ଉପକ୍ରମ ପୋଷଣ ସ୍ଥିତିରେ ଉନ୍ନତି ଆଣିବାରେ ଜଳ, ପରିମଳ ଏବଂ ସ୍ଵାସ୍ଥ୍ୟରକ୍ଷାର ଏକ ପ୍ରମୁଖ ଭୂମିକା ରହିଛି । କୁପୋଷରକୁ ଦୂରେଇ ଦେବାରେ ଯେକୌଣସି ଫଳପ୍ରଦ ପ୍ରକଳ୍ପରେ ଜଳ ପରିମଳ ଓ ସ୍ଵାସ୍ଥ୍ୟରକ୍ଷା ନିଶ୍ଚିତଭାବରେ ସାମିଲ ହେବା ଆବଶ୍ୟକ । ବିଶୁ ସ୍ଵାସ୍ଥ୍ୟ ସଂଗଠନ ଅନୁସାରେ ଦୁଷିତ ଜଳ, ପରିମଳର ଅଭାବ ଓ ସ୍ଵାସ୍ଥ୍ୟ ରକ୍ଷା କାରଣରୁ ତରଳଝାଡା ଓ କୃମି ସଂକ୍ରମଣ ମାଧ୍ୟମରେ ଶତକଡା ୫୦ ଭାଗ ଶିଶୁ କୁପୋଷଣରେ ଶିକାର ହୋଇଥାନ୍ତି । ଯଦି ବିଶୁଦ୍ଧ ପାନୀୟ ଜଳ, ଉତ୍ତମ ପରିମଳ ଓ ସ୍ଵାସ୍ଥ୍ୟ ରକ୍ଷାରେ ବିକାଶ ନ ହୁଏ, ତେବେ ମା ଓ ଶୁଶୁ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ଅନ୍ତର୍ଗତ ପାଞ୍ଚବର୍ଷରୁ କମ ବୟସର ଶିଶୁଙ୍କର ମୃତ୍ୟୁର ଆକଳନ ସଠିକଭାବରେ କରାଯାଇ ପାରିବ ନାହିଁ । ଅସ୍ଵାସ୍ଥ୍ୟକର ଘରୋଇ ପରିବେଶ ମଧ୍ୟ ଶିଶୁମାନଙ୍କର ସଂକ୍ରାମଣ ରୋଗର କାରଣ ହୋଇଥାଏ । ବିଶ୍ଵ ବ୍ୟାଙ୍କ ଅନୁସାରେ ସ୍ୱାସ୍ଥ୍ୟରକ୍ଷା ଏକ ବଳିଷ୍ଠ ଫଳପ୍ରଦ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଟେ । ମୌଖିନ ଉଦ୍ଦେଶ୍ୟ ୧. କୁପୋଷଣ ଓ ୱାସ୍ ମଧ୍ୟରେ ଥିବା ସମ୍ପର୍କକୁ ବୁଝିବା ୨. ୱାସର ବ୍ୟବହାରିକ ମୌଳିକ ତତ୍ଵ ଏବଂ ପରିଚାଳନାକୁ ବୁଝିବା ୩. ମା, ଶିଶୁ ସ୍ଵାସ୍ଥ୍ୟ ଓ ପୋଷଣ କାର୍ଯ୍ୟକ୍ରମରେ ୱାସ ଅଭ୍ୟାସରେ ସମାଧାନ ମାଧ୍ୟମରେ କିପରି ଉନ୍ନତି ଅଣାଯାଇପାରିବ ଏବଂ ମା ଓ ଶିଶୁ ସ୍ଵାସ୍ଥ୍ୟ ଉପରେ ଏହାର ପ୍ରଭାବ ବୁଝିବା କୁପୋଷଣ ଏବଂ ୱାସ୍ ମଧ୍ୟରେ ଥିବା ସଂଯୋଗ ଗୁଡିକ କ'ଣ ? ଖାଦ୍ୟାଭାବ କାରଣ ବ୍ୟତୀତ କୁପୋଷଣ ଏକ ବିଶ୍ଵ ସମସ୍ୟା ଅଟେ, ଉଦାହରଣ ସ୍ଵରୁପ ପାନୀୟ ଜଳ ଏପରିକି ଘରେ ବ୍ୟବହୃତ ଜଳ ଯାହା ସ୍ଵାସ୍ଥ୍ୟରକ୍ଷା ଏବଂ ପରିମଳରେ ମଧ୍ୟ ବ୍ୟବହାର ହୋଇଥାଏ । ଏହାର ଗୁଣବତ୍ତା ପାଇଁ ଏଥିରେ ଥିବା ଜୀବାଣୁ, ଭୂତାଣୁ, ପରଜୀବି ଓ ରାସାୟନିକ ପଦାର୍ଥ କାରଣରୁ ଏହା ରୋଗର ଉତ୍ସ ହୋଇଥାଏ । ଜଳର ଅଭାବ ଯାହା ହାତ ଧୋଇବା କାର୍ଯ୍ୟରେ ବ୍ୟବହାର ହୋଇଥାଏ । ଶୌଚାଳୟ ବ୍ୟବହାର ନ ହେବା କାରଣ ଯୋଗୁ ତରଳ ଝାଡାର ପ୍ରଭାବ ଅଧିକ ମାତ୍ରାରେ ଦେଖାଯାଏ ଯାହା ପ୍ରକାରାନ୍ତରେ ପାନୀୟ ଜଳକୁ ଦୁଷିତ କରିବା ସହିତ ଜଳ ସଂଯୋଗକୁ ମଧ୍ୟ ଦୁଷିତ କରିଥାଏ । ଚିତ୍ର : ସଂକ୍ରମଣ ଏବଂ କୁପୋଷଣର ମାରାତ୍ମକ ଚକ୍ର ଚିତ୍ର ୧ ସଂକ୍ରମଣ ଏବଂ କୁପୋଷଣର ମାରାତ୍ମକ ଚକ୍ର ପ୍ରଦଶିତ କରେ । ଦୁର୍ବଳ ୱାସ ଅଭ୍ୟାସ ଆନ୍ତ୍ରୀକ ସଂକ୍ରମଣର କାରଣ ହୋଇଥାଏ ଯାହାଦ୍ଵାରା ଅନ୍ତ୍ରରେ ପୋଷାକର ଅଭାବ ପରିଲଖିତ ହୋଇ କୁପୋଷଣକୁ ପ୍ରୋତ୍ସାହିତ କରିଥାଏ । କୁପୋଷଣ କାରଣରୁ ଶରୀରର ରୋଗ ପ୍ରତିରୋଧ ଶକ୍ତି ନଷ୍ଟ ହୋଇ ବିଭିନ୍ନ ସଂକ୍ରମଣ ହୋଇଥାଏ । ଆନ୍ତ୍ରିକ ସଂକ୍ରମଣ କେଉଁଠାରୁ ଆସେ ? 1,000,0000 ଭୂତାଣୁ 1,000,000 ଜୀବାଣୁ 1,000 ଜୀବାଣୁ 1,00 ପରିଜୀବୀ ଡିମ୍ବାଣୁ ଥାଏ ସଂକ୍ରାମକ ତରଳ ଝାଡା (ନାଳ, ରକ୍ତ ଝାଡା, କଲେରା, ଆନ୍ତ୍ରିକ ଜ୍ଵର) ଭୂତାଣୁ, ଜୀବାଣୁ ଓ ପରଜିବୀ ଦ୍ଵାରା ଜଳ ସଂକ୍ରମଣ ଯୋଗୁଁ ହୋଇଥାଏ । ଏହି ସବୁ ସଂକ୍ରାମଣ ପାଟି ଦ୍ଵାରା ଶରୀରରେ ପ୍ରବେଶ କରେ ଏବଂ ମଳ ମାଧ୍ୟମରେ ବାହାରକୁ ଆସିଥାଏ । ଏଫ୍ ଡାଏଗ୍ରାମ ଚିତ୍ର ୨ ଜୀବାଣୁ ଏବଂ ଅନ୍ୟାନ୍ୟ ଅଣୁଜୀବିମାନଙ୍କ ଦ୍ଵାରା ରୋଗ ସଂକ୍ରମଣ ପଥ ବୁଝିବାରେ ସାହାଯ୍ୟ କରିଥାଏ । ଚିତ୍ର ୨ ସୂଚାଇଥାଏ କିପରି ବିଭିନ୍ନ ମାଧ୍ୟମରେ ଥିବା ଅଣୁଜୀବ ମଣିଷ ଶରୀରରେ ପ୍ରବେଶ କରେ । ଉଦାହରଣ ସ୍ଵରୂପ, ଯଦି ଶୌଚାଳୟ ଯିବା ପରେ ହାତ ଭଲଭାବରେ ଧୂଆ ନଯାଏ, ପିଲାର ମଳ ନିଷ୍କାସନ ଠିକରେ କରାନଯାଏ ତେବେ ଆଙ୍ଗୁଠିରେ ଲାଗିଥିବା ଅଣୁଜୀବ ଖାଦ୍ୟ ଖାଇବା ସମୟରେ ଖାଦ୍ୟରେ ମିଶି ଶରୀରରେ ପ୍ରବେଶ କରିଥାଏ । ଏଣୁ ଶୌଚାଳୟ ଯିବା ପରେ ପ୍ରତ୍ୟେକ ବ୍ୟକ୍ତି ହାତ ଭଲଭାବରେ ସାବୁନରେ ଧୂଆଯିବା ଆବଶ୍ୟକ । ଖୋଲାରେ ମଳତ୍ୟାଗ କରିବା ଯୋଗୁ ମଳ ବିଭିନ୍ନ କୀଟନାଶକ। ମାଛି, ମଶା ଦେହରେ ଲାଗିଥାଏ ଏବଂ ଖାଦ୍ୟ ଦୁଷିତ କରଣରେ ସାହାଯ୍ୟ କରିଥାଏ । ମାଛି ମଳରେ ବସି ସାରିବା ପରେ ଖାଦ୍ୟରେ ବସେ ଏବଂ ଖାଦ୍ୟ ଦୂଷିତ ହୋଇଥାଏ ଏବଂ ଖାଦ୍ୟ ଖାଇବା ଦ୍ଵାରା ବ୍ୟକ୍ତି ବିଭିନ୍ନ ସଂକ୍ରମଣର ଶିକାର ହୋଇଥାଏ । ଏହି ସଂକ୍ରମଣ ଚକ୍ରକୁ ନଷ୍ଟ କରିଦିଆଯାଇପାରିବ । ଖୋଲାରେ ମାଲା ତ୍ୟାଗ କରାନଯାଇ ଖୋଲା ନୂଆ, ସେହି କୁଆର ଜଳ ବ୍ୟବହାର ଯୋଗୁଁ ଏକାଧିକ ବ୍ୟକ୍ତି ସଂକ୍ରମଣର ଶିକାର ମିଶିଥାଏ । ଯେପରି ଖୋଲା କୂଅ, ସେହି କୂଅର ଜଳ ବ୍ୟବହାର ଯୋଗୁ ଏକାଧିକ ବ୍ୟକ୍ତି ସଂକ୍ରମଣର ଶିକାର ହୁଅନ୍ତି । ଖୋଲାରେମଳ ତ୍ୟାଗ ବନ୍ଦ କରାଯାଇ ପାରିଲେ ଏବଂ ବିଶୁଦ୍ଧ ପାନୀୟଜଳ ବ୍ୟବହାର ଦ୍ଵାରା ଏହି ସଂକ୍ରମଣ ଚକ୍ରକୁ ନଷ୍ଟ କରାଯାଇ ପାରିବ । ଜଣେ ବୟସ୍କ ବ୍ୟକ୍ତ ଦୈନିକ ୨୦୦-୩୦୦ ଗ୍ରାମ୍ ମାଲା ତ୍ୟାଗ କରିଥାଏ ଏବଂ ଏଥିରେ ୧୦ ୦୦୦୦୦୦ ଭୂତାଣୁ ଓ ୧୦ ୦୦୦୦୦୦ ଜୀବାଣୁ ଥାଆନ୍ତି । ଚିତ୍ର ଖ ବର୍ଣ୍ଣନା କରେ କିପରି ଏହିସବୁ ଜୀବାଣୁ ପାଟିରେ ପ୍ରବେଶ କରିବା ପଥକୁ ନଷ୍ଟ କରାଯାଇ ପାରିବ ପାଇଖାନା ବ୍ୟବହାର, ହାତ ଢୋଇବା ଏବଂ ବିଶୁଦ୍ଧ ପାନୀଯ ଜଳ ସେବନ ଚିତ୍ର ୩ ପ୍ରତିପାଦିତ କରେ ଯେ କିପରି ଉତ୍ତମ, ସ୍ଵାସ୍ଥ୍ୟରକ୍ଷା ଓ ପରିମଳ ଅଭ୍ୟାସ ଆପଣାଇ ସଂକ୍ରମଣ ପଥକୁ ପ୍ରତିରୋଧ କରାଯାଇପାରିଲେ ରୋଗର ସଂକ୍ରମଣକୁ ରୋକା ଯାଇପାରିବ । ପାଇଖାନା ବ୍ୟବହାର ଓ ଖୋଲାରେ ମଳ ତ୍ୟାଗ ଅଭ୍ୟାସକୁ ରୋକା ଯାଇ ପାରିଲେ ଅଣୁଜୀବ ସଂକ୍ରମଣ ପଥକୁ ନଷ୍ଟ କରି ଦିଆଯାଇ ପାରିବ ଓ ଜଳ ଉତ୍ସ ସଂକ୍ରମଣକୁ ରୋକା ଯାଇପାରିବ । ସେହିପରି ହାତ ଧୂଆ ଅଭ୍ୟାସ ମଧ୍ୟ ଏକ ଉତ୍ତମ ଓ ଫଳପଦ୍ର ପ୍ରକ୍ରିୟା ଅଟେ । ଏହା ଦ୍ଵାରା ଅଣୁଜୀବ ସଂକ୍ରମଣକୁ ମଧ୍ୟ ରୋକାଯାଇପାରିବ । ଏଣୁ, ପ୍ରତ୍ୟେକଶୌଚପରେ, ପିଲାଙ୍କ ମଳ ନିଷ୍କାସନ ପରେ ଓ ଖାଦ୍ୟ ପ୍ରସ୍ତୁତି କରିବା ପୂର୍ବରୁ ହାତକୁ ଭଲ ଭାବରେ ସାବୁନରେ ଧୋଇବା ଆବଶ୍ୟକ । ଏଥି ସହିତ ବିଶୁଦ୍ଧ ପାନୀୟ ଜଳ ବ୍ୟବହାର ମଧ୍ୟ ଗୁରୁତ୍ଵପୂର୍ଣ୍ଣ । ଖାଦ୍ୟ ଖାଇବା ପୂର୍ବରୁ ପ୍ରତିଥର ହାତ ଭଲଭାବରେ ସାବୁନ ବ୍ୟବହାର କରି ଧୋଇବା ଆବଶ୍ୟକ । ଏହା ଦ୍ଵାରା ତରଳ ଝାଡା ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିବା ବନ୍ଦ କରାଯାଇପାରିବ । ପ୍ରତ୍ୟେକ୍ଷ ସମ୍ପର୍କ ଜଳ, ପରିମଳ ଓ ସ୍ଵାସ୍ଥ୍ୟ ରକ୍ଷା ଅଭାବରୁ ମୁଖ୍ୟତଃ ତରଳ ଝାଡା ହୋଇଥାଏ । ବିଶ୍ଵରେ ଏହା ପାଞ୍ଚ ବର୍ଷରୁ କମ ବୟସର ଶିଶୁମାନଙ୍କ ମୃତ୍ୟୁର ଏକ ପ୍ରମୁଖ କାରଣ ଅଟେ । ବାରମ୍ବାର ତରଳଝାଡାରେ ଆକ୍ରାନ୍ତ ଶିଶୁ କୁପୋଷଣରେ ଆକ୍ରାନ୍ତ ହୋଇଥାଏ । ସଂକ୍ରମଣ ପରଜୀବି ସଂକ୍ରମଣ ଯଥା ମାଟି ଦ୍ଵାରା ପ୍ରସାରିତ ହେଲମିନଥ ସଂକ୍ରମଣ ପରିମଳ ଓ ସ୍ଵାସ୍ଥ୍ୟରକ୍ଷା ଅଭାବରୁ ହୋଇ ରକ୍ତାନତାରେ ରୂପାନ୍ତରିତ ହୋଇଥାଏ ଏବଂ ଶାରୀରିକ ଓ ମାନସିକ ବିକାଶରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ । ତରଳ ଝାଡା ଭାରତରେ ତରଳ ଝାଡା ଶିଶୁ ମୃତ୍ୟୁର ଏକ ପ୍ରମୁଖ କାରଣ ଅଟେ । ଏହା ଜୀବାଣୁ ଜନିତ ଯଥା ମଳରୁ ଜୀବାଣୁ ଶରୀରକୁ ଗଲେ ହୋଇଥାଏ । ଏହା ଅଧିକାଂଶ ସମୟରେ ମଳର ଅସୁରକ୍ଷିତ ନିଷ୍କାସନ, ବିଶୁଦ୍ଧ ପାନୀୟ ଜଳର ଅଭାବ ଏବଂ ଶିଶୁ ସ୍ତନ୍ୟପାନ ନ କରିବା ଯୋଗୁ ହୋଇଥାଏ । ତରଳ ଝାଡାରେ ଶିଶୁ ମାନଙ୍କର ବୟସ୍କଙ୍କ ତୁଳନାରେ ଅଧିକ ମୃତ୍ୟୁ ହୋଇଥାଏ। କାରଣ ସେମାନଙ୍କର ଶରୀରରେ ଜଳ ଶୁଷ୍କତା ଶୀଘ୍ର ହୋଇଥାଏ ଏବଂ କୁପୋଷଣରେ ଶିଘ୍ର ଆକ୍ରାନ୍ତ ହୋଇଥାଏ । ଯଦି ତରଳ ଝାଡା ଆରମ୍ଭ ହୁଏ ତେବେ ଯେତେଶୀଘ୍ର ସମ୍ଭବ ଶିଶୁକୁ ଅଧିକ ଖାଦ୍ୟ ଓ ତରଳ ପାନୀୟ ଦିଆଯିବା ଆବଶ୍ୟକ । ଉତ୍ତମ ସ୍ଵାସ୍ଥ୍ୟରକ୍ଷାର ଅଭ୍ୟାସ ଏବଂ ବିଶୁଦ୍ଧ ପାନୀୟ ଜଳ ତରଳ ଝାଡାରୁ ରକ୍ଷା କରିଥାଏ । ହାତ ସର୍ବଦା ସାବୁନରେ ଭଲଭାବରେ ଧୂଆଯିବା ଆବଶ୍ୟକ, ବିଶେଷକରି ଶୌଚ ହେବା ପରେ, ଖାଦ୍ୟ ଖାଇବା ପୁର୍ବରୁ ବା ଖାଦ୍ୟ ପ୍ରସ୍ତୁତ କରିବା ପୂର୍ବରୁ । ପରିବେଶଗତ ଏଣ୍ଟେରୋପାଥି ଏବଂ ଷ୍ଟଟିଙ୍ଗ (ଶାରୀରିକ ଅଭିବୃଦ୍ଧିରେ ବ୍ୟାଘାତ) ପରିବେଶଗତ ଏଣ୍ଟୋରୋପାଥି ଏପରି ଏକ ଅବସ୍ଥା ଯାହା ମଳରୁ ମୂଖ ଦୁଷିତକରଣ ଯୋଗୁଁ ହୋଇଥାଏ । ଅନ୍ତ୍ର ପ୍ରଦାହରେ ସହାୟକ ହୋଇଥାଏ । ପରଜୀବି ଜୀବାଣୁ ସଂକ୍ରମଣ ଯୋଗୁଁ କ୍ଷୁଦାନ୍ତ୍ରରେ କ୍ଷତି ସୃଷ୍ଟି ହୋଇ ପୋଷାକ ଆହାରର ଗୁଣବତ୍ତା ନଷ୍ଟ ହୋଇଯାଏ ଏବଂ ପରଜୀବି ସଂକ୍ରମଣ ଦ୍ଵାରା କୁପୋଷଣ, ଷ୍ଟଟିଙ୍ଗ ଏବଂ ବୌଦ୍ଧିକ ବିକାଶ ନହେବା ଆଦି ଦେଖାଦେଇ ଥାଏ । ଶିଶୁ ବାରମ୍ବାର ତରଳ ଝାଡାରେ ଆକ୍ରାନ୍ତ ଏବଂ ସୁବିଧାବାଦୀ ନିମୋନିଆ ସଂକ୍ରମଣର ଅଧିକ ସମ୍ମୁଖିନ ହୋଇଥାନ୍ତି । ଅଧିକ ସଂଖ୍ୟକ ବ୍ୟକ୍ତି ଖୋଲାରେ ଝାଡା ଯିବା ଯୋଗୁଁ ମଳରୁ ମୁଖ ସଂକ୍ରମଣ ସାଧାରଣତଃ ବେଶୀ ଦେଖାଯାଏ ଯାହା ତରଳ ଝାଡାର ଏକ ପ୍ରମୁଖ କାରଣ ଅଟେ । ଏହି ରୋଗ ଦ୍ଵାରା ବଢୁଥିବା ଶିଶୁଙ୍କର ପୋଷକତତ୍ତ୍ବ, ନଷ୍ଟ ହୋଇଯାଏ । ବିଭିନ୍ନ ଅଞ୍ଚଳରୁ ଏହା ସୁସ୍ପଷ୍ଟ ଯେ ପରିମଳ ଓ ଷ୍ଟଟିଙ୍ଗ ମଧ୍ୟରେ ସଂପର୍କ ଅଛି । ଏଥି ସହିତ ଏହା ମଧ୍ୟ ପ୍ରମାଣିତଯେ ଉତ୍ତମ ପରିମଳ ଓ ଏହାର ଉପଲବ୍ଧତା ଦ୍ଵାରା ଶିଶୁମାନଙ୍କର ବୟସ ତୁଳନାରେ ଉଚ୍ଚତା ଠିକ ରହିଥାଏ । ସୂଚନା ଅନୁସାରେ ୭୧.୭ ନିୟୁତ ଭାରତୀୟ ଶିଶୁ ଷ୍ଟବେଣ୍ଟଡ (ବୟସ ଅନୁସାରେ କମ ଓଜନ) ଯାହା ବିଶ୍ଵର ସବୁ ଦେଶ ଠାରୁ ଅଧିକ । ଏକ ଆକଳନ ଦ୍ଵାରା ଏହା ମଧ୍ୟ ଜଣାଯାଏ ଯେ ଖୋଲାରେ ଝାଡା ଯିବା ଯୋଗୁ ଅଧିକ ସଂଖ୍ୟକ ଭାରତୀୟ ଶିଶୁ ଷ୍ଟଟିଙ୍ଗର ଶିକାର ହୋଇଥାନ୍ତି । ଭାରତରେ ପରିମଳ ବ୍ୟବସ୍ଥା ବହୁତ ଦୁର୍ବଳ ଏବଂ ସମୁଦାୟ ଲୋକସଂଖ୍ୟାର ୫୦ ଭାଗରୁ ଅଧିକ ଲୋକ ଖୋଲା ପଡିଆରେ ମଳ ତ୍ୟାଗ କରିଥାନ୍ତି ଏବଂ ପାଇଖାନା ବ୍ୟବହାର କରନ୍ତି ନାହିଁ । ଫଳରେ ଅଧିକ ଶିଶୁ ମଳ ଜନିତ ସଂକ୍ରମଣରସମ୍ମୁଖୀନ ହୁଅନ୍ତି । ଯେଉଁ ଦେଶରେ ଅଧିକ ସଂଖ୍ୟକ ଲୋକେ ଖୋଲରେ ମଳ ତ୍ୟାଗ କରନ୍ତି ସେ ଦେଶରେ ଷ୍ଟବେଣ୍ଟଡ ଶିଶୁଙ୍କ ସଂଖ୍ୟା ଅଧିକ । ଏପରିକି ଶତକଡା ୩୫ରୁ ଅଧିକ ( ଡବ୍ଲୁ. ଏଚ. ଓ ୟୁନିସେଫ ୨୦୧୩) ଚିତ୍ର ୪ ଦର୍ଶାଏ ଯେ କିପରି ଜଳ, ପରିମଳ ଓ ସ୍ୱାସ୍ଥ୍ୟ ରକ୍ଷାର ଅଭାବ ତରଳ ଝାଡା ଓ କୁପୋଷଣ ଏବଂ ପ୍ରକାରନ୍ତରେ ଷ୍ଟଟିଙ୍ଗ ସହିତ ଜଡିତ । ପରୋକ୍ଷ ସମ୍ପର୍କ ଘର ପାଖରେ ନିରାପଦ ଜଳ ପାଇବାର ଅଭାବ ସ୍ଵାସ୍ଥ୍ୟ ଓ ପୋଷଣ ସ୍ଥିତି ଉପରେ ଏକାଧିକ ପରୋକ୍ଷ ପ୍ରଭାବ ପକାଇଥାଏ ବାରମ୍ବାର ଅସୁସ୍ଥ ହେବା ବିଦ୍ୟାଳୟରେ ଉପସ୍ଥାନ କମିବା ଓ ପଢ଼ାରେ ମନ ନ ଲାଗିବା ଅଧିକ ଖର୍ଚ୍ଚାନ୍ତ ହେବା ଖରାପ ୱାସ୍ ଅଭ୍ୟାସ ପାଇଁ ପିଲାବେଳର ଅସୁସ୍ଥତା ବାରମ୍ବାର ତରଳଝାଡାରେ ଆକ୍ରାନ୍ତ ଦୁର୍ବଳ ପିଲା କୁପୋଷଣ ଓ ସୁବିଧାବାଦୀ ସଂକ୍ରମଣ ଯଥା ନିମୋନିଆରେ ଅଧିକ ପିଡିତ ହୁଅନ୍ତି । ଭାରତରେ ପ୍ରାୟ ଶତକଡା ୪୮ ଭାଗ ପିଲା । କିଛିମାତ୍ରାରେ କୁପୋଷଣର ଶିକାର ହୁଅନ୍ତି । ବିଦ୍ୟାଳୟ ଯିବା ବୟସ ପିଲାମାନଙ୍କର ତରଳଝାଡା ଓ କୃମି ସଂକ୍ରମଣର ଦୁଇଟି ପ୍ରଧାନ ରୋଗ ଯାହା ପିଲାମାନଙ୍କର ଶିଖିବାର ଦକ୍ଷତା ହ୍ରାସ କରିଥାଏ । ଘର ପାଖରେ ଜମି ରହୁଥିବା ପାଣି, ମଇଳା ନିଷ୍କାସନ ନ ହେବ ଡ୍ରେନେଜ ପାଇପରେ କଣା ଆଦି ଆନ୍ତ୍ରିକ ଜ୍ଵର ଇତ୍ୟାଦିକୁ ପ୍ରୋତ୍ସାହିତ କରିଥାଏ । କୃମି ସଂକ୍ରମଣ କୃମିକୁ ମଧ୍ୟ ହେଲଗ୍ରିନଥ୍ସ କୁହାଯାଏ ଏବଂ ମାନବ ପରଜୀବିର ଏକ ବଡ ଗୋଷ୍ଠୀ ଅଟେ । ବିଭିନ୍ନ ପ୍ରକାର କୃମି ମାନବ ଶରୀରର ବିଭିନ୍ନ ଅଂଶକୁ ସଂକ୍ରମଣ କରିଥାନ୍ତି । ପିଲାମାନଙ୍କର ସଂକ୍ରମଣ ବିଶେଷ କରି କୃମି ସଂକ୍ରମଣ ଯୋଗୁ ହୋଇଥାଏ । ସେହିପରି ଅଧିକାଂଶ ଲୋକ ତାଙ୍କ ଜୀବନକାଳ ମଧ୍ୟରେ କିଛି ବା କିଛି କୃମି ସଂକ୍ରମଣର ଶିକାର ହୁଅନ୍ତି । କୃମିର ଜୀବନ ଚକ୍ର ବହୁତ ଜଟିଳ ଏବଂ ଅଧିକାଂଶ ସମୟରେ କୃମି ପଶୁମାନଙ୍କୁ ବାହାକ ଭାବରେ ତାଙ୍କର ଜୀବନ ଚକ୍ର ସମ୍ପୁର୍ଣ୍ଣ କରିବାରେ ବ୍ୟବହାର କରିଥାଏ । ଏହି କୃମିଗୁଡିକ ହେଲା ଗୋଲ କୃମି ଅଙ୍କୁଶ କୃମି ଫିତା କୃମି ମଣିଷମାନଙ୍କୁ ଗୋଲ ଓ ଫିତା କୃମି ବିଶେଷକରି ମଳରୁ ମୁଖ ମାଧ୍ୟମରେ ସଂକ୍ରମିତ କରିଥାନ୍ତି ଯଥା ଦୁଷିତ ଖାଦ୍ୟ ଖାଇବା, ବାସନ କୁସନରେ ମାଛି ବସିବା ଇତ୍ୟାଦି । ସଂକ୍ରମିତ ପଶୁମାନଙ୍କ ସଂସ୍ପର୍ଶରେ ଆସିଲେ ମଧ୍ୟ ସଂକ୍ରମଣ ହୋଇଥାଏ । ଅଙ୍କୁଶ, କୃମି ବା ବିଲ ହରଜିଆ ବିଶେଷକରି ମାନବ ଶରୀରରେ ଚର୍ମରେ ପ୍ରବେଶ କରିଥାଏ । ଖାଲି ପାଦରେ ଚଲାବୁଲା କଲେ, ମଳ ସଂସ୍ପର୍ଶରେ ଆସିଲେ ଅଙ୍କୁଶ, କୃମି ଶରୀରରେ ପ୍ରବେଶ କରିଥାଏ । ଥରେ ଶରୀରରେ ପ୍ରବେଶ କଲେ ଏହା ଲାର୍ଭା ସୃଷ୍ଟି କରିଥାଏ ଏବଂ ଏହି ପ୍ରକ୍ରିୟା ସମୟରେ ଶରୀରରେ ବିଭିନ୍ନ ଲକ୍ଷଣ ଦେଖିବାକୁ ମିଳେ । ଏହି ଲକ୍ଷଣଗୁଡିକ ହେଲା : ରକ୍ତହୀନତା ବା ଶେଥା ଦେଖାଯିବା ଶୁଖିଲା କାଶ ଓଜନ ବୃଦ୍ଧି ନ ହେବା ବା ବିଶେଷକରି ପିଲାମାନଙ୍କର ମଳଦ୍ଵାର କୁଣ୍ଡାଇ ହେବା ଚର୍ମରେ ଫଳିଯିବା ଓ ଜ୍ଵର ତଳିପେଟରେ ଯନ୍ତ୍ରଣା ଓ ପେଟ ମୋଡି ମୋଡି ହେବା କ୍ଲାନ୍ତ ଲାଗିବା ଏବଂ ଦୁର୍ବଳ ଅନୁଭବ କରିବା ମଳଦ୍ଵାରରେ, ଝାଡାରେ ଏବଂ ନାକରେ କୃମି ଦେଖାଯିବା କୃମି ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ଉତ୍ତମ ପରିମଳ ସୁନିଶ୍ଚିତ କରିବା ଏବଂ ମଳର ସଠିକ ନିଷ୍କାସନ ଖାଦ୍ୟର ପ୍ରସ୍ତୁତି ପୂର୍ବରୁ ଓ ଶୌଚ ହେବା ପରେ ହାତ ଧୋଇବା ଗୁହପାଳିତ ପଶୁ ସହିତ ଖେଳିବା ପରେ ହାତ ଧୋଇବା ଫଳ ଏବଂ ପରିବା ଧୋଇ ଖାଇବା ମାଂସ ବିଶେଷକରି ଘୁଷୁରୀ ମାଂସ ଭଲଭାବରେ ସିଝାଇ ଖାଇବା ବର୍ଷକୁ ଥରେ ମେବେଣ୍ଡାଜୋଲ ଔଷଧ ଦ୍ଵାରା ଗୃହପାଳିତ ପଶୁମାନଙ୍କୁ କୃମି ସଂକ୍ରମଣ ନ ହେବା ପାଇଁ ଦେବା ଖାଲି ପାଦରେ ଚଲାବୁଲା ନକରିବା, ଚପଲ ବ୍ୟବହାର କରିବା ଝାଡା ପରୀକ୍ଷା ମାଧ୍ୟମରେ କୃମି ସଂକ୍ରମଣ ଜଣାପଡିଥାଏ ମ୍ୟାଲେରିଆ ମାଇ ଆନୋଫିଲିସ ମଶା କାମୁଡିବା ଦ୍ଵାରା ମ୍ୟାଲେରିଆ ରୋଗ ହୋଇଥାଏ । ମଶା ପ୍ଲାଜମୋଡିଅମ ପରଜୀବି ମଣିଷ ଠାରୁ ମଣିଷକୁ ସଂକ୍ରମିତ ହୁଏ । ଏଥିରେ ବ୍ୟକ୍ତି । ଅଧିକ ଜ୍ଵର, ତରଳଝାଡା, ବାନ୍ତି, ମୁଣ୍ଡବିନ୍ଧା, ଥଣ୍ଡା ଏବଂ ଫ୍ଲୁରେ ଆକ୍ରାନ୍ତ ହୁଅନ୍ତି । ପିଲାମାନଙ୍କ କ୍ଷେତ୍ରରେ ରୋଗ ଅଧିକ ମାରାତ୍ମକ ହୋଇଥାଏ ଯଥା ବେହେସ ହୋଇଯିବା ଏବଂ ମରିଯିବା । ପାଞ୍ଚ ବର୍ଷରୁ କମ ବୟସର ପିଲା । ଅଧିକ ବିପଦପୂର୍ଣ୍ଣ ହୋଇଥାନ୍ତି କାରଣ ସେମାନଙ୍କର ରୋଗ ପ୍ରତିରୋଧ ଶକ୍ତି ସେତେଟା ବିକଶିତ ହୋଇନଥାଏ । ଅଙ୍ଗନଷ୍ଟାଡି କର୍ମୀ ଗୋଷ୍ଠୀରେ ନିମ୍ନଲିଖୁତ ବାର୍ଭା ପ୍ରଚାର ଓ ପ୍ରସାର କରିବା ଆବଶ୍ୟକ । ଘର ପାଖରେ ପାଣି ଜମିବାକୁ ନ ଦେବା କାରଣ ଏହା ଦ୍ଵାରା ମଶା ଡିମ୍ବ ଦେଇଥାଏ ମଶା କାମୁଡାରୁ ରକ୍ଷା ପାଇବା ପାଇଁ ଔଷଧ ବୁଡା ମଶାରୀ ବ୍ୟବହାର କରି ଶୋଇବା ଯେଉଁ ଅଞ୍ଚଳରେ ମ୍ୟାଲେରିଆ ଦେଖାଯାଏ। ସେଠାରେ ପିଲାମାନଙ୍କର ସ୍ଥିତି ବିପଦପୂର୍ଣ୍ଣ ହୋଇଥାଏ । ଯଦି କୌଣସି ପିଲାଙ୍କୁ ଜ୍ଵର ହୁଏ ତେବେ ସେ ତୁରନ୍ତ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀଙ୍କ ପାଖକୁ ଯାଇ ପରୀକ୍ଷିତ ହେବା ଆବଶ୍ୟକ । ଯେତେଶୀଘ୍ର ସମ୍ଭବ ଚିକିତ୍ସିତ ହେବା ଆବଶ୍ୟକ ଯଦି ମ୍ୟାଲେରିଆ ହେବା ଜଣାପଡେ । ଗର୍ଭବତୀ ମହିଳାମାନଙ୍କ ପାଇଁ ମଧ୍ୟ ମ୍ୟାଲେରିଆ ବିପଦପୂର୍ଣ୍ଣ । ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ସେମାନେ ଆଣ୍ଟି ମ୍ୟାଲେରିଆ ବଟିକା ସେବନ କରିବା ଉଚିତ ଓ ଔଷଧ ବୁଡା ମଶାରୀ ବ୍ୟବହାର କରି ଶୋଇବା ଆବଶ୍ୟକ । ୱାସ ଅଭ୍ୟସ ଓ ପରିଚାଳନା ୱାସ କହିଲେ ସାଧାରଣରେ ବିଶୁଦ୍ଧ ପାନୀୟ ଜଳ, ଉନ୍ନତ ପରିମଳ ବ୍ୟବସ୍ଥା ଓ ସ୍ଵାସ୍ଥ୍ୟରକ୍ଷାର ସହଜ ଲବ୍ଧତା ଓ ଉପଲବ୍ଧିକୁ ବୁଝାଇଥାଏ ଯାହା ଗୋଷ୍ଠୀ ବା ସମାଜର ବିକାଶରେ ପ୍ରଭୃତ ସାହାଯ୍ୟ କରିଥାଏ । ସାକାରାତ୍ମକ ୱାସ ଅଭ୍ୟାସ ଆପଣେଇବାରେ ମୋଟିଭେସନ ଓ ଫଲୋଅପର ଭୂମିକା ଅଧିକ । ଅଙ୍ଗନୱାଡିକର୍ମୀ ଲୋକମାନଙ୍କୁ ଯଥା ମା ଓ ପିଲାମାନଙ୍କୁ ବ୍ୟକ୍ତିଗତ ପରିଚ୍ଛନ୍ନତା, ପାଇଖାନା ବ୍ୟବହାର ଓ ବିଶୁଦ୍ଧ ପାନୀୟ ଜଳ ସେବନ ବାବଦରେ ବୁଝାଇବାରେ ସାହାଯ୍ୟ କରିପାରିବେ । ସେ ପିଲାମାନଙ୍କୁ ଉତ୍ତମ ସ୍ଵାସ୍ଥ୍ୟରକ୍ଷା ଅଭ୍ୟାସ ଆପଣେଇବାରେ ପ୍ରବର୍ତ୍ତାଇ ପାରିବେ, ଘରେ ମାମାନେ ଉତ୍ତମ ସ୍ଵାସ୍ଥ୍ୟରକ୍ଷ ପାଳନ ଓ ଗୋଷ୍ଠୀରେ ଫଳପ୍ରଦ ସ୍ୱାସ ଅଭ୍ୟସ ଆପଣେଇବାରେ ସାହାଯ୍ୟ କରିପାରିବେ । ପାନୀଯ ଜଳ ବିଶୁ ସ୍ଵାସ୍ଥ୍ୟ ସଂଗଠନ ଏବଂ ୟୁନିସେଫ୍ ଅନୁସାରେ ଉନ୍ନତ ପାନୀୟଜଳ ଏପରି ଏକ ଜଳ ଯାହା ପ୍ରକୃତି ଓ ବାହ୍ୟ ଦୂଷିତକରଣରୁ ସୁରକ୍ଷିତ ବିଶେଷକରି ମଳ ଦ୍ଵାରା ଦୂଷିତକରଣ ନ ହେବାକୁ ବୁଝାଇଥାଏ । ଏମାନେ ମଧ୍ୟ ଉନ୍ନତ ବା ଅନୁନ୍ନତ ଜଳ ଉତ୍ସ ବାଖ୍ୟା କରିଛନ୍ତି । ଉନ୍ନତ ପାନୀୟ ଜଳ ଉତ୍ସଗୁଡିକ ହେଲା - ପାଇପ ପାଣି - ସାମୁହିକ ଗ୍ୟାପ – ‘ନଳ କୂପ - ସୁରକ୍ଷିତ କୂପ - ସୁରକ୍ଷିତ ଝରଣା, ବର୍ଷା ଜଳ ଅନୁନ୍ନତ ଉତ୍ସ ଗୁଡିକ ହେଲା ଅସୁରକ୍ଷିତ ଝରଣା - ଡ୍ରମ ଥିବା ପାଣି – ଟ୍ୟାଙ୍କର – ଭୂମି ଉପର ଜଳ ନିରାପଦ ଜଳ : ନିରାପଦ ଜଳ ଦୈନିକ ଦୂଷିତ କରଣରୁ ମୁକ୍ତ (ଗିନି କୃମି, କଲେରା, ଆନ୍ତ୍ରିକ ଜ୍ଵର ଇତ୍ୟାଦି) ଏବଂ ରାସାୟନିକ ଦୂଷିତ କରଣର ନିର୍ଦ୍ଧାରିତ ସୀମା ଭିତରେ ଥାଏ (ଅଧିକ ଫ୍ଲୋରାଇଡ, ଲୌହ, ଆରମେନିକ ନାଇଟ୍ରେଟ ଇତ୍ୟାଦି)। ବିଶେଷକରି ଆଇ, ଫ-୧୦୫୦୦ ବି.ଆଇ. ଏସ୍ ଷ୍ଟାଣ୍ଡାର୍ଡ ଅନୁସାରେ (ଉତ୍ସ-ଜାତୀୟ ନିର୍ଦ୍ଦେଶାବଳୀ : ପାନୀୟ ଜଳ ୨୦୧୨) ଭାରତସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେଜଣେ ବ୍ୟକ୍ତି ପାଇଁ ଦୈନିକ ୪୦ ଲିଟର ଜଳ ଆବଶ୍ୟକ ହୋଇଥାଏ । ପାନୀୟ ଜଳ ଉପଲବ୍ଧତା କହିଲେ ଘର ଠାରୁ ୫୦ ୦ ମିଟର ମଧ୍ୟରେ ପାନୀୟ ଜଳ ପାଇବା ଯାହା ସରକାରୀ ବା ବେସରକାରୀ ହୋଇପାରେ । ପରିବାର ଓ ଗୋଷ୍ଠୀ ସେମାନଙ୍କର ଜଳ ଯୋଗାଣକୁ ସୁରକ୍ଷିତ ରଖିପାରିବେ । ଖୋଲା କୂପକୁ ଆଛାଦିନ କରି, ହାତ ପମ୍ପ ଲଗାଇ ଓ କୂପ ଚାରିପାଖରେ ପଶୁ ପକ୍ଷୀମାନଙ୍କୁ ଯିବାକୁ ନ ଦେବା ଦ୍ଵାରା ଯେଉଁ ଜଳ ଉତ୍ସର ପାଣି ରାନ୍ଧିବା, ପିଇବା ଓ ସଫା କରିବା ପାଇଁ ବ୍ୟବହାର ହେଉଛି ସେହି ଉତ୍ସ ପାଖରେ ଜଳ ନିଷ୍କାସନ କରିବା ଓ ବର୍ଜ୍ୟ ଜଳ ଯିବାକୁ ନ ଦେବା (ବିଶେଷ କରି ପାଇଖାନା ପାଣି ଓ ଘରୋଇ ବର୍ଜ୍ୟ ଜଳ) ଜଳ ଉତ୍ସ ଠାରୁ ଅତିକମରେ ୧୫ ମିଟର ଦୂରରେ ପାଇଖାନା ନିର୍ମାଣ କରିବା ଓ ଜଳ ଉତ୍ସର ଉପର ପଟେ ପାଇଖାନା ନିର୍ମାଣ ନ କରିବା ପଶୁ ପକ୍ଷୀମାନଙ୍କୁ ପାନୀୟ ଜଳ ଉତ୍ସଠାରୁ ଦୂରେଇ ରଖିବା ଜଳ ଉତ୍ସ ପାଖରେ କୀଟନାଶକ ବା ରାସାୟନିକପଦାର୍ଥ ବ୍ୟବହାର ନ କରିବା ପାନୀୟ ଜଳ ନିରାପତ୍ତା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବାବଦରେ ଉପର ଚିତ୍ର ଗୁଡିକରେ ଦର୍ଶାଯାଇଛି । ପ୍ରଥମ ଚିତ୍ରରେ କୂପରୁ ପାଣି ଏକ ପରିସ୍କାର ବାଲଟିରେ ଆଣିବାର ଏବଂ ପାତ୍ରକୁ ଘୋଡାଇ ରଖିବା ଦେଖାଯାଇଛି । ୨ୟ ଚିତ୍ରରେ ଜଳ ଉତ୍ସ ଚାରିପଟ ସର୍ବଦା ପରିସ୍କାର ରଖିବା ଏବଂ ଉତ୍ସ ପାଖରେ ପାଣି ଜମି ରହିବାକୁ ଦେବା ନାହିଁ ଚିତ୍ର ଦେଖାଯାଇଛି । ୩ୟ ଚିତ୍ରରେ ଜଳପାତ୍ର ଏକ ଉଚ୍ଚ ଜାଗାରେ ଓ ନିରାପଦ ଯାଗାରେ ରହିବାର ଦେଖାଯାଇଛି । ୪ର୍ଥ ଚିତ୍ରରେ ପାତ୍ରରୁ ପାଣି କାଢ଼ିବା ପାଇଁ ଏକ ବେଣ୍ଟ ଲାଗିଥିବା ଡଙ୍କିର ବ୍ୟବହାର ଦେଖାଯାଇଛି । ଘରେ ନିରାପଦରେ ପାଣି କିପରି ରଖିବ ଏକ ପରିସ୍କାର ଓ ଘୋଡଣି ଥିବା ପାତ୍ରରେ ପାଣି ରଖିବା ହାତ ନିୟମିତ ଧୋଇବା – ପାଣି ପାତ୍ରରୁ ପାଣି କାଢ଼ିବା ପୂର୍ବରୁଲମ୍ବା ବେଣ୍ଟ ଥିବା ଡଙ୍କି ବ୍ୟବହାରକରି ପାତ୍ରରୁ ପାଣି କାଢ଼ିବା ପାଣି ପାତ୍ରରେ ଗ୍ୟାପ ରହିବା ଭଲ ପାତ୍ରରେ କେହି ଯେପରି ହାତ ନ ବୁଡାଇବେ ଓ ସିଧା ପାତ୍ରରୁ ପାଣି ନ ପିଇବେ ତଦାରଖ କରିବା ପାଣି ଫୁଟାଇବା ପାଣି ପାତ୍ର ଚାରିପାଖରେ ପଶୁ ପକ୍ଷୀମାନଙ୍କୁ ବୁଲିବାକୁ ନ ଦେବା ସ୍ୱାସ୍ଥ୍ୟ ପାଇଁ ହାତ ଧୋଇବା ହାତ ପାଣି ଓ ସାବୁନ ବ୍ୟବହାର କରି ଧୋଇଳେ ଜୀବାଣୁ ନଷ୍ଟ ହୋଇଯାନ୍ତି । ଯାହା ଦ୍ଵାରା ୪୭% ତରଳ ଝାଡାକୁ ହ୍ରାସ କରାଯାଇ ପାରିବ । ଉତ୍ତମ ହାତ ଧୂଆ ଅଭ୍ୟାସ ଅନ୍ୟାନ୍ୟ ରୋଗରୁ ରକ୍ଷା ପାଇବାର ମଧ୍ୟ ନଜିର ଅଛି । ନିମୋନିଆ ବା ଅନ୍ୟାନ୍ୟ ନିଶ୍ଵାସ ପ୍ରଶ୍ଵାସ ଜନିତ ରୋଗ, ଟ୍ରାକ୍ରୋମା, କାଛୁ, ଚର୍ମ ଆଖି ରୋଗ । ପିଲା ପ୍ରସବ କରାଇବା ପୂର୍ବରୁ ହାତ ଧୂଆ ଦ୍ଵାରା ଶତକଡା ୧୯ ଭାଗ ମୃତ୍ୟୁ ହ୍ରାସ ହେବାର ମଧ୍ୟ ନଜିର ଅଛି । (ୟୁନିସେଫ ) । ପାଣି ବ୍ୟବହାର କରି ଅଙ୍ଗୁଳି ସନ୍ଧି ଧୋଇବା ମଧ୍ୟ ଯଥେଷ୍ଟ – ପାଣି ଓ ସାବୁନ ବ୍ୟବହାର କରି ଦୁଇହାତ ଭଲଭାବରେ ଘସି ଧୋଇବା ଓ ଭଲପାଣିରେ ରୋଷେଇ କରିବା । ଯାହା ଦ୍ଵାରା ଜୀବାଣୁ ଖାଦ୍ୟ ବା ପାଟି ଦ୍ଵାରା ଶରୀରରେ ପ୍ରବେଶ କରିପାରିନଥାନ୍ତି । ହାତ ଧୋଇବା ଦ୍ଵାରା ମଧ୍ୟ ବିଭିନ୍ନ ସଂକ୍ରମଣରୁ ରକ୍ଷା ମିଳିଥାଏ । ପାଇଖାନା ବା ଗାଧୂଆ ଘରେ ସାବୁନ ଓ ପାଣି ରଖିବା ଆବଶ୍ୟକ । ତଳେ ହାତ ଧୂଆର ସଠିକ ଉପାୟ ଦର୍ଶାଯାଇଛି । ହାତ ଧୋଇବାର ସଠିକ୍ ପ୍ରଣାଳୀ : ହାତ ଓଦା କରନ୍ତୁ ହାତରେ ସାବୁନ ଲଗାନ୍ତୁ ଏବଂ ଦୁଇ ହାତ ଘସନ୍ତୁ ଯେପର୍ଯ୍ୟନ୍ତ ସାବୁନ ଫେଣ ନ ବାହାରିଛି ୨୦ ସେକେଣ୍ଡ ପାଇଁ ଦୁଇ ହାତ ଘସନ୍ତୁ ନଖ ଓ ଆଙ୍ଗୁଳି ସନ୍ଧି ଭଲଭାବରେ ଧୁଅନ୍ତୁ ଭଲ ପାଣିରେ ହାତ ଧୁଅନ୍ତୁ ପରିସ୍କାର କପଡା ବ୍ୟବହାର କରି ହାତକୁ ଭଲ କପଡାରେ ପୋଛନ୍ତୁ । କେଉଁ ସମୟରେ ହାତ ଧୋଇବା ଆବଶ୍ୟକତା ଉପରେ ଦର୍ଶାଯାଇଛି ମଳର ଜୀବାଣୁ ଶରୀରରେ ପ୍ରବେଶ ନ କରିବା ପାଇଁ ଶୌଚ ହେବା ପରେ ହାତ ଭଲଭାବରେ ସାବୁନ ଓ ପାଣି ବ୍ୟବହାର କରି ଧୂଆଯିବା ଉଚିତ ମଳର ଜୀବାଣୁ ଖାଦ୍ୟରେ ମିଶିବା ଓ ଶରୀରରେ ପ୍ରବେଶ କରିବା ପୂର୍ବରୁ ହାତକୁ ଭଲଭାବରେ ସାବୁନ ପାଣି ବ୍ୟବହାର କରି ଭଲଭାବେ ଧୂଆଯିବା ଆବଶ୍ୟକ । ପଶୁ ପକ୍ଷୀମାନଙ୍କ ଯତ୍ର ନେବା ପରେ ବା ଅଳିଆ ଆବର୍ଜନା ଫୋପାଡିବା ପରେ ହାତକୁ ଭଲଭାବରେ ସାବୁନ ଓ ପାଣି ବ୍ୟବହାର କରି ଧୂଆଯିବା ଉଚିତ ଖାଦ୍ୟ ଖାଇବା ପୂର୍ବରୁ ହାତ ଭଲଭାବେ ଧୂଆଯିବା ଆବଶ୍ୟକ ମା ପିଲାମାନଙ୍କ ମଳ ପରିସ୍କାର କରିବା ପରେ ଜୀବାଣୁ ସଂକ୍ରମଣ ରୋକିବା ପାଇଁ ହାତ ଭଲ ଭାବରେ ସାବୁନ ଓ ପାଣି ବ୍ୟବହାର କରି ଧୋଇବା ଆବଶ୍ୟକ ଶିଶୁଙ୍କୁ ଖାଦ୍ୟ ଖୁଆଇବା ପୂର୍ବରୁ ହାତ ଭଲଭାବରେ ଧୂଆଯିବା ଆବଶ୍ୟକ ବିଶ୍ଵ ହାତ ଧୂଆ ଦିବସ ବିଶ୍ଵରେ ପ୍ରତିବର୍ଷ ଅକ୍ଟୋବର ୧୫ ତାରିଖକୁ ବିଶ୍ଵ ହାତଧୂଆ ଦିବସ ରୂପେ ପାଳନ କରାଯାଉଛି ।ଏହାର ମୁଖ୍ୟ ଉଦ୍ଦେଶ୍ୟ ହାତଧୂଆ ଉପରେ ସଚେତନା ସୃଷ୍ଟି ଏବଂ ଗୋଷ୍ଠୀ ଓ ବିଦ୍ୟାଳୟରେ ରୋଗ ସଂକ୍ରମଣ ରୋକିବାର ଏହାର ବଳିଷ୍ଠ ଭୂମିକା ବିଷୟରେ ଲୋକଙ୍କୁ ଜଣାଇବା । ଅଙ୍ଗନୱାଡି କର୍ମୀ ଓ ଅନ୍ୟାନ୍ୟ ଗୋଷ୍ଠୀକର୍ମୀ ଏହି ଦିବସକୁ ପାଥେୟ କରି ମା ଓ ଗୋଷ୍ଠୀର ଅନ୍ୟ ସଦସ୍ୟଙ୍କୁ ଏକାଠି କରି ଶିକ୍ଷା ଦେଇପାରିବେ ଓ ହାତ ଧୂଆର ବିସ୍ମୟ ଶକ୍ତି ଯାହା ଶିଶୁ ମୃତ୍ୟୁ ହ୍ରାସ ଏବଂ ମା' ଶିଶୁ ସ୍ଵାସ୍ଥ୍ୟରେ ଉନ୍ନତି ଆଣିପାରେ ତାହା ଲୋକମାନଙ୍କୁ ବୁଝାଇପାରିବେ । ପରିମଳ ଉନ୍ନତ ପରିମଳ ବ୍ୟବସ୍ଥା ବ୍ୟକ୍ତିର ମଳ ବ୍ୟକ୍ତି ସମ୍ପର୍କରେ ନ ଆସିବା ପାଇଁ ଯେଉଁ ପରିମଳ ସୁବିଧା ଉପଲବ୍ଧ, ସେଗୁଡିକ ହେଲା - ଫ୍ଲସ ପାଇଖାନା ପାଇପ ପଦ୍ଧତି ସେପଟିକ ଗ୍ୟାଙ୍କ ପିଟ ପାଇଖାନା ବାୟୁ ଚଳାଚଳ ସହିତ ଉନ୍ନତ ପିଟ ପାଇଖାନା ସ୍ଲାବ ସହିତ ପିଟ ପାଇଖାନା କମ୍ପୋଷ୍ଟିଙ୍ଗ ପାଇଖାନା ମଳରୁ ମୁକ୍ତି ପାଇବା ପାଇଁ ତରଳ ଝାଡାରମୁଖ୍ୟ ଉତ୍ସ ହେଲା ଘରୋଇ ଓ ସାଧାରଣ ପରିବେଶରେ ରଖୁଥିବା ମଳ । ସଂକ୍ରମଣ ରୋକିବା ପାଇଁ ମଳର ସଠିକ ନିସ୍କାସନ ହିଁ ଏକମାତ୍ର ପନ୍ଥା । ସାଧାରଣତଃ ପିଲା ଓ ବୟସ୍କମାନଙ୍କ ମଳ ପାଇଖାନା ମାଧ୍ୟମରେ ନିସ୍କାକ୍ଷିତ ହେବା ଆବଶ୍ୟକ । ଯେଉଁ ସ୍ଥାନରେ ଏହା ସମ୍ଭବ ନୁହେଁ, ସେ ସ୍ଥାନରେ ମଳକୁ ପୋତି ଦିଆଯିବା ଆବଶ୍ୟକ । ଶେଷ ଉପାୟ ଭାବରେ ମଳକୁ ଜଳସ୍ରୋତ ଓ ଖେଳ ପଡିଆଠାରୁ ବହୁତ ଦୂରରେ ପୋତି ଦିଆଯିବା ଉଚିତ । ପଟି ବ୍ୟବହାର କରି ମଧ୍ୟ ଘର ଚାରିପାଖ ପରିଷ୍କାର ପରିଚ୍ଛନ୍ନ ରଖାଯାଇ ପାରିବ । ଉନ୍ନତ ପରିମଳର ସମ୍ଭାବ୍ୟ ପ୍ରଭାବ ଯେତେବେଳେ ଉନ୍ନତ ପରିମଳ ବ୍ୟବସ୍ଥା ସହିତ ଉନ୍ନତ ପରିମଳ ଅଭ୍ୟସ ଉପଲବ୍ଧ ହେବ ସେତେବେଳେ ନିମ୍ନଲିଖିତ ଉନ୍ନତି ଆଶା କରାଯାଇପାରିବା ଜନ ସଂଖ୍ୟାରେ ସ୍ୱଳ୍ପ ଅସୁସ୍ଥତା – ଜୀବାଣୁ ଓ ପରଜୀବି ସଂକ୍ରମଣ ହାର କମିବା ସହିତ ରୋଗର ପ୍ରାଦୁର୍ଭାବ ମଧ୍ୟ କମିଯିବ । ଫଳରେ ତରଳ ଝାଡାର ପ୍ରକୋପ ମଧ୍ୟ କମିବ ଏବଂ ଅସୁସ୍ଥତା ହାରରେ ହ୍ରାସ ପରିଲଖିତ ହେବ ତରଳ ଝାଡା ପ୍ରକୋପ କମିଯିବା ଯୋଗୁ ମୃତ୍ୟୁହାର ମଧ୍ୟ କମିବ – ଲୋକ ବାରମ୍ବର ତରଳଝାଡାରେ ଆକ୍ରାନ୍ତ ହେବେ ନାହିଁ, ଏଣୁ ସେମାନଙ୍କର ମୃତ୍ୟୁ କମିଯିବ ପିଲାମାନଙ୍କର ପୋଷଣ ସ୍ଥିତିରେ ଉନ୍ନତି- ଉନ୍ନତି ପରିମଳ ବ୍ୟଭସ୍ଥା ହେତୁ ପିଲାମାନନେ ମଳ ଜନିତ ସଂକ୍ରମଣରୁ ରକ୍ଷା ପାଇବେ, ଫଳରେ ଶରୀରରେ ସମସ୍ତ ପୋଷାକତତ୍ଵ ଠିକ ଭାବରେ ମିଶିପାରିବ ଏବଂ ପିଲା କୁପୋଷଣରେ ପଡିବେ ନାହିଁ ଷ୍ଟଣ୍ଟିଙ୍ଗ ହାର ମଧ୍ୟ କମିବ – ଉନ୍ନତ ପରିମଳ ବ୍ୟବସ୍ଥା ଯୋଗୁ ପିଲାମାନେ କୁପୋଷଣରେ ପଡିବେ ନାହିଁ, ବିଶେଷକରି ଷ୍ଟଣ୍ଟିଙ୍ଗ କୁପୋଷଣ । ପରିସ୍କାର ପରିବେଶ – ମଳର ନିରାପଦ ଓ ବୈଜ୍ଞାନିକ ପଦ୍ଧତିରେ ନିସ୍କାସନ ଯୋକୁ ପରିବେଶ ପରିସ୍କାର ରହିବ ବିଦ୍ୟାଳୟ ପିଲାମନଙ୍କର ଶିକ୍ଷାରେ ଉନ୍ନତି ଆସିବା – ବିଦ୍ୟାଳୟ ଯିବା ପିଲା ମ୍ୟାଲେରିଆ ବା ତରଳ ଝାଡାର ଶିକାର ହେବେ ନାହିଁ । ବିଦ୍ୟାଳୟରେ ସେମାନଙ୍କ ଉପସ୍ଥାନ କମିବ ନାହିଁ ଏବଂ ଶିକ୍ଷା ଠିକ ଭାବରେ ଗ୍ରହଣ କରିପାରିବେ । ଭାରତ ଓ ଓଡିଶାରେ ୱାସ ସ୍ଥିତି ଶତକଡା ୪୪.୦୦ ମା, ସେମାନଙ୍କର ପିଲାଙ୍କ ମଳ ଖୋଲାରେ ପକାଇଥାଆନ୍ତି, ଏହା ଦ୍ଵାରା ଜୀବାଣୁ , ଭୂତାଣୁ ଏମିବା ସଂକ୍ରମଣ ଦ୍ଵାରା ଜଳ ଦୂଷିତ ହୋଇ ତରଳ ଝତାର କାରଣ ହୋଇଥାଏ । ଫଳରେ ଭାରତରେ ବର୍ଷକୁ ୧୧ ମାସରୁ କମ ବୟସର ୧୦ ୦ ୦ ୦ ୦ ପିଲା ତରଳଝାଡାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥାଆନ୍ତି ଯାହା ନିମୋନିଆ ତୁଳନାରେ ବିଶ୍ଵରେ ପିଲାମାନଙ୍କର ଦ୍ଵିତୀୟ ପ୍ରମୁଖ ରୋଗ ଅଟେ । ଭାରତରେ ତରଳ ଝାଡା ଜନିତ ମୃତ୍ୟୁ ଅତ୍ୟଧିକ ଦେଖାଯାଏ ୬୧.୭୦ ନିୟୁତ ଭାରତୀୟ ପିଲା, ଷ୍ଟଣ୍ଟେଡ ଯାହା ସାରା ବିଶ୍ଵରେ ସବୁଠାରୁ ଅଧିକ ପିଲା ଷ୍ଟଣ୍ଟିଙ୍ଗରେ ପଡିବାର ପ୍ରମୁଖ କାରଣ ହେଲା ଖୋଲା ପଡିଆରେ ଝାଡାଯିବା ତଥ୍ୟ ତରଳ ଝାଡା ଜନିତ ଅସୁସ୍ଥତା ହ୍ରାସ କରିବାରେ ୱାସ କାର୍ଯ୍ୟକ୍ରମ, ପରିସଂଖ୍ୟାନ ଦ୍ଵାରା ଏହା ଦେଖାଯାଏ ଯେ ସାବୁନ ବ୍ୟବହାରକରି ହାତ ଧୋଇବା ଦ୍ଵାରା ୪୫% ହ୍ରାସ ପାଇଥାଏ ଘରେ ନିରାପଦ ଜଳ ବ୍ୟବହାର ଦ୍ଵାରା ୩୨% ପରିମଳ ଦ୍ଵାରା ୩୬ % ଜଳ ଯୋଗଣ ଦ୍ଵାରା ୨୩% ଜଳ ଉତ୍ସ ବିଶୋଧନ ଦ୍ଵାରା ୧୧% ଉତ୍ସ : ଏନ.ବି.ଏ ଗାଇଡ ଲାଇନ ଜି.ଓ.ଆଇ ବିଶୁ ସ୍ଵାସ୍ଥ୍ୟ ସଂଗଠନ, ଜି.ଓ.ଆଇ. ଜନ ଗଣନା ୨୦୧୧ ଏବଂ ଉପସଂହାର ବିଶ୍ଵ ସ୍ତରରେ ବିଭିନ୍ନ ଅଧ୍ୟୟନ ଓ ପ୍ରମାଣରୁ ଏହା ସୁସ୍ପଷ୍ଟ ଯେ ଫଳପ୍ରଦ, ଜଳ, ପରିମଳ ଓ ସ୍ଵାସୁରକ୍ଷା (ୱାସ) କାର୍ଯ୍ୟକ୍ରମ ମା ଓ ପିଲାମାନଙ୍କର ଯେକୌଣସି ସ୍ଥିତିରେ ଉନ୍ନତି ଆଣିବାରେ ପ୍ରମୁଖ ଭୂମିକା ନିଭାଇଥାଏ । ପରିବେଶରେ ଥିବା ମଳ ଜୀବାଣୁ ଦ୍ଵାରା ଶୈଶବ ଅବସ୍ଥାର ରୋଗ ଓ ପୁରାତନ ରୋଗ ବୟସ ତୁଳନାରେ ପିଲାମାନଙ୍କର ଉଚ୍ଚତା ହ୍ରାସରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଯେତେବେଳେ ଏହି ସୁବିଧା ଗୋଷ୍ଠୀରେ ଉପଲବ୍ଧ ହୋଇନଥାଏ ସେତେବେଳେ ମା, ପରିବାର ଏବଂ ଗୋଷ୍ଠୀରେ ସଚେତନତା ସୃଷ୍ଟି ବେଶ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ଏହି କ୍ଷତିକାରକ ଅଭ୍ୟସ ଦୂରେଇ ଦେବାରେ ବ୍ୟକ୍ତି ଓ ଗୋଷ୍ଠୀର ନିରବଚ୍ଛିନ୍ନ ଉଦ୍ୟମର ଆବଶ୍ୟକତା ରହିଛି । ପାଞ୍ଚ ବର୍ଷରୁ କମ ବୟସ ପିଲାମାନଙ୍କର ଏହା ଦ୍ଵାରା ତରଳ ଝାଡା ଜନିତ ମୃତ୍ୟୁ, ଉଗ୍ର ଶ୍ଵାସ ସଂକ୍ରମଣ, ଷ୍ଟେଟିଙ୍ଗକୁ ହ୍ରାସ କରିବାରେ ସାହାଯ୍ୟ କରିବ । ମୌଖିକ ଉଦ୍ଦେଶ୍ୟ ୧. ୱାସ ଓ କୁପୋଷଣ ମଧ୍ୟରେ ସଂପର୍କକୁ ବୁଝିବା ୨. ୱାସର ମୌଳିକ ବ୍ୟବହାର ଓ ପରିଚାଳନା ବାବଦରେ ଜାଣିବା 3. ମା ଓ ଶିଶି ସ୍ୱାସ୍ଥ୍ୟ ଏବଂ ପୋଷଣ କାର୍ଯ୍ୟକ୍ରମରେ ୱାସ ଅଭ୍ୟାସରେ ବିଭିନ୍ନ ସମାଧାନକୁ ଏହାର ଅଭାବ କିପରି ମା ଓ ସିସିସ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ ଜାଣିବା ବାର୍ତ୍ତା ୱାସ ର ଫଳପ୍ରଦ ରୁପାୟନ ଏହାଦ୍ଵାରା ତରଳଝାଡା ଜନିତ ପିଲାମାନଙ୍କର ମୃତ୍ୟୁ ଅଧିକ ମ୍ମ୍ତ୍ରାରେ ହ୍ରାସ ପାଇଥାଏ ୱାସ ବାକ୍ୟକାଳର ଅସୁସ୍ଥତା ଚକ୍ରକୁ ନଷ୍ଟ କରିଥାଏ ଯାହାମାରତ୍ମକ ଷ୍ଟଣ୍ଟିଙ୍ଗ ଠାରୁ ମଧ୍ୟ ମୁକ୍ତି ଦେଇଥାଏ ଚାରୋଟି ମୌଳିକ ପରିମଳ ଓ ସ୍ୱାସ୍ଥ୍ୟରକ୍ଷା ଅଭ୍ୟାସ ମା, ପରିବାର ଓ ଗୋଷ୍ଠୀରେ ଉତ୍ତମଭାବରେ ବୁଝିବା ଓ କାର୍ଯ୍ୟରେ ଲଗାଇବାର ଆବଶ୍ୟକତା । ଆଧାର: ୟୁନିସେଫ