ଖାଦ୍ୟର କାର୍ଯ୍ୟ ଶରୀରର ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଆବଶ୍ୟକ ଉପାଦାନ ବିଭିନ୍ନ ଖାଦ୍ୟରୁ ମିଳିଥାଏ । ତେଣୁ ଉତ୍ତମ ଖାଦ୍ୟ ଆମ ଜୀବନ ଧାରଣ ପାଇଁ ଏକାନ୍ତ ଆବଶ୍ୟକ । ଖାଦ୍ୟ ଏବଂ ଏଥିରେ ଥିବା ବିଭିନ୍ନ ଆବଶ୍ୟକୀୟ ଉପାଦାନ ଗୁଡିକୁ ଆମେ ପୁଷ୍ଟି ବା ପୋଷଣ ବୋଲି କହିଥାଉ । ଖାଦ୍ୟ ଏବଂ ଖାଦ୍ୟ ସମ୍ବନ୍ଧୀୟ ବିଭିନ୍ନ ଦିଗର ତର୍ଜମା ପାଇଁ ପୃଷ୍ଟି ବା ପୋଷଣ ଆବଶ୍ୟକ । ଆମ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ଏବଂ ପୋଷଣ ଜନିତ ଜ୍ଞାନ ଏକାନ୍ତ ଆବଶ୍ୟକ । ଆମେ ଖାଉଥିବା ଖାଦ୍ୟ ଶରୀର ପାଇଁ ମୁଖ୍ୟତଃ ଚାରୋଟି କାର୍ଯ୍ୟ କରିଥାଏ । ସେଗୁଡିକ ହେଲା – ଶକ୍ତି ଯୋଗାଇବା । ଶରୀର ଗଠନରେ ସାହାଯ୍ୟ କରିବା । ସଂକ୍ରମଣରୁ ରକ୍ଷା କରିବା ଶରୀରର କାର୍ଯ୍ୟ ପରିଚାଳନାରେ ସହାୟକ ହେବା । ଜୀବସାର ଏଗୁଡିକ ସାଧାରଣତଃ କମ୍ ପରିମାଣରେ ଆବଶ୍ୟକ । ବିଭିନ୍ନ ପ୍ରକାରର ଭିଟାମିନ୍ ର ଉତ୍ସ ରହିଛି । ଏହାର ତାଲିକା ନିମ୍ନରେ ଦିଆଗଲା । ଖାଦ୍ୟର ଉପାଦାନ କେଉଁଠୁ ମିଳେ କେଉଁ କାର୍ଯ୍ୟ କରେ ଏହାର ଅଭାବରେ କ’ଣ ହୁଏ? ଭିଟାମିନ୍ ‘ଇ’ ବନସ୍ପତି, ଚଣାଜାତୀୟ ଖାଦ୍ୟ, ଘନ ସବୁଜ ପତ୍ର ଥିବା ପନିପରିବା, ଡାଲିଜାତୀୟ ଖାଦ୍ୟ ଏବଂ ତୈଳବୀଜ (ବାଦାମ, ସୋୟାବିନ୍, କପାମଞ୍ଜି) ପ୍ରାଣୀଜ ଖାଦ୍ୟରେ କମ୍ ପରିମାଣର ଭିଟାମିନ୍ –‘ଇ’ ରହିଥାଏ । ତେବେ ଅଣ୍ଡାକେଶର, ଲହୁଣୀ ଏବଂ କଲିଜାରେ କିଛି ପରିମାଣରେ ଭିଟାମିନ୍ – ଇ ଥାଏ। ଶରୀରରେ କେତେକ ଏସିଡ୍, ଭିଟାମିନ୍ ‘ଏ’ ଏବଂ ‘ସି’ କୁ ନଷ୍ଟ ହେବାକୁ ରକ୍ଷାକରେ। ଶରୀରରୁ ଭିଟାମିନ୍ ‘ଏ’ ଏବଂ ‘ସି’ ନଷ୍ଟ ହୋଇଯାଏ। ଭିଟାମିନ୍ ‘କେ’ ଘନ ସବୁଜ ପତ୍ରଥିବା ପନିପରିବା, ଅଣ୍ଡାକେଶର, ପତ୍ରକୋବି । ବ୍ୟାକ୍ଟେରିଆରୁ ପ୍ରସ୍ତୁତ କେତେକ ପଦାର୍ଥରେ ଥାଏ । ରକ୍ତକ୍ଷରଣ ବନ୍ଦ କରେ। ରକ୍ତକ୍ଷରଣ ବନ୍ଦ ହୁଏନାହିଁ । ଖାଦ୍ୟର ଉପାଦାନ କେଉଁଠୁ ମିଳେ କେଉଁ କାର୍ଯ୍ୟ କରେ ଏହାର ଅଭାବରେ କ’ଣ ହୁଏ? ଭିଟାମିନ୍ ‘ଏ’ ପ୍ରାଣୀଜ ଖାଦ୍ୟ ଯଥା : କଲିଜା, ଅଣ୍ଡା କେଶର ଲହୁଣୀ, ଘିଅ କ୍ଷୀର । ଉଦ୍ଭିଦଜ ଖାଦ୍ୟ ଯଥା : ହଳଦିଆ ଏବଂ ନାରଙ୍ଗୀ ରଙ୍ଗର ପରିବା, ସବୁଜ ପତ୍ର ବିଶିଷ୍ଟ ପନିପରିବା । ଶରୀରର ଏକ ତନ୍ତୁ (ଏପିଥାଳିଆଲ୍ଟିସୁ )କୁ ଆର୍ଦ୍ର ରଖିବା ଦ୍ଵାରା ଚର୍ମ ମସୃଣ ରହେ ଏବଂ କେତେକ ସାଧାରଣ ରୋଗ ଯଥା ତରଳ ଝାଡା, ଚକ୍ଷୁ ସଂକ୍ରମଣ ଇତ୍ୟାଦିରୁ ରକ୍ଷା ମିଳେ । କମ୍ ଆଲୁଅରେ ଦେଖିବା ସମ୍ଭବ ହୁଏ । କଙ୍କାଳ ଏବଂ ତନ୍ତୁର ବୃଦ୍ଧିରେ ସହାୟକ ହୁଏ । ବିଭିନ୍ନ ପ୍ରକାରର ଚକ୍ଷୁରୋଗ, ଯଥା : ଅନ୍ଧାରକଣା, ଅନ୍ଧତ୍ଵ ଦେଖାଯାଏ । ଶରୀର ବୃଦ୍ଧିରେ ବାଧା ପଡେ । ତରଳଝାଡା, ଚକ୍ଷୁ ସଂକ୍ରମଣ, ପାକ ନଳୀରେ ଫାଟ ସୃଷ୍ଟିହେବା, ଚର୍ମ ଫାଟିବା ଇତ୍ୟାଦି ହୋଇପାରେ । ଭିଟାମିନ୍ ‘ଡି’ ସୂର୍ଯ୍ୟକିରଣ, ଅଣ୍ଡା, କଲିଜା, ଲହୁଣୀରୁ ମିଳେ। କୌଣସି ପ୍ରକାର ଉଦ୍ଭିଦ ଜାତୀୟ ଖାଦ୍ୟରୁ ପ୍ରାୟତଃ ଏହି ଭିଟାମିନ୍ ଉପଲବ୍ଧ ନଥାଏ । ହାଡ ଶକ୍ତ କରିବା । ହାଡକୁ କ୍ୟାଲସିଅମ୍ ଏବଂ ଫସ୍ଫରସ୍ ଯୋଗାଇବା । ରିକେଟ୍ ରୋଗ (ଗୋଡର ହାଡ ବଙ୍କା ହୋଇଯିବା ) ଅଷ୍ଟି ଓ ମାଲାସିଆ (ଅଣ୍ଟା, ଗୋଡ, ପିଚା ଇତ୍ୟାଦିରେ ଯନ୍ତ୍ରଣା ହେବା ) ସହିତ ମାଂସପେଶୀରେ ଯନ୍ତ୍ରଣା ଏବଂ ଦୁର୍ବଳ ଅନୁଭୂତ ହେବା । ଖାଦ୍ୟର ଉପାଦାନ କେଉଁଠୁ ମିଳେ କେଉଁ କାର୍ଯ୍ୟ କରେ ଏହାର ଅଭାବରେ କ’ଣ ହୁଏ? ଭିଟାମିନ୍ ବି ୧ (ଥାୟାମିନ୍) ଚୋପାଥିବା ଶସ୍ୟ ଡାଲି, କୋଳି, ଅଣ୍ଡକେଶର ଆମେ ଖାଉଥିବା ଶ୍ଵେତସାର ଶରୀରରେ ଉପଯୋଗ ହେବା ପାଇଁ ସହାୟକ ହୁଏ। ବେରି ବେରି ରୋଗ ହୁଏ । ଏହି ରୋଗହେଲେ କ୍ଷୁଧାହିନ, ଦୁର୍ବଳତା ଏବଂ ଗୋଡ ଭାରି ଲାଗିବା ସହିତ ଅଳ୍ପକେ ହାଳିଆ ଲାଗେ । ଭିଟାମିନ୍ ‘ବି’(ରିବୋଫ୍ଲାବିନ୍) ଘନ ସବୁଜ ପତ୍ର ବିଶିଷ୍ଟ ପନିପରିବା, କ୍ଷୀର, ଅଣ୍ଡା ମାଂସ (ବିଭିନ୍ନ ମୁଖ୍ୟ ଅଂଶର ମାଂସ ), ମାଛ, ଡାଲିରେ ଅଳ୍ପ ପରିମାଣରେ ଥାଏ । ଗଜାମୁଗ ଓ ଗଜାବୁଟରେ ଏହାର ପରିମାଣ ବଢିଥାଏ। ଶ୍ଵେତସାର ଏବଂ ପୃଷ୍ଟିସାରକୁ ହଜମ କରି ଶରୀରରେ ଉପଯୋଗ କରିବାରେ ସହାୟକ ହୁଏ । ପାଟି ଧରିବା, ପାଟିର ଦୁଇ କଡରେ ଘା’ ହେବା, ଓଠ ଫାଟିବା। ଖାଦ୍ୟର ଉପାଦାନ କେଉଁଠୁ ମିଳେ କେଉଁ କାର୍ଯ୍ୟ କରେ ଏହାର ଅଭାବରେ କ’ଣ ହୁଏ? ନିଆସିନ୍ ଶସ୍ୟଜାତୀୟ ଖାଦ୍ୟ, ଡାଲିଜାତୀୟ ଖାଦ୍ୟ, କୋଳି, ତୈଳବୀଜ, ମାଂସ, ମାଛ । ଶ୍ଵେତସାର ଏବଂ ଚର୍ବିକୁ ଶରୀରରେ ଉପଯୋଗ କରିବାରେ ସହାୟକ ହୁଏ । ପାଟି ଧରିବା, ପାଟିର ଦୁଇ କଡରେ ଘା’ହେବା, ଓଠ ଫାଟିବା ଫୋଲିକ୍ ଏସିଡ ଚୋପାଲଗା ଶସ୍ୟ, ପତ୍ରବିଶିଷ୍ଟ ପନିପରିବା, କ୍ଷୀର, ଅଣ୍ଡା, ମାଂସ (କଲିଜା, ବୃକକ୍) ହାଡ ଭିତରେ (ବୋନ୍ ମ୍ୟାରୋରେ) ଲୋହିତ ରକ୍ତକଣିକା ସୃଷ୍ଟି କରିବାରେ ସହାୟକ ହୁଏ । ରକ୍ତହୀନତା । ଭିଟାମିନ୍ ବି-୧୨ କ୍ଷୀର, ଅଣ୍ଡା, ମାଂସ ହାଡ ଭିତରେ (ବୋନ୍ ମ୍ୟାରୋରେ) ଲୋହିତ ରକ୍ତକଣିକା ସୃଷ୍ଟି କରିବାରେ ସହାୟକ ହୁଏ ଏବଂ ସ୍ନାୟୁକ୍ରିୟା ଉତ୍ତମ କାର୍ଯ୍ୟ କରିବାରେ ସହାୟକ ହୁଏ । ପେଲାଗ୍ରା ରୋଗ ହୁଏ । ଏଥିରେ ଚର୍ମର ରଙ୍ଗ ବଦଳି ଶେତା ହୋଇଯାଏ । ଶରୀରର ଯେଉଁ ଅଂଶ ବେଶି ସମୟ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସୁଥିବ, ସେହି ଅଂଶର ଚର୍ମଶେତା ପଡିଯାଇ ରଙ୍ଗ ବଦଳେ । ଏହି ରୋଗୀଙ୍କର ମାନସିକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦିଏ । ଖାଦ୍ୟର ଉପାଦାନ କେଉଁଠୁ ମିଳେ କେଉଁ କାର୍ଯ୍ୟ କରେ ଏହାର ଅଭାବରେ କ’ଣ ହୁଏ? ଭିଟାମିନ୍ ‘ସି’ ଖଟା ଫଳ, ଅଁଳା, ପିଜୁଳି, ସିମ୍ଲା ଲଙ୍କା (କ୍ୟାପ୍ସିକମ୍) ସବୁଜ ପତ୍ରଥିବା ପନିପରିବା, କଞ୍ଚା ଲଙ୍କା । (ଏ ସମସ୍ତ ଖାଦ୍ୟ ପଦାର୍ଥ ତଟକା ଥିବା ଅବସ୍ଥାରେ ଅଧିକ ପରିମାଣରେ ଭିଟାମିନ୍ ‘ସି’ ମିଳିଥାଏ । ଘା’ ଶୁଖାଇବାରେ ସହାୟକ ହୁଏ । କେତେକ ହରମୋନ୍ ସୃଷ୍ଟିକରି ମାନସିକ ବିଷାଦ କମାଇଥାଏ ଏବଂ କ୍ଷତ ଭଲ କରିଥାଏ। ଶରୀରକୁ ଯାଉଥିବା ଲୌହ ଅଂଶ ବିଶିଷ୍ଟ ଖାଦ୍ୟର ଉପଯୁକ୍ତ ବିନିଯୋଗରେ ସାହାଯ୍ୟ କରେ । ଭିଟାମିନ୍ ‘ଏ’ ଏବଂ କେତେକ ଫ୍ୟାଟି ଏସିଡ୍ କୁ ନଷ୍ଟ ହେବାକୁ ରକ୍ଷାକରେ। ସ୍କର୍ଭି ରୋଗ ହୁଏ । ଏହି ରୋଗହେଲେ ଶରୀରର କେତେକ ସ୍ଥାନରୁ ରକ୍ତବୁହେ । ବିଶେଷକରି ଦାନ୍ତ ମାଢିରୁ । ଚର୍ମରେ ଛୋଟ ଛୋଟ ଦାଗ ହୁଏ । ରକ୍ତହୀନତା ମଧ୍ୟ ହୋଇପାରେ। ଖାଦ୍ୟର ଉପାଦାନ କେଉଁଠୁ ମିଳେ କେଉଁ କାର୍ଯ୍ୟ କରେ ଏହାର ଅଭାବରେ କ’ଣ ହୁଏ? କ୍ୟାଲସିୟମ୍ ଶରୀରର ସମୁଦାୟ ଧାତୁସାର ମଧ୍ୟରୁ ୭୫% ହେଉଛି କ୍ୟାଲସିୟମ୍ । ଜଣେ ବ୍ୟକ୍ତିର ଶରୀରରେ ପ୍ରାୟ ୧୨୦୦ ଗ୍ରାମ୍ କ୍ୟାଲସିୟମ୍ ରହିଥାଏ । ହାଡ, ଦନ୍ତ ଏବଂ କୋମଳ ତନ୍ତୁରେ କ୍ୟାଲସିୟମ୍ ଥାଏ। ଦୁଗ୍ଧ ଏବଂ ଦୁଗ୍ଧ ଜାତୀୟ ଖାଦ୍ୟ । ମାଛ, କଙ୍କଡା ଓ ଚିଙ୍ଗୁଡି । ମାଣ୍ଡିଆ, ବୁଟ, ଚଣା, ରାଜ୍ମା, ସୋୟାବିନ୍ । ସୋରିଷ ଶାଗ, ତୈଳବୀଜ, ରାଶି। ନଡିଆ,ପେସ୍ତୋବାଦାମ। ମାଂସପେଶୀର ସଂକୋଚନ ଏବଂ ପ୍ରସାରଣ, ବିଶେଷକରି ହୃତ୍ପିଣ୍ଡର ମାଂସପେଶୀ ଜୀବକୋଷକୁ ଖାଦ୍ୟପ୍ରେରଣ ଏବଂ ସେଥିରୁ ଅଦରକାରୀ ପଦାର୍ଥ ନିଷ୍କାସନର ପଥକୁ ନିୟମିତ ଚାଲୁରଖିବା । ଗୋଟିଏ ସ୍ନାୟୁକୋଷ (ନିଉରନ୍)ରୁ ଆଉଗୋଟିଏ ସ୍ନାୟୁକୋଷକୁ ଖବର ସରବରାହ କରିବା । ରକ୍ତ ଜମାଟ ବାନ୍ଧିବା। ହାଡ ଏବଂ ଦାନ୍ତର ବୃଦ୍ଧି ଓ ବିକାଶ କରେ। ଦାନ୍ତରୋଗ (ଦାନ୍ତର ଚିକ୍କଣ ଅଂଶ ନଷ୍ଟ ହୋଇଯିବା) ଅସ୍ଥିଗତ ବିକାଶରେ ବାଧା ଦେହହାତ ଘୋଳାବିନ୍ଧା। ଖାଦ୍ୟର ଉପାଦାନ କେଉଁଠୁ ମିଳେ କେଉଁ କାର୍ଯ୍ୟ କରେ ଏହାର ଅଭାବରେ କ’ଣ ହୁଏ? ଫସ୍ଫରସ୍ ଜଣେ ସାଧାରଣ ବ୍ୟକ୍ତିର ଶରୀରରେ ୪୦ -୭୦୦ଗ୍ରାମ୍ ଫସ୍ଫରସ୍ ଥାଏ । କ୍ୟାଲସିୟମ୍ ଭଳି ଅଧିକାଂଶ ଫସ୍ଫରସ୍ ହାଡ ଓ ଦାନ୍ତରେ ଥାଏ । କେତେକ ପରିମାଣର ଫସ୍ଫରସ୍ କୋମଳ ତନ୍ତୁରେ ଥାଏ । କ୍ୟାଲ୍ସିୟମ୍ ଏବଂ ପୃଷ୍ଟିସାର ଥିବା ସମସ୍ତ ଖାଦ୍ୟ ପଦାର୍ଥରୁ ଫସ୍ଫରସ୍ ମିଳିଥାଏ । ଅଣ୍ଡା, କ୍ଷୀର, କୁକୁଡା ମାଂସ,,ମାଛ ଏବଂ ଡାଲିରେ ଫସ୍ଫରସ୍ ଥାଏ । ରକ୍ତରେ ଚର୍ବି ପରିବହନ ବ୍ୟବସ୍ଥାରେ ସହାୟକ ହୁଏ। କେତେକ ପାଚକ ରସକୁ ସେଗୁଡିକର କାର୍ଯ୍ୟରେ ସାହାଯ୍ୟ କରେ । କେତେକ ଅନୁବଂଶୀୟ ଅଣୁ (ଜିନ୍) ସୃଷ୍ଟି କରିବାରେ ସହାୟକ ହୁଏ । ଶରୀରର କେତେକ ତନ୍ତୁରେ ଉଚ୍ଚଶକ୍ତି ଗଚ୍ଛିତ ଥାଏ। ଯଥା ମାଂସପେଶୀରେ ତନ୍ତୁ। କ୍ୟାଲସିୟମ୍ ସହିତ ମିଶି ଶରୀରର ହାଡର ବିକାଶରେ ସହାୟକ ହୁଏ । ଦାନ୍ତର ବୃଦ୍ଧି ଓ ବିକାଶରେ କାର୍ଯ୍ୟକରେ । ହାଡ ଏବଂ ଦାନ୍ତର ବୃଦ୍ଧିରେ ବାଧାସୃଷ୍ଟି ହୁଏ । ମାଂସପେଶୀର ଉଚିତ ବୃଦ୍ଧି ହୁଏନାହିଁ । ଜୀବକୋଷ କାର୍ଯ୍ୟରେ ବାଧା ସୃଷ୍ଟିହୁଏ । ଖାଦ୍ୟର ଉପାଦାନ କେଉଁଠୁ ମିଳେ କେଉଁ କାର୍ଯ୍ୟ କରେ ଏହାର ଅଭାବରେ କ’ଣ ହୁଏ? ପୋଟାସିୟମ୍ ଜଣେ ପ୍ରାପ୍ତବୟସ୍କ ବ୍ୟକ୍ତିର ଶରୀରରେ ପ୍ରାୟ ୨୫୦ ଗ୍ରାମ ପୋଟାସିୟମ୍ ଥାଏ । ମାଂସ, କୁକୁଡା ମାଂସ, ମାଛରେ ଅଧିକ ପରିମାଣର ପୋଟାସିୟମ୍ ଥାଏ । ଏହାଛଡା ଡାଲି, ଫଳ, ପନିପରିବା ପୋଟାସିୟମ୍ ଉତ୍ତମ ଉତ୍ସ । ପଇଡ ପାଣିରେ ଅଧିକ ପରିମାଣରେ ପୋଟାସିୟମ୍ ରହିଛି । କଦଳୀ, ଆଳୁ, ଗାଜର, ଟମାଟୋ, ଲେମ୍ବୁ, ଏବଂ ଚୋପାଲଗା ଶସ୍ୟରେ ମଧ୍ୟ କିଛି ପରିମାଣରେ ପୋଟାସିୟମ୍ ଥାଏ । ଜୀବକୋଷ ଭିତରେ ଏବଂ ବାହାରେ ଥିବା ରସ ମଧ୍ୟରେ ସନ୍ତୁଳନ ରକ୍ଷାକାରି ସେଗୁଡିକର କାର୍ଯ୍ୟରେ ସାହାଯ୍ୟ କରେ । ଶରୀର ମଧ୍ୟରେ ଅମ୍ଳକ୍ରିୟାର ସନ୍ତୁଳନ ରକ୍ଷାକରେ । ମାଂସପେଶୀୟ କାର୍ଯ୍ୟରେ ସହାୟକ ହୁଏ । ଜୀବକୋଷର କାର୍ଯ୍ୟରେ ବାଧା ସୃଷ୍ଟି ହୁଏ । ଶରୀରରେ ଅମ୍ଳଗୁଣର ସ୍ଥିରତା ନଥାଏ । ମାଂସପେଶୀୟ କାର୍ଯ୍ୟରେ ବାଧା ସୃଷ୍ଟି ହୁଏ । ଧାତୁସାର କେଉଁଠୁ ମିଳେ କେଉଁ କାର୍ଯ୍ୟ କରେ ଏହାର ଅଭାବରେ କ’ଣ ହୁଏ? କ୍ଲୋରାଇଡ୍ ଜଣେ ପ୍ରାପ୍ତବୟସ୍କ ବ୍ୟକ୍ତିର ଶରୀରରେ ପ୍ରାୟ ୧୦୦ ଗ୍ରାମ୍ କ୍ଲୋରାଇଡ୍ ରହିଥାଏ । ଏହା ଉଭୟ ଜୀବକୋଷ ମଧ୍ୟରେ ଏବଂ ଜୀବକୋଷ ବାହାରେ ରହିଥାଏ । ଉଦ୍ଭିଦଜ ଖାଦ୍ୟରେ କ୍ଲୋରାଇଡ୍ ଥାଏ। କିନ୍ତୁ ମୁଖ୍ୟତଃ ଆମ ଖାଇବା ଲୁଣରେ ଏହା ଅଧିକ ପରିମାଣରେ ଥାଏ । ପୋଟାସିୟମ୍ ଏବଂ ସୋଡିୟମ ସହିତ ମିଶି ସେଗୁଡିକର କାର୍ଯ୍ୟରେ ସାହାଯ୍ୟ କରେ। ପୋଟାସିୟମ୍ ଏବଂ ସୋଡିୟମ୍ ଅଭାବରେ ହେଉଥିବା ଅସୁବିଧା ଗୁଡିକ ଦେଖାଦିଏ । ମ୍ୟାଗ୍ନେସିୟମ୍ ଜଣେ ପ୍ରାପ୍ତବୟସ୍କ ବ୍ୟକ୍ତିର ଶରୀରରେ ପ୍ରାୟ ୨୦-୨୫ ଗ୍ରାମ୍ ମ୍ୟାଗ୍ନେସିୟମ୍ ରହିଥାଏ। ଏହା ମୁଖ୍ୟତଃ ହାଡ ଭିତରେ ଥାଏ ଏବଂ ଶରୀରର ଅନ୍ୟ ରସରେ ଥାଏ। ଉଦ୍ଭିଦଜ ଖାଦ୍ୟରେ ଥାଏ । ବାଦାମ, କାଜୁ, ପେସ୍ତାବାଦାମ, ଡାଲି, ରାଜ୍ମା, ସୋୟାବିନ୍ , ଗହମ, ବାଜରା, ଯଅରେ ଥାଏ । ଗାଢ ସବୁଜପତ୍ର ବିଶିଷ୍ଟ ପରିବା, ପଦ୍ମନାଡ, ମାଛ, କଙ୍କଡା ଏବଂ ମାଂସରେ ମଧ୍ୟ ମ୍ୟାଗ୍ନେସିୟମ୍ ରହିଥାଏ। ଜୀବକୋଷ ଭିତରୁ ବାହାରକୁ ଏବଂ ଜୀବକୋଷ ବାହାରୁ ଭିତରକୁ ବିଭିନ୍ନ ପଦାର୍ଥର ଯିବାଆସିବା ବାଟରେ ନିୟମିତ କାର୍ଯ୍ୟକରେ। ପାଚକ ରସର କାର୍ଯ୍ୟରେ ସାହାଯ୍ୟ କରେ । ହାଡ ଏବଂ ଦାନ୍ତର ବୃଦ୍ଧି ଓ ବିକାଶରେ ସହାୟକ ହୁଏ । ସ୍ନାୟୁକୋଷର କାର୍ଯ୍ୟରେ ସାହାଯ୍ୟ କରେ । ପୁଷ୍ଟିସାର ପ୍ରସ୍ତୁତ କରେ । ଜୀବକୋଷର କାର୍ଯ୍ୟରେ ବାଧା ପଡେ । ହାଡ ଓ ଦାନ୍ତର ଉପଯୁକ୍ତ ବିକାଶ ହୋଇନଥାଏ। ସ୍ନାୟବିକ କାର୍ଯ୍ୟ ଏବଂ ପାଚନ କ୍ରିୟାରେ ବାଧା ସୃଷ୍ଟି ହୁଏ । ଧାତୁସାର କେଉଁଠୁ ମିଳେ କେଉଁ କାର୍ଯ୍ୟ କରେ ଏହାର ଅଭାବରେ କ’ଣ ହୁଏ? ଲୌହ ଜଣେ ବୟସ୍କ ବ୍ୟକ୍ତିର ଶରୀରରେ ପ୍ରାୟ ୩୫ ଗ୍ରାମ ଲୌହ ରହିଥାଏ। କଲିଜା, ବୃକକ୍, ପ୍ଲୀହାରେ ଥାଏ । ସବୁଜପତ୍ର ବିଶିଷ୍ଟ ପରିବା, ଶାଗ, ସଜନା ଛୁଇଁ ଓ ଶାଗ, ପାଳଙ୍ଗ ଶାଗ, ଗୁଡ, ଶସ୍ୟଜାତୀୟ ଖାଦ୍ୟ ଯଥା: ବାଜରା ଅଟା, ଚାଉଳର ଉପର ଚୋପା, ବାଜରା, ଚୋପାଲଗା ଡାଲି, ସୋୟବିନ୍, କଞ୍ଚା କଦଳୀ । ରକ୍ତରେ ଥିବା ହିମୋଗ୍ଲୋବିନ୍ ର ପରିମାଣ ବଢାଏ । ଜୀବକୋଷକୁ ଅମ୍ଳଜାନ ଯୋଗାଇବାରେ ସହାୟକ ହୁଏ । ଶ୍ଵେତସାର ଏବଂ ଚର୍ବିର ଉପଯୋଗରେ ସହାୟକ ହୁଏ । ମାନସିକ ଶକ୍ତି ବଢାଏ। ସଂକ୍ରମଣରୁ ରକ୍ଷାକରେ। କେତେକ ପାଚକ ରସରେ ରହି ସେଗୁଡିକର କାର୍ଯ୍ୟରେ ସାହାଯ୍ୟ କରେ। ରକ୍ତହୀନତା ଦେଖାଦିଏ। କାର୍ଯ୍ୟ କରିବାକୁ ଶକ୍ତି ଆସେନାହିଁ । ପ୍ରସବ ଜନିତ ଅସୁବିଧା ହୁଏ। ମା’ କ୍ଷୀରରେ ଆବଶ୍ୟକ ପରିମାଣର ଲୌହସାର ରହି ନପାରେ। ଅପରିପକ୍ଵ ତଥା କମ୍ ଓଜନର ଶିଶୁ ଜନ୍ମ ହୋଇପାରେ। ଧାତୁସାର କେଉଁଠୁ ମିଳେ କେଉଁ କାର୍ଯ୍ୟ କରେ ଏହାର ଅଭାବରେ କ’ଣ ହୁଏ? ଆୟୋଡ଼ିନ୍ ଜଣେ ପ୍ରାପ୍ତ ବୟସ୍କ ବ୍ୟକ୍ତିର ଶରୀରରେ ପ୍ରାୟ ୨୦-୨୫ ମିଲିଗ୍ରାମ୍ ଆୟୋଡ଼ିନ୍ ରହିଥାଏ । ଉପକୂଳ ଅଞ୍ଚଳରେ ହେଉଥିବା ପନିପରିବା ଏବଂ ଶସ୍ୟରେ ଥାଏ। ପାହାଡିଆ ଅଞ୍ଚଳରେ ହେଉଥିବା ପନିପରିବା ଏବଂ ଶସ୍ୟରେ କମ୍ ପରିମାଣରେ ଆୟୋଡ଼ିନ୍ ଥାଏ । ଅଣ୍ଡା, କ୍ଷୀର, ମାଂସରେ ଥାଏ । ଆୟୋଡ଼ିନ୍ଯୁକ୍ତ ଲୁଣରେ ଥାଏ। ସମୁଦ୍ର ମାଛରେ ଅଧିକ ପରିମାଣରେ ଆୟୋଡ଼ିନ୍ ଥାଏ । ଥାଇରୋକ୍ସାଇନ୍ ନାମକ ହର୍ମୋନ୍ ରେ ରହି ଜୀବକୋଷର କାର୍ଯ୍ୟରେ ସାହାଯ୍ୟ କରେ । ମାନସିକ ଶକ୍ତି ବଢାଇବାରେ ସହାୟକ ହୁଏ । ଗଳଗଣ୍ଡ ହୁଏ। ମାନସିକ ନ୍ୟୁନତା ଥିବା ଶିଶୁ ଜନ୍ମ ହୁଏ । ଉପରୋକ୍ତ ସମସ୍ତ ଖାଦ୍ୟ ଉପାଦାନକୁ ଛାଡିଦେଲେ ଜିଙ୍କ୍ ଏବଂ କପର୍ର ଆବଶ୍ୟକତା ନାହିଁ । ଏହା ଖୁବ୍ ଅଳ୍ପ ପରିମାଣରେ ଦରକାର ହୁଏ । ଆମେ ଖାଉଥିବା ଖାଦ୍ୟରୁ ଏହା ମିଳିଥାଏ । ଆଧାର : "ଓଡିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆସୋସିଏସନ"