ଉପକ୍ରମ ଶିଶୁମାନଙ୍କର ଅଧାରୁ ଅଧିକ ରୋଗ ଏବଂ ମୃତ୍ୟୁ, ଖାଦ୍ଯ, ପାଣି ବା ଅପରିଷ୍କାର ହାତ ମାଧ୍ୟମରେ ପାଟି ପଟେ ଶରୀର ମଧ୍ୟକୁ ଯାଉଥିବା କୀଟାଣୁମାନଙ୍କ ଦ୍ଵାରା ହୋଇଥାଏ । ଏଠି ମଧ୍ୟରୁ ବହୁତ କୀଟାଣୁ ମଣିଷ ଏବଂ ପଶୁ ମାନଙ୍କର ମଳରୁ ଆସିଥାଏ । ବ୍ୟକ୍ତିଗତ ପରିଚ୍ଛନ୍ନତାର ଉତ୍ତମ ଅଭ୍ୟାସକୁ ଆପଣାଇବା, ସବୁ ପ୍ରକାରର ମଳ, ଶୌଚାଳୟ ବା ପାଇଖାନାରେ ପକାଇବା । ଶୌଚ ହେବା ବା ଶିଶୁଙ୍କର ମଳ ସଫା କରିବା ପରେ ଏବଂ ଶିଶୁଙ୍କୁ ଖାଦ୍ୟଦେବା ବା ଭୋଜନକୁ ଛୁଇଁବା ପୂର୍ବରୁ ହାତଗୁଡ଼ିକୁ ସାବୁନ ଏବଂ ପାଣିରେ ଧୋଇବା ଏବଂ ଘର, ରାସ୍ତା, କୁଅ ଏବଂ ଶିଶୁମାନଙ୍କର ଖେଳିବା ଯାଗା ଠାରୁ ଦୂରରେ ପଶୁମାନଙ୍କର ମଳ ନିଷ୍କାସନ କଲେ ବହୁପ୍ରକାରର ରୋଗ ବିଶେଷକରି ତରଳ ଝାଡା ଠାରୁ ସୁରକ୍ଷା ମିଳିପାରିବ । ମୁଖ୍ୟ ସୂଚନା ସବୁପ୍ରକାରର ମଳ ନିଷ୍କାସନ ସୁରକ୍ଷିତ ଢଙ୍ଗରେ କରାଯିବା ଦରକାର । ଶୌଚାଳୟ ବା ପାଇଖାନାର ବ୍ୟବହାର କରିବା ଏହାର ସବୁଠାରୁ ଉପାୟ ଅଟେ । ମଳକୁ ଛୁଇଁବା ପରେ ଏବଂ ଭୋଜନକୁ ଛୁଇଁବା ପୂର୍ବରୁ ତଥା ଶିଶୁଙ୍କୁ ଖାଦ୍ୟ ଖୁଆଇବା ପୂର୍ବରୁ ପରିବାରର ସମସ୍ତ ସଦସ୍ୟ ଓ ଶିଶୁମାନେ ମଧ୍ୟ ନିଜ ହାତକୁ ସାବୁନ୍ ଏବଂ ପାଣି ବା ସଦ୍ୟ ପାଉଁଶ ଓ ପାଣିରେ ଭଲ ଭାବରେ ଧୋଇବା ଦରକାର । ପ୍ରତ୍ୟକ ସାବୁନ୍ ଏବଂ ପାଣିରେ ମୁହଁ ଧୋଇଲେ ଆଖିର କଷ୍ଟରୁ ବଞ୍ଚିହେବ, ଆଖି ସଂକ୍ରମଣର କାରଣ ଟ୍ରାଇକୋମା ହୋଇପାରେ, ଯେଉଁଥିରେ କି ଆଖିର ଦ୍ରୁଷ୍ଟି ଶକ୍ତି ଚାଲି ଯାଇପାରେ । କେବଳ ସୁରକ୍ଷିତ ଉତ୍ସରୁ ନିଆଯାଇଥିବା ବା ଶୁଦ୍ଧ କରାଯାଇଥିବା ପାଣି ହିଁ ବ୍ୟବହାର କରାଯିବା ଉଚିତ୍ । ପାଣିକୁ ସୁରକ୍ଷିତ ରଖିବା ପାଇଁ ପାଣି ପାତ୍ରରେ ହାତ ବୁଡାଇବା ଉଚିତ୍ ନୁହେଁ । ତାହାକୁ ଘୋଡେଇ ରଖିବା ଉଚିତ୍ । ଫଳ, ପନିପରିବା ଏବଂ କଞ୍ଚା ଖିଆଯାଉଥିବା ଖାଦ୍ୟକୁ ଖାଇବା ଏବଂ ରାନ୍ଧିବା ପୂର୍ବରୁ ଧୋଇବା ଜରୁରୀ ଅଟେ । ରନ୍ଧା ଯାଇଥିବା ଭୋଜନକୁ ତୁରନ୍ତ ଖାଇଦେବା ଦରକାର ବା ପୁଣିଥରେ ଖାଇବା ପୂର୍ବରୁ ସଂପୂର୍ଣ୍ଣ ଭାବେ ଗରମ କରିବା ଦରକାର । ଖାଦ୍ୟ, ବାସନକୁସନ ଏବଂ ରୋଷେଇ ଘରକୁ ପରିଷ୍କାର ରଖିବା ଉଚିତ୍ । ଖାଦ୍ୟକୁ ବାସନକୁସନ ଦ୍ଵାରା ଢାଙ୍କି କରି ରଖିବା ଉଚିତ୍ । ଘରର ସମସ୍ତ ଅଳିଆକୁ ସୁରକ୍ଷିତ ଭାବେ ନିଷ୍କାସନ କରିବା ଦ୍ଵାରା ରୋଗର ବ୍ୟାପକତାକୁ ହ୍ରାସ କରାଯାଇପାରେ । ପାଣିକୁ ସୁରକ୍ଷିତ ରଖିବା ପାଇଁ ପାଣିକୁ କିପରି ସୁରକ୍ଷିତ ରଖାଯାଇପାରିବ, ସେ ସଂପର୍କରେ ପରିବାର ଓ ଗୋଷ୍ଠୀ ସଂପୂର୍ଣ୍ଣ ଭାବେ ଜାଣିବା ଦରକାର କୂଅ ଗୁଡିକୁ ଢାଙ୍କି ସେଗୁଡିକୁ ସୁରକ୍ଷିତ କୂଅରେ ପରିଣତ କରନ୍ତୁ ବା ହ୍ୟାଣ୍ଡପମ୍ପ ଲଗାନ୍ତୁ । ରୋଷାଇ କରିବା, ପିଇବା ବା ଗାଧୋଇବା ପାଇଁ ବ୍ୟବହାର କରାଯାଉଥିବା ଜଳର ଉତ୍ସଠାରୁ ମଳ ଏବଂ ଅପରିଷ୍କାର ପାଣି ( ବିଶେଷ କରି ଶୌଚାଳୟର ପାଣି ଏବଂ ଘର ପରିଷ୍କାର ପରେ ବାହାରୁ ଥିବା ପାଣି) କୁ ଦୂରେଇ ରଖିବା ଉଚିତ୍ । ଜଳ ଉତ୍ସଠାରୁ ପାଇଖାନାକୁ ଅତିକମ୍ ରେ ୧୫ ମିଟର ଦୂର ତଥା ତଳୁଆ ଗଡାଣି ସ୍ଥାନ ଉପରେ ତିଆରି କରନ୍ତୁ । ପାଣି ବାହାର କରିବା ଏବଂ ଭର୍ତ୍ତି କରି ରଖିବା ପାଇଁ ବ୍ୟବହୃତ ହେଉଥିବା ବାଲଟି, ଦଉଡି ଓ ବାସନକୁସନକୁ ମାଟି ଉପରେ ରଖିବା ବଦଳରେ ସର୍ବଦା ସଫା ସ୍ଥାନରେ ରଖନ୍ତୁ ଯାହାଫଳରେ କି ସେଗୁଡିକ ପରିଷ୍କାର ରହିବ । ପଶୁମାନଙ୍କୁ ପିଇବା ପାଣି ଉତ୍ସଏବଂ ପରିବାର ରହୁଥିବା ଜାଗା ଠାରୁ ଦୂରରେ ରଖନ୍ତୁ । ଜଳସ୍ରୋତର ଆଖ ପାଖରେ କୀଟନାଶକ ବା ରାସାୟନିକପଦାର୍ଥ ବ୍ୟବହାର କରନ୍ତୁ ନାହିଁ । ଘରେ ପାଣି ସଫା ରଖିବା ପାଇଁ ପିଇବା ପାଣିକୁ ପରିଷ୍କାରପାତ୍ରରେ ଢାଙ୍କି ରଖନ୍ତୁ । ଅପରିଷ୍କାର ହାତ ପାଣିରେ ବୁଡାନ୍ତୁ ନାହିଁ । ପାତ୍ରରୁ ପାଣି ବାହାର କରିବା ପାଇଁ ଲମ୍ବା ବେଣ୍ଟ ଥିବା ସଫା ଡଙ୍କି / ପାତ୍ର ବ୍ୟବହାର କରନ୍ତୁ । ପାଣି ରଖିବା ପାଇଁ ପାତ୍ରରେ ନାଳ ଲଗାନ୍ତୁ । କାହାକୁ ପାଣିର ଏହି ପାତ୍ରରେ ହାତ ବୁଡାଇବାକୁ କିମ୍ବା ମୁହଁ ଲଗାଇ ପାଣି ପିଇବାକୁ ଦିଅନ୍ତୁ ନାହିଁ । ଭର୍ତ୍ତି କରାଯାଇଥିବା ପାଣି ଠାରୁ ପଶୁମାନଙ୍କୁ ଦୂରେଇ ରଖନ୍ତୁ । ଯଦି ପିଇବା ପାଣି ସୁରକ୍ଷା ସମ୍ପର୍କରେ କିଛି ସନ୍ଦେହ ଠେ, ତେବେ ସ୍ଥାନୀୟ ଅଧିକାରୀମାନଙ୍କର ପରାମର୍ଶ ନେବା ଦରକାର । ସମସ୍ତେ ଜାଣିବା ଦରକାର ଅନିଷ୍ଟକାରୀ କୀଟ ପତଙ୍ଗ ମାରିବା ପାଇଁ ଦରକାର ହେଉଥିବା ରାସାୟନିକ ପଦାର୍ଥ ଯଦି ଅତି କମ୍ ମାତ୍ରାରେ ବି ପାଣି ଏବଂ ଖାଦ୍ୟ ଉପରେ ପଡେ ଅଥବା ହାତ କିମ୍ବା ଗୋଡ ଉପରେ ପଡିଥାଏ, ତେବେ ଏହା ବହୁତ ବିପଦଜନକ ହୋଇଥାଏ । ଏହି ରାସାୟନିକ ପଦାର୍ଥକୁ ରଖିବା ଉତ୍ସ ବା ସିଞ୍ଚନ କରିବା ପାଇଁ ଦରକାର ହେଉଥିବା କନା ଏବଂ ପାତ୍ରକୁ ଘରର ଜଳ ଉତ୍ସ ନିକଟରେ ଧୁଅନ୍ତୁ ନାହିଁ କୀଟ ପତଙ୍ଗ ମାରିବା ପାଇଁ ବ୍ୟବହୃତ ଔଷଧ ଏବଂ ଅନ୍ୟାନ୍ୟ ରାସାୟନିକ ପଦାର୍ଥର ବ୍ୟବହାର ଘରର ଆଖ ପାଖରେ ଜଳ ଉତ୍ସ ନିକଟରେ କରିବା ଉଚିତ୍ ନୁହେଁ । ରାସାୟନିକ ପଦାର୍ଥକୁ ପିଇବା ପାଣି ପାଇଁ ଥିବା ବାସନକୁସନରେ ବା ଏହାର ଆଖପାଖରେ କିମ୍ବା ଖାଦ୍ୟଦ୍ରବ୍ୟ ନିକଟରେ ରଖିବା ଉଚିତ୍ ନୁହେଁ । କୀଟପତଙ୍ଗ ମାରିବା ପାଇଁ ଉଦ୍ଦିଷ୍ଟ ଔଷଧ ବା ସାରର ଡବାରେ ଖାଦ୍ୟ ବା ପାଣି ରଖିବା ଉଚିତ୍ ନୁହେଁ । ଆଧାର : ନ୍ୟାସନାଲ ହେଲଥ ମିଶନ