ଉପକ୍ରମ ପାଞ୍ଚବର୍ଷ ମଧ୍ୟରେ ଶିଶୁମାନଙ୍କର ଅସୁସ୍ଥତା ହେତୁ ସେମାନଙ୍କର ଓଜନ କମିବା ଏକ ସାଧାରଣ ଘଟଣା । ଏହି ବିଷୟରେ ଦେଖାଯାଉଥିବା କେତେକ ମୁଖ୍ୟ ଅସୁସ୍ଥତା ହେଲା ତରଳ ଝାଡ଼ା, ଗୁରୁତର ଜୀବାଣୁ (ବ୍ୟାକ୍ଟେରିଆ) ସଂକ୍ରମଣ ଏବଂ ପୁଷ୍ଟିହୀନତା ବା କୁପୋଷଣ ଇତ୍ୟାଦି। ଉକ୍ତ ଅସୁସ୍ଥତାଗୁଡିକ ବିଷୟରେ ଏହି ଅଧ୍ୟାୟରେ କୁହାଯାଇଛି । ଏଥିରେ ଅସୁସ୍ଥତାର ଚିହ୍ନ ଏବଂ କାରଣକୁ କିପରି ଗୋଷ୍ଠୀ ସ୍ତରରେ ଚିହ୍ନଟ କରି ଅଙ୍ଗନୱାଡ଼ି କର୍ମୀ ଏହାର ଚିକିତ୍ସା କରାଇପାରିବେ ଏବଂ ଆବଶ୍ୟକ ସ୍ଥଳେ ଯଥାଶୀଘ୍ର ନିକଟସୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ପାରିବେ ତାହା ବୁଝାଇ ଦିଆଯାଇଛି । ଆଇ.ଏମ.ଏନ.ସି.ଆଇ.. ନିର୍ଦ୍ଦେଶାବଳୀକୁ ଆଧାରକରି ଏହି ଅଧ୍ୟାୟରେ ବର୍ଣ୍ଣିତ ଶୈଶବ ଅସୁସ୍ଥତା ଗୁଡ଼ିକ ବିଷୟରେ ଆଲୋକପାତ କରାଯାଇଛି । ମଝିରେ ମଝିରେ ଆଲୋଚନା ସମ୍ପର୍କିତ ଭିଡ଼ିଓ ମଡ୍ୟୁଲର ଅବତାରଣା କରାଯାଇଛି । ଶୈଖିକ ଉଦ୍ଦେଶ୍ୟ ଦେଖାଯାଉଥିବା ଗୁରୁତର ଜୀବାଣୁ ସଂକ୍ରମଣ, ତରଳ ଝାଡ଼ା, ଖାଦ୍ୟ ଖୁଆଇବା ସମସ୍ୟା, ସ୍ତନ୍ୟପାନ ଏବଂ ଟୀକାକରଣ ଜନିତ ସମସ୍ୟାକୁ ନେଇ ଦୁଇମାସ ମଧ୍ୟର ନବଜାତ ଶିଶୁମାନଙ୍କ ମଧ୍ୟରେ ଏହା କିଭଳି ହୋଇଥାଏ ତାହାର ଆକଳନ ଓ ଶ୍ରେଣୀ ବିଭାଗ କରିବା । ଦୁଇମାସରୁ ପାଞ୍ଚମାସ ମଧ୍ୟର ଶିଶୁମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ସର୍ଦ୍ଦି ଓ କାଶ, ଜ୍ଵର, ତରଳଝାଡ଼ା, ରକ୍ତହୀନତା, ଖାଦ୍ୟ ଖୁଆଇବା ସମସ୍ୟା, ପୁଷ୍ଟିହୀନତା ବା କୁପୋଷଣ ଏବଂ ଟୀକାକରଣ ଜନିତ ସମସ୍ୟାଗୁଡ଼ିକ କିପରି ହୋଇଥାଏ, ତାହାର ଆକଳନ ଓ ଶ୍ରେଣୀବିଭାଗ କରିବା । ଆଇ.ଏସ୍.ଏନ୍.ସି.ଆଇ.. ନିର୍ଦ୍ଦେଶାବଳୀ: ଦୁଇମାସ ମଧୁର ଅସୁସ୍ଥ ଶିଶୁମାନଙ୍କୁ ଆକଳନ ଏବଂ ଶ୍ରେଣୀବିଭାଗ କରିବା । ସମ୍ଭାବ୍ୟ ଜୀବାଣୁ ସଂକ୍ରମଣ ପ୍ରତ୍ୟେକ ନବଜାତ ଶିଶୁଙ୍କୁ ଜୀବାଣୁ ସଂକ୍ରମଣ ହୋଇଛି କି ନାହିଁ ତାହା ଦେଖିନେବା ଉଚିତ । ସମ୍ଭାବ୍ୟ ଜୀବାଣୁ ସଂକ୍ରମଣ ଯାଞ୍ଚ କରନ୍ତୁ ପଚାରନ୍ତୁ ଶିଶୁଟିକୁ ବାତ ମାରିଥିଲା କି ? ଦେଖନ୍ତୁ, ଶୁଣନ୍ତୁ ଓ ଅନୁଭବ କରନ୍ତୁ । ଏକ ମିନିଟରେ ଶ୍ଵାସର ଗତି ଗଣନା କରନ୍ତୁ ଯଦି ଏହା ବଢ଼ିଥାଏ ତେବେ ଆଉଥରେ ଗଣନ୍ତୁ । ଅତି ଜୋରରେ ଛାତି ଭିତରକୁ ଟାଣି ହେଉଛି କି ? ନାକ ପୁଡ଼ା ଫୁଲି ଉଠୁଛି, କି ? ଘଡ଼ ଘଡ଼ ଶବ୍ଦ ସହ ନିଶ୍ଵାସ ଛାଡ଼ିବା ଶୁଣନ୍ତୁ ଓ ଦେଖନ୍ତୁ । ନାହିକୁ ଦେଖନ୍ତୁ, ଏହା ଲାଲ ଦେଖା ଯାଉଛି କି ? ଏଥୁରୁ ପ୍ରଜ ବାହାରୁଛି କି ? ଚର୍ମ ଦେଖନ୍ତୁ। ୧୦ ରୁ ଅଧିକ ଫୋଟକା ଚର୍ମରେ ଅଛି କିମ୍ବା ଗୋଟିଏ ବଡ଼ ସେଫାଟକା ବା ବଥା ହୋଇଛି କି ? କାଖ ତଳେ ଦେହର ଉତ୍ତାପ ମାପନ୍ତୁ । (ଯଦି ସମ୍ଭବ ନୁହେଁ ଅନୁଭବ କରନ୍ତୁ ଥଣ୍ଡା କିମ୍ବା ଗରମ ଲାଗୁଛି) ଶିଶୁଟି ଚେତାଶୂନ୍ୟ ହୋଇ ପଡ଼ୁଛି କି ବା ମାନ୍ଦା ଅଛି କି ? ଶିଶୁର ଚଳ ପ୍ରଚଳକୁ ଲକ୍ଷ୍ୟ କରନ୍ତୁ । ଏହା ସ୍ଵାଭାବିକ ଅବସ୍ଥା ଠାରୁ କମ ଅଛି କି ? ସମ୍ଭାବ୍ୟ ଜୀବାଣୁ ସଂକ୍ରମଣର ପାଞ୍ଚ ପାଇଁ ଅଭ୍ୟାସ ସମ୍ଭାବ୍ୟ ଜୀବାଣୁ ସଂକ୍ରମଣକୁ ଜାଣିବା ପାଇଁ ଶିଶୁମାନଙ୍କର ଶ୍ରେଣୀ ବିଭାଗ କରନ୍ତୁ । ଘରେ ସ୍ଥାନିକ ସଂକ୍ରମଣ (Local infection)ର ଚିକିତ୍ସା କିପରି କରିବାକୁ ହେବ, ସେହି ସମ୍ବନ୍ଧରେ ମା'କୁ ଶିକ୍ଷା ଦିଅନ୍ତୁ । ଚର୍ମରେ ପୂଜଯୁକ୍ତ ଫୋଟକା ଏବଂ ନାଭିସଂକ୍ରମଣ ଚିକିତ୍ସା ସାଙ୍ଗକୁ କୋଟ୍ରାଇମୋକ୍ସାଜଲ୍ ଖୁଆଇବାର ବିଧି ବାବଦରେ ମା’ କୁ ଶିକ୍ଷା ଦିଅନ୍ତୁ । ଆହୁରି ମଧ୍ୟ ପାଟି ସଂକ୍ରମଣ ବା ଘା (thrush) ପାଇଁ ନବଜାତ ଶିଶୁର ଚିକିତ୍ସା କିପରି କରିବାକୁ ହେବ ତାହା ମା' କୁ ଶିଖାଇ ଦିଅନ୍ତୁ । ଘରେ କିପରି ଚିକିତ୍ସା କରିବାକୁ ହେବ ତାହା ବୁଝାନ୍ତୁ । ଚିକିତ୍ସା କେନ୍ଦ୍ରରେ ପ୍ରଥମେ ସେ କିପରି ଚିକିତ୍ସା କରାଉଛନ୍ତି ତାହା ଦେଖନ୍ତୁ । ଏହି ସ୍ଥାନିକ ଚିକିତ୍ସା (Local treatment) ଦିନକୁ ଦୁଇଥର ଦିଅନ୍ତୁ . । ଘରେ ସ୍ଥାନିକ ସଂକ୍ରମଣର ଚିକିତ୍ସା କରାଇବା ପାଇଁ ନିମ୍ନଲିଖିତ ନିର୍ଦ୍ଦେଶାବଳୀକୁ ଅବଲମ୍ବନ କରନ୍ତୁ* ଦିନକୁ ଦୁଇଥର କୋନସନ ଭାଓଲେଟ ଲେପ ଲଗାନ୍ତୁ । ମା' କ'ଣ କରିବା ଉଚିତ୍ ହାତକୁ ପରିଷ୍କାର କରି ଧୋଇଦେବା ଆସ୍ତେକରି ପାଣି ଓ ସାବୁନ ଦ୍ଵାରା ଘା' ସଫାକରି ପୂଜ ଏବଂ ଘା' ଖୋଳପାଗୁଡ଼ିକୁ କାଢ଼ି ଦିଅନ୍ତୁ । ଘା’ ହୋଇଥିବା ସ୍ଥାନଟିକୁ ଖୋଲାରଖି ଶୁଖାଇ ଦିଅନ୍ତୁ । ୦.୫% ଶକ୍ତିବିଶିଷ୍ଟ ଜେନସନ ଭାଓଲେଟ ଲଗାନ୍ତୁ । ଭାତକୁ ପରିଷ୍କାର କରି ଧୋଇ ଦିଅନ୍ତୁ । ପାଟିରେ ହେଉଥିବା ଧଳା ଦାଗ ବିଶିଷ୍ଟ ସଂକ୍ରମଣ (Thrush) ର ଚିକିତ୍ସା ନିମନ୍ତେ ଦିନକୁ ଦୁଇଥର ଚିକିତ୍ସା ନିୟମ ଅନୁସରଣ କରିବାକୁ ମା' କୁ ବୁଝାନ୍ତୁ । ମା' ନିମ୍ନଲିଖିତ ନିୟମ ପାଳନ କରିବା ଉଚିତ ହାତକୁ ପରିଷ୍କାର କରି ଧୁଅନ୍ତୁ । ଗୋଟିଏ ଛୋଟ ପରିଷ୍କାର ତଥା ନରମ କପଡ଼ାକୁ ଲୁଣପାଣିରେ ଭିଜାଇ ତାକୁ ନିଜ ଆଙ୍ଗୁଠିରେ ଗୁଡ଼ାଇ ଶିଶୁର ପାଟିକୁ ପରିଷ୍କାର କରି ପୋଛି ଦିଅନ୍ତୁ । ଶିଶୁର ପାଟିରେ ୦.୨୫% ଶକ୍ତିବିଶିଷ୍ଟ ଜେନସନ ଭାଓଲେଟ ଲେପ ଲଗାଇ ଦିଅନ୍ତୁ । ହାତକୁ ପରିଷ୍କାର କରି ଧୋଇ ଦିଅନ୍ତୁ । ଉଦାହରଣ ରେଖା ହେଉଛି 20 ଦିନର ନବଜାତ ଶିଶୁକନ୍ୟା । ତା ନିଶ୍ଵାସ୍ସ ପ୍ରଶ୍ଵାସର ଗତି ମିନିଟ୍ କୁ ୬୬ ଥର ହେଉଛି । ଛାତି ଘଡ଼ଘଡ଼ ହେଉଛି ଏବଂ ଶିଶୁ ନିସେସ୍ତଜ ଅଛି । ଯେହେତୁ ଏହି ତିନୋଟି ଲକ୍ଷଣ ନାଲି ଘରକୁ ଦର୍ଶାଉଛି ଏବଂ ହଳଦିଆ ଘରେଥିବା ଲକ୍ଷଣ ସହ ଏହା ମିଶୁନାହିଁ ତେଣୁ ଏହି କେସଟି ବା ରୋଗୀର ଶ୍ରେଣୀବିଭାଗ ନାଲି ଘରେ ରହିବ | ଯାହା ସମ୍ଭାବ୍ୟ ଗୁରୁତର ଜୀବାଣୁ ସଂକ୍ରମଣ । pic 2 ନବଜାତ ଶିଶୁଙ୍କର ଦେଖାଯାଉଥିବା ତରଳଝାଡାର ଆକଳନ କରନ୍ତୁ ପଚାରନ୍ତୁ – ଶିଶିର ତରଳଝାଡା ହେଉଛି କି? ଶିଶୁର ତରଳଝାଡା ହେଉଛି ବୋଲି ଯଦି ମା’’ କହିଲେ ତେବେ ଏହାର ଆକଳନ ଓ ଶ୍ରେଣୀ ବିଭାଗ କରନ୍ତୁ ଯଦି ଶିଶୁର ବରମ୍ଭାର ଝାଡା ହେଉଛି କିନ୍ତୁ ଏହି ଖଡା ପୂରା ପାଣିଭଳି ନୁହେଁ ତେବେଶିଶୁକୁ ସ୍ତନ୍ୟପାନ କରାନ୍ତୁ । ଏହା ତରଳଝାଡା ବା ଡାଇରିଆ ନୁହେଁ । ଯଦି ବାରମ୍ଭାର ହେଉଥିବା ଝାଡା ସାଧାରଣ ଅବସ୍ଥାର ପରିବର୍ତ୍ତନ ହୋଇ ଆହୁରି ଅଧିକ ଥର ହୋଇ ଏହା ପାଣିପରି ହେଲା ତେବେ ଶିଶୁର ତରଳ ଝାଡା ହୋଇଛି ବୋଲି ଧରି ନିଅନ୍ତୁ । ଯଦି ହଁ : ପଚାରନ୍ତୁ : ଝାଡାରେ ରକ୍ତ ପଡୁଛି କି ? ଦେଖନ୍ତୁ ଓ ଅନୁଦ୍ଭବ କରନ୍ତୁ: ଶିଶୁର ସାଧାରଣ ଅବସ୍ଥା ଦେଖନ୍ତୁ ଶିଶୁଟି ଚିଡ୍ ଚିଡା ହେଉଛି କି? ଶିଶୁ ଅଚେତ ବା ମାନ୍ଦା ଜଣାପଡୁଛି କି? ଶିଶୁର ଆଖି ଭିତରକୁ ପଶି ଯାଇଛି କି? ଶିଶୁ ତଳିପେଟ ଚର୍ମ ଟାଣି ଛାଡିଲେ ତାହା କିପରି ଶିଶୁପୂର୍ବ ଅବସ୍ଥାକୁ କିପରି ଫେରୁଛି? ବହୁତ ଧୀରେ ( ୨ ସେକେଣ୍ଡରୁ ଅଧିକ) ଧୀରେ ଶିଶୁ ନିସ୍ତେଜ ଓ ଅଚେତ ଏବଂ ତା ଚର୍ମକୁ ଚିମୁଟି ଟାଣିବାର ପରୀକ୍ଷାର ଭିଡିଓ କ୍ଲିପସ୍ । ନବଜାତ ଶିଶୁର ତରଝଡାକୁ ଶ୍ରେଣୀବିଦ୍ଭାଗ କରନ୍ତୁ ଜଳଶୁଷ୍କତା ସାରଣୀ ନିମ୍ନରେ ପ୍ରସତ୍ତ କରାଗଲା । ଝାଡାରେ ରକ୍ତ ପଡିବା ଗୁରୁତର ଆମାଶୟ ଯଦି ଖାଇ ପାରୁଛି ତେବେ କ୍ରୋଟ୍ରମୋକ୍ସାକୋଲର ପ୍ରଥମ ମାତ୍ରା ଦିଅନ୍ତୁ ଡାକ୍ତରଖାନାକୁ ତୁରନ୍ତ ପଠାନ୍ତୁ ମା’ ସ୍ତନ୍ୟପାନ ଜାରି ରଖିବା ପାଇଁ କୁହନ୍ତୁ ନିମ୍ନଲିଖିତ ଲକ୍ଷଣ ମଧ୍ୟରୁ ଦୁଇଟି ଲକ୍ଷଣ ଅଚେତ ଓ ମାନ୍ଦା ଆଖି ଭିରକୁ ପଶିଯିବା ଚର୍ମ ଟାଣିଲେ ବହୁତ ଧୀରେ ପୂର୍ବ ଅବସ୍ଥାକୁବ ଫେରିବା ତରଳଝାଡା ସହ ଗୁରୁତର ଜଳ ଶୁଷ୍କତା କୋଟ୍ରିମୋକ୍ସାଜୋଲ ପ୍ରଥମ ମାତ୍ରା ଦିଅନ୍ତୁ ମା’ ସହିତ ଶିଶୁକୁ ତୁରନ୍ତ ଡାକ୍ତରଖାନା ପଠାନ୍ତୁ ସ୍ତନ୍ୟପାନ ବନ୍ଦ କରନ୍ତୁ ନାହିଁ ଶିଶୁକୁ ଉଷୁମ ରଖନ୍ତୁ ନିମ୍ନଲିଖିତ ଲକ୍ଷଣ ମଧ୍ୟରୁ ଦୁଇଟି ଲକ୍ଷଣ ଚିଡିଚିଡା ଓ ଅସ୍ଥିର ଆଖି ଭିତରକୁ ପଶିଯିବା ଚର୍ମ ଟାଣିଲେ ଧୀରେ ପୂର୍ବ ଅବସ୍ଥାକୁ ଫେରିବା ତରଳଝାଡା ସହ ସମସ୍ୟା ଜଳ ଶୁଷ୍କତା ଅଛି ଜଳ ଶୁଷ୍କତା ଶ୍ରେଣୀଭକ୍ତ କରିବା ପାଇଁ ଯଥେଷ୍ଟ ଲକ୍ଷଣ ନାହିଁ ତରଳଝାଡା ସହ ଜଳ ଶୁଷ୍କତା ନାହିଁ ଘରେ ତରଳ ପାନୀୟ ପିଇବାକୁ ଦିଅନ୍ତୁ ଘରେ ଯତ୍ନ ନିଅନ୍ତୁ ଯଦି ସ୍ୱାସ୍ଥ୍ୟରେ ଉନ୍ନତି ନ ଘଟେ ଦୁଇ ଦିନ ପରେ ପୁଣି ଦେଖାକରନ୍ତୁ ଯୋଜନା - ଏ : ଘରେ ତରଳ ଝାଡ଼ାର ଚିକିତ୍ସା କରାଡୁ ନବଜାତ ଶିଶୁକୁ ଅଧିକ ପାନିୟ ଦେବାର ସବୁଠାରୁ ଭଲଉପାୟ ହେଉଛି ତାକୁ ବାରମ୍ବାର ସ୍ତନ୍ୟପାନ କରାଇବା ଚାଲୁ ରଖିବା ଏବଂ ପ୍ରତ୍ୟେକ ଥର ସ୍ତନ୍ୟପାନ ସମୟରେ ଅଧିକ ସମୟ ସ୍ତନ୍ୟପାନ କରାଇବା । ଯଦି ଶିଶୁଟି କେବଳ ସ୍ତନ୍ୟପାନ କରୁଥାଏ ତେବେ ମନେରଖିବା ର ଅଛି କି, ଶିଶୁକୁ କୌଣସି ପ୍ରକାରେ ବି ପାଣିଗୋଳା ଖାଦ୍ୟ ଦିଆଯିବନାହିଁ । ଯଦିବା କିଛି ଅତିରିକ୍ତ ଖାଦ୍ୟ ଶିଶୁକୁ ଦେବା ଦରକାର ହୁଏ ତେବେ ଏହା କେବଳ ଓ.ଆର.ଏସ୍. ଦ୍ରବଣ । ଏହାକୁ ପରିଷ୍କାର ଫୁଟା ପାଣିରେ ଗୋଳାଇ ଦିଆଯାଏ । ଯଦି ଶିଶୁକୁ ଘରେ ଓ.ଆର.ଏସ୍. ଦ୍ରବଣ ଦେଇ ଚିକିତ୍ସା କରାଯିବ ତେବେ ପ୍ରତିଥର ହେଉଥିବା ତରଳଝାଡ଼ା ପରେ ଶିଶୁକୁ ୫ ଚାମଚ ଓ.ଆର.ଏସ୍. ଦ୍ରବଣ ଏବଂ ପରେ ପରେ ୨ ଚାମଚ ଫୁଟା ପରିଷ୍କାର ପିଇବା ପାଣି ଦେବା ପାଇଁ ମା’ କୁ କୁହନ୍ତୁ । ପ୍ରଥମେ ଶିଶୁକୁ ସ୍ତନ୍ୟପାନ କରାଇବେ ଏବଂ ପରେ ତାକୁ ଓ.ଆର.ଏସ୍. ଦ୍ରବଣ ଦେବା ଉଚିତ । ଶିଶୁର ତରଳଝାଡ଼ା ବନ୍ଦ ହୋଇଗଲେ ତାକୁ ଓ.ଆର.ଏସ. ଦେବା ବନ୍ଦ କରିଦିଅନ୍ତୁ ବୋଲି ମା’ କୁ କୁହନ୍ତୁ । ୧୪ ଦିନ ପର୍ଯ୍ୟନ୍ତ ଶିଶୁକୁ ଜିଙ୍କ ସିରପ୍ ବଟୀକା ଶିଶୁକୁ ଦେବାକୁ ହେବ । ଛଅ ମାସ ମଧ୍ୟର ଶିଶୁ ମାନଙ୍କୁ ୧୦ ମିଗ୍ରା. ବିଶିଷ୍ଟ, ଜିଙ୍କ ବଟୀକା ଦିନକୁ ଗୋଟିଏ ହିସାବରେ ୧୪ ଦିନ ଯାଏଁ ଦିଆଯିବ । ଜିଙ୍କ ସପ୍ଲିମେଣ୍ଟ କିପରି ଦେବାକୁ ହେବ ମା' କୁ ଦେଖାଇ ବୁଝାନ୍ତୁ । ବର୍ଷକ ମଧ୍ୟର ଛୋଟ ଶିଶୁ – ଅଳ୍ପ ପରିମାଣର ସ୍ତନରୁ ଚିପୁଡ଼ା କ୍ଷୀରରେ, ଓ.ଆର.ଏସ୍. ଦ୍ରବଣରେ କିମ୍ବା ପରିଷ୍କାର ପାଣିରେ ଗୋଟିଏ ଛୋଟକପ୍ ବା ଚାମଚରେ ଛୋଟ ବଟୀକାକୁ ଭିଜାଇ ଦିଅନ୍ତୁ । ବଡ଼ ଶିଶୁଙ୍କ ପାଇଁ – ଏହା ଶିଶୁକୁ ଖୁଆଯାଇ ପାରିବ ବା ବଟୀକାକୁ ପରିଷ୍କାର ଫୁଟାପାଣିରେ ଗୋଟିଏ ଚାମଚ ବା ଛୋଟ କପରେ ଭିଜାଇ ଦେଇ ହେବ । ମା' କୁ ମନେ ପକେଇ କୁହନ୍ତୁ ଯେ ସେ ସମ୍ପୁର୍ଣ୍ଣ ୧୪ ଦିନ ପର୍ଯ୍ୟନ୍ତ ଶିଶୁକୁ ଜିଙ୍କ ଔଷଧ ଦିଅନ୍ତୁ । ଘଟଣା ୧-ନୀରାର ଘଟଣା ‘ନୀରା’ ୭ ସପ୍ତାହର ଶିଶୁ କନ୍ୟା । ତା'ର ଓଜନ ୩ କେଜି । ତା' ଶରୀର ସ୍ଵାଭାବିକ ଉଷ୍ମତା ରହିଛି । ତରଳଝାଡ଼ା ହେଉଥିବାରୁ ତା’ର ମା’ ତା’କୁ ଧରି ଆସିଛି । ପ୍ରଥମେ ସ୍ଵାସ୍ଥ୍ୟକର୍ମୀ। ତା’ର ସମ୍ଭାବ୍ୟ ଜୀବାଣୁ ସଂକ୍ରମଣ (bacterial infection) ପାଇଁ ଆକଳନ କରୁଛନ୍ତି । ନୀରାର ବାତମାରିବା ନ ଥିଲାବେଲି ତା’ର ମା' କହୁଛନ୍ତି । ସ୍ଵାସ୍ଥ୍ୟକର୍ମୀ ନୀରା ଶ୍ଵାସ ପ୍ରଶ୍ଵାସ ମିନିଟକୁ ୫୮ ଥର ହେଉଛି ବୋଲି ଜାଣି ପାରିଛନ୍ତି । ସେ ତା’ର ମା ହାତରେ ଶୋଇଛି । କିନ୍ତୁ ତା ଦେହରୁ ଲୁଗା କାଢିଦେଲେ ଉଠିପଡ଼ୁଛି । ତା'ର ଛାତି କିଛି ମାତ୍ରାରେ ଭିତରକୁ ପଶିଯାଉଥିବାର ଦେଖାଯାଉଥିଲା । ତା’ର ନାହି ନାଲି ପଡ଼ିନାହିଁ ଏବଂ ସେଥୁରୁ ପୂଜ ପାଣି ଇତ୍ୟାଦି ବାହାରୁ ନାହିଁ । ତା’ ଦେହରେ କୌଣସି ଫୋଟକା ନାହିଁ । ସେ ହାତ ଗୋଡ଼ ହଲାଇ କାନ୍ଦୁଛି । ଯେତେବେଳେ ସ୍ଵାସ୍ଥ୍ୟକର୍ମୀ ନୀରାର ତରଳ ଝାଡ଼ା ବିଷୟ ପଚାରୁଛନ୍ତି, ତା’ର ମା' କହୁଛି। ନୀରାର ୩ ଦିନ ହେବ ତରଳ ଝାଡ଼ା ହେଉଛି । ନୀରା କାନ୍ଦି ଚାଲିଛି । ଯେତେବେଳେ ମା' ନୀରାକୁ ସ୍ତନ୍ୟପାନ କରାଇଲେ। ନୀରା କାନ୍ଦ ବନ୍ଦ ହୋଇଯିବାର ଜଣାପଡ଼ିଲା । ସ୍ତନ୍ୟପାନ ବନ୍ଦ କରି ଦେବାରୁ ନୀରା ପୁଣି କାନ୍ଦିଲା । ନୀରାର ଆଖି ସ୍ଵାଭାବିକ ଜଣାପଡ଼ୁଥିଲା। ଏହା କୋରଡ଼ିଆ ନ ଥିଲା । ତା' ପେଟର ଚମଡ଼ାକୁ ଧିରେ ଚୁମୁଟି ଛାଡ଼ିଦେଲେ ଏହା ଆସ୍ତେ ଯାଉଥିବାରୁ ଜଣାଗଲା । ସେ କେଉଁ ଶ୍ରେଣୀର ଅନ୍ତର୍ଭୁକ୍ତ ଶିଶୁର ଖାଦ୍ୟପେୟ ସମସ୍ୟା ଯାଞ୍ଜ, କରନ୍ତୁ ଖାଦ୍ୟ ସମସ୍ୟା ନିମନ୍ତେ ପ୍ରତ୍ୟେକ ଅସୁସ୍ଥ ଶିଶୁକୁ ପରୀକ୍ଷା କରାଇବା ଉଚିତ ପଚାରନ୍ତୁ: ଶିଶୁର ଖାଇବାରେ କିଛି ଅସୁବିଧା ଅଛି କି ? ଶିଶୁଟି ସ୍ତନ୍ୟପାନ କରୁଛି। କି, ଯଦି ହଁ ଦିନକୁ କେତେ ଥର ଶିଶୁକୁ କିଛି ବାହାର ଖାଦ୍ୟ ବା ପାନୀୟ ଦିଆଯାଏ କି ? ଯଦି ହଁ କେତେ ଥର ଶିଶୁକୁ ଖୁଆଇବା ପାଇଁ ଆପଣ କ'ଣ ବ୍ୟବହାର କରନ୍ତି ? ଦେଖନ୍ତୁ ଏବଂ ଅନୁଭବ କରନ୍ତୁ ସ୍ତନ୍ୟପାନ ଆକଳନ କରି ଦେଖନ୍ତୁ ଯଦି ତୁରନ୍ତ ଡାକ୍ତରଖାନା ପଠାଇବା ଆବଶ୍ୟକ ନାହିଁ ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ମା’ କୁ କୁହନ୍ତୁ ଓ ୪ ମିନିଟ ଅନୁଧ୍ୟାନ କରନ୍ତୁ । ଶିଶୁ ସ୍ତନ୍ୟପାନ କରିବା ପାଇଁ ସମର୍ଥ ହେଉଛି କି ? ଶିଶୁ ମା’ ଆଡ଼କୁ ଲାଗିକରି ଅଛି କି ନାହିଁ ଦେଖି ବା ପାଇଁ : ଶିଶୁର ଥୋଡ଼ି ସ୍ତନକୁ ଛୁଟ୍ଟିଛି କି ? ତଳ ଓ୦ ବାହାରକୁ ଆସୁଛି କି ? ସ୍ତନରେ ଥିବା କଳା ସ୍ଥାନ (ଏରିଓଲା )ର ଉପର ଅଂଶ ତଳ ଅଂଶ ତୁଳନାରେ ଅଧିକ ଦେଖାଯାଉଛି କି ? ପାଟି ସମ୍ପୁର୍ଣ୍ଣ ଖୋଲା ଅଛି କି ? ଏହି ସମସ୍ତ ଲକ୍ଷଣ ଥିଲେ। ଶିଶୁ ଭଲଭାବେ ସ୍ତନରେ ସଂଲଗ୍ନ ହୋଇଛି ବୋଲି ଜାଣିବେ । ଭଲ ଭାବରେ ସଂଲଗ୍ନ ହୋଇଅଛି । ଭଲ ଭାବରେ ସଂଲଗ୍ନ ହୋଇନାହିଁ ଆଦୌ ସଂଲଗ୍ନ ହୋଇନାହିଁ ଶିଶୁ ଭଲଭାବରେ ଶୋଷି ପାରୁଛି କି ? (ଧୀରେ, ଗଭୀର ଭାବେ, ରହି ରହି) ଆଦୌ ଶୋଷି ପାରୁନାହି ଠିକ ଭାବରେ ଶୋଷି ପାରୁନାହିଁ ଠିକ ଭାବରେ କ୍ଷୀର ଶୋଷୁଛି ବନ୍ଦ ନାକ ଯୋଗୁଁ କ୍ଷୀର ଖାଇବାରେ ଅସୁବିଧା ହେଉଥିଲେ। ଶିଶୁର ନାକ ସଫା କରି ଦିଅନ୍ତୁ । ଦେଖନ୍ତୁ ପାଟିରେ ଘା' କି ବଥା ହୋଇଛି କି ? ଯଦି ହଁ ପଚାରନ୍ତୁ ଓ ଦେଖନ୍ତୁ । ସ୍ତନ ଭ୍ରଣ୍ଡି ଦରଜ ଅଛି କି ? ସ୍ତନ ଫୁଲା ବା ବଥା ହୋଇଛି କି ? ସ୍ତନ୍ୟପାନ ସମସ୍ୟାର ଶ୍ରେଣୀ ବିଭାଗ କରନ୍ତୁ ସାଧାରଣ ବିପଦ ଚିନ୍ଦୁ ଗୁଡ଼ିକ ପାଇଁ ଯାଞ୍ଚ କରନ୍ତୁ ଅସୁସ୍ଥ ଅବା ପିଲାମାନଙ୍କର ଆକଳନ ଓ ଶ୍ରେଣୀ ବିଭାଗ ପଚାରନ୍ତୁ । ଶିଶୁଟି ପିଇବା ଏବଂ ସ୍ତନ୍ୟପାନ କରିବା ଲାଗି ସକ୍ଷମ କି ଶିଶୁ ସବୁକିଛି ବାନ୍ତି କରି ଦେଉଛି କି ? ଶିଶକୁ ବାତ ମାରିଥିଲା କି ? ଶିଶୁଟି ଅଚେତ ବା ବିସେସ୍ତଜ/ମାନ୍ଦା ଅଛି କି ? ପିଇପାରୁ ନାହିଁ କିମ୍ବା ସ୍ତନ୍ୟପାନ କରିପାରୁ ନାହିଁ କିମ୍ବା ସବୁ ବାନ୍ତି କରିଦେଉଛି କିମ୍ବା ବାତ ମାଗୁଛି କିମ୍ବା ଜଣେ ଶିଶୁର ସାଧାରଣ ବିପଦ ଲକ୍ଷଣ ଦେଖାଯାଉଥିଲେ। ତା'କୁ ତୁରନ୍ତ ଚିକିତ୍ସା ଦରକାର । ତୁରନ୍ତ ଶିଶୁର ଆକଳନ କରନ୍ତୁ ଏବଂ ପ୍ରେରଣ ପୂର୍ବ ଚିକିତ୍ସା ଦିଅନ୍ତୁ । ଫଳରେ ପ୍ରେରଣ ସେବାରେ ବ୍ୟତିକ୍ରମ ଓ ବିଳମ୍ବ ହେବ ନାହିଁ । | ବିପଦ ଲକ୍ଷଣ ଥିଲେ ଏହା ଅତିଶୟ ଅସୁସ୍ଥତାର ସୂଚନା ଦିଏ । ଅନେକ ପ୍ରକାରର ଅସୁସ୍ଥତାରେ ଏହି ଅବସ୍ଥା ଆସିପାରେ । ଅସୁସ୍ଥତାର ପ୍ରକାର ସହିତ ସମ୍ପର୍କ ନ ଥାଇ ମଧ୍ୟ ବିପଦ ସଂକେତ ଦେଖାଦେଇପାରେ । ଉଦାହରଣ ସ୍ଵରୂପ ଜ୍ଵର, ତରଳ ଝାଡ଼ା, ନିମୋନିଆ, ମସ୍ତିକ ପ୍ରଦାହ, ମ୍ୟାଲେରିଆ ଇତ୍ୟାଦି ଅସୁସ୍ଥତାରେ ନିସ୍ତେଜତା କିମ୍ବା ଚେତାଶୁନ୍ୟତା ଦେଖାଦେଇପାରେ । ଏହି ଅସୁସ୍ଥତା ଗୁଡ଼ିକ ଯୋଗୁଁ ମଧ୍ୟ ଶିଶୁ ଏତେ ରୋଗାକ୍ରାନ୍ତ ହୋଇଯାଏ ଯେ ସେ କୌଣସି ପାନୀୟ ପିଇବା ପାଇଁ ସମର୍ଥ ହୁଏନାହିଁ । ଏଗୁଡ଼ିକୁ ସାଧାରଣ ବିପଦ ଲକ୍ଷଣ ହୋଇଯାଏ । ଏହି ବିପଦ ଲକ୍ଷଣ ଗୁଡ଼ିକ ମଧ୍ୟରୁ ଯେ କୌଣସି ଗୋଟିଏ ବି ଦେଖାଗଲେ ଏହା ଗୁରୁତର ରୋଗ ବୋଲି ସୂଚାଇ ଥାଏ । ଅସୁସ୍ଥତା ହେତୁ ଆସିଥିବା ପ୍ରତ୍ୟେକ ଶିଶୁଠାରେ ନିମ୍ନଲିଖିତ ବିପଦଲକ୍ଷଣ ଅଛି କି ନାହିଁ ପରୀକ୍ଷା କରାଇ ନବା ନିହାତି ଦରକାର । ପାଣି କିମ୍ବା ଅନ୍ୟ ପାନୀୟ ପିଇପାରୁନାହିଁ, କିମ୍ବା ସ୍ତନ୍ୟପାନ କରିପାରୁନାହିଁ ଯାହା ଖାଉଛି ବାନ୍ତି କରିଦେଉଛି ବାତ ମାରିବା ନିସେସ୍ତଜ କିମ୍ବା ଅଚେତ ଅବସ୍ଥା କାଶ କଫ କିମ୍ବା କଷ୍ଟକର ଶ୍ଵାସକ୍ରିୟାର ନିରୁପଣ ଏବଂ ବିଭାଗୀକରଣ ତା'ପରେ ମୁଖ୍ୟ ଲକ୍ଷଣଗୁଡ଼ିକ ବିଷୟରେ ପଚାରନ୍ତୁ : ଶିଶୁର କାଶ କିମ୍ବା କଷ୍ଟକର ଶ୍ଵାସକ୍ରିୟା ହେଉଛି କି ? ଯଦି ହଁ, ପଚାରନ୍ତୁ । କେତେ ଦିନ ପର୍ଯ୍ୟନ୍ତ ? ଦେଖନ୍ତୁ । ମିନିଟ ପ୍ରତି ହେଉଥିବା ଶ୍ଵାସକ୍ରିୟା ଗଣନ୍ତୁ ଛାତି ଭିତରକୁ ଟାଣି ହୋଇ ଯାଉଛି କି ନାହିଁ କାଶ କିମ୍ବା କଷ୍ଟକର ଶ୍ଵାସକ୍ରିୟା ବିଭାଗୀକରଣ ସାରଣୀ ନିମ୍ବରେ ଦିଆଯାଇଛି । କାଶ ଓ ଥଣ୍ଡା ରୋଗ ଭୋଗୁଥିବା ପିଲର ଘରୋଇ ଉପଚାର (ଯତ୍ନ) ୧. ମା' କୁ କୁହନ୍ତୁ। ପିଲା ଅସୁସ୍ଥ ଥିଲେ ମଧ୍ୟ ତା’ର ଖାଦ୍ୟ ଚାଲୁ ରଖନ୍ତୁ । ଆବଶ୍ୟକସ୍ଥଳେ ସ୍ତନ୍ୟପାନ ମଧ୍ୟ ଚାଲୁ ରଖନ୍ତୁ । ୨. ଯଥେଷ୍ଟ ପରିମାଣର ଘରୋଇ ପାନୀୟ ପିଲାକୁ ଦେବା ଚାଲୁ ରଖନ୍ତୁ ବୋଲି ମା' କୁ କୁହନ୍ତୁ । କାଶ ଉପଶମ ହେବାରେ ଏହା ସହାୟକ ହେବ । ୩. ଶିଶୁ ୬ ମାସରୁ ଅଧିକ ହୋଇଥିଲେ। ମା' କୁ କୁହନ୍ତୁ କାଶ ଉପଶମ ନିମନ୍ତେ କିଛି ଉତ୍ତମ ଘରୋଇ ବ୍ୟବସ୍ଥା କରିବେ । କାଶ ଚିକିତ୍ସା ପାଇଁ କେତୋଟି ଘରୋଇ ଉପଚାର ବ୍ୟବସ୍ଥାର ନମୁନା ନିମ୍ନରେ ପ୍ରଦତ୍ତ ହେଲା କାଶ ରୋଗର ଚିକିତ୍ସା ନିମନ୍ତେ ସୁପାରିଶ ହୋଇଥିବା କେତୋଟି ଘରୋ ଉପଚାର ୧. ଚିନି, ଅଦା, ଲେମ୍ବ ଓ ତୁଳସୀପତ୍ର - ଏଗୁଡ଼ିକୁ ଫୁଟାଇ ପିଇବାକୁ ଦେବେ ୨. ଚିନି, ଅଦା, ଲେମ୍ଭ ଓ ପୋଦିନା – ଏଗୁଡ଼ିକୁ ଫୁଟାଇ ପିଇବାକୁ ଦେବେ ୩. ପାନମଧୁରୀ, ଅଳାଇଚ, ଅଦା, ଚିନି – ଚା' କରି ପିଇବାକୁ ଦେବେ । ପାନୀୟ ଥଣ୍ଡା ହୋଇ ନଖ ଉଷୁମ ହେବା ପରେ ଶିଶୁ/ ପିଲାକୁ ଦିଅନ୍ତୁ । ଦ୍ରଷ୍ଟବ୍ୟ – ୬ମାସରୁ କମ ବୟସର ଶିଶୁ ଯେ କି ସମ୍ପୁର୍ଣ୍ଣ ସ୍ତନ୍ୟପାନ ଉପରେ ନିର୍ଭରଶୀଳ । ତା' ପାଇଁ କୌଣସି ଘରୋଇ ଉପଚାର ପାନୀୟ ଆବଶ୍ୟକତା ନାହିଁ ୪. ଯଦି ଶିଶୁ/ ପିଲାର ନାକ ଚୁଣ୍ଟି ହୋଇଯାଇ ତା’ର ଖାଦ୍ୟ ଖାଇବାରେ ଅସୁବିଧା ହୋଇପାରେ ସେଥିପାଇଁ ମା’ କୁ କୁହନ୍ତୁ ଶିଶୁ/ପିଲାର ନାକକୁ ସର୍ବଦା ପରିଷ୍କାର ରଖିବା । ଏହା କରିବା ପାଇଁ କିଛି ପାଣି ଫୁଟାଇ ସେଥିରେ ଲୁଣ ପକାନ୍ତୁ ଏବଂ ଥଣ୍ଡା କରନ୍ତୁ । ସଫା ତୁଳା ଏହି ପାଣିରେ ଭିଜାଇ ପିଲା । ଶିଶୁର ନାକ ସଫା କରନ୍ତୁ । ଶିଶୁର ତରଳଝାଡ଼ା ହେଉଛି କି ? ଯଦି ହଁ, ପଚାରତୁ: କେତେ ଦିନରୁ ? ଝାଡ଼ାରେ ରକ୍ତ ପଡୁଛି କି ? ଦେଖନ୍ତୁ ଓ ଜାଣତୁ ଶିଶୁର ସାଧାରଣ ଅବସ୍ଥା ଦେଖନ୍ତୁ । ଶିଶୁଟି ନିସେସ୍ତଜ, ବ ଅଚେତ କି ? ଅସ୍ଥିର କିମ୍ବା ଚିଡ଼ିଚିଡ଼ା ଅଛି କି ? ଶିଶୁର ଆଖ୍ ଭିତରକୁ ପଶି ଯାଇଛି କି ? ଶିଶୁକୁ ତରଳ ପଦାର୍ଥ ପିଇବାକୁ ଦିଅ । ଠିକ ଭାବେ ପିଇ ପାରୁନାହିଁ କିମ୍ବା ଅଜ୍ର ଅନ୍ଧ ପିଉଛି କି ଶିଶୁଟି ଆଗ୍ରହର ସହ ପିଉଛି ଓ ଶୋଷିଲା ଅଛି । ପେଟର ଚର୍ମକୁ ଟାଣି ଛାଡ଼ି ଦେଖନ୍ତୁ ଏହା କିପରି ନିଜ ସ୍ଥାନକୁ ଫେରୁଛି ? ବହୁତ ଧିରେ (ଦୁଇ ସେକେଣ୍ଡରୁ ଅଧୁକା ସମୟ ଲାଗୁଛି କି ? ଧିରେ (ଦୁଇ ସେକେଣ୍ଡରୁ କମ୍ ସମୟ ଲାଗୁଛି କି ? ସାଙ୍ଗେ ସାଙ୍ଗେ ଡାଇରିଆ ବା ତରଳ ଝାଡାର ଶ୍ରେଣୀ ଭିଭାଗ ଏଠାରେ ଡାଇରିଆର ଶ୍ରେଣୀ ଭିଭାଗ ନିମ୍ନ ସରଣୀରେ ପ୍ରଦାନ କରାଯାଇଛି ଓ।ଆର.ଏସ. ଦ୍ରବଣ ପ୍ରସ୍ତୁତ କରିବା ପ୍ରଣାଳୀ ମା’କୁ ଶିଖାନ୍ତୁ । ଶିଶୁ / ପିଲାକୁ ଚାରିଘଣ୍ଟା ମଧ୍ୟରେ ବୟସ ଅନୁଯାୟୀ କେତେ ପରିମାଣର ଓ.ଆର. ଏସ୍ ଦ୍ରବଣ ଦିଆଯିବ, ତାହାର ଏକ ଶରଣା ନିମ୍ନରେ ଦିଆଯାଇଛି । ଜିଙ୍କ ଔଷଧ ଦିଅନ୍ତୁ । ମା' କୁ କୁହନ୍ତୁ କେତେ ଦେବାକୁ ହେବା ୬ ମାସ ମଧ୍ୟର ଶିଶୁକୁ ଦିନକୁ ୧୦ ମିଲିଗ୍ରାମ କରି ୧୪ ଦିନ ପର୍ଯ୍ୟନ୍ତ ଦିଅନ୍ତୁ । ୬ମାସରୁ କିମ୍ବା। ଏଥୁରୁ ଅଧିକ ଶିଶୁ – ୨୦ ମି.ଗ୍ରା. ବିଶିଷ୍ଟ ବଟୀକା ଦିନକୁ ୧ଟି କରି ୧୪ ଦିନ ପର୍ଯ୍ୟନ୍ତ । ଜିଙ୍କର ମାତ୍ରା କିପରି ଦେବାକୁ ହେବ ତାହା ମା' କୁ ଦେଖାଇ ବୁଝାନ୍ତୁ । ବର୍ଷକ ମଧ୍ୟର ଶିଶୁଙ୍କ ପାଇଁ – ସ୍ତନରୁ ଚିପୁଡ଼ା କ୍ଷୀର, ଓ.ଆର.ଏସ୍. ଦ୍ରବଣ କିମ୍ବା ପରିଷ୍କାର ନିରାପଦ ପାଣିକୁ ଛୋଟ କପ୍ ବା ଚାମଚରେ ଦେଇ ସେଥିରେ ଜିଙ୍କ ବଟୀକା ଭିଜାଇ ଶିଶୁକୁ ଦିଅନ୍ତୁ । ବଡ଼ ପିଲାଙ୍କ ପାଇଁ ବଟିକା ଖାଇବାକୁ ଦିଆଯାଇ ପାରେ କିମ୍ବା ଛୋଟ କପ୍ ଚାମଚରେ ପରିଷ୍କାର ନିରାପଦ ଜଳଦେଇ ସେଥିରେ ବଟୀକାଟିକୁ ଭିଜାଇ ଦିଆଯାଇ ପାରିବ । ସମ୍ପୁର୍ଣ୍ଣ ୧୪ ଦିନ ପର୍ଯ୍ୟନ୍ତ ଶିଶୁକୁ ଜିଙ୍କ ସପ୍ତିମେଣ୍ଟ ଦେବା ପାଇଁ ମା’ କୁ କହିରଖନ୍ତୁ । ସ୍ତନ୍ୟପାନ ଚାଲୁ ରଖନ୍ତୁ । କେବେ ଆସିବେ କୁହନ୍ତୁ । ଯୋଜନା – “ ବି' କିଛି ମାତ୍ରାରେ ଜଳ ଶୁଷ୍କତା । ୪ ଘଣ୍ଟା ମଧ୍ୟରେ କେତେ ଓ.ଆର.ଏସ୍. ଶିଶୁ ଖାଇବ ତାହା ଚିକିତ୍ସାଳୟରେ ଦିଅନ୍ତୁ । ପ୍ରଥମ ୪ ଘଣ୍ଟା ମଧ୍ୟରେ କେତେ ଓ.ଆର.ଏସ. ଦିଆଯିବ ତାହା ସ୍ଥିର କରିବା । ବୟସ ୪ମାସ ମଧ୍ୟର ୪ରୁ ୧୨ମାସ ୧୨ରୁ ୨୪ ମାସ ୨ରୁ୫ ବର୍ଷ ଓଜନ ୬କେଜି ୬- ୧୦କେଜି ୧୦- ୧୨ କେଜି ୧୨-୧୯କେଜି ମିଲି.ଲିଏକକ ୨୦୦-୪୦୦ ୪୦୦-୭୦୦ ୭୦୦-୯୦୦ ୯୦୦-୧୦୦୦ ଶିଶୁର ଓଜନ ଜଣା ନ ଥିଲେ। ତା’ର ବୟସକୁ ନେଇ ଚିକିତ୍ସା କରନ୍ତୁ । ଓ.ଆର.ଏସ୍. ଦ୍ରବଣ ଦେବା ପାଇଁ ପିଲାର ଓଜନକୁ ୭.୫ ରେ ଗୁଣି ସେହି ଅନୁପାତରେ ଦିଅନ୍ତୁ । ଶିଶୁକୁ ଦରକାର ପରିମାଣର ଓ.ଆର.ଏସ. ଦବାପରେ ଯଦି ସେ ଅଧିକ ଆବଶ୍ୟକ କରୁଛି ତେବେ ଅଧିକ ଦିଅନ୍ତୁ । ୬ମାସ ମଧ୍ୟର ଶିଶୁ ଯଦି ସ୍ତନ୍ୟପାନ କରୁନାହିଁ ତାକୁ ମଧ୍ୟ ୧୦୦ ରୁ ୨୦୦ ମି.ଲି. ପରିଷ୍କାର ଓ ନିରାପଦ ପାଣି ଏହି ଅସୁସ୍ଥତା ସମୟରେ ଦିଅନ୍ତୁ । ଓ.ଆର.ଏସ୍. ଘୋଳ ଦେବାକୁ ହେବ ତାହା ମାଆକୁ ଦେଖାଇ ବୁଝାଡ଼ୁ: ଗୋଟିଏ କପରେ ଥିବା ଘୋଳ ବା ଦ୍ରବଣକୁ ଢୋକେ ଢୋକେ ଦିଅନ୍ତୁ । ଯଦି ଶିଶୁଟି ବାନ୍ତି କରିଦିଏ, ୧୦ ମିନିଟ୍ ଅପେକ୍ଷା କରନ୍ତୁ, ତାହାପରେ ପୁଣିଥରେ ଦିଅନ୍ତୁ । ଶିଶୁ ଚାହିଁବା ମୁତାବକ ତାକୁ ସ୍ତନ୍ୟପାନ କରାନ୍ତୁ । 4 ଘଣ୍ଟା ପରେ ଜଳ ଶୁଷ୍କତା ଜାଣିବା ପାଇଁ ଶିଶୁର ପୁନଃ ଆକଳନ କରନ୍ତୁ । ଶିଶୁ କେଉଁ ପ୍ଲାନ ବା ଯୋଜନାରେ ଅନ୍ତର୍ଭୁକ୍ତ ହେବ ତାହା ସ୍ଥିର କରନ୍ତୁ । କ୍ଲିନିକରେ ଶିଶୁକୁ ଖୂଆଇବା ଆରମ୍ଭ କରିଦିଅନ୍ତୁ । ଚିକିତ୍ସା ସମ୍ପୁର୍ଣ୍ଣ ହେବା ପୂର୍ବରୁ ଯଦି ମାଆ ଘରକୁ ଚାଲିଯିବାକୁ ଇଚ୍ଛା କରୁଥାଆତି । ଘରେ କିପରି ଓ.ଆର.ଏସ୍. ଦ୍ରବଣ ପ୍ରସ୍ତୁତ କରିବାକୁ ହେବ ତାହା ଦେଖାଇ ବୁଝାନ୍ତୁ । ଘରେ ୪ ଘଣ୍ଟା ମଧ୍ୟରେ କେତେ ଓ.ଆର.ଏସ. ଦେବାକୁ ହେବ ତାହା ଦେଖାଇ ଚୁଝନ୍ତୁ । ଜଳ ଶୁଷ୍କତା ଭଲ ହେବା ପର୍ଯ୍ୟନ୍ତ ଯଥେଷ୍ଟ ପରିମାଣର ଓ.ଆର.ଏସ୍. ଦିଅନ୍ତୁ । ଏହା ସାଙ୍ଗକୁ ମଧ୍ୟ ଯୋଜନା -ଏରେ କୁହାଯାଇଥିବା ଭଳି ଦୁଇ ପର୍ଯ୍ୟାକେଟ ଓ.ଆର.ଏସ. ଦିଅନ୍ତୁ । ଘରୋଇ ଚିକିତ୍ସାର ୪ ଗୋଟି ମୁଖ୍ୟ ନିୟମ ବୁଝାଇ ଦିଅନ୍ତୁ । ଅଧିକ ଦ୍ରବଣ ଦିଅନ୍ତୁ । ଜିଙ୍କ ସପ୍ତିମେଣ୍ଟ ଦିଅନ୍ତୁ । ଖାଦ୍ୟ ଖୁଆଇବା ଚାଲୁ ରଖନ୍ତୁ । ପୁଣି କେବେ ଆସିବେ କହିରଖନ୍ତୁ । ଜ୍ଵରର ପରୀକ୍ଷା କରନ୍ତୁ ଜ୍ଵରର ଆକଳନ ଓ ଶ୍ରେଣୀବିଭାଗ କରନ୍ତୁ ଜୁର ହେବା ଶିଶୁ ମାନଙ୍କର ଏକ ସାଧାରଣ ଅସୁସ୍ଥତା । ଯଦି ଶିଶୁଟି ର ଜ୍ଵର ହୋଇଛି ତେବେ ତାହା ମ୍ୟାଲେରିଆ ସଦ୍ଧି, କାଶ, ଜ୍ଵର ବା ଅନ୍ୟ ଭୂତାଣୁ ଜନିତ ସଂକ୍ରମଣ ହୋଇପାରେ । ଶିଶୁ ଜ୍ଵର ଅଛି କି? (ରୋଗ ଇତିହାସ ଅନୁସାରେ ବା ଜ୍ଵର ମାପିଲେ ଏହା ୩୭.୫ ସେଲସିଏସ୍ କିମ୍ବା ଅଧିକ ଯଦି ହଁ ତେବେ ପଚାରନ୍ତୁ । କେତେଦିନ ହେଲା ଜ୍ଵର ହେଲାଣି ? ଯଦି ଜ୍ଵର ୭ ଦିନରୁ ଅଧିକ ହେଲାଣି ସବୁଦିନ ଜ୍ଵର ଥିଲା କି ? ଦେଖନ୍ତୁ ଏବଂ ଅନୁଭବ କରନ୍ତୁ । ବେକଦଣ୍ଡା ଟାଣ ଜଣା ପଡ଼ୁଛି କି ? ଜ୍ଵରକୁ ଶ୍ରେଣୀ ବିଭାଗ କରନ୍ତୁ ନିମ୍ନରେ ଜ୍ଵରର ଶ୍ରେଣୀବିଭାଗ କରାଯାଇଛି ଯଦି ପ୍ରାୟତଃ ଦେଖାଯାଉଥିବା ବିପଦ ସଂକେତ କିମ୍ବା ବେକଦଣ୍ଡା ଟାଣ ହୋଇଯିବା ଅତିଶୟ ବିପଦପୂର୍ଣ୍ଣ ଜ୍ଵରଦପୂର୍ଣ୍ଣ ଜ୍ଵରଜନିତ ରୋଗ କୋଟ୍ରିମୋକ୍ସାଜୋଲର ପ୍ରଥମ ପାନ ଦିଅନ୍ତୁ । ରକ୍ତକାଚ ପରୀକ୍ଷା ପରେ ମ୍ୟାଲେରିଆ ରୋଗ ଚିକିତ୍ସାର ନିୟମାବଳୀ ମାନି ମ୍ୟାଲେରିଆ ପ୍ରତିରୋଧ ଔଷଧର ପ୍ରଥମ ମାତ୍ରା ଦିଅନ୍ତୁ । ଅତି ଅଧିକ ଜ୍ଵର ଅଲେ କ୍ଲିନିକରେ ଥିବା ସମୟରେ ଗୋଟିଏ ପାନ ପାରାସିଟାମଲ ଦିଅନ୍ତୁ । ବିଳମ୍ବ ନ କରି ସଙ୍ଗେ ସଙ୍ଗେ ଚିକିତ୍ସାକେନ୍ଦ୍ରକୁ ପଠାନ୍ତୁ । ପୁଷ୍ଟିହୀନତାକୁ ଜାଣନ୍ତୁ । ପୁଷ୍ଟିହୀନତା ଜାଣିବାକୁ ପ୍ରତ୍ୟେକ ଅସୁସ୍ଥ ଶିଶୁକୁ ଦେଖନ୍ତୁ । ଦେଖନ୍ତୁ ଏବଂ ଅନୁଭବ କରନ୍ତୁ: ଅତ୍ୟନ୍ତ ପତଳା (କ୍ଷୀଣ ମାଂସପେଶୀ) ଅଛି କି ନାହିଁ ଦେଖନ୍ତୁ । ଦୁଇ ପାଦରେ ଫୁଲା ଅଛି କି ନାହିଁ ଦେଖନ୍ତୁ ବୟସ ଅନୁପାତରେ ଡେନକୁ ଗ୍ରାଫରେ ଚିହ୍ନଟ କରି ଶିଶୁର ପୁଷ୍ଟିହୀନତା ସ୍ତର ଜାଣନ୍ତୁ । ଏଠାରେ ପୁଷ୍ଟିହୀନତା ଶ୍ରେଣୀ ବିଭାଗର ଏକ ସାରଣୀ ଦିଆଯାଇଛି । ରକ୍ତହୀନତା ଅଛି କି ନାହିଁ ଜାଣିନିଅନ୍ତୁ ଆଇରନ୍ ଫୋଲିକ ଦେଇ ରକ୍ତହୀନତା ‘ର ଚିକିତ୍ସା କରନ୍ତୁ । କେତେକ ଶେତାବ ହାତ ଫୁଲା ରୋଗକୁ ଆଇରନ୍ ଚିକିତ୍ସା କରନ୍ତୁ । ଆଇରନ୍ନ କେତେମାତ୍ରାରେ ଦିଆଯିବ ତାହା ସରଣୀରେ ଦିଆଯାଇଛି । ଆଇରନ ବଟିକା ବା ସିରପ ଖାଇ ଚାହା ପିଇବା ଉଚିତ୍ ନୁହେଁ । ଏହା ଶରୀରରେ ଆଇରନ୍ନ ଶୋଷଣ ମାତ୍ରାକୁ କମାଇ ଦିଏ ଏବଂ ଆବଶ୍ୟକୀୟ କାର୍ଯ୍ୟ କରିନଥାଏ । ବୟସ ଅନୁସାରେ ଶିଶୁ ଖାଦ୍ୟପେୟ ଦେବାପାଇଁ ମା’କୁ ବୁଝାଇ ଦିଅନ୍ତୁ । ଏହା ଖାଦ୍ୟପେୟ ବାବଦରେ ପରବର୍ତ୍ତୀ ଅଧ୍ୟାୟରେ ଆଲୋଚନା ହୋଇଛି । ଶିଶୁର ବୟସ ଶିଶୁଙ୍କ ପାଇଁ ଆଇରନ୍ ଫଳିପର ବଟିକା ( ୨୦ ମିଲିଗ୍ରାମର ମୌଳିକ ଆଇରନ୍ 24 ଦିନ ପାଇଁ ଦିଅନ୍ତୁ ୬ ମାସରୁ ୨୪ ମାସ ଦିନକୁ ଗୋଟିଏ ( ୫ ମି.ଲି. ଆଇ ଏଫ୍ .ଏ ସିରଫ ଦୁଇ ବର୍ଷରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ଦିନକୁ ଦୁଇଥର ଚଉଦ ଦିନ ପାଇଁ ବଟିକା ଦିଅନ୍ତୁ ଏବଂ ମା' କୁ କୁହନ୍ତୁ ଏହାପରେ ଆସି ଦେଖାକରିବେ । ଆଇରନ ବଟିକାକୁ ଗୁଣ୍ଡକରି ଶିଶୁକୁ ଖାଇବାକୁ ଦିଅନ୍ତୁ । ମା' କୁ କୁହନ୍ତୁ ଯେ ଶିଶୁର କଳା ଝାଡ଼ା ହୋଇପାରେ । ଏଥିରେ ବ୍ୟସ୍ତ ହେବାର ନାହିଁ । ପରିବର୍ତ୍ତୀ ଦେଖାଶୁଣା ବା କାର୍ଯ୍ୟାନୁସରଣ (Follow up) ଆଣ୍ଟିବାୟୋଟିକ ନିମୋନିଆ ପାଇଁ ଆଇରନ ରକ୍ତହୀନତା ପାଇଁ କାମ କରେନାହିଁ ଏବଂ ଖାଦ୍ୟାଭ୍ୟସ ବିଷୟକ ଉପଦେଶ ମା’ ପାଳଣ କରିଛନ୍ତି କି ନାହିଁ ତାହାର ପରିବର୍ତ୍ତୀ କାର୍ଯ୍ୟାନୁସରଣ ପାଇଁ ମା’ କିଛିଦିନ ପରେ ଆସନ୍ତୁ ବୋଲି କହିବା ଦରକାର । ତେଣୁ ନିର୍ଦ୍ଦିଷ୍ଟ ସମୟ ଓ ଜମିରେ ଆସିବେ ବୋଲି ମା’କୁ କୁହନ୍ତୁ । ସ୍ୱାସ୍ଥ୍ୟବସ୍ଥା କାର୍ଯ୍ୟନୁସରଣ ନିମୋନିଅ ୨ ଦିନ ନାଳଝାଡା ୨ ଦିନ ତରଳଝାଡା (ଯଦି ଲାଗିରହେ) ୨ ଦିନ ମ୍ୟାଲେରିଆ ୨ଦିନ ଖୁବ୍ କମ୍ ଓଜନ ୩୦ ଦିନ ରକ୍ତହୀନତାବ ୧୪ ଦିନ ଖାଦ୍ୟଖୁଆଇବା ସମସ୍ୟା ୫ ଦିନ ଟୀକାକରଣ ସୂଚୀ ଦେଖାଇ ମା’ କୁ କହିଦିଅନ୍ତୁ ଯେ ସେ ଶିଶୁର ପରିବର୍ତ୍ତୀ ଗୀକାକରଣ ପାଇଁ କେବେ ଆସିବେ କାର୍ଯ୍ୟାନୁସରଣ ଯତ୍ନ (Follow up Care) ନିମୋନିଆ : ଦୁଇଦିନ ପରେ ମା’ ସହିତ ସମୀକ୍ଷା କରି ଦେଖନ୍ତୁ ଯେ ଉପଦେଶ କ୍ରମେ ଶିଶୁକୁ ଚିକିତ୍ସା ଦିଆଯାଇଛି କି ନାହିଁ । ତାପରେ ଶିଶୁକୁ ଦେଖି ସାଧାରଣ ବିପଦ ଲକ୍ଷଣ ଗୁଡ଼ିକର ଆକଳନ କରନ୍ତୁ । ସେଗୁଡ଼ିକ ମଧ୍ୟରେ ଛାତି ଭିତରକୁ ପଶିଯିବା, ଶ୍ଵାସ ପ୍ରଶ୍ଵାସ ଗତି ୧ ମିନିଟରେ କେତେ ଇତ୍ୟାଦି । ଆକଳନ ଚିକିତ୍ସା ଯଦି ଛାତି ଭିତରକୁ ପଶିଯାଉଛି ବା ସାଧାରଣ ବିପଦ ଲକ୍ଷଣ ଅଛି ତୁରନ୍ତ ପ୍ରେରଣ କରନ୍ତୁ (ଚିକିତ୍ସା ପାଇଁ) ଯଦି ଶ୍ଵାସ ପ୍ରଶ୍ଵାସ ଗତି ଜୋରରେ ରହିଛି ଏବଂ କୁହାଯାଇଥିବା ଅନୁସାରେ ଶିଶୁକୁ ଔଷଧ ଦିଆଯାଇଛି ଔଷଧ ପରିବର୍ତ୍ତନ ପାଇଁ ଡାକ୍ତରଙ୍କ ପାଖକୁ ପଠାନ୍ତୁ । ଯଦି ଶ୍ଵାସପ୍ରଶ୍ଵାସ ଗତି ଧୀରେ ଚାଲିଛି ଏବଂ ଶିଶୁକୁ ଭଲ ଲାଗୁଛି ଦିଆଯାଇଥିବା ଆଣ୍ଟିବାୟୋଟିକକୁ ୩ ଦିନ ଯାଏଁ ଚାଲୁ ରଖନ୍ତୁ । ନାଳ ଝାଡ଼ା (ଆମାଶୟ) – ଏଥିପାଇଁ ଚିକିତ୍ସା ହେଉଥୁବା ଶିଶୁକୁ ୨ ଦିନ ପରେ ଫଲୋଅପ କରିବା ଦରକାର । ଯଦି ଶିଶୁର ଝାଡ଼ାରେ ରକ୍ତ ପଡୁନାହିଁ ତେବେ ୫ ଦିନର ଚିକିତ୍ସା ସମ୍ପୁର୍ଣ୍ଣ କରିଦିଅନ୍ତୁ । ଯଦି ଝାଡ଼ାରେ ରକ୍ତ ପଡୁଛି, ତେବେ ଶିଶୁର ଜଳ ଶୁଷ୍କତା ସ୍ଥିତି ଆକଳନ କରନ୍ତୁ ମଧ୍ୟ ଏହା ସାଙ୍ଗକୁ ଆକଳନ କରନ୍ତୁ । ଯଦି ଶିଶୁର ଅତ୍ୟନ୍ତ ଜଳ ଶୁଷ୍କତା ଥାଏ, ତେବେ ତାକୁ ଚିକିତ୍ସା ପାଇଁ ପଠାନ୍ତୁ କିମ୍ବା ପ୍ଲାନ୍-ଏ ଓ ପ୍ଲାନ୍ନ-ବି ଅନୁସାରେ ଚିକିତ୍ସା କରନ୍ତୁ । ତରଳ ଝାଡ଼ା – ଦୁଇଦିନ ଚିକିତ୍ସା ପରେ ଶିଶୁକୁ ପୁଣି ଦେଖିବା ଦରକାର । ତରଳ ଝାଡ଼ାର ସ୍ଥିତି ଆକଳନ କରନ୍ତୁ ଏବଂ ଶିଶୁର ଖାଦ୍ୟ ଖାଇବାରେ କିଭଳି ପରିବର୍ତ୍ତନ ଆସିଛି ଦେଖନ୍ତୁ । ଆକଳନ ଫଳାଫଳ ଯଦି ଚର୍ମଟାଣିଲେ ଧରେ ଯାଉଛି କିମ୍ବା କମ୍ ପିଉଛି ବା ସାଧାରଣ ବିପଦ ଲକ୍ଷଣ ରହିଛି ଚିକିତ୍ସା ତୁରନ୍ତ ଡାକ୍ତରଖାନାକୁ ପଠାନ୍ତୁ ଯଦି ଶିଶୁର କିଛିଟା ଜଳଶୁଷ୍କତା ଅଛି ( ଚର୍ମଟାଣିଲେ ଧୀରେ ଯାଉଛି କିନ୍ତୁ ଆଗ୍ରହର ସହିତ ପିଉଛି) ଓ.ଆର.ଏସ୍ ଦେଇ ଚିକିତ୍ସା କରନ୍ତୁ 4 ଘଣ୍ଟା ପରେ ପୁଣି ଆକଳନ କରନ୍ତୁ ଯଦି ଶିଶୁର ଜଳଶୁଷ୍କତା ନାହିଁ ( ଚର୍ମ ଟାଣିଲେ ସ୍ଵାଭାବିକ ଫେରୁଛି ଏବଂ ଶିଶୁ ଭଲରେ ପିଉଛି) ଘରେ ପ୍ରସ୍ତୁତ ପାନୀୟ ଦେଇ ଚିକିତ୍ସା କରାନ୍ତୁ, ଶିଶୁର ଖାଇବା ସମୀକ୍ଷା କରି ସମସ୍ୟା ସମାଧାନ କରନ୍ତୁ । ବୟସ ଅନୁସାରେ ଖୁବ୍ କମ୍ ଓଜନ ଆଗରୁ କୁହାଯାଇଥିବା ଭଳି ଶିଶୁର ଖାଇବାକୁ ପୁଣିଥରେ ଆକଳନ କରନ୍ତୁ କିମ୍ବା ସୁଖାଇବା ଚାର୍ଟ ଦେଖି ମା’କୁ ପରାମର୍ଶ ଦିଅନ୍ତୁ । ଓଜନ କରି ଶିଶୁର ଓଜନ ବଢିଛି କି ନାହିଁ ଜାଣି ନିଅନ୍ତୁ । ବୟସ ଅନୁସାରେ ଖୁବ୍ ଓଜନ ନାହିଁ ମା’କୁ ପ୍ରଶଂସା କରନ୍ତୁ ଏବଂ ଶିଶୁ କିମ୍ବା ଖୁଆଇବା ଅଭ୍ୟାସ ଚାଲୁ ରଖିବା ପାଇଁ କରନ୍ତୁ ତଥାପି ବୟସ ଅନୁସାରେ ଖୁବ୍ କମ୍ ଓଜନ ଅଛି ଖାଦ୍ୟ ଖାଇବା ସମସ୍ୟା ବାବଦରେ ମା’ର ଉପଦେଶ ଦିଅନ୍ତୁ ମା’କୁ ଚଉଦ ଦିନ ପରେ ଆସି ଦେଖାକରିବା କୁହନ୍ତୁ ଯଦି ଆପଣ ଶିଶୁ ଖାଦ୍ୟ ଖାଇବାର ସମସ୍ୟାରେ ଉନ୍ନତି ଦେଖୁନାହାନ୍ତି ତେବେ ଶିଶୁକୁ ରେଫର୍ କରନ୍ତୁ । ଶିଶୁ ସୂତା ହେବା ଯାଏଁ ତା ପାଖକୁ ଯାଇ ଦେଖାଶୁଣା କରନ୍ତୁ ବୟସ ଅନୁପାତରେ ଖୁବ୍ କମ୍ ଓଜନ ଥିବା ଶିଶୁମାନଙ୍କୁ ଆପଣ ସାଧାରଣତଃ ପ୍ରତି ସପ୍ତାହରେ ଥରେ ପରିଦର୍ଶନ କରିବା ଏବଂ ସେମାନଙ୍କର ଖାଦ୍ୟ କହିବା ସମସ୍ୟା ବୁଝିବା ଦରକାର । ପରିଦର୍ଶନରୁ ଆପଣ ପ୍ରକୃତ ସମସ୍ୟାଟିକୁ ଜାଣିପାରିବେ । ରକ୍ତହୀନତା ଦିଆଯାଇଥିବା ପରାମର୍ଶମାନି ପିଲାକୁ ଆଇରନ ଦିଆଯାଉଛି କି ନାହିଁ ତାହାର ସମୀକ୍ଷା କରନ୍ତୁ । ପିଲାଟି ଅପେକ୍ଷାକୃତ ସୁସ୍ଥ ଅଛି କି? ପିଲାଟିର ଖିଆବିଆରେ ଉନ୍ନତି ଘଟିଛି କି ? ଆଉ ୧୪ ଦିନ ପାଇଁ କୌହ ଫଲିଫର ଦିଅନ୍ତୁ । ଏକ ମାସ ଚିକିତ୍ସା ପରେ ହାତ ପାପୁଲି ଦେଖୁ ନିଅନ୍ତୁ । ଲୌକ ଫଲିଫର ଦେବା ପରେ ଯଦି ପିଲାଟିର ଉନ୍ନତି ଆସୁନାହିଁ ତେବେ ତାକୁ ରେଫର କରନ୍ତୁ । ଖୁଆଇଇବା ସମସ୍ୟା ପୁନଶ୍ଚ ଦେଖାଶୁଣା ପାଇଁ ୫ ଦିନ ପରେ ପିଲାଟି ଆସିଲେ, ତାର ଖାଦ୍ୟ ଖାଇବା ବାବଦରେ ପଚାରି ବୁଝନ୍ତୁ । ଖାଦ୍ୟ ଖୁଆଇବା ସାରଣୀ ଦେଖାଇ ମା’ଙ୍କୁ ବୁଢ଼ାନ୍ତୁ । ପିଲାର ଖାଦ୍ୟ ଖାଇବେ କିଭଳି ପରିବର୍ତ୍ତନ ଘଟିଛି ତାହା ମା’ ସହିତ କଥାବାର୍ଭା ହୋଇ ଜାଣିବାକୁ ଚେଷ୍ଟା କରନ୍ତୁ । ମା' ନେଇଥୁବା ପଦକ୍ଷେପଗୁଡ଼ିକରେ ସଫଳ ହେଉଇଛି କି ? ଯଦି ମା' , ଦିଆଯାଇଥୁବା ପରାମର୍ଶ ଅନୁସାରେ ପଦକ୍ଷେପ ନେଇ ନାହାନ୍ତି । ଯଦି ସଫଳତା ମିଳିଛି, ମା' ଙ୍କୁ ପୁଣି ଉତ୍ସାହିତ କରି ଅଭ୍ୟାସଟିକୁ ଚାଲୁ ରଖିବାକୁ କୁହନ୍ତୁ । ସମ୍ଭବ ହେଲେ ଆଉ ଗୋଟିଏ କିମ୍ବା ଦୁଇ ପ୍ରକାର ଖାଦ୍ୟ ପିଲାକୁ ଦେବା ପାଇଁ କୁହନ୍ତୁ । ୧୪ ଦିନ ପରେ ପୁଣି ଆସି ଦେଖାକରିବାକୁ କୁହନ୍ତୁ । ଯଦି ପିଲା ଅଧିକ ଖାଇବା ଆରମ୍ଭ କରିଛି ତେବେ ମା'ଙ୍କୁ ପ୍ରଶଂସା କରନ୍ତୁ । କାରଣଗୁଡ଼ିକୁ ଜାଣି ସଠିକ ବାଟ ବଢ଼ାଇ ଦିଅନ୍ତୁ । ୧୪ ଦିନ ପରେ ଆସି ଦେଖା କରିବାକୁ କୁହନ୍ତୁ । ଦୁଇ ସପ୍ତାହରେ ମା’ଙ୍କୁ ଆସିବାକୁ କୁହନ୍ତୁ ଏବଂ ଆସିଲେ ପିଲାର ଅବସ୍ଥାରେ ଉନ୍ନତି ଘଟିଛି କି ନାହିଁ ଦେଖନ୍ତୁ । ଏକ ମାସର ତଦାରଖ ପରେ ପିଲାର ଅବସ୍ଥାରେ ଉନ୍ନତି ନ ଆସିଲେ ଡାକ୍ତରଙ୍କ ପାଖକୁ ଯିବା ପାଇଁ କୁହନ୍ତୁ । ଉପସଂହାର ସଂକ୍ରମଣ ଚକ୍ରକୁ ଭାଙ୍ଗି ଉଚ୍ଚତା କମ ହୋଇଯିବା ସମସ୍ୟାକୁ ଦୂରକରିବା ବର୍ତ୍ତମାନ ପରିସ୍ଥିତ ପାଇଁ ଖୁବ ଗୁରୁତ୍ଵପୂର୍ଣ୍ଣ । ଏହି ଅଧ୍ୟାୟରେ ସମସ୍ତ ପ୍ରକାର ଶୈଶବକାଳୀନ ଅସୁସ୍ଥତା ବାବଦରେ କୁହାଯାଇଛି । ଆଖିରେ ଯାହା ଦେଖାଯାଉଛି। ସେହି ଅନୁସାରେ ଏହାର ଆକଳନ ଓ ଶ୍ରେଣୀ ବିଭାଗ କିପରି କରିବାକୁ ହେବ ତାହା କୁହାଯାଇଛି । ଏହା କରିବାର ସୋପାନଗୁଡ଼ିକ ଖୁବ ସରଳ, ଏହି ପ୍ରଶିକ୍ଷଣ ଅଧୁକା°ଶ ଅଙ୍ଗନୱାଡିକର୍ମୀ ନେଇଛନ୍ତି । ଏହି ଅଧ୍ୟାୟରେ ମଡ୍ୟୁଲଟି ଏଇଥି ପାଇଁ ଗୁରୁତ୍ଵପୂର୍ଣ୍ଣ। ଯେ, ଯଦି କେତେକ ଅସୁସ୍ଥତାର ଚିକିତ୍ସା କରାନଯାଏ ତେବେ ସହଜ । ଏହା ଉଚ୍ଚତା କମ୍ ହେବା ସମସ୍ୟା ଓ ଶିଶୁ ମୃତ୍ୟୁ ଭଳି ସମସ୍ୟାର କାରଣ ହେବ । ଅତଏବ ଏହି ଅଧ୍ୟାୟରେ ସମସ୍ତ ପ୍ରକାର ସାଧାରଣ ଅସୁସ୍ଥତା ବିଷୟରେ ସହଜ, ସରଳ ଭାବେ ବର୍ଣ୍ଣନା କରାଯାଇଛି । ମୁଖ୍ୟବାର୍ତ୍ତା ଗୋଷ୍ଠୀରେ ଉଚ୍ଚତା କମ୍ ହେବା ସମସ୍ୟାର ପ୍ରତିରୋଧ ସ୍ଵରୂପ ଆଇ.ଏମ.ଏନ.ସି.ଆଇ ନିର୍ଦ୍ଦେଶାବଳୀ ଅନୁଯାୟୀ ୨ ମାସରୁ ୫ ବର୍ଷ ବୟସର ଶିଶୁମାନଙ୍କ ଅସୁସ୍ଥତାର ଆକଳନ ଓ ଶ୍ରେଣୀବିଭାଗ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ରଙ୍ଗ ଅନୁସାରେ ଆଇ.ଏମ.ଏନ.ସି.ଆଇ.. ନିର୍ଦ୍ଦେଶାବଳୀକୁ ମାନି ଶିଶୁର ଆକଳନ ଓ ଚିକିତ୍ସା କରିବା ଗୁରୁତ୍ଵପୂର୍ଣ୍ଣ : ଗୋଲାପି (ନାଲି) ରଙ୍ଗ ହେଉଛି ଶିଶୁକୁ ହସପିଟାଲ ନେବା ଜରୁରୀ, ହଳଦିଆ ହେଉଛି ଚିକିତ୍ସା ଆରମ୍ଭ ଏବଂ ନୀଳ ହେଉଛି ଶିଶୁ ଘରେ ଚିକିତ୍ସା ହେଇ ଦେଖାଶୁଣା କରାଯାଇପାରିବ । ଉକ୍ତ ରଙ୍ଗ ବିଭାଗୀକରଣ ବାବଦରେ ଅଙ୍ଗନୱାଡି କର୍ମୀ ନିହାତି ଜାଣିବା ଦରକାର । ସେ ଆଇ.ଏମ.ଏନ.ସି.ଆଇ.. ନିର୍ଦ୍ଦେଶାବଳୀକୁ ଜାଣି ଠିକ ସମୟରେ ଅସୁସ୍ଥ ଶିଶୁଙ୍କ ବିଭାଗୀକରଣ ଏବଂ ଆକଳନ କରିବେ; ଠିକ ସମୟରେ ଚିକିତ୍ସା ପାଇଁ ପଠାଇବେ । ଏହାଦ୍ଵାରା ସାଧାରଣ ଅସୁସ୍ଥତା ଯଥା ନିମୋନିଆ, ତରଳଝାଡ଼ା ଇତ୍ୟାଦି ଜନିତ ମୃତ୍ୟୁ ଓ ଗୋଡ଼ା ସମସ୍ୟାକୁ କରାଯାଇପାରିବ । ଆଧାର: ୟୁନିସେଫ