ଗର୍ଭାବସ୍ଥାର ଯତ୍ନ ଗର୍ଭାବସ୍ଥାରୁ ପ୍ରସବ ପର୍ଯ୍ୟନ୍ତ ମା’ ଓ ଶିଶୁ ପାଇଁ ବେଶ୍ ଗୁରୁତ୍ଵପୂର୍ଣ୍ଣ ସମୟ । ଏହି ସମୟରେ ହିଁ ଶିଶୁର ଶାରୀରିକ ଓ ମାନସିକ ବିକାଶ ହୋଇଥାଏ । ଡାକ୍ତରୀ ପରୀକ୍ଷା କରିବା ସହିତ ପୁଷ୍ଟିସାର ଖାଦ୍ୟ ଖାଇବା ଜରୁରୀ । ତେବେ ଗର୍ଭାବସ୍ଥାରେ ପିଲା ପାଇଁ କ’ଣ ଆବଶ୍ୟକ ଓ ପିଲା କିପରି ବଢିଥାଏ, ସେ ସମ୍ବନ୍ଧରେ ସୂଚନା । ଫଲିକ୍ ଏସିଡ୍ : ଗର୍ଭାବସ୍ଥା ଆରମ୍ଭରୁ ତିନିମାସ ପର୍ଯ୍ୟନ୍ତ ଫଲିକ୍ ଏସିଡ୍ ଖାଇବା ଦରକାର । ଆଇରନ୍, କ୍ୟାଲସିୟମ ଓ ପ୍ରୋଟିନ : ତିନି ମାସ ପରେ ଆଇରନ୍, କ୍ୟାଲସିୟମ ଓ ପ୍ରୋଟିନ୍ ଟାବଲେଟ୍ କିମ୍ବା ସିରପ୍ ଖାଇବା ଦରକାର । ଏହା ଶିଶୁକୁ ଶକ୍ତି ହେଇଥାଏ । ଆଣ୍ଟିଅକ୍ସିଡାଣ୍ଟ : 3-4 ମାସ ପରେ ପିଲା ବଢିବ ପାଇଁ ଆଣ୍ଟିଅକ୍ସିଡାଣ୍ଟ ଟ୍ୟାବଲେଟ୍, କ୍ୟାପସୁଲ ଓ ସପ୍ଲିମେଣ୍ଟ ଆବଶ୍ୟକ । ଖାଦ୍ୟ ଉପରେ ଧ୍ୟାନ ଭିଟାମିନ୍, ମିନେରାଲ, ପ୍ରୋଟିନ୍ ଓ କ୍ୟାଲସିୟମ ଯୁକ୍ତ ଖାଦ୍ୟ ମା’ ଓ ଶିଶୁ ପାଇଁ ଏକାନ୍ତ ଆବଶ୍ୟକ । ଗର୍ଭବତୀ ମହିଳା ଦିନକୁ ୬ ଥର ନିୟମିତ ଖାଇବା ଦରକାର । ବିଶେଷ କରି ଉପରୋକ୍ତ ଭିଟାମିନ୍ ଥିବା ଖାଦ୍ୟ ଉପରେ ଗୁରୁତ୍ଵ ଦେବା ଦରକାର । ପ୍ରଥମ ତିନିମାସରେ ଶିଶୁର ମସ୍ତିଷ୍କ ଓ ମେରୁଦଣ୍ଡର ହାଡ ବିକାଶ ହୋଇଥାଏ । ଏଥିପାଇଁ ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ଖାଦ୍ୟ ପ୍ରଚୁର ମାତ୍ରାରେ ଖାଇବା ଦରକାର । ପଇଡ ପାଣି ଫଳ ଏବଂ ସବୁଜ ପନିପରିବାରେ ପ୍ରଚୁରମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ତିନିମାସର ଗର୍ଭସ୍ଥ ଶିଶୁର ଶରୀର ବିକାଶ ପାଇଁ ଆଇରନ୍ ଓ କ୍ୟାଲସିୟମ ଏକାନ୍ତ ଆବଶ୍ୟକ । ଏଥିପାଇଁ ଡାକ୍ତରଙ୍କ ସହ ପରାମର୍ଶ କରି କ୍ୟାଲସିୟମ ଟାବଲେଟ୍, ପନିର, ରସଗୋଲା, ସୋୟାବିନ, ଡାଲି ଆଦି ଖାଇବା ଦରକାର । ଡାଇବେଟିସ୍, ଉଚ୍ଚ ରକ୍ତଚାପ, ଥାଇରଡ ଓ ଅନ୍ୟ ରୋଗରେ ପୀଡିତ ଗର୍ଭବତୀ ମହିଳା ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବା ଦରକାର । ସକାଳ ଓ ସନ୍ଧ୍ୟାରେ ଚାଳନ୍ତୁ । ୮ ଘଣ୍ଟା ଗାଢ ନିଦ୍ରାରେ ଶୁଆନ୍ତୁ । ଏହି ସମୟରେ ଡାଏଟିଂ କରନ୍ତୁ ନାହିଁ । ସପ୍ତାହକ୍ରମେ ମାତୃଗର୍ଭରେ ଭ୍ରୁଣର ବିକାଶ ପ୍ରଥମ ୩-୪ ସପ୍ତାହ ପ୍ରଥମ ଶିଶୁର ହୃତ୍ପିଣ୍ଡ, ମେରୁଦଣ୍ଡ ଦାଡ, ମସ୍ତିଷ୍କ, ସ୍ନାୟୁ ଓ ନାଳର ବିକାଶ ହୋଇଥାଏ । ଶରୀରର ଲମ୍ଵା ମାତ୍ର ୨ ମିଲିମିଟର ହୋଇଥାଏ । ଦ୍ଵିତୀୟ ମାସ ୮ ସପ୍ତାହରେ କାନ ଆକାର ନେଇଥାଏ । ମସ୍ତିଷ୍କ ଓ ହାଡର ବିକାଶ ହୋଇଥାଏ । ଶରୀର ତୁଳନାରେ ମସ୍ତିଷ୍କ ଆକାର ବଡ ହୋଇଥାଏ ଶିଶୁର ଲମ୍ଵ ଗୋଟିଏ ଇଞ୍ଚ ପର୍ଯ୍ୟନ୍ତ ବଢିଥାଏ । ତୃତୀୟ ଓ ଚତୁର୍ଥ ମାସ ହାତ ଓ ଗୋଡର ସମ୍ପୂର୍ଣ୍ଣ ବିକାଶ ହୋଇଥାଏ । ନଖର ବିକାଶ ଆରମ୍ଭ ହୋଇଥାଏ । ୧୨ ସପ୍ତାହରେ ପିଲାର ଲମ୍ଵ ଅଢେଇ ଇଞ୍ଚ ଓ ଓଜନ ୩୦ ଗ୍ରାମ ହୋଇଥାଏ । ଷ୍ଟେଥୋସ୍କୋପ୍ ଦ୍ଵାରା ଶିଶୁର ହୃତ୍ପିଣ୍ଡର ସ୍ପନ୍ଦନ ଶୁଣାଯାଏ । ୧୬ ସପ୍ତାହରେ ପିଲାର ଖପୁରୀର ବିକାଶ ହୋଇଥାଏ । ଏହି ସମୟରେ ପିଲାର ଓଜନ ୮୦ ଗ୍ରାମ ଓ ଲମ୍ଵ ୫ ଇଞ୍ଚ ବଢିଥାଏ । ପଞ୍ଚମ ମାସ ୨୦ ସପ୍ତାହ ବେଳକୁ ଗର୍ଭସ୍ଥ ଶିଶୁ ହଲ୍ ଚଳ ହୋଇଥାଏ । ପିଲାର ଓଜନ ୨୫୦ ଗ୍ରାମ ଓ ଲମ୍ଵା ୭ ଇଞ୍ଚ ପର୍ଯ୍ୟନ୍ତ ବଢିଥାଏ । ଷଷ୍ଠ ମାସ ୨୪ ସପ୍ତାହ ବେଳକୁ ଶିଶୁର ତ୍ଵଚା ବିକାଶ ହୋଇଥାଏ । ଶିଶୁର ଓଜନ ୫୦୦ ଗ୍ରାମ ଓ ଲମ୍ଵ ୧୦ ଇଞ୍ଚ ହୋଇଥାଏ । ସପ୍ତମ ମାସ ଶିଶୁର ଓଜନ ୧.୧ କିଲୋ ଓ ଲମ୍ଵ ୧୪ ଇଞ୍ଚ ପର୍ଯ୍ୟନ୍ତ ବଢିଥାଏ ୨୮ ସପ୍ତାହ ବେଳକୁ ପିଲାର ସମ୍ପୂର୍ଣ୍ଣ ଶରୀର ବିକାଶ ହୋଇ ନଥାଏ । ଏଥିପାଇଁ ସାତ ମାସରେ ପୂର୍ବାବସ୍ଥ୍ୟ ପ୍ରସବ ହୋଇଥାଏ । ଅଷ୍ଟମ ମାସ ୩୨ ସପ୍ତାହ ପରେ ପିଲା ଜନ୍ମ ପାଇଁ ସୁସ୍ଥ ହୋଇଥାଏ । ଶିଶୁର ଓଜନ ୧.୯ କିଲୋ ଓ ଲମ୍ଵ ୧୭ ଇଞ୍ଚ ହୋଇଥାଏ । ନବମ ମାସ ୩୬ ସପ୍ତାହରେ ଶରୀରର ହାଡ ଅପେକ୍ଷାକୃତ ଶକ୍ତି ହୋଇଥାଏ । ହେଲେ ମୁଣ୍ଡର ହାଡ କୋମଳ ଥାଏ । ଏଥିପାଇଁ ସହଜରେ ପ୍ରସବ ହୋଇପାରେ । ନଅ ମାସ ସେକ୍ଷରେ ଶିଶୁରୁ ଓଜନ ୨.୭୫ ପର୍ଯ୍ୟନ୍ତ ବାଡିଥାଏ ଓ ଏହାର ଲମ୍ଵ ୨୦ ଇଞ୍ଚ ପର୍ଯ୍ୟନ୍ତ ବଢିଥାଏ । ଗର୍ଭବତୀ ସାଙ୍ଗରେ ହସ୍ପିଟାଳକୁ କ’ଣ ନେବେ ପ୍ରସବ ଯନ୍ତ୍ରଣା ସମୟରେ ଗର୍ଭବତୀଙ୍କୁ ଡାକ୍ତରଖନା ନେଇଯାଆନ୍ତି । ହେଲେ ସାଙ୍ଗରେ ଅତ୍ୟାବଶ୍ୟକୀୟ ଜିନିଷ ନେଇ ଯିବାକୁ ଭୁଲି ଯାଆନ୍ତି ନାହିଁ । ସ୍ଳିପର- ସାଙ୍ଗରେ ସ୍ଳିପର ନେଇ ଯାଆନ୍ତୁ । ହସପିଟାଲରେ ବହୁତ ରୋଗ ଜୀବାଣୁ ଥାନ୍ତି । ଯେପରିପାଦରେ ଲାଗି ଶରୀରକୁ ପ୍ରବେଶ ନକରେ । ଏଣୁ ଏକ ସ୍ଳିପର ଚପଲ ନେଇଥିଲେ ବେଡ୍ ଉପରୁ ତଳକୁ ଓହ୍ଲାଇଲା ମାତ୍ରେ ଚପଲ ପିନ୍ଧନ୍ତୁ । ତକିଆ- ବେଡ୍ ରେ ରହିବା ସମୟରେ ତକିଆ ଏକାନ୍ତ ଆବଶ୍ୟକ । ମୁଣ୍ଡ ତଳେ ତକିଆ ଦେଇ ଶୋଇଲେ ଆରାମ ଲାଗିଥାଏ । ତାୱେଲ- ଦୁଇଟି ନୂଆ ତାୱେଲ ସାଙ୍ଗରେ ଧରି ଯାଆନ୍ତୁ । ପ୍ରସବ ପରେ ଏହା ପିଲା ପାଇଁ ଆବଶ୍ୟକ ଗୋଟିଏ ତାୱେଲରେ ବିଛାଇ ପିଲାକୁ ଶୁଆଇବେ ଓ ଅନ୍ୟଟି ପିଲା ଦେହରେ ଘୋଡାଇବେ । ଲିପ୍ ବାମ୍- ପ୍ରସବ ପରେ ଓଠ ଫାଟି ଯନ୍ତ୍ରଣା ହୁଏ । କାରଣ ପ୍ରସବ ସମୟରେ ଶରୀରରୁ ଅଧିକ ଜଳୀୟ ଅଂସ ବାହାରି ଯାଏ । ଏହାଦ୍ଵାରା ପାଟି ଓ ଓଠ ଶୁଖିଯାଏ । ଏଣୁ ସାଙ୍ଗରେ ଲିପ୍ ବାମ୍ ନେଇଥିଲେ, ଓଠରେ ଲିପ୍ ବାମ୍ ଲଗାଇ ଓଠକୁ ସୁରକ୍ଷିତ ରଖିପାରିବେ । ମୋଜା- ପ୍ରସବ ପରେ ଶରୀରର ତାପମାତ୍ର ବହୁ ତଳକୁ ଖସିଆସେ । ପାଦରୁ ଆଣ୍ଠୁ ପର୍ଯ୍ୟନ୍ତ ମୋଜା ପିନ୍ଧିବା ଦ୍ଵାରା ଥଣ୍ଡା ହୁଏ ନାହିଁ । ଢିଲା ପୋଷାକ- ଏହି ସମୟରେ ଢିଲା ପୋଷାକ ପିନ୍ଧିବା ଦରକାର । ବିଶେଷ କରି ନାଇଟ୍ କିମ୍ବା ଅନ୍ୟ କିଛି ଢିଲା ପୋଷାକ ଦରକାର । ଶାଢି କିମ୍ବା ଫିଟ୍ ଡ୍ରେସ ପିନ୍ଧିବା ଆରାମଦାୟକ ଲାଗିନଥାଏ । ବ୍ରସ – ପେଷ୍ଟ- ସାଙ୍ଗରେ ବ୍ରସ ଓ ପେଷ୍ଟ ନିଅନ୍ତୁ । ହସପିଟାଲରେ କିଛିଦିନ ରହିବାକୁ ପଡେ । ଏଣୁ ବ୍ରସ ଓ ପେଷ୍ଟ ନେଇଥିଲେ ଦାନ୍ତ ସଫା କରିପାରିବେ । ଖାଦ୍ୟ – ହସ୍ପିଟାଲକୁ କିଛି ଖାଦ୍ୟ ମଧ୍ୟ ସାଙ୍ଗରେ ନେବା ଦରକାର । ପ୍ରସବ ପରେ ମା’ ସହିତ ଘରଲୋକରହିଥାନ୍ତି । ଖାଇବା ପାଇଁ କିଛି ଜଳଖିଆ ନେଇଥିଲେ ଲୋକ ସମୟରେ ଖାଇପାରିବେ । ଆଧାର - ସ୍ୱାସ୍ଥ୍ୟ ବ୍ୟୁରୋ