ଉପକ୍ରମ ହାଡ଼ ଭାଙ୍ଗିଯିବା, ଫାଟିଯିବା କିମ୍ବା ଦବିଯିବାକୁ ଅସ୍ଥିଭଙ୍ଗ କୁହାଯାଏ । ଅସ୍ଥିଭଗ୍ନର କାରଣ ଏହି ମୁଖ୍ୟତଃ ୩ ପ୍ରକାର ଚାପର ପ୍ରଭାବକୁ ହୋଇଥାଏ । ଯଥା ପ୍ରତ୍ୟକ୍ଷ ଚାପ ଆଘାତର ପ୍ରତ୍ୟକ୍ଷ ଚାପଦ୍ଵାରା ଆଘାତ ଲାଗିଥିବା ସ୍ଥାନ ହାଡ଼ ଭାଙ୍ଗିଯାଇଥାଏ, ଏହାକୁ ପ୍ରତ୍ୟକ୍ଷ ଚାପ କୁହାଯାଏ । ଉଦାହରଣ ଗୁଳିଚୋଟ, ଚକ ଚଢିଯିବା, ଓଜନବସ୍ତୁ ଅଙ୍ଗ ଉପରେ ପଡିଯିବା । ପରୋକ୍ଷ ଚାପ ଅଙ୍ଗରା ଏକ ସ୍ଥାନରେ ଆଘାତଲାଗି ତାହାର ଚାପ ଶରୀରର ଅନ୍ୟ ସ୍ଥାନକୁ ଯାଇ ଉକ୍ତ ସ୍ଥାନର ହାଡକୁ ଭାଙ୍ଗିଦେଇଥାଏ । ଏହାକୁ ପରୋକ୍ଷ ଚାପ କୁହାଯାଏ । ଉଦାହରଣ ହାତ ମାଡି ପଢିଯିବା ଦ୍ଵାରା ଶରୀର ଅକ୍ଷକାସ୍ଥି ଭାଙ୍ଗିଥାଏ । ମାଂସପେଶୀ ଚାପ ମାଂସପେଶୀମାନ ହଠାତ୍ ସଙ୍କୁଚିତ ହେବା ଦ୍ଵାରା ହାଡ଼ ଉପରେ ଚାପ ସୃଷ୍ଟି ହୋଇ ଅସ୍ଥି ଭଗ୍ନ ହୋଇଥାଏ । ଏହାକୁ ମାଂସପେଶୀର ଚାପ କୁହାଯାଏ । ଯଥା – ଜୋରରେ କାଶିବା ଦ୍ଵାରା ପଞ୍ଜରାସ୍ଥି ଭାଙ୍ଗିବା, ଗୋଡର ମାଂସପେଶୀ ସଂକୋଚନ ରେ ଫିବୁଲା ବା ହାଡ଼ ଭାଙ୍ଗିଥାଏ । ଅସ୍ଥିଭଗ୍ନର ପ୍ରକାର : ସରଲା ବା ଆବଧ ଅସ୍ଥି ଭଗ୍ନ ଅସ୍ଥିଭଗ୍ନର ଚିହ୍ନ ଓ ଲକ୍ଷଣ ଦେଖାଯାଏ କିନ୍ତୁ ଭଙ୍ଗାହାଡ଼ ଶରୀରର ବାହାରକୁ ଦେଖାଯାଏ ନାହିଁ । ଯୁଗ୍ମ ଅସ୍ଥି ଭଗ୍ନଅସ୍ଥିଭଙ୍ଗର ଚିହ୍ନ ଓ ଲକ୍ଷଣ ଦେଖାଯାଏ । ଭଗ୍ନ ହାଡ଼ ଚର୍ମ ବାହାରକୁ ଦେଖାଯାଇଥାଏ । ହାଡ଼ ଭଙ୍ଗା ଦ୍ଵାରା ହୋଇଥିବା କ୍ଷତରୁ ରକ୍ତସ୍ରାବ ହୁଏ ଏବଂ ବାହ୍ୟ ଭାଗରୁ ଧୂଳିକଣା ଏବଂ ଜୀବାଣୁ ତନ୍ମଧ୍ୟରେ ପ୍ରବେଶ କରିଥାଏ । ଜଟିଳ ଅସ୍ଥି ଭଗ୍ନ ଅସ୍ଥିଭଙ୍ଗ ସହିତ ଶରୀରର ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ଯଥା- ପ୍ରଧାନ ରକ୍ତବାହୀନଳୀ, ମେରୁମଜ୍ଜା, ମସ୍ତିଷ୍କ, ହୃତପିଣ୍ଡ, ଫୁସ୍ ଫୁସ୍, ଯକୃତ, ପିହ୍ଳା ଇତ୍ୟାଦି ଗୁରୁତ୍ଵପୂର୍ଣ୍ଣ ଅଙ୍ଗରେ ପଶି କ୍ଷତ କରିଥାଏ । ସରଲା କିମ୍ବା ଅସ୍ଥିଭଙ୍ଗ ଜଟିଳ ଅସ୍ତିଭଗ୍ନ ହୋଇପାରେ । ଚିହ୍ନ ଓ ଲକ୍ଷଣ ଅସ୍ଥି ଭଗ୍ନ ସ୍ଥାନ ଏବଂ ତାର ଚାରିପାର୍ଶ୍ଵରେ ଯନ୍ତ୍ରଣା ଅନୁଭୂତ ହୁଏ । ଭଗ୍ନ ଅଂଶକୁ ସାଧାରଣ ଭାବେ ସ୍ପର୍ଶ କଲେ ସେଥିରେ କଷ୍ଟ ଅନୁଭୂତ ହୁଏ । ଉକ୍ତ ସ୍ଥାନ ଦୃଢତା ହରାଇଥାଏ । ସହି ସ୍ଥାନ ଫୁଲିଯିବା ସହିତ ବର୍ଣ୍ଣ ବିଚ୍ୟୁତି ଘଟେ । ଭାଙ୍ଗିଯାଇଥିବା ଅଂଶରେ ସ୍ଵାଭାବିକ ଚଳପ୍ରଚଳ ହୋଇପାରେ ନାହିଁ । ଭାଙ୍ଗିଯାଇଥିବା ହାଡ଼ ଖସିଯାଇ ସ୍ଥାନଚ୍ୟୁତ ହୋଇପାରେ । ଏହିପରି ଅବସ୍ଥାରେ ଉକ୍ତ ଅଂସ ବିକୃତ ହୋଇଥାଏ । ମାଂସପେଶୀ ଦ୍ଵାରା ଟାଣିହୋଇ ଭଙ୍ଗା ହାଡର ଗୋଟିଏ ମୁଣ୍ଡ ଅନ୍ୟ ମୁଣ୍ଡରେ ଚଢିଯାଇ ଅଙ୍ଗକୁ କୋଟ କରିଦେଇଥାଏ । ଭାଙ୍ଗିଯାଇଥିବା ହାଡ଼ ଦୁଇ ମୁଣ୍ଡ ପରସ୍ପର ସଂଗେ ବାଜିଲେ କଡ଼ କଡ ଶବ୍ଦ ହୁଏ କିନ୍ତୁ ଏହି ଶବ୍ଦ ଶୁଣିବାକୁ ଚେଷ୍ଟା କର ନାହିଁ । ଏହା ଦ୍ଵାରା ସେହି ସ୍ଥାନରେ ଅଧିକ କ୍ଷତି ହେବାର ସମ୍ଭାବନା ହୋଇଥାଏ । ଅସ୍ଥିଭଗ୍ନ ଘଟିଥିବା ଅଙ୍ଗରେ ଅସ୍ଵାଭବିକ ଚଳନ ହୋଇଥାଏ । ଭଗ୍ନ ଅସ୍ଥି ଦ୍ଵାରା ରକ୍ତବାହୀ ନଳୀ ଚାପି ହେଲେ ଉକ୍ତ ଅଂସ ଅଧିକ କ୍ଷତିଗ୍ରସ୍ତ ହୁଏ । ଭଗ୍ନ ଅସ୍ଥି ମଧ୍ୟରେ ସ୍ନାୟୁ ଚାପି ହେଲେ ଅଙ୍ଗି ଅଚଳ ହୋଇଥାଏ ଓ ସେଥିରେ ସ୍ପର୍ଶର ସମ୍ବେଦନର ଅନୁଭବ ଲୋପ ହୋଇଯାଏ । ଉପଚାର ବଡ ଦୁର୍ଘଟଣା ଯୋଗୁଁ ଅସ୍ଥିଭଗ୍ନ ହୋଇଥାଏ ଏବଂ ତାହା ସହିତ ଅନ୍ୟ ଅଙ୍ଗରେ ମଧ୍ୟ କ୍ଷତ ସୃଷ୍ଟି ହୋଇଥାଏ । ଏହିଭଳି ପରିସ୍ଥିତିରେ ରକ୍ତସ୍ରାବର ପରିମାଣ କ୍ଷତର ପରିମାଣ ଇତ୍ୟାଦିକୁ ବିଚାରକୁ ନେଇ ଜୀବନ ରକ୍ଷା ଅଗ୍ରାଧିକାର ଭିତ୍ତିରେ କ୍ରମଅନୁଯାୟୀ ପ୍ରାଥମିକ ଚିକିତ୍ସା କରିବାକୁ ହୁଏ । ଏହି କ୍ଷେତ୍ରରେ ଆହତ ବ୍ୟକ୍ତିର ଶ୍ଵାସକ୍ରିୟା, ରକ୍ତସ୍ରାବ, ସକ୍ ଇତ୍ୟାଦିକୁ ବିପନ୍ନକାରୀ ଅବସ୍ଥା ପାଇଁ ପ୍ରଥମେ ବ୍ୟବସ୍ଥା ଗ୍ରହଣ କରିବା ପରେ ଭଗ୍ନ ଅସ୍ଥିର ଚିକିତ୍ସା କରିବାକୁ ହୁଏ । ଯେଉଁଠାରେ ଦୁର୍ଘଟଣା ଘଟିଥାଏ, ସେହି ସ୍ଥାନରେ ଉପଚାର ପ୍ରଦାନ କର । ଏହାଦ୍ଵାରା ଆହତ ବ୍ୟକ୍ତିକୁ ଅନ୍ୟ ସ୍ଥାନକୁ ନେବା ସହଜ ହୋଇଥାଏ । ଯତ୍ନ ର ସହିତ ଉପଚାର କର । ସଂପୃକ୍ତ ସ୍ଥାନାକୁ ଅଯଥା ହଲଚଲ କରନାହିଁ । ଯଥା ସମ୍ଭବ ଡାକ୍ତରୀ ସାହାଯ୍ୟ ମିଳିବା ପାଇଁ ବ୍ୟବସ୍ଥା କର ଏବଂ ଆହତ ବ୍ୟକ୍ତିର ସମ୍ପର୍କୀୟଙ୍କ ପାଖକୁ ଖବର ପଠାଇଦିଅ ସକ୍ ର ଉପଚାର କର । ହାଡ଼ ଭାଙ୍ଗି ବାହାରକୁ ଦେଖାଯାଉଥିଲେ, ତାଙ୍କୁ ଧୁଅ ନାହିଁ କିମ୍ବା ରକ୍ତ ସ୍ଥାନରେ ଜୀବାଣୁ ବିଶୋଧକ ପଦାର୍ଥ ଲଗାଅ ନାହିଁ । ହାଡ଼ ଭାଙ୍ଗିଥିଲେ ତାଙ୍କୁ ଯୋଡିବାକୁ ଚେଷ୍ଟାକର ନାହିଁ । ଭାଙ୍ଗିଯାଇଥିବା ସ୍ଥାନରେ ଯଥେଷ୍ଟ ତୁଳା ଦେଇ ତା ଉପରେ ଚାପୁଆଣି କିମ୍ବା ବିକଳ୍ପ ଭାବେ ସ୍କେଲ, ପିଚବୋର୍ଡ, ଖବର କାଗଜ ଇତ୍ୟାଦିକୁ ଚାପୁଆଣି ଭାବେ ବ୍ୟବହାର କରି ବ୍ୟାଣ୍ଡେଜ ବାନ୍ଧି ଉକ୍ତ ସ୍ଥାନକୁ ଅଚଳ କରିଦିଅ । ଏଥିପାଇଁ ଭଗ୍ନ ସ୍ଥାନର ଉପରେ ଓ ତଳ ଭାଗରେ ବାନ୍ଧ । ଉକ୍ତ ସ୍ଥାନ ଅଚଳ ହୋଇଯିବା ଦ୍ଵାରା ଅଧିକ କ୍ଷତି ହୁଏନାହିଁ ଏବଂ ସେହି ସ୍ଥାନରେ ଶିରା, ଧମନୀ, ମାଂସପେଶୀ, ଇତ୍ୟାଦି ଭଗ୍ନ ଅଂଶର ପ୍ରଭାବରୁ ସୁରକ୍ଷିତ ହୋଇଥାଏ । ଚାପୁଆଣି ଏବଂ ବ୍ୟାଣ୍ଡେଜର ବ୍ୟବହାର ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ଏବଂ ବ୍ୟବହାର ଉପଯୋଗୀ ଚାପୁଆଣି ନମିଳିଲେ ଯଥା ସମ୍ଭବ ବିକଳ୍ପଭାବେ ଶରୀରର ସୁସ୍ଥ ଅଙ୍ଗକୁ ପ୍ରାକୃତିକ ଚାପୁଆଣି ଭାବେ ବ୍ୟବହାର କରି ଆହତ ଅଙ୍ଗକୁ ତାହା ସହିତ ବାନ୍ଧି ଅଚଳ କରିଦିଅ । ଯଥା – ଗୋଟିଏ ଗୋଡରେ ଅସ୍ଥି ଭଗ୍ନ ହୋଇଥିଲେ ତାଙ୍କୁ ଭଲଥିବା ଗୋଡ଼ ସହିତ ଏବଂ ହାତରେ ଅସ୍ଥି ଭଗ୍ନ ହୋଇଥିଲେ ତାଙ୍କୁ ଛାତି ସହିତ ବାନ୍ଧି ଅଚଳ କରାଯାଇଥାଏ । ଚାପୁଆଣି ବାନ୍ଧିବା ସମୟରେ ଖାଲୁଆ ସ୍ଥାନମାନଙ୍କରେ ପ୍ୟାଡ୍ ଦେଇ ବ୍ୟାଣ୍ଡେଜ୍ ବନ୍ଧଯାଏ । ପ୍ରାଥମିକ ଚିକିତ୍ସା ପ୍ରଥମ କର୍ତ୍ତବ୍ୟ ହେଲା ଭଙ୍ଗା ଅଙ୍ଗକୁ ଅଚଳ କରିବା । ଭାଙ୍ଗିଯାଇଥିବା ସ୍ଥାନର ଉପରେ ଓ ତଳେ ଚାପୁଆଣି ଦେଇ ବ୍ୟାଣ୍ଡେଜ୍ ବନ୍ଧା । ପଟିକୁ ଦୃଢକରି ବାନ୍ଧିବା ଦ୍ଵାରା ଭଗ୍ନ ଅଂସ ହଲଚଲ ହୋଇପାରେ ନାହିଁ । ଏହାକୁ ଅଧିକ ଜୋରରେ ବାନ୍ଧିଲେ ଅଙ୍ଗ ଫୁଲିଯାଏ ଏବଂ ଢିଲା କରି ବାନ୍ଧିଲେ ଉକ୍ତ ସ୍ଥାନ ହଲଚଲ ହୋଇଥାଏ । ବ୍ୟାଣ୍ଡେଜ୍ ବାନ୍ଧିବା ପୂର୍ବରୁ ପ୍ୟାଡ୍ ଭାବେ ଯଥେଷ୍ଟ ପରିମାଣରେ ତୁଳା ବ୍ୟବହାର କର । ଯଦି ଆହତ ଅଂଶର ଖାଲୁଆ ଜାଗାରେ ଓ ଚାପୁଆଣୀ ତଳେ ତୁଳା କିମ୍ବା କନାର ପ୍ୟାଡ୍ ଦେଇ ବନ୍ଧଯାଏ, ତେବେ ଶରୀରକୁ କଷ୍ଟ ହୁଏ ନାହିଁ ବ୍ୟାଣ୍ଡେଜ୍ ଖସିବାର ଭୟ ନଥାଏ । ଆହତ ବ୍ୟକ୍ତି ଶୋଇବା ଅବସ୍ଥାରେ ଥିଲେ ପଟିକୁ ଶରୀରର ଫାଙ୍କ ବା ଖାଲୁଆ ସ୍ଥାନ ମଧ୍ୟ ଦେଇ ନିଅ । ଯଥା – ବେକ, ଆଣ୍ଠୁତଳ, ଅଣ୍ଟା ଇତ୍ୟାଦି ଏହି ଦ୍ଵାରା ବ୍ୟାଣ୍ଡେଜ୍ ଦୃଢ ହୋଇ ରହେ । ଆଘାତ ବା କ୍ଷତ ନଥିବା ସ୍ଥାନରେ ଗଣ୍ଠି ପକାଇବା । ଚାପୁଆଣି କାଠ, ପ୍ଲାଷ୍ଟିକ ଓ ଧାତୁ ନିର୍ମିତ ବସ୍ତୁକୁ ଚାପୁଆଣି ଭାବରେ ବ୍ୟବହାର କରାଯାଏ । ଏହା ଅଙ୍ଗକୁ ଅଚଳ କରିବାରେ ସାହାଯ୍ୟ କରେ । ସାରୁ ଅପେକ୍ଷା ଚଉଡାଚାପୁଆଣି ଭା କାମ କରିଥାଏ । ଚାପୁଆଣିକୁ ପ୍ରଥମେ ତୁଳା ବା କାନାରେ ଗୁଡାଇ ବାନ୍ଧିବା ଉଚିତ୍ । ପିନ୍ଧିଥିବା ଲିଗା ଉପରେ ବାନ୍ଧିବା ଭଲ । ଜରୁରୀ ଅବସ୍ଥାରେ ବିକଳ୍ପ ଚାପୁଆଣି ଭାବେ ସ୍କେଲ, କାର୍ଡବୋଡ୍, ଲମ୍ଭାଖାତା, ପେପର ଇତ୍ୟାଦିକୁ ବ୍ୟବହାର କରାଯାଇପାରେ । ସ୍ଵତନ୍ତ୍ର ଅସ୍ଥିଭଙ୍ଗ ଓ ଉପଚାର ଖପୁରୀ ଅସ୍ଥି ଭଗ୍ନ ଏହି ଦ୍ଵାରା ମସ୍ତିଷ୍କ, ସ୍ନାୟତନ୍ତୁ ଓ ରକ୍ତବାହୀ ନାଲି ଇତ୍ୟାଦିର କ୍ଷତି ହୋଇଯାଏ । ଖପୁରୀରେ ଦୁଇ ପ୍ରକାରର ଅସ୍ଥିଭଗ୍ନ ହୋଇଥାଏ । ଖପୁରୀ ଉପରେ ପାର୍ଶ୍ଵର ଅସ୍ଥିଭଗ୍ନ ଖପୁରୀ ତଳ ପାର୍ଶ୍ଵର ଅସ୍ଥିଭଗ୍ନ ଖପୁରୀ ଉପରେ ପାର୍ଶ୍ଵର ଅସ୍ଥିଭଗ୍ନ ପ୍ରତ୍ୟକ୍ଷ ଆଘାତର ପ୍ରଭାବରେ ଏହି ଅସ୍ଥି ଭଗ୍ନ ହୋଇ ଆଘାତପ୍ରାପ୍ତ ସ୍ଥାନ ଫୁଲିଯାଏ, ହାଡ଼ ଲମ୍ବା ହୋଇ ଫାଟିଥାଏ କିମ୍ବା ଗୋଲ ଅଂଶରେ ଦାବି ଯାଇଥାଏ । ମୁଣ୍ଡ ଉପରକୁ ପରୀକ୍ଷା କରିବା ସମୟରେ ଏହା ସ୍ପର୍ଶ ଦ୍ଵାରା ଅନୁଭବ କରିହୁଏ । ଖପୁରୀ ତଳ ପାର୍ଶ୍ଵର ଅସ୍ଥିଭଗ୍ନ ଆଘାତର ପରୋକ୍ଷ ପ୍ରଭାବରେ ଏହି ଷଠି ଭଗ୍ନ ହୋଇଥାଏ । ଯଥା – ଗୋଇଠି ତଳ ପାଖ ମାଡ଼ରେ, ପିଛାମାଡି ପଡିଯାଇ, ମେରୁଦଣ୍ଡର ତଳକୁ ଚାପିହୋଇ, ତଳପାଟିରେ ଶକ୍ତ ଆଘାତ ବାଜି ଏବଂ ମୁଣ୍ଡ ପାର୍ଶ୍ଵରେ ମାଡ଼ ବାଜିଲେ ଏହିଭଳି ଅସ୍ଥିଭଗ୍ନ ହୋଇଥାଏ । କାନ ଓ ନାକରୁ ରକ୍ତ ବାହାରେ । ଆଘାତ ହୋଇଥିଲେ ଉକ୍ତ ପାର୍ଶ୍ଵର ଆଖି ଲାଲ ଦେଖାଯାଏ । ଶ୍ଵାସକ୍ରିୟା ସ୍ଵାଭାବିକ ହେଉଥିଲେ ଆହତ ବ୍ୟକ୍ତିକୁ ଚିତ୍ କରି ଶୁଆଇ ଦେଇ କାନ୍ଧ ଏବଂ ମୁଣ୍ଡକୁ ତକିଆ ଦ୍ଵାରା ଟେକି ଆଉଜାଇ ରକ୍ଷା । କାନରୁ ରକ୍ତ ବାହାରୁଥିଲେ ମୁଣ୍ଡକୁ ଉକ୍ତ କଡକୁ ବୁଲାଇ ରକ୍ଷା । ଛାତିରେ ପାଣି ଜମି ଯିବା ଦ୍ଵାରା ଶ୍ଵାସକ୍ରିୟା ଘଡ଼ ଘଡ଼ ଶବ୍ଦ ହେଉଥିବା ସନ୍ଦେହ କାଲେ ଆହତ ବ୍ୟକ୍ତିକୁ ଆରୋଗ୍ୟ ଦାୟକ ଅବସ୍ଥାନରେ ଶୁଆଇ ଦିଅ ଆହତ ବ୍ୟକ୍ତିର କାନରୁ ରକ୍ତ ବାହାରୁଥିଲେ କାନରେ ତୁଳା ଦେଇ ତାକୁ ବନ୍ଦ ଥିଲେ ତାର ଉପଚାର କର । ଆହତ ବ୍ୟକ୍ତିକୁ ଉଠାଅ ନାହିଁ କିମ୍ବା ହଲ୍ ଚଲ୍ କରନାହିଁ । ତାକୁ ଶୀଘ୍ର ଡାକ୍ତରଖାନାକୁ ସ୍ଥାନାନ୍ତିରତ କର । ତଳମାଢିରେ ଅସ୍ଥିଭଗ୍ନ ଏହି ଅସ୍ଥିଭଗ୍ନ ମୁଖ୍ୟତଃ ପ୍ରତ୍ୟକ୍ଷ ଆଘାତ ଦ୍ଵାରା ହୋଇଥାଏ । ଅଧିକାଂଶ ସମୟରେ ଏହିଠାରେ ଯୁଗ୍ମ ଅସ୍ଥିଭଗ୍ନ ହୋଇଥାଏ । ତଳ ପାତିର ହାଡ଼ଭାଙ୍ଗିବା ସହିତ ପାଟି ଭିତରେ ମଧ୍ୟ କ୍ଷତ ହୋଇଥାଏ । ସାଧାରଣତଃ ଏହି ଅସ୍ଥିଭଗ୍ନ ଗୋଟିଏ ପାର୍ଶ୍ଵରେ ହୋଇଥାଏ କିନ୍ତୁ ବେଳେବେଳେ ଉଭୟ ପାର୍ଶ୍ଵର ହାଡ଼ ମଧ୍ୟ ଭାଙ୍ଗିଥାଏ । ଚିହ୍ନ ଓ ଲକ୍ଷଣ ଆହତ ବ୍ୟକ୍ତି କଥା କହିବ କିମ୍ବା ମୁହଁ ଖୋଲିବା ସମୟରେ କଷ୍ଟ ଅନୁଭବ କରେ । ଦାଣ୍ଟଗୁଡିକ ବାଙ୍କଟାଙ୍କ ଦେଖାଯାଏ ଓ ଭାଙ୍ଗି ଯାଇଥାଏ । ତଳପାତିକୁ ଧରି ଅଚଳ କରିବାକୁ ଗଲେ ହାଡ଼ କଡ଼ କଡ଼ ଶବ୍ଦ ହୁଏ । ଏହା ଆହତ ବ୍ୟକ୍ତି ମଧ୍ୟ ଅନୁଭବ କରିଥାଏ । ପାତିରୁ ରକ୍ତ ମିଶ୍ରିତ ଲାଳ ବାହାରେ । ଜିଭରେ ଗୁରୁତର ଆଘାତ ଜନିତ କ୍ଷତ ହେଲେ, ଏହି ପଛକୁ ଖସି ଶ୍ଵାସନଳୀ ବନ୍ଦ କରିଥାଏ ଏବଂ କ୍ଷତ ସ୍ଥାନରୁ ରକ୍ତସ୍ରାବ ହୋଇଥାଏ । ଉପଚାର ଆହତ ବ୍ୟକ୍ତିକୁ କଥା କହିବାକୁ ମନା କର । କୃତ୍ରିମ ଦାନ୍ତ ଲଗାଇଥିଲେ ତାକୁ କାଢି ବାହାର କର । ଜିଭ ଖସି ଶ୍ଵାସନଳୀକୁ ଯେପରି ବନ୍ଦ ନାକରେ ତାର ବ୍ୟବସ୍ଥା କର । ଆଗକୁ ନୂଆଁଇ ହୋଇ ବସିବାକୁ କୁହ ଏବଂ ପାପୁଲି ସାହାଯ୍ୟରେ ତଳପାଟିକୁ ଉପର ପାଟି ସହିତ ଧୀରେ ଧୀରେ ମିଶାଇ ଯୋଡି ରଖ । ଆହତ ବ୍ୟକ୍ତିର ଚିବୁକ ତଳେ ଅଣଓସାରିଆ ବ୍ୟାଣ୍ଡେଜ୍ ରାଖୀ ବ୍ୟାଣ୍ଡେଜ୍ ର ଗୋଟିଏ ଅଣ୍ଟକୁ ମୁଣ୍ଡ ଉପରଦେଇ ଅନ୍ୟ ପାଖର କାନ ଉପରକୁ ନେଇଆସ । ବ୍ୟାଣ୍ଡେଜ୍ ଅନ୍ୟ ଅନ୍ତକୁ ସେହିପାଖ ଉକ୍ତ କାନ ଉପରେ ଟେକିନେଇ ଉଭୟଙ୍କୁ ପରସ୍ପର ସହିତ ମୋଡ଼ି ଛକ ପକାଅ । ମୁଣ୍ଡ ଉପରଦେଇ ଆସିଥିବା ପଟୀର ଅଂଶକୁ ସମ୍ମୁଖରେ କପାଳ ଉପରେ ଦେଇ ଅନ୍ୟ ପାଖର କାନ ଉପରକୁ ନେଇଯାଏ ଏବଂ ତଳ ପାଖରୁ ଆସିଥିବା ବ୍ୟାଣ୍ଡେଜ୍ ଅଂଶକୁ ମୁଣ୍ଡ ପଛପାଖେ ବୁଲାଇନେଇ ଅନ୍ୟପାଖର କାନ ଉପରକୁ ଆଣୀ ସେହିଠାରେ ବ୍ୟାଣ୍ଡେଜ୍ ର ଦୁଇମୁଣ୍ଡକୁ ଋଫ୍ ଗଣ୍ଠି ପକାଇ ବାନ୍ଧିଦିଅ । ଉପରୋକ୍ତ ଭାବେ ବାନ୍ଧିବା ନିମିତ୍ତ ବ୍ୟାଣ୍ଡେଜ୍ ଲମ୍ବ ଯଥେଷ୍ଟ ହେଉନଥିଲେ, ବ୍ୟାଣ୍ଡେଜ୍ ମଧ୍ୟଅଂଶ ଚିବୁକ ତଳେ ରାଖୀ ଦୁଇମୁଣ୍ଡକୁ ଦୁଇପାଖରେ ମୁଣ୍ଡ ଉପରକୁ ଟେକିନିଅ ଏବଂ ମୁଣ୍ଡ ଉପରେ ସାମାନ୍ୟସମ୍ମୁଖରେ ରାଖୀ ଋଫ୍ ଗଣ୍ଠି ଦ୍ଵାରା ବାନ୍ଧିଦିଅ । ଦେଖିବାକୁ ହେବଯେ, ବ୍ୟାଣ୍ଡେଜ୍ ଯେପରି ମୁଣ୍ଡ ଉପରୁ ଖସିଯିବ ନାହିଁ । ଆହତ ବ୍ୟକ୍ତିକୁ ବାନ୍ତି ଲାଗିଲେ ବ୍ୟାଣ୍ଡେଜ୍ କୁ ଢିଲାକରି ରାଖୀ ଚିବୁକ୍ କୁ ହାତରେ ଟେକିରଖ ଏବଂ ବାନ୍ତି କରିସାରିବା ପରେ ପୁଣି ପୂର୍ବଭଳି ବାନ୍ଧି ଦିଅ। ଆହତ ବ୍ୟକ୍ତିକୁ ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କର । ପରିବହନ ବା ସ୍ଥାନନ୍ତରୀକରଣ ଆହତ ବ୍ୟକ୍ତି ବସିବା ଅବସ୍ଥାରେ ଯିବାକୁ ଚାହିଁଥିଲେ ମୁଣ୍ଡକୁ ଆଗାଆଡ଼କୁ ଏବଂ ତଳକୁ ଝୁଙ୍କାଇ ରାଖୀ ବସିବାକୁ କୁହ । ଏହା ଦ୍ଵାରା ତା’ର ଜିଭ ପଛକୁ ଖସିଯାଇ ଶ୍ଵାସରୁଦ୍ଧ କରିବା ନାହିଁ । ଅଚେତ ଅବସ୍ଥାରେ ଆହତ ବ୍ୟକ୍ତିକୁ ଷ୍ଟ୍ରୋଚର୍ ରେ ନେବାପାଇଁ ଷ୍ଟ୍ରେଚର ର କାନଭାସ୍ ଧଡିରୁ ଛଅ ଲଞ୍ଚ ଛାଡି ଷ୍ଟ୍ରେଚର ର ଦୁଇ ହ୍ୟାଣ୍ଡେଲ୍ କୁ ମିଶାଇ ସେଥିଲେ ଦୁଇଚାରି ଘେର ବ୍ୟାଣ୍ଡେଜ୍ ଗୁଡାଇ ବାନ୍ଧିଦିଅ । ଆହତ ବ୍ୟକ୍ତିକୁ ନେବାବେଳେ ମୁଣ୍ଡକୁ ତଳକୁ କରି ବ୍ୟାଣ୍ଡେଲ୍ ରେ ବାନ୍ଧିଯାଇଥିବା ପଟି ଉପରେ କପାଳକୁ ରଖ ଏବଂ ଖଣ୍ଡ କମ୍ବଳ ଭାଙ୍ଗି ଆହତ ବ୍ୟକ୍ତିର ଛାତିତଳେ ରଖ, ଏହାଦ୍ଵାରା ମୁଣ୍ଡ ଆଗକୁ ଝୁଙ୍କି ରହିଥାଏ । ମେରୁଦଣ୍ଡ ଅସ୍ଥିଭଙ୍ଗ ୩୩ ଖଣ୍ଡ ଛୋଟଛୋଟ କଶେରୁକା ହାଡ଼ ଏକାଠି ବାନ୍ଧି ଦେଇ ରହି ମେରୁଦଣ୍ଡ ହୋଇଥାଏ । ମେରୁଦଣ୍ଡ ଭିତରେ ସୁଷୁମ୍ନା କାଣ୍ଡ ରହିଥାଏ । ତେଣୁ ମେରୁଦଣ୍ଡର ହାଡ଼ ଭାଙ୍ଗିଗଲେ ସୁଷୁମ୍ନାକାଣ୍ଡ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ । ସାଧାରଣତଃ ଦୁଇ ପ୍ରକାରର ଆଘାତ ପ୍ରଭାବରେ ମେରୁଦଣ୍ଡ ହାଡ଼ ଭାଙ୍ଗିଥାଏ । ଯଥା ପରୋକ୍ଷ ଆଘାତ ଦ୍ଵାରା ପ୍ରତ୍ୟକ୍ଷ ଆଘାତ ଦ୍ଵାରା । ପରୋକ୍ଷ ଆଘାତ ଓଜନିଆ ବସ୍ତୁ ଉଠାଇବା ଦ୍ଵାରା ଉଚ୍ଚସ୍ଥାନରୁ ପାଦ ବା ପିଚା ମାଡି ପଡିଯିବା ଦ୍ଵାରା କିମ୍ବା ଧକ୍ କା ଖାଇ ଛିଟିକି ପଡିଯିବା ଦ୍ଵାରା ଏହା ହୋଇଥାଏ । ପ୍ରତ୍ୟକ୍ଷ ଆଘାତ କୌଣସି ଉଚ୍ଚ ସ୍ଥାନରୁ ପଡିଗଲେ କିମ୍ବା କୌଣସି ଓଜନିଆ ପଦାର୍ଥ ମେରୁଦଣ୍ଡ ଉପରେ ପଡିଗଲେ ଉକ୍ତ ସ୍ଥାନରେ ହାଡ଼ ଭାଙ୍ଗିଯାଏ । ମାଟି ଅତାଡ ଖସି କିମ୍ବା ଭୂମିକମ୍ଫ ଦ୍ଵାରା କୌଣସି ଓଜନିଆ ବସ୍ତୁ ମେରୁଦଣ୍ଡ ଉପରେ ପଡିଗଲେ ମେରୁଦଣ୍ଡ ଭାଙ୍ଗିଯାଇଥାଏ । ମେରୁଦଣ୍ଡ ଭାଙ୍ଗିବା ଦ୍ଵାରା ସୁଷମ୍ନାକାଣ୍ଡ ମେରୁଦଣ୍ଡ ଭାଙ୍ଗିବା ଦ୍ଵାରା ସୁଷମ୍ନାକାଣ୍ଡ ରେ ମଧ୍ୟ ଆଘାତ ଲାଗେ ଏବଂ ସୁଷମ୍ନାକାଣ୍ଡ ଖ୍ୟାତର ନିମ୍ନ ଅଂଶରେ ସମ୍ଭେଦଶୀଳତା ଏବଂ କାର୍ଯ୍ୟ କ୍ଷମତା ଲୋପ ପାଏ । ମେରୁଦଣ୍ଡ ଅସ୍ଥିଭଗ୍ନ ଯୋଗୁଁ ଏହିଭଳି ସାଂଘାତିକ ଅବସ୍ଥା ସୃଷ୍ଟି ହୋଇଥାଏ । ସେଥିପାଇଁ ମେରୁଦଣ୍ଡ ଆଘାତକୁ କଦାପି ଅବହେଳା କରିବା ଉଚିତ୍ ନୁହେଁ । ମେରୁଦଣ୍ଡ ଆଘାତ ଯୋଗୁଁ ସଂପୂର୍ଣ୍ଣ ମେରୁଦଣ୍ଡରେ ଯନ୍ତ୍ରଣା ହୁଏ । ସୁଷମ୍ନାକାଣ୍ଡର କ୍ଷତି ହୋଇଥିବାର ସନ୍ଦେହ ହେଲେ ବି ଅସ୍ଥିଭଗ୍ନର ଉପଚାର କର । ପିଠି ଓ ବେକାର ପଛପଟେ ଆଘାତ ଲାଗିଥିବା ଆହତ ବ୍ୟକ୍ତିକୁ ମେରୁଦଣ୍ଡ ଭଗ୍ନ ହେବାର ସମ୍ଭାବନା ଥିବାରୁ ସେହି ଅନୁଯାୟୀ ଉପଚାର ପ୍ରଦାନ କର । ଊପଚାର ଡାକ୍ତରଙ୍କତୁରନ୍ତ ଉକ୍ତ ସ୍ଥାନାକୁ ଆଣିବା ପାଇଁ ବ୍ୟବସ୍ଥା କର । ଆହତ ବ୍ୟକ୍ତିଙ୍କୁ ସ୍ଥିର କରି ଶୁଆଇ ରଖ ଏବଂ ଉଠିବାକୁ ଦିଅ ନାହିଁ । ଅଚେତ ଅବସ୍ଥାରେ ଜିଭ ତଳକୁ ଖସିଆସି ଯେପରି ଶ୍ଵାସରୁଦ୍ଧ ନ କରେ ସେଥିପ୍ରତି ଦ୍ରୁଷ୍ଟି ଦିଅ ଏବଂ ବାବଶ୍ୟକ ହେଲେ jaw trust ଉପାୟ ଅବଲମ୍ଭନ କର । ଡାକ୍ତର ଚିକିତ୍ସା ସଂଗେ ସଂଗେ ମିଳିବାର ସୁବିଧା ଥିଲେ ଆହତ ବ୍ୟକ୍ତିକୁ ହଲଚଲ ନକରି ପତଳା ଚାଦରରେ ଘୋଡାଇ ରଖ । ଡାକ୍ତର ଆସିବା ପର୍ଯ୍ୟନ୍ତ ଆହତ ବ୍ୟକ୍ତି ଉପରେ ସତର୍କ ଦ୍ରୁଷ୍ଟି ରଖ । ସଙ୍ଗେ ସଙ୍ଗେ ଡାକ୍ତରୀ ଚିକିତ୍ସା ମିଳିବାର ସୁବିଧା ନଥିଲେ, ଆହତ ବ୍ୟକ୍ତିକୁ ଷ୍ଟ୍ରେଚରରେ ଡାକ୍ତରଖାନା ନେବା ମିନିଟଟା ବ୍ୟବସ୍ଥା କର । ଜଂଘ, ଆଣ୍ଠୁ ବଳାଗଣ୍ଠି ମଧ୍ୟରେ ଗାଡି ଦେଇ ପାଦ ଓ ବଳାଗଣ୍ଠିକୁ ମିଶାଇ ଫିଗର୍ ଅଫ୍ ଏଇଟି (figure of 8) ବ୍ୟାଣ୍ଡେଜ୍ ବାନ୍ଧି ଦିଅ, ଗଣ୍ଠିକୁ ପାଦ ଆଡ଼କୁ ରଖ । ଦୁଇ ଆଣ୍ଠୁ ଓ ଜଂଘକୁ ଓସାରିଆବ୍ୟାଣ୍ଡେଜ୍ ଦ୍ଵାରା ବାନ୍ଧିଦିଅ । ଆହତ ବ୍ୟକ୍ତିଙ୍କୁ ନିକଟବର୍ତ୍ତୀ ଆଶ୍ରୟ ସ୍ଥାନକୁ ନେବାର ବ୍ୟବସ୍ଥା କର । ମନେରଖ ଆହତ ବ୍ୟକ୍ତିକୁ ଚିତ୍ କରି ପଟା ଉପରେ ଶୁଆଇ ବୋହିନେବା ଉଚିତ । ଏହି ଅବସ୍ଥାରେ ସୁଷୁମ୍ନାକାଣ୍ଡ କ୍ଷତି ହେବାର ସମ୍ଭାବନା କମ୍ ଥାଏ । ଆହତ ବ୍ୟକ୍ତିର ଶୋଇବା ଅବସ୍ଥାରେ ମୁଣ୍ଡ ଓ ବେକକୁ ସ୍ଥିର ଓ ନିଶ୍ଚଲ କରି ରଖ । ଅଚେତ ଅବସ୍ଥାରେ ଜିଭ ତଳକୁ ଖସି ଯେପରି ଶ୍ଵାସରୁଦ୍ଧ ନହୁଏ ସେଥିପ୍ରତି ଧ୍ୟାନ ଦିଅ, ଆବଶ୍ୟକ ହେଲେ ତଳ ମାଢିକୁ ଦ୍ଵାରା ଟେକି ରଖ । ସ୍ଥାନାନ୍ତରୀକରଣ ବା ପରିବହନ କ୍ୟାନଭାସ୍ ଷ୍ଟ୍ରେଚର ବ୍ୟବହାର କର ନାହିଁ । ଅନ୍ୟ ବ୍ୟବସ୍ଥା ନମିଳିଲେ ଦୃଢ ଏବଂ ସମତଳ ଥିବା ଟାଣପଟା ଷ୍ଟ୍ରେଚର କାନ୍ ଭାସ୍ ଉପରେ ପକାଇ ତାହାକୁ ବ୍ୟବହାର କର । ଷ୍ଟ୍ରେଚରରେ ଆହତ ବ୍ୟକ୍ତିକୁ ରଖିବାବେଳେ ଅଯଥା ହଲ୍ ଚଲ୍ କର ନାହିଁ । ଜଣେ ମୁଣ୍ଡକୁ ଓ ଆହତ ବ୍ୟକ୍ତିର ଏକ ପାଖରେ ୩ ଜଣ ଶରୀରକୁ ଧରି ଓ ଆଉ ଦୁଇଜଣ ଅନ୍ୟପାଖର ଶରୀରକୁ ଧରି ପ୍ରଥମେ କଡକରି ରଖ ଏବଂ ତାପରେ ପଟାରେ ଶୁଆଇଦିଅ । ମନେରଖ – ସ୍ଥାନ ପରିବର୍ତ୍ତନ ସମୟରେ ବେକ ଓ ବଳାଗଣ୍ଠି ଧରିଥିବା ସହାୟକ ଏଭଳି ଭାବେ କାର୍ଯ୍ୟ କରିବେ ଯେପରି ମେରୁଦଣ୍ଡ କୌଣସି ପ୍ରକାର ହଲ୍ ଚଲ୍ ହେବ ନାହିଁ ଏବଂ ଆହତ ବ୍ୟକ୍ତିର ଶରୀରକୁ ସମାନ୍ତରାଳ ଭାବେ ଉଠାଇବା । ଆହତ ବ୍ୟକ୍ତିଙ୍କୁ ଟାଣପଟାଥିବା ଷ୍ଟ୍ରେଚରରେ ରଖି ସ୍ଥାନାନ୍ତର କର । ପଞ୍ଜରାସ୍ଥି ଭଗ୍ନ ଏହା ପ୍ରତ୍ୟକ ଆଘାତ ପ୍ରଭାବରେ ହୋଇଥାଏ । ଛାତିରେ ମାଡ଼ ବାଜିବା, ଛାତି ମାଡି ପଡିଯିବା କିମ୍ବା ଗାଡ଼ି ଧକ୍କାରେ ଷ୍ଟିଅରିଙ୍ଗ ଦ୍ଵାରା ଚାପିହୋଇ ପଞ୍ଜରାସ୍ଥି ଭଗ୍ନ ହୋଇଥାଏ । ଉକ୍ତ ପଞ୍ଜରାସ୍ଥି ଛାତି ଭିତରେ ପଶି ଫୁସ୍ ଫୁସ୍ ରେ କ୍ଷତ ସୃଷ୍ଟି କରିଥାଏ । ଏହା ଫଳରେ ଜଟିଳ ଅସ୍ଥି ଭଗ୍ନ ହୋଇଥାଏ । ଚିହ୍ନ ଓ ଲକ୍ଷଣ : ଯୋରରେ ନିଃଶ୍ଵାସ ନେଲେ କିମ୍ବା କାଶିଲେ ଅଧିକ ଯନ୍ତ୍ରଣା ହୁଏ । ଯନ୍ତ୍ରଣା କମ୍ ହେବାପାଇଁ ଆହତ ବ୍ୟକ୍ତି ଆସ୍ତେ ଶ୍ଵାସକ୍ରିୟା କରେ । ଭଗ୍ନ ହାଡ଼ ଉପରେ ହାତଦେଲେ ବେଳେବେଳେ ସେଠାରେ କଡ କଡ ଶବ୍ଦ ହେବାର ଅନୁଭୂତ ହୁଏ । ଅସ୍ଥିଭଗ୍ନ ସହିତ ଆଭ୍ୟନ୍ତରରେ ରକ୍ତସ୍ରାବ ହୋଇଥିଲେ ତାହାର ଚିହ୍ନ ଓ ଲକ୍ଷଣମାନ ପ୍ରକାଶ ପାଇଥାଏ । ଚିକିତ୍ସା ଅସ୍ଥିଭଗ୍ନ ଜଟିଳ ହୋଇନଥିଲେ ଆହତ ବ୍ୟକ୍ତିକୁ ଆହତ ପାର୍ଶ୍ଵକୁ କଡେଇ କରି ଶୁଆଇ ଦିଅ । କିମ୍ବା ଭାଙ୍ଗି ଆହତ ବ୍ୟକ୍ତି ପିଠିରେ ଲମ୍ଭାକରି ଠେସ ଦେଇ ରଖ । ଏହାଦ୍ଵାରା ଆହତ ବ୍ୟକ୍ତି ତାହା ଭରାଦେଇ ଠିକ୍ ଅବସ୍ଥାରେ ରହିବାରିବା । ଏହି ପଟିକୁ ପିଠି ସହିତ ଭିଡାଯାଏ ନାହିଁ । ଛାତି କ୍ଷୟ ଦ୍ଵାରା ଛିଦ୍ରବାଟେ ପବନ ଛାତି ମଧ୍ୟକୁ ଶୋଷିହୋଇ ଯାଇ ଶ୍ଵାସକ୍ରିୟାରେ ବ୍ୟାଘାତ ସୃଷ୍ଟି କରେ, ତେଣୁ ଉକ୍ତ ଛିଦ୍ରକୁ ଡ୍ରେସିଂ ପଦାର୍ଥ ଏବଂ ତା ଉପରେ ପଲିଥିନ୍ ଜାରିରା ପଟି ଦେଇ ଘୋଡାଇ ରଖି ବାହ୍ୟ ଭାଗରୁ ବନ୍ଦ କରିଦିଅ । ହାଡ଼ ଭାଙ୍ଗିଥିବା ବାହୁ କିମ୍ବା ଛାତିର କ୍ଷତପାଖ ବାହୁକୁ ଝୁଲା ଦ୍ଵାରା ଝୁଲାଇ ରଖ ଏବଂ ଷ୍ଟ୍ରେଚର ସାହାଯ୍ୟରେ ଆହତ ବ୍ୟକ୍ତିକୁ ଶୀଘ୍ର ଡାକ୍ତରଖାନାକୁ ପଠାଇଦିଅ । ଅସ୍ଥିଭଗ୍ନ ଜଟିଳ ହୋଇଥିଲେ ଆହତ ପାର୍ଶ୍ଵକୁ କଡେଇ କରି ରୋଗୀକୁ ଶୁଆଇ ଦିଅ । କମ୍ଭଳ ଭାଙ୍ଗି ରୋଗୀ ପିଠିକୁ ଲମ୍ଭା ଭାବରେ ଠେସ ଦେଇ ରଖ । ଏହାଦ୍ଵାରା ରୋଗୀ ଭରାଦେଇ ଠିକ୍ ଭାବରେ ରହିପାରିବ । ଏଥିରେ ପଟିକୁ ପଟି ସହିତ ଭିଡ଼ାଯାଏ ନାହିଁ । ଛାତି ଉପରେ କ୍ଷତ ଥିଲେ, ସେହି କ୍ଷତ ବାଟେ ଯଦି ପବନ ଫୁସ୍ ଫୁସ୍ କୁ ଶୋଷିହୋଇ ଯାଉଥାଏ, ତେବେ କ୍ଷତକୁ ଡ୍ରେସିଂ ପଟି ଏବଂ ତା ଉପରେ ପଲିଥିନ୍ ଜାରିରା ପଟି ଦେଇ ଘୋଡାଇ ରଖ । ଭାଙ୍ଗିଥିବା ହାଡକୁ ବାହୁଝୁଲା ଦ୍ଵାରା ଝୁଲାଇ ରଖ ଏବଂ ଷ୍ଟ୍ରେଚର ଦ୍ଵାରା ତାଙ୍କୁ ଶୀଘ୍ର ଡାକ୍ତରଖାନାକୁ ପଠାଇ ଦିଅ । ବକ୍ଷାସ୍ଥି ଭଗ୍ନ ଏହି ପ୍ରକାର ଅସ୍ଥିଭଗ୍ନ ସାଧାରଣତଃ ଛାତି ଛାପି ହୋଇଯିବା ଦ୍ଵାରା ହୋଇଥାଏ । ଫଳରେ ଆହତ ବ୍ୟକ୍ତିର ଅବସ୍ଥା ଗୁରୁତର ହୋଇଥାଏ । ଲକ୍ଷଣ କ୍ଷତି ଅଂଶଗୁଡିକରେ ଯନ୍ତ୍ରଣା ହୁଏ । ଶ୍ଵାସକ୍ରିୟାରେ କଷ୍ଟ ହୁଏ । ଛାତିକୁ ସ୍ପର୍ଶ କାଲେ ହାଡଭଙ୍ଗାସ୍ଥାନ ଅସମାନ ଲାଗେ । ଉପଚାର ବେକ, ଛାତି ଓ ଅଣ୍ଟାରେ ଥିବା ପୋଷାକ ଖୋଲିଦିଅ । ଆହତ ବ୍ୟକ୍ତିକୁ ଆରମ ଲାଗିଲାପରି ଚିତ୍ କରି ଶୁଆଇଦିଅ । ଆହତ ବ୍ୟକ୍ତିକୁ ଘୋଡାଇ ଦିଅ ଏବଂ ଷ୍ଟ୍ରେଚର ସାହାଯ୍ୟରେ ଡାକ୍ତରଙ୍କ ପାଖକୁ ପଠାଇ ଦିଅ । ଅକ୍ଷକାସ୍ଥି ଭଗ୍ନ ଏହା ମୁଖ୍ୟତଃ ପରୋକ୍ଷ ଆଘାତ ଦ୍ଵାରା ହୋଇଥାଏ । ହାତ ପାପୁଲି ଉପରେ ଭରାଦେଇ ପଡିଗଲେ କିମ୍ବା କାନ୍ଧମାଡି ପଡିଗଲେ ଏପ୍ରକାର ଅଥିଭଗ୍ନ ହୋଇଥାଏ । ଆହତ ପାର୍ଶ୍ଵର ବାହୁ ପ୍ରାୟ ଅଚଳ ହୋଇଯାଏ । ଆହତ ବ୍ୟକ୍ତି ଭଲଥିବା ପାର୍ଶ୍ଵର ହାତରେ ଆଘାତ ପ୍ରାପ୍ତ ହାତର କହୁଣିକୁ ଟେକିଧାର ଏବଂ ମୁଣ୍ଡକୁ ସେହି ଆଡକୁ ବଙ୍କେଇ ରକ୍ଷା । ହାଡ ଭାଙ୍ଗିଯାଇ ଗୋଟିଏ ଭଙ୍ଗା ହାଡ ଉପରେ ଅନ୍ୟ ଭଙ୍ଗା ହାଡ ଚଡିଯାଇଥାଏ । ଉପଚାର ଆହତ ବ୍ୟକ୍ତିର ଲୁଗା ଖୋଳ ନାହିଁ । ଆଘାତପ୍ରାପ୍ତ ହାତର କାଖତଳେ ଗଦି ଦେଇ ବାହୁକୁ ଛାତିକଡ଼ରେ ରାଖୀ ତାହାକୁ ଶରୀର ସହିତ ବ୍ୟାଣ୍ଡେଜ୍ ଝୁଲା ବାନ୍ଧି ଅଗ୍ରବାହୁକୁ ଟେକି ରଖ । ନାଡୀର ସ୍ପନ୍ଦନ ପରୀକ୍ଷା କରି ଦେଖା । ସକ୍ ନଥିଲେ ଆହତ ବ୍ୟକ୍ତିକୁ ଚାଲିବାକୁ ଦିଆଯାଇଥାଏ । ବାହୁର ଅସ୍ଥିଭଗ୍ନ ବାହୁଡ଼ା ଅସ୍ଥି ସାଧାରଣତଃ କାନ୍ଧ ନିକଟରେ, ବାହୁଡ଼ା ମାଝି ଅଂଶରେ କିମ୍ବା କହୁଣୀ ନିକଟରେ ଭାଙ୍ଗିଥାଏ । ଗୋଟିଏ ଅସ୍ଥି ଥିବାରୁ ଅଥିର ଭଗ୍ନ ଅଂଶ ମାଂସପେଶୀ ଦ୍ଵାରା ଟାଣି ହୋଇଯାଇ ଗୋଟିଏ ଭଗ୍ନ ଅଂଶ ଅନ୍ୟ ଅଂଶ ଉପରେ ଚଡିଯାଇଥାଏ । ଫଳରେ ଉପଚାର କଠିନ ହୋଇପାରେ । ଉପଚାର କାନ୍ଧ ପାଖରୁ ଭାଙ୍ଗିଥିଲେ, ଦେହ ଓ ହାତ ମଝିରେ ମୋଟା ଗଦି ଦେଇ ଭଗ୍ନ ଅଂଶର ଉପରେ ଏବଂ ଭାଗରେ ଦୁଇଟି ପଟି ବାନ୍ଧ । ଏହାପରେ ତ୍ରିକୋଣୀକୃତି ପଟି ଦ୍ଵାରା ବାହୁଝୁଲା କରି ଆହତ ବାହୁକୁ ଝୁଲାଇ ରଖ । କହୁଣୀ ପାଖରେ ଭାଙ୍ଗିଥିଲେ କହୁଣୀ ଭାଙ୍ଗି ହେଉଥିଲେ ଦେହି ଅବସ୍ଥାରେ ବାହୁକୁ ଛାତି ସହିତ ବାନ୍ଧି ଦିଅ । ଏହା ଭାଙ୍ଗି ହେଉ ନଥିଲେ ଦେହ ସହିତ ଲମ୍ଭ ଭାବରେ ବାନ୍ଧିଦିଅ, ଯେପରି ତାହା ହଲ୍ ଚଲ୍ ହୋଇପାରିବ ନାହିଁ । ଶରୀର ଏବଂ କହୁଣୀ ମଧ୍ୟରେ ପ୍ୟାଡ୍ ବ୍ୟବହାର କର । ଅଗ୍ରବାହୁ ଅଗ୍ରବାହୁରେ ଦୁଇଟି ହାଡ ରହିଥାଏ ଯଥା ରେଡିଅସ୍ ଓ ଅଳନା ଅସ୍ଥି । ଏହି ଦୁଇଟି ହାତ ଏକାକାଳୀନ ନ ଭାଙ୍ଗିଲେ, ଭାଙ୍ଗିଥିବା ସ୍ଥାନଟି ଛୋଟ ହୋଇନଥାଏ । ଏହି ହାଡରା ନିମ୍ନ ଅଂଶରେ ଅଥିଭଗ୍ନ ବେସୀ ଦେଖାଯାଏ । ହାତ ମାଡି ପଡିଗଲେ ଏହି ଅସ୍ଥି ଭଗ୍ନ ହୋଇଥାଏ । ଏହାର ନିମ୍ନ ପ୍ରାନ୍ତର ହାଡ ଭାଙ୍ଗିଗଲେ, ଏତେଟା ଜାଣିହୁଏ ନାହିଁ । କିଛି ଲୋକ ଭୁଲରେ ଏହାକୁ ମକଚି ଯାଇଛି ଭାବନ୍ତି । ଏହି ଅସ୍ଥିର ଭଗ୍ନ ଗୁରୁତର ହେଲେ ଭଗ୍ନ ସ୍ଥାନ ବିକୃତ ଦେଖାଯାଏ । ଉପଚାର ଅଗ୍ରବାହୁ ଭଗ୍ନରେ ଚାପୁଆଣିର ପ୍ରୟୋଜନ ହୁଏ । ( କେବଳ ଦୁରଜାଗାକୁ ବା ଡାକ୍ତରଖାନାକୁ ସ୍ଥାନାନ୍ତର କରିବାର ଥିଲେ )ପ୍ରକୃତ ଚାପୁଆଣି ନମିଳିଲେ ବିକଳ୍ପ ଭାବେ ମୋଟା କନାର ପ୍ୟାଡ ଲମ୍ଭା ଖାତା, ଭଙ୍ଗା ହୋଇଥିବା ଖବର କାଗଜ ଇତ୍ୟାଦିକୁ ଚାପୁଆଣି ଭଳି ଭଗ୍ନ ଅସ୍ଥିର ଉପରେ ଭାଗରେ ଏବଂ ତଳ ଭାଗରେ ବାନ୍ଧି ଉକ୍ତ ଅଂଶକୁ ଅଚଳକରି ଦିଅ । ବାହୁଝୁଲା ଦ୍ଵାରା ବାହୁକୁ ଝୁଲାଇ ରଖ । ବସ୍ତିର ଅସ୍ଥିଭଗ୍ନ : ସାଧାରଣତଃ ପ୍ରତୀକ୍ଷ ଆଘାତରେ ବସ୍ତିରେ ଅସ୍ଥିଭଙ୍ଗ ହୋଇଥାଏ । ଘରର କାନ୍ଥ, ଛାତ ଭୁଷୁଡି ପଡିଲେ, ଦୁର୍ଘଟଣାରେ ପ୍ରତ୍ୟକ୍ଷ ଆଘାତ ଲାଗିଲେ କିମ୍ବା ଉଚ୍ଚ ସ୍ଥାନରୁ ଖସିପଡିବା ଦ୍ଵାରା ଏହି ଅସ୍ଥିଭଙ୍ଗ ହୋଇଥାଏ । କେତେକ ଦୁର୍ଘଟଣାରେ ପରୋକ୍ଷ ଆଘାତ ଦ୍ଵାରା ମଧ୍ୟ ଏହି ବସ୍ତିରେ ଅସ୍ଥିଭଙ୍ଗ ହୋଇଥାଏ । ଯାହାଦ୍ଵାରା ଜଟିଳ ଅସ୍ଥିଭଙ୍ଗ ହୋଇ ବସ୍ତିମଧ୍ୟରେ ଥିବା ଗୁରୁତ୍ଵପୂର୍ଣ୍ଣ ଅଂଶ ଯଥା ମୂତ୍ରନଳୀ, ମୂତ୍ରାଶୟ, ଗର୍ଭାଶୟ ଇତ୍ୟାଦିରେ କ୍ଷତ ହୋଇଥାଏ । ଅନେକ ସମୟରେ ପରିଶ୍ରାରେ ରକ୍ତ ମିଶି ବାହାରିଥାଏ । ଚିହ୍ନ ଓ ଲକ୍ଷଣ ଗୋଦା ହାତରେ ଆଘାତ ନଲାଗିଲେ ମଧ୍ୟ ଆହତ ବ୍ୟକ୍ତି ସହଜରେ ଠିଆହୋଇ ପାରେ ନାହିଁ । ସାମାନ୍ୟ ହଲ୍ ଚଲ୍ ବା ଚଳପ୍ରଚଳ କରିବାକୁ ଚେଷ୍ଟା କାଲେ ଅଧିକ କଷ୍ଟ ଅନୁଭବ କରେ ଓ ଛୁଇଁବାକୁ ଦିଏ ନାହିଁ । ଏହି କଷ୍ଟ ବା ଯନ୍ତ୍ରଣା ବସ୍ତିର ଆଖପାଖ ଓ ପିଠି ଆଡକୁ ମଧ୍ୟ ଅନୁଭୂତ ହୁଏ । ପରିସ୍ରା ଅଧିକ ଥର ଲାଗେ ଓ ପରିସ୍ରା ସହ ରକ୍ତ ମିଶିଥାଏ । ପରିସ୍ରା କରିବା ସମୟରେ ଅଧିକ ଯନ୍ତ୍ରଣା ଅନୁଭୂତ ହୁଏ । ଏହା ପୁରୁଷମାନଙ୍କ ପାଇଁ ଅଧିକ କଷ୍ଟଦାୟକ ହୋଇଥାଏ । ମହିଳାମାନଙ୍କ ଅଙ୍ଗରେ ହେଲେ ରକ୍ତସ୍ରାବ ବାହାରକୁ ଦେଖାଯାଏ ନାହିଁ କିନ୍ତୁ ସକ୍ ର ଚିହ୍ନ ଲକ୍ଷଣ ଦେଖାଯାଏ । ଚିକିତ୍ସା ଓ ଉପଚାର ଆହତ ବ୍ୟକ୍ତିକୁ ଆରାମ୍ ହେବାଭଳି ଅବସ୍ଥାରେ ଚିତ୍ କରି ଶୁଆଇ ରଖ । ଅଧିକ ଥର ପରିଶ୍ରା ଲାଗୁଥିଲେ ଆଣ୍ଠୁ ଦୁଇଟିକୁ ବଙ୍କାଇରଖ ଓ ଆଣ୍ଠୁତଳେ ପ୍ୟାଡ, ତକିଆ, କମ୍ଭଳ ଆଦି ଦେଇ ସହାୟତା ଯୋଗାଇବା ଦରକାର । ଗୋଡର ଯେଉଁ ସ୍ଥାନରେ ହାଡ ସହିତ ଅନ୍ୟ ହାଡ ଲାଗୁଥିବା ସେହି ସ୍ଥାନରେ ପ୍ୟାଡ ଦେଇ ବାନ୍ଧ । ପାଦ ଓ ଗୋଇଠିକୁ ମିଶାଇ ଇଂରାଜୀ 8 ଅକ୍ଷର ସହୃଶ ବ୍ୟାଣ୍ଡେଜ୍ ବାନ୍ଧ । ଚଉଡା ବ୍ୟାଣ୍ଡେଜ୍ ଦ୍ଵାରା ଦୁଇ ଆଣ୍ଠୁକୁ ଏକାଠିକାରୀ ବାନ୍ଧ, ଯେପରି ଗୋଡଟି ସଂପୂର୍ଣ୍ଣ ଅଚଳ ହୋଇରହିବ । ଡାକ୍ତରଖାନା ଦୂରରେ ରହିଥିଲେ କିମ୍ବା ରାସ୍ତା ଅସମାନ ହୋଇଥିଲେ ଏକ ଓସାରିଆ ପଟି ଆଣି ତାର ମଝି ଅଂଶକୁ ଆଘାତ ପ୍ରାପ୍ତ ନିତମ୍ବ ଉପରେ ରଖ ଏବଂ ଏହାର ଦୁଇ ମୁଣ୍ଡକୁ ବସ୍ତି ଉପରେ ଝୁଲାଇ ବାନ୍ଧି ଦିଅ । ଆଉ ଏକ ଓସାରିଆ ପଟିକୁ ପ୍ରଥମ ପଟି ଉପରେ ଏକତୃତୀୟାଂଶ ମଡେଇ ତାହା ଉପରେ ବାନ୍ଧି ଦିଅ । ଏହା ନିତମ୍ବ ଓ ଆଘାତ ସ୍ଥାନକୁ ଗଦି ପରି ସହାୟତା ଦେବ । ଜଙ୍ଘହାଡ ଭଗ୍ନ ଏହି ହାଡ ଯେକୌଣସି ଜାଗାରେ ଭାଙ୍ଗିପାରେ । ସାଧାରଣତଃ ଏହାର ଉପରିଭାଗର ଅସ୍ଥିଭଗ୍ନ ସାମାନ୍ୟ କାରଣରୁ ପ୍ରୌଢ ଲୋକଙ୍କଠାରେ ହୋଇଥାଏ । ଲକ୍ଷଣ ହାଡ ଭାଙ୍ଗିବାର ସମସ୍ତ ଲକ୍ଷଣମାନ ଦେଖିଯିବା ସହିତ ଗୋଟିଏ ଭଲ ଗୋଡ ଅପେକ୍ଷା ହାଡ ଭାଙ୍ଗି ଯାଇଥିବା ଗୋଡଟି ଲମ୍ବରେ ଭୋଟ ହୋଇଯାଏ । ଭଙ୍ଗା ଗୋଡାଟି ବାହାରକୁ ବଙ୍କା ହୋଇଯାଏ । ଆହତ ବ୍ୟକ୍ତି ନିଜ ଗୋଡକୁ ଉପରକୁ ଉଠାଇପାରେ ନାହିଁ । ଉପଚାର ସକ୍ ର ଲକ୍ଷଣ ଥିଲେ ଆଘାତପ୍ରାପ୍ତ ଗୋଡକୁ ହଲ୍ ଚଲ୍ ନକରି ସକ୍ ର ଉପଚାର କର । ଦୁଇ ଆଣ୍ଠୁ ମଝିରେ ଏବଂ ଦୁଇ ଗୋଇଠି ମଝିରେ ପ୍ୟାଡ୍ ଦେଇ ଗୋଡକୁ ଅଚଳ କର । ଚାପୁଆଣି ମିଳୁଥିଲେ ସେଥିରେ ପ୍ୟାଡ ଦେଇ କିମ୍ବା କନା ଗୁଡାଇ ଭଗ୍ନ ଜଙ୍ଘଠାରୁ ଗୋଡ ପର୍ଯ୍ୟନ୍ତ ନିଅ । ଦୁଇ ପାଦ ଏବଂ ଗୋଇଠିକୁ ଯତ୍ନର ସହ ପାଖାପାଖି ରାଖୀ ଚାପୁଆଣୀ ସହିତ ଏକାଠିକରି ମିଶାଇ ଫିଗର୍ ଅଫ୍ ଏଇଟ୍ (figure of 8) ବ୍ୟାଣ୍ଡେଜ୍ ବାନ୍ଧିଦିଅ । କାଖଠାରୁ ପାଦ ପର୍ଯ୍ୟନ୍ତ ଲମ୍ବର ଏକ ଚାପୁଆଣୀ ଆଣି ତାହା ଉପରେ କନା ଗୁଡାଇ ଆହତ ବ୍ୟକ୍ତିର ଭଗ୍ନ ପାଖରେ କାଖଠାରୁ ପାଦ ପର୍ଯ୍ୟନ୍ତ ଲମ୍ବାଇ ରଖ । ଦେଖ ଯେପରି ତାହା କଷ୍ଟ ପ୍ରଦାନ କରିନଥିବା । ଏହାକୁ ୭ଟି ବା ବ୍ୟାଣ୍ଡେଜ୍ ଦ୍ଵାରା ଆହତ ବ୍ୟକ୍ତିର ଶରୀରରେ ବନ୍ଧାଯାଏ । ଏହି ପଟି ବାନ୍ଧିବାର ସ୍ଥାନଗୁଡିକ ଚିତ୍ରରେ ଦର୍ଶାଯାଇଅଛି । ଦୁଇ ବଳା ଗଣ୍ଠି ମଧ୍ୟରେ ପ୍ୟାଡ୍ ବ୍ୟବହାର କରି ଦୁଇପାଦ ଓ ଦୁଇ ବଳା ଗଣ୍ଠିକୁ ଏକାଠି ରାଖୀ ଫିଗର ଅଫ୍ ଏଇଟ୍ ବାନ୍ଧି ଦିଅ । ( ଅବଶିଷ୍ଟ ୭ଟି ବ୍ୟାଣ୍ଡେଜ ଚାପୁଆଣି ଓ ଶରୀରକୁ ମିଶାଇ ଏକତ୍ର ବନ୍ଧାଯାଏ ) ଚାପୁଆଣିର ଗୋଟିଏ ମୁଣ୍ଡକୁ କାଖ ପାଖରେ ପ୍ୟାଡ୍ ଗୁଡାଇ ଶରୀର ସହିତ ମିଶାଇ ବାନ୍ଧ । ଚାପୁଆଣିର ତଳ ମୁଣ୍ଡକୁ ଦୁଇ ଗୋଡକୁ ଏକାଠି ରାଖୀ ବଳା ଗଣ୍ଠି ଉପରେ ଚାପୁଆଣି ସହିତ ମିଶାଇ ବାନ୍ଧ । ଜଙ୍ଘରେ କ୍ଷତଠାରୁ ଟିକିଏ ଉପରକୁ ଚାପୁଆଣିକୁ ଶରୀର ସହିତ ମିଶାଇ ବାନ୍ଧ । ଜଙ୍ଘ କ୍ଷତଠାରୁ ଟିକିଏ ତଳକୁ ଚାପୁଆଣିକୁ ଶରୀର ସହିତ ମିଶାଇ ବାନ୍ଧ । ବସ୍ତିକୁ ଚାପୁଆଣି ସହିତ ମିଶାଇ ବାନ୍ଧ । ଦୁଇ ଆଣ୍ଠୁ ମଧ୍ୟରେ ପ୍ୟାଡ୍ ଦେଇ ଚାପୁଆଣି ସହିତ ମିଶାଇ ବାନ୍ଧ । ଏହାଦ୍ଵାରା ଶରୀରର ସମସ୍ତ ଅଂଶ ହୋଇଯାଏ ଏବଂ ସ୍ଥାନାନ୍ତରିତ କରିବା ସମୟରେ କ୍ଷତି ଅଧିକ ହୁଏ ନାହିଁ ଏବଂ ଆହତ ବ୍ୟକ୍ତିକୁ ଆରାମ୍ ମିଳିଥାଏ । ଆଣ୍ଠୁଚକି ଭଗ୍ନ ସାଧାରଣ ଭାବେ ଆଣ୍ଠୁଚକି ପ୍ରତ୍ୟକ୍ଷ ଆଘାତ ଲାଗିଲେ ଭାଙ୍ଗିଥାଏ, କିନ୍ତୁ କେତେକ କ୍ଷେତ୍ରରେ ମାଂସପେଶୀ ହଠାତ୍ ଟାଣି ହୋଇଗଲେ ଏହା ଭାଙ୍ଗିଯାଇଥାଏ । ଚିହ୍ନ ଓ ଲକ୍ଷଣ ସଂପୃକ୍ତ ଅଙ୍ଗ ଅଚଳ ହୋଇଯାଏ । ଗଣ୍ଠି ଫୁଲିଯାଏ । ରକ୍ତସ୍ରାବ ହୋଇପାରେ । ଭାଙ୍ଗିଥିବା ହାଡର ମଝିରେ ହୋଇଥିବା ଫାଙ୍କ ସ୍ପର୍ଶ ଦ୍ଵାରା ଜଣାଯାଏ । ଉପଚାର ଆହତ ବ୍ୟକ୍ତିକୁ ଚିତ୍ କରି ଶୁଆଇ ଦିଅ । ତାର କାନ୍ଧ ଓ ମୁଣ୍ଡକୁ ଟେକି ଆଉଯାଇ ରଖ । ଭଗ୍ନ ଗୋଡକୁ ଆରାମହେବା ଭଳି ଅବସ୍ଥାରେ ଟେକି ରଖ । ଭାଙ୍ଗିଥିବା ଗୋଡରେ ପିଚାଠାରୁ ଗୋଇଠି ପର୍ଯ୍ୟନ୍ତ ଚାପୁଆଣି ଦେଇ ବାନ୍ଧ ଏବଂ ଦେଖ ପ୍ୟାଡ୍ ଏବଂ ଚାପୁଆଣୀ ଦ୍ଵାରା ଆଣ୍ଠୁ ଯେପରି ଟେକି ହୋଇ ରହିବ । ଏହାଛଡ଼ା ଜଙ୍ଘଠାରେ ଚାପୁଆଣିକୁ ମିଶାଇ ଚଉଡା ପଟି ବାନ୍ଧ । ଗୋଡର ଗୋଇଠି ଏବଂ ପାଦରେ ଚାପୁଆଣୀକୁ ମିଶାଇ ଫୁଗର୍ ଅଫ୍ ଏଇଟ୍ ବ୍ୟାଣ୍ଡେଜ୍ ବାନ୍ଧ, ଆଉ ଗୋଟିଏ ବ୍ୟାଣ୍ଡେଜ୍ ଆଣ୍ଠୁ ଉପରେ ଏବଂ ତଳ ଅଂଶକୁ ମିଶାଇ ଫିଗର ଅଫ୍ ଏଇଟ୍ ବ୍ୟାଣ୍ଡେଜ୍ ବାନ୍ଧ । ଡାକ୍ତରଖାନାକୁ ସ୍ଥାନାନ୍ତରିତ କଲାବେଳେ ଗୋଡତଳେ ବାକ୍ସ କମ୍ବଳ କିମ୍ବା କୌଣସି ବସ୍ତୁ ଦେଇ ଗୋଡକୁ ସାମାନ୍ୟ ଉଠାଇ ରଖ । ଏହିପରି ଅବସ୍ଥାରେ ଡାକ୍ତରଖାନା ପଠାଇଦିଅ, ଆହତ ବ୍ୟକ୍ତିକୁ ସାନ୍ତ୍ଵନା ଦିଅ । ଗୋଡର ଅସ୍ଥିଭଗ୍ନ ପ୍ରତ୍ୟକ୍ଷ ଆଘାତ ଦ୍ଵାରା ଗୋଡର ଗୋଟିଏ କିମ୍ବା ଦୁଇଟି ହାଡ ଭାଙ୍ଗି ଯାଇପାରେ । ହାଡ ଭାଙ୍ଗିଥିଲେ ଅସ୍ଥିଭଗ୍ନର ଲକ୍ଷଣମାନ ଦେଖାଯାଏ । କିନ୍ତୁ ଫିବୁଲା ଭାଙ୍ଗିଥିଲେ ଏହାର ପ୍ରଭାବ ବିଶେଷ ଦେଖାଯାଏ ନାହିଁ କାରଣ ଟିବିଆ ଅସ୍ଥି ଶରୀରର ଭାରକୁ ସମ୍ଭାଳି ନେଇଥାଏ । କୌଣସି ବିକୃତ ଅବସ୍ଥା ଦେଖାଯାଏ ନାହିଁ । ବଳାଗଣ୍ଠି ହାଡ ଭାଙ୍ଗିଥିଲେ ବଳାଗଣ୍ଠି ଫୁଲି ଯାଏଥାଏ । ଉପଚାର ପ୍ୟାଡ ଦେଇ ଭଙ୍ଗା ଗୋଡକୁ ଭଲ ଗୋଡ ସହିତ ଆଣ୍ଠୁ ଓ ବଳା ଗଣ୍ଠିଠାରେ ବାନ୍ଧିଦିଅ । ଚାପୁଆଣୀ ମିଳିଲେ ତାହାକୁ ଜଙ୍ଘ ସନ୍ଧିରୁ ପାଦ ପର୍ଯ୍ୟନ୍ତ ରାଖୀ ବାନ୍ଧି ଦିଅ । ପାଦ ଓ ଆଣ୍ଠୁ ଉପରେ ଦୁଇଟି ଚଉଡା ପଟି ବାନ୍ଧ ଏବଂ ଆଉ ଦୁଇଟି ପଟି ଭଙ୍ଗା ସ୍ଥାନର ଉପରକୁ ଏବଂ ଭଙ୍ଗା ସ୍ଥାନର ତଳକୁ ବାନ୍ଧି ଦିଅ । ଏହିପରି ୪ଟି ବ୍ୟାଣ୍ଡେଜ୍ ବାନ୍ଧ । ପାଦଓ ଆଙ୍ଗୁଳିର ଅସ୍ଥିଭଗ୍ନ ଏହି ଅସ୍ଥି ଭଙ୍ଗ ଦ୍ଵାରା ଯନ୍ତ୍ରଣା ହୁଏ । ପାଦ ଫୁଲେ ଓ ଉକ୍ତ ଅଂଶ କାର୍ଯ୍ୟ କରେ ନାହିଁ । ଉପଚାର ପିନ୍ଧିଥିବା ଜୋଟା ଓ ମୋଜା ନ କାଢି କ୍ଷତର ଉପଚାର କର । ଭଲଥିବା ପାଦ ତଳେ ଚାପୁଆଣି ପ୍ରୟୋଗ କରି ବଳାଗଣ୍ଠିକୁ ମିଶାଇ ବ୍ୟାଣ୍ଡେଜ୍ ବାନ୍ଧ ଏବଂ ଗୋଡକୁ ଟିକେ ଉଠାଇ ଆରାମ ହେବାଭଳି ଅବସ୍ଥାରେ ରଖ ଏବଂ ଆଘାତପ୍ରାପ୍ତ ଗୋଡକୁ ହଲ୍ ଚଲ୍ ନକରି ଡାକ୍ତରଖାନାକୁ ପଠାଇ ଦିଅ । ଆଶାବାଡି ସାହାଯ୍ୟରେ ବା ଜଣଙ୍କ କାନ୍ଧରେ ଭରାଦେଇ କିମ୍ବା ଷ୍ଟ୍ରେଚର ସାହାଯ୍ୟରେ ଆହତ ବ୍ୟକ୍ତିକୁ ସ୍ଥାନାନ୍ତରିତ କର । ଜୋତା ପିନ୍ଧିନଥିଲେ RICE ପଦ୍ଧତିରେ ଉପଚାର ଦେଇ ଅଙ୍ଗକୁ ସ୍ଥିର ଓ ଅଚଳ ଅବସ୍ଥାରେ ରଖି ସ୍ଥାନାନ୍ତରିତ କରିବେ । (RICE ପଦ୍ଧତି ସମ୍ଭନ୍ଧରେ ସୂଚନା ପରବର୍ତ୍ତୀ ଅଧ୍ୟାୟରେ ଦିଆଯାଇଛି ) । ଆଧାର:Odisha state centre Bhubaneswar