ଉପକ୍ରମ ଜ୍ଵର ପିଲାମାନଙ୍କୁ ସାଧାରଣତଃ ବେଳେବେଳେ ହୁଏ । ମାତ୍ର ଏହି ଜ୍ଵର ବେଳେବେଳେ ସାଂଘାତିକ ଅବସ୍ଥା ସୃଷ୍ଟି କରେ । ଜ୍ଵର ସମୟରେ ପିଲାମାନଙ୍କର ଉତ୍ତାପ ସାଧାରଣ ଦେହ ଉତ୍ତାପଠାରୁ ବହୁ ପରିମାଣରେ ବଢିଯାଏ ଏବଂ ଜ୍ଵର ସମୟରେ ପ୍ରଚୁର ଝାଳ ବାହାରେ । ବେଳେବେଳେ ଏହି ଜ୍ଵର ଶରୀରର ଉତ୍ତାପ କମାଇଦିଏ, ଶରୀର ଥଣ୍ଡା ପଡିଯାଏ ଏବଂ କମ୍ପ ଅନୁଭୂତ ହୁଏ ଏବଂ ପରେ ଶରୀରର ଉତ୍ତାପ ବୃଦ୍ଧିପାଏ । ପିଲାମାନଙ୍କ କ୍ଷେତ୍ରରେ ଅତ୍ୟଧିକ ଜ୍ଵର ମୂର୍ଚ୍ଛାର କାରଣ ହୋଇଥାଏ ଏବଂ ପିଲା ଅଚେତ ହୋଇ ପଡନ୍ତି । ପ୍ରାଥମିକ ଚିକିତ୍ସା ଜ୍ଵର ପ୍ରାଥମିକ ଚିକିତ୍ସା ପିଲା ଏବଂ ବୟସ୍କ ଲୋକଙ୍କ ପ୍ରାୟ ସମାନ – ଯଦି ପିଲାମାନଙ୍କ ଅତ୍ୟଧିକ ଜ୍ଵର ହୁଏ ତେବେ ନିମ୍ନଲିଖିତ ଚିକିତ୍ସା କରିବା ଉଚିତ୍ । ପିଲାର ଶରୀରକୁ ଥଣ୍ଡା କରିବାକୁ ଚେଷ୍ଟା କର । ପିଲାମାନଙ୍କ ଦେହରୁ ଲୁଗାପତା କାଢି ଦିଅ । ପିଲାକୁ ଥଣ୍ଡା ପାଣି ଦ୍ଵାରା ଗାଧୋଇ ଦିଅ । ପିଲାର ଶରୀରକୁ ପଙ୍ଖା ଦ୍ଵାରା ଥଣ୍ଡା କର । ଅତ୍ୟଧିକ ମାତ୍ରାରେ ପାଣି ପିଇବାକୁ ଦିଅ ଏବଂ ଛୋଟ ଛୁଆମାନଙ୍କୁ ମା କ୍ଷୀର ପ୍ରଚୁର ପରିମାଣରେ ପିଇବାକୁ ଦିଅ । ପିଲାଙ୍କୁ ସୁଷମ ଖାଦ୍ୟ ଦେବା ଉଚିତ୍ । ପିଲାଙ୍କ ପାଟି ସଫା ରଖ । ତୁରନ୍ତ ପ୍ରାଥମିକ ଚିକିତ୍ସା ଦେଇ ଡାକ୍ତରଙ୍କ ପାଖକୁ ପଠାଅ । ଜ୍ଵର ହେଲେ ରକ୍ତ ପରୀକ୍ଷା କରାଅ । ଆଧାର Odisha state centre, Bhubaneswar