ଉପକ୍ରମ ଶିଶୁଙ୍କ ଭିତରେ ଅଧାରୁ ବେଶୀ ମୃତ୍ୟୁ ବା ଅସୁସ୍ଥତା ଜୀବାଣୁ ଦ୍ଵାରା ହୋଇଥାଏ ଏବଂ ଏହି ଜୀବାଣୁ ଖାଦ୍ୟ , ପିଇବା ପାଣି କିମ୍ବା ମଇଳା ହାତ ଦେଇ ପେଟକୁ ଯାଇଥାଏ । ଏଭିତରୁ ଅଧିକାଂଶ ଜୀବାଣୁ ମଣିଷର ବା ଜୀବଜନ୍ତୁଙ୍କ ମଳରୁ ଆସିଥାଏ । ଉତ୍ତମ ସ୍ଵାସ୍ଥ୍ୟରକ୍ଷା ଅଭ୍ୟାସ ସାହାଯ୍ୟରେ ବହୁତଗୁଡିଏ ରୋଗର , ବିଶେଷ କରି ତରଳ ଝାଡାର , ପ୍ରତିରୋଧ କରାଯାଇପାରେ । ପାଇଖାନାରେ ଝାଡା ବସିବା , ଝାଡା ଯିବା ପରେ ଏବଂ ଶିଶୁକୁ ଖୁଆଇବା ଆଗରୁ ହାତକୁ ସାବୁନ ବା ପାଉଁଶ ଓ ପାଣିରେ ଭଲ କରି ଧୋଇବା , ଜୀବଜନ୍ତୁଙ୍କ ମଳ ଘର , ରାସ୍ତା , କୂଅ ଓ ପିଲାଙ୍କ ଖେଳିବା ଜାଗାଠାରୁ ଦୂରରେ ରଖିବା ହେଉଛି ଉତ୍ତମ ସ୍ଵାସ୍ଥ୍ୟରକ୍ଷା ଅଭ୍ୟାସର କିଛି ଉଦାହରଣ । ଗୋଷ୍ଠୀରେ ସମସ୍ତେ ଏକାଠି ମିଶି ପାଇଖାନା ତିଆରି କରିବା ଓ ବ୍ୟବହାର କରିବା , ପିଇବା ପାଣିକୁ ସୁରକ୍ଷିତ ରଖିବା , ମଇଳା ପାଣି ଓ ଅଳିଆ ଠିକ ଜାଗାରେ ପକାଇବା ଉଚିତ । ସରକାର ମଧ୍ୟ ସମସ୍ତେ ବସାଇ ପାରିବା ଭଳି ଅଳ୍ପ ମୂଲ୍ୟର ପାଇଖାନା ତିଆରି ଓ ବ୍ୟବହାର ବିଷୟରେ ଲୋକଙ୍କୁ ବୁଝାଇବା ଦରକାର । ସହର ଅଞ୍ଚଳରେ ଅଳ୍ପ ମୂଲ୍ୟର ପାଇଖାନା ପରିମଳ ବ୍ୟବସ୍ଥା , ମଇଳା ପାଣି ନିଷ୍କାସନ , ପିଇବା ପାଣି ଯୋଗାଣ ଏବଂ ମଇଳା ସଂଗ୍ରହ ପାଇଁ ସରକାର ବ୍ୟବସ୍ଥା କରିବା ଆବଶ୍ୟକ । ଯାହା ଜାଣିବା ହେଉଛି ପ୍ରତ୍ୟକ ପରିବାର ଓ ଗୋଷ୍ଠୀର ଅଧିକାର ୧. ନିରାପଦ ଭାବରେ ମଳକୁ ଫିଙ୍ଗାଯିବା ଉଚିତ । ଏଥିପାଇଁ ପାଇଖାନାର ବ୍ୟବହାର ସବୁଠାରୁ ନିରାପଦ । ୨. ପିଲାଠାରୁ ବଡ ଯାଏଁ ଘରର ସମସ୍ତେ ଝାଡା ଯିବା ପରେ , ଖାଇବା ଆଗରୁ ଓ ଶିଶୁକୁ ଖୁଆଇବା ଆଗରୁ ସାବୁନ କିମ୍ବା ପାଉଁଶ ଓ ପାଣିରେ ହାତ ଭଲ କରି ଧୋଇବା ଜରୁରୀ । ୩. ସାବୁନରେ ମୁହଁ ଧୋଇଲେ ଆଖି ସଂକ୍ରମଣରୁ ରକ୍ଷା ମିଳିଥାଏ । ପୃଥିବୀର କେତେକ ଅଞ୍ଚଳରେ ଆଖିର ସଂକ୍ରମଣରୁ ଟ୍ରକୋମା ଆରମ୍ଭ ହୁଏ ଓ ଶେଷରେ ଅନ୍ଧତ୍ଵ ଆସିଥାଏ । ୪. ପାତ୍ରକୁ ଉତ୍ସରୁ ବା ବିଶୋଧିତ ହୋଇଥିବା ପାଣି ବ୍ୟବହାର କରନ୍ତୁ । ପାଣି ରଖୁଥିବା ପାତ୍ରକୁ ଘୋଡାଇ ରଖିବା ଜରୁରୀ । ୫. କଞ୍ଚା ବା ବାସୀ ଖାଦ୍ୟ ମାରାତ୍ମକ ହୋଇପାରେ । କଞ୍ଚା ଖାଦ୍ୟ ଭଲକରି ଧୁଆହେବା ବା ରନ୍ଧାହେବା ଆବଶ୍ୟକ । ରନ୍ଧା ଖାଦ୍ୟକୁ ଡେରି ନକରି ବା ପୁଣି ଥରେ ଭଲ ଭାବରେ ଗରମ କରି ଖାଇବା ଉଚିତ । ୬. ଖାଦ୍ୟ , ବାସନ ଓ ରନ୍ଧା ଜାଗା ପରିଷ୍କାର ରଖିବା ଆବଶ୍ୟକ । ଖାଦ୍ୟକୁ ଘୋଡାଇ ରଖିବା ଉଚିତ । ୭. ଘରର ଅଳିଆକୁ ନିରାପଦ ଜାଗାରେ ଫିଙ୍ଗିଲେ ରୋଗ ଦାଉରୁ ରକ୍ଷା ମିଳିଥାଏ । ନିରାପଦ ଭାବରେ ମଳକୁ ଫିଙ୍ଗାଯିବା ଉଚିତ ନିରାପଦ ଭାବରେ ମଳକୁ ଫିଙ୍ଗାଯିବା ଉଚିତ । ଏଥିପାଇଁ ପାଇଖାନାର ବ୍ୟବହାର ସବୁଠାରୁ ନିରାପଦ । ତରଳ ଝାଡା ଭଳି ଅନେକ ରୋଗ ମଣିଷର ମଳ ଜରିଆରେ ବ୍ୟାପିଥାଏ । ଏଥିରୁ ଜୀବାଣୁ ପିଇବା ପାଣି , ଖାଦ୍ୟ , ହାତ , ବାସନ କିମ୍ବା ରନ୍ଧାଜାଗାକୁ ଆସେ । ଏସବୁକୁ ବ୍ୟବହାର କଲେ ଜୀବାଣୁ ଦେହକୁ ଆସି ରୋଗ କରାଏ । ଏଥିରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଲା ମଣିଷ ଓ ଜୀବଜନ୍ତୁଙ୍କ ମଳକୁ ସୁରକ୍ଷିତ ଭାବରେ ଦୂରେଇବା । ମଣିଷ ପରିଷ୍କାର ପାଇଖାନା ବ୍ୟବହାର କରିବା ଭଲ ଜୀବଜନ୍ତୁଙ୍କ ମଳ ଘର , ଏବଂ ପିଲାଙ୍କ ଖେଳିବା ଜାଗାଠାରୁ ଦୂରରେ ଗଦାଇବା ଦରକାର । ଯଦି ପାଇଖାନା ବ୍ୟବହାର କରିବା ସମ୍ଭବ ନୁହେଁ ତେବେ ଘର , ରାସ୍ତା , ପିଇବା ପାଣି ଏବଂ ପିଲାଙ୍କ ଖେଳ ଜାଗାଠାରୁ ଦୂରରେ ଝାଡା ଯିବା ଏବଂ ତାକୁ ସାଙ୍ଗେ ସାଙ୍ଗେ ପୋତିଦେବା ଉଚିତ । ସମସ୍ତଙ୍କ ମଳରେ , ଏପରିକି ଛୋଟ ପିଲାଙ୍କ ମଳରେ , ବି ଅନେକ ଜୀବାଣୁ ରହିଥାଏ । ତେଣୁ ତାହା ବିପଦଜନକ । ଯଦି ପିଲା ପାଇଖାନା ବା ମଳପାତ୍ର ବ୍ୟବହାର କରୁ ନଥାଏ , ତେବେ ତା’ ମଳକୁ ସାଙ୍ଗେ ସାଙ୍ଗେ ସଫା କରି ପାଇଖାନାରେ ପକାଇବା ବା ପୋତିଦେବା ଜରୁରୀ । ପାଇଖାନାକୁ ସବୁବେଳେ ସଫା ରଖିବା ଏବଂ ତାହାକୁ ଘୋଡାଇ ରଖିବା ଦରକାର । ସରକାର ଏବଂ ବେସରକାରୀ ସଂସ୍ଥା ଅଳ୍ପ ମୂଲ୍ୟର ପାଇଖାନା ତିଆରି କରିବା ପାଇଁ ଲୋକଙ୍କୁ ବୁଝାଇବା ଆବଶ୍ୟକ । ସାବୁନ କିମ୍ବା ପାଉଁଶ ଓ ପାଣିରେ ହାତ ଭଲ କରି ଧୋଇବା ଜରୁରୀ ପିଲାଠାରୁ ବଡ ଯାଏଁ ଘରର ସମସ୍ତେ ଝାଡା ଯିବା ପରେ , ଖାଇବା ଆଗରୁ ଓ ଶିଶୁକୁ ଖୁଆଇବା ଆଗରୁ ସାବୁନ କିମ୍ବା ପାଉଁଶ ଓ ପାଣିରେ ହାତ ଭଲ କରି ଧୋଇବା ଜରୁରୀ । ସାବୁନ କିମ୍ବା ପାଉଁଶରେ ହାତ ଧୋଇଲେ ଜୀବାଣୁ ନଷ୍ଟ ହୋଇଯାଆନ୍ତି । କେବଳ ପାଣିରେ ଧୋଇବା ଯଥେଷ୍ଟ ନୁହେଁ , ଦୁଇ ହାତକୁ ସାବୁନ ବା ପାଉଁଶରେ ଘଷି ଧୋଇବା ଦରକାର । ଏହାଦ୍ୱାରା ଜୀବାଣୁ ଖାଦ୍ୟକୁ ଯାଇପାରେ ନାହିଁ । ହାତ ଧୋଇବା ଦ୍ଵାରା କୃମିରୁ ବି ରକ୍ଷା ମିଳିଥାଏ । ତେଣୁ ପାଇଖାନା ପାଖରେ ସାବୁନ ବା ପାଉଁଶ ରଖିବା ଆବଶ୍ୟକ । ନିଜେ ଝାଡା ଗଲା ପରେ ବା ଶିଶୁ ଝାଡା ଯିବା ପରେ ମଳଦ୍ଵାର ସଫା କରିସାରି ହାତ ଧୋଇବା ବହୁତ ଜରୁରୀ । ଜୀବଜନ୍ତୁଙ୍କୁ ବା କଞ୍ଚା ମାଂସ ଆଦି ଛୁଇଁଲେ ମଧ୍ୟ ହାତ ଧୋଇବା ବହୁତ ଜରୁରୀ । ଖାଦ୍ୟ ତିଆରି କରିବା , ବାଢିବା , ଖାଇବା କିମ୍ବା ଶିଶୁକୁ ଖୁଆଇବା ଆଗରୁ ହାତ ଧୋଇବା ବହୁତ ଜରୁରୀ । ଝାଡା ଯିବା ପରେ ଏବଂ ଖାଇବା ଆଗରୁ ଦୁଇଟି ଯାକ ହାତ ଭଲ କରି ଧୋଇବା କଥା ଶିଶୁକୁ ଶିଖାଇବା ଦରକାର । ଶିଶୁ ଅନେକ ସମୟରେ ପାଟିରେ ହାତ ପୂରାଇଥାଏ । ତେଣୁ ଶିଶୁର ହାତକୁ ବାରମ୍ବାର ଧୋଇବା ଦରକାର । ବିଶେଷ କରି ସେମାନେ ମଇଳାରେ ବା ଜୀବଜନ୍ତୁଙ୍କ ସହ ଖେଳିବା ପରେ ଧୋଇବା ବହୁତ ଜରୁରୀ । ଶିଶୁ ପେଟରେ ଅତି ସହଜରେ କୃମି ହୁଏ । କୃମି ଓ ତା’ର ଅଣ୍ଡା ମଣିଷ ଏବଂ ଜୀବଜନ୍ତୁଙ୍କ ମଳମୂତ୍ରରେ , ନଈପୋଖରୀ ଭଳି ଉପର ଜଳ , ମାଟି ଏବଂ ଅସିଝା ମାଂସରେ ଥାଏ । ତେଣୁ ପାଇଖାନା ବା ଝାଡା ଯାଉଥିବା ପଡିଆ ପାଖରେ ପିଲା ଖେଳିବା ଉଚିତ ନୁହେଁ । ପାଦ ବାଟେ କୃମି ଦେହ ଭିତରକୁ ନପଶିବା ପାଇଁ ପାଇଖାନା ଯିବା ବେଳେ ଚପଲ ପିନ୍ଧିବା ଆବଶ୍ୟକ । କୃମି ହେଉଥିବା ଅଞ୍ଚଳରେ ରହୁଥିବା ଶିଶୁକୁ ବର୍ଷକୁ ଦୁଇ ତିନି ଥର କୃମି ଔଷଧ ଦେବା ଦରକାର । ଆଖି ସଂକ୍ରମଣରୁ ରକ୍ଷା ସାବୁନରେ ମୁହଁ ଧୋଇଲେ ଆଖି ସଂକ୍ରମଣରୁ ରକ୍ଷା ମିଳିଥାଏ । ପୃଥିବୀର କେତେକ ଅଞ୍ଚଳରେ ଆଖିର ସଂକ୍ରମଣରୁ ଟ୍ରାକୋମା ଆରମ୍ଭ ହୁଏ ଓ ଶେଷରେ ଅନ୍ଧତ୍ଵ ଆସିଥାଏ । ମଇଳା ମୁହଁରେ ମାଛି ବସନ୍ତି ଏବଂ ମାଛିର ଗୋଡରେ ଜୀବାଣୁ ଆସନ୍ତି । ଏଥିଯୋଗୁ ଆଖି ସଂକ୍ରମିତ ହୋଇପାରେ , ଏପରିକି ଦୃଷ୍ଟିଶକ୍ତି ମଧ୍ୟ ନଷ୍ଟ ହୋଇଯାଇପାରେ । ଯଦି ଆଖି ସୁସ୍ଥ ଥାଏ , ତେବେ ଧଳା ଡୋଳା ସୁସ୍ଥ ରହିବ , ଆଖି ଓଦାଳିଆ ହୋଇ ଚିକଚିକ କରିବ ଏବଂ ଦୃଷ୍ଟିଶକ୍ତି ଠିକ ରହିବ । ଯଦି ଆଖି ଶୁଖିଲା ହୋଇ ଲାଲ ଦେଖା ଯାଉଥିବ , ଆଖିରୁ ପାଣି ବୋହୁଥିବ ବା ଶିଶୁ ଠିକ ଭାବରେ ଦେଖି ପାରୁନଥିବ ତେବେ ଶିଶୁକୁ ସାଙ୍ଗେ ସାଙ୍ଗେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖାଇବା ଜରୁରୀ । ପାଣି ରଖୁଥିବା ପାତ୍ରକୁ ଘୋଡାଇ ରଖିବା ଜରୁରୀ ପରିଷ୍କାର ଉତ୍ସରୁ ବା ବିଶୋଧିତ ହୋଇଥିବା ପାଣି ବ୍ୟବହାର କରନ୍ତୁ । ପାଣି ରଖୁଥିବା ପାତ୍ରକୁ ଘୋଡାଇ ରଖିବା ଜରୁରୀ । ପରିବାର ପାଇଁ ଯଥେଷ୍ଟ ପରିମାଣର ପରିଷ୍କାର ପିଇବା ପାଣି ମିଳୁନଥିଲେ ଓ ପାଣିକୁ ଜୀବାଣୁମୁକ୍ତ ରଖିବା ବିଷୟରେ ତାଙ୍କୁ ଜଣାଥିଲେ ର୍ପ୍ଗା ବହୁତ କମ୍ ହୁଏ , ପାଣି ପରିଷ୍କାର ନଥିଲେ ତାକୁ ଛାଣି , ଫୁଟାଇ ପରିଷ୍କାର କରାଯାଇ ପାରିବ । ଠିକ ଭାବରେ ବସାଯାଇଥିବା ପାଣି ପାଇପ , ନଳକୂଅ , ସୁରକ୍ଷିତ କୂଅ ଏବଂ ଝରଣା ଆଦି ପରିଷ୍କାର ପାଣିର ଉତ୍ସ । ପୋଖରୀ , ନଈ , ଖୋଲା ବନ୍ଧ ଆଦିର ଅପରିଷ୍କାର ପାଣିକୁ ଫୁଟାଇ ବିଶୋଧିତ କରାଯାଇ ପାରିବ । ପାଣିକୁ ସଫା ରଖିବା ପାଇଁ ତାକୁ ଘୋଡାଇ ରଖିବା ଦରକାର । ପରିବାର ଓ ଗୋଷ୍ଠୀ ପାଣିକୁ ସୁରକ୍ଷିତ କରିପାରିବେ : କୂଅକୁ ଢାଙ୍କି ରଖି ଏବଂ ନଳକୂଅ ବସାଇ ମଇଳା ଓ ବଳକା ପାଣି (ବିଶେଷ କରି ପାଇଖାନା ଓ ଘରଧୁଆ ପାଣି)କୁ ପିଇବା , ରାନ୍ଧିବା , ଏବଂ ଧୁଆଧୋଇ ପାଇଁ ବ୍ୟବହାର କରୁଥିବା ପାଣି ଉତ୍ସଠାରୁ ଦୂରରେ ଫିଙ୍ଗି , ପାଣି ଉତ୍ସଠାରୁ ଅତି କମ୍ ରେ ୧୫ ମିଟର ଦୂରରେ ତଳ ଆଡକୁ ପାଇଖାନା ତିଆରି କରି କୂଅରୁ ପାଣି କାଢିବା ବାଲ୍ଟି , ଦଉଡି , ମାଠିଆ ଆଦିକୁ ତଳେ ନରଖି ଗୋଟିଏ ସଫା ଜାଗାରେ ରଖି ମଣିଷ ରହିବା ଜାଗାଠାରୁ ଏବଂ ପିଇବା ପାଣି ଉତ୍ସଠାରୁ ଜୀବଜନ୍ତୁଙ୍କୁ ଦୂରରେ ରଖି ପାଣିର ଉତ୍ସ ପାଖରେ କୀଟନାଶକ କିମ୍ବା ଅନ୍ୟ ରାସାୟନିକ ନପକାଇ ଲୋକମାନେ ଘରେ ପାଣି ସଫା ରଖିପାରିବେ ସଫା ଢାଙ୍କୁଣୀ ବାଲା ପାତ୍ରରେ ପିଇବା ପାଣି ରଖି ମଇଳା ହାତରେ ପାଣି ନଛୁଇଁ ପରିଷ୍କାର ହାଣ୍ଡଲଲଗା ଗଡୁରେ ପାଣି କାଢି ପାଣି ଥିବା ପାତ୍ରରେ ଗୋଟିଏ କଳ ଲଗାଇ ପିଇବା ପାଣି ପାତ୍ରରେ ହାତ ନପୂରାଇ ବା ସିଧା ସେଥିରୁ ପାଣି ନପିଇ ପାଣିର ଉତ୍ସ ପାଖରୁ ଜୀବଜନ୍ତୁଙ୍କୁ ଦୂରେଇ ରଖି ପାଣିର ଉତ୍ସ ବିଷୟରେ ନିଶ୍ଚିତ ନଥିଲେ ସ୍ଥାନୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ଆବଶ୍ୟକ । କଞ୍ଚା ବା ବାସି ଖାଦ୍ୟ ମାରାତ୍ମକ ହୋଇପାରେ କଞ୍ଚା ବା ବାସି ଖାଦ୍ୟ ମାରାତ୍ମକ ହୋଇପାରେ । କଞ୍ଚା ଖାଦ୍ୟ ଭଲକରି ଧୁଆ ବା ରନ୍ଧାହେବା ଆବଶ୍ୟକ । ରନ୍ଧା ଖାଦ୍ୟକୁ ଡେରି ନକରି ବା ପୁଣି ଥରେ ଭଲ ଭାବରେ ଗରମ କରି ଖାଇବା ଉଚିତ । ଖାଦ୍ୟ ଭଲକରି ରନ୍ଧା ହେଲେ ଜୀବାଣୁ ନଷ୍ଟ ହୋଇଯାଆନ୍ତି । ବିଶେଷ କରି କୁକୁଡା ଓ ଅନ୍ୟ ମାଂସକୁ ଭଲ କରି ରାନ୍ଧିବା ଦରକାର । ଉଷୁମ ଖାଦ୍ୟରେ ଜୀବାଣୁ ବହୁତ ଶୀଘ୍ର ବଢନ୍ତି । ତେଣୁ ରନ୍ଧା ହେବା ପରେ ଯେତେ ଶୀଘ୍ର ସମ୍ଭବ ଗରମ ଥିବା ଅବସ୍ଥାରେ ଖାଇଦେବା ଉଚିତ । ତାହେଲେ ଜୀବାଣୁ ବଢିବା ପାଇଁ ସମୟ ପାଇବେ ନାହିଁ । ଦୁଇ ଘଣ୍ଟାରୁ ଅଧିକ ସମୟ ପାଇଁ ଖାଦ୍ୟ ରଖିବା ପାଇଁ ହେଲେ ତାକୁ ଅତି ଗରମ ବା ଥଣ୍ଡା ରଖିବା ଜରୁରୀ । ରନ୍ଧା ଖାଦ୍ୟ ଆଉ ଗୋଟିଏ ଓଳି ପାଇଁ ରଖିବାକୁ ହେଲେ ତାକୁ ଭଲ କରି ଘୋଡାଇ ରଖିବା ଏବଂ ଖାଇବା ଆଗରୁ ଗରମ କରି ଖାଇବା ଆବଶ୍ୟକ । ଖାଦ୍ୟରେ ଦହି ବା ସେହିଭଳି ଖଟା ଜିନିଷ ଜୀବାଣୁ ବଢିବାକୁ ଦେଇ ନଥାଏ । କଞ୍ଚା ଖାଦ୍ୟ ବିଶେଷ କରି କୁକୁଡା ଓ ମାଂସ ଏବଂ ସମୁଦ୍ର ଖାଦ୍ୟରେ ସାଧାରଣତଃ ଜୀବାଣୁ ଥାଏ । ରନ୍ଧା ଖାଦ୍ୟ କଞ୍ଚା ଖାଦ୍ୟ ସହ ମିଶିଲେ ସେଥିରେ ଜୀବାଣୁ ବଢେ । ତେଣୁ କଞ୍ଚା ଓ ରନ୍ଧା ଖାଦ୍ୟ ଅଲଗା ରଖିବା ଜରୁରୀ । ରାନ୍ଧିବା ପରେ ଛୁରୀ , ପାରିବା କଟା ପଟା , ରୋଷେଇ ଜାଗା ଆଦି ସଫା କରିବା ଉଚିତ । ଶିଶୁ ପାଇଁ ମା’କ୍ଷୀର ସବୁଠାରୁ ସୁରକ୍ଷିତ । ଫୁଟା ଗାଈକ୍ଷୀର ଅଫୁଟା କ୍ଷୀରଠାରୁ ବେଶୀ ନିରାପଦ । ବାହାର କରାଯାଇଥିବା ମା’କ୍ଷୀର ସାଧାରଣ ତାପମାତ୍ରାରେ ଗୋଟିଏ ସଫା ଘୋଡାଣି ଦିଆ ପାତ୍ରରେ ଆଠ ଘଣ୍ଟା ଯାଏଁ ରଖାଯାଇ ପାରିବ । ଶିଶୁଙ୍କ ଖାଦ୍ୟ ତିଆରି କରିବା ବେଳେ ଅଧିକ ସାବଧାନ ହେବା ଜରୁରୀ । ଯଦି ସମ୍ଭବ ସେମାନଙ୍କର ଖାଦ୍ୟ ଠିକ୍ ଖାଇବା ଆଗରୁ ତିଆରି କରିବା ଉଚିତ । କଞ୍ଚା ଫଳ ଓ ପଡ଼ିବାରୁ ଚୋପା ଛଡାଇବା ଏବଂ ତାକୁ ଭଲ କରି ଧୋଇବା ଜରୁରୀ । ବିଶେଷ କରି ଶିଶୁକୁ କଞ୍ଚା ଦେଲା ବେଳେ ଏହା ଅଧିକ ଜରୁରୀ । କୀଟନାଶକ କିମ୍ବା ରାସାୟନିକ ପଦାର୍ଥ ଖାଦ୍ୟ ଉପରେ ଦେଖାଯାଉ ନଥିଲେ ବି ସେଗୁଡିକ ବିପଦଜନକ । ଖାଦ୍ୟ, ବାସନ ଓ ରନ୍ଧା ଜାଗା ପରିଷ୍କାର ରଖିବା ଜରୁରୀ ଖାଦ୍ୟ , ବାସନ ଓ ରନ୍ଧା ଜାଗା ପରିଷ୍କାର ରଖିବା ଜରୁରୀ । ଖାଦ୍ୟକୁ ଘୋଡାଇ ରଖିବା ଉଚିତ । ଖାଦ୍ୟ ବାଟେ ଜୀବାଣୁ ଦେହକୁ ଯାଇ ରୋଗ କରିପାରେ । ଖାଦ୍ୟକୁ ଜୀବାଣୁମୁକ୍ତ ରଖିବାକୁ ହେଲେ : ରୋଷେଇ ଘର ସଫା ରଖିବା ଆବଶ୍ୟକ ଛୁରୀ , ବାସନ , ପାତ୍ର ଏବଂ ଥାଳି ଆଦି ସଫାକରି ଓ ଢାଙ୍କି ରଖିବା ଜରୁରୀ ବାସନ ପୋଛା କନାକୁ ସବୁଦିନ ସଫା କରି ଖରାରେ ଶୁଖାଇବା ଦରକାର । ଖାଇ ସାରିବା ପରେ ପରେ ବାସନ ଧୋଇ ଶୁଖିବା ପାଇଁ ଥାକ ଉପରେ ରଖିବା ଦରକାର । ମାଛି ଓ ଅନ୍ୟ ଜୀବଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଖାଦ୍ୟ ଘୋଡାଇ ରଖିବା ଉଚିତ । ଶିଶୁ ପାଇଁ ବୋତଲ ବ୍ୟବହାର କରିବା ଉଚିତ ନୁହେଁ । କାରଣ ଠିକରେ ସଫା ନହେଲେ ସେଥିରେ ଜୀବାଣୁ ଯାଇ ତରଳ ଝାଡା ହୋଇପାରେ । ତେଣୁ ସେସବୁକୁ ଗରମ ପାଣିରେ ଧୋଇବା ଜରୁରୀ । ସବୁଠାରୁ ଭଲ ଶିଶୁକୁ ମା’କ୍ଷୀର ଦେବା । ଘରର ଅଳିଆକୁ ନିରାପଦ ଜାଗାରେ ଫିଙ୍ଗିଲେ ରୋଗ ଦାଉରୁ ରକ୍ଷା ମିଳିଥାଏ ମାଛି , ଅସରପା , ମୂଷାଙ୍କ ଦ୍ଵାରା ଜୀବାଣୁ ବ୍ୟାପିପାରେ । ପାରିବା , ଫଳଚୋପା ବା ଖାଦ୍ୟ ଟୁକୁଡା ପଡି ରହିଲେ ଏମାନେ ବଢନ୍ତି । କୌଣସି ଅଞ୍ଚଳରେ ସାମୂହିକ ଭାବରେ ମଇଳା ସଂଗ୍ରହ କରାଯାଉ ନଥିଲେ ଘରେ ଗୋଟିଏ କମ୍ପୋଷ୍ଟ ଗାତା ଖୋଲି ପ୍ରତିଦିନର ମଇଳା ପୋତିଦେବା ଜରୁରୀ । ଘର ଓ ତା’ର ଆଖପାଖ ଅଞ୍ଚଳ ସଫା ରଖିଲେ ରୋଗ ଦାଉରୁ ରକ୍ଷା ମିଳିଥାଏ । ଘରର ମଇଳା ପାଣି ଗୋଟିଏ ସୋକ୍ ପିଟ୍ କରି ବା ବଗିଚାରେ ମଡାଯାଇ ପାରିବ । ଅଳ୍ପ ପରିମାଣରେ ହେଲେ ବି କୀଟନାଶକ ବା ରାସାୟନିକ ଖାଦ୍ୟ ବା ପାଣିକୁ ବିଷାକ୍ତ କରିପାରନ୍ତି । ଦେହରେ ଲାଗିଲେ ମଧ୍ୟ ତାହାର ବିଷାକ୍ତ କରିପାରନ୍ତି । ଦେହରେ ଲାଗିଲେ ମଧ୍ୟ ତାହାର ବିଷାକ୍ତ ପ୍ରଭାବ ପଡେ । ତେଣୁ କୀଟନାଶକ ବା ରାସାୟନିକ ବ୍ୟବହାର କରିବା ବେଳର ଲୁଗାପଟା ଘରର ପାଣି ଉତ୍ସ ପାଖରେ ଧୋଇବା ଉଚିତ ନୁହେଁ । ଘରର ଆଖପାଖରେ ବା ପାଣିର ଉତ୍ସ ପାଖରେ କୀଟନାଶକ ବ୍ୟବହାର କରିବା ଉଚିତ ନୁହେଁ । ପିଇବା ପାଣି ବା ଖାଦ୍ୟ ପାଖରେ ଏସବୁକୁ ରଖିବା ବି ଉଚିତ ନୁହେଁ । କୀଟନାଶକ ବା ରାସାୟନିକ ସାରା ଥିବା ଡବା ବା ବୋତଲରେ କେବେ ବି ଖାଦ୍ୟ ରଖନ୍ତୁ ନାହିଁ । ଆଧାର :UNICEF