କ୍ରିଡା ସମ୍ବନ୍ଧୀୟ ଆଘାତ କ୍ରିଡା ସମ୍ବନ୍ଧୀୟ ଆଘାତ ଗୁଡିକ ସାଧାରଣ ଇନ୍ ଡୋର କିମ୍ବା ଆଉଟ୍ ଡୋର ଖେଳ ଗୁଡିକରେ ଦେଖାଯାଏ । ଏହା ଦୁର୍ଘଟଣା ପାଇଁ, କମ୍ ପ୍ରଶିକ୍ଷଣ ରକ୍ଷକ ଯନ୍ତ୍ରଗୁଡିକର ଅନୁପଯୁକ୍ତ ବ୍ୟବହାର, ଏବଂ କମ୍ ୱାର୍ମଅଫ୍ ପାଇଁ ହୋଇଥାଏ । ସାଧାରଣରେ ଗଣ୍ଠି ଆଘାତରୁ ଆରମ୍ଭକରି ହାଡଭଙ୍ଗା ପର୍ଯ୍ୟନ୍ତ ଦେଖାଯାଏ । ଏହି ଆଘାତ ଗୁଡିକର ପ୍ରଥମ ଚିକିତ୍ସା ସବୁ ସମୟରେ ଅଙ୍ଗାର ବିଶ୍ରାମ ( ଆଘାତ କରୁଥିବା ଅଙ୍ଗର ବରଫ କପଡାର ପ୍ରୟୋଗ ଅଙ୍ଗକୁ କ୍ରିପ୍ ବ୍ୟାଣ୍ଡେଜ୍ କିମ୍ବା ସ୍ପ୍ଲିଣ୍ଟ ସାହାଯ୍ୟରେ ଆରମ ଦେବା ଏବଂ ଆଘାତ ପାଇଥିବା ଅଙ୍ଗକୁ ଉଚ୍ଚ ସ୍ଥାନରେ ଟେକି ରଖିବା ଦରକାର ଥାଏ । ଏହି କ୍ରୀଡା ସମ୍ବନ୍ଧୀୟ ଆଘାତ ଗୁଡିକ ନିବାରଣ ପାଇଁ ନିମ୍ନଲିଖିତ ନିଯମାବଳୀକୁ ମାପିବା ଆବଶ୍ୟକ ନିମ୍ନଲିଖିତ ନିଯମାବଳୀକୁ ମାନିବା ଆବଶ୍ୟକ ମାଂସପେଶୀ ଗୁଡିକର ଶକ୍ତି ବଢାଇବା ପାଇଁ ବ୍ୟାୟାମ କରିବା ଆବଶ୍ୟକ । ନିଜର ବ୍ୟାୟାମ ସ୍ତର ବଢାଇବା ଦରକାର କିନ୍ତୁନିଜର କ୍ଷମତା ବାହାରକୁ ବ୍ୟାୟାମ କରିବା ଭୟଙ୍କର । ଖେଳ ସମୟରେ ଆଣ୍ଠୁଗଣ୍ଠି ଗୁଡିକରେ ଆଘାତ ପ୍ରତିରୋଧକ ପ୍ରଣାଳୀ ବ୍ୟବହାର କଲେ ଆଘାତ ହେବା ଥାଏ । ଖେଳର ପୂର୍ବଓ ପରେ ଦେହର ୱାର୍ମଅଫ୍ କରିବା ଦରକାର । ଖାଇବା ପରେ ବ୍ୟାୟାମ କରିବା ଉଚିତ୍ ନୁହେଁ । ଉଚିତ୍ ଖାଦ୍ୟ ଖାଇବା ଦରକାର ଯାହା ମାଂସପେଶୀ ଠିକ୍ ଭ୍ୟବରେ ରଖିବ । ଆଘାତ ଲାଗିଥିବା ସମୟରେ କ୍ରୀଡାରୁ ନିବୃତ ରହନ୍ତୁ । ନିଜ କ୍ରୀଡାର ନିୟମାବଳୀ ଠିକ୍ ଭାବରେ ଜାଣନ୍ତୁ । ନିଜ ଦେହକୁ ସବୁବେଳେ କ୍ରୀଡା ପାଇଁ ସଜାଗ ରଖିବା ଆବଶ୍ୟକ । ସାଧାରଣ କ୍ରୀଡା ସମ୍ଭାନ୍ଧୀୟ ଆଘାତ ଗୁଡିକ ହେଲା- ଆଣ୍ଠୁରେ ଲିଗାମେଣ୍ଟ ଛିଡିଯିବା, ଉପସ୍ତି ଭଣରେ ଆଘାତ ବନ୍ଧନୀ ହେବା ଓ ମେନିସକସ( ତନ୍ତୁ) ନଷ୍ଟ ହେବା ବହୁତ ସାଧାରଣ କ୍ରୀଡା ଜନୀତ ଆଘାତ । ଏହି ଆଘାତରେ ବ୍ୟାୟାମ ସାଙ୍ଗକୁ ଅସ୍ତ୍ରୋପଚାର କରି ନଷ୍ଟ ହୋଇଥିବା ଅଙ୍ଗକୁ ସଠିକ୍ କରାଯାଏ । ଏହା କି ହୋଲ୍ ସର୍ଜରୀ ଅଟେ ଯେଉଁଥିରେ ଛୋଟ କଟାରେ ପୁରା ଅସ୍ତ୍ରୋପଚାର ହୋଇଯାଏ । କାନ୍ଧ ଗଣ୍ଠିର ବନ୍ଧନୀ ଗୁଡିକର ଆଘାତ ମଧ୍ୟ ସାଧାରଣରେ କ୍ରୀଡାବିତ୍ ମାନଙ୍କର ଦେଖାଯାଏ । ଯେଉଁମାନେ ବଲକୁ ଫୋପାଡିବା କାମ କରନ୍ତି ସେହି ଖେଳାଳୀମାନଙ୍କର କାନ୍ଧର ବନ୍ଧନୀ ଓ ତନ୍ତୁ ଗୁଡିକର କ୍ଷୟ ହୋଇଥାଏ । ଏହା ପ୍ରଥମ ଅବସ୍ଥାରେ ଉଚିତ୍ ବ୍ୟାୟାମରେ ଠିକ୍ ହୁଏ । କିନ୍ତୁ ପରବର୍ତ୍ତୀ ସମୟରେ ଆର୍ଥୋସ୍କୋପି ଅସ୍ତ୍ରୋପଚାର ଦରକାର ପଡେ । ଆଣ୍ଠୁ ଓ କାନ୍ଧ ପରି ନଳଗଣ୍ଠି, ମଣିବନ୍ଧ ଓ ମେରୁଦଣ୍ଡ ମଧ୍ୟ ଆଘାତ ହୋଇପାରେ ଯାହା ସଠିକ୍ ବ୍ୟାୟାମ ଓ ଅସ୍ତ୍ରୋପଚାର ଦ୍ଵାରା ଠିକ୍ ହୋଇପାରେ । ତେଣୁ କ୍ରୀଡାବିତ୍ ମାନେ ନିଜର ଗଣ୍ଠି, ମାଂସେପେଶୀ ବନ୍ଧନୀ ଓ ଉପାସ୍ତିର ଯତ୍ନ ନେବା ସାଙ୍ଗକୁ ସଠିକ୍ ବ୍ୟାୟାମ କରିବା ଦରକାର । ଏହି ସମସ୍ୟାରେ ପଡିଲେ ଡାକ୍ତରୀ ପରାମର୍ଶ ନେବା ମଧ୍ୟ ନିହାତି ଆବଶ୍ୟକ । ଆଧାର sambad