ମୁଖବନ୍ଧ ଅନୁପଯୁକ୍ତ ଖାଦ୍ୟାଭାସ ଯୋଗୁଁ ଶିଶୁ ମୃତ୍ୟୁ ଅଧିକାଂଶ ସମୟରେ ଜୀବନର ପ୍ରଥମ ବର୍ଷରେ ହିଁ ହୋଇଥାଏ । ଆବଶ୍ୟକତା ଠାରୁ କମ ପୁଷ୍ଟି ଗ୍ରହଣର କୁପ୍ରଭାବ ପ୍ରାପ୍ତ ବୟସ ପର୍ଯ୍ୟନ୍ତ ପଡ଼ିବା ସହିତ ପରବର୍ତୀ ପିଢୀର ଝିଅ ଓ ମହିଳା ମାନଙ୍କୁ ଅପପୁଷ୍ଟି କରାଇଥାଏ ଏବଂ ସେମାନଙ୍କ ଠାରୁ ସ୍ୱଳ୍ପ ଓଜନର ଶିଶୁ ଜନ୍ମ ହୋଇଥାନ୍ତି । ଏପରିକି ବିକାଶନ୍ମୋଖି ରାଷ୍ଟ୍ର ଗୁଡ଼ିକରେ ଅସୁରକ୍ଷିତ ଜଳ, ଯଥେଷ୍ଟ ପରିମଳ ଓ ପରିଚ୍ଛନ୍ନତାର ଅଭାବ ଯୋଗୁଁ ପ୍ରତିରୋଧ କରାଯାଉପାରୁଥିବା ରୋଗଗୁଡ଼ିକ ମଧ୍ୟ ମାତୃ ଓ ଶିଶୁ ସ୍ଵାସ୍ଥ୍ୟର ବଡ଼ ଶତ୍ର ଅଟେ | ୨୦୧୨ ମସିହାରେ ୬୫ ତମ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ସଭାରେ ଶୈଶବାସ୍ଥାର ଖାଦ୍ୟାଭାସ ପାଇଁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ସାରା ପୃଥିବୀ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ସେହି ଲକ୍ଷ୍ୟ ହେଉଛି ‘ପ୍ରଥମ ୬ ମାସରେ କେବଳ ସ୍ତନ୍ୟପାନର ହାରକୁ ୨୦୨୨ ମସିହା ସୁଦ୍ଧା ୫୦ %କୁ ବଢାଇବା । ବିଶ୍ଵ ସ୍ତରୀୟ ସୁପାରିଶ ଅନୁସାରେ ଅଙ୍ଗନୱାଡି କର୍ମୀଙ୍କ ଠାରୁ ପରାମର୍ଶ ଓ ଶୈଶବାସ୍ଥାର ସଠିକ ଖାଦ୍ୟାଭାସରେ ପ୍ରମୁଖ ଭୂମିକା ଆଶା କରାଯାଉଛି ଏବଂ ଶିଶୁଙ୍କର ଯତ୍ନ ନିମନ୍ତେ ମାତା / ଯତ୍ନକାରୀଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରିବା ପାଇଁ ମଧ୍ୟ ସେମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । କିନ୍ତୁ ସେମାନଙ୍କୁ ଥରେ ମାତ୍ର ତାଲିମ ପ୍ରଦାନ କରିଦେବାଟା ଯଥେଷ୍ଟ ନୁହେଁ । ଆବଶ୍ୟକୀୟ ସହଯୋଗ ପ୍ରଦାନ କରିବା ନିମନ୍ତେ ଅଙ୍ଗନୱାଡି କର୍ମୀଙ୍କ ପ୍ରକୃତ ଦକ୍ଷତା ବୃଦ୍ଧି ପାଇଁ ସେମାନଙ୍କର ଚାକିରି କାଳୀନ ଶିକ୍ଷା ଓ ତଦାରଖର ଆବଶ୍ୟକତା ଅଛି । ପ୍ରଶିକ୍ଷଣ ସମୟରେ କରି ଦେଖାଇବା ଅଧିବେଶନ ଯଦିଓ ଗୁରୁତ୍ଵପୂର୍ଣ୍ଣ ଅଟେ । ତଥାପି ତାହା ଯଥେଷ୍ଟ ଅଭିଜ୍ଞତା ଓ କାର୍ଯ୍ୟ ଦକ୍ଷତା ପ୍ରଦାନ କରିପାରିବ ନାହିଁ ଯାହା କେବଳ କାର୍ଯ୍ୟ କ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟ କରିଲେ ହିଁ ମିଳିପାରିବ । ସେଥି ପାଇଁ ଅଙ୍ଗନୱାଡି କର୍ମୀଙ୍କ ଅବିରତ ସମୀକ୍ଷା ଓ ପଥ ପ୍ରଦର୍ଶନ ହେଉଛି ଗୋଷ୍ଠୀ ସ୍ତରରେ ଉପଯୁକ୍ତ ସେବା ଉପଲବ୍ଧ କରାଇବାର ମୂଳ ମନ୍ତ୍ର । ଏହି ପ୍ରଶିକ୍ଷଣ ସହାୟିକା ପୁସ୍ତିକାର ଲକ୍ଷ୍ୟ ହେଉଛି। ଆଇସିଡିଏସ୍ କ୍ଷେତ୍ର ପରିଦର୍ଶିକା (ସୁପରଭାଜର) କିପରି ଅଙ୍ଗନୱାଡି କର୍ମୀଙ୍କ ଶୈଶବାସ୍ଥାର ଖାଦ୍ୟାଭାସ, ଜଳ, ପରିମଳ ଓ ପରିଚ୍ଛନତା ଓ ଶୈଶବାସ୍ଥାର ରୁଗଣତା ଆଦି କାର୍ଯ୍ୟଗୁଡ଼ିକୁ ଠିକ ଭାବରେ ସମୀକ୍ଷା ଏବଂ ସହଯୋଗୀ ତଦାରଖ କରିପାରିବେ ତାହା ଲକ୍ଷ୍ୟ ରଖୁଛି । ଏହି ପ୍ରଶିକ୍ଷଣ ସହାୟିକା ପୁସ୍ତିକାର ମୁଖ୍ୟ ଶିକ୍ଷଣୀୟ ଲକ୍ଷ୍ୟ ଗୁଡ଼ିକ ହେଉଛି: ଶିଶୁ ଏବଂ ବଢ଼ନ୍ତା ପିଲାଙ୍କ ଖାଦ୍ୟାଭ୍ୟସ ଓ ଏହାର ଅଂଶ ବିଶେଷର ସମୀକ୍ଷା ଏବଂ ସହଯୋଗୀ ତଦାରଖା ବିଷୟରେ ଆଇସିଡିଏସ ସୁପରଭାଇଜରଙ୍କୁ ଜ୍ଞାନ ପ୍ରଦାନ କରାଇବା । ଶିଶୁ ଏବଂ ବଢ଼ନ୍ତା ପିଲାଙ୍କ ଖାଦ୍ୟାଭ୍ୟସ, ଜଳ, ପରିମଳ ଓ ସ୍ଵାସ୍ଥ୍ୟରକ୍ଷା ଏବଂ ଶୈଶବାସ୍ଥାର ରୁଗଣତାରେ ଗୋଷ୍ଠୀ ସ୍ତରରେ ହେଉଥିବା ଅଭ୍ୟାସ ଗୁଡ଼ିକର ସମୀକ୍ଷା କରିବା ପାଇଁ ଯୋଗ୍ୟ କରାଇବା । ମା’ ମାନଙ୍କୁ ସେମାନଙ୍କ ଶିଶୁର ପ୍ରମୁଖ ବୃଦ୍ଧି ମାଇଲ ଖୁଣ୍ଟ ଚିହ୍ନିବା ପାଇଁ ଯୋଗ୍ୟ କରାଇବା । ସମୀକ୍ଷା ସମୀକ୍ଷା କଣ ସମୀକ୍ଷା ହେଉଛି ଏକ ଅବିରତ ପ୍ରକ୍ରିୟା ଯେଉଁଥିରେ କୌଣସି ନୀତି, କାର୍ଯ୍ୟକ୍ରମ କିମ୍ବା ପ୍ରକଳ୍କର ରୂପାୟନ ଏବଂ ଏଥିରୁ ଆଶା କରାଯାଉଥିବା ଫଳାଫଳକୁ ତୁଳନା କରିବା ପାଇଁ, ତଥ୍ୟ ସଂଗ୍ରହ କରି ଓ ଏହାର ବିଶ୍ଳେଷଣ କରିବା । ସମୀକ୍ଷା ଓ ମୂଲ୍ୟୟନ ଢାଞ୍ଚାର କେତେକ ପ୍ରମୁଖ ଲକ୍ଷ୍ୟ ହେଉଛି: ନୂତନ ପ୍ରକଳ୍ପ, ଯୋଜନା କିମ୍ବା ନୀତି ପ୍ରଣୟନ ନିମନ୍ତେ ଯୋଜନାକାରୀଙ୍କୁ ସାହାଯ୍ୟ କରି ଏକ ସାଧନ ଭାବେ କାର୍ଯ୍ୟ କରିବା । ପ୍ରଚଳିତ କାର୍ଯ୍ୟପନ୍ଥାକୁ ଦୃଢୀକାରଣ କରାଯିବା ଉଚିତ କି ଏହାକୁ ପ୍ରତ୍ୟାଖ୍ୟାନ କରାଯିବା ଉଚିତ। ତାହା ନିର୍ଣ୍ଣୟ କରିବା । ସେବା ବ୍ୟବସ୍ଥାର ଅବିରତ ଉନ୍ନତି ପାଇଁ ଯୋଗସୂତ୍ର ରକ୍ଷା କରିବା । ନିଆଯାଇଥିବା ପଦକ୍ଷେପଗୁଡ଼ିକର ପରିମାଣ ଓ ଫଳାଫଳ ଏବଂ ମୂଲ୍ୟ ଓ ପ୍ରଭାବ କ୍ଷେତ୍ରରେ ସାମଗ୍ରିକ ଭାବେ ମୂଲ୍ୟାୟନ କରିବା; ଏବଂ ଯେଉଁଠାରେ ଆବଶ୍ୟକ ଏହି ପ୍ରକଳ୍କ ଓ କାର୍ଯ୍ୟକ୍ରମ ଗୁଡ଼ିକୁ ତ୍ୱରାନ୍ୱିତ କରୁଥିବା କାରଣ ଓ ସ୍ଥାୟୀତ୍ଵକୁ ନିର୍ଣ୍ଣ କରିବା । ସୂଚକ କ’ଣ ? ସୁଚନା ହେଉଛି ଏକ ପରିବର୍ତ୍ତନଶୀଳ ରାଶି ଯାହା ମାପ କରେ: କାର୍ଯ୍ୟକ୍ରମର ଏକ ଦୃଷ୍ଟିକୋଣକୁ; ସଠିକ ଦିଗରେ ଜଣେ ଯାଉଛି ନା ନାହିଁ, ଆପଣଙ୍କର କାର୍ଯ୍ୟକ୍ରମ କଣ ହାସଲ କରିଛି; ଆପଣ ସମୀକ୍ଷା କରୁଥିବା ଆଚରଣକୁ; ଉଦାହରଣ- ରାସ୍ତା କଡ଼ର ମାଇଲ ଖୁଣ୍ଟ ଆମକୁ ଆମ ଗନ୍ତବ୍ଯ ସୁଳରେ ଦିଗ ଓ ଦୂରତାକୁ ଜଣାଏ । ଯେକୌଣସି କାର୍ଯ୍ୟକ୍ରମ କିମ୍ବା କାର୍ଯ୍ୟର ସମୀକ୍ଷା କରିବା ପାଇଁ ପ୍ରମୁଖ ସୂଚକକୁ ଚିହ୍ନଟ କରିବା ଆବଶ୍ୟକ ଯାହାକି ସଫଳତା କିମ୍ବା ବିଫଳତାକୁ ମାପିବାରେ ସହାୟକ ହୋଇପାରିବ । ସୂଚକ ହେଉଛି ଏକ ପରିବର୍ତ୍ତନଶୀଳ ରାଶି ଯାହା କୌଣସି କାର୍ଯ୍ୟକ୍ରମ ଠିକ ଦିଗରେ ଯାଉଛି ନା ନାହିଁ ନିର୍ଣ୍ଣୟ କରେ ଏବଂ ସଫଳତାର ସ୍ତରକୁ ପ୍ରକାଶ କରେ । ଉଦାହରଣ-ଉଦାହରଣ ଭାବେ ଭାବନ୍ତୁ ଜଣେ ଏକ କାର ଚଳାଉଛି । କାର ଚଳାଇ ଜଣେ ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନକୁ ଯିବା ଏହାର ଅନେକ ଯନ୍ତ୍ରାଂଶ କାର୍ଯ୍ୟକ୍ଷମ ହେବାକୁ ପଡେ । କିନ୍ତୁ ଡ୍ରାଇଭର ହିସାବରେ ଆପଣଙ୍କୁ ବୁଝିବାକୁ ପଡ଼ିବ କାର ଭିତରେ କଣ ସବୁ ହେଉଛି କିମ୍ବା କାରର ସମୁଖସ୍ଥ ପଟ ଉପରେ ଥିବା ଗୁରୁତ୍ବପୂର୍ଣ୍ଣ ସୂଚକ ଗୁଡ଼ିକ ଉପରେ ନଜର ରଖିବାକୁ ପଡ଼ିବ (ଯେପରିକି ଗତି, ତୈଳ , ତାପମାତ୍ରା, ସୂଚକାଙ୍କ ସମୀକ୍ଷା କଥା ଆସିଲେ ସମାନ ନିୟମ ପ୍ରୟୋଗ କରାଯାଏ । ଜଣେ ବ୍ୟକ୍ତି ସମ୍ପ୍ରକ୍ତ ଥିବା ସମସ୍ତ ଆପଣଙ୍କର ସମୀକ୍ଷା କରିବା ଆବଶ୍ୟକତା ନାହିଁ କିନ୍ତୁ ଆମକୁ ଡ୍ରାଇଭର ଭଳି ହେବାକୁ ପଡ଼ିବ ଯିଏ କେତେକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକାରୀ ସୂଚକକୁ ନିଜର ରଖିଥିବା ଏବଂ ଜାଣୀପାରୁଥିବେ ଜଣେ କେମିତି କାର୍ଯ୍ୟ ସମ୍ପାଦନ କରୁଛି । ସମୀକ୍ଷା ସୂଚକ ଗୁଡ଼ିକ ଏପରି ହେବ ବୋଲି ଆଶା କରାଯାଏ, ପରିମାଣାତ୍ମକ କିମ୍ବା ଗୁଣାତ୍ମକ ଭାବ ମାପ କରାଯାଇ ପାରୁଥିବା (ଉଦାହରଣ : କୋଣସି ଏକ ଅଙ୍ଗନୱାଡି କେନ୍ଦ୍ରରେ କେତେ ମା' କେବଳ ସ୍ତନ୍ୟପାନ କରାଉଛନ୍ତି) । ଲକ୍ଷ୍ୟ; ପରୀକ୍ଷା ଯୋଗ୍ୟ ଓ ବିଶ୍ଵସନୀୟ(ଉଦାହରଣ : କେନ୍ଦ୍ରୀୟ ସୂଚକ ଗୁଡ଼ିକ ଅଙ୍ଗନୱାଡି କର୍ମୀଙ୍କ ମାସିକ ଅଗ୍ରଗତି ବିବରଣୀରେ ରହିବା କଥା । )’ ପ୍ରକଳ୍କ ସଦସ୍ୟ ମାନଙ୍କ ଦ୍ଵାରା ଏବଂ ଅନ୍ୟ ଭାଗୀଦାରୀ ମାନଙ୍କ ଦ୍ଵାରା ବୁଝି ହେଉଥିବ ଏବଂ ପ୍ରଶଂସନୀୟ ହେଉଥିବ । କେନ୍ଦ୍ରୀୟ ଫଳାଫଳ ସୁଚକାଙ୍କ: (Core output indicators) ଉପରୋକ୍ତ ଆଲୋଚନା ଅନୁଯାୟୀ ଯେକୌଣସି କାର୍ଯ୍ୟକ୍ରମକୁ କିମ୍ବା କାର୍ଯ୍ୟକୁ ସମୀକ୍ଷା କରିବା ପାଇଁ ସୂଚକ ଗୁଡ଼ିକୁ ସ୍ଥିରିକୃତ କରିବା ଆବଶ୍ୟକ । ଏହି ବିଭାଗ କେନ୍ଦ୍ରୀୟ ସୁଚକାଙ୍କ ଗୁଡ଼ିକ ଦର୍ଶାଉଛି ଯାହାକି ଅଙ୍ଗନୱାଡି କେନ୍ଦ୍ରର ମାସିକ ଅଗ୍ରଗତି ବିବରଣୀରେ ପ୍ରଦାନ କରିବା କଥା । ଶୈଶବାସ୍ଥାରେ ଖାଦ୍ୟଭାସର ସୁଚକାଙ୍କ : ସୂଚକାଙ୍କ ସୂତ୍ର ସ୍ତନ୍ୟପାନର ଶୀଘ୍ର ଅୟମାରମ୍ଭ ଶୈଷ ୨୪ ମାସ ମଧ୍ୟରେ ଜନ୍ମ ହୋଇଥିବା ଶିଶୁ ମାନଙ୍କ ମଧ୍ୟରୁ ଜନ୍ମର ଏକ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ କରିଥିବା ଶିଶୁ ମାନଙ୍କର ହାର । ଗତ ମାସରେ ଜନ୍ମ ହୋଇଥିବା ଶିଶୁ ମାନଙ୍କ ମଧ୍ୟରୁ ଜନ୍ମର ଏକ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ କରିବା । ଗତ ମାସରେ ଜନ୍ମ ହୋଇଥିବା ସମୁଦାୟ ଶିଶୁଙ୍କ ସଂଖ୍ୟା ୬ ମାସ ମଧ୍ୟରେ କେବଳ ସ୍ତନ୍ୟପାନ: 0-5 ମାସ ବୟସର ଶିଶୁମାଙ୍କର ହାର ଯେଉଁମାନେ କେବଳ ସ୍ତନ୍ୟପାନ କରିଛନ୍ତି । 0-5 ମାସ ବୟସର ଶିଶୁ ମାନେ ଯିଏ ପୂର୍ବ ଦିବସରେ କେବଳ ସ୍ତନ୍ୟପାନ ଗ୍ରହଣ କରିଛନ୍ତି । 0-5 ମାସ ବୟସ ଶିଶୁଙ୍କ ସଂଖ୍ୟା ସଠିକ ଅର୍ଦ୍ଧ କଠିନ ଓ ନରମ ଖାଦ୍ୟାରମ୍ଭ: 6-8 ମାସ ବଯସର ଶିଶୁ ମାନଙ୍କର ହାର ଯେଉଁମାନେ କଠିନ, ଅର୍ଦ୍ଧ କଠିନ ଓ ନରମ ଖାଦ୍ୟ ଗ୍ରହଣ କରିଛନ୍ତି । ୬-୮ ମାସ ଲବୟସର ଶିଶୁମାନଙ୍କ ସଂଖ୍ୟା ଯେଉଁମାନେ ପୂର୍ବ ଦିବସରେ କଠିନ ଅର୍ଦ୍ଧ କଠିନ ଓ ନରମ ଖାଦ୍ୟ ଗ୍ରହଣ କରିଛନ୍ତି । ୬-୮ମାସ ବୟସର ଶିଶୁଙ୍କ ସଂଖ୍ୟା ସର୍ବନିମ୍ନ ଖାଦ୍ୟ ବିଦ୍ଭିଦତା : ୬-୨୩ ମାସ ବୟସର ଶିଶୁ ମାନଙ୍କର ହାର ଯେଉଁମାନେ ୪ କିମ୍ବା ଅଧିକ ପ୍ରକାରର ଖାଦ୍ୟ ଶ୍ରେଣୀରୁ ଖାଦ୍ୟ ଗ୍ରହଣ କରିଛନ୍ତି । ୬-୨୩ ମାସ ବୟସର ଶିଶୁ ମାନଙ୍କର ହାର ଯେଉଁମାନେ ୪ କିମ୍ବା ଅଧିକ ପ୍ରକାରର ଖାଦ୍ୟ ଶ୍ରେଣୀରୁ ପୂର୍ବ ଦିବସରେ ଖାଦ୍ୟ ଗ୍ରହଣ କରିଛନ୍ତି । ୬-୨୩ ମାସ ବୟସର ଶିଶୁଙ୍କ ସଂଖ୍ୟା । ଟିପ୍ପଣୀ ଏହି ସୁଚକାଙ୍କ ଗୁଡ଼ିକୁ ହିସାବ କରିବା ପାଇଁ ବ୍ୟବହାର କରାଯାଉଥିବା ୭ ଟି ଖାଦ୍ୟ ଶ୍ରେଣୀ ଗୁଡ଼ିକ ହେଲା: ସଶ୍ୟ ଜାତୀୟ, ଚେର ଓ ମୂଳ ଜାତୀୟ, ଡାଲି ଓ ମଞ୍ଜି ଜାତୀୟ, ଦୁଗ୍ଧ ଜାତୀୟ (କ୍ଷୀର, ବସା ଦହି, ଛେନା) ମାଂସ ଜାତ୍ୟି ଖାଦ୍ୟ (ଖାଶି ମାଂସ, ମାଛ , ପକ୍ଷୀ, କଲିଜା ) , ଅଣ୍ଡା, ଭିଟାମିନ-କ ଥିବା ଫଳ ଓ ପନି ପରିବା, ଅନ୍ୟାନ୍ୟ ଫଳ ଓ ପନିପରିବା । ପ୍ରତ୍ୟେକ ଶ୍ରେଣୀରୁ ଯେକୌଣସି ପରିମାଣର ଖାଦ୍ୟ ଗ୍ରହଣ ‘ଗଣନା' ପାଇଁ ପର୍ଯ୍ୟାପ୍ତ ଅଟେ । ତେଲ ମସଲାକୁ ଛାଡ଼ି ଅନ୍ୟ କୌଣସି ପାଇଁ ସର୍ବ ନିମ୍ନ ପରିମାଣର ଆବଶ୍ୟକ ନାହିଁ । ସୁଚକାଙ୍କ ଗୁଡ଼ିକୁ ପୁଣି ଥରେ ବିଭାଜନ କରି ନିମ୍ନ ଲିଖିତ ବୟସ ଶ୍ରେଣୀରେ ବିଭାଗ କରିବାକୁ ସୁପାରିଶ କରାଯାଇଛି: ୬-୧୧ ମାସ, ୧୨ – ୧୭ ମାସ ଓ ୧୮-୨୩ ମାସ । ଅଙ୍ଗନୱାଡି କର୍ମୀ ୧ ବର୍ଷରୁ କମ ବୟସର ଶିଶୁ ମାନଙ୍କ ଗୃହ ପରିଦର୍ଶନରୁ ଏହି ରିପୋର୍ଟ ଦେବେ । ଜଳ, ପରିମଳ ଓ ସ୍ୱାସ୍ଥ୍ୟରକ୍ଷା ସୂଚକ ଗୁଡ଼ିକ: ଗୋଷ୍ଠୀ ସ୍ତରରେ ପ୍ରଚଳିତ ପରିଚ୍ଛନ୍ନତା, ସଫା । ସୁତୁରା ଓ କୌଣସି ବିପଦପୂର୍ଣ୍ଣ ଅଭ୍ୟାସ ଯାହାକି ତରଳଝାଡ଼ା ସଂକ୍ରମଣ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିଥାଏ ସେଗୁଡ଼ିକୁ ଅଙ୍ଗନୱାଡି କର୍ମୀ ଓ ସୁପରଭାଇଜରମାନେ ବୁଝିବା ଆବଶ୍ୟକ । ସମୀକ୍ଷା କରିବା ପାଇଁ କେତେ ଗୁଡ଼ିଏ ପ୍ରଣାଳୀ ହେଉଛି : ପର୍ଯ୍ୟବେକ୍ଷଣ ଓ ଆଲୋଚନା (observation & Discussion) ଅଙ୍ଗନୱାଡି ଅଞ୍ଚଳରେ ସ୍ଥାନୀୟ ଲୋକ, ମା' ମାନଙ୍କ ସହିତ, ଇତ୍ୟାଦି ବୁଲିଲେ। ସେହି ଅଞ୍ଚଳର ଜଳ ଉତ୍ସ, ତାହାର ପରିସ୍ଥିତି ଓ ପରିଚାଳନା, ଆବର୍ଜନା ପକାଇବା ସ୍ଥାନ, ପାଇଖାନାର ଉପଲବ୍ଧି ଓ ଏହାର ବ୍ୟବହାର, ସାଧାରଣ ପରିଚ୍ଛନ୍ନତା ବିଷୟରେ ଧାରଣା ସୃଷ୍ଟି ହୋଇପାରିବ । ମା' ଓ ଯତ୍ନକାରୀଙ୍କ ସହିତ ସେମାନଙ୍କର ଶିଶୁ, ମଳ ନିଷ୍କାସନ ଅସୁବିଧା, ପାଇଖାନା, ନିଷ୍କାସିତ ହେଉ ନଥିବା ସ୍ଥିର ଜଳ ବିଷୟରେ ଅଣଆନୁଷ୍ଠାନିକ ଆଲୋଚନା କରାଯାଇପାରିବ । ପର୍ଯ୍ୟବେକ୍ଷଣ ଓ ଉତ୍ତରକୁ ଆଧାର କରି ଏକ ଛୋଟ ଲେଖା ମଧ୍ୟ ତିଆରି କରାଯାଇପାରିବ । ଏକ ପର୍ଯ୍ୟବେକ୍ଷଣର ଯାଞ୍ଚ ତାଲିକା ତିଆରି କରାଯାଇପାରିବ । ନିମ୍ନରେ ଦର୍ଶାଯାଇଥିବା ଯାଞ୍ଚ ତାଲିକା ଏକ ଯାଞ୍ଚ ତାଲିକା ତିଆରି କରିଲେ ଅଙ୍ଗନୱାଡି କର୍ମୀ ଗୃହ ପରିଦର୍ଶନ ଓ ଗ୍ରାମ ପରିଭ୍ରମଣ ବେଳେ ପରିଚ୍ଛନ୍ନତା ଓ ପରିମଳ ବିଷୟରେ ଯଥାଶୀଘ୍ର ଟିପ୍ପଣୀ ଲେଖିପାରିବେ । ସହଯୋଗୀ ତଦାରଖ ପାରମ୍ପରିକ ତଦାରଖ ସହଯୋଗୀ ତଦାରଖ ଠାରୁ ଭିନ୍ନ । ପାରମ୍ପରିକ ତଦାରଖ ନିରୀକ୍ଷଣ ଓ ନିୟନ୍ତ୍ରଣକୁ ଅଧିକ ଗୁରୁତ୍ବ ଦିଏ ଏବଂ ଆଇ.ସି.ଡି.ଏସ୍ କାର୍ଯ୍ୟକ୍ରମରେ ତଦାରଖକାରୀ ଅଙ୍ଗନୱାଡି କର୍ମୀଙ୍କ କାର୍ଯ୍ୟକୁ ନିରୀକ୍ଷଣ କରନ୍ତି । ଅନ୍ୟ ଦୃଷ୍ଟିରୁ ସହଯୋଗୀ ତଦାରଖ ହେଉଛି ତଦାରଖକାରୀ ଓ ଅଙ୍ଗନୱାଡି କର୍ମୀଙ୍କ ଏକ ସମ୍ମିଳିତ ପଦକ୍ଷେପ ଯାହା ଅଙ୍ଗନୱାଡୀ କର୍ମୀଙ୍କ ପ୍ରଦର୍ଶନ ଓ ଆତ୍ମ ବିଶ୍ଵାସ ସ୍ତରକୁ ବଢାଇବାରେ ସାହାଯ୍ୟ କରେ । ତଦାରଖର। ଏହି ପ୍ରଣାଳି ‘ଭୁଲ ବାଛିବା' ଠାରୁ ପରିବର୍ତନ ହୋଇ “କରିବା ଯୋଗ୍ୟ’ କୁ ସ୍ଥାନାନ୍ତରିତ ହୋଇଥାଏ । ଦିଗଦର୍ଶନ ପାଇଁ ମିଳିତ ଭାବେ କାର୍ଯ୍ୟ କରିବା । ସହଯୋଗୀ ତଦାରଖ ପ୍ରଣାଳୀରେ ସୁପରଭାଇଜର ଓ ଅଙ୍ଗନୱାଡି କର୍ମୀ ଯୁଗ୍ମ ଭାବରେ ଅଙ୍ଗନୱାଡି କର୍ମୀଙ୍କ ଲକ୍ଷ୍ୟକୁ ସ୍ଥିରୀକୃତ କରିବା । ତଦାରଖକାରୀ ଅଙ୍ଗନୱାଡି କର୍ମୀଙ୍କ କାର୍ଯ୍ୟକୁ ମା' ଓ ଯତ୍ନକାରୀଙ୍କ ସହିତ ପର୍ଯ୍ୟବେକ୍ଷଣ କରିବା ଏବଂ ଗଠନମୂଳକ ମତ ଦେବା । ତାହାପରେ ସୁପରଭାଇଜର ଓ ଅଙ୍ଗନୱାଡି କର୍ମୀ ଆଲୋଚନା କରିବେ ଏବଂ ଶକ୍ତି ଓ ଦୁର୍ବଳତାକୁ ନିର୍ଣ୍ଣୟ କରିବା ଏବଂ ଅଙ୍ଗ ନୱାଡି କର୍ମୀଙ୍କ ଅସୁବିଧାକୁ ଦୂର କରିବା । ଏହି ପ୍ରକ୍ରିୟାରେ ଅଙ୍ଗନୱାଡି କର୍ମୀ ପ୍ରରୋଚିତ ହେବା ଉଚିତ ଏବଂ ସେ ନିଜର କୁଶଳତାକୁ ଉନ୍ନତି କରିବା ପାଇଁ ଉତ୍ସାହିତ ହେବା ଆବଶ୍ୟକ । ପାରମ୍ପରିକ ତଦାରଖ ସହଯୋଗୀ ତଦାରଖର ବୈଶିଷ୍ଟ୍ୟ: କିଏ ପ୍ରଶିକ୍ଷକ ଓ ଅଙ୍ଗନୱାଡି କର୍ମୀଙ୍କ ତଦାରଖକାରୀ ଯିଏ ଗୋଷ୍ଠୀ ଓ ଶୈଶବାସ୍ଥାର ପରାମର୍ଶ ତାଲିମ ନେଇଥିବେ କାହିଁକି ଅଙ୍ଗନୱାଡି କର୍ମୀଙ୍କ ଜ୍ଞାନ, କୁଶଳତା ଓ ବିଶ୍ଵାସ ବଢାଇବା ପାଇଁ ସେମାନଙ୍କୁ ପ୍ରରୋଚିତ ଓ ସାହାଯ୍ୟ କରିବା ମିଳିତ ଭାବେ ଲକ୍ଷ୍ୟ ଧାର୍ଯ୍ୟ କରିବା କାର୍ଯ୍ୟର ସ୍ତର, ପରିସର ଓ ଗୁଣାତ୍ମକ ମାନକୁ ତଦାରଖ କରିବା ଅସୁବିଧାକୁ ବାହାର କରି ତାହାର ସମାଧାନ କରିବା । ପରବର୍ତ୍ତୀ ଅନୁସରଣ ଓ ଫଲୋଅପ କାର୍ଯ୍ୟ ଏବଂ ସଦ୍ୟ ପ୍ରଶିକ୍ଷଣ (Refresher Training) ପାଠ୍ୟକ୍ରମ ପାଇଁ ସୁବିଧା କରାଇବା କାହିଁକି ନିୟମିତ ସହଯୋଗୀ ତଦାରଖ ଓ ସମୀକ୍ଷା ପାଇଁ ନିମ୍ନଲିଖିତ ବିଷୟରେ ସୂଚନା ସଂଗ୍ରହ କରନ୍ତୁ- କାର୍ଯ୍ୟ ଗୁଡ଼ିକ ଏବଂ ଏହାର ପରିସର ଯତ୍ନକାରୀଙ୍କ ମତ କେଉଁଠାରୁ ଅଙ୍ଗନୱାଡ଼ି କର୍ମୀଙ୍କ କାର୍ଯ୍ୟସ୍ଥଳୀରୁ ପରାମର୍ଶ ଅଧିବେଶନ ଶୈଶବାସ୍ଥାର ଖାଦ୍ୟାଭାସ ପାଇଁ ସହଯୋଗୀ ଦଳ ଗୃହପରିଦର୍ଶନ ସମୟରେ କଣ ନିମ୍ନଲିଖିତ ଜ୍ଞାନରେ ଦକ୍ଷତା କାହିଁକି ଶୈଶବାସ୍ଥାର ଖାଦ୍ୟାଭାସର ଗୁରୁତ୍ଵ ଅଛି ସୁପାରିଶ କରାଯାଇଥିବା ଖାଦ୍ୟ ପ୍ରଣାଳି ଶିଶୁ ମା’ ଏକାଠି ରହିବା ଏବଂ ଅବସ୍ଥିତି ସ୍ତନରୁ କ୍ଷୀର ଚିପୁଡ଼ି ବାହାର କରିବା ସ୍ତନ୍ୟପାନର ସାଧାରଣ ଅସୁବିଧା ସମୂହ ମହିଳାଙ୍କ ପୁଷ୍ଟି ଦୁର୍ବଳ ଶିଶୁକୁ ଖୁଆଇବା ଏଇଆଇଭି ଦୃଷ୍ଟିରୁ କମ ବୟସର ଶିଶୁ ମାନଙ୍କର ଖାଦ୍ୟ ମୁଖ୍ୟ ବିଷୟ - ଜରୁରୀକାଳୀନ ସମୟରେ ଏକ ବର୍ଷରୁ କମ ବୟସର ଶିଶୁମାନଙ୍କର ଖାଦ୍ୟ ପ୍ରେରଣ ପାଇଁ ଆବଶ୍ୟକ ହେଉଥିବା ଲକ୍ଷଣ ନିମ୍ନଲିଖିତ କୁଶଳତାରେ ଦକ୍ଷତା ଯୋଗାଯୋଗ କୌଶଳ : ଶୁଣିବା, ଶିଖିବା ଭରସା ସୃଷ୍ଟି କରିବା ଓ ଆଶ୍ଵାସନା ଦେବା । ସହଯୋଗ କୌଶଳ : ଶୈଶବାସ୍ଥାର ଖାଦ୍ୟାଭ୍ୟସର ତିନି ସୋପାନ ବିଶିଷ୍ଟ ପରାମର୍ଶ ଆକଳନ, ବିଶ୍ଳେଷଣ, କାର୍ଯ୍ୟ ରୂପାୟନ । କିପରି ଶୈଶବାସ୍ଥାର ଖାଦ୍ୟପେୟରେ ସାହାଯ୍ୟ କରୁଥିବା ଦଳଗୁଡ଼ିକର କାର୍ଯ୍ୟକୁ ସୁଗମ କରାଇବା । ସହଯୋଗୀ ତଦାରଖ ଓ ସମୀକ୍ଷା ସମୟରେ ପର୍ଯ୍ୟବେକ୍ଷଣ ଯାଞ୍ଚ ତାଲିକା ବ୍ୟବହାର କରନ୍ତୁ । କ’ଣ ପାଇଁ ସମୀକ୍ଷା କରିବା ଓ ଉନ୍ନତି ଆଣିବା କାର୍ଯ୍ୟ ଗୁଡ଼ିକୁ କାର୍ଯ୍ୟକାରୀ କରିବା ଅନ୍ତର୍ଭୁକ୍ତ ହୋଇଥିବା ହିତାଧୁକାରୀ ଅଙ୍ଗନୱାଡି କର୍ମୀଙ୍କ କାର୍ଯ୍ୟର ମାନ ଫଳପ୍ରଦ ସହଯୋଗୀ ତଦାରଖକୁ ନିଶ୍ଚିତ କରାଇବା ପାଇଁ ବ୍ୟବହାର କରାଯାଇ ପାରୁଥିବା କେତେକ ପଦ୍ଧତି ରାଜ୍ୟ /ଜିଲ୍ଲା /ଗୋଷ୍ଠୀ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ଯୋଜନାବଦ୍ଧ ପରିଦର୍ଶନ ସହିତ ନିର୍ଦ୍ଧାରିତ ଭାବେ ହଠାତ ପରିଦର୍ଶନ କରିବା । କୌଣସି ଏକ କାର୍ଯ୍ୟଭାରକୁ ପର୍ଯ୍ୟବେକ୍ଷଣ କରି ଯାଞ୍ଚ ତାଲିକା ସହାୟତାରେ ଲିପିବଦ୍ଧ କରିବା । ଯତ୍ନକାରୀଙ୍କ ଠାରୁ ପ୍ରତ୍ୟକ୍ଷ ମତାମତ ସଂଗ୍ରହ କରିବା (ଉଦାହରଣ: ତଦାରଖକାରୀଙ୍କ ଦ୍ଵାରା ଗୁହ ପରିଦର୍ଶନ) । ବିଭିନ୍ନ ସ୍ତରରେ ନିୟମିତ ସମୀକ୍ଷା କରିବା । ବିକାଶକାରୀ ସହଯୋଗୀ, ଯଥା- ଏଫ. ଓ. ଜି. ଏସ୍. ଆଇ.ବି ପି ଏନ ଆଇ, ଇତ୍ୟାଦି ମାନଙ୍କ ସହିତ ମିଶି ତଦାରଖ ଏବଂ ସମୀକ୍ଷା ପାଇଁ ଏକ ଏକାଧିକ ଭାଗୀଦାରୀ ପ୍ରଣାଳୀକୁ ଆପଣେଇବା । ଉପସଂହାର ମା’ ଓ ଯତ୍ରକାରୀମାନଙ୍କୁ ଅବିରତ ଭାବେ ଅଙ୍ଗନୱାଡିକର୍ମୀ ସହଯୋଗ କରିବା ଆବଶ୍ୟକ ଏବଂ ସେମାନଙ୍କ ସ୍ତନ୍ୟପାନ, ଉତ୍ତମ ପରିଚ୍ଛନତା ପଦ୍ଧତି ଗ୍ରହଣ କରିବା ଓ ଶୈଶବାସ୍ଥାର ରୁଗଣତାକୁ ଠିକ କରିବା ବିଷୟରେ ପରାମର୍ଶ ଦେବା । ସେଥି ପାଇଁ ଅଙ୍ଗନୱାଡି କର୍ମୀଙ୍କୁ ସମୀକ୍ଷା କରିବା ଗୁରୁତ୍ଵପୂର୍ଣ୍ଣ ଯାହାଫଳରେ କି ସେମାନେ ଦକ୍ଷତାର ସହିତ ନିଜର କର୍ତ୍ତବ୍ୟ ସୁଚାରୁ ରୂପେ ସମ୍ପାଦନ କରିପାରିବେ । କ୍ଷେତ୍ର ପରିଦର୍ଶିକା (ସୁପରଭାଇଜର)ଙ୍କ ବ୍ୟବହାର ପାଇଁ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ ଯାଞ୍ଚ ତାଲିକା ପରିଦର୍ଶନ ତାରିଖ : ପହଞ୍ଚୁବା ସମୟ : ପ୍ରସ୍ଥାନ ସମୟ : ଅଙ୍ଗନୱାଡି କେନ୍ଦ୍ର / ମିନି ଅଙ୍ଗନୱାଡିକେନ୍ଦ୍ରର ନାମ : ଅଙ୍ଗନୱାଡି କେନ୍ଦ୍ର ପ୍ରକାର : ଗ୍ରାମା ସହରା ଆଦିବାସୀ ଅଞ୍ଚଳ ଅଙ୍ଗନୱାଡି କର୍ମୀଙ୍କ ନାମ: ଶେଷ ପରିଦର୍ଶନ ତାରିଖ : ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରଦର୍ଶନ କରାଯାଇଛି : ପରିପୂରକ ପୁଷ୍ଟି କାର୍ଜର୍ଜ୍ୟକ୍ରମର ଖାଦ୍ୟ ଚାର୍ଟ ହଁ ନା ନାଗରିକ ଅଧିକାର ସାନନ୍ଦ ହଁ ନା ଆଇସିତିଏସ କ୍ୟାଲେଣ୍ଡର ହଁ ନା ମମତା କ୍ୟାଲେଣ୍ଡର ହଁ ନା ସମୟ ନିର୍ଘଣ୍ଟ ହଁ ନା ଯାଞ୍ଚ କମିଟି ସଭ୍ୟଙ୍କ ପୁରା ବିବରଣୀ ହଁ ନା ମାତୃ କମିଟି ସଭ୍ୟଙ୍କ ପୁରା ବିବରଣୀ ହଁ ନା ନାମ ଫଳକ ହଁ ନା କର୍ମୀ ବ୍ୟାଜ ଓ ପୋଷାକ ପିନ୍ଧିଛନ୍ତି ହଁ ନା ଶିଶୁ ମାନଙ୍କର ପରିମଳ ଓ ପରିଚ୍ଛନତା ସାବୁନର ଉପଲବ୍ଧତା ( ଦୟାକରି ପିଲାଙ୍କୁ ପଚାରନ୍ତୁ ଖାଇବା ପୂର୍ବରୁ ହାତ ଧୋଇଛନ୍ତି ନା ନାହିଁ, ଆପଣ ମଧ୍ୟ ସେମାନଙ୍କର ହାତକୁ ନିରକ୍ଷଣ କରିବା ଉଚିତ୍) ହଁ ନା ନଖ କଟା ହେବା ହଁ ନା ଚୁଟି କୁଣ୍ଡା ହେବା ହଁ ନା ମୁହଁ ସଫା କରିବା ହଁ ନା କାର୍ଯ୍ୟକ୍ଷମ ଓଜନ ଯତ୍ନ ସଲଟର ( ଶିଶୁଙ୍କ ଝୁଲିବା ପାଇଁ) ହଁ ନା ପ୍ରାୟ ବୟସ୍କଙ୍କ ( ଚଟାଣରେ ରହୁଥିବା) ହଁ ନା’ ( ଦୟାକରି ୨ ଜଣ ପିଲାଙ୍କୁ ଓଜନ କରି ସେମାନଙ୍କର ଓଜନର ସଠିକତାକୁ ଅଅଜନ କରି ସଠିକତାକୁ ଓଜନ ରେଜିଷ୍ଟ ସହିତ ତୁଳନା କରି ତନଖି କରନ୍ତୁ । ହିତାଧିକାରୀଙ୍କ ବିବରଣୀ ଗର୍ଭବତୀ ମହିଳାଙ୍କ ସଂଖ୍ୟା ପ୍ରସ୍ତୁତି ମହିଳାଙ୍କ ସଂଖ୍ୟା ୨ ବର୍ଷରୁ କମ ବୟସର ଶିଶୁଙ୍କ ସଂଖ୍ୟା ଅତି କମ୍ ଓଜନଥିବା ଶିଶୁଙ୍କୁ ସଂଖ୍ୟା କିଶୋରୀ ବାଳିକାଙ୍କ ସଂଖ୍ୟା( ୧୧-୧୮ ବର୍ଷ) ବିଦ୍ୟାଳୟ ଯାଉନଥିବା କିଶୈକାଙ୍କ ସଂଖ୍ୟା( ୧୧-୧୮ ବର୍ଷ’) ରକ୍ତ ହୀନତା ଥିବା କିଶୋରୀ ବାଳିକାଙ୍କ ସଂଖ୍ୟା(ପରୀକ୍ଷା ପରେ) ( କୃମି ନାଶକ, ହିମୋଗ୍ଲୋବିଦ ପରୀକ୍ଷା, ବି.ଏମ. ଆଇଏବଂ ଲୌହ ଫଳିଫର ବିଷୟରେ ଅଙ୍ଗନୱାଡି କର୍ମୀଙ୍କୁ ପରାମର୍ଶ ଦିଅନ୍ତୁ) ଖାଦ୍ୟ ଗରମରନ୍ଧାଖାଦ୍ୟ ଓ ସକାଳ ଜଳଖିଆ ସାପ୍ତାହିକ ଚାର୍ଟ ଅନୁସାରେ ଦିଆହୋଇଛି ହଁ ନା ପରିଦର୍ଶନ ଦିନ ଖାଇବା ସମୟରେ ଉପସ୍ଥାନ ( ମୁଣ୍ଡ ଗଣତି) ଗତ ମାସରେ ଗରମ ରନ୍ଧା ଖାଦ୍ୟ ଦିଆ ଯାଇନଥିବା ଦିବସ ସଂଖ୍ୟା କାହିଁକି?.................................................... (ଯାଞ୍ଚ କମିଟି ସଭ୍ୟଙ୍କ ଦସ୍ତଖତ ଦେଖନ୍ତି) ଯାଞ୍ଚ କମିଟିର ଶେଷ ପରିଦର୍ଶନର ତାରିଖ କେବେ? ଛୁତୁଆ ଶେଷ ଥର କେବେ ଦିଆ ହୋଇଥିଲା ? ଛତୁଆ ଶେଷ ଥର ଦିଆଯିବା ବେଳେ ମାତ୍ର କମିଟି ସଦସ୍ୟ ଉପସ୍ଥିତ ଥିଲେ କି? ( ଦସ୍ତଖତ ଯାଞ୍ଚ କରନ୍ତୁ) ଶେଷ 30 ଦିନରେ ଛୁତୁଆ 2 ଥର ଦିଅ ହୋଇଛି କି? ( ଯଦି ନୁହେଁ କାହିଁକି?) ହଁ ନା 10. ଶେଷ ମାସରେ କତେ ଜଣ ଶିଶୁ ୬ ମାସ ପୂରଣ କଲେ? 11. ଅନ୍ନପ୍ରାଶନ ଶେଷ ଥର କେବେ ପାଳନ ହୋଇଥିଲା? 12. କେତେ ଜଣ ଶିଶୁ ୧ ବର୍ଷ ବୟସ ପୂରଣ କଲେ? 13. ସମ୍ପୁର୍ଣ୍ଣ ଟୀକାକରଣ ହୋଇଥିବା ପିଲାଙ୍କ ସଂଖ୍ୟା 14. ମମତା ଦିବସରେ ଉପସ୍ଥିତ ଥିବା ଗର୍ଭବତୀ/ ପ୍ରସୂତିଙ୍କ ସଂଖ୍ୟା 15. ସେସ ମାସର ପୃଷ୍ଟି ଓ ସ୍ୱାସ୍ଥ୍ୟ ଶିକ୍ଷା କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିବା ବିଷୟ 16. ପୁଷ୍ଟିକର ଦିବସକୁ ପ୍ରେରଣ ପାଇଁ ସେସ ମାସରେ ଚିହ୍ନିତ ହୋଇଥିବା ଶିଶୁଙ୍କୁ ସଂଖ୍ୟା 17. କେତେଜଣ ଶିଶୁ ପୁଷ୍ଟିକର ଦିବସରେ ଉପସ୍ଥିତ ଥିଲେ? କେତେଜଣ ଶିଶୁ ଅତିଶୟ ପୁଷ୍ଟି ହୀନତାରୁ ଉନ୍ନତି ହୋଇଛନ୍ତି ? 18. ପ୍ରାକ ବିଦ୍ୟାଳୟ ପ୍ରାକ୍ ବିଦ୍ୟାଳୟରେ ନାମ ଲେଖାଇଥିବା ଶିଶୁଙ୍କ ସଂଖ୍ୟା ପ୍ରାକ୍ ବିଦ୍ୟାଳୟ ଉପସ୍ଥିତ ଥିବା ଶିଶୁଙ୍କ ସଂଖ୍ୟା ପ୍ରାକ୍ ବିଦ୍ୟାଳୟରେ ଉପସ୍ଥିତ ଥିବା ଭିନ୍ନକ୍ଷମ ଶିଶୁଙ୍କୁ ସଂଖ୍ୟା ପ୍ରାକ୍ ବିଦ୍ୟାଳୟ କିଟ ( ଖେଳଣା, ଉପକରଣ) ଉପଲବ୍ଧ ଅଛିକି ଓ ବ୍ୟବହାର ହେଉଛି କି? ହଁ ନା ନୂଆ ଅରୁଣିମା ପାଠ୍ୟକ୍ରମ ଅନୁକରଣ ହେଉଛି କି ? ହଁ ନା ପରିଦର୍ଶନ ଦିନ ପ୍ରାକ ବିଦ୍ୟାଳୟ ଶିଶୁମାନେ ୟୁନିଫର୍ମ ପିନ୍ଧିଥିଲେ କି ହଁ ନା ପ୍ରାକ୍ ବିଦ୍ୟାଳୟ ଶିଶୁମାନେ ୱାର୍କବୁଜ ବ୍ୟବହାର କରୁଛନ୍ତି କି? ହଁ ନା ଶେଷ ତ୍ରୟ ମାସରେ ଅଭିଭାବକ – ଶିକ୍ଷକ ବୈଠକ ହୋଇଥିଲା କି ? ହଁ ନା 19. ସୁପରଭାଜର ନିଶ୍ଚିତ ଭାବେ ହିତାଧିକାରୀଙ୍କୁ ( ମମତା, ପାଞ୍ଚ କମିଟି, ମାତୃ, କମିଟି, ନୂତନ ଜନ୍ମିତ ଶିଶୁଙ୍କ ମା, ଅତିଶୟ କମ ଓଜନର ଶିଶୁଙ୍କୁ ମା’) ଭେଟିବେ ଓ ପୁରା ବିବରଣୀ ଲେଖିବେ । 1) ଶିଶୁର ନାମ........................................................... ବୟସ........................................ଓଜନ................... ଅସୁବିଧା ଗୁଡିକ..................................................... 2) ଶିଶୁର ନାମ.......................................................... ବୟସ........................................ଓଜନ................... ଅସୁବିଧା ଗୁଡିକ..................................................... 20. ନୂତନ ଜନ୍ମିତ ଶିଶୁ ଓ ଅତିଶୟ କମ ଓଜନର ଶିଶୁଙ୍କ ମଧ୍ୟରୁ ସୁପରଭାଇଜର ନିଶ୍ଚିତ ଭାବେ ଅତି କମରେ ୨ ଜଣ ଶିଶୁଙ୍କୁ ଓଜନ କରିବେ ଓ ପ୍ଲଟିଙ୍ଗକୁ ଦେଖିବେ । ପ୍ଲଟିଙ୍ଗ ଠିକରେ ହୋଇଥିଲା କି? ହଁ ନା ( ଯଦି ନାଁ ତାହେଲେ ଅଙ୍ଗନୱାଡି କର୍ମୀଙ୍କ ପରାମର୍ଶ ଦେବା ଉଚିତ୍) 21. ମମତା କ୍ୟାଲେଣ୍ଡର ସମ୍ପୂର୍ଣ ପୂରଣ ହୋଇଛି କି? ହଁ ନା 22. କିଶୋରୀ ସମୂହ/ ବାଳିକା ମୁଣ୍ଡର ଗଠନ ହୋଇଛି କି? ହଁ ନା 23. ଶେଷ ସପ୍ତାହରେ ଲୌହ ବଟିକା ସେବନ କରିଥିବା କିଶୋରୀ ସଂଖ୍ୟା 24. ଶେଷ ତ୍ରୟ ମାସରେ କିଶୋରୀ ସ୍ୱାସ୍ଥ୍ୟ ମେଳା ମେଳା ଆୟୋଜନ ହୋଇଥିଲା କି? ହଁ ନା 25. ଫ୍ଲେକ୍ସି ଫଣ୍ଡ ଅର୍ଥ ପାଇଥିବା ତାରିଖ 26. ଶେଷ ତ୍ରୈ – ମାସରେ ପାରିଶ୍ରମିକ ପାଇଛନ୍ତି କି? ହଁ ନା 27. ଶେଷ ମାସରେ ପରିପୂରକ ଖାଦ୍ୟ କାର୍ଯ୍ୟକ୍ରମର ଅର୍ଥ ପାଇଛନ୍ତି କି? ହଁ ନା 28. ମହିଳା ସୁପରଭାଇଜରଙ୍କ ଦ୍ଵାରା ଦିଆଯାଇଥିବା ସାମୂହିକ ସହଯୋଗୀ ତାଦରଖାର ମତାମତ ( ଇନପୁଟ) ତତକ୍ଷଣାତ୍ କ୍ଷେତ୍ରସ୍ଥ ଦିଗଦର୍ଶନ ( ଅଙ୍ଗନୱାଡି କେନ୍ଦ୍ରରେ ଉନ୍ନତି ହେବା ପାଇଁ ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କାର୍ଯ୍ୟ ଗୁଡିକ) 1) ... 2) ... 3) .... ଶେଷ ପରିଦର୍ଶନ ପରେ କୌଣସି ପରିବର୍ତ୍ତନ ହୋଇଛି କି? 1) ..... 2) .... 3) .... ପରିଦର୍ଶନ ଅଧିକାରୀଙ୍କ ନାମ ଓ ଦସ୍ତଖତ ନିରାକଷଣ ରିପୋର୍ଟ ଆଧାରରେ ସିଡିପିଓଙ୍କ ଦ୍ଵାରା ନିଆଯାଇଥିଆ କାର୍ଯ୍ୟାନୁଷ୍ଠାନ ସିଡିପିଓଙ୍କ ଦ୍ଵାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ପରିଦର୍ଶନ ଅଧିକାରୀଙ୍କ ମନ୍ତବ୍ୟ ସିଡିପିଓ ଦସ୍ତଖତ ଆଧାର:ୟୁନିସେଫ