କୋଭିଡ -୧୯ ଏବଂ ଛୋଟ ଶିଶୁ ମାନଙ୍କର ଖାଦ୍ୟାଭ୍ୟାସ କେତୋଟି ଜାଣିବା ବିଷୟବସ୍ତୁ : ସ୍ତନ୍ୟପାନ ନବଜାତ ଶିଶୁକୁ ବିଭିନ୍ନ ରୋଗରୁ ରକ୍ଷା କରିବା ସହିତ, ଶିଶୁକୁ ବଡ ହେବା ଯାଏ ବିଭିନ୍ନ ସଂକ୍ରମଣ ତଥା ରୋଗରୁ ମଧ୍ୟ ସୁରକ୍ଷା ଦେଇ ଥାଏ। ସ୍ତନ୍ୟପାନ ବିଶେଷ କରି ଶିଶୁକୁ ବିଭିନ୍ନ ସଂକ୍ରମଣ ଜନିତ ରୋଗରୁ ରକ୍ଷା କରିଥାଏ, କାରଣ ଏହା ମା' କ୍ଷୀରରୁ ମିଳିଥିବା ପୌଷ୍ଟିକ ତତୁରୁ ଶିଶୁର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ସ୍ତନ୍ୟପାନର ଉପକାରୀତାକୁ ଆଖୁଆଗରେ ରଖ୍ ଏବଂ ତତସହିତ ଯାହା ପ୍ରତିପାଦ୍ୟ ସ୍ତନ୍ୟପାନ ଦ୍ଵାରା କୋଭିଡ-୧୯ ଭୂତାଣୁରୁ ଶିଶୁକୁ ସଂକ୍ରମିତ ହୋଇନଥାଏ । ମା' କୋଭିଡ-୧୯ର ଶିକାର ହୋଇଥାଉ କିମ୍ବା ନହୋଇଥାଉ, ସ୍ତନ୍ୟପାନ କରାଇପାରିବ (ସବୁପ୍ରକାର ସତର୍କତା ଅବଲମ୍ବନ କରି)। ଯେଉଁ ସ୍ତନ୍ୟଦାତ୍ରୀ ମା' ମାନଙ୍କର ଜର, କାଶ କିମ୍ବା ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ ହେଉ ଯଥାଶୀଘ୍ର ଡାକ୍ତରୀ ପରାମର୍ଶ ନେଇ ଆବଶ୍ୟକୀୟ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ଯତ୍ନବାନ ହେବା ଆରମ୍ଭ କରିବେ । ମା' ମାନେ ଯେଉଁ ମାନଙ୍କର କୋଭିଡ-୧୯ ସଂକ୍ରମଣର ଲକ୍ଷଣ ଦେଖାଯାଇଥିବ କିମ୍ବା କୋଭିଡ-୧୯ ସଂକ୍ରମଣ ହୋଇଥିବେ, ସେହି ମା' ମାନେ ମଧ୍ୟ ନିମ୍ନଲିଖିତ ସତର୍କତା ଅବଲମ୍ବନ କରି ନିରାପଦ ଭାବରେ ସ୍ତନ୍ୟପାନ କରାଇପାରିବେ । ଶିଶୁପାଖରେ ଥିବା ସମୟରେ ଏବଂ ଖାଦ୍ୟ ଖୁଆଇବା ସମୟରେ ମାସ୍କ ପିନ୍ଧନ୍ତୁ । ଶିଶୁ ସମ୍ପର୍କରେ ଆସିବା ପୂର୍ବରୁ କିମ୍ବା ପରେ ଓ ଖୁଆଇବା ପୂର୍ବରୁ ଏବଂ ପରେ ହାତକୁ ସାବୁନରେ ୨୦ ସେକେଣ୍ଡ ଧୁଅନ୍ତୁ । ସେମାନେ ଯେଉଁ ଜାଗାକୁ ଛୁଇଁ ବେ ତାହାକୁ ନିୟମିତ ଭାବରେ ସାବୁନ କିମ୍ବା ସାନିଟାଇଜର ସାହାଯ୍ୟରେ ସଫା ଏବଂ ବିଶୋଧନ କରନ୍ତୁ । ମା ଯଦି ଅତ୍ୟଧୁକ ରୋଗକ୍ରାନ୍ତ, ତେବେ ସ୍ତନରୁ କ୍ଷୀର ବାହାର କରି ଗିନା ଓ ଚାମଚ ସାହାଯ୍ୟରେ ଶିଶୁକୁ ପିଆଇ ପାରିବେ । ସ୍ତନରୁ କ୍ଷୀର ବାହାର କରିବା ସମୟରେ ମା' ନିଜ ହାତକୁ ସାବୁନ ଓ ପାଣିରେ ଭଲଭାବରେ ଧୋଇବା ସହିତ ଗିନା ଓ ଚାମଚ କୁ ମଧ୍ୟ ସାବୁନ ଓ ପାଣିରେ ପରିଷ୍କାର କରି ଧୋଇବେ । ସ୍ତନରୁ କ୍ଷୀର ବାହାରକରି ଖୁଆଇବା ସମୟରେ ସଂକ୍ରମଣ ରୋକିବା ପାଇଁ ମା' ସବୁପ୍ରକାର ସତର୍କତା ଅବଲମ୍ବନ କରିବା ଉଚିତ। ଯଦି ମା' ଟି ଅତିଶୟ ରୋଗାକ୍ରାନ୍ତ ଅଛି ଏବଂ ସ୍ତନ୍ୟପାନ କିମ୍ବା ସ୍ତନରୁ କ୍ଷୀର ବାହାର କରି ଶିଶୁକୁ ପିଆଇବା ପାଇଁ ସକ୍ଷମ ହୋଇପାରୁ ନାହିଁ, ତେବେ ଧାଇମା' ଯିଏକି ଶିଶୁକୁ ସ୍ତନ୍ୟପାନ କରାଇପାରିବେ କିମ୍ବା MilkBank ରୁ ମା' କ୍ଷୀର ଅଣାଯାଇ ଶିଶୁକୁ ଦିଆଯାଇ ପାରିବ । ଶିଶୁଟି କୋ ଭିଡ-୧୯ ରେ ଯଦି ସଂକ୍ରମିତ ହୋଇଥିବ । ଯଦି ଆଶଂକା ଥିବ/ସନ୍ଦିଗ୍ଧ ଯୁବ କିମ୍ବା ଅନ୍ୟ କୌଣସି ଅସୁସ୍ଥତା ଦେଖାଦେଇଥିବ, ତେବେ ମଧ୍ୟ ଶିଶୁକୁ ସ୍ତନ୍ୟପାନ କରାଯାଇ ପାରିବ। ଶିଶୁକୁ ୬ ମାସ ପୂରିବା ପରେ ଶିଶୁର ଯତ୍ନକାରୀ ସ୍ତନ୍ୟପାନ ସହିତ ତାକୁ ପରିପୂରକ ଖାଦ୍ୟ ଆରମ୍ଭ କରିବା ଉଚିତ । ଏହି ବୟସରୁ ଶିଶୁର ଶାରୀରିକ ଓ ମାନସିକ ବୃଦ୍ଧି ପାଇଁ ଆବଶ୍ୟକୀୟ ପୁଷ୍ଟି ଓ ଶକ୍ତି ତାକୁ କେବଳ ମା' କ୍ଷୀର ରୁ ମିଳିପାରି ନଥାଏ। ପରିପୂରକ ଖାଦ୍ୟ ଆରମ୍ଭ କରିବାରେ ବିଳମ୍ବ କରିଦେଲେ ଶିଶୁଟି ଅପପୁଷ୍ଟିର ଶିକାର ହେବାର ସମ୍ଭାବନା ବହୁମାତ୍ରା ରେ ବଢିଯାଇଥାଏ । ଏହି ସମୟରେ ଶିଶୁକୁ ବିଭିନ୍ନ କିସମର ଖାଦ୍ୟ ଯେପରିକି ଡାଲି ଜାତୀୟ, ଦୁଗ୍ଧ / ଦୁଗ୍ଧ ଜାତ ଦ୍ରବ୍ୟ, ହଳଦିଆ, କମଳା ଓ ସବୁଜ ଫଳ/ ପନିପରିବା ଆଦି ଦିଆଯିବା ଉଚିତ, ଯାହାକି ଶିଶୁର ଶାରୀରିକ ଓ ମାନସିକ ବୃଦ୍ଧିରେ ସହାୟକ ହେବ । ଏହି ତାଲାବନ୍ଦ ସମୟରେ, ସତେଜ ଏବଂ ତାଜା ଖାଦ୍ୟ ଶିଶୁପାଇଁ ପ୍ରସ୍ତୁତ କରି ଦେବାରେ ଯଦି ଅସୁବିଧା ହେଉଛି, ତେବେ ସ୍ଵାସ୍ଥ୍ୟକର ଖାଦ୍ୟ ଦିଅନ୍ତୁ । କିନ୍ତୁ ଅତ୍ୟକ ଶର୍କରା ଜାତୀୟ, ଛଣା ଯାଇଥିବା, ଅତ୍ୟକ ଲୁଣିଆ ଖାଦ୍ୟ (ମ୍ୟାକେଟ ଖାଦ୍ୟ ଯେପରିକି ଚି , ସଫ୍ଟ ତ୍ରିଙ୍କ ) ଦିଅନ୍ତୁ ନାହିଁ। ରାନ୍ଧିବା ପୂର୍ବରୁ, ଖାଇବା ଏବଂ ଖୁଆଇବା ପୂର୍ବରୁ ହାତକୁ ସାବୁନ ଓ ପାଣିରେ ଭଲ ଭାବରେ ଧୁଅନ୍ତୁ। ଖୁଆଇବା ପୂର୍ବରୁ ଶିଶୁର ହାତ ମଧ୍ୟ ଭଲ ଭାବରେ ସାବୁନ ଓ ପାଣିରେ ଧୁଅନ୍ତୁ। ଶିଶୁକୁ ଅଲଗା ଏକ ପାତ୍ରରେ ଖାଇବାକୁ ଦିଅନ୍ତୁ ଏବଂ ସେହି ଗିନା ଓ ଚାମଚ ଭଲଭାବରେ ପରିଷ୍କାର କରି ଧୂଆ ହେଇଥିବା ଦରକାର । ଶିଶୁକୁ ଯଥେଷ୍ଟ ପରିମାଣରେ ଖାଦ୍ୟ ଖାଇବାକୁ ଦିଅନ୍ତୁ ଏବଂ ରୋଗଗ୍ରସ୍ତ ସମୟରେ ତରଳ ଖାଦ୍ୟ ଅଧିକ ଦିଅନ୍ତୁ । ସ୍ଵାସ୍ଥ୍ୟ କର୍ମୀ ମାନଙ୍କ ପାଇଁ ବାର୍ତ୍ତା ପ୍ରତ୍ୟେକଟି ସ୍ୱାସ୍ଥ୍ୟ ସୁବିଧା କ୍ଷେତ୍ରରେ ଯେଉଁ ଶିଶୁମାନଙ୍କର ମା' ସଂକ୍ରମଣ ହେବାର ଆଶଂକା ରହିଛି କିମ୍ବା ସମ୍ଭାବନା ଅଛି ବା ନିଶ୍ଚିନ୍ତ ସଂକ୍ରମିତ, ସେମାନେ ନିର୍ଦ୍ଧାରିତ “ନବଜାତ ଓ ଛୋଟ ଶିଶୁ ମାନଙ୍କର ଖାଦ୍ୟଭ୍ୟାସ" ନିୟମାବଳୀକୁ ଅନୁସରଣ କରିବା ଉଚିତ । ସମସ୍ତ ଗର୍ଭବତୀ ମହିଳା ମାନଙ୍କୁ ତଥା ସମସ୍ତ ଛୋଟ ଶିଶୁମାନଙ୍କର ମା' ମାନଙ୍କୁ ସ୍ତନ୍ୟପାନ ସମ୍ବନ୍ଧୀୟ ପରାମର୍ଶ, ମୌଳିକ ମାନସିକ ସହାୟତା ତଥା ବ୍ୟବହୃତ ଖାଦ୍ୟଭ୍ୟାସର ଜ୍ଞାନ ଦିଆଯିବା ଦରକାର । କୋଭିଡ-୧୯ ସଂକ୍ରମଣର ଆଶଂକା ଥାଉ ବା ନଥାଉ । ସ୍ଵାସ୍ଥ୍ୟକର୍ମୀମାନେ ନିଶ୍ଚିତ କରାନ୍ତୁ ଯେ ମା' ଓ ଶିଶୁ ଏକତ୍ରିତ ରୁହନ୍ତୁ ଏବଂ ବିଶେଷ ଭାବରେ ଜନ୍ମ ହେବା ସଙ୍ଗେ ସଙ୍ଗେ ଶିଶୁକୁ ନିଜ ଚର୍ମ ସଂସ୍ପର୍ଶରେ ରଖିବା ପାଇଁ ମା'ମାନଙ୍କୁ ପରାମର୍ଶ ଦିଅନ୍ତୁ, ଯାହାଦ୍ୱାରା ସ୍ତନ୍ୟପାନ ଆରମ୍ଭ କରିହେବ । ସ୍ଵାସ୍ଥ୍ୟକର୍ମଚାରୀମାନେ ସ୍ତନ୍ୟପାନ ସମ୍ବନ୍ଧୀୟ ବିକଳ୍ପ ଯେପରିକି ବୋତଲ, ନିପଲ କିମ୍ବା ଚୁଚୁକ ପାଇଁ କୌଣସି ମାଧ୍ୟମରେ ପ୍ରୋକ୍ସାହିତ କରିବା ଅନୁଚିତ । ଆଧାର - ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ, ସହାୟତା - ୟୁନିସେଫ