଏହି ସବୁ ଜିନିଷ ପିଲାଙ୍କ ହାଟପା’ନ୍ତାରୁ ଦୂରରେ ରଖିବା ଦରକାର । ୫. ଛୋଟ ପିଲା ବିଭିନ୍ନ ଜିନିଷ ପାଟିରେ ପୂରାଇବାକୁ ଭଲପାଏ ଛୋଟ ଜିନିଷ ସବୁ ତା’ ପାଖରେ ଣ ରଖିବା ଉଚିତ । ନହେଲେ ପାଟିରେ ପୂରାଇଲେ ଏହା ତଣ୍ଟିରେ ଲାଗି ଯାଇପାରେ । ୬. ବିଷ , ଔଷଧ , ଅମ୍ଳ ଓ କିରାସିନି ଭଳି ହାନିକାରୀ ତରଳ ପାଣି ବୋତଲରେ ରଖିବା ଅନୁଚିତ । ଏସବୁ ଜିନିଷ ରହିଥିବା ପାତ୍ରରେ ସେସବୁର ନାଁ ସ୍ପଷ୍ଟ କରି ଲେଖିବା ଜରୁରୀ । ଏଗୁଡ଼ିକୁ ବି ପିଲାମାନେ ଦେଖିପାରୁ ନଥିବା ଏବଂ ତାଙ୍କ ହାତ ପାଉନଥିବା ଜାଗାରେ ରଖିବା ଭଲ । ୭. ଦୁଇ ମିନିଟରୁ କମ୍ ସମୟରେ ପିଲାମାନେ ବୁଡିଯାଇ ପାରନ୍ତି । ଏଥିପାଇଁ ବେଶୀ ପାଣି ମଧ୍ୟ ଦରକାର ହୁଏ ନାହିଁ । ତେଣୁ ପାଣିରେ ବା ପାଣି ପାଖରେ ପିଲାମାନଙ୍କୁ ଏକେଲା ଛାଡିବା ଆଦୌ ଉଚିତ ନୁହେଁ । ୮. ପାଞ୍ଚ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ରାସ୍ତାରେ ଚାଲିବା ବିଶେଷ ଭାବରେ ବିପଦର କଥା ହୁଏ । ସେମାନଙ୍କ ସାଙ୍ଗରେ ସବୁବେଳେ କେହି ଜଣେ ରହିବା ଦରକାର । ଚାଲି ଶିଖିବା ବେଳରୁ ହିଁ ସେମାନଙ୍କୁ ରାସ୍ତାରେ ଚାଲିବାର ନିୟମ ବିଷୟରେ କହିବା ଉଚିତ । ଛୋଟ ପିଲାଙ୍କ ପ୍ରତି ଯଥେଷ୍ଟ ଧ୍ୟାନ ବାପାମା’ ଓ ଯତ୍ନକାରୀମାନେ ଛୋଟ ପିଲାଙ୍କ ପ୍ରତି ଯଥେଷ୍ଟ ଧ୍ୟାନ ଦେଲେ ଏବଂ ପିଲାଙ୍କ ପରିବେଶକୁ ନିରାପଦ ରଖିଲେ ଅନେକ ଗୁରୁତର ଆଘାତ ଏଡାଯାଇ ପାରିବ । ଦେଢ ବର୍ଷରୁ ଚାରି ବର୍ଷ ବୟସର ପିଲାମାନଙ୍କ କ୍ଷେତ୍ରରେ ଗୁରୁତର ଆଘାତ ପାଇବା ବା ଜୀବନ ହରାଇବାର ଆଶଙ୍କା ଅଧିକ । ଏଭଳି ଅଧିକାଂଶ ଆଘାତ ସେମାନେ ଘରେ ହିଁ ପାଇଥା’ନ୍ତି । ପ୍ରାୟ ସବୁ ଆଘାତ ରୋକାଯାଇ ପାରିବ । ଘରେ ଆସୁଥିବା ଆଘାତ ସବୁର ମୁଖ୍ୟ କାରଣ ନିଆଁ , ଚୂଲି , ରନ୍ଧନ ପାତ୍ର , ଗରମ ଖାଦ୍ୟ , ଫୁଟନ୍ତା ପାଣି , ବାମ୍ଫ , ଗରମ ତେଲ , କିରାସିନି ବତୀ , ଇସ୍ତ୍ରୀ ଏବଂ ବିଦ୍ୟୁତ ସରଞ୍ଜାମ ଛୁଇଁବା ଯୋଗୁଁ ପୋଡି ହେବା । ଭଙ୍ଗା କାଚ, ଛୁରୀ , କଇଁଚି , କୁରାଢି ଆଦିରେ କାଟି ହୋଇଯିବା ଖଟ , ଝରକା , ଟେବୁଲ , ବା ଶିଡିରୁ ଖସି ପଡିବା ମୁଦ୍ରା , ବୋତାମ ବା ମଞ୍ଜି ଭଳି ଛୋଟ ଜିନିଷ ତଣ୍ଟିରେ ଲାଗିବା କିରାସିନି , କୀଟନାଶକ ବା ପରିଷ୍କାରକ ଆଦି ଖାଇବାର ବିଷାକ୍ତ ପ୍ରଭାବ ଭଙ୍ଗା ବିଦ୍ୟୁତ ଉପକରଣ ବା ତାର ଛୁଇଁବାରୁ କିମ୍ବା ପ୍ଲଗ ଦେହରେ କାଠି ବା କଣ୍ଟା ଆଦି କେଞ୍ଚିବାରୁ ସକ୍ ଲାଗିବା ଚଳଚଞ୍ଚଳ ଛୋଟ ପିଲାଙ୍କ ପାଇଁ ବିପଦ ଆଣୁଥିବା ଜିନିଷ ସବୁକୁ ତାଙ୍କଠାରୁ ଦୂରରେ ଓ ଅପହଞ୍ଚ ଜାଗାରେ ରଖିବା ଉଚିତ । ପିଲାଙ୍କୁ ଲମ୍ବା ସମୟ ପାଇଁ ଖଟାଇବା ଏବଂ ବିପଦ ଥିବା ବା ପାଠପଢାରେ ବାଧା ଦେଉଥିବା କାମରେ ଲଗାଇବା ପୂରା ଅନୁଚିତ । କଷ୍ଟ କାମ , ବିପଦଜନକ ହତିଆର ଏବଂ ବିଷାକ୍ତ ରାସାୟନିକ ଆଦିରୁ ପିଲାଙ୍କୁ ସୁରକ୍ଷା ଦେବା ଜରୁରୀ । ନିଆଁ , ଚୂଲି , ବତୀ , ଦିଆସିଲି ଏବଂ ବିଦ୍ୟୁତ ସରଞ୍ଜାମ ଆଦୀରୁ ପିଲାଙ୍କୁ ଦୂରେଇ ରଖିବା ଉଚିତ । ଛୋଟ ପିଲାଙ୍କର ଗୁରୁତର ଆଘାତର ସବୁଠାରୁ ସାଧାରଣ କାରଣ ହେଉଛି ନିଆଁ , ଗରମ ଜିନିଷ ବା ବାମ୍ଫରେ ପୋଡିଯିବା । ପିଲାମାନେ ଜଳନ୍ତା ଚୂଲି , ଗରମ ଖାଦ୍ୟ , ଫୁଟନ୍ତା ପାଣି , ଗରମ ଇସ୍ତ୍ରୀ ଆଦିକୁ ଛୁଇଁ ନପାରିବା ବ୍ୟବସ୍ଥା କରିବା ଦରକାର । ପୋଡିହେବାର କ୍ଷତ ଅନେକ ସମୟରେ ଗୁରୁତର ହୋଇଥାଏ ଏବଂ ଦେହରେ ସବୁଦିନ ପାଇଁ ଦାଗ ଛାଡିଦିଏ । କେତେକ କ୍ଷେତ୍ରରେ ଏହା ମୃତ୍ୟୁର କାରଣ ମଧ୍ୟ ହୁଏ । ଅଧିକାଂଶ ସମୟରେ ଏହିଭଳି ଆଘାତଗୁଡିକୁ ଏଡାଇ ଦିଆଯାଇ ପାରିବ । ପୋଡିହେବାରୁ ବଞ୍ଚାଇବାର କିଛି ବାଟ : ଛୋଟ ପିଲାଙ୍କୁ ନିଆଁ , ଦିଆସିଲି ଓ ଜଳନ୍ତା ସିଗାରେଟ ଆଦିଠାରୁ ଦୂରେଇ ରଖିବା । ଚୂଳିକୁ ପିଲାଙ୍କ ହାତ ନପାଇଲା ଭଳି ଉଚ୍ଚା ଜାଗାରେ ରଖିବା । ଖୋଲା ଚୂଲି ସିଧା ମାଟି ଉପରେ ଉଚ୍ଚ ମାଟି କୁଦ ଉପରେ କରିବା । ରନ୍ଧା ବାସନର ହାଣ୍ଡଲ ସବୁ ପିଲାଙ୍କ ହାତ ନପାଇଲା ଭଳି ବୁଲାଇ ରଖିବା । ପେଟ୍ରୋଲ , କିରାସିନି , ବତୀ , ଦିଆସିଲି , ମହମବତୀ, ଗରମ ଇସ୍ତ୍ରୀ , ବିଦ୍ୟୁତ ତାର ଆଦିକୁ ପିଲାଙ୍କ ଅପହଞ୍ଚ ଜାଗାରେ ରଖିବା । ବିଦ୍ୟୁତ ପ୍ଲଗ ଭିତରେ ଆଙ୍ଗୁଠି ବା ଅନ୍ୟ ଜିନିଷ ପୂରାଇବା ଫଳରେ ପିଲାମାନେ ଶକ୍ତ ଆଘାତ ପାଇ ପାରନ୍ତି । କାମରେ ଲାଗୁନଥିବା ପ୍ଲଗ ଗୁଡିକରେ ଖୋଳ ଲଗାଇ ବନ୍ଦକରି ରଖିବା ଉଚିତ । ପିଲାଙ୍କ ହାତପା’ନ୍ତାରେ ବିଦ୍ୟୁତ ତାର ରଖିବା ଉଚିତ ନୁହେଁ । ଖୋଲା ତାର ବିଶେଷ ଭାବରେ ବିପଦର କାରଣ ହୁଏ । ପିଲାମାନେ ପଡିନଯିବା ଭଳି ସୁରକ୍ଷା ବ୍ୟବସ୍ଥା କରିବା ଦରକାର ପିଲାମାନେ ଚଢିବାକୁ ଭଲପା’ନ୍ତି । ତେଣୁ ଶିଡି , ଛାତ , ଝରକା ଏବଂ ଖେଳ ପରିସର ଆଦିରେ ପିଲାମାନେ ପଡିନଯିବା ଭଳି ସୁରକ୍ଷା ବ୍ୟବସ୍ଥା କରିବା ଦରକାର । ଛେଚିହେବା , ହାଡ ଭାଙ୍ଗିବା ବା ମୁଣ୍ଡରେ ଗୁରୁତର ଆଘାତ ଲାଗିବାର ସାଧାରଣ କାରଣ ହେଉଛି ପଡିଯିବା । ବିପଦଜନକ ଭାବରେ ପଡିବାରୁ ରକ୍ଷା କରିବାର କିଛି ବାଟ ହେଉଛି : ବିପଦଜନକ ଜାଗାରେ ଚଢିବାରୁ ପିଲାଙ୍କୁ ନିରୁତ୍ସାହିତ କରିବା । ଶିଡି , ଝରକା ଓ ଛାତ ଆଦିରେ ବାଡ ଲଗାଇବା । ଘରକୁ ପରିଷ୍କାର ଓ ଆଲୋକିତ ରଖିବା । ଛୁରୀ , କଇଁଚି , ଧାରୁଆ ବା ମୁନିଆ ଜିନିଷ , ଭଙ୍ଗା କାଚ ଆଦିରୁ ଗୁରୁତର ଆଘାତ ଆସିପାରେ । ଏହି ସବୁ ଜିନିଷ ପିଲାଙ୍କ ହାଟପା’ନ୍ତାରୁ ଦୂରରେ ରଖିବା ଦରକାର । ଭଙ୍ଗା କାଚ ଗଭୀର କଟା କ୍ଷତ କରିପାରେ ଏବଂ ରକ୍ତ ହାନି ଓ ସଂକ୍ରମିତ ଘା ସୃଷ୍ଟି କରିପାରେ । କାଚ ଜିନିଷ ପିଲାଙ୍କ ହାତ ନପାଉଥିବା ଜାଗାରେ ରଖିବା ଉଚିତ । ଘର ଓ ଆଖପାଖରେ ଖେଳିବା ଜାଗାରେ ଯେପରି ଭଙ୍ଗା କାଚ ନରହେ ସେଥିପ୍ରତି ଦୃଷ୍ଟିଦେବା ଦରକାର । ଏସବୁକୁ ନଛୁଇଁବା ପାଇଁ ଛୋଟ ପିଲାଙ୍କୁ ସାବଧାନ କରିଦେବା ଉଚିତ । ଏଗୁଡ଼ିକୁ ନେଇ ନିରାପଦ ଜାଗାରେ ରଖିବା କଥା ବଡ ପିଲାଙ୍କୁ ଶିଖାଇବା ଦରକାର । ଛୁରୀ , କଇଁଚି ଆଦି ଛୋଟ ପିଲାଙ୍କ ହାଟପା’ନ୍ତାରେ ରଖିବା ଉଚିତ ନୁହେଁ । ଏସବୁକୁ ନିରାପଦ ଭାବରେ ବ୍ୟବହାର କରିବାର ବାଟ ବଡ ପିଲାଙ୍କୁ ଶିଖାଇବା ଦରକାର । ମୁନିଆ ଧାତବ ଜିନିଷ , ଯନ୍ତ୍ରପାତି ଓ କଳଙ୍କି ଲଗା ଟିଣ ଡବା ଆଦିରୁ କଟା କ୍ଷତ ଓ ଗୁରୁତର ଭାବରେ ସଂକ୍ରମିତ ଘା ଆସିବାର ଡର ଥାଏ । ପିଲାଙ୍କ ଖେଳିବା ଜାଗାରୁ ଏସବୁ ସଫା କରିଦେବା ଉଚିତ । ଘରୁ ବାହାରୁଥିବା ଅଦରକାରୀ ଓ ଭଙ୍ଗା କାଚ ଓ ଟିଣ ଡବା ଆଦିକୁ ବିପଦ ନଆଣିବା ଭଳି ଖଲାସ କରିବା ଦରକାର । ଟେକା ବା ଅନ୍ୟ ଧାରୁଆ ଜିନିଷ ଫୋପାଡିବା ଏବଂ ଛୁରୀ କଇଁଚି ଆଦିରେ ଖେଳିବାର ବିପଦ ବିଷୟରେ ପିଲାଙ୍କୁ ସଚେତନ କରିଦେଲେ ଘରେ ଆସୁଥିବା ଅନେକ ଆଘାତ ଏଡାଇ ହୋଇପାରିବ । ଛୋଟ ଜିନିଷ ସବୁ ପିଲା ପାଖରେ ନ ରଖିବା ଉଚିତ ଛୋଟ ପିଲା ବିଭିନ୍ନ ଜିନିଷ ପାଟିରେ ପୂରାଇବାକୁ ଭଲପାଏ ଛୋଟ ଜିନିଷ ସବୁ ତା’ ପାଖରେ ନ ରଖିବା ଉଚିତ । ନହେଲେ ପାଟିରେ ପୂରାଇଲେ ଏହା ତଣ୍ଟିରେ ଲାଗି ଯାଇପାରେ । ପିଲାଙ୍କ ଖେଳିବା ଓ ଶୋଇବା ଅଞ୍ଚଳରୁ ବୋତାମ , ମାଳି , ମୁଦ୍ରା , ମଞ୍ଜି ଭଳି ଛୋଟ ଜିନିଷ ସବୁ ବାହାର କରିଦେବା ଉଚିତ । ଅତି ଛୋଟ ପିଲାଙ୍କୁ ଚୋପା ଥିବା ଚିନାବାଦାମ , ଟାଣ ମିଠେଇ କିମ୍ବା ଛୋଟ ହାଡ ବା ମଞ୍ଜି ଥିବା ଖାଦ୍ୟ ଦେବା ଉଚିତ ନୁହେଁ । ଖାଇବା ସମୟରେ ଛୋଟ ପିଲାଙ୍କ ଉପରେ ଧ୍ୟାନ ରଖିବା ଜରୁରୀ । ଖାଦ୍ୟକୁ ଛୋଟ ଛୋଟ ଖଣ୍ଡରେ ଭାଙ୍ଗି ଛୋଟ ପିଲାଙ୍କୁ ଦେବା ଉଚିତ । କାଶିବା , ଗଂ ଗଂ ଶବ୍ଦ କରିବା , ନିଶ୍ଵାସ ନେଲାବେଳେ ଜୋର ବା ହୁଇସିଲ ଭଳି ଶବ୍ଦ ବାହାରିବା କିମ୍ବା ପାଟିରୁ କିଛି ସ୍ଵର ନବାହାରିବା ହେଉଛି ନିଶ୍ଵାସ ନେବାରେ ଅସୁବିଧା ବା ତଣ୍ଟିରେ କିଛି ଲାଖିଥିବାର ସୂଚନା । ତଣ୍ଟିରେ ଲାଖିବା ଏକ ଜରୁରୀକାଳୀନ ପରିସ୍ଥିତି । ଛୋଟ ପିଲାଟିଏ ହଠାତ ଯଦି ନିଶ୍ଵାସ ନେବାରେ କଷ୍ଟ ହେଉଥିବାର ସୂଚନା ଦେଖାଏ , ତେବେ ତଣ୍ଟିରେ କିଛି ଲାଗିଥିବା କଥା ସନ୍ଦେହ କରିବାକୁ ହେବ । ସେ ପାଟିରେ କିଛି ପୂରାଇବା କଥା କେହି ଦେଖି ନଥିଲେ ବି ତାହା ଘଟିଥିବା କଥା ସନ୍ଦେହ କରିବାକୁ ହେବ । ବିଷ , ଔଷଧ , ଅମ୍ଳ ଓ କିରାସିନି ଭଳି ହାନିକାରୀ ତରଳ ପାଣି ବୋତଲରେ ରଖିବା ଅନୁଚିତ । ଏସବୁ ଜିନିଷ ରହିଥିବା ପାତ୍ରରେ ସେସବୁର ନାଁ ସ୍ପଷ୍ଟ କରି ଲେଖିବା ଜରୁରୀ । ଏଗୁଡ଼ିକୁ ବି ପିଲାମାନେ ଦେଖିପାରୁ ନଥିବା ଏବଂ ତାଙ୍କ ହାତ ପାଉନଥିବା ଜାଗାରେ ରଖିବା ଭଲ । ବିସର ପ୍ରଭାବ ଛୋଟ ପିଲାଙ୍କ ପାଇଁ ଅତି ଗୁରୁତର ହୁଏ । ପରିଷ୍କାରକ , ମୂଷାବିଷ , କୀଟନାଶକ ଓ କିରାସିନି ଆଦି ପିଲାଙ୍କର ମୃତ୍ୟୁର ବା ଚିରସ୍ଥାୟୀ ଆଘାତର କାରଣ ହୋଇପାରେ । କେବଳ ଯେ ବିଷ କ୍ଷତି କରେ ତାହା ନୁହେଁ । ଅନ୍ୟ ବାଟରେ ମଧ୍ୟ ବିଷ ଯୋଗୁ ମୃତ୍ୟୁ , ମସ୍ତିସ୍କ କ୍ଷତ , ଦୃଷ୍ଟିହୀନତା ବା ଅନ୍ୟ ସ୍ଥାୟୀ ଆଘାତ ଆସିପାରେ । ଏହା ଘଟିପାରେ ଯଦି କିଛି ବିଷ - ନିଶ୍ଵାସରେ ଦେହ ଭିତରକୁ ଯାଏ ପିଲାର ଆଖିରେ ପଶେ ବା ଚମରେ ବୋଳିହୁଏ ପିଲାର ଲୁଗାପଟାରେ ଲାଗେ ସାଧାରଣ ଭାବରେ ଯେଉଁ ବୋତଲ ବା ପାତ୍ରରେ ପିଇବା ଜିନିଷ ରହେ ସେଥିରେ ବିଷାକ୍ତ ଜିନିଷ ରଖିବା କଥା ନୁହେଁ । କାରଣ ପିଲାମାନେ ତାହା ଭୁଲରେ ପିଇଦେଇ ପାରନ୍ତି । ସବୁ ପ୍ରକାରର ଔଷଧ , ରାସାୟନିକ ଓ ବିଷ ସେସବୁର ମୂଳ ବୋତଲରେ ଭଲ ଭାବରେ ବନ୍ଦକରି ରଖିବା ଉଚିତ । ପିଲା ପହଞ୍ଚି ପାରୁଥିବା ଜାଗାରେ ପରିଷ୍କାରକ , ବିରଞ୍ଜକ ,ରାସାୟନିକ ଓ ଔଷଧ ଆଦି ରଖିବା ଉଚିତ ନୁହେଁ । ସେସବୁ ଭଲ ଭାବରେ ବନ୍ଦ କରାଯିବା ଓ ବୋତଲ ଉପରେ ସେସବୁର ନାଁ ଲେଖାଯିବା ଦରକାର । ଏଗୁଡିକୁ ଟ୍ରଙ୍କ ବା ଆଲମାରୀରେ ତାଲା ପକାଇ ପିଲା ଦେଖିପାରୁନଥିବା ଓ ପହଞ୍ଚିପାରୁନଥିବା ଜାଗାରେ ରଖିବା ଆହୁରି ଭଲ । ବଡଙ୍କ ଔଷଧ ପିଲାଙ୍କୁ ମାରିଦେଇ ପାରେ । ପିଲା ପାଇଁ ସ୍ଵତନ୍ତ୍ର ଭାବରେ ଲେଖା ଯାଇଥିବା ଔଷଧ ହିଁ ତାକୁ ଦେବା ଉଚିତ । ବଡଙ୍କ ପାଇଁ ବା ଅନ୍ୟ ପିଲା ପାଇଁ ଦିଆଯାଇଥିବା ଔଷଧ ଖୁଆଇବା ଉଚିତ ନୁହେଁ । ଆଣ୍ଟିବାୟୋଟିକ୍ ର ଅତ୍ୟଧିକ ବ୍ୟବହାର ବା ଅପବ୍ୟବହାର ଛୋଟ ପିଲାକୁ କାଲ କରିଦେଇ ପାରେ ସ୍ୱାସ୍ଥ୍ୟକର୍ମୀ ଦେଇଥିବା ଔଷଧ କେବଳ ପିଲାକୁ ଖୁଆଇବା ଉଚିତ । ଦୁଇ ମିନିଟରୁ କମ୍ ସମୟରେ ପିଲାମାନେ ବୁଡିଯାଇ ପାରନ୍ତି । ଏଥିପାଇଁ ବେଶୀ ପାଣି ମଧ୍ୟ ଦରକାର ହୁଏ ନାହିଁ । ତେଣୁ ପାଣିରେ ବା ପାଣି ପାଖରେ ପିଲାମାନଙ୍କୁ ଏକେଲା ଛାଡିବା ଆଦୌ ଉଚିତ ନୁହେଁ । କୂଅ , ପାଣିଭରା କୁଣ୍ଡ ବା ବାଲ୍ ଟି ଆଡିକୁ ଘୋଡାଇ ରଖିବା ଉଚିତ । ସାନ ବେଲାରୁ ପିଲାଙ୍କୁ ପହଁରା ଶିଖାଇବା ଭଲ । ତାହେଲେ ସେମାନେ ବୁଡିଯିବାର ଡର ରହିବ ନାହିଁ । ଖର ସୁଅରେ ବା ଏକେଲା ପହଁରିବାରୁ ପିଲାଙ୍କୁ ଅଟକାଇବା ଉଚିତ । ରାସ୍ତା ପାରିହେବା ବେଳେ କିଛି କଥା ପିଲାଙ୍କୁ ଶିଖାଇବା ଉଚିତ ପାଞ୍ଚ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ରାସ୍ତାରେ ଚାଲିବା ବିଶେଷ ଭାବରେ ବିପଦର କଥା ହୁଏ । ସେମାନଙ୍କ ସାଙ୍ଗରେ ସବୁବେଳେ କେହି ଜଣେ ରହିବା ଦରକାର । ଚାଲି ଶିଖିବା ବେଳରୁ ହିଁ ସେମାନଙ୍କୁ ରାସ୍ତାରେ ଚାଲିବାର ନିୟମ ବିଷୟରେ କହିବା ଉଚିତ । ରାସ୍ତାକୁ ଦୌଡିଯିବା ଆଗରୁ ଛୋଟ ପିଲାମାନେ କିଛି ଭାବନ୍ତି ନାହିଁ । ତେଣୁ ବଡମାନେ ପିଲାଙ୍କ ପ୍ରତି ଧ୍ୟାନଦେବା ଦରକାର । ପିଲାମାନେ ରାସ୍ତା ପାଖରେ ଖେଳିବା ଉଚିତ ନୁହେଁ । ସେଠାରେ ବଲ୍ ଖେଳିବା ବିଶେଷ ବିପଦର କଥା । ଚଳନ୍ତା ଗାଡିମଟରକୁ ସାମନା କରି ରାସ୍ତାର କଡରେ ଚାଲିବା ପାଇଁ ପିଲାଙ୍କୁ ଶିଖାଇବା ଦରକାର । ରାସ୍ତା ପାରିହେବା ବେଳେ ତଳର କଥାଗୁଡ଼ିକ କରିବା ପାଇଁ ପିଲାଙ୍କୁ ଶିଖାଇବା ଉଚିତ : ରାସ୍ତାର ଧାରରେ ଅଟକିବା ଦୁଇ କଡକୁ ଚାହିଁବା , ଗାଡିମଟର ଆସୁଥିବାର ଶବ୍ଦ ପ୍ରତି କାନ ଡେରିବା , ବଡମାନଙ୍କର ହାତ ଧରିବା , ଚାଲିକରି ପାରିହେବା , ଦୌଡିବା ନାହିଁ । ନିଜେ ରାସ୍ତାଚଲାର ନିୟମ ମାନି ସାନ ପିଲାଙ୍କୁ ସାହାଯ୍ୟ କରିବା ଦିଗରେ ବଡ ପିଲାଙ୍କୁ ଉତ୍ସାହିତ କରିବା ଉଚିତ । ବଡ ପିଲାଙ୍କ ପାଇଁ ସାଇକେଲ ଦୁର୍ଘଟଣା ଅନେକ ସମୟରେ ଆଘାତ ବା ମୃତ୍ୟୁର କାରଣ ହୁଏ । ସାଇକେଲ ଚଲାଉଥିବା ପିଲାଙ୍କୁ ରାସ୍ତାରେ ନିରାପଦ ଭାବରେ ଗାଡି ଚଳାଇବାର ନିୟମ ଶିଖାଇଲେ ଏଭଳି ଦୁର୍ଘଟଣା ଏଡାଯାଇ ପାରିବ । ଅଧିକ ବିପଦ ଥିବା ଜାଗାରେ ସାଇକେଲ ଚଳାଇଲା ବେଳେ ମୁଣ୍ଡରେ ସୁରକ୍ଷା ଟୋପି ପିନ୍ଧିବା ଭଲ । କାରରେ ଆଗ ସିଟ୍ ରେ ବା ଟ୍ରକର ଡାଲାରେ ଏକେଲା ବସିଥିବା ପିଲା ପ୍ରତି ଗୁରୁତର ଆଘାତର ବିପଦ ବେଶୀ ହୁଏ । ଆଧାର :UNICEF