ମୁଖ୍ୟ ସନ୍ଦେଶ ପ୍ରାକୃତିକ ବିପର୍ଯ୍ୟୟ ଓ ଆପଦକାଳୀନ ପରିସ୍ଥିତିରେ ପିଲାମାନେ ଅସୁସ୍ଥ ହୋଇପଡନ୍ତି ଓ ମାନସିକ ଆଘାତ ପାଆନ୍ତି । ତେଣୁ ତାଙ୍କର ସ୍ଵତନ୍ତ୍ର ଯତ୍ନ ଓ ତାଙ୍କ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ହିସାବରୁ ଜଣାଯାଇଛି ଯେ ପୃଥିବୀରେ ୨.୭ କୋଟି ଶରଣାର୍ଥୀ ଓ ୩ କୋଟି ବିସ୍ଥାପିତ ଲୋକ ଅଛନ୍ତି । ଏମାନଙ୍କ ଭିତରୁ ଶତକଡା ୮୦ ଭାଗ ହେଉଛନ୍ତି ମହିଳା ଓ ଶିଶୁ । ୧୯୯୦ ରୁ ୧୯୯୯ ମସିହା ଭିତରେ ପ୍ରାୟ ଦୁଇ ଶହ କୋଟି ଲୋକ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ହୋଇଛନ୍ତି । ପ୍ରାକୃତିକ ବିପର୍ଯ୍ୟୟରେ ଗରିବ ଲୋକମାନେ ଅଧିକ କ୍ଷତିଗ୍ରସ୍ତ ହୋଇଥା’ନ୍ତି । ଏଥିରେ ହେଉଥିବା ମୃତ୍ୟୁର ପ୍ରାୟ ୯୦ ଭାଗ କେବଳ ବିକାଶମୁଖୀ ଦେଶମାନଙ୍କରେ ହୋଇଥାଏ । ସାରା ପୃଥିବୀରେ ଗତ ଦଶ ବର୍ଷ ଭିତରେ ବିଭିନ୍ନ ବିବାଦରୁ ପ୍ରାୟ ୯୦ ଲକ୍ଷ ପିଲା ମରିଛନ୍ତି , ଆଘାତ ପାଇଛନ୍ତି , ଅନାଥବା ବାପା ମା’ଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି । ଯାହା ଜାଣିବା ହେଉଛି ପ୍ରତ୍ୟକ ପରିବାର ଓ ଗୋଷ୍ଠୀର ଅଧିକାର ୧. ପ୍ରାକୃତିକ ବିପର୍ଯ୍ୟୟ ଓ ଜରୁରୀ ପରିସ୍ଥିତିରେ ଶିଶୁମାନଙ୍କୁ ଆବଶ୍ୟକ ସ୍ଵାସ୍ଥ୍ୟସେବା , ମିଳିମିଳା ଟିକା ଏବଂ ଯଥେଷ୍ଟ ଖାଦ୍ୟ ଦେବା ଜରୁରୀ । ୨. ଜରୁରୀ ପରିସ୍ଥିତି ସମୟରେ ମା’କ୍ଷୀର ଖୁଆଇବା ବିଶେଷ ଦରକାର । ୩. ଯୁଦ୍ଧ ବା ବିପର୍ଯ୍ୟୟ ସମୟରେ ଶିଶୁମାନେ ତାଙ୍କ ବାପା ମା’ ଓ ପରିବାରର ଅନ୍ୟ ଲୋକଙ୍କ ଯତ୍ନରେ ରହିବା ଉଚିତ । ତାହେଲେ ସେମାନେ ନିଜକୁ ବେଶୀ ସୁରକ୍ଷିତ ମନେ କରିବେ । ୪. ଘରେ ଝଗଡା ହେଲେ , ଯୁଦ୍ଧ ବା ସେହିଭଳି ବିପର୍ଯ୍ୟୟ ସମୟ ଆସିଲେ ଶିଶୁ ଡରିଯାଏ ଓ ରାଗିଯାଏ । ଏଭଳି ଘଟଣା ଘଟିଲେ ଶିଶୁମାନଙ୍କର ସ୍ଵତନ୍ତ୍ର ଯତ୍ନ ଓ ଅଧିକ ସ୍ନେହ ଦରକାର ହୁଏ । ତାଙ୍କର ମନକଥା ଓ ଅନୁଭୂତି ଖୋଲି କହିବା ପାଇଁ ସେମାନଙ୍କୁ ସୁଯୋଗ ଦେବା ଦରକାର । ୫. ଲ୍ୟାଣ୍ଡମାଇନ ଓ ଅଫୁଟା ଗୋଳା ଖୁବ୍ ବିପଦଜନକ । ସେସବୁକୁ ଛୁଇଁବା ବା ତା’ ଉପରେ ଗୋଡ ପକାଇବା ଉଚିତ ନୁହେଁ । ପିଲାମାନେ ଖେଳିବା ପାଇଁ ସୁରକ୍ଷିତ ଜାଗା ଛାଡିଦେବା ଦରକାର । କିଛି ଅଜଣା ଜିନିଷ ନଛୁଇଁବା ପାଇଁ ତାଙ୍କୁ ବୁଝାଇଦେବା ଉଚିତ । ପ୍ରାକୃତିକ ବିପର୍ଯ୍ୟୟ ଓ ଜରୁରୀ ପରିସ୍ଥିତିରେ ଶିଶୁମାନଙ୍କୁ ଆବଶ୍ୟକ ସ୍ଵାସ୍ଥ୍ୟସେବା ପ୍ରାକୃତିକ ବିପର୍ଯ୍ୟୟ ଓ ଜରୁରୀ ପରିସ୍ଥିତିରେ ଶିଶୁମାନଙ୍କୁ ଆବଶ୍ୟକ ସ୍ଵାସ୍ଥ୍ୟସେବା , ମିଳିମିଳା ଟିକା ଏବଂ ଯଥେଷ୍ଟ ଖାଦ୍ୟ ଦେବା ଜରୁରୀ । ବହୁତ ଲୋକ ଏକାଠି ରହୁଥିଲେ ରୋଗ ଶୀଘ୍ର ବ୍ୟାପିଯାଏ । ତେଣୁ ଖୁନ୍ଦାଖୁନ୍ଦି ହୋଇ ରହୁଥିବା ଶରଣାର୍ଥୀ ଶିବିର ବା ବିପର୍ଯ୍ୟୟ ଆଶ୍ରୟସ୍ଥଳକୁ ଆସିବା ମାତ୍ରେ ଶିଶୁକୁ ପ୍ରତିଷେଧକ ଟିକା ବିଶେଷ କରି ମିଳିମିଳା ପାଇଁ ଟିକା ଦେବା ଜରୁରୀ । ଏମାନଙ୍କୁ ଅଧିକ ଜୀବସାର କ ମଧ୍ୟ ଦେବା ଜରୁରୀ । ଜରୁରୀ ପରିସ୍ଥିତିରେ ସବୁ ପ୍ରକାରର ପ୍ରତିଷେଧକ ଟିକା ଦେବା ପାଇଁ ସିରିଞ୍ଜ ମାତ୍ର ଥରେ ବ୍ୟବହାର କରିବା ଉଚିତ । ମନ୍ଦପୁଷ୍ଟ ବା ଅସ୍ଵାସ୍ଥ୍ୟକର ପରିବେଶରେ ରହୁଥିବା ଶିଶୁ ପାଇଁ ମିଳିମିଳା ବହୁତ ବିପଦଜନକ ହୋଇପାରେ । ମିଳିମିଳା ବହୁତ ଶୀଘ୍ର ବ୍ୟାପିଯାଏ । ତେଣୁ ମିଳିମିଳା ହୋଇଥିବା ଶିଶୁ ଅନ୍ୟ ଶିଶୁଙ୍କଠାରୁ ଅଲଗା ରହିବା ଉଚିତ । ତାକୁ ଜଣେ ସ୍ୱାସ୍ଥ୍ୟକର୍ମୀ ପରୀକ୍ଷା କରିବା ଓ ଅଧିକା ଜୀବସାର କ ଦେବା ଦରକାର । ଅଧିକାଂଶ ସମୟରେ ମିଳିମିଳାରୁ ତରଳ ଝାଡା ହୋଇଥାଏ । ମିଳିମିଳା ପାଇଁ ପ୍ରତିଷେଧକ ଟିକା ଦେଲେ ତରଳ ଝାଡା ଓ ଫୁସ୍ ଫୁସ୍ ପ୍ରଦାହ ହୋଇନଥାଏ । ଯଦି କୌଣସି କାରଣରୁ ଶିଶୁ ପ୍ରଥମ ବର୍ଷ ଭିତରେ ସବୁ ପ୍ରକାରର ଟିକା ନେଇନଥାଏ, ତେବେ ଯେତେ ଶୀଘ୍ର ସମ୍ଭବ ତା’ର ପ୍ରତିରୋଧୀକରଣ ପୂରା କରିବା ଆବଶ୍ୟକ । ଜରୁରୀ ପରିସ୍ଥିତି ସମୟରେ ମା’କ୍ଷୀର ଖୁଆଇବା ବିଶେଷ ଦରକାର । ପରିବାରର ଅନ୍ୟମାନେ , ଅନ୍ୟ ମା’, ଜଣେ କୁଶଳୀ ସ୍ୱାସ୍ଥ୍ୟକର୍ମୀ କ୍ଷୀର ଖୁଆଉଥିବା ମା’କୁ ବହୁତ କଥା ବତାଇପାରିବେ । ପ୍ରଥମ ଛଅମାସ ଯାଏଁ କେବଳ ମା’କ୍ଷୀର ଏବଂ ଅନ୍ତତଃ ଦୁଇବର୍ଷ ବା ତା’ ପରଯାଏଁ ଅନ୍ୟ ଖାଦ୍ୟ ସହିତ କ୍ଷୀର ଦେବା ଜାରି ରଖିବାକୁ କହିପାରିବେ । ଛଅମାସର ହୋଇଗଲେ ଛୁଆକୁ ମା’କ୍ଷୀର ସହିତ ଅନ୍ୟ ଖାଦ୍ୟ ମଧ୍ୟ ଯଥେଷ୍ଟ ପରିମାଣର ଦେବା ଦରକାର । ମାନସିକ ଚାପରେ ଥିବା ମା’ଙ୍କୁ ବୁଝାଇବା ଦରକାର ଯେ ତାହା କ୍ଷୀର ଖୁଆଇବା ଉପରେ ପ୍ରଭାବ ପକାଏନାହିଁ । ଶିଶୁର ଅସୁସ୍ଥତା ଓ ମୃତ୍ୟୁ ନହେବା ପାଇଁ ଛଅମାସ ଯାଏଁ କେବଳ ମା’କ୍ଷୀର ଦେବା ଜରୁରୀ । ଯଦି ଶିଶୁକୁ ଅନ୍ୟ ଖାଦ୍ୟ ଦେବା ଆବଶ୍ୟକ ହୁଏ ତେବେ ସ୍ଵାସ୍ଥ୍ୟକର ଭାବରେ ଖାଦ୍ୟ ତିଆରି ବିଷୟରେ ମା’ ବା ଯତ୍ନକାରୀଙ୍କୁ ପରାମର୍ଶ ଦେବା ଜରୁରୀ । କୃତିମ ଖାଦ୍ୟ ଖାଉଥିବା ଶିଶୁକୁ ଅଧିକ ଗେଲ କରିବା ଓ ଧରିବା ଦରକାର । ବୋତଲରୁ ଖାଉଥିବା ବେଳେ ସେମାନଙ୍କୁ କେବେ ବି ଏକା ଛାଡିବା କଥା ନୁହେଁ । କପ୍ ରେ ଖୁଆଇବା ଭଲ । ଯୁଦ୍ଧ ବା ବିପର୍ଯ୍ୟୟ ସମୟ ଯୁଦ୍ଧ ବା ବିପର୍ଯ୍ୟୟ ସମୟରେ ଶିଶୁମାନେ ତାଙ୍କ ବାପା ମା’ ଓ ପରିବାରର ଅନ୍ୟ ଲୋକଙ୍କ ଯତ୍ନରେ ରହିବା ଉଚିତ । ତାହେଲେ ସେମାନେ ନିଜକୁ ବେଶୀ ସୁରକ୍ଷିତ ମନେ କରିବେ । ଜରୁରୀ ପରିସ୍ଥିତି ସମୟରେ ପିଲା ଯେପରି ସେମାନଙ୍କ ବାପା ମା’ ବା ଯତ୍ନକାରୀଙ୍କ ଠାରୁ ଅଲଗା ହୋଇନଯାଆନ୍ତି ତାହା ଦେଖିବା ସରକାର , ଅଧିକାରୀ , ଜାତିସଂଘ (ସରକାରଙ୍କ ଅନୁପସ୍ଥିତିରେ) ଙ୍କ ଦାୟିତ୍ଵ ହେବା ଉଚିତ । ଅଲଗା ହୋଇ ଯାଇଥିବା ପିଲାକୁ ସ୍ଵତନ୍ତ୍ର ଯତ୍ନ ଏବଂ ସୁରକ୍ଷା ଦେବା ସରକାର କିମ୍ବା ଅଧିକାରୀଙ୍କର ଦାୟିତ୍ଵ ହେବା ଉଚିତ । ପିଲାର ବାପା ମା’ ଓ ପରିବାର ଲୋକଙ୍କୁ ଖୋଜି ସେମାନଙ୍କୁ ପୁଣି ଏକାଠି କରିବା ମଧ୍ୟ ସରକାରଙ୍କ ଦାୟିତ୍ଵ । ଜରୁରୀ ପରିସ୍ଥିତି ସମୟରେ ପରିବାରଠାରୁ ଅଲଗା ହୋଇଯାଇଥିବା ପିଲାମାନଙ୍କର କିଛି ସମୟ ପାଇଁ ଯତ୍ନ ଆବଶ୍ୟକ । ପିଲା ପୁଣି ଥରେ ପରିବାର ଶହ ଏକାଠି ହେବା ବା ଗୋଟିଏ ପାଳକ ପରିବାର ପାଇବା ଯାଏଁ ଯେତେଦୂର ସମ୍ଭବ ଏହି ଅସ୍ଥାୟୀ ସହାୟତା ପିଲାର ନିଜ ଗୋଷ୍ଠୀର କୌଣସି ପରିବାର ଦ୍ଵାରା ହେବା ଉଚିତ । ଜରୁରୀ ପରିସ୍ଥିତିରେ ବାପା ମା’ଙ୍କଠାରୁ ଅଲଗା ହୋଇ ଯାଇଥିବା ପିଲାଙ୍କୁ ଅନାଥବୋଲି ଧରିନେବା ଉଚିତ ନୁହେଁ ବା ସେମାନଙ୍କୁ ପୋଷ୍ୟସନ୍ତାନ ଭାବରେ ଦେବା ଠିକ୍ ନୁହେଁ । ବାପାମା’ ବା ପରିବାରର ଅନ୍ୟ ଲୋକଙ୍କ ବିଷୟରେ ସଠିକ ଖବର ନପାଇବା ଯାଏଁ ଧରିନେବାକୁ ହେବ ଯେ ସେମାନଙ୍କ ପରିବାର ଲୋକ ବଞ୍ଚିଛନ୍ତି । ଯଦି ବାପାମା’ ବା ପାଖ ଲୋକ ଆଉ ମିଳିବେ ନାହିଁ ତେବେ ସବୁଠାରୁ ଭଲ ହେବ ଯଦି ପିଲାକୁ ତାଙ୍କ ନିଜ ପରିବାର ବା ଗୋଷ୍ଠୀ ଭିତରେ କେହି ପୋଷ୍ୟସନ୍ତାନ ଭାବରେ ଗ୍ରହଣ କରିନିଅନ୍ତି । ଏହା ସମ୍ଭବ ନହେଲେ ଯାଇ ଅନ୍ୟ ସଂସ୍କୃତିର ବା ଦେଶର ପରିବାର ତାକୁ ପୋଷ୍ୟସନ୍ତାନ ଭାବରେ ଗ୍ରହଣ କରିବା କଥା ଚିନ୍ତା କରିବା ଦରକାର । ଆଉ ଗୋଟିଏ ପରିବାର ବା ଦେଶରେ ଯାଇ ଚାଲିବା ପିଲା ପାଇଁ ମାନସିକ ଚାପ ଆଣିଥାଏ । ଶରଣାର୍ଥୀ ପିଲାଙ୍କ ପାଇଁ ନୂଆ ଭାଷା ଓ ସଂସ୍କୃତି ଶିଖିବା ଆହୁରି ଅଧିକା ବୋଝ ହୋଇଥାଏ । ବିପର୍ଯ୍ୟୟ ସମୟ ଆସିଲେ ଶିଶୁ ଡରିଯାଏ ଓ ରାଗିଯାଏ ଘରେ ଝଗଡା ହେଲେ , ଯୁଦ୍ଧ ବା ସେହିଭଳି ବିପର୍ଯ୍ୟୟ ସମୟ ଆସିଲେ ଶିଶୁ ଡରିଯାଏ ଓ ରାଗିଯାଏ । ଏଭଳି ଘଟଣା ଘଟିଲେ ଶିଶୁମାନଙ୍କର ସ୍ଵତନ୍ତ୍ର ଯତ୍ନ ଓ ଅଧିକ ସ୍ନେହ ଦରକାର ହୁଏ । ତାଙ୍କର ମନକଥା ଓ ଅନୁଭୂତି ଖୋଲି କହିବା ପାଇଁ ସେମାନଙ୍କୁ ସୁଯୋଗ ଦେବା ଦରକାର । ଯେତେବେଳେ ପରିଚିତ ଲୋକ , ଘରଦ୍ଵାର , ଜିନିଷପତ୍ର ହଜିଯାଏ ଏବଂ ବଡମାନେ ବହୁତ ଉଦାସ ହୋଇଯାଆନ୍ତି ବା ଅନ୍ୟମନସ୍କ ରହନ୍ତି , ସେତେବେଳେ ପିଲାମାନେ ଖୁବ୍ ଡଋଯାଆନ୍ତି ଓ ନିଜକୁ ଅବହେଳିତ ମନେକରନ୍ତି । ସଙ୍କଟରେ ବା ଜରୁରୀକାଳିନ ପରିସ୍ଥିତିରେ ବାପାମା’ଙ୍କ ପକ୍ଷରେ ପିଲାଙ୍କୁ ଧ୍ୟାନ ଓ ସୁରକ୍ଷା ଦେବା କଷ୍ଟର କଥା ହୋଇପଡେ । କଷ୍ଟଦାୟକ ଓ ହିଂସାତ୍ମକ ଅନୁଭୂତି ପରେ ପିଲାର ମାନସିକ ଉଦ୍ ବେଗ ବା ଅସ୍ଵାଭାବିକ ଚାଲିଚଳଣ ଦେଖାଯାଏ । କିଛି ପିଲା ଚୁପ ହୋଇଯାଆନ୍ତି , ଆଉ କିଛି ପିଲା ଉଗ୍ର ହୋଇଯାଆନ୍ତି । କିଛି ପିଲାଙ୍କର ଡର ନଯାଇଥିଲେ ବି ସେମାନେ ପରିସ୍ଥିତି ଶହ ଖାପ ଖୁଆଇ ପାରିଛନ୍ତି ବୋଲି ଦେଖାନ୍ତି । ଅନେକ ଦିନ ଧରି ହିଂସାତ୍ମକ ପରିସ୍ଥିତି ଲାଗିରହିଲେ ପିଲାମାନେ ସେଥିରେ ଅଭ୍ୟସ୍ତ ହୋଇଯାଆନ୍ତି । ତଥାପି ଏହା ପିଲାଙ୍କୁ ବହୁତ ବାଧେ । ସେମାନଙ୍କ ମନକଥା ବୁଝିବା ପାଇଁ କେହି ନମିଳିଲେ ସେମାନେ ଆହୁରି ଅଧିକ ଉଦାସ ହୋଇଯାଆନ୍ତି । ନିୟମିତ କାର୍ଯ୍ୟକ୍ରମ - ସ୍କୁଲ ଯିବା , ସବୁଦିନ ଭଳି ସମୟରେ ଖାଇବା ଓ ଶୋଇବା - ଆଦି କରିବା ଦ୍ଵାରା ପିଲା ନିଜକୁ ସୁରକ୍ଷିତ ମନେକରେ । କିଛି ମଜା କାମ କରିବା ଦ୍ଵାରା ପିଲାର ମାନସିକ ଚାପ କମିଥାଏ । ଖେଳ , ଅନ୍ୟ ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ଶିବିର ଭିତରେ ସୁବିଧା ଜାଗା ଓ ସୁଯୋଗ ସୃଷ୍ଟି କରିବା ଆବଶ୍ୟକ । ଚିତ୍ର ଆଙ୍କିବା , କଣ୍ଢେଇ ଶହ ଖେଳିବା ଦ୍ଵାରା ପିଲା ତା’ର ମନର ଆବେଗକୁ ପ୍ରକାଶ କରିଥାଏ ଓ ପରିସ୍ଥିତିକୁ ଗ୍ରହଣ କରିଥାଏ । ଏଭଳି ପରିସ୍ଥିତି ବିଷୟରେ ସେ ନାଟକ କରେ । ଏହା ବହୁତ ସାଧାରଣ କଥା ଓ ଏହା ମାଧ୍ୟମରେ ସେ ଘଟଣାର ପ୍ରଭାବକୁ ଗ୍ରହଣ କରିପାରେ । ପିଲା ସେମାନଙ୍କ ଅସୁବିଧା ବିଷୟରେ କହିବା ଦରକାର । ସେମାନେ ନିଜକୁ ପ୍ରକାଶ କରିବା ପାଇଁ ଉତ୍ସାହିତ କରିବା ଆବଶ୍ୟକ , କିନ୍ତୁ ସେମାନଙ୍କୁ ବାଧ୍ୟ କରିବା ଉଚିତ ନୁହେଁ । ସେମାନେ କ’ଣ ଦେଖିଛନ୍ତି ଓ ଅନୁଭବ କରିଛନ୍ତି ସେ ବିଷୟରେ ଶୁଣିବା ଉଚିତ । ତିନିରୁ ଛଅ ବର୍ଷର ପିଲା କୌଣସି ଘଟଣା ପାଇଁ ନିଜକୁ ଦାୟୀ କରିପାରେ । ଏହି ଭାବନା ଯୋଗୁ ସେମାନେ ନିଜକୁ ଦୋଷୀ ମନେ କରିପାରନ୍ତି । ଏହି ପିଲାମାନଙ୍କ ପାଇଁ ଜଣେ ଯତ୍ନବାନ ବଡଲୋକର ସହାୟତା ଦରକାର । ପିଲାର ସବୁବେଳେ ଆଶ୍ଵାସନା ଦରକାର । ତାକୁ ଗାଳି ବା ଦଣ୍ଡ ଦେବା ଉଚିତ ନୁହେଁ । ଯଦି ପରିବାରର କେହି ବାହାରକୁ ଯିବାର ଥାଏ ତେବେ ପିଲାକୁ ଆଗରୁ କହିବା ଆବଶ୍ୟକ । ଲୋକ ଜଣକ କୁଆଡେ ଯାଉଛନ୍ତି , କେବେ ଫେରିବେ , ସେମାନେ ନଥିଲାବେଳେ ପିଲାର ଯତ୍ନ କିଏ ନେବେ ସେ ବିଷୟରେ ପିଲାକୁ କହିବା ଦରକାର । କିଶୋରମାନେ ଯୁଦ୍ଧ ଓ ଗଭୀର ଦୁଃଖଦାୟକ ପରିସ୍ଥିତି ବିଷୟରେ ବେଶ୍ କିଛି ବୁଝିପାରନ୍ତି । ସେଥିପାଇଁ ସେମାନେ ଛୋଟ ପିଲାଙ୍କ ଆପେକ୍ଷା ଅଧିକ ମାନସିକ ଚାପ ପାଇଥା’ନ୍ତି ଏବଂ ପରିସ୍ଥିତିକୁ ସମ୍ଭାଳି ପାରିଲେ ନାହିଁ ଭାବି ନିଜକୁ ଦୋଷ ଦିଅନ୍ତି । ସେମାନେ ପରିସ୍ଥିତିକୁ ସମ୍ଭାଳିଗଲା ଭଳି ଦେଖାଇଲେ ମଧ୍ୟ ଏଭଳି ଦୁଃଖଦାୟକ ପରିସ୍ଥିତିକୁ ସାମନା କରିବା ପାଇଁ ସେମାନଙ୍କର ମାନସିକ ପରିପକ୍ଵତା ନଥାଏ । ରାଗ ଓ ହତାଶାକୁ ସାମନା କରିବା ପାଇଁ ବେଳେ ବେଳେ ସେମାନେ ସେମାନେ ଉଗ୍ର ହୋଇଯାଆନ୍ତି । ସେମାନେ ଅଧିକାରୀଙ୍କ ବିରୁଦ୍ଧରେ ବିଦ୍ରୋହ , ନିଶାଦ୍ରବ୍ୟ ସେବନ ବା ଚୋରୀ କରନ୍ତି । କିମ୍ବା ଚୁପଚାପ ଓ ଭୟାଳୁ ହୋଇଯାଆନ୍ତି ଏବଂ ଦୁଃଖଦ ଅନୁଭୂତି ଆସିବା ବୋଲି ଆଶଙ୍କା କରନ୍ତି । ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଗୋଷ୍ଠୀର କୌଣସି କାମରେ ଲଗାଇଲେ ତାହା ବହୁତ ଫଳପ୍ରଦ ହୋଇଥାଏ । କିଶୋରମାନେ ପରିବାର ଲୋକଙ୍କ ଉପରେ ବିଶ୍ଵାସ ହରାଇଲେ ତାଙ୍କ ପାଇଁ ସାଙ୍ଗସାଥି , ଶିକ୍ଷକ ଓ ଗୋଷ୍ଠୀର ଲୋକମାନେ ବିଶେଷ ସହାୟକ ହୋଇପାରନ୍ତି । ଏମାନେ ବିଶ୍ଵାସୀ ସାଥି ଓ ବଡଲୋକଙ୍କ ଆଗରେ ନିଜର ଅନୁଭୂତି କହିବା ପାଇଁ ଉତ୍ସାହିତ ହେବା ଜରୁରୀ ଏବଂ ଗୋଷ୍ଠୀର ଥଇଥାନ କାର୍ଯ୍ୟକ୍ରମରେ ଭାଗ ନେବା ଦରକାର । ପିଲାଙ୍କର ମାନସିକ ଉଦ୍ ବେଗ ଯଦି ବହୁତ ଅଧିକ ଥାଏ ଓ ଏହା ବହୁତ ଦିନ ଧରି ରହେ , ସେମାନଙ୍କ ପାଇଁ ପରାମର୍ଶଦାତାଙ୍କ ସହାୟତା ଆବଶ୍ୟକ । ଲ୍ୟାଣ୍ଡମାଇନ ଓ ଅଫୁଟା ଗୋଳା ଖୁବ୍ ବିପଦଜନକ ସେସବୁକୁ ଛୁଇଁବା ବା ତା’ ଉପରେ ଗୋଡ ପକାଇବା ଉଚିତ ନୁହେଁ । ପିଲାମାନେ ଖେଳିବା ପାଇଁ ସୁରକ୍ଷିତ ଜାଗା ଛାଡିଦେବା ଦରକାର । କିଛି ଅଜଣା ଜିନିଷ ନଛୁଇଁବା ପାଇଁ ତାଙ୍କୁ ବୁଝାଇଦେବା ଉଚିତ । ଲ୍ୟାଣ୍ଡମାଇନ ବହୁତ ଆକାର , ପ୍ରକାର ଓ ରଙ୍ଗର ହୋଇଥାଏ । ଏଗୁଡିକ ମାଟି ତଳେ ପୋତା ହୋଇ ଥାଇପାରେ କିମ୍ବା ଘାସରେ , ଗଛରେ ବା ପାଣି ଭିତରେ ଲୁଚାଇ ରଖାଯାଇ ଥାଇପାରେ । ବର୍ଷା , ପାଣି , ପବନ ଆଦିର ପ୍ରଭାବରେ କଳଙ୍କି ଧରିଯାଇଥିବା ବୋମାଗୁଡିକୁ ଚିହ୍ନଟ କରିବା କଷ୍ଟ , କିନ୍ତୁ ସେଗୁଡିକ ସବୁବେଳେ ବିପଦଜନକ । ଲ୍ୟାଣ୍ଡମାଇନ ସାଧାରଣତଃ ଦେଖାଯାଏ ନାହିଁ । ତେଣୁ ସାମରିକ କ୍ରିୟାକଳାପ ଚାଲିଥିବା ଅଞ୍ଚଳ , ପରିତ୍ୟକ୍ତ ବା ଆରମା ଅଞ୍ଚଳରେ ଏହା ପ୍ରତି ଅଧିକ ସାବଧାନ ହେବା ଦରକାର । ବୋମା ଥିବା ଅଞ୍ଚଳକୁ ଖପୁରୀ ଓ ହାଡଛକି ଚିତ୍ର , ଦୁଇଟି ବାଡିକୁ ଛକି ରଖି ବା ଘାସରେ ଗଣ୍ଠି ପକାଇ ଚିହ୍ନଟ କରାଯାଇପାରେ । ଲ୍ୟାଣ୍ଡମାଇନ କିମ୍ବା ଫୁଟିନଥିବା ଗୁଳିଗୋଳା ଛୁଇଁବା ଉଚିତ ନୁହେଁ । ଏଥିରୁ ଅଧିକାଂଶ ମାଟିରେ ପଡିବା ମାତ୍ରେ ଫୁଟିବା କଥା , କିନ୍ତୁ ବେଳେ ବେଳେ କିଛି ଫୁଟି ନଥାଏ । ଏଗୁଡିକ ତଥାପି ବହୁତ ବିପଦଜନକ । ପଡିଆରେ ନିଆଁ ଲଗାଇଦେଲେ ବୋମା ଫୁଟିଯାଏ ନାହିଁ କିମ୍ବା ସେ ଅଞ୍ଚଳ ବିପଦମୁକ୍ତ ହୋଇଯାଏ ନାହିଁ । କିଛି ଲ୍ୟାଣ୍ଡମାଇନ ଉପରେ ଓଜନ ପଡିଲେ ଫୁଟେ , ଆଉ କିଛି ତାର ଟାଣି ହୋଇଗଲେ , ତାକୁ ଛୁଇଁଲେ ବା ଓଲଟାଇଲେ ଫୁଟେ । ସେଥିପାଇଁ ମାଟି ପାଖରେ ଝୁଲୁଥିବା କୌଣସି ତାର ମାଡିବା କଥା ନୁହେଁ , ତା’ ତଳେ ଲ୍ୟାଣ୍ଡମାଇନ ଥାଇପାରେ । ଯେଉଁଠି ଗୋଟିଏ ଲ୍ୟାଣ୍ଡମାଇନ ଥାଏ ତା’ ଆଖପାଖରେ ଆହୁରି କେତେ ଲ୍ୟାଣ୍ଡମାଇନ ଥିବାର ସମ୍ଭାବନା ବହୁତ । ଲ୍ୟାଣ୍ଡମାଇନ ଥିବାର ସୂଚନା ପାଇଲେ ଆଉ ଆଗକୁ ନଯାଇ ଯାଇଥିବା ବାଟରେ ହିଁ ଫେରିଆସିବା ଉଚିତ । ନଚେତ ସେଠାରେ ସ୍ଥିର ହୋଇ ଠିଆ ହୋଇ ସାହାଯ୍ୟ ପାଇଁ ଡାକିବା ଜରୁରୀ । ଲ୍ୟାଣ୍ଡମାଇନ ଦ୍ଵାରା ଆଘାତ ପାଇଲେ ରକ୍ତ ବନ୍ଦ ହେବ ଯାଏଁ ରକ୍ତ ବୋହୁଥିବା ଜାଗାକୁ ଜୋରରେ ଚିପି ଧରନ୍ତୁ । ଯଦି ରକ୍ତ ବୋହିବା ନକମେ ତେବେ ଖଣ୍ଡିଆ ଜାଗା ଉପରକୁ ବା ତା’ ପାଖରେ ଗୋଟିଏ ଦଉଡି ଜୋରରେ ବାନ୍ଧିଦେଇ ସାଙ୍ଗେ ସାଙ୍ଗେ ଡାକ୍ତରଖାନା ନେଇଯିବା ଜରୁରୀ । ଯଦି ଡାକ୍ତରଖାନା ନେବା ଘଣ୍ଟାକରୁ ଅଧିକ ଡେରି ହୁଏ ତେବେ ପ୍ରତି ଘଣ୍ଟାକରେ ଠାରେ ଦଉଡି ଖୋଲି ଦେଖିବା ଦରକାର । ରକ୍ତ ବୋହିବା ବନ୍ଦ ହୋଇଯାଇଥିଲେ ଦଉଡି ଖୋଲିଦିଅନ୍ତୁ । ଯଦି ପିଲାର ନିଶ୍ଵାସ ଚାଲୁଥାଏ କିନ୍ତୁ ସେ ଅଚେତ ଥାଏ ତେବେ ତାକୁ କଡେଇ ଶୁଆଇ ଦିଅନ୍ତୁ ଯେପରି ତା’ର ଜିଭ ନିଶ୍ଵାସ ନେବାରେ ବାଧା ନଆଣେ । ଅଞ୍ଚଳକୁ ନିରାପଦ କରିବା ପାଇଁ ଦକ୍ଷ ଓ ଅଭିଜ୍ଞ ଲିକଙ୍କ ଦ୍ଵାରା ରକ୍ତ ବୋହୁଥିବା ଜାଗାକୁ କାଢି ବାହାର କରିଦେବା ଜରୁରୀ । ଆଧାର – UNICEF