ଯକୃତ ଲିଭର ବା ଯକୃତ୍ ହେଉଛି ଶରୀରର ସବୁଠାରୁ ବଡ଼ ଅଙ୍ଗ । ଯାହା ମନୁଷ୍ୟର ଉପର ପେଟର ଡ଼ାହାଣ ପଟରେ ଥୁବା ପଞ୍ଜରା ଭିତରେ ରହିଛି । ଏହା ଶରୀରର ୫ ହଜାର ପ୍ରକାରର ଭିନ୍ନ କାମ କରିଥାଏ । ତେବେ ଦୂଷିତ ଯକୃତକୁ ନେଇ କିଛି ରୋଗ ଦେଖାଦେଲା ପରେ ଯାଇ ଅଧିକା°ଶ ଲୋକ ଏ ସମ୍ପର୍କରେ ଚିନ୍ତା କରିଥାନ୍ତି । ବିଭିନ୍ନ ଯକୃତ ରୋଗ ୧. ଭାଇରାଲ୍ ହେପାଟାଇଟିସ୍, ୨. ମଦ୍ୟପାନଜନିତ ଯକୃତ ରୋଗ ୩. ପ୍ୟାଟି ଯକୃତ ରୋଗ ୪ . ଜେନେଟିକ ଯକୃତ ରୋଗ ୪. ଅଟୋଇମ୍ୟୁନୋ ଯକୃତ ରୋଗ ୫. ସିରୋସିସ୍ ୬, ଯକୃତ କର୍କଟ ୭, ଯକୃତ ଅକାମୀ ହେବା ଯକୃତ ରୋଗର କାରଣ ୧. ମେଦବହୁଳତା ୨. ଅତ୍ୟଧୁକ ମାତ୍ରାରେ ମଦ୍ୟପାନ ୩. ମଧୁମେହ ୪. ରକ୍ତରେ ଅଧିକ ମାତ୍ରରେ କୋଲେଷ୍ଟେରଲ, ୫. ରକ୍ତ ଟ୍ରାନ୍ସଫ୍ୟଜନ ୬. ଅସୁରକ୍ଷିତ ଯୌନ ସମ୍ପର୍କ ୭, ନିର୍ଦ୍ଦିଷ୍ଟ ଆୟୁର୍ବେଦିକ ଔଷଧ ବ୍ୟବହାର ଯକୃତ ରୋଗର ଲକ୍ଷଣ ୧, ଆଖି ଓ ପରିସ୍ରା ହଳଦିଆ ହେବାକୁ କାମଳ କୁହାଯାଏ, ୨. ପେଟ ବିଶେଷକରି ଡାହାଣ ଉପର ପେଟରେ ଯନ୍ତ୍ରଣା ୩, ଚର୍ମ କୁଣ୍ଡାଇ ହେବା ୪. ଖାଇବା ମାତ୍ରାରେ ହ୍ରାସ ପାଇବା ୫. କ୍ଲାନ୍ତ ହେବା ୬. ରକ୍ତବାନ୍ତି କରିବା ୭, କଳା ମଳତ୍ୟାଗ ୮. ପେଟ ଫୁଲିବା ପରୀକ୍ଷା ଓ ରୋଗ ନିର୍ଣ୍ଣୟ ରକ୍ତ ପରୀକ୍ଷା ୧. ଲିଭର ଫଙ୍କସନ ଟେଷ୍ଟ ୨. ଅପର ଜିଆଇ ଏଣ୍ଡୋସ୍କୋପି : ଖାଦ୍ୟନଳୀରେ ବୃଦ୍ଧି ପାଇଥୁବାଶିରାକୁ ଦେଖୁ ବା ଲାଗି । ୩. ଯକୃତ ବାୟପସି : ଟିସ୍ୟୁ ନମୁନା କାଢିବା ଲାଗି ଶରୀରରେ ଏକ ଲମ୍ବା ଛୁଞ୍ଚୁ ଦ୍ଵାରା ଯକୃତ ଟିସ୍ୟୁ ପରୀକ୍ଷା ପାଇଁ ପାଥୋଲୋଜି ପରୀକ୍ଷା କରାଯାଏ । ଯକୃତ୍ ରୋଗ ରୋକାଯିବା ଉପାୟ ୧. ମଦ୍ୟପାନ ଛାଡ଼ିବାକୁ ପଡ଼ିବ, ୨. ଗୋଟିଏ ଛୁଞ୍ଚୁ କିମ୍ବା ରେଜରକୁ ଅନ୍ୟମାନଙ୍କ ସହ ମିଶି ବ୍ୟବହାର ନ କରିବା, ଶରୀରରେ ଚିତା କୁଟାଇବା ଠାରୁ ଦୂରେଇ ରହିବା ୩. ହେପାଟାଇଟିସ୍ ଟୀକା ନେବା ୪. ଔଷଧକୁ ଠିକ ଭାବେ ବ୍ୟବହାର କରି ଡାକ୍ତର ଲେଖିଥିବା ଓ ସୁପାରିସ ଅନୁଯାୟୀ ଔଷଧ ମାତ୍ରା ବ୍ୟବହାର କରିବା ଆବଶ୍ୟକ ୫. ଯଦି କୌଣସି ଆୟୁର୍ବେଦିକ କିମ୍ବା ଅନ୍ୟ କୌଣସି ଔଷଧ ନେଉଛନ୍ତି, ତେବେ ନିଜ ଡ଼ାକ୍ତରଙ୍କୁ ଜଣାଇବା ଆବଶ୍ୟକ ୬. ମଧୁମେହ ଓ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ୭. ଦୂଷିତ ପାଣି ବ୍ୟବହାର ବର୍ଜନ କରିବା । କେତେକ ସାଧାରଣ ଯକୃତ ସମସ୍ୟା ଫାଟି ବା ଅଧୁକ ଚର୍ବିଯୁକ୍ତ ଯକୃତ ଯେଉଁ ଅବସ୍ଥାରେ ଶରୀର ଓଜନରୁ ୫ ରୁ ୧୦ ପ୍ରତିଶତ ଅଧୁକ ଚର୍ବି ଯଦି ଲିଭରରେ ଥାଏ ତାକୁ ଫାଟି ଲିଭର କୁହାଯାଏ । ଯେଉଁମାନଙ୍କ ଅଧିକ ଓଜନ ବା ଯେଉଁମାନେ ମଧୁମେହ ରୋଗ ଦ୍ଵାରା ଆକ୍ରାନ୍ତ ସେମାନଙ୍କ ନିକଟରେ ଏହି ଅବସ୍ଥା ଦେଖିବାକୁ ମିଳିଥାଏ । ଓଜନ ହ୍ରାସ, ବ୍ୟାୟାମ, ମଧୁମେହ ନିୟନ୍ତ୍ରଣା, ରକ୍ତ ଚାପ ଓ କୋଲେଷ୍ଟେରୋଲର ନିୟମିତ ନିୟନ୍ତ୍ରଣ ସହ ମଦ୍ୟପାନ ବନ୍ଦ କରିବା ଆଦି ଏହାର ଚିକିତ୍ସାରେ ରହିଛି । ଲିଭର ରୋଗ ବିଷୟରେ କିଛି ଅଜଣା କଥା : ୧. ସବୁ ସିରୋସିସ୍ ଓ ଲିଭର କର୍କଟ ରୋଗୀଙ୍କୁ କାମଳ ହୋଇ ନଥାଏ । ୨. ବହୁତ ସମୟରେ ହେପାଟାଇଟିସ୍ ବି ଏବଂ ସି ହେଲଥ ଚେକ ଅପରେ ଜଣାପଡ଼ିଥାଏ । ହେପାଟାଇଟିସ୍ “ ବି’, ‘ସି’ ଏବଂ ସିରୋସିସ୍ ପରି ରୋଗ କୌଣସି ଲକ୍ଷଣ ପ୍ରଦର୍ଶନ କରିନଥାଆନ୍ତି । ୩.ଛୋଟ ପିଲାମାନେ ବି ଯକୃତ ରୋଗରେ ଆକ୍ରାନ୍ତ ହୋଇପାରନ୍ତି । ହେପାଟାଇଟିସ୍ ‘ଏ’, ‘ଇ' ଏବଂ ‘ବି' ଛୋଟ ପିଲାଙ୍କୁ ଆକ୍ରାନ୍ତ କରିପାରେ । ମଦ୍ୟପାନ କରୁ ନଥିବା ବ୍ୟକ୍ତି ବି ସିରୋସିସ ରୋଗ ଭୋଗିଥାନ୍ତି । ଲିଭର ସିରୋସିସ୍ ଯାହାର ଦୀର୍ଘଦିନ ଧରି ଯକୃତ ରୋଗ ଥାଏ, ଯେଉଁଥିରେ କି ସ୍ବାଭାବିକ ଯକୃତ ନଷ୍ଟ ହୋଇଯାଏ । ଏଥିରେ ଯକୃତର କୋଷ ବଦଳରେ ସ୍କାର, ଟିସୁଖ୍ୟ ବା ବଦଳ ତନ୍ତୁ ସ୍ନାନ ନେଇଥାଏ । ସିରୋସିସର ଅବସ୍ଥା ଏବଂ ଏହା କେଉଁ ସ୍ତରରେ ରହିଛି ତାହା ଉପରେ ଏହାର ଚିକିତ୍ସା ନିର୍ଭର କରୁଛି । ସିରୋସିସ୍ ଅଧିକ ବ୍ୟାପିବାକୁ ରୋକି ହେବା ସହ ଯେଉଁ କ୍ଷତି ହୋଇସାରିଛି ତାହାକୁ ପରିବର୍ତ୍ତନନ କରିବା ତଥା ଅକ୍ଷମତା ବା ଜୀବନକୁ ବିପଦ ପହଞ୍ଚାଉଥିବା ଜଟିଳତାକୁ ଚିକିତ୍ସା କରିବା ଏହାର ମୁଖ୍ୟ ଲକ୍ଷ୍ୟ । ଭାଇରାଲ ହେପାଟାଇଟିସ୍ : ଭାଇରାଲ ହେପାଟାଇଟିସ୍ ସାଧାରଣ ହେପାଟାଇଟିସ୍ ଏ.ବି.ସି ଓ ଇ ଭଳି କିଛି ଜୀବାଣୁ ଦ୍ଵାରା ସଂକ୍ରମଣ ହୋଇଥାଏ । ହେପାଟାଇଟିସ୍ 'ଏ' ଏବଂ ‘ଇ' : ଦୂଷିତ ଖାଦ୍ୟ ଓ ପାଣି ପିଇବା ଯୋଗୁଁ ଏହି ସଂକ୍ରମଣ ହୋଇଥାଏ । ହେପାଟାଇଟିସ୍ “ ବି' ଏବଂ ‘ସି’ : ଅସୁରକ୍ଷିତ ଯୌନ ସମ୍ପର୍କ,, ସଂକ୍ରମିତ ରକ୍ତ ଗ୍ରହଣ କରିବା ଓ ଦୂଷିତ ସିରିଞ୍ଜର ବ୍ୟବହାର ଦ୍ଵାରା ହେପାଟାଇଟିସ୍ ବି ଏବଂ ସି ରୋଗ ହୋଇଥାଏ । କୌଣସି ଲକ୍ଷଣ ବିନା ହେପାଟାଇଟିସ୍ “ ବି' ଏବଂ ‘ସି’ ସଂକ୍ରମଣ ହୋଇଥାଏ । ସମୟକ୍ରମେ ହେପାଟାଇଟିସ୍ “ ବି' ଏବଂ ‘ସି’ ଯକୃତକୁ ନଷ୍ଟ କରିଦେଇପାରେ । ଏହା ଦ୍ଵାରା ହେପାଟୋସେଲ୍ୟୁଲାର କାର ସିନୋମା ବା ଯକୃତ କର୍କଟ ହୋଇଥାଏ । ଏକ ଆକଳନ ଅନୁସାରେ, ବିଶ୍ଵରେ ପ୍ରାୟ ୩୫୦ ମିଲିୟନ ହେପାଟାଇଟିସ୍ ‘ବି' ସଂକ୍ରମିତ ରୋଗୀ ଅଛନ୍ତି । ଏମାନଙ୍କ ମଧ୍ୟରେ ୮୦ ପ୍ରତିଶତ। ଏସୀୟ । ଏଚଆଇଭି ଅପେକ୍ଷା ଏଚବିଭିରେ ୧୦୦ ଗୁଣ ଅଧ୍ବକ ସଂକ୍ରମଣର ସମ୍ଭାବନା ରହିଥାଏ । ମଦ୍ୟପାନ ଜନିତ ଲିଭର ରୋଗ ମଦ ପିଇବା ଯୋଗୁଁ ହେଉଥୁବା ଯକୃତ ରୋଗକୁ ଆଲକୋହଲିକ, ଲିଭର ରୋଗ କୁହାଯାଏ । ଯେଉଁମାନେ ଦୀର୍ଘବର୍ଷ ଧରି ମଦ ପିଉଥାନ୍ତି, ସେମାନଙ୍କୁ ଏହି ରୋଗ ହୋଇଥାଏ । ମଦ ପିଇବା ଓ ମଦ୍ୟପାନଜନିତ ହେପାଟାଇଟିସ୍ ମଧ୍ୟରେ ସମ୍ପର୍କ ଜଟିଳ । କେବଳ ଯେ ପ୍ରବଳ ମଦ୍ୟପାନ କରୁଥୁବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ରୋଗ ହୋଇଥାଏ, ତାହା ନୁହେଁ ଯିଏ ଅଛି ମଦ ପିଇଥାନ୍ତି ସେମାନଙ୍କୁ ମଧ୍ୟ ଏହି ରୋଗ ହେବାର ସମ୍ଭାବନା ଅଧିକ । ଯଦି ଆପଣଙ୍କ ଠାରେ ମଦ୍ୟପାନ ଜନିତ ହେପାଟାଇଟିସ୍ ନିରୂପଣ ହୋଇଥାଏ, ତେବେ ଆପଣ ତୁରନ୍ତ ମଦ ପିଇବା ବନ୍ଦ କରନ୍ତୁ। ଏହାସତ୍ତେ ଯେଉଁମାନେ ମଦ ପିଇବା ଜାରି ରଖନ୍ତି ସେମାନଙ୍କ ଯକୃତ ନଷ୍ଟ ହେବା ସହ ମୃତ୍ୟୁର ଆଧୁକ ଆଶଙ୍କା ରହିଛି । ଯକୃତ ପ୍ରତିରୋପଣ ସମ୍ପର୍କରେ ସଚେତନା ଯକୃତ ପ୍ରତିରୋପଣ ହେଉଛି ରୋଗାକ୍ରାନ୍ତ ଲିଭରକୁ କାଢି ଏକ ସୁସ୍ଥ ଲିଭରକୁ ଅସ୍ତ୍ରୋପସ୍କର ଜରିଆରେ ଶରୀରରେ ପ୍ରତିରୋପଣ କରିବା । ଟ୍ରାନ୍ସପ୍ଲାଣ୍ଟ ବେଳେ ଅଧିକାଂଶ ଯକୃତ ମୃତଦାତାଙ୍କ ଠାରୁ ନିଆଯାଏ, ଜୀବିତ ମଧ୍ୟ ଯକୃତ ଦେଇଥାନ୍ତି । ଯେଉଁମାନଙ୍କ ଚିକିତ୍ସା ପରେ ବି ଲିଭର ଅକାମାକୁ ରୋକାଯାଇ ନପାରେ ସେମାନଙ୍କ ଯକୃତ ପ୍ରତିରୋପଣ କରାଯାଏ । ଜୀବିତ ଦାତାଙ୍କ ଠାରୁ ନିଆଯାଇଥୁବା ଯକୃତ ବ୍ୟବହାର କରି ପ୍ରତିବର୍ଷ ବହୁତ କମ ପ୍ରତିରୋପଣ ହୋଇଥାଏ । ଆଧାର, ଡାକ୍ତର ଆଶୁତୋଷ ମହାପାତ୍ର ଆମ୍ରି ହସ୍ପିଟାଲ, ଭୁବନେଶ୍ଵର ମୋବାଇଲ : ୯୪୩୯୫୫୪୭୪୭