ଖାଦ୍ୟର କାର୍ଯ୍ୟ ଶରୀରର ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଆବଶ୍ୟକ ଉପାଦାନ ବିଭିନ୍ନ ଖାଦ୍ୟରୁ ମିଳିଥାଏ । ତେଣୁ ଉତ୍ତମ ଖାଦ୍ୟ ଆମ ଜୀବନ ଧାରଣ ପାଇଁ ଏକାନ୍ତ ଆବଶ୍ୟକ । ଖାଦ୍ୟ ଏବଂ ଏଥିରେ ଥିବା ବିଭିନ୍ନ ଆବଶ୍ୟକୀୟ ଉପାଦାନ ଗୁଡିକୁ ଆମେ ପୁଷ୍ଟି ବା ପୋଷଣ ବୋଲି କହିଥାଉ । ଖାଦ୍ୟ ଏବଂ ଖାଦ୍ୟ ସମ୍ବନ୍ଧୀୟ ବିଭିନ୍ନ ଦିଗର ତର୍ଜମା ପାଇଁ ପୃଷ୍ଟି ବା ପୋଷଣ ଆବଶ୍ୟକ । ଆମ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ଏବଂ ପୋଷଣ ଜନିତ ଜ୍ଞାନ ଏକାନ୍ତ ଆବଶ୍ୟକ । ଆମେ ଖାଉଥିବା ଖାଦ୍ୟ ଶରୀର ପାଇଁ ମୁଖ୍ୟତଃ ଚାରୋଟି କାର୍ଯ୍ୟ କରିଥାଏ । ସେଗୁଡିକ ହେଲା – ଶକ୍ତି ଯୋଗାଇବା ଶରୀର ବିଭିନ୍ନ କାର୍ଯ୍ୟ ଯଥା ଚାଲିବା, ବୁଲିବା, ଘରକାର୍ଯ୍ୟ କରିବା ପ୍ରଭୃତି ବାହ୍ୟ କାର୍ଯ୍ୟ ଏବଂ ଶ୍ଵାସକ୍ରିୟା ସଂଚାଳନ ପ୍ରକ୍ରିୟା, ଏଭଳି ଅନେକ ଆଭ୍ୟନ୍ତରୀଣ କାର୍ଯ୍ୟ ପାଇଁ ଶକ୍ତିର ଆବଶ୍ୟକତା ରହିଛି । କେତେକ ଖାଦ୍ୟ ମାଧ୍ୟମରେ ଶରୀର ଏହି ଆବଶ୍ୟକୀୟ ଶକ୍ତିର ଭରଣା କରିଥାଏ । ସେହି ଖାଦ୍ୟ ଗୁଡିକୁ ଶକ୍ତିଦାୟକ ଖାଦ୍ୟ ବୋଲି କୁହାଯାଏ । ଶ୍ଵେତସାର ଏବଂ ଚର୍ବିଜାତୀୟ ଖାଦ୍ୟରୁ ଆମ ଶରୀରକୁ ଶକ୍ତି ମିଳିଥାଏ । ଶରୀର ଗଠନରେ ସାହାଯ୍ୟ କରିବା ଶରୀର ଗଠନ ସାଧାରଣତଃ ଦୁଇଟି ପ୍ରକ୍ରିୟାକୁ ବୁଝାଇଥାଏ । ପ୍ରଥମଟି ହେଲା ଶରୀର ବୃଦ୍ଧି ହେବା ଏବଂ ଦ୍ଵିତୀୟଟି ହେଲା ପରିପକ୍ଵ ହୋଇ ନଷ୍ଟ ହୋଇଯାଉଥିବା ଜୀବକୋଷ ବଦଳରେ ନୂତନ ଜୀବକୋଷର ସୃଷ୍ଟିହେବା । ଆମ ଶରୀରରେ ଥିବା ଅସଂଖ୍ୟ ଜୀବକୋଷର ସୃଷ୍ଟି ଏବଂ ବିଲୟ ଚାଲିଛି । ଯେଉଁ ଜୀବକୋଷ ଗୁଡିକୁ ନେଇ ଆମର ସମ୍ପୂର୍ଣ୍ଣ ଶରୀର ଗଠନ ହୋଇଛି ଏବଂ ସମୟାନୁକ୍ରମେ ସେହି ଜୀବକୋଷ ଗୁଡିକରୁ କେତେକ ମରିଯାଆନ୍ତି/ ନଷ୍ଟ ହୋଇଯାଆନ୍ତି/ନଷ୍ଟ ହୋଇଯାଉଥିବା / ମରିଯାଇଥିବା ଜୀବକୋଷ ଗୁଡିକ ସ୍ଥାନରେ ନୂଆ ଜୀବକୋଷ ଗୁଡିକର ସୃଷ୍ଟି ହୋଇଥାଏ । ଯଦ୍ୱାରା ଶରୀରର କ୍ଷୟଭରଣା ହୁଏ ଏବଂ ଏହାର ବିକାଶ ହୁଏ । ସଂକ୍ରମଣରୁ ରକ୍ଷା କରିବା ଶରୀରର ଉପଯୁକ୍ତ ପରିଚାଳନା ପାଇଁ ଏହାକୁ ସଂକ୍ରମଣରୁ ରକ୍ଷା କରିବା ଦରକାର । ପ୍ରତି ମୁହୁର୍ତ୍ତ୍ଵରେ ଶରୀରକୁ ବାହ୍ୟ ସଂକ୍ରମଣର ଆଶଙ୍କା ରହିଛି । ଶରୀରରେ ଥିବା ପ୍ରତିରୋଧକ କ୍ଷମତା ଏହି ସଂକ୍ରମଣରୁ ରକ୍ଷା କରିଥାଏ ଫଳରେ ଶରୀର ପ୍ରକ୍ରିୟା ସୁଚାରୁରୂପେ ଚାଲିଥାଏ । ଯଦି ଜଣଙ୍କ ଶରୀରରେ କୌଣସି ପ୍ରକାରର ଖାଦ୍ୟସାର ଅଭାବ ଜନିତ ଅସୁସ୍ଥତା ଦେଖାଦିଏ ତେବେ ଆବଶ୍ୟକ ଖାଦ୍ୟସାର ଏହି ଅଭାବ ଏବଂ ଅସୁସ୍ଥତା ଦୂର କରିବାରେ ସହାୟତା ହୁଏ । ଉପଯୁକ୍ତ ଖାଦ୍ୟସାର ପାଉନଥିବା ବ୍ୟକ୍ତିର ଅସୁସ୍ଥତା ଦୂର ହେବାପାଇଁ ବହୁତ ସମୟ ଲାଗିଥାଏ । ଶରୀରର କାର୍ଯ୍ୟ ପରିଚାଳନାରେ ସହାୟକ ହେବା ଖାଦ୍ୟରୁ ମିଳୁଥିବା ବିଭିନ୍ନ ଉପାଦାନ ଶରୀରର ବିଭିନ୍ନ ପ୍ରକ୍ରିୟାରେ ସହାୟକ ହୁଏ । ଉଦାହରଣ ସ୍ୱରୂପ: ଉତ୍ତାପ ରକ୍ଷା, ହୃଦସ୍ପନ୍ଦନ, ସଞ୍ଚାଳନ ଏବଂ ଅନେକ ରାସାୟନିକ ପ୍ରକ୍ରିୟା ଇତ୍ୟାଦି ଖାଦ୍ୟରୁ ମିଳୁଥିବା ପୋଷଣ ଯୋଗୁଁ ସମ୍ଭବ ହୋଇଥାଏ । ସାମୁଦାୟିକ ଭାବେ ଶରୀର ଖାଦ୍ୟ ଉପରେ ନିର୍ଭରଶୀଳ । ଖାଦ୍ୟକୁ ମୁଖ୍ୟତଃ ତିନୋଟି ଭାଗରେ ବିଭକ୍ତ କରାଯାଇଛି । ଶକ୍ତି ପ୍ରଦାନକାରୀ ଖାଦ୍ୟ ଶରୀର ଗଠନକାରୀ ଖାଦ୍ୟ ଶରୀର ସୁରକ୍ଷାକାରୀ ଖାଦ୍ୟ ଶସ୍ୟ ଜାତୀୟ ଖାଦ୍ୟ : ଚାଉଳ, ଗହମ, ମାଣ୍ଡିଆ, ମକା, ଶାଗୁ । ଅଧିକ ଶ୍ଵେତସାରଯୁକ୍ତ ପରିବା : କଞ୍ଚା କଦଳୀ, କନ୍ଦମୂଳ, ଆଳୁ, ପଣସ ଇତ୍ୟାଦି । ତେଲ ଓ ଚର୍ବି ଜାତୀୟ ଖାଦ୍ୟ। ଚିନି ଓ ଗୁଡ । ଦୁଗ୍ଧଜାତୀୟ ଖାଦ୍ୟ । ଡାଲିଜାତୀୟ ଯଥା : ଶୁଖିଲା ମଟର, ବୁଟ, ବିନ୍ , ଶିମ୍ବ ଓ ସବୁପ୍ରକାର ଡାଲି । ମାଛ, ମାଂସ ଓ ଅଣ୍ଡା ଏବଂ ଛତୁ। ଫଳ, ଅମୃତଭଣ୍ଡା, ପାଚିଲା କଦଳୀ,ସପେଟା, ଆମ୍ବ , କଦଳୀ, ଲେମ୍ବୁ, ଅଁଳା ଇତ୍ୟାଦି। ଶାଗ ଓ ସବୁଜ ପନିପରିବା ସଜନା ଶାଗ, ଲେଉଟିଆ ଶାଗ, ପାଳଙ୍ଗ ଶାଗ, ପିଆଜ ଶାଗ, ମୂଳା ଶାଗ, ପୋଇଶାଗ ଇତ୍ୟାଦି । ଅନ୍ୟାନ୍ୟ ପନିପରିବା : ସଜନା ଛୁଇଁ, ବାଇଗଣ, କଖାରୁ, ଝୁଡଙ୍ଗ, ଭେଣ୍ଡି, କଲରା, ଗାଜର, ବିଲାତି ବାଇଗଣ ଇତ୍ୟାଦି । ସୁଷମ ଖାଦ୍ୟ ଶରୀରର ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ପରିମାଣର ବିଭିନ୍ନ ପ୍ରକାର ଖାଦ୍ୟର ମିଶ୍ରଣକୁ ସୁଷମ ଖାଦ୍ୟ କୁହାଯାଏ । ତେବେ କେଉଁ ଖାଦ୍ୟକୁ କେତେ ଅନୁପାତରେ ଖାଇବ, ଏବଂ କେତେ ଥରରେ ଖାଇବ ତାହା ମଧ୍ୟ ସୁଷମ ଖାଦ୍ୟର ଅନ୍ତର୍ଭୁକ୍ତ । ସୁଷମ ଖାଦ୍ୟରେ ଖାଦ୍ୟର ସମସ୍ତ ପ୍ରକାର ଉପାଦାନ ରହିଥିବା ଆବଶ୍ୟକ । ସୁଷମ ଖାଦ୍ୟର ଏକ ନମୁନା ଖାଦ୍ୟ ପ୍ରସ୍ତୁତିର କେତେକ ନିୟମ : କାଟିବା ପୂର୍ବରୁ ଧୋଇବା । ମାଟି / ଲୁହା ପାତ୍ରରେ ରୋଷେଇ କରିବା ଇତ୍ୟାଦି । ଖାଦ୍ୟ ପଦାର୍ଥକୁ ଆବଶ୍ୟକଠାରୁ ଅଧିକ ନ ସିଝାଇବା । ଅଳ୍ପ ପାଣିରେ ରାନ୍ଧିବା ଓ ରାନ୍ଧିବା ସମୟରେ ଖାଦ୍ୟ ପଦାର୍ଥକୁ ଘୋଡାଇବା । ରାନ୍ଧିବା ସମୟରେ ବଳକା ରହୁଥିବା ପାଣିକୁ ଫିଙ୍ଗି ନଦେଇ ବଗିଚାରେ ଇତ୍ୟାଦି ପାଇଁ ବ୍ୟବହାର କରିବା । ଖାଦ୍ୟ ପଦାର୍ଥ ପରିମାଣ ଚାଉଳ / ଗହମ ଡାଲି ପନିପରିବା ସବୁଜ ପତ୍ର ପନିପରିବା କ୍ଷୀର ତେଲ/ ଘିଅ ଚିନି /ଗୁଡ ୪୬୦ ଗ୍ରାମ୍ ୪୦ ଗ୍ରାମ୍ ୬୦ ଗ୍ରାମ୍ ୫୦ ଗ୍ରାମ୍ ୧୫୦ ଗ୍ରାମ୍ ୪୦ ଗ୍ରାମ୍ ୩୦ଗ୍ରାମ୍ ଖାଦ୍ୟ ହଜମ ପ୍ରକ୍ରିୟା ପାଟି ବାଟେ ଖାଦ୍ୟ ଯିବା ଚୋବାଇବା ଦ୍ଵାରା ଲାଳ ସହିତ ମିଶି ଖଣ୍ଡ ଖଣ୍ଡ ହୋଇଯିବା ଖାଦ୍ୟ ନଳୀ ଦେଇ ପାକସ୍ଥଳୀକୁ ଯିବା ପାକସ୍ଥଳୀରେ କେତେକ ଅମ୍ଳରସରେ ମିଶିବା ଏବଂ ଏଠାରେ ପୃଷ୍ଟିସାରର କିଛି ଅଂଶ ପେନ୍ସିନ୍ (ଏକ ପ୍ରକାର ପାଚକ ରସ ) ଦ୍ଵାରା ମିଳାଇଯିବା ଖାଦ୍ୟ ପଦାର୍ଥ କ୍ଷୁଦ୍ରାନ୍ତ୍ରକୁ ଆସିବା : v କ୍ଷୁଦ୍ରାନ୍ତ୍ରରେ ଥିବା ଅଗ୍ନାଶୟ, ବାଇଲ୍, ଅନ୍ୟାନ୍ୟ ରସ ସଂସ୍ପର୍ଶରେ ଆସିବା v ଖାଦ୍ୟରୁ ମିଳୁଥିବା ଶକ୍ତି କ୍ଷୁଦ୍ରାନ୍ତ୍ରରୁ ଶରୀରକୁ ଯିବା ହଜମ ହୋଇ ନଥିବା ଏବଂ ଅଦରକାରୀ ପଦାର୍ଥ ବୃହଦନ୍ତ୍ରକୁ ଆସିବା । ଏଠାରେ ଆବଶ୍ୟକୀୟ ଜଳୀୟ ଅଂଶ ରହିବା ଏବଂ ଶେଷରେ ବର୍ଜ୍ୟବସ୍ତୁ ନିଷ୍କାସନ ପ୍ରକ୍ରିୟାରେ ବାହାରକୁ ଚାଲି ଆସିବା । ଖାଦ୍ୟର କେତେକ ମୁଖ୍ୟ ଉପାଦାନ ବିଷୟରେ ଧାରଣା ଖାଦ୍ୟର ଉପାଦାନ କେଉଁଠୁ ମିଳେ କେଉଁ କାର୍ଯ୍ୟ କରେ ଏହାର ଅଭାବରେ କ’ଣ ହୁଏ? ଶ୍ଵେତସାର ଆଖୁ, ଚିନି ଗୁଡ, ମହୁ, ଗହମ, ଚାଉଳ (ଏଗୁଡ଼ିକର ଉପର ଚୋପା ) ମୂଳରେ ଫୁଲଥିବା ଯଥା : ଆଳୁ, କନ୍ଦମୂଳ, ଫଳ : କଦଳୀ, ପାଚିଲା ଆମ୍ବ । ଏହାଛଡା ମାଣ୍ଡିଆ, ବାଜରା ଇତ୍ୟାଦି ଶ୍ଵେତସାର ଜାତୀୟ ଖାଦ୍ୟରେ ଶ୍ଵେତସାର ଥାଏ । ଡାଲିଜାତୀୟ ଖାଦ୍ୟରେ କିଛି ପରିମାଣରେ ଶ୍ଵେତସାର ଥାଏ। ଅଧିକ ପତ୍ରଥିବା ପରିବା, ପଦ୍ମନାଡ, ଭେଣ୍ଡି, ଛୁଇଁ, ବାଇଗଣ, ପିଜୁଳି ଇତ୍ୟାଦି । ଶକ୍ତି ଯୋଗାଏ (ଏକଗ୍ରାମ୍ ଶ୍ଵେତସାରରୁ ୪ କିଲୋ କ୍ୟାଲୋରୀ ଶକ୍ତିମିଳେ) ଶ୍ଵେତସାରର ପରିମାଣ କମ୍ ଥିଲେ ଏହାର ଶରୀରରେ ଥିବା ପୃଷ୍ଟିସାରରୁ ଶକ୍ତିସଂଗ୍ରହ କରିଥାଏ। ଶରୀରରେ ଚର୍ବିଜାତୀୟ ଖାଦ୍ୟର ଉପଯୁକ୍ତ ବିନିଯୋଗରେ ସାହାଯ୍ୟକରେ। କ୍ଷୁଧା ନିବାରଣ କରେ। ନିଷ୍କାସନ ପ୍ରକ୍ରିୟାରେ ସହାୟକ ହୁଏ । ଖାଦ୍ୟ ହଜମ ଏବଂ ଶରୀରରେ ଖାଦ୍ୟର ଉପଯୁକ୍ତ ବିନିଯୋଗରେ ସହାୟକ ହୁଏ । କାର୍ଯ୍ୟକ୍ଷମତା କମିଯାଏ ବ୍ୟକ୍ତିର ବିରକ୍ତି ଭାବ, ଅଳସୁଆ ଏବଂ ନିଦୁଆ ହେବା ଦେଖାଯାଏ । ଖାଦ୍ୟର ଉପାଦାନ କେଉଁଠୁ ମିଳେ କେଉଁ କାର୍ଯ୍ୟ କରେ ଏହାର ଅଭାବରେ କ’ଣ ହୁଏ? ଜଳ ଶରୀରର ବିଭିନ୍ନ ଜୀବକୋଷରେ ଥାଏ । ଜଣେ ବୟସ୍କ ବ୍ୟକ୍ତିଙ୍କର ଓଜନର ୬୦ % ହେଉଛି ଜଳ । ଜଣେ ଶିଶୁର ଓଜନର ୭୫% ହେଉଛି ଜଳ । ଖାଦ୍ୟ ମାଧ୍ୟରେ ଶରୀରକୁ ଜଳଯାଏ । ଜଳପାନ ମାଧ୍ୟମରେ ଯାଏ । ଶରୀରରେ କେତେକ ରାସାୟନିକ ପ୍ରକ୍ରିୟାକୁ ଜଳ ଉପଲବ୍ଧ ହୁଏ। ଶରୀରର ବିଭିନ୍ନ କାର୍ଯ୍ୟରେ ଏକ ମୁଖ୍ୟ ସହାୟକ ଭାବେ କାର୍ଯ୍ୟ କରେ । ଏକ ମୁଖ୍ୟ ମାଧ୍ୟମରେ ଭାବେ ଶରୀର ବିଭିନ୍ନ ନିର୍ଗତ ପଦାର୍ଥ ମୂତ୍ର , ଝାଡା, ଝାଳ, ଏବଂ ଅନ୍ୟ ଜଳୀୟ ପଦାର୍ଥ ଯଥା : ରକ୍ତ ଏବଂ ଲାଳ ଇତ୍ୟାଦିରେ ରହିଥାଏ । ଶରୀରର ଉତ୍ତାପରେ ସନ୍ତୁଳନ ରକ୍ଷା କରିବାରେ ସହାୟକ ହୁଏ । ଖାଦ୍ୟ ହଜମ କରି ଏହାକୁ ଶରୀରର ବିଭିନ୍ନ ଅଂଶକୁ ନେବାରେ ସହାୟକ ଭଳି କାର୍ଯ୍ୟକରେ । ଶରୀରର ପ୍ରତ୍ୟେକ ରାସାୟନିକ ପ୍ରକ୍ରିୟା ଜଳୀୟଅଂଶ ଉପସ୍ଥିତିରୁ ସମ୍ଭବ ହୋଇଥାଏ । ପ୍ରତ୍ୟେକ ଜୀବକୋଷକୁ ଆର୍ଦ୍ର ରଖେ । ସଞ୍ଚାଳନ, ନିଷ୍କାସନ ଏବଂ ପାକକ୍ରିୟାରେ ବ୍ୟାଘାତ ଘଟେ । ଖାଦ୍ୟର ଉପାଦାନ କେଉଁଠୁ ମିଳେ କେଉଁ କାର୍ଯ୍ୟ କରେ ଏହାର ଅଭାବରେ କ’ଣ ହୁଏ? ସ୍ନେହସାର (ଚର୍ବି ଏବଂ ତୈଳ ଜାତୀୟ ଖାଦ୍ୟ ) ପ୍ରତ୍ୟେକ ପ୍ରକାରର ତେଲ, ଘିଅ, କ୍ଷୀର ଏବଂ କ୍ଷୀରରୁ ପ୍ରସ୍ତୁତ ଅନ୍ୟ ଖାଦ୍ୟ ପଦାର୍ଥ। ତୈଳଜୀବ, ଅଣ୍ଡା, ମାଂସ । ଶରୀରକୁ ଶକ୍ତି ଯୋଗାଏ। ପ୍ରତି ଏକ ଗ୍ରାମ ଚର୍ବିରେ ୯ କିଲୋ କ୍ୟାଲୋରୀ ଶକ୍ତି ରହିଛି । ତନ୍ତୁ ଜାତୀୟ (ଶ୍ଵେତସାର) ଖାଦ୍ୟ ଭଳି ଏହା ମଧ୍ୟ କ୍ଷୁଧା ନିବାରଣ କରିଥାଏ । ତୈଳଜାତୀୟ ଖାଦ୍ୟ ଖାଇଥିଲେ ଅନେକ ସମୟଧରି ଭୋକ ହୋଇନଥାଏ । ଶରୀର ଉତ୍ତାପ ରକ୍ଷାକରିବା ଏବଂ କେତେକ ମୁଖ୍ୟ ଅଂଶ ଯଥା ବୃକକ୍ ଏବଂ ହୃତ୍ପିଣ୍ଡକୁ କ୍ଷତି ହେବାକୁ ସୁରକ୍ଷା ଯୋଗାଏ । ଚର୍ବି ଆମ ଶରୀରର ଫ୍ୟାଟି ଏସିଡ୍ (Essential Fatty Acide) ମୁଖ୍ୟ ଉତ୍ସ ଭାବେ କାର୍ଯ୍ୟକରେ । ଖାଦ୍ୟସାର ଶରୀରକୁ ଯିବାରେ ସହାୟକ ହୁଏ । ଅତ୍ୟଧିକ ଶାରୀରିକ ଦୁର୍ବଳତା ଦେଖାଦିଏ। ଖାଦ୍ୟ ଅଭାବ ସମୟରେ ଶରୀର କ୍ରିୟା ସମ୍ପାଦନ ପାଇଁ ଶକ୍ତିର ଭରଣା ହୋଇପାରେ ନାହିଁ । ଖାଦ୍ୟର ଉପାଦାନ କେଉଁଠୁ ମିଳେ କେଉଁ କାର୍ଯ୍ୟ କରେ ଏହାର ଅଭାବରେ କ’ଣ ହୁଏ? ପୃଷ୍ଟିସାର ଦୁଗ୍ଧ ଏବଂ ଦୁଗ୍ଧଜାତୀୟ ଦ୍ରବ୍ୟ ଯଥା ଦହି, ଖୁଆ, ପନିର୍ ମାଂସ, ମାଛ, କୁକୁଡା ମାଂସ, ଅଣ୍ଡା। କୋଳି ଏବଂ ତୈଳବୀଜ (ବାଦାମ ଓ କାଜୁ ଇତ୍ୟାଦି) ଡାଲିଜାତୀୟ ଖାଦ୍ୟ ( ବୁଟଡାଲି , ରାଜମା, ସୋୟାବିନ୍ ଏବଂ ଅନ୍ୟାନ୍ୟ ଡାଲି ) ଶରୀର ଗଠନରେ ସହାୟକ ହୋଇ ନଷ୍ଟ ହୋଇଥିବା ତନ୍ତୁ ବଦଳରେ ନୂଆ ନୂଆ ତନ୍ତୁ ସୃଷ୍ଟିକରେ । ଶରୀର ବୃଦ୍ଧିରେ ସାହାଯ୍ୟ କରେ । ପାଚକ ରସରେ ମୁଖ୍ୟ ଭୂମିକା ଗ୍ରହଣ କରେ । କେତେକ ହରମୋନ୍ ରେ ରହି ପ୍ରତିଷେଧକ ଭଳି କାର୍ଯ୍ୟରେ ଯଥା : ଇନ୍ସୁଲିନ୍ ଶରୀର ଭିତରର ଶକ୍ତି ପରିବହନ କାର୍ଯ୍ୟକରେ । ଯଥା : ଏହା ହିମୋଗ୍ଲୋବିନ୍ ରେ ରହି ଶରୀରର ବିଭିନ୍ନ ଅଂଶକୁ ଅମ୍ଳଜାନ ଯୋଗାଇବାରେ ସହାୟକ ହୋଇଥାଏ । ଶକ୍ତି ଯୋଗାଇବାରେ ସହାୟକ ହୁଏ । ( ଖାଦ୍ୟର ପରିମାଣ କମ୍ ଥିବାବେଳେ ) ଶରୀର ବୃଦ୍ଧି ଓ ବିକାଶରେ ବାଧା ସୃଷ୍ଟି ହୁଏ । ରୋଗ ପ୍ରତିଷେଧକ ଶକ୍ତି କମିଯାଏ । ରକ୍ତହୀନତା ଦେଖାଦିଏ । ଜୀବସାର ବା ଭିଟାମିନ୍ ଏଗୁଡିକ ସାଧାରଣତଃ କମ୍ ପରିମାଣରେ ଆବଶ୍ୟକ । ବିଭିନ୍ନ ପ୍ରକାରର ଭିଟାମିନ୍ର ଉତ୍ସ ରହିଛି । ଏହାର ତାଲିକା ନିମ୍ନରେ ଦିଆଗଲା । ଖାଦ୍ୟର ଉପାଦାନ କେଉଁଠୁ ମିଳେ କେଉଁ କାର୍ଯ୍ୟ କରେ ଏହାର ଅଭାବରେ କ’ଣ ହୁଏ? ଭିଟାମିନ୍ ‘ଇ’ ବନସ୍ପତି, ଚଣାଜାତୀୟ ଖାଦ୍ୟ, ଘନ ସବୁଜ ପତ୍ର ଥିବା ପନିପରିବା, ଡାଲିଜାତୀୟ ଖାଦ୍ୟ ଏବଂ ତୈଳବୀଜ (ବାଦାମ, ସୋୟାବିନ୍, କପାମଞ୍ଜି) ପ୍ରାଣୀଜ ଖାଦ୍ୟରେ କମ୍ ପରିମାଣର ଭିଟାମିନ୍ –‘ଇ’ ରହିଥାଏ । ତେବେ ଅଣ୍ଡାକେଶର, ଲହୁଣୀ ଏବଂ କଲିଜାରେ କିଛି ପରିମାଣରେ ଭିଟାମିନ୍ – ଇ ଥାଏ। ଶରୀରରେ କେତେକ ଏସିଡ୍, ଭିଟାମିନ୍ ‘ଏ’ ଏବଂ ‘ସି’ କୁ ନଷ୍ଟ ହେବାକୁ ରକ୍ଷାକରେ। ଶରୀରରୁ ଭିଟାମିନ୍ ‘ଏ’ ଏବଂ ‘ସି’ ନଷ୍ଟ ହୋଇଯାଏ। ଭିଟାମିନ୍ ‘କେ’ ଘନ ସବୁଜ ପତ୍ରଥିବା ପନିପରିବା, ଅଣ୍ଡାକେଶର, ପତ୍ରକୋବି । ବ୍ୟାକ୍ଟେରିଆରୁ ପ୍ରସ୍ତୁତ କେତେକ ପଦାର୍ଥରେ ଥାଏ । ରକ୍ତକ୍ଷରଣ ବନ୍ଦ କରେ । ରକ୍ତକ୍ଷରଣ ବନ୍ଦ ହୁଏନାହିଁ । ଖାଦ୍ୟର ଉପାଦାନ କେଉଁଠୁ ମିଳେ କେଉଁ କାର୍ଯ୍ୟ କରେ ଏହାର ଅଭାବରେ କ’ଣ ହୁଏ? ଭିଟାମିନ୍ ‘ଏ’ ପ୍ରାଣୀଜ ଖାଦ୍ୟ ଯଥା : କଲିଜା, ଅଣ୍ଡା କେଶର ଲହୁଣୀ, ଘିଅ କ୍ଷୀର । ଉଦ୍ଭିଦଜ ଖାଦ୍ୟ ଯଥା : ହଳଦିଆ ଏବଂ ନାରଙ୍ଗୀ ରଙ୍ଗର ପରିବା, ସବୁଜ ପତ୍ର ବିଶିଷ୍ଟ ପନିପରିବା । ଶରୀରର ଏକ ତନ୍ତୁ (ଏପିଥାଳିଆଲ୍ଟିସୁ )କୁ ଆର୍ଦ୍ର ରଖିବା ଦ୍ଵାରା ଚର୍ମ ମସୃଣ ରହେ ଏବଂ କେତେକ ସାଧାରଣ ରୋଗ ଯଥା ତରଳ ଝାଡା, ଚକ୍ଷୁ ସଂକ୍ରମଣ ଇତ୍ୟାଦିରୁ ରକ୍ଷା ମିଳେ । କମ୍ ଆଲୁଅରେ ଦେଖିବା ସମ୍ଭବ ହୁଏ । କଙ୍କାଳ ଏବଂ ତନ୍ତୁର ବୃଦ୍ଧିରେ ସହାୟକ ହୁଏ । ବିଭିନ୍ନ ପ୍ରକାରର ଚକ୍ଷୁରୋଗ, ଯଥା : ଅନ୍ଧାରକଣା, ଅନ୍ଧତ୍ଵ ଦେଖାଯାଏ । ଶରୀର ବୃଦ୍ଧିରେ ବାଧା ପଡେ । ତରଳଝାଡା, ଚକ୍ଷୁ ସଂକ୍ରମଣ, ପାକ ନଳୀରେ ଫାଟ ସୃଷ୍ଟିହେବା, ଚର୍ମ ଫାଟିବା ଇତ୍ୟାଦି ହୋଇପାରେ । ଭିଟାମିନ୍ ‘ଡି’ ସୂର୍ଯ୍ୟକିରଣ, ଅଣ୍ଡା, କଲିଜା, ଲହୁଣୀରୁ ମିଳେ। କୌଣସି ପ୍ରକାର ଉଦ୍ଭିଦ ଜାତୀୟ ଖାଦ୍ୟରୁ ପ୍ରାୟତଃ ଏହି ଭିଟାମିନ୍ ଉପଲବ୍ଧ ନଥାଏ । ହାଡ ଶକ୍ତ କରିବା । ହାଡକୁ କ୍ୟାଲସିଅମ୍ ଏବଂ ଫସ୍ଫରସ୍ ଯୋଗାଇବା । ରିକେଟ୍ ରୋଗ (ଗୋଡର ହାଡ ବଙ୍କା ହୋଇଯିବା ) ଅଷ୍ଟି ଓ ମାଲାସିଆ (ଅଣ୍ଟା, ଗୋଡ, ପିଚା ଇତ୍ୟାଦିରେ ଯନ୍ତ୍ରଣା ହେବା ) ସହିତ ମାଂସପେଶୀରେ ଯନ୍ତ୍ରଣା ଏବଂ ଦୁର୍ବଳ ଅନୁଭୂତ ହେବା । ଖାଦ୍ୟର ଉପାଦାନ କେଉଁଠୁ ମିଳେ କେଉଁ କାର୍ଯ୍ୟ କରେ ଏହାର ଅଭାବରେ କ’ଣ ହୁଏ? ଭିଟାମିନ୍ ବି ୧ (ଥାୟାମିନ୍) ଚୋପାଥିବା ଶସ୍ୟ ଡାଲି, କୋଳି, ଅଣ୍ଡକେଶର ଆମେ ଖାଉଥିବା ଶ୍ଵେତସାର ଶରୀରରେ ଉପଯୋଗ ହେବା ପାଇଁ ସହାୟକ ହୁଏ । ବେରି ବେରି ରୋଗ ହୁଏ । ଏହି ରୋଗହେଲେ କ୍ଷୁଧାହନୀ, ଦୁର୍ବଳତା ଏବଂ ଗୋଡ ଭାରି ଲାଗିବା ସହିତ ଅଳ୍ପକେ ହାଳିଆ ଲାଗେ । ଭିଟାମିନ୍ ‘ବି’ (ରିବୋଫ୍ଲାବିନ୍) ଘନ ସବୁଜ ପତ୍ର ବିଶିଷ୍ଟ ପନିପରିବା, କ୍ଷୀର, ଅଣ୍ଡା ମାଂସ (ବିଭିନ୍ନ ମୁଖ୍ୟ ଅଂଶର ମାଂସ ), ମାଛ, ଡାଲିରେ ଅଳ୍ପ ପରିମାଣରେ ଥାଏ । ଗଜାମୁଗ ଓ ଗଜାବୁଟରେ ଏହାର ପରିମାଣ ବଢିଥାଏ। ଶ୍ଵେତସାର ଏବଂ ପୃଷ୍ଟିସାରକୁ ହଜମ କରି ଶରୀରରେ ଉପଯୋଗ କରିବାରେ ସହାୟକ ହୁଏ । ପାଟି ଧରିବା, ପାଟିର ଦୁଇ କଡରେ ଘା’ ହେବା, ଓଠ ଫାଟିବା। ଖାଦ୍ୟର ଉପାଦାନ କେଉଁଠୁ ମିଳେ କେଉଁ କାର୍ଯ୍ୟ କରେ ଏହାର ଅଭାବରେ କ’ଣ ହୁଏ? ନିଆସିନ୍ ଶସ୍ୟଜାତୀୟ ଖାଦ୍ୟ, ଡାଲିଜାତୀୟ ଖାଦ୍ୟ, କୋଳି, ତୈଳବୀଜ, ମାଂସ, ମାଛ । ଶ୍ଵେତସାର ଏବଂ ଚର୍ବିକୁ ଶରୀରରେ ଉପଯୋଗ କରିବାରେ ସହାୟକ ହୁଏ । ପାଟି ଧରିବା, ପାଟିର ଦୁଇ କଡରେ ଘା’ହେବା, ଓଠ ଫାଟିବା ଫୋଲିକ୍ ଏସିଡ ଚୋପାଲଗା ଶସ୍ୟ, ପତ୍ରବିଶିଷ୍ଟ ପନିପରିବା, କ୍ଷୀର, ଅଣ୍ଡା, ମାଂସ (କଲିଜା, ବୃକକ୍) ହାଡ ଭିତରେ (ବୋନ୍ ମ୍ୟାରୋରେ) ଲୋହିତ ରକ୍ତକଣିକା ସୃଷ୍ଟି କରିବାରେ ସହାୟକ ହୁଏ । ରକ୍ତହୀନତା । ଭିଟାମିନ୍ ବି-୧୨ କ୍ଷୀର, ଅଣ୍ଡା, ମାଂସ ହାଡ ଭିତରେ (ବୋନ୍ ମ୍ୟାରୋରେ) ଲୋହିତ ରକ୍ତକଣିକା ସୃଷ୍ଟି କରିବାରେ ସହାୟକ ହୁଏ ଏବଂ ସ୍ନାୟୁକ୍ରିୟା ଉତ୍ତମ କାର୍ଯ୍ୟ କରିବାରେ ସହାୟକ ହୁଏ । ପେଲାଗ୍ରା ରୋଗ ହୁଏ । ଏଥିରେ ଚର୍ମର ରଙ୍ଗ ବଦଳି ଶେତା ହୋଇଯାଏ । ଶରୀରର ଯେଉଁ ଅଂଶ ବେଶି ସମୟ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସୁଥିବ, ସେହି ଅଂଶର ଚର୍ମଶେତା ପଡିଯାଇ ରଙ୍ଗ ବଦଳେ । ଏହି ରୋଗୀଙ୍କର ମାନସିକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦିଏ । ଖାଦ୍ୟର ଉପାଦାନ କେଉଁଠୁ ମିଳେ କେଉଁ କାର୍ଯ୍ୟ କରେ ଏହାର ଅଭାବରେ କ’ଣ ହୁଏ? ଭିଟାମିନ୍ ‘ସି’ ଖଟା ଫଳ, ଅଁଳା, ପିଜୁଳି, ସିମ୍ଲା ଲଙ୍କା (କ୍ୟାପ୍ସିକମ୍) ସବୁଜ ପତ୍ରଥିବା ପନିପରିବା, କଞ୍ଚା ଲଙ୍କା । (ଏ ସମସ୍ତ ଖାଦ୍ୟ ପଦାର୍ଥ ତଟକା ଥିବା ଅବସ୍ଥାରେ ଅଧିକ ପରିମାଣରେ ଭିଟାମିନ୍ ‘ସି’ ମିଳିଥାଏ । ଘା’ ଶୁଖାଇବାରେ ସହାୟକ ହୁଏ । କେତେକ ହରମୋନ୍ ସୃଷ୍ଟିକରି ମାନସିକ ବିଷାଦ କମାଇଥାଏ ଏବଂ କ୍ଷତ ଭଲ କରିଥାଏ। ଶରୀରକୁ ଯାଉଥିବା ଲୌହ ଅଂଶ ବିଶିଷ୍ଟ ଖାଦ୍ୟର ଉପଯୁକ୍ତ ବିନିଯୋଗରେ ସାହାଯ୍ୟ କରେ । ଭିଟାମିନ୍ ‘ଏ’ ଏବଂ କେତେକ ଫ୍ୟାଟି ଏସିଡ୍କୁ ନଷ୍ଟ ହେବାକୁ ରକ୍ଷାକରେ। ସ୍କର୍ଭି ରୋଗ ହୁଏ । ଏହି ରୋଗହେଲେ ଶରୀରର କେତେକ ସ୍ଥାନରୁ ରକ୍ତବୁହେ । ବିଶେଷକରି ଦାନ୍ତ ମାଢିରୁ । ଚର୍ମରେ ଛୋଟ ଛୋଟ ଦାଗ ହୁଏ । ରକ୍ତହୀନତା ମଧ୍ୟ ହୋଇପାରେ । ଧାତୁସାର କେଉଁଠୁ ମିଳେ କେଉଁ କାର୍ଯ୍ୟ କରେ ଏହାର ଅଭାବରେ କ’ଣ ହୁଏ? କ୍ୟାଲସିୟମ୍ ଶରୀରର ସମୁଦାୟ ଧାତୁସାର ମଧ୍ୟରୁ ୭୫% ହେଉଛି କ୍ୟାଲସିୟମ୍ । ଜଣେ ବ୍ୟକ୍ତିର ଶରୀରରେ ପ୍ରାୟ ୧୨୦୦ ଗ୍ରାମ୍ କ୍ୟାଲସିୟମ୍ ରହିଥାଏ । ହାଡ, ଦନ୍ତ ଏବଂ କୋମଳ ତନ୍ତୁରେ କ୍ୟାଲସିୟମ୍ ଥାଏ। ଦୁଗ୍ଧ ଏବଂ ଦୁଗ୍ଧ ଜାତୀୟ ଖାଦ୍ୟ । ମାଛ, କଙ୍କଡା ଓ ଚିଙ୍ଗୁଡି । ମାଣ୍ଡିଆ, ବୁଟ, ଚଣା, ରାଜ୍ମା, ସୋୟାବିନ୍ । ସୋରିଷ ଶାଗ, ତୈଳବୀଜ, ରାଶି । ନଡିଆ,ପେସ୍ତୋବାଦାମ । ମାଂସପେଶୀର ସଂକୋଚନ ଏବଂ ପ୍ରସାରଣ, ବିଶେଷକରି ହୃତ୍ପିଣ୍ଡର ମାଂସପେଶୀ ଜୀବକୋଷକୁ ଖାଦ୍ୟପ୍ରେରଣ ଏବଂ ସେଥିରୁ ଅଦରକାରୀ ପଦାର୍ଥ ନିଷ୍କାସନର ପଥକୁ ନିୟମିତ ଚାଲୁରଖିବା । ଗୋଟିଏ ସ୍ନାୟୁକୋଷ (ନିଉରନ୍)ରୁ ଆଉଗୋଟିଏ ସ୍ନାୟୁକୋଷକୁ ଖବର ସରବରାହ କରିବା । ରକ୍ତ ଜମାଟ ବାନ୍ଧିବା। ହାଡ ଏବଂ ଦାନ୍ତର ବୃଦ୍ଧି ଓ ବିକାଶ କରେ। ଦାନ୍ତରୋଗ (ଦାନ୍ତର ଚିକ୍କଣ ଅଂଶ ନଷ୍ଟ ହୋଇଯିବା ) ଅସ୍ଥିଗତ ବିକାଶରେ ବାଧା ଦେହହାତ ଘୋଳାବିନ୍ଧା। ଧାତୁସାର କେଉଁଠୁ ମିଳେ କେଉଁ କାର୍ଯ୍ୟ କରେ ଏହାର ଅଭାବରେ କ’ଣ ହୁଏ? ଫସ୍ଫରସ୍ ଜଣେ ସାଧାରଣ ବ୍ୟକ୍ତିର ଶରୀରରେ ୪୦ -୭୦୦ଗ୍ରାମ୍ ଫସ୍ଫରସ୍ ଥାଏ । କ୍ୟାଲସିୟମ୍ ଭଳି ଅଧିକାଂଶ ଫସ୍ଫରସ୍ ହାଡ ଓ ଦାନ୍ତରେ ଥାଏ । କେତେକ ପରିମାଣର ଫସ୍ଫରସ୍ କୋମଳ ତନ୍ତୁରେ ଥାଏ । କ୍ୟାଲ୍ସିୟମ୍ ଏବଂ ପୃଷ୍ଟିସାର ଥିବା ସମସ୍ତ ଖାଦ୍ୟ ପଦାର୍ଥରୁ ଫସ୍ଫରସ୍ ମିଳିଥାଏ । ଅଣ୍ଡା, କ୍ଷୀର, କୁକୁଡା ମାଂସ,,ମାଛ ଏବଂ ଡାଲିରେ ଫସ୍ଫରସ୍ ଥାଏ । ରକ୍ତରେ ଚର୍ବି ପରିବହନ ବ୍ୟବସ୍ଥାରେ ସହାୟକ ହୁଏ । କେତେକ ପାଚକ ରସକୁ ସେଗୁଡିକର କାର୍ଯ୍ୟରେ ସାହାଯ୍ୟ କରେ । କେତେକ ଅନୁବଂଶୀୟ ଅଣୁ (ଜିନ୍) ସୃଷ୍ଟି କରିବାରେ ସହାୟକ ହୁଏ । ଶରୀରର କେତେକ ତନ୍ତୁରେ ଉଚ୍ଚଶକ୍ତି ଗଚ୍ଛିତ ଥାଏ। ଯଥା ମାଂସପେଶୀରେ ତନ୍ତୁ। କ୍ୟାଲସିୟମ୍ ସହିତ ମିଶି ଶରୀରର ହାଡର ବିକାଶରେ ସହାୟକ ହୁଏ । ଦାନ୍ତର ବୃଦ୍ଧି ଓ ବିକାଶରେ କାର୍ଯ୍ୟକରେ । ହାଡ ଏବଂ ଦାନ୍ତର ବୃଦ୍ଧିରେ ବାଧାସୃଷ୍ଟି ହୁଏ । ମାଂସପେଶୀର ଉଚିତ ବୃଦ୍ଧି ହୁଏନାହିଁ । ଜୀବକୋଷ କାର୍ଯ୍ୟରେ ବାଧା ସୃଷ୍ଟିହୁଏ । ଧାତୁସାର କେଉଁଠୁ ମିଳେ କେଉଁ କାର୍ଯ୍ୟ କରେ ଏହାର ଅଭାବରେ କ’ଣ ହୁଏ? ସୋଡିୟମ୍ ଜଣେ ପ୍ରାପ୍ତବୟସ୍କ ବ୍ୟକ୍ତିର ଶରୀରରେ ପ୍ରାୟ ୧୨୦ ଗ୍ରାମ୍ ସୋଡିୟମ୍ ରହିଥାଏ । ଖାଇବା ଲୁଣ (ଗୋଟିଏ ଚାମଚ ଲୁଣରେ ୨୦୦୦ ମିଲିଗ୍ରାମ୍ ର ସୋଡିୟମ୍ ଥାଏ।) ବ୍ୟତୀତ .କ୍ଷୀର, ଅଣ୍ଡାର ଧଳାଅଂଶ, ମାଂସ,କୁକଡା ମାଂସ, ମାଛ,ପାଳଙ୍ଗ ଶାଗ ଏବଂ ଡାଲିଜାତୀୟ ଖାଦ୍ୟରେ ସୋଡିୟମ୍ ଥାଏ। ଜୀବକୋଷ ଭିତରେ ଏବଂ ବାହାରେ ଥିବା ରସ ମଧ୍ୟରେ ସନ୍ତୁଳନ ରକ୍ଷାକରି ସେଗୁଡିକର କାର୍ଯ୍ୟରେ ସାହାଯ୍ୟ କରେ । ଶରୀର ମଧ୍ୟରେ ଅମ୍ଳକ୍ରିୟାର ସନ୍ତୁଳନ ରକ୍ଷକରେ । ଗୋଟିଏ ସ୍ନାୟୁକୋଷରୁ ଖବର ସରବରାହ ପ୍ରକ୍ରିୟାରେ ସହାୟକ ଭାବେ କାର୍ଯ୍ୟକରେ। ମାଂସପେଶୀ ସଂକୋଚନରେ ସହାୟକ ହୁଏ। ଜୀବକୋଷରୁ ବାହାରକୁ ଏବଂ ବାହାରୁ ଜୀବକୋଷକୁ ଆବଶ୍ୟକୀୟ ଯୋଗାଯୋଗର ସାହାଯ୍ୟ କରେ । ଶରୀରରେ ଅମ୍ଳଗୁଣ ସ୍ଥିରତା ନଥାଏ । ସ୍ନାୟୁବିକ କାର୍ଯ୍ୟରେ ବାଧା ସୃଷ୍ଟି ହୁଏ । ଧାତୁସାର କେଉଁଠୁ ମିଳେ କେଉଁ କାର୍ଯ୍ୟ କରେ ଏହାର ଅଭାବରେ କ’ଣ ହୁଏ? ପୋଟାସିୟମ୍ ଜଣେ ପ୍ରାପ୍ତବୟସ୍କ ବ୍ୟକ୍ତିର ଶରୀରରେ ପ୍ରାୟ ୨୫୦ ଗ୍ରାମ ପୋଟାସିୟମ୍ ଥାଏ । ଆଧାର : ମାଂସ, କୁକୁଡା ମାଂସ, ମାଛରେ ଅଧିକ ପରିମାଣର ପୋଟାସିୟମ୍ ଥାଏ । ଏହାଛଡା ଡାଲି, ଫଳ, ପନିପରିବା ପୋଟାସିୟମ୍ ଉତ୍ତମ ଉତ୍ସ । ପଇଡ ପାଣିରେ ଅଧିକ ପରିମାଣରେ ପୋଟାସିୟମ୍ ରହିଛି । କଦଳୀ, ଆଳୁ, ଗାଜର, ଟମାଟୋ, ଲେମ୍ବୁ, ଏବଂ ଚୋପାଲଗା ଶସ୍ୟରେ ମଧ୍ୟ କିଛି ପରିମାଣରେ ପୋଟାସିୟମ୍ ଥାଏ । ଜୀବକୋଷ ଭିତରେ ଏବଂ ବାହାରେ ଥିବା ରସ ମଧ୍ୟରେ ସନ୍ତୁଳନ ରକ୍ଷାକାରି ସେଗୁଡିକର କାର୍ଯ୍ୟରେ ସାହାଯ୍ୟ କରେ । ଶରୀର ମଧ୍ୟରେ ଅମ୍ଳକ୍ରିୟାର ସନ୍ତୁଳନ ରକ୍ଷାକରେ । ମାଂସପେଶୀୟ କାର୍ଯ୍ୟରେ ସହାୟକ ହୁଏ । ଜୀବକୋଷର କାର୍ଯ୍ୟରେ ବାଧା ସୃଷ୍ଟି ହୁଏ । ଶରୀରରେ ଅମ୍ଳଗୁଣର ସ୍ଥିରତା ନଥାଏ । ମାଂସପେଶୀୟ କାର୍ଯ୍ୟରେ ବାଧା ସୃଷ୍ଟି ହୁଏ । ଆଧାର : ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ