ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ଏବଂ ଏହାର ଚିକିତ୍ସା ଯଦି ବ୍ୟୟ ସାପେକ୍ଷ ହୋଇଥାଏ ତେବେ ଜଣେ ସାଧାରଣ ଲୋକ ପାଇଁ ଏହା ସମସ୍ୟା ସୃଷ୍ଟି କରେ । ଆର୍ଥିକ ଭାବରେ ଦୁର୍ବଳ ଥିବା ବ୍ୟକ୍ତିଟି ପାଇଁ ବୋଝ ଉପରେ ନଳିତା ବିଡ଼ା ହୋଇଯାଏ । ତେଣୁ ୨୦୧୧ ଜୁନ ମାସରେ କେନ୍ଦ୍ର ସରକାରଙ୍କ ଦ୍ଵାରା ‘ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ’ ଆରମ୍ଭ କରାଗଲା । ଏହି ଯୋଜନା ଅନ୍ତର୍ଗତ ସଙ୍କଟାପନ୍ନ ଗର୍ଭବତୀ ମହିଳା ଓ ଅସୁସ୍ଥ ନବଜାତ ଶିଶୁଙ୍କୁ ମାଗଣାରେ ଚିକିତ୍ସା କରାଯିବ । ଗର୍ଭବତୀ ମହିଳାଙ୍କ ମାଗଣା ସେବା ମୁକ୍ତ, ମାଗଣା ପ୍ରସବ ମୁକ୍ତ ସି- ବିଭାଗ ମାଗଣା ଔଷଧ ଓ ଅନ୍ୟାନ୍ୟ ଉପକରଣ ମାଗଣା ପରୀକ୍ଷା, ନିରୀକ୍ଷା ଡାକ୍ତରଖାନାରେ ଥିବା ପର୍ଯ୍ୟନ୍ତ ମାଗଣା ଭୋଜନ ମାଗଣା ରକ୍ତ ଯଦି ଦରକାର ହୁଏ । ୟୁର୍ଜସ ଫି ଦେବାକୁ ପଡେ ନାହିଁ । ମାଗଣାରେ ଘରଠାରୁ ଡାକ୍ତରଖାନା ଆସିବା । ଯଦି ଅନ୍ୟ କୌଣସି ହସ୍ପିଟାଲକୁ ଯିବାକୁ ପଡ଼େ ତାହାହେଲେ ଯିବା ଆସିବା ମାଗଣା । ୪୮ଘଣ୍ଟା ରହିବା ମାଗଣାରେ ଘରେ ଛାଡିବା । ଜନ୍ମର ୩୦ଦିନ ପରେ ଅସୁସ୍ଥ ନବଜାତ/ ଜନ୍ମରୁ ଅସୁସ୍ଥ ଶିଶୁଙ୍କ ପାଇଁ ମାଗଣା ସୁବିଧା ମାଗଣା ଚିକିତ୍ସା ମାଗଣାରେ ଔଷଧ ଓ ଅନ୍ୟାନ୍ୟ ସୁବିଧା ମାଗଣା ପରୀକ୍ଷା ମାଗଣା ରକ୍ତ ଯୋଜନା ୟୁଜର୍ସ ଫି ଦେବାକୁ ପଡ଼େ ନାହିଁ । ଘରଠାରୁ ହସ୍ପିଟାଲ ଯିବା ଆସିବା ମାଗଣା । ଅନ୍ୟ ହସ୍ପିଟାଲକୁ ଯିବା ଆସିବା ମାଗଣା । ହସ୍ପିଟାଲରୁ ଘରକୁ ମାଗଣାରେ ଯିବା । ଯୋଜନାର ମୁଖ୍ୟ ଅଂଶ ସରକାରୀ ଡାକ୍ତରଖାନାରେ ମାଗଣାରେ ପ୍ରସବ । ଏହି ଯୋଜନାରେ ମାଗଣା ଔଷଧ, ମାଗଣା ଖାଦ୍ୟ ସାଧାରଣ ପ୍ରସବ ହେଲେ ୩ଦିନ ଅପରେସନ ହେଲେ ୭ଦିନ ପର୍ଯ୍ୟନ୍ତ ମିଳିବ । ଏହାଛଡା ଯଦି ରକ୍ତ, କିମ୍ବା ଅନ୍ୟକୌଣସି ପରୀକ୍ଷା ଦରକାର ତା ମଧ୍ୟ ମାଗଣାରେ କରାଯାଏ। ସେଇଭଳି ନବଜାତ ଶିଶୁ ଅସୁସ୍ଥ ହେଲେ ୩୦ ଦିନ ପର୍ଯ୍ୟନ୍ତ ତାର ଚିକିତ୍ସା ମାଗଣାରେ କରାଯାଏ। ଗର୍ଭବତୀ ମହିଳା କିମ୍ବା ନବଜାତ ପାଇଁ ବ୍ୟକ୍ତି ନିଜ ପାଣ୍ଠିରୁ କିଛି ଖର୍ଚ୍ଚନକରି କିପରି ସୁବିଧା ପାଇବ ସେ ହେଉଛି ଏହି ଯୋଜନାର ଲକ୍ଷ୍ୟ । ଏହି ଯୋଜନା ଦ୍ଵାରା ୧୨ ଲକ୍ଷ ଗର୍ଭବତୀ ମହିଳା ଉପକୃତ ହେଉଛନ୍ତି ଏବଂ ଏହି ଯୋଜନା ଦ୍ଵାରା ଗର୍ଭବତୀ ମହିଳା ଘରେ ପ୍ରସବ ପାଇଁ ଉତ୍ସାହିତ ହେଉଛନ୍ତି। ଆଧାର - ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଅଧିକ ଜାଣିବା ପାଇଁ ଗାଇଡ ଲାଇନ