ଉପକ୍ରମ କାଚ, କାଠ ବାଉଁଶ ଖୁଣ୍ଟା, ଟୁକୁରା ଲୁହା, ଛୁଞ୍ଚି ଇତ୍ୟାଦି ଚର୍ମରେ ପଶିଯାଇ ସହଜରେ ବାହାରି ପାରୁନଥିଲେ ତାହାକୁ ଅଯଥା ବାହାର କରିବା ପାଇଞ୍ଜ ଚେଷ୍ଟା ନାରିବା ବାହ୍ୟ ବସ୍ତୁକୁ ଉକ୍ତ ସ୍ଥାନରେ ସ୍ଥିର ରାଖୀ ତାର ଚାରିପାଖରେ ପଟିବାନ୍ଧି ଡାକ୍ତରଖାନାକୁ ପଠାଇଦିଅ । ଆଖିରେ ବାହ୍ୟବସ୍ତୁ ପଡିଗଲେ କାଟ ପତଙ୍ଗର ଡେଣା, ଧୁଳି ବାଲି, କୋଇଲାଗୁଣ୍ଡ, ଲୁହ ଓ କାଚଗୁଣ୍ଡା ଇତ୍ୟାଦି ଆଖିରେ ପଡିଲେ ଆଖି ଖୁଞ୍ଚି ହୁଏ ଏବଂ ଯନ୍ତ୍ରଣା ହୁଏ । ଏହି ପଦାର୍ଥ ଆଖିଡୋଳାର ମଧ୍ୟ ଭାଗ କର୍ଣ୍ଣିକା ଉପରେ ପଡିଗଲେ ପରିସ୍ଥିତି ଜଟିଳ ହୋଇଥାଏ । ଉପଚାର ଆଖି ଦଳିବାକୁ ଦିଅନାହିଁ । ଛୋଟ ପିଲା ହୋଇଥିଲେ ଆଖିରେ ହାତ ନ ମାରିବା ପାଇଁ ହାତ ଦୁଇଟିକୁ ପଛକୁ ରାଖୀ ବାନ୍ଧି ଦିଅ । ରୁମାଲ ବା କନାର କୋଣକୁ ବୋଳି ଧୀରେ ଧୀରେ ତାହା ଆଗରେ ଉକ୍ତ ବସ୍ତୁକୁ କାଢିବାକୁ ଚେଷ୍ଟାକର । ଯଦି ଏହା ସହଜରେ ଦେଖାଯାଉ ନଥାଏ, ତେବେ ସଫା ପାଣିରେ ଆଖିକୁ ଭଲ ଭାବେ ଧୋଇ ଦିଅ । ବାହ୍ୟ ବସ୍ତୁ ଆଖି ଡୋଳର ମଧ୍ୟ ଭାଗ ବା କଳା ଅଂଶକୁ ଲାଗିଥିଲେ କିମ୍ବା ଆଖିରୁ ବାହାରୁ ନଥିଲେ ଆହତ ବ୍ୟକ୍ତିକୁ ଦଳିବାକୁ ମନାକର ଏବଂ ତାକୁ ଯଥାଶୀଘ୍ର ଚକ୍ଷୁ ବିଶେଷାଜ୍ଞଙ୍କ ନିକଟକୁ ନିଅ । ବାହ୍ୟକର୍ଣ୍ଣରେ ବାହ୍ୟବସ୍ତୁ ପଶିଲେ ଯଦି କୀଟ ପତଙ୍ଗ ଓ ଧୁଳି ଆଦି ପଦାର୍ଥ ବାହ୍ୟ କର୍ଣ୍ଣରେ ପ୍ରବେଶ କରିଥାଏ, ତେବେ କର୍ଣ୍ଣରେ ପାଣି ପକାଇଲେ ସେଥିରେ କୀଟ ପତଙ୍ଗ ଆଦି ଉପରକୁ ଭାସିଆସନ୍ତି । ଯଦି ଏହା ଦ୍ଵାରା ବାହ୍ୟ ବସ୍ତୁ ବାହାରି ନଆସେ ଅଯଥା କିଛି ନକରି ଶ୍ରୀଘ୍ର ଡାକ୍ତରଙ୍କ ପାଖରେ ପହଞ୍ଚାଅ । ନାକରେ ବାହ୍ୟବସ୍ତୁ ପଶିଥିଲେ ନାକରେ ବାହ୍ୟବସ୍ତୁ ପଶିଥିଲେ ବ୍ୟକ୍ତିକୁ ଛାତି ଫୁଲାଇ ପବନ ନେଇ ପାଟି ବନ୍ଦ କରି ଜୋରରେ ନାକବାଟେ ଛାଡିବାକୁ କୁହ । ଏହା ଦ୍ଵାରା ପଶିଥିବା ବସ୍ତୁ ନବାହାରିଲେ ଅଧିକ ଚେଷ୍ଟା ନକରି ଆହତ ବ୍ୟକ୍ତିକୁ ପାଟିପାଟେ ଶ୍ଵାସକ୍ରିୟା କରିବାକୁ କହି ଡାକ୍ତରଙ୍କ ନିକଟକୁ ପାଠାଇ ଦିଅ । ଗଳାରେ ବାହ୍ୟ ବସ୍ତୁ ଲାଗିଥିଲେ ପୂର୍ବରୁ କୁହାଯାଇଥିବା ଗଳାରୁଦ୍ଧ ନିମିତ୍ତ ପ୍ରଯୁଜ୍ୟ ଚିକିତ୍ସା ପ୍ରଣାଳୀ ପ୍ରୟୋଗ କର । ଆଣ୍ଟୁ ଛକି ଖସିଯିବା କୌଣସି ବସ୍ତୁକୁ ଗୋଇଠା ମାରିବା ବେଳେ ତାହା ଗୋଡରେ ନବାଜି ଖସିଗଲେ କିମ୍ବା ଗୋଟିଏ ଗୋଡରେ ଠିଆ ହେଲାବେଳେ ଗୋଡି ହୋଇ ପଡିଯିବା ଦ୍ଵାରା ଆଣ୍ଠୁ ଉପରେ ଥିବା ଉପାସ୍ଥି (ଚକି) ସ୍ଥାନଚ୍ୟୁତ ହେଲେ ଏହା ଘଟିଥାଏ । ଆଣ୍ଠୁ ଫୁଲିଯାଏ ଓ ଚଳପ୍ରଚଳ କରିହୁଏ ନାହିଁ । ଏହି ପରିସ୍ଥିତିରେ ବ୍ୟାଣ୍ଡେଜ ବାନ୍ଧି ଗୋଡକୁ ସ୍ଥିର ଓ ନିଶ୍ଚିତ କରି ଡାକ୍ତରଙ୍କ ପାଖରେ ଶୀଘ୍ର ପହଞ୍ଚାଇବା ଦରକାର । ଆଧାର ST. JOHN AMBULANCE Odisha state centre Bhubaneswar