ଉପକ୍ରମ ଭାରତରେ ପାଖାପାଖି ୩ ଲକ୍ଷ ଶିଶୁ ଜନ୍ମ ର ୫ ବର୍ଷ ମଧ୍ୟରେ ଡାଇରିଆ ରୋଗରେ ମୃତ୍ୟୁ ବରଣ କରିଥାନ୍ତି । ଏହି ଡାଇରିଆ ସଂକ୍ରମଣ ରୋଟାଭାଇରସ ଦ୍ଵାରା ସଂକ୍ରମିତ ହୋଇଥାଏ । ତେଣୁ ଭାରତ ସରକାର ଦ୍ୱାରା ୨୦୧୬ ଫ୍ରେବୃୟାରୀ ରୁ ହିମାଚଳ ପ୍ରଦେଶ, ଓଡିଶା, ହରିୟଣା,ଏବଂ ଆନ୍ଧ୍ରପ୍ରଦେଶ ରେ ରୋଟାଭାଇରସ ପ୍ରତିଷେଧକ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଭାରତରେ ନିୟମିତ ଟୀକାକରଣ ବ୍ୟବସ୍ଥାରେ ରୋଟଭାଇରସ ପ୍ରତିଷେଧକକୁ ସାମିଲ କରିବାପାଇଁ WHO ଦ୍ୱାରା ସୁପାରିଶି କରାଯାଇଛି । ଏହି ପ୍ରତିଷେଧକ ସହ ସ୍ତନ୍ୟପାନ, ହାତଧୁଆ, ବିଶୁଦ୍ଧ ପାନୀୟ ଜଳ ସ୍ଵଚ୍ଛତା ଇତ୍ୟାଦି ଉପରେ ଆଲୋକପାତ କରାଯିବ । ଏହି ପ୍ରତିଷେଧକ ଶିଶୁକୁ ୦୬,୧୦ ଏବଂ ୧୪ ସପ୍ତାହରେ ଦିଆଯିବ । ବିଗତ ୨୦ ବର୍ଷ ଧରି ରୋଟାଭାଇରସ ପ୍ରତିଷେଧକ ବିଶ୍ଵର ୧୯୬ ଟି ଦେଶ ମଧ୍ୟରୁ ୭୯ ଟି ଦେଶରେ ପ୍ରଚଳନ କରାଯାଉଛି । ଏହି ପ୍ରତିଷେଧକ ପାଟିବାଟରେ ଶିଶୁଙ୍କୁ ଡ୍ରପ ସାହାଯ୍ୟରେ ଦିଆଯିବ । ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ । ରୋଟାଭାଇରସ୍ ପ୍ରତିଷେଧକ ତରଳ ଝାଡ଼ାର ନିରାକରଣ ପାଇଁ ପାଇଲଟ୍ ଯୋଜନା ଭାବେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ହିମାଚଳ ପ୍ରଦେଶ, ହରିଆଣାରେ ରୋଟାଭାଇରସ୍ ପ୍ରତିଷେଧକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହାର ସଫଳତାକୁ ଦେଖି ଦେଶର ଅନ୍ୟ ସବୁ ରାଜ୍ୟରେ ଏହି କାର୍ଯ୍ୟକ୍ରମକୁ ଚାଲୁ କରାଯିବ । ସେହିପରି ନିମୋନିଆ ରୋଗର ନିରାକରଣ ଲାଗି ଏକ ନୂତନ ପ୍ରତିଷେଧକ ପ୍ରସ୍ତୁତି କରାଯାଉଛି । ଏହାକୁ ଖୁବଶୀଘ୍ର ସାର୍ବଜନୀନ ଟୀକାକରଣ ଅଭିଯାନରେ ସାମିଲ କରାଯିବ । ପ୍ରତିବର୍ଷ ପ୍ରାୟ 80 ହଜାରରୁ ଏକଲକ୍ଷ ଶିଶୁ ତରଳ ଝାଡ଼ାରେ ପ୍ରାଣ ହରାଉଛନ୍ତି । 9 ଲକ୍ଷ ଏଥିରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ପଡୁଛନ୍ତି । ସେହିଭଳି 32.7 ଲକ୍ଷ ଲୋକ ତରଳ ଝାଡ଼ାରେ ପ୍ରତିବର୍ଷ ଆକ୍ରାନ୍ତ ହୋଇ ହସ୍ପିଟାଲ ଓପିଡିକୁ ଯାଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏକ ସୁଲଭ ପ୍ରତିଷେଧକ ପ୍ରସ୍ତୁତ କରାଯାଇଛି, ଯାହାକି ଅନେକ ଶିଶୁଙ୍କ ଜୀବନ ରକ୍ଷା କରିପାରିବ । ବିଶେଷକରି ପାଂଚବର୍ଷ ବୟସ ମଧ୍ୟରେ ଅନେକ ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି । ଏଣୁ ନିୟମିତ ବ୍ୟବଧାନରେ ରୋଟାଭାଇରସ୍ ପ୍ରତିଷେଧକ ବୁନ୍ଦା ଦିଆଗଲେ ଶିଶୁମାନଙ୍କ ଜୀବନରକ୍ଷା ହୋଇପାରିବ । ଦେଶରେ ଶିଶୁ ଓ ମାତୃ ମୃତ୍ୟୁ ହାର କମାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ସାର୍ବଜନୀନ ଟୀକାକରଣ ଅଭିଯାନ ମଧ୍ୟରେ ଚାରୋଟି ନୂତନ ପ୍ରତିଷେଧକକୁ ସାମିଲ କରିଛନ୍ତି । ଏଗୁଡ଼ିକ ହେଲା- ରୋଟାଭାଇରସ୍, ଜାପାନିଜ୍ ଏନ୍ସେଫେଲାଇଟିଜ୍, ମିଜିଲ୍ସ-ରୁବେଲା ଏବଂ ପୋଲିଓ ପ୍ରତିଷେଧକ । ଏହି ଅଭିଯାନ ସହ ଦେଶରେ ଚାଲିଥିବା ସାର୍ବଜନୀନ ଟୀକାକରଣ ଅଭିଯାନ ଦ୍ୱାରା 12 ପ୍ରକାର ଘାତକ ରୋଗର ଆଶୁ ପ୍ରତିକାର କରାଯାଇ 2 କୋଟି 70 ଲକ୍ଷ ଶିଶୁଙ୍କର ଜୀବନ ରକ୍ଷା କରାଯାଇପାରିବ । ତରଳ ଝାଡ଼ା ଯୋଗୁ ଶିଶୁର ଅନେକ ପ୍ରକାର ସ୍ୱାସ୍ଥ୍ୟଗତ ଜଟିଳତା ଦେଖା ଦେଇଥାଏ । ତା ମଧ୍ୟରେ ପୁଷ୍ଟିହୀନତା, ଶାରିରୀକ ଓ ମାନସିକ ଅଭିବୃଦ୍ଧି ପ୍ରମୁଖ କାରଣ ହୋଇଥିବାରୁ ଶିଶୁଟି ପରବର୍ତ୍ତୀ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଏ । ଏହାକୁ ରୋକିବା ଦିଗରେ ରୋଟାଭାଇରସ୍ ପ୍ରତିଷେଧକ ନିଶ୍ଚିତରୂପେ ସହାୟକ ହେବ ବୋଲି ସେ କହିଥିଲେ । ଦେଶରେ 1985 ମସିହାରୁ ସାର୍ବଜନୀନ ଟୀକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ଯାହାକି ବିଶ୍ୱର ସବୁଠାରୁ ବଡ଼ ଟୀକାକରଣ ଅଭିଯାନ । ସାଧାରଣ ସ୍ୱାସ୍ଥ୍ୟର ସୁରକ୍ଷା ଏବଂ ଶିଶୁ ଓ ମାତୃ ମୃତ୍ୟୁ ହାର କମାଇବା ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ଏହି ଅଭିଯାନର ଅନ୍ୟତମ ଉଦ୍ଦେଶ୍ୟ ହେଲା ଅନେକ ପ୍ରକାର ସ୍ୱାସ୍ଥ୍ୟଗତ ଜଟିଳତାର ପ୍ରାକ୍ ନିରାକରଣ । ଡିସେମ୍ବର 2014 ରେ ଆରମ୍ଭ କରାଯାଇଥିବା ମିଶନ ଇନ୍ଦ୍ରଧନୁଷ୍ କାର୍ଯ୍ୟକ୍ରମ ଅଧୀନରେ ଦେଶର 89 ଲକ୍ଷ ଶିଶୁଙ୍କୁ ସଂପୂର୍ଣ୍ଣରୂପେ ଟୀକାକରଣ କରିବାର ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ଏହାଠାରୁ ଅଧିକ ସଫଳତା ମିଳିଛି । ଏହାର ପ୍ରଥମ ପର୍ଯ୍ୟାୟ ଏପ୍ରିଲ 2015 ରୁ ଜୁଲାଇ 2015 ମଧ୍ୟରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅକ୍ଟୋବର 2015 ରୁ ଜାନୁଆରୀ 2016 ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ମୋଟ 1 କୋଟି 42 ଲକ୍ଷ ଶିଶୁ ଏବଂ 36.7 ଲକ୍ଷ ମହିଳାଙ୍କୁ ଟୀକାକରଣ କରାଯାଇଛି । ଏଥିଲାଗି 20 ଲକ୍ଷ ଟୀକାଦାନ ସେସନ/କେନ୍ଦ୍ର ଅନୁଷ୍ଠିତ ହୋଇଥିଲା । ପୋଲିଓ ନିରାକରଣ ସଂପର୍କରେ ସୂଚନା ଦେଇ ଶ୍ରୀ ନଡ୍ଡା କହିଥିଲେ ଯେ 30 ନଭେମ୍ବର 2015 ରୁ Inactivated Polio Vaccine (IPV) କୁ 6 ଟି ରାଜ୍ୟରେ ଆରମ୍ଭ କରାଯାଇଛି । ପୋଲିଓ ବିରୁଦ୍ଧରେ ଦୁଇଗୁଣ ସୁରକ୍ଷା ପ୍ରଦାନ ଲାଗି ଏହି କାର୍ଯ୍ୟକ୍ରମ ଚାଲୁ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ । ସେହିପରି ଦେଶରେ ଏଚ୍ଆଇଭି ନିରାକରଣ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ଦ୍ୱାରା ଏବେ ଏହି ସଂକ୍ରମଣରେ ମୃତ୍ୟୁ ହାର ଯଥେଷ୍ଟ ହ୍ରାସ ପାଇଛି । ପ୍ରତିବର୍ଷ ଏକଲକ୍ଷରୁ ଅଧିକ ଏଚ୍ଆଇଭି ପଜିଟିଭ୍ ବ୍ୟକ୍ତିଙ୍କୁ ଉନ୍ନତ ଚିକିତ୍ସା ସୁବିଧା ପ୍ରଦାନ କରାଯାଇ ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଅଣାଯାଇପାରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ୟୁନିସେଫ୍ ଭଳି ଆନ୍ତର୍ଜାତିକ ସଂଗଠନ ତଥା ଦାତବ୍ୟ ସଂସ୍ଥାମାନେ ଭାରତର ଏହି ସାମଗ୍ରିକ ସ୍ୱାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମରେ ଭାଗିଦାର ହୋଇଛନ୍ତି । ସାଧାରଣ ସ୍ୱାସ୍ଥ୍ୟରକ୍ଷା କାର୍ଯ୍ୟକ୍ରମକୁ ଆଉ ଦୁଇପାଦ ଆଗେଇ ନେବାପାଇଁ ହେଲେ ନିର୍ବାଚିତ ପ୍ରତିନିଧିମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପ୍ରତି ଜିଲ୍ଲାରେ 5 ରୁ 6 ଟି କରି ଏହି କେନ୍ଦ୍ର ଖୋଲିବ ଏବଂ ସେମାନଙ୍କ ଜରିଆରେ ଅତି ସୁଲଭ ମୂଲ୍ୟରେ ଉଚ୍ଚମାନର ଜେନେରିକ୍ ଔଷଧ ସବୁବର୍ଗର ରୋଗୀଙ୍କୁ ଯୋଗାଇ ଦିଆଯିବ । ସ୍ୱାସ୍ଥ୍ୟକର୍ମୀ ମାନଙ୍କ ପାଇଁ ବାରମ୍ବାର ପଚରାଯାଉଥିବା ପ୍ରଶ୍ନାବଳୀ ରୋଟ ଭୂତାଣୁ ଟୀକା, (ରୋଟ ଭୂତାଣୁ ଭକ୍ସିନ୍) ଟୀକାକରଣ ସମ୍ବନ୍ଧରେ ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ଵାରା ସାଧାରଣତଃ ପଚରାଯାଉଥିବା କେତେକ ପ୍ରଶ୍ନ - ରୋଟା ଭୂତାଣୁ (ରୋଟା ଭାଇରସ) କଣ? ରୋଟା ଭୂତାଣୁ ଏକ ଅତ୍ୟନ୍ତ ସଂକ୍ରାମକ ଭୂତାଣୁ । ଶିଶୁମାନଙ୍କ ତରଳ ଝାଡାର କରାଣ ଗୁଡିକ ମଧ୍ୟରୁ ଏହା ସର୍ବାଧିକ, ଯାହା ଦ୍ଵାରା ଶିଶୁକୁ ଡାକ୍ତରଖାନାରେ ରହିବାକୁ ପଡିପାରେ ଓ ମୃତ୍ୟୁମଧ୍ୟହୋଇପାରେ । ରୋଟା ଭୂତାଣୁ ଜନିତ ତରଳ ଝାଡାର ଲକ୍ଷଣ କଣ? ରୋଟା ଭୂତାଣୁ ଜନିତ ତରଳ ଝାଡା ସାଧାରଣ ରୁ ଅତି ଗୁରୁତର ହୋଇ ଜଳ ଶୁଷ୍କତା ଘଟାଇପାରେ ଓ ଉପୟୁକ୍ତ ଚିକିତ୍ସା ନକଲେ ମୃତ୍ୟୁ ମଧ୍ୟ ହୋଇପାରେ । ରୋଟା ଭୂତାଣୁ ଜନିତ ତରଳ ଝାଡା ସାଘାଂତିକ କି? ଭାରତ ବର୍ଷରେ ଡାକ୍ତରଖାନାରେ ରହି ଚିକିତ୍ସା ଦରକାର କରୁଥିବା ତରଳଝାଡା ଜନିତ ଶିଶୁ ରୋଗୀଙ୍କ ମଧ୍ୟରୁ ୪୦ ଭାଗ ରୋଟା ଭୂତାଣୁ ଜନିତ ଅଟେ । ଏହା ଦ୍ଵାରା ଲକ୍ଷ ଶିଶୁରୋଗୀ ଡାକ୍ତରଖାନାରେ ପ୍ରତିବର୍ଷ ଭର୍ତ୍ତି ହୁଅନ୍ତି ଓ ତନ୍ମମଧ୍ୟରୁ ୧.୨ଲକ୍ଷ ମୃତ୍ୟୁ ବରଣ କରନ୍ତି । କେଉଁ ଶିଶୁଙ୍କର ରୋଟା ଭୂତାଣୁ ଜନିତ ତରଳ ଝାଡାର ଶିକାର ହେବା ଆଶଙ୍କା ଥାଏ ? ବିଶ୍ଵସାରା ରୋଟା ଭୂତାଣୁ ଜନିତ ତରଳ ଝାଡା ଦେଖାଯାଏ । ଏହିରୋଗ ଜନିତ ଶିଶୁ ମୃତ୍ୟୁର ପ୍ରାୟ ଅର୍ଦ୍ଧେକ ୧ ବର୍ଷ ମଧ୍ୟରେ ହୋଇଥାଏ । ପୁଷ୍ଟିହୀନ ଶିଶୁମାନଙ୍କ କ୍ଷେତ୍ରରେ ଏହା ଅଫହିକ ସାଂଘାତିକ ହେବା ସହ ଉପୟୁକ୍ତ ଚିକିତ୍ସା ନକଲେ ମୃତ୍ୟୁ ସମ୍ଭାବନା ଥାଏ । ରୋଟା ଭୂତାଣୁ କିପରି ବ୍ୟାପେ ? ରୋଟାଭୂତାଣୁ ଅତ୍ୟନ୍ତ ସଂକ୍ରାମିକ । ଶିଶୁଟିଏ ସଂକ୍ରମିତ ପାଣି, ଖାଦ୍ଯ ବା ହାତ ସଂସ୍ପର୍ଶରେ ଆସିଲେ ଏହି ରୋଗରେ ଆକ୍ରାନ୍ତ ହୁଏ । ଏହାକୁ ମଳରୁ ମୁଖ୍ୟ ସଂକ୍ରମଣ ( ଫିକୋ ଓ ରାଲ୍ ଟ୍ରିନ୍ ସ୍ମିଶନ୍) କୁହାଯାଏ । ଭୂତାଣୁ ଘଣ୍ଟାଘଣ୍ଟା ଧରି ହାତରେ ରହିପାରେ ଏପରିକି କଠିନ ପୃଷ୍ଠାରେ ଏହା ଆହୁରି ଅଧିକ ସମୟ ବଞ୍ଚି ରହିପାରେ । କେଉଁ ଋତୁରେ ରୋଟା ଭୂତାଣୁ ଜନିତ ତରଳ ଝାଡା ଅଧିକ ଦେଖାଯାଏ ? ରୋଟା ଭୂତାଣୁ ସଂକ୍ରମଣ ଓ ତରଳଝାଡା ବର୍ଷସାରା ଦେଖାଯାଏ କିନ୍ତୁ ବିଶେଷ କରି ସିତଦିନରେ ଏହା ଅଧିକ ହୋଇଥାଏ । ରୋଟା ଭୂତାଣୁ ଜନିତ ତରଳ ଝାଡାକୁ କିପରି ଚିହ୍ନଟ କରାଯାଏ ? ଲକ୍ଷଣ ଦେଖି ରୋଟା ଭୁଟାନ ଜନିତ ତରଳ ଝାଡାକୁ ଅନ୍ୟ କାରଣ ଜନିତ ତରଳ ଝାଡା ଠାରୁ ପୃଥକ୍ କରିବା ସମ୍ଭବ ନୁହେଁ । କେବଳ ପ୍ରୟୋଗଶାଳୀ ( ଲେବୋରେଟରି) ରେ କେତେକ ପରୀକ୍ଷା କରି ରୋଟା ଭୂତାଣୁ ଜନିତ ବୋଲି ନିଶ୍ଚିତ କରାଯାଇପାରେ । ରୋଟା ଭୂତାଣୁ ଜନିତ ତରଳ ଝାଡାର ଚିକିତ୍ସା କଣ? ରୋଟା ଭୂତାଣୁ ଜନିତା ତରଳ ଝାଡାର ସେପରି କିଛି ସ୍ଵତନ୍ତ୍ର ଚିକିତ୍ସା ନାହିଁ । ଏହା ଅଳ୍ପଦିନ ଧରି ରହୁଥିବା ଅନ୍ୟ ତରଳ ଝାଡା ଭଳି ଓ.ଆର୍.ଏସ୍ ଦ୍ରବଣ ଦ୍ଵାରା ଶରୀରର ପୁନଃ ଜଳୀୟକରଣ ଓ ନିୟମିତ ୧୪ ଦିନ ଧରି ଜିଙ୍କ୍ ଟୀକା ଔଷଧ ସେବନ ଦ୍ଵାରା ଚିକିତ୍ସା କରାଯାଇପାରେ । ତେତେକ କ୍ଷେତ୍ରରେ ଜଳ ଶୁଷ୍କତା ଅତ୍ୟଧିକ ହେଲେ ଡାକ୍ତରଖାନାରେ ରାଖୀ ସିରା ଦେଇ ସାଲାଇନ୍ ଦେବା ଦରକାର ପଡେ । ଜଣେ ଶିଶୁଠାରେ ରୋଟା ଭୂତାଣୁ ଜନିତ ତରଳ ଝାଡା ବାରମ୍ବାର ହୋଇପାରେ କି ? ଜଣେ ଶିଶୁକୁ ବାରମ୍ବାର ରୋଟା ଭୂତାଣୁ ସଂକ୍ରମଣ ହୋଇପାରେ କିନ୍ତୁ ପୁନଃ ସଂକ୍ରମଣ ଗୁଡିକ ଅତି ସାଧାରଣ ଧରଣର ହୋଇଥାଏ । ରୋଟା ଭୂତାଣୁ ଜନିତ ତରଳ ଝାଡା ର ପ୍ରତିଷେଧକ ବ୍ୟବସ୍ଥା କଣ? ରୋଟା ଭୂତାଣୁ ଟୀକା ଟୀକାକରଣ ହିଁ ରୋଟାଭୂତାଣୁ ଜନିତ ଝାଡା ଏକ ମାତ୍ରା ପ୍ରତିଷେଧକ । ଏହି ତାଙ୍କ ଅତ୍ୟନ୍ତ ଫଳପ୍ରଦ । ଏହି ଟୀକାକରଣ ଦ୍ଵାରା ରୋଟା ଭୂତାଣୁ ସଂକ୍ରମଣ ତରଳ ଝାଡା ଆକ୍ରାନ୍ତ ଶିଶୁ ରୋଗୀଙ୍କ ଡାକ୍ତର ଖାନା ରହିଣୀ ଅନେକ ମାତ୍ରାରେ ହ୍ରାସ ପାଏ ଓ ତତ୍ ଜନିତ ଶିଶୁ ମୁତ୍ୟୁ ମଧ୍ୟ ବହୁ ପରିମାଣରେ କମିଯାଏ । ଉତାମ ପରିମଳ ବ୍ୟବସ୍ଥା ଦରକାର ଅନୁସାରେ ହାତଧୋଇବା ଉତ୍ତମ ପାନୀୟଜଳ ଓ ଖାଦ୍ୟ ର ବ୍ୟବହାର, କେବଳ ସ୍ତନ୍ୟପାନ କରାଇବା, ପାଇଁ ନିଆଯାଉଥିବା ପଦକ୍ଷେପ ମାନ ରୋଟା ଭୂତାଣୁ ଜନିତ ତରଳ ଝାଡାର ବିପଦ କମାଇଥାଏ । କିନ୍ତୁ ଏହାର ସଂକ୍ରମଣକୁ ସଂପୂର୍ଣ୍ଣ ରୋକିପାରେ ନାହିଁ । ରୋଟା ଭୂତାଣୁ ଟୀକା ପୃଥିବୀର ଅନ୍ୟ କେଉଁ ଦେଶରେ ବ୍ୟବହାର କରାଯାଉଛି କି? ପୃଥିବୀ ର ୭୯ ଟି ଦେଶର ଜାତୀୟ ଟୀକାକରଣ କାର୍ଯ୍ୟକ୍ରମ ରେ ରୋଟା ଭୁଟାନ ଟୀକା ଅନ୍ତର୍ଭୁକ୍ତ । ଏହା ଛଡା ଭାରତ ବର୍ଷରେ ମଧ୍ୟ ବେସରକାରୀ ସ୍ତରରେ ଅନେକ ବର୍ଷହେଲା ଏହାକୁ ବ୍ୟବହାର କରାଯାଉଛି । ଋଟ ଭୂତାଣୁ ଟୀକା ସମସ୍ତ ତରଳଝାଡାକୁ ପ୍ରତିରୋଧ କରିପାରିବ କି ? ତରଳ ଝାଡା ବିଭିନ୍ନ କାରଣରୁ ହୋଇଥାଏ , ରୋଟା ଭୂତାଣୁ ଟୀକା ଶିଶୁମାନଙ୍କ ଠାରେ ଦେଖାଯାଉଥିବା ତରଳ ଝାଡା ମଧ୍ୟରୁ ଅଧିକାଂଶରେ ହେଉଥିବା ରୋଟା ଭୂତାଣୁ ଜନିତ ତରଳ ଝାଡାରୁ ହିଁ ରକ୍ଷା କରିବାରେ ଫଳପ୍ରଦ ଅଟେ, ତେଣୁ ରୋଟା ଭୂତାଣୁ ଟୀକା ନେବା ପାରେ ମଧ୍ୟ ଅନ୍ୟକାରଣରୁ ହେଉଥିବା ତରଳଝାଡା ହୋଇପାରେ । କେମିତି ଓ କେବେ ରୋଟା ଭୂତାଣୁ ଟୀକା ଦିଆଯାଏ ? ରୋଟା ଭୂତାଣୁ ଟୀକା ପୋଲିଓ ଟୀକା ଭଳି ପାଟିରେ ଦିଆଯାଏ, ଏହାର ମାତ୍ରା ପ୍ରସ୍ତୁତ କର୍ତ୍ତାଙ୍କ ପ୍ରସ୍ତୁତି ଅନୁଯାୟୀ ଅଲଗା ଅଲଗା ହୋଇଥାଏ । ବର୍ତ୍ତମାନ ସାର୍ବଜନୀନ ଟୀକାକରଣ ଯୋଜନା(ୟୁ.ଆଇ.ପି.) ରେ ଦିଆଯାଉଥିବା ରୋଟା ଭୂତାଣୁ ଟୀକା ଥରକୁ ୫ ବୁନ୍ଦା କରି ପ୍ରତିଥର ଦିଆଯାଏ । ଏହି ଟୀକାକୁ ନିୟମିତ ଟୀକାକରଣ ଯୋଜନାରେ ଅନ୍ୟାନ୍ୟ ଟୀକା ସହ ୬.୧୦.ଓ ୧୪. ସପ୍ତାହରେ ଦିଆଯାଏ । ରୋଟା ଭୂତାଣୁ ଟୀକା ପାଇଁ ବୁଷ୍ଟର ମାତ୍ରା ଆବଶ୍ୟକ କି? ଏହାର ଆବଶ୍ୟକତା ନାହିଁ । କେବଳ ୬.୧୦. ଓ ୧୪ ସପ୍ତାହରେ ଦିଆଯାଇଥିବା ୩ ମାତ୍ରା ଏହି ଟୀକାକରଣ ପାଇଁ ସଂପୂର୍ଣ୍ଣ ଯଥେଷ୍ଟ । ରୋଟା ଭୂତାଣୁ ଟୀକା ଦେଖିବାକୁ କିପରି ? ରୋଟା ଭୂତାଣୁ ଟୀକା ଦେଖିବାକୁ ଗୋଲାପି ରଙ୍ଗର କିନ୍ତୁ ବେଳେ ବେଳେ ଏହା ଇଷତ୍ ହଳଦିଆ ବା ନାରଙ୍ଗି ରଙ୍ଗକୁ ପରିବର୍ତ୍ତନ ହୋଇଯାଇପାରେ । କିନ୍ତୁ ଏହି ରଙ୍ଗ ପରିବର୍ତ୍ତନ ଟିକରା ଗୁଣବତ୍ତାର ଉପରେ ପ୍ରଭାବ ପକାଏ ନାହିଁ । ପୋଲିଓ ଟୀକା ମାତ୍ରା ଓ ରୋଟା ଭୂତାଣୁ ଟୀକା ମଧ୍ୟରେ ସାମଞ୍ଜସ୍ୟ ଓ ପ୍ରଭେଦ କଣ? କ୍ରି. ନଂ ବିଶେକ୍ଷତା ରୋଟା ଭୂତାଣୁ ଟୀକା (ମାତ୍ରା) ପୋଲିଓ ଟୀକା (ମାତ୍ରା) ସାମଞ୍ଜସ୍ୟ ୧. ଟୀକାରଙ୍ଗ ଟୀକାର ରଙ୍ଗ ଗୋଲାପି କିନ୍ତୁ ବେଳେ ବେଳେ ଇଷତ୍ ହଳଦିଆ ବା ନାରଙ୍ଗି କୁ ପରିବର୍ତ୍ତନ ଇଷତ୍ ଗୋଲାପି ନାରଙ୍ଗି ବା ସ୍ଵଚ୍ଛ ହୋଇଥାଏ । ୨. ପ୍ରୟୋଗ ପ୍ରଣାଳୀ ବୁନ୍ଦା ପାଟିରେ ଦିଆଯାଏ । ବୁନ୍ଦା ପାଟିରେ ଦିଆଯାଏ । ପ୍ରଭେଦ ୩. ତ୍ରପର୍ ରଙ୍ଗ ଗୋଲାପି ସ୍ଵଚ୍ଛ/ ସଫେଦ ୪. ସ୍ଵାଦ ମିଠା ସ୍ଵାଦହୀନ ବା କସାଳିଆ ୫. ମାତ୍ରା ୫ ବୁନ୍ଦା ୨ ବୁନ୍ଦା ୬. ସୂଚୀ ୬.୧୦ ଓ ୧୪ ସପ୍ତାହ ବୟସରେ ଦିଆଯାଏ । ୧. ଜନ୍ମ ପରେ ଯଥାଶିଘ୍ର ଦିଆଯାଏ । ୨. ପ୍ରାଥମିକ ମାତ୍ରା ୬.୧୦ ଓ ୧୪ ସପ୍ତାହ ବୟସରେ ଦିଆଯାଏ । ୩. ଅନୁବର୍ଦ୍ଧିତ (ବୁଷ୍ଟର୍) ମାତ୍ରା ୧୬ ଋ ୨୪ ମାସରେ ଦିଆଯାଏ । ରୋଟା ଭୂତାଣୁ ଟୀକାକରଣକୁ ମା ଶିଶୁ ଟୀକାକରଣ କାର୍ଡର କେଉଁଠାରେ ଲେଖାଯିବ? ନିମ୍ନ ଚିତ୍ରରେ ଦର୍ଶାଯାଇଥିବା ଭଳି ମା ଶିଶୁ ଟୀକାକରଣ କାର୍ଡରେ ନିର୍ଦ୍ଦାରଣ କରାଯାଇଥିବା ରୋଟା – ୧. ରୋଟା – ୨, ରୋଟା – ୩ ସ୍ଥାନରେ ରୋଟା ଭୂତାଣୁ ଟୀକା ମାତ୍ରାର ତାରିଖ ଦେଖନ୍ତୁ । ରୋଟା ଭୂତାଣୁ ଟୀକା ଦାନର ବିଭିନ୍ନ ସୋପାନ କଣ? ଚିତ୍ରରେ ଦିଆଯାଇଥିବା ଭଳି, ନିମ୍ନ ସୋପାନ ଅନୁଯାୟୀ ରୋଟା ଭୂତାଣୁ ଟୀକାଦାନକରାଯାଏ । ଟୀକାଦାନ ସମୟରେ ପ୍ରଥମ ଟୀକା ଶିଶୁ ଓ ଡ୍ରପର କୁ ପ୍ରସ୍ତୁତ ରଖନ୍ତୁ । ପ୍ରତ୍ୟେକ ଶିଶୁ ପାଇଁ ଅଲଗା ଅଲଗା ଡ୍ରପର ବ୍ୟବହାର କୁ ସୁନିଶ୍ଚିତ କରନ୍ତୁ । ଚିହ୍ନତ କରାଯାଇଥିବା ସ୍ଥାନରୁ ଘୋଡାଣିକୁ ଟାଣି ବାହାର କରିଦିଅନ୍ତୁ । ତୃତୀୟ ଓ ଚତୁର୍ଥ ଚିତ୍ରରେ ଦର୍ଶାଯାଏଥିବା ଭଳି ଆଲୁମିନିୟମ୍ ଘୋଡାଣିକୁ ସଂପୂର୍ଣ୍ଣ ଖୋଲିଦିଅନ୍ତୁ । ଏହାପରେ ଦେଖାଯାଉଥିବା ରବର ପିଠି କୁ ଯତ୍ନର ସହ ବାହାର କରନ୍ତୁ । ଡ୍ରପର କୁ ଶିଶିର ମୁହିଁରେ ଭଲଭାବରେ ଲଗାନ୍ତୁ । ଡ୍ରପର ର ଠିପି ଖୋଲନ୍ତୁ । ଡ୍ରପରକୁ ୪୫ ଡିଗ୍ରୀ କୋଣରେ ଧରି ୫ ବୁନ୍ଦା ଶିଶୁର ପାତିର ଅଗ୍ରଭାଗରେ ପକାନ୍ତୁ ଦେଖନ୍ତୁ ଯେପରି ଡ୍ରପର ଶିଶୁର ପାଟିରେ ନ ଲାଗେ । ଠାରେ ଟୀକା ଶିଶି ଖୋଲିଲେ କେବଳ ୪ ଘଣ୍ଟା ମଧ୍ୟରେ ବ୍ୟବହାର କରନ୍ତୁ । ଟୀକାକରଣ ପରେ ବା ପୂର୍ବରୁ ଶିଶୁକୁ ସ୍ତନ୍ୟପାନ କରାଯାଇ ପାରିବ କି ? ଟୀକାକରଣ ପରେ ବା ପୂର୍ବରୁ ଶିଶୁକୁ ସ୍ତନ୍ୟପାନ କରାଇବାରେ କୌଣସି ଅସୁବିଧା ନାହିଁ । କାହାକୁ ରୋଟା ଭୂତାଣୁ ଟୀକା ଦେବା ଉଚିତ୍ ନୁହେଁ । ରୋଟା ଭୂତାଣୁ ଟୀକା ଦିଅନ୍ତୁ ନାହିଁ ଯଦି – ଶିଶୁରୁ ବୟସ ୭ ସପ୍ତାହରୁ କମ୍ ଶିଶୁର ବୟସ ୬ ସପ୍ତାହରୁ ଅଧିକ କିନ୍ତୁ ଶିଶୁଟି ପେଣ୍ଟାଭେଲେଣ୍ଟ ଓ ପୋଲିଓର ପ୍ରଥମ ମାତ୍ରା ପାଇ ସାରିଛି । ଶିଶୁଟି ଅଧିକ ଅସୁସ୍ଥ ଅଛି । ଶିଶୁର ରୋଟା ଭୂତାଣୁ ଟୀକା ପ୍ରତି ଏଲାର୍ଜ ଜଣାଅଛି । ଶିଶୁର ସାଂଘାତିକ ଅନ୍ତଃନଳୀ ରୋଗ ଅଛି । ଯଦି ଶିଶୁଟି ସାଧାରଣ ରୋଟାରେ ପୀଡିତ ତେବେ ରୋଟା ଭୂତାଣୁ ଟୀକା ଦିଆଯାଇପାରିବ କି? ଶିଶୁ ଅଳ୍ପଜ୍ଵର ଉପରେ ଶ୍ଵାସନଳୀ ସଂକ୍ରମଣ ଭଳି ସାଧାରଣ ରୋଟା ର ଆକ୍ରାନ୍ତ ହୋଇହିଲେ ରୋଟା ଭୂତାଣୁ ଟୀକା ଦିଆଯାଇପାରିବ କିନ୍ତୁ ସଂଦେହ ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଶିଶୁକୁ ଏକାଥରକରେ ଏକାଧିକ ଟୀକା ଦେବା ନିରାପଦ କି? ଶିଶୁକୁ ଏକା ଥରକେ ଜାତୀୟ ଟୀକା ସୂଚୀ ଅନୁଯାୟୀ ଏକାଧିକ ଟୀକା ଦେବା ନିରାପଦ । ରୋଟା ଭୂତାଣୁ ଟୀକା ର ପ୍ରଥମ ମାତ୍ରା ଶିଶୁକୁ ସର୍ବାଧିକ କେତେ ବୟସରେ ଦିଆଯାଇପାରିବ ? ଶିଶୁକୁ ରୋଟା ଭୂତାଣୁ ଟୀକା ର ପ୍ରଥମ ମାତ୍ରା ଦେବା ପାଇଁ ବୟସ ସୀମା ଏକ ବର୍ଷ । ଯଦି ୧୨ମାସ ବୟସରେ ଏହି ଟୀକାର ପ୍ରଥମ ମାତ୍ରା ଦିଆଯାଇଥାଏ ତେବେ ପରବର୍ତ୍ତି ମାତ୍ରା ଗୁଡିକ ୪ ସପ୍ତାହ ଅନ୍ତରରେ ଦେଇ ଯଥାଶୀଘ୍ର ଏହି ଟୀକାକରଣ ସଂପୂର୍ଣ୍ଣ କରନ୍ତୁ । ଯେଉଁ ଶିଶୁ ପେଣ୍ଟାଭାଲେଣ୍ଟ ଟୀକା ଓ ପୋଲିଓ ର ମାତ୍ରା ପାଇଁ ସାରିଥିବ ସେହି ଶିଶୁକୁ ରୋଟା ଭୂତାଣୁ ଟୀକା ଦିଆଯିବା ଉଚିତ୍ କି? ରୋଟା ଭୂତାଣୁ ଟୀକା ନୂତନ ଭାବେ ଆରମ୍ଭ କରାଯାଇଥିବା ଯୋଗୁଁ ବର୍ତ୍ତମାନ ପ୍ରାରମ୍ଭିକ ସ୍ଥିତିରେ ଏହାର ପ୍ରଥମ ମାତ୍ରା କେବଳ ପେଣ୍ଟାଭେଲେଣ୍ଟ ଓ ପୋଲିଓ ର ପ୍ରଥମ ମାତ୍ରା ସହ ଦିଆଯାଇପାରିବ । ୨ୟ ଓ ୩ ୟ ମାତ୍ରା ସୂଚୀ ଅନୁଯାୟୀ ଦିଆଯାଇପାରିବ । ଯଦି ଶିଶୁ ରୋଟା ଭୂତାଣୁ ଟିକାର ପ୍ରଥମ ମାତ୍ରା ନେବାରୁ ବଞ୍ଜିତ ହୁଏ ଓ ବିଳମ୍ଭରେ ଏହି ଟୀକା ପାଇଁ ପହଞ୍ଚି ତେବେ କଣ କରାଯିବ? ଯଦି ଶିଶୁରୋଟା ଭୂତାଣୁ ଟୀକାର ପ୍ରଥମ ମାତ୍ରା ପାଇଁ ୬ ସପ୍ତାହ ପରେ ଆସେ ପୋଲିଓ ଓ ପେଣ୍ଟାଭେଲେଣ୍ଟ ଟୀକା ର ପ୍ରଥମ ମାତ୍ରାସହ ୧ ବର୍ଷ ମଧ୍ୟରେ ଦିଆଯାଇ ପାରିବ । କିନ୍ତୁ ଯଦି ଶିଶୁଟି ପୋଲିଓ ଓ ପେଣ୍ଟାଭେଲେଣ୍ଟ ଟିକାର ପ୍ରଥମ ମାତ୍ରା ନେଇ ସାରିଥିବେ ତେବେ ରୋଟା ଭୂତାଣୁ ଟୀକା ଆରମ୍ଭ କରାଯାଇ ପାରିବ ନାହିଁ । ଯଦି ଶିଶୁଟି ପୋଲିଓ ଓ ପେଣ୍ଟାଭେଣ୍ଟର ପ୍ରଥମ ମାତ୍ରାପାଇଥାଏ । ତେବେ ଶିଶୁଟିକୁ ସାର୍ବଜନୀନ ଟୀକା ଯୋଜନାରେ ରୋଟା ଭୂତାଣୁ ଟୀକା ଦିଆଯିବ ନାହିଁ । ରୋଟା ଭୂତାଣୁ ଟୀକାକରଣ ଆରମ୍ଭର ପ୍ରାରମ୍ଭିକ ପର୍ଯ୍ୟାୟରେ ପୋଲିଓ ଓ ପେଣ୍ଟାଭେଲେଣ୍ଟ ଟିକର ପ୍ରଥମ ମାତ୍ରା ପାଇଁ ଆସିଥିବା ଶିଶୁକୁ ହିଁ ରୋଟା ଭୂତାଣୁ ଟୀକା ଭୂତାଣୁ ଟୀକା ଦିଆଯିବା । ଯଦି ୧୨ମାସ ବୟସରେ ଏହି ଟୀକାର ପ୍ରଥମ ମାତ୍ରା ଦିଆଯାଇଥାଏ ତେବେ ପରବର୍ତ୍ତି ମାତ୍ରା ଗୁଡିକ ୪ ସପ୍ତାହ ଅନ୍ତରରେ ଦେଇ ଏହି ଟୀକାକରଣ ସଂପୂର୍ଣ୍ଣ କରନ୍ତୁ । ଯଦି ଶିଶୁଟିଏ ରୋଟା ଭୂତାଣୁ ଟୀକା ର ୨ୟ ଓ ୩ୟ ମାତ୍ରା ନେବାରୁ ବଞ୍ଚିତ ହୁଏ ଓ ବିଳମ୍ଭରେ ପହଞ୍ଚେ କଣ କରାଯିବ? ଶିଶୁର ସ୍ଥଗିତ ରହିଥିବା ରୋଟା ଭୂତାଣୁ ଟୀକା ର ପରବର୍ତ୍ତି ମାତ୍ରା ଗୁଡିକ ୪ ସପ୍ତାହ ଅନ୍ତରରେ ଦିଆଯାଇ ପାରିବ । ରୋଟା ଭୂତାଣୁ ଟୀକା ମିଶନ୍ ଇନ୍ଦ୍ରଧନୁରେ ଦିଆଯିବ କି? ରୋଟା ଭୂତାଣୁ ଟୀକାକରଣର ପ୍ରାୟୋଗ ଅନୁଯାୟୀ ଏହି ଟୀକା ମିଶନ୍ ଇନ୍ଦ୍ରଧନୁରେ ଦିଆଯିବ । ରୋଟା ଭୂତାଣୁ ଟିକାର ଶୁଭାରମ୍ଭ ହୋଇନଥିବା ରାଜ୍ୟର ଶିଶୁକୁ ରୋଟା ଭୂତାଣୁ ଟୀକା ଦିଆଯାଇପାରିବ କି? ରୋଟା ଭୂତାଣୁ ଟୀକା ଶୁଭାରମ୍ଭ ହୋଇଥିବା ଓ ନହୋଇଥିବା ରକ୍ଷା ନିର୍ବିଶେଷରେ ଶିଶୁକୁ ବର୍ତ୍ତମାନ ପ୍ରାୟୋଗ ନୀତି ଅନୁଯାୟୀ ରୋଟା ଭୂତାଣୁ ଟୀକା ଦିଆଯାଇ ପାରିବ । ଶିଶୁଟିଏ ରୋଟା ଭୂତାଣୁ ଟିକରା ୧ମ ଓ ୨ମ ମାତ୍ରା ବେସରକାରୀ ଅନୁଷ୍ଠାନରୁ ପାଇଥିଲେ କଣ କରାଯିବ? ମନେରଖନ୍ତୁ ବଜାରରେ ୩ ପ୍ରକାର ରୋଟା ଭୂତାଣୁ ଟୀକା ମିଳିଛି । ଏଗୁଡ଼ିକର ପ୍ରସ୍ତୁତ କର୍ତ୍ତା ଓ ଟିକାର ମାତ୍ରା ଭିନ୍ନଭିନ୍ନ । ଯେଉଁ ପ୍ରସ୍ତୁତ କର୍ତ୍ତାଙ୍କ ଟୀକା ଆରମ୍ଭ କରାଯାଇଛି ସେହି ଟୀକା ଦେଇ ଟୀକାକରଣ ସଂପୂର୍ଣ୍ଣ କରିବା ଉଚିତ୍ । ତେଣୁ ଦୟାକରି ନିମ୍ନ ସୋପାନ ଗୁଡିକୁ ଅନୁକରଣ କରନ୍ତୁ । ସୋପାନ : ଶିଶୁର ଟୀକାକରଣ କାର୍ଡ ଯାଞ୍ଚ କରନ୍ତୁ । ୧-କ) ଯଦି ଶିଶୁଟି ବେସରକାରୀ ସଂସ୍ଥାରୁ ପୋଲିଓ ଓ ପେଣ୍ଟାଭେଲେଣ୍ଟର ପ୍ରଥମ ମାତ୍ରା ପାଇଥାଏ ତେବେ ଶିଶୁଟିକୁ ସାର୍ବଜନୀତ ଟୀକା ଯୋଜନାରେ ରୋଟା ଭୂତାଣୁ ଟୀକା ଦିଆଯିବା ନାହିଁ । ରୋଟା ଭୂତାଣୁ ଟୀକାକରଣ ଆରମ୍ଭର ପ୍ରାରମ୍ଭିକ ପର୍ଯ୍ୟାୟରେ ପୋଲିଓ ଓ ପେଣ୍ଟାଭେଲେଣ୍ଟ ଟୀକାର ପ୍ରଥମ ମାତ୍ରା ପାଇଁ ଆସିଥିବା ଶିଶୁକୁ ହିଁ ରୋଟା ଭୂତାଣୁ ଟୀକା ଦିଆଯିବ । ୧-ଖ) ଯଦି ଶିଶୁଟି ପୋଲିଓ ଓ ପେଣ୍ଟାଭେଲେଣ୍ଟ ଟୀକାର ପ୍ରଥମ ମାତ୍ରା ନେଇ ନାହିଁ ଟୀକାକରଣ କାର୍ଡରେ ଲେଖାଯାଇଥିବା ରୋଟା ଭୂତାଣୁ ଟୀକା ର ନାମ ଦେଖନ୍ତୁ, ଯଦି ଏହା ଲେଖା ନ ଯାଇଥାଏ ମାତାପିତା ଙ୍କୁ କୁହନ୍ତୁ ଡାକ୍ତରଙ୍କ ଠାରୁ ଏହି ଟୀକାର ନାମ ବୁଝିବେ । ୧-ଖ(୧) ଯଦି ବେସରକାରୀ ଅନୁଷ୍ଠାନ ଦ୍ଵାରା ଦିଆଯାଇଥିବା ଟୀକା ଓ ସାର୍ବଜନୀନ ଟୀକା ଯୋଜନାରେ ଦିଆଯାଇଥିବା ଟୀକା ସମାନ ହୋଇଥାଏ ତେବେ ପରବର୍ତ୍ତୀ ମାତ୍ରା ଗୁଡିକ ସରକାରୀ ଅନୁଷ୍ଠାନରୁ ୪ ସପ୍ତାହ ଅନ୍ତରରେ ଦେଇ ଟୀକାକରଣ ସଂପୂର୍ଣ୍ଣ କରାଯାଇ ପାରେ । ୧-ଖ(୨) ଯଦି ସେସରକାରୀ ଅନୁଷ୍ଠାନ ଦ୍ଵାରା ଦିଆଯାଇଥିବା ଟୀକା ଓ ସାର୍ବଜନୀନ ଟୀକା ଯୋଜନାରେ ଦିଆଯାଇଥିବା ଟୀକା ସମାନ ହୋଇଥାଏ ତେବେ ପରବର୍ତ୍ତୀ ମାତ୍ରା ଗୁଡିକ ସରକାରୀ ଅନୁଷ୍ଠାନରୁ ୪ ସପ୍ତାହ ଅନ୍ତରରେ ଦେଇ ଟୀକାକରଣ ସଂପୂର୍ଣ୍ଣ କରାଯାଇ ପାରେ । ୧-ଖ(୨) ଯଦି ବେସରକାରୀ ଅନୁଷ୍ଠାନ ଦ୍ଵାରା ଦିଆଯାଇଥିବା ଟୀକା ଓ ସାର୍ବଜନୀନ ଟୀକା ଯୋଜନାରେ ଦିଆଯାଇଥିବା ଟୀକା ସହ ସମାନ ହୋଇନଥାଏ ତେବେ ଶିଶୁଟି ସାର୍ବଜନୀନ ଟୀକାକରଣ ଯୋଜନା ଅନୁଯାୟୀ ମାତ୍ରା ଗୁଡିକ ମଧ୍ୟରେ ୪ ସପ୍ତାହ ଅନ୍ତରରେ ସମସ୍ତ ୩ଟି ମାତ୍ରା ଦିଆଯିବା ଉଚିତ୍ । ୧-ଖ(୩) ଯଦି ମାତାପିତା ତାଙ୍କ ଶିଶୁକୁ ବେସରକାରୀ ଅନୁଷ୍ଠାନରେ ଦିଆଯାଇଥିବା ରୋଟା ଭୂତାଣୁ ଟିକାର ନାମ ସମ୍ବନ୍ଧରେ ନିଶ୍ଚିତ ନୁହଁନ୍ତି, ତେବେ ପ୍ରତି ମାତ୍ରା ମଧ୍ୟରେ ୪ ସପ୍ତାହ ଅନ୍ତର ରାଖୀ ରୋଟା ଭୂତାଣୁ ଟୀକା ର ୩ଟି ମାତ୍ରା ଆରମ୍ଭ କରନ୍ତୁ । ଯଦି ଶିଶୁକୁ ପୋଲିଓଟୀକା ପୂର୍ବରୁ ରୋଟା ଭୂତାଣୁ ଟୀକା ଦିଆଯାଇଥାଏ ତେବେ କଣ କରାଯିବ? କୌଣସି ସମସ୍ୟା ନାହିଁ । ଯଦି ଶିଶୁକୁ ରୋଟା ଭୂତାଣୁ ଟୀକା ପୂର୍ବରୁ ଦିଆଯାଇଛି ବର୍ତ୍ତମାନ ପୋଲିଓ ର ମାତ୍ରା ଦିଅନ୍ତୁ । ଅପରିପକ୍କ୍ୱ ଅବସ୍ଥାରେ ଜନ୍ମିତ ଶିଶୁ ପାଇଁ ରୋଟା ଭୂତାଣୁ ଟୀକାର ସୂଚୀ ଅଲଗା କି ? ରୋଟା ଭୂତାଣୁ ଟୀକାର ମାତ୍ର ଜନ୍ମ ବୟସ ଅନୁଯାୟୀ ଦିଆଯାଏ । ଗର୍ଭଧାରଣାର କେତେ ସପ୍ତାହ ପରେ ଶିଶୁଟି ଜନ୍ମ ହୋଇଛି ତାହାକୁ ବିଚାରକୁ ନେବାର ଆବଶ୍ୟକତା ନାହିଁ । କେଉଁ ସ୍ୱାସ୍ଥ୍ୟ ଅନୁଷ୍ଠାନ ରୋଟା ଭୂତାଣୁ ଟୀକା ପ୍ରଦାନ କରିବେ ? ସାର୍ବଜନୀନ ଟୀକାକରଣ ଯୋଜନାର ନିୟମିତ ଟୀକା ଭୂତାଣୁ ଟୀକା ବୀନା ମୂଳଯୁରେ ଦିଆଯିବ । ଏହା ସମସ୍ତ ସରକାରୀ ସ୍ୱାସ୍ଥ୍ୟଅନୁଷ୍ଠାନଯଥା – ସରକାରୀ ଡାକ୍ତରଖାନା(ଉଭୟ ସହରାଞ୍ଚଳ ଓ ଗ୍ରାମ୍ୟ), ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର, ସ୍ୱାସ୍ଥ୍ୟଉପକେନ୍ଦ୍ର ଓ ଦୁରବର୍ତ୍ତି ଟୀକାକରଣ ଅଧିବେଶନ ମାନଙ୍କରେ ମିଳିବା କିନ୍ତୁ ଏହା ଘରକୁ ଘର ବୁଲି ଦିଆଯିବ ନାହିଁ । ଟୀକାକରଣ ଅଧିବେଶନରେ ରୋଟା ଭୂତାଣୁ ଟୀକା ନ ଥିଲେ କଣ କରାଯିବ ? ଉପଲବ୍ଧ ଥିବା ମଧ୍ୟରୁ ଶିଶୁଟିର ପ୍ରାପ୍ୟ ସମସ୍ତ ଟୀକା ଦିଆଯିବା ଉଚିତ୍ । ଓ ସେହି ଶିଶୁକୁ ରୋଟା ଭୂତାଣୁ ଟୀକା ପରବର୍ତ୍ତୀ ଅଧିବେଶନରେ ଦିଆଯିବ । ରୋଟା ଭୂତାଣୁ ଟୀକା ର କିଛି ପାର୍ଶ୍ଵ ପ୍ରତିକ୍ରିୟା ଅଛିକି? ରୋଟା ଭୂତାଣୁ ଟୀକା ଏକ ନିରାପଦ ଟୀକା ଅଟେ । ତଥାପି ବାନ୍ତି, ତରଳ ଝାଡା,କାଶ, ନାକରୁ ପାଣି ବୋହିବା, ଜ୍ଵର, ଚରମରେ ଘିମିରି ଭଳି ଅତି ସାଧାରଣ ଲକ୍ଷଣ ଦେଖାଦେଇପାରେ । ଅତି ବିରଳ କ୍ଷେତ୍ରରେ ଏହି ଟୀକାକରଣ ପରେ ଶିଶୁର କ୍ଷୁଦ୍ରାନ୍ତ୍ର ଭଙ୍ଗ ପଡି ବୃହଦନ୍ତ୍ର ମଧ୍ୟକୁ ପଶିଯାଏ । ଏହାକୁ ଇଣ୍ଟସସେପ୍ସନ୍ କୁହାଯାଏ । ଏପରି ହେଲେ ପେଟରେ ଅତ୍ୟଧିକ ଯନ୍ତ୍ରଣା ହୁଏ । ଶିଶୁ ଅଧିକ କାନ୍ଦେ । ବରମ୍ଭର ବାନ୍ତି, ଝାଡାରେ ରକ୍ତ ପଡିବା ଓ ଜଳ ଶୁଷ୍କତା ଦେଖାଯାଏ । ଏହି ଶିଶୁ ମାନଙ୍କୁ ଯଥା ଶୀଘ୍ର ଡାକ୍ତରଖାନା କୁ ପ୍ରେରଣା କରି ନିଦାନ ଓ ଚିକିତ୍ସା କରାଯିବା ଆବଶ୍ୟକ । ଏପରି କ୍ଷେତ୍ରରେ ଜିଲ୍ଲା ଟୀକାକରଣ ଅଧିକାରୀ (କେସ୍ ରିପୋଟିଙ୍ଗ ଫରମାଟ୍ (CRF) କୁ aefindia@gmail.com ରେ ଟୀକାକରଣ ପରବର୍ତ୍ତୀ ପ୍ରତିକୂଳ ଘଟଣା(ଏ.ଇ.ଏଫ୍.ଆଇ) କୁ ଯଥାଶୀଘ୍ର ସୁଚିତା କରନ୍ତୁ । ଏହା ମଧ୍ୟରେ ଜାଣିବା ଗୁରୁତ୍ଵପୂର୍ଣ୍ଣ ଯେ ରୋଟା ଭୂତାଣୁ ଟୀକା ନ ନେଇ ମଧ୍ୟ ଇଣ୍ଟସସେପ୍ସନ୍ ହୋଇପାରେ । ରୋଟା ଭୂତାଣୁ ଟୀକା ଶିଶୁ ମାନଙ୍କ ରୋଟା ଭୂତାଣୁ ଜନୀତ ରୋଗରୁ ରକ୍ଷାକରି ଯଥେଷ୍ଟ ଲାଭ ପହଞ୍ଚାଇଥାଏ । ଏହି ଠକା ନ ନେଇଥିବା ଶିଶୁଠାରେ ରୋଟା ଭୂତାଣୁ ଜନୀତ ରୋଗଦ୍ଵାରା ହେଉଥିବା ସାଂଘାତିକ କ୍ଷତି ତୁଳନାରେ ରୋଟା ଭୂତାଣୁ ଟୀକାରପ୍ରତିକୂଳ ଘଟଣା ର ଭୟ ନଗଣ୍ୟ । ତେଣୁ ଶିଶୁ ମାନଙ୍କ ରୋଟା ଭୂତାଣୁ ଜନୀତ ରୋଗରୁ ରକ୍ଷା କରିବା ପାଇଁ ଟୀକା ନେବାକୁ ବଳିଷ୍ଠ ଭାବେ ଶୁପାରିସ୍ କରାଯାଉଛି । ଗୋଟା ଟୀକା ଶିଶି ରେ କେତେକ ମାତ୍ରାରେ ଟୀକା ରହିଥାଏ ? ରୋଟା ଭୂତାଣୁ ଟିକାର ୧୦ ମାତ୍ରାଥିବା ଶିଶି ଯୋଗାଇ ଦିଆଯିବ । ସ୍ୱାସ୍ଥ୍ୟ କର୍ମୀ ଏହାର ବ୍ୟବହାର କରିବା ପୂର୍ବରୁ ଟିକାର ତଥ୍ୟ ଯାଞ୍ଚ କରିବା ଉଚିତ୍ । ରୋଟା ଭୂତାଣୁ ଟୀକା ଶିଶିର ଫଳକରେ ଭ୍ୟାକ୍ ସିନ୍ ଭାଏଲ୍ ମନିଟର ( ଭି.ଭି.ଏମ୍) ରହିବା କି? ରୋଟା ଭୂତାଣୁ ଟୀକା ଶିଶିର ଫଳକ ଉପରେ ଭ୍ୟାକ୍ ସିନ୍ ଭାଏଲ୍ ମିନିଟର (ଭି.ଭି.ଏମ୍) ରହିଥିବା । ଯଦି ଭି.ଭି.ଏମ୍ ବ୍ୟବହାର ଅଯୋଗ୍ୟ ଅବସ୍ଥାରେ ପହଞ୍ଚିଥାଏ ଟୀକାକୁ ବ୍ୟବହାର କରନ୍ତୁ ନାହିଁ । ଭି.ଭି.ଏମ୍ ର ଭିତର ଭାଗରେ ଥିବା ଚତୁର୍ଭୁଜ ର ରଙ୍ଗ ବାହାର ବୃତ୍ତ ଠାରୁ ହାଲ୍ କା କିମ୍ବା ଫିକା ଥିବା ପର୍ଯ୍ୟନ୍ତ ଟୀକା କୁ ବ୍ୟବହାର କରାଯାଇ ପାରିବ । ଏହି ଚତୁର୍ଭଜ ର ରଙ୍ଗ ବୃତ୍ତ ର ରଙ୍ଗ ସହ ସମାନ ବା ଗାଢ ରଙ୍ଗର ହେବା ମାତ୍ରେ ଟିକାକୁ ବ୍ୟବହାର କରନ୍ତୁ ନାହିଁ । ରୋଟା ଭୂତାଣୁ ଟୀକା କୁ ଆଇ.ଏଲ୍.ଆର୍ ମଧ୍ୟରେ କେଉଁଠାରେ ରଖାଯିବ? ରୋଟା ଭୂତାଣୁ ଟିକାକୁ ବିସିଜି ର ସ୍ତର ବା ତା ଉପରେ ରଖାଯିବା ଦରକାର କାରଣ ଏହା ଊଷକତା ପ୍ରତି ସମ୍ବେଦାନଶୀଳ କିନ୍ତୁ ଥଣ୍ଡାଜନୀତ ତୁଷାରିକୃତ ହୋଇଯିବା ନୁହେଁ । ରୋଟା ଭୂତାଣୁ ଟୀକା ଟୀକାକରଣ ଅଧିବେଶନ ସ୍ଥଳ କୁ କିପରି ନିଆଯିବ? ରୋଟା ଭୂତାଣୁ ଭୂତାଣୁ ଟୀକା କୁ ଅନ୍ୟାନ୍ୟ ଟୀକା ସହ ଉପୟୁକ୍ତ ( ଝାଳେଇ ଥିବା) ବରଫା ପ୍ୟାକ୍ ସହ ଟୀକା ପେତିରେ ଟୀକାକରଣ ଅଧିବେଶନ ସ୍ଥଳକୁ ନିଆଯିବା । ଡ୍ରପର୍ ଗୁଡିକ କିନ୍ତୁ ଟୀକା ପେଟି (ଭେକ୍ସିନ୍ କେରିଅର୍) ମଧ୍ୟରେ ରକ୍ଷାଯିବା ନାହିଁବରଂ ଏଗୁଡିକ ସରିଞ୍ଜ୍ ସହ ବାହାରେ ରଖିଯିବା । ରୋଟା ଭୂତାଣୁ ଟୀକା ପାଇଁ ଖୋଲା ଶିଶି ନୀତି (ଓପନ୍ ଭାଏଲ୍ ପଲିସି) ପ୍ରଯୁଜ୍ୟ କି ? ବିସିଜି, ମିଳିମିଳା, ଜାପାନୀଜ୍ ଏନ୍କେଫାଲାଇଟିସ୍ ଟୀକା ଭଳି ଏହି ରୋଟା ଭୂତାଣୁ ଟୀକା ପାଇଁ ମଧ୍ୟ ଖୋଲା ଶିଶି ନୀତି ପ୍ରଯୁଜ୍ୟ ନୁହେଁ । ରୋଟା ଭୂତାଣୁ ଟୀକା ଶିଶି ଖୋଲିବା ୪ ଘଣ୍ଟା ମଧ୍ୟରେ ହିଁ ବ୍ୟବହାର କରାଯାଇ ପାରିବ କିନ୍ତୁ ଅନ୍ୟଟୀକା ଭଳି ଶିଶି ଉପରେ ଖୋଲାଯିବା ସମୟ ଓ ତାରିଖ ଲେଖିବା ବାଧ୍ୟତା ମୂଳକ ଅଟେ । ଖୋଲା ଶିଶି ନୀତି ଏହି ଟୀକା ପାଇଁ ପ୍ରଯୁଜ୍ୟ ନୁହେଁ । ଆଂଶିକ ବ୍ୟବହୃତ ଶିଶି ଗୁଡିକୁ ଶୀତଳ ଭଣ୍ଡାର ( କୋଲଡ୍ ଚେଇନ୍ ପଏଣ୍ଟ) କୁ ନ୍ନିୟମ ଅନୁଯାୟୀ ଉପୟୁକ୍ତ ପରିଚାଳନା ପାଇଁ ପଠାଇଦେବା ଦରକାର । ଟୀକାକରଣ ସ୍ଥଳରୁ ଆସିଥିବା ଏହି ଶିଶି ଗୁଡିକୁ ପରିବର୍ତ୍ତିତ ଖୋଲା ଶିଶି ନୀତି ଅନୁଯାୟୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଅଲଗାରେ ରଖିବା ପାଇଁ ସୁପାରିଣ କରାଯାଇଛି, ଏହା ପରେ ଡାକ୍ତରଖାନା ବର୍ଯ୍ୟବସ୍ତୁ ପରିଚାଳନା ନିୟମ ଅନୁଯାୟୀ ବର୍ଜନ କରାଯିବ । ରୋଟା ଭୂତାଣୁ ଟୀକା ଶିଶିଟିଏ ଖୋଲିବା ପରେ ଅତ୍ୟଧିକ କେତେ ସମୟ ପର୍ଯ୍ୟନ୍ତ ବ୍ୟବହାର କରାଯାଏ ପାରିବ ? ରୋଟା ଭୂତାଣୁ ଟୀକା ଶିଶି ଖୋଲାଯିବା ୪ ଘଣ୍ଟା ମଧ୍ୟରେ ହିଁ ବ୍ୟବହାର କରିବାକୁ ପଡେ । ଯଦି ରୋଟା ଭୂତାଣୁ ଟୀକା ଖୁଆଇବା ପରେ ପରେ ଶିଶୁଟି ଥୁ ଥୁ କରି ବାହାର କରିଦିଏ ବା ବାନ୍ତି କରିଦିଏ ତେବେ କଣ କରାଯିବ ? ଯଦି ଅସଂପୂର୍ଣ୍ଣ ମାତ୍ରାର ଟୀକା ଦିଆଯାଇଥାଏ ବା ଶିଶୁଟି ସଙ୍ଗେ ସଙ୍ଗେ ଥୁ ଥୁ କରି ବାହାର କରିଦିଏ ବା ବାନ୍ତି କରିଦିଏ ତେବେ ସେହି ଅଧିବେଶନରେ ଟୀକାର ସଂପୂର୍ଣ୍ଣ ମାତ୍ରା ପୁନଃ ପ୍ରଦାନ କରନ୍ତୁ । ବାନ୍ତି ନ ହେବା ବା ଛେପରେ ବାହାର କରି ନଦେବା ପାଇଁ ଟୀକାର ବୁନ୍ଦା ଜିଭରେ ପକାଇବା ବଦଳରେ ଗାଲର ଭିତରକୁ ଲଗାଇ ପକାନ୍ତୁ । ବରଫ ପାଲଟି ଯାଇଥିବା ରୋଟା ଭୂତାଣୁ ଟୀକା ଶିଶି ପାଇଲେ କଣ କରିବେ? ବରଫ ପାଲଟି ଯାଇଥିବା ଟୀକା ସଂପୂର୍ଣ୍ଣ ତରଳିବା ପରେ ଏହାକୁ ବ୍ୟବହାର କରାଯାଏ ପାରିବ । ରୋଟା ଭୂତାଣୁ ଟିକାକୁ - ୨୦ ଡିଗ୍ରୀ ସେଷ୍ଟିଗ୍ରେଡ୍ ତାପମାତ୍ରାରେ ଜିଲ୍ଲା ଓ ତଦୁର୍ଦ୍ଧ ସ୍ତରରେ ଏବଂ ୨ ରୁ ୮ ଡିଗ୍ରୀ ସେଣ୍ଟିଗ୍ରେଡ୍ ତାପମାତ୍ରା ରେ ଜିଲ୍ଲା ତଳ ସ୍ତରରେ ସଂରକ୍ଷଣ କରାଯାଏ । ଟୀକାକୁ ବ୍ୟବହାର କରିବା ପୂର୍ବରୁ ଏହା ତରଳ ଅବସ୍ଥାକୁ ଆସିଥିବା ଦରକାର । ଟୀକାକରଣ ସ୍ଥାନରେ ରୋଟା ଭୂତାଣୁ ଟୀକା କୁ କେଉଁ ଠାରେ ରଖାଯିବା ଉଚିତ୍ ? ନିୟମିତ ଟୀକାକରଣ ସ୍ଥାନରେ ରୋଟା ଭୂତାଣୁ ଟୀକାର ଖୋଲା ସିସିକୁ ବାହାରେ ଥିବା ବରଫ ପ୍ୟାକ୍ ଉପରେ ରଖାଯିବ । ଉଷ୍ମତା ଦ୍ଵାରା ନଷ୍ଟ ହେଉଥିବା ଟୀକା ବ୍ୟବହାର କରିବା ପୂର୍ବରୁ ସ୍ୱାସ୍ଥ୍ୟକର୍ମୀ ଗୋଟିଏ ବରଫ ପ୍ୟାକ୍ ଟୀକା ବାକ୍ସ ରୁ ବାହାର କରି ଏହାର ଖାପ ମଧ୍ୟରେ ବିସିଜି, ମିଳିମିଳା, ଟୀକା ରଖିବା ସହ ପୋଲିଓ, ଜେଇ। ରୋଟା ଭୂତାଣୁ ଟିକାକୁ ବରଫ ପ୍ୟାକ୍ ଉପରେ ରଖିବା କିନ୍ତୁ ମନେରଖନ୍ତୁ ପୋଲିଓ ଇଞ୍ଜେକ୍ସନ୍ ହେପାଟାଇଟିସ୍ – ବି ଟିଟାନସ୍ ଡିପିଟି, ଓ ପେଣ୍ଟାଭେଲେଣ୍ଟ ଟୀକା ଗୁଡିକୁ ବରଫ ପ୍ୟାକ୍ ଉପରେ କେବେ ରଖାଯିବ ନାହିଁ । ରୋଟା ଭୂତାଣୁ ଟୀକା ସମ୍ବନ୍ଧରେ କେତେକ ସୂଚନା - ଭାରତ ସରକାରଙ୍କ ଜାତୀୟ ଟୀକାକରଣ ସୂଚୀରେ ଆଉ ଗୋଟିଏ ନୂଆ ଟୀକା (ରୋଟା ଭୂତାଣୁ) ଅନ୍ତର୍ଭୂତ କରାଯାଇଛି। ଏହା ରୋଟା ଭୂତାଣୁ ଜନୀତ ତରଳ ଝାଡାରୁ ଶିଶୁକୁ ରକ୍ଷାକରେ । ରୋଟା ଭୂତାଣୁ ଜନୀତ ତରଳ ଝାଡା ଯୋଗୁଁ ଶିଶୁକୁ ଡାକ୍ତର ଖାନାରେ ରହି ଚିକିତ୍ସା ହେବାକୁ ପଡିଥାଏ । ରୋଟା ଭୂତାଣୁ ଟୀକା ଛୋଟ ଶିଶୁକୁ ତରଳ ଝାଡାର ଏକ ମୁଖ୍ୟ କାରଣରୁ ରକ୍ଷା କରେ । ତଥାପି ଶିଶୁମାନଙ୍କୁ ଅନ୍ୟ କାରଣରୁ ତରଳ ଝାଡା ହୋଇପାରେ । ଆପଣ କଣ କରିବା ଆବଶ୍ୟକ ଆପଣଙ୍କ ଅଞ୍ଚଳର ସମସ୍ତ ଶିଶୁକୁ ରୋଟା ଭୂତାଣୁର ସମସ୍ତ (୩ଟି) ମାତ୍ରା ଦେଇ ସଂପୂର୍ଣ୍ଣ ସୁରକ୍ଷିତ ରହିବା ନିଶ୍ଚିତ କରାନ୍ତୁ । ରୋଟା ଭୂତାଣୁ ଟୀକାର ପ୍ରଥମ ମାତ୍ରା ଶିଶୁକୁ ଛଅ ସପ୍ତାହ ବୟସରେ ପାଟିରେ ଦେଇ ଆରମ୍ଭ କରିବା ସହ ପରବର୍ତ୍ତୀ ମାତ୍ରାଦେଶ ଓ ଚଉଦ ସପ୍ତାହରେ ଦିଆଯିବା । ପ୍ରତ୍ୟେକ ମାତ୍ରାରେ ଶିଶୁକୁ ଟିକାର ପାଞ୍ଚ ବୁନ୍ଦା ଦିଆଯିବ । ଟିକାର ପରବର୍ତ୍ତୀ ମାତ୍ରା ପାଇଁ ଆସନ୍ତା ଟୀକାକରଣ ଅଧିବେଶନର ତାରିଖ, ସମୟ ଓ ସ୍ଥାନ ଜଣାଇ ଦିଆନ୍ତୁ ଓ ଅଭିଭାବାକଙ୍କୁ ଶିଶୁକୁ ସେଟାକୁ ଆଣିବାକୁ କୁହନ୍ତି । ଟୀକା ଦେବାପରେ ଯଦି ଶିଶୁ ଠାରବେ ଜ୍ଵର, ବାନ୍ତି ବା ଅବିରତ କନ୍ଦିବା କିମ୍ବା ପେଟ ଅଧିକ ଫୁଲିବା ଅଥବା ଅଧିକ ବ୍ୟଥା ହେବାଭଳି ଲକ୍ଷଣ ଦେଖାଗଲେ ଯଥାଶୀଘ୍ର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣାନ୍ତୁ ଓ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ବା ଜିଲ୍ଲା ଡାକ୍ତରଖାନାକୁ ପ୍ରେରଣା କରନ୍ତୁ । ଆଧାର - ସ୍ୱାସ୍ଥ୍ୟଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର