ଉପକ୍ରମ ରକ୍ତହୀନତା ବିଶ୍ଵର ଏକ ବୃହତ ଜନସ୍ୱାସ୍ଥ୍ୟ ସମସ୍ୟା । ରକ୍ତହୀନତା ଯୋଗୁଁ ଶାରୀରିକ ଏବଂ ମାନସିକ ଦକ୍ଷତା ହ୍ରାସ ପାଇଥାଏ । ଲୋହିତ ରକ୍ତକଣିକାରେ ଥିବା ଲାଲ ଅଂଶକୁ ହିମୋଗ୍ଲୋବିନ କୁହାଯାଏ, ଯାହାକି ମୁଖ୍ୟତଃ ଲୌହସାର ଏବଂ ପ୍ରୋଟିନ୍ ( ପୁଷ୍ଟିସାର) ରେ ତିଆରି ହୋଇଥାଏ । ଏହା ଶରୀରର ବିଭିନ୍ନ ଅଂଶକୁ ଅମ୍ଳଯାନ ଯୋଗାଇଥାଏ, ଫଳରେ ଶରୀର ଫୁର୍ତ୍ତୀ ଓ ସତେଜ ରହେ । ଲୌହସାର ଅଭାବରେ ହିମୋଗ୍ଲୋବିନର ପରିମାଣ କମିଯାଏ । ଏଣୁ ରକ୍ତର ଅମ୍ଳଯାନ ଧାରଣ କ୍ଷମତା କମିଯାଏ । ଶରୀରରେ ହିମୋଗ୍ଲୋବିନ ପ୍ରସ୍ତୁତିରେ ବାଧା ଉପଜିଲେ ମନୁଷ୍ୟ ରକ୍ତହୀନତାର ଶିକାର ହୋଇଥାଏ । ରକ୍ତହୀନତା ପ୍ରଭାବ ଶାରୀରିକ ଏବଂ ମାନସିକ ବିକାଶ ବାଧାପ୍ରାପ୍ତ ହୁଏ । ଶାରୀରିକ କାର୍ଯ୍ୟଦକ୍ଷତା କମିଯାଏ । ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଏ ଏବଂ ବାରମ୍ବାର ରୋଗାକ୍ରାନ୍ତ ହୁଏ । ଶିକ୍ଷାଗତ ଦକ୍ଷତା ହ୍ରାସ ପାଏ । ରକ୍ତହୀନତା ଦୁରିକରଣ ସୁଷମ ଖାଦ୍ୟ ସେବନ ( ପୁଷ୍ଟିସାର, ସ୍ନେହସାର, ଜିବସାର) ଡାଲି, ସବୁଜ ପନିପରିବା ଫଳ, କ୍ଷୀର, ମାଛ, ମାଂସ, ଅଣ୍ଡା ଇତ୍ୟାଦି । ବିଭିନ୍ନ ପ୍ରକାର କୃମିର ସଂକ୍ରମଣ ଋଅକିବା ଲାଗି ପରିଚ୍ଛନ୍ନତା ଓ ସୁଅଭ୍ୟାସ ହାତଧୋଇବା । ଚପଲ ପିନ୍ଧି ପାଇଖାନା ଯିବା । ଆଇରନ୍ ଓ କୃମିନାଶକ ବଟିକା ସେବନ କରିବା । ଆଇରନ୍ ଓ କ୍ରୁମିନାଶକ ବଟିକା ସେବନ କରିବା ନିର୍ଦ୍ଦେଶାବଳୀ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ପ୍ରତି ସୋମବାର ମଧ୍ୟାହ୍ନ ଭୋଜନ ପରେ ଶିକ୍ଷକ / ଶିକ୍ଷୟତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବଟିକା ଖାଇବେ ଏବଂ ଅନ୍ତତଃ ଏକ ଗ୍ଳାସ ପାଣି ପିଇବେ । ଛାତ୍ରଛାତ୍ରୀମାନଙ୍କ ବଟିକାଦେବା ପୂର୍ବରୁ ପ୍ରତ୍ୟକ ଶ୍ରେଣୀ ଶିକ୍ଷକ / ଶିକ୍ଷାତ୍ରୀ ପ୍ରଥମେ ନିଜେ ଗୋଟିଏ ଆଇରନ୍ (ବଡ) ବଟିକା ଖାଇବା । ସୋମବାର ଛୁଟି ପଡୁଥିଲେ ଛାତ୍ରଛାତ୍ରୀଙ୍କୁ ଘରେ ଖାଇବା ପାଇଁ ବଟିକା ଦିଆଯିବ । ଛାତ୍ରଛାତ୍ରୀମାନଙ୍କୁ ନିମ୍ନମତେ ବଟିକା ମାତ୍ରା ଦିଆଯିବ ବୟସ / ଶ୍ରେଣୀ ଆଇରନ୍ ବଟିକା ପରିମାଣ ମାତ୍ରା ଓ ଏସଇବିଏଏନ ପ୍ରଣାଳୀ କୃମିନାଶକ ବଟିକାର ପରିମାଣ ୧ମ ରୁ ୫ମ ଶ୍ରେଣୀ ( ୬ ରୁ ୧୦ ବର୍ଷ ) ଛୋଟ ଆଇରନ୍ ବଟିକା ପ୍ରତି ସୋମବାର ଖାଦ୍ୟ ଖାଇବା ପରେ ୧ଟି ଲେଖାଏଁ ବଟିକା ଖାଇ (ଗିଳି) ୧ ଗ୍ଲାସ ପାଣି ପିଇବେ ୪୦୦। ମି.ଗ୍ରା ଆଲବେଣ୍ଡାଜୋଲ୍ ୬ଷ୍ଠ ରୁ ୧୦/୧୨ମ ଶ୍ରେଣୀ ( ୧୦ ରୁ ୧୯ ବର୍ଷ ) ବଡ ଆଇରନ୍ ବଟିକା ପ୍ରତି ସୋମବାର ଖାଦ୍ୟ ଖାଇବା ପରେ ୧ଟି ଲେଖାଏଁ ବଟିକା ଖାଇ (ଗିଳି) ୧ ଗ୍ଲାସ ପାଣି ପିଇବେ ୪୦୦. ମି.ଗ୍ରା ଆଲବେଣ୍ଡାଜୋଲ୍ କ’ଣ କରିବା ଉଚିତ୍ ମଧ୍ୟାହ୍ନ ଭୋଜନ ପରେ ଶିକ୍ଷକ / ଶିକ୍ଷୟିତ୍ରୀଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଆଇରନ୍ ବଟିକା ଖାଇବା ଉଚିତ୍ । ବୈଦ୍ଧତା ତାରିଖ ( expiry date) ଦେଖି ଔଷଧ ସେବନ କରିବା ଉଚିତ୍ । ଆଇରନ୍ ବଟିକା ପାଣି ସହିତ ସେବନ କରିବା ଉଚିତ୍ ଏବଂ ପରେ ଯଥେଷ୍ଟ ପରିମାଣରେ ପାଣି ପିଇବା ଉଚିତ । ସୂଚନା ଆଇରନ୍ନ ବଟିକା ଖାଇଲେ ବେଳେବେଳେ କିଛି ପିଲାମାନଙ୍କୁ ସାମାନ୍ୟ ପାର୍ଶ୍ଵପ୍ରତିକ୍ରିୟା ( ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା, ପେଟବଥା, କୋଷ୍ଠକାଠିନ୍ୟ ଓ କଳାଝାଡା ଇତ୍ୟାଦି) ହୋଇପାରେ । କିନ୍ତୁ ସମୟାନୁକ୍ରମେ ଏହା କମିଯାଏ । ଏଣୁ ଏହାର ପାଶ୍ଵପ୍ରତିକ୍ରିୟା ଚିନ୍ତାଜନକ ନୁହେଁ । ଏଥିରେ ଭୟ ନକରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ବିଦ୍ୟାଳୟ ପରିଚାଳନା କମିଟିର ଭୂମିକା ରକ୍ତହୀନତା ଦୁରିକରଣ କାର୍ଯ୍ୟକ୍ରମ ଓ ଆଇରନ୍ ବଟିକା ସେବନର ଉପକାରିତା ବିଷୟରେ ଗ୍ରାମବାସୀ ମାନଙ୍କୁ ତଥା ଛାତ୍ରଛାତ୍ରୀ ମାନଙ୍କୁ ସଚେତନା କରାଇବେ । ପିଲାମାନେ ଯେପରି ନିୟମିତ ଆଇରନ୍ ଓ କୃମିନାଶକ ବଟିକା ସେବନ କରିବେ ଏଥିପ୍ରତି ଧ୍ୟାନଦେବେ । ଏହି କାର୍ଯ୍ୟକ୍ରମର ସମୀକ୍ଷା ଓ ସୁପରିଚାଳନା ସୁନିଶ୍ଚିତ କରାଇବେ ଏବଂ ବିଦ୍ୟାଳୟର ଶିକ୍ଷକମାନଙ୍କୁ ସହଯୋଗ କରିବେ ଏବଂ ନିର୍ଦ୍ଧିଷ୍ଟ ଦିନରେ ପିଲାଙ୍କ ଉପସ୍ଥିତି ସୁନିଶ୍ଚିତ କରାଇବେ । ଆଧାର - UNICEF