ଯେଉଁ ପଦାର୍ଥ କିଞ୍ଚିତ ମାତ୍ରାରେ ଶରୀରରେ ପ୍ରବେଶ କରି ଅସୁସ୍ଥତା ସୃଷ୍ଟି କରେ ଏବଂ ମୃତ୍ୟୁର କାରଣ ମଧ୍ୟ ହୋଇଥାଏ, ତାହାକୁ ‘ବିଷ’ କୁହାଯାଏ । ଏହା ଆତ୍ମହତ୍ୟା, ହତ୍ୟା ଉଦ୍ୟମରେ କିମ୍ବା ଭୁଲବଶତଃ ଶରୀର ମଧ୍ୟକୁ ପ୍ରବେଶ କରିଥାଏ । ଶରୀର ମଧ୍ୟକୁ ବିଷର ପ୍ରବେଶ ପଥ ପାଟିବାଟେ (ଖାଦ୍ୟଏବଂ ପାନୀଯ ଭାବେ ) ଶ୍ଵାସକ୍ରିୟା ମଧ୍ୟରେ ଇଂଜେକସନ୍ ଫୋଡି ହେବା ଦ୍ଵାରା (ଚର୍ମ ବାଟେ ) ପାଟିବାଟେ ପ୍ରବେଶ କରୁଥିବା ବିଷ କ୍ଷୟକାରୀ କିମ୍ବା ଅଣକ୍ଷୟକାରୀ ହୋଇଥାଏ । କ୍ଷୟକାରୀ ବିଷ ମଧ୍ୟରେ ଏସିଡ (Acid) ଏବଂ ଆଲକାଲି (Alkali) ରହିଥାଏ । ଏହା ଯେଉଁ ପଥ ଦେଇ ଗତିକରେ ସେହି ଅଂସ ପୋଡିଯାଏ । ତେଣୁ ଏଭଳି ବିଷ ଦ୍ଵାରା ଓଠ, ପାଟି ଜିଭ, ଗଲା ଖାଦ୍ୟନଳୀ ଏବଂ ପାକସ୍ଥଳୀ ଇତ୍ୟାଦିରେ ପୋଡା ଘା’ ସୃଷ୍ଟି ହୋଇୟହାଏ ଏବଂ ତାହା ଯନ୍ତ୍ରଣା ପ୍ରଦାନ କରିଥାଏ । ଏହି କ୍ଷେତ୍ରରେ ବିଷକୁ ବାହାର କରିବାକୁ ଚେଷ୍ଟା ନକରି ଅଧିକ ପାଣି ପିଇବାକୁ ଦେଇ ତାହାର ଗୁଣକୁ ହ୍ରାସ କରାଇ ଦିଅ । ଅଣକ୍ଷୟକାରୀ ବିଷ ପାଟିବାଟେ ଶରୀରକୁ ଗଲେ ମଧ୍ୟ ପୋଡା ଘା ସୃଷ୍ଟି କରେ ନାହିଁ । ଏହି ଭଳି ବିଷ ମଧ୍ୟରେ ବିଷାକ୍ତ ଛତୁ, ଫିମ୍ପି, ବିଷାକ୍ତକୋଳି, ଧାତବ ବିଷ ଏବଂ ପାଚିଯାଇଥିବା ଖାଦ୍ୟ ପଦାର୍ଥ ରହିଥାଏ । ଏହା ଦ୍ଵାରା ବାନ୍ତି ହୋଇଥାଏ , ପେଟରେ ଯନ୍ତ୍ରଣା ସୃଷ୍ଟି ହୁଏ ଏବଂ ପରେ ପତଳା ଝାଡା ମଧ୍ୟହୁଏ । କେତେକ ବିଷ ସ୍ନାୟବିକ ପ୍ରଣାଳୀକୁ ପ୍ରଭାବିତ କରିଥାଆନ୍ତି । ଯଥା – ମାଦକ ଦ୍ରବ୍ୟ (ସ୍ପିରିଟ୍, ମିଥାଇଲ ସ୍ପିରିଟ୍। ମଦଇତ୍ୟାଦି ) ଅଧିକ ପରିମାଣରେ ଗ୍ରହଣ କଲେ । ନିଦ ଔଷଧ, ଟ୍ରାଙ୍କୁଲାଇଜର, ଯନ୍ତ୍ରଣା ପ୍ରସମନି ଔଷଧ ଇତ୍ୟାଦି ଗ୍ରହଣ କଲେ । ବେଲାଡୋନା, ଷ୍ଟ୍ରିଚନିନ, କନିଅର ଫଳ ଇତ୍ୟାଦି ଖାଇଲେ । ଶ୍ଵାସକ୍ରିୟା ମଧ୍ୟ ଦେଇ ବିଭିନ୍ନ ବିଷାକ୍ତ ବାଷ୍ପ ଶରୀରକୁ ପ୍ରବେଶ କରିଥାଏ । ଏହା ମଧ୍ୟରେ କୋଇଲା ଧୂଆଁ, ଘରେ ବ୍ୟବହାର ହେଉଥିବା ଷ୍ଟୋଭରଧୂଆଁ, ଜାଳେଣୀ ଗ୍ୟାସ, ମଟର ଗାଡ଼ିରୁ ବାହାରୁଥିବା ଧୂଆଁ ଇତ୍ୟାଦି ରହିଥାଏ । ଏହା ଶ୍ଵାସକ୍ରିୟାରେ ପ୍ରବେଶ କାରୀ ଶ୍ଵାସରୁଦ୍ଧ ଅବସ୍ଥା ସୃଷ୍ଟି କରେ ଏବଂ ଶ୍ଵାସକାର୍ଯ୍ୟ ଅଭାବରେ ଶରୀରକୁ ଅମ୍ଳଜାନ ମିଳିନପାରି ଚେତନହାନୀ ହୋଇଥାଏ । ଚର୍ମବାଟେ ଇଞ୍ଜେକ୍ସନ ଫୋଡିଦବା ଦ୍ଵାରା, କାମୁଡିବା ଦ୍ଵାରା ବିଷ ଶରୀର ମଧ୍ୟକୁ ପ୍ରବେଶ କରିଥାଏ । ଏହା କେତେକ ବିଷାକ୍ତ ଔଷଧ, ସାପ ଏବଂ କୀଟଦଂଶନବିଷ ଏବଂ ପାଗଳା କୁକୁଡ଼ା କାମୁଡା ଇତ୍ୟାଦି ଦ୍ଵାରା ହୋଇଥାଏ । ଏହି ବିଷର ପ୍ରକୃତି ଅନୁଯାୟୀ ତାହା ଶରୀରର ଉପରେ ପ୍ରଭାବ ସୃଷ୍ଟି କରିଥାଏ ଏବଂ ବ୍ୟକ୍ତିର ମୃତ୍ୟୁ ହୋଇଥାଏ । ବିସକ୍ରିୟାର ପ୍ରାଥମିକ ସହାୟତା ୧. ବିଷକ୍ରିୟା ଦ୍ଵାରା ଶରୀରର ଗୁରୁତର ଅବସ୍ଥା ସୃଷ୍ଟି ହୋଇଥାଏ , ବିଷରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କୁ ଯଥାଶୀଘ୍ର ଡାକ୍ତରଖାନାକୁ ପଠାଅ । ତାହା ସହିତ ତାଙ୍କର ନାମ, ବିଷର ନାମ ସହ ସବିଶେଷ ବିବରଣୀ ଡାକ୍ତରଙ୍କୁ ଜଣାଅ । ୨. ବିଷ ଗ୍ରହଣ କରିବା ବ୍ୟକ୍ତିଙ୍କ ନିକଟରେ କୌଣସି ପ୍ୟାକେଟ୍। ଶିଶି କିମ୍ବା ସନ୍ଦେହ ହେଉଥିବା ବସ୍ତୁ ପଡିଥିଲେ ତାହାକୁ ସଂଗ୍ରହ କର ଏବଂ ବାନ୍ତି, ଖଙ୍କାର ଇତ୍ୟାଦି ମିଳିଲେ ତାହାକୁ ମଧ୍ୟ ସଂଗ୍ରହ କାରୀ ବ୍ୟକ୍ତିଙ୍କ ଡାକ୍ତରଙ୍କ ନିକଟକୁ ପଠାଅ । ଆକ୍ରାନ୍ତ ବ୍ୟକ୍ତି ଅଚେତ ଅବସ୍ଥାରେ ଥିଲେ (କ) ବାନ୍ତି କରାଇବାକୁ ଚେଷ୍ଟାକର ନାହିଁ । (ଖ) ବ୍ୟକ୍ତିଙ୍କୁ ଚିତ୍ କରି ଏକ ଦୃଢ ସମତଳ ବିଛଣାରେ ତକିଆ ନଦେଇ ଶୁଆଇ ଦିଅ ଏବଂ ମୁଣ୍ଡରେ ଗୋଟିଏ ପାଖକୁ ବୁଲାଇ ରକ୍ଷା । ଏହା ଦ୍ଵାରା ବାନ୍ତି ହେଲେ ତାହା ଶ୍ଵାସପଥ ମଧ୍ୟକୁ ପ୍ରବେଶ କରିବା ନାହିଁ । ଏହି ଅବସ୍ଥାରେ ମଧ୍ୟ କୃତ୍ରିମ ଶ୍ଵାସକ୍ରିୟା ପ୍ରଦାନ କରିବା ସହଜ ହୋଇଥାଏ । (ଗ) ଅଧିକ ବାନ୍ତି ହେଲେ ବ୍ୟାନତିଙ୍କୁ ରିକଭରି ପୋଜିସନ ବା ଥ୍ରୀ – କ୍ଵାର୍ଟର – ପ୍ରୋନ ଅବସ୍ଥାନରେ ଶୁଆଇ ରଖିବା ଅଧିକ ନିରାପଦ ହୋଇଥାଏ । (ଘ) ଶ୍ଵାସକ୍ରିୟା ମନ୍ଥର କିମ୍ବା ବନ୍ଦ ହୋଇଥିଲେ କୃତ୍ରିମ ଶ୍ଵାସକ୍ରିୟା ପ୍ରଦାନ କର ଏବଂ ଡାକ୍ତରଙ୍କ ପାଖାରେ ପହଞ୍ଚିବା ପର୍ଯ୍ୟନ୍ତ ତାହାକୁ ଚାଲୁରଖ । ଆକ୍ରାନ୍ତ ବ୍ୟକ୍ତି ସଚେତ ଅବସ୍ଥାରେ ଥିଲେ (କ) କ୍ଷୟ କାରକ ବା କାରୋସିଭ ବିଷ ବ୍ଯତୀତ ଖାଇଥିବା ଅବୟ ବିସାକ୍ରିୟାରେ ଗଲା ଭିତର କାନ୍ଥକୁ ସଲସଲ କରି କା ଗୋଟିଏ ଗ୍ଲାସ ଉଷ୍ମ ଜଳରେ ୨ ବଡ (ଟେବୁଲ) ଚାମୁଚ ଲୁଣ ମିଶାଇ ପିଇବାକୁ ଦେଇ ବାନ୍ତି କରାଇବାକୁ ଚେଷ୍ଟା କର । (ଖ) କ୍ଷୟ କାରକ ବିଷ ଖାଇଥିବା କ୍ଷେତ୍ରରେ ନଜାଣି ବାନ୍ତି କରାଅ ନାହିଁ । କରୋସିଭ ବା କ୍ଷୟକାରକ ବିଷ କ୍ରିୟାର ଚିହ୍ନ – ଓଠ, ପାଟି ଭିତର ଏବଂ ତ୍ଵଚାର ବର୍ଣ୍ଣ ଧୂସର, ଶ୍ଵେତ କିମ୍ବା ହଳଦୀର ଦାଗ ସୃଷ୍ଟି ହୋଇଥିଲେ ବିଷ କ୍ଷୟକାରକ ବା କରୋସିଭ ତଥା ଏସିଡ କିମ୍ବା ଆଲକାଲି ହୋଇଥାଏ । କାର୍ଯ୍ୟକ୍ଷେତ୍ର ତଥା ଫ୍ୟାକ୍ଟୋରୀ ଇତ୍ୟାଦିରେ କୌଣସି ବିଷକ୍ତ ପଦାର୍ଥ ବ୍ୟବହାର ହେଉଥିଲେ ତାହାର ନାମ ଏବଂ ତାହା ନିମିତ୍ତ ଆବଶ୍ୟକ ହେଉଥିବା ପ୍ରତିରୋଧକାରୀ ଆଣ୍ଟିଡଟର ନାମର ଏକ ତାଲିକା ସମସ୍ତେ ଦେଖି ପାରୁଥିବା ସ୍ଥାନରେ ଝୁଲାଇ ରଖିବା ଆବଶ୍ୟକ । ଜରୁରୀ ସମୟରେ ଆଣ୍ଟିଡଟକୁ ବ୍ୟବହାର କରିବା ପ୍ରଣାଳୀ ମଧ୍ୟ ସମସ୍ତଙ୍କୁ ଅବଗତ କରାଇବା ଆବଶ୍ୟକ । ୩. ଖାଦ୍ୟନଳୀ ମଧ୍ୟରେ ବିଷର ଗୁଣୁକ ହ୍ରାସ କରିବା ନିମିତ୍ତ ଅଧିକ ପରିମାଣର ଶୀତଳଜଳ (ବରଫ ସହ) ପିଇବାକୁ ଦିଅ । ଏହା ଦ୍ଵାରା ବିଷ ଦ୍ରବୀଭୁତ ହୋଇଯାଏ ଏବଂ ତାହାର ଗୁଣ ମଧ୍ୟ ହ୍ରାସ ହୋଇଯାଇଥାଏ । ଅଧିକ ଜଳ ପିଇବା ଦ୍ଵାରା ବାନ୍ତି ଦ୍ଵାରା କ୍ଷୟ ହୋଇଥିବା ଜଳୀୟ ଅଂଶ ଶରୀରକୁ ମିଳିଥାଏ । ପଇଡ ପାଣି ମଧ୍ୟ ଏହି କ୍ଷେତ୍ରରେ ଦିଆଯାଇପାରେ । ୪. ଆରମଦାୟକ ପାନୀୟ ମଧ୍ୟ ଦିଆଯାଇପାରେ । କ୍ଷୀର, ପାଣିରେ ଅଣ୍ଡାର ଫେଣ୍ଟା ମିଶାଇ, ସୁଜ ପାୟସ ମଧ୍ୟ ଦିଆଯାଇପାରେ । ବିଷର କେଉଁଥିରେ ଥାଏ ଉପଚାର ଆର୍ଶନିକ ମୂଷାମାରା ଔଷଧ ଆଦି ବାନ୍ତି କରାଇବା ଓ ଅଧିକ ଥଣ୍ଡା ପାଣି ପିଇବାକୁ ଦେବା । ଆସ୍ ପ୍ରିନ୍ ଔଷଧ ବଟିକା ବାନ୍ତି କରାଇବା, ସୋଡିୟମ ବାଇକାର୍ବୋନେଟ୍ ଏକଚାମଚ ଏକ ଗ୍ଲାସ ପାଣିରେ ମିଶାଇ ପିଇବାକୁ ଦିଅ ଏବଂ ସୁସ୍ଥ ହେବାପରେ ଗରମ କଫି ଚା’ ଦିଆଯାଇପାରେ । କାରାବନ୍ ମନୋକ୍ସାଇଡ କୋଇଲା ଧୂଆଁ, ଜାଳେଣି ଗ୍ୟାସ ଓ ଗାଡିର ଧୂଆଁ ଶ୍ଵାସକ୍ରିୟା ବନ୍ଦ ହୋଇଥିଲେ କୃତ୍ରିମ ଶ୍ଵାସକ୍ରିୟା କିମ୍ବା ଅମ୍ଳଜାନ ଗ୍ୟାସ ଯୋଗାଇଦିଅ । ନିନ୍ଦ ବଟିକା ଔଷଧ ଦୋକାନ ବାନ୍ତି କରାଅ, ଦୁଇ ଚାମଚ ମ୍ୟଗ୍ନେସିୟମ ସଲଫେଟ୍ ଏକ ଗ୍ଳାସ ପାଣିରେ ମିଶାଇ ପିଇବାକୁ ଦିଅ । ଆହତ ବ୍ୟକ୍ତିକୁ କଫି, ଚା’ ପିଇବାକୁ ଦିଅ ଓ ଆହତ ବ୍ୟକ୍ତିକୁ ଶୋଇବାକୁ ଦିଅ ନାହିଁ । ଅଫିମ ଓ ଅଫିମ ଜାତୀୟ ଡାକ୍ତରଖାନା ଏବଂ କେତେକ ଔଷଧ ମିକ୍ସଚରରେ କିଛି ଦାନା ପଟାସିୟମ ପରାମାଙ୍ଗାନେଟ୍ କୁ ଏକ ଗ୍ଲାସ ପାଣିରେ ମିଶାଇ ପିଇବାକୁ ଦିଅ । ଆହତ ବ୍ୟକ୍ତିକୁ ଶୋଇବାକୁ ଦିଅନାହିଁ । ପେଟ୍ରୋଲ, ପାରାଫିନ କିରୋସିନ୍ ଘରେ ଗ୍ୟାରେଜ ଏବଂ କାରଖାନାରେ ଅଧିକ ପରିମାଣରେ ପାଣି, ପଇଡ ପାଣି ପିଇବାକୁ ଦିଅ, ବାନ୍ତି କରାଅ, କିରୋସିନ ତେଲ ବିଷକ୍ରିୟାରେ ତରଳ ପରଫିନ୍ କୁ ବ୍ୟବହାର କାଲେ ପାଣି ଠାରୁ ଆଧିକ ଫଳପ୍ରଦ ହୋଇଥାଏ । ବାନ୍ତି କରାଅ, ଅଧିକ ପାଣି ପିଇବାକୁ ଦିଅ । ଫଲିଡଲ ଅସରପା ମରା ଔଷଧ ବାନ୍ତି କରାଅ, ଅଧିକ ପାଣି, ପଇଡ ପାଣି ପିଇବାକୁ ଦିଅ, ଶ୍ଵାସକ୍ରିୟା ବନ୍ଦ ଥିଲେ କୃତ୍ରିମ ଶ୍ଵାସକ୍ରିୟା ପ୍ରୟୋଗକର । ଚାଷ ଜମିରେ ବ୍ୟବହୃତ ଔଷଧ ଚାଷ ସମ୍ଭନ୍ଧୀୟ ଔଷଧ ଦୋକାନରେ ମିଳିବ ଆହତ ବ୍ୟକ୍ତିର ନାଡୀ କ୍ଷୀଣ ହୁଏ, ଆଖି ଜାଲୁଆ ଦେଖାଯାଏ । ଛାତି ରୁଦ୍ଧ ହେବା ପରି ଲାଗେ, ଝାଳ ବୁହେ ଓ ଶରୀର ନୀଳ ପଡିଯାଏ । ଡାକ୍ତରଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ କୃତ୍ରିମ ଶ୍ଵାସକ୍ରିୟା ପ୍ରୟୋଗ କର । କାର୍ବୋଲିକ ଏସିଡ୍ ଫିନାଇଲ ଡେଟଳ ଓ Lysol ଡାକ୍ତରଖାନା ଓ ଘର ବାନ୍ତି କରାଅ ନାହିଁ ।ପାଣି, ପଇଡ ପାଣି ଧୀରେ ଧୀରେ ପିଇବାକୁ ଦିଅ। ୧ଲିଟର ପାଣିରେ ୪ ଚା ଚାମଚ ମ୍ୟାଗେନେସୀୟମ୍ ସଲଫେଟ୍ ମିଶାଇ ପିଇବାକୁ ଦିଅ । ପ୍ରସିକ୍ ଏସିଡ୍ ବ୍ୟବହାର ଫଟୋଗ୍ରାଫିକ୍ ଲଲେକ୍ଟ୍ରିକ ଫ୍ଲେଟିଂ, ବାଉଁଶ କଣୀ ବାନ୍ତି କରାଅ, କୃତ୍ରିମ ଶ୍ଵାସ କ୍ରିୟା ପ୍ରଦାନ କର । ସ୍ଟ୍ରିଚନିନ୍ କୀଟନାଶକ ଔଷଧ ପେଟରେ ସ୍ପାଜମ୍ ନଥିଲେ ଶ୍ଵାସକ୍ରିୟାବନ୍ଦ ହୋଇଥିଲେ କୃତ୍ରିମ ଶ୍ଵାସକ୍ରିୟା କରାଇବା । ଷ୍ଟ୍ରଙ୍ଗ ଏସିଡ୍ (ଅମ୍ଳ) ଡାକ୍ତରଖାନା, କାରଖାନା, ପରୀକ୍ଷାଗାର ଗ୍ୟାରେଜ୍ ପରିମାଣରେ ପାଣି କିମ୍ବା ପଇଡ ପାଣି ପିଆଇ ଏସିଡ୍ ର ପରିମାଣକୁ ଦୁର୍ବଳ କରାଇବା, ପାଣିରେ ସୋଡା ବାଇକାର୍ବ, ଚକ୍ କିମ୍ବା ମିଲ୍କ ଅଫ୍ ମ୍ୟାଗ୍ ନେସିଆ ମିଶାଇ ପିଇବାକୁ ଦେଲେ ଅଧିକ ଫଳପ୍ରଦ ହୁଏ । ତୀବ୍ରକ୍ଷାର ଡାକ୍ତରଖାନା, କରାଖାନା, ପରୀକ୍ଷାଗାର, ଗ୍ୟାରେଜ ଆମୋନିଆ ଓ ଚୂନ ବାନ୍ତି କରାଇବା ନାହିଁ, ଅଧିକ ପରିମାଣରେ ପାଣି କିମ୍ବା ପଇଡ ପାଣି ପିଇବାକୁ ଦେବ, କମଳା ରସ କିମ୍ବା ଲେମ୍ବୁ ରସ ପିଇବାକୁ ଦେଲେ ଅଧିକ ଫଳପ୍ରଦ ହୁଏ । ଆଧାର : Odisha state centre Bhubaneswar