ଡାଇରିଆର ଲକ୍ଷଣ ଦିନକୁ ୩ ଥର ବା ତାଠାରୁ ଅଧିକ ପତଳା ଝାଡା, ଦେହହାତ ଘୋଳାବିନ୍ଧା, ହାଲିଆ ଲାଗିବା ସହ ଜିଭ ଏବଂ ଓଠ ଶୁଖିଯିବା, ଅଧିକ ଶୋଷ ଲାଗିବା ଓ ପରିସ୍ରା କମ୍ ହେବା । ଡାଇରିଆର ଗୁରୁତର ଲକ୍ଷଣ ହାତ ଗୋଡ କାଲୁଆ ଲାଗିବା, ପରିସ୍ରା ବନ୍ଦ ହୋଇଯିବା, ବାଉଳି ଚାଉଳି ହେବା ଏବଂ ନିସ୍ତେଜ ହେବା । ଏଭଳି କ୍ଷେତ୍ରରେ ରୋଗୀକୁ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରାନ୍ତୁ । ଡାଇରିଆର ପ୍ରତିରୋଧ ବାହାରେ ଝାଡା ନଯାଇ କେବଳ ପାଇଖାନା ବ୍ୟବହାର କରନ୍ତୁ । ପାଇଖାନା ଯିବା ସମୟରେ ଚପଲ ବ୍ୟବହାର କରନ୍ତୁ । ଶୌଚପରେ, ଖାଦ୍ୟ ପରଷିବା କିମ୍ବା ଖାଇବା ପୂର୍ବରୁ ହାତକୁ ଭଲଭାବରେ ସାବୁନ୍ ରେ ଧୁଅନ୍ତୁ । ନଇ, ଝରଣା, ଚୂଆ ବା ପୋଖରୀ ଆଦି ପାଣି ପିଆନ୍ତୁ ନାହିଁ । କେବଳ ଗଭୀର ନଳକୂଅ ପାଣି କିମ୍ବା ଫୁଟାପାଣି ପିଅନ୍ତୁ । ପିଇବାପାଣି ପାତ୍ରରେ ହାତ ନବୁଡାଇ ଡଙ୍କି ବ୍ୟବହାର କରନ୍ତୁ । ନଳକୂଅ ପାଣିରେ ଭାତ ପଖାଳନ୍ତୁ । କୂଅ, ନଳକୂଅ ପାଖରେ ବାସନକୁସନ ଧୁଅନ୍ତୁ ନାହିଁ କିମ୍ବା ଲୁଗାପଟା ସଫାକରନ୍ତୁ ନାହିଁ । ବାସି, ପଚାସଢା ବା ମାଛିବସା ଖାଦ୍ୟ ଖାଆନ୍ତୁ ନାହିଁ । ତଟକା ଓ ଗରମ ଖାଦ୍ୟ ଖାଆନ୍ତୁ ଓ ଖାଦ୍ୟକୁ ସର୍ବଦା ଘୋଡାଇ ରଖନ୍ତୁ । ଆଧାର ଧରିତ୍ରୀ