ସ୍ନାୟବିକ ପ୍ରଣାଳୀ ମସ୍ତିଷ୍କ ମେରୁ ସ୍ନାୟୁ ପ୍ରଣାଳୀ : ମସ୍ତିଷ୍କ, ମେରୁ ମଜ୍ଜା ଏବଂ ଅସଂଖ୍ୟ ସ୍ନାୟୁମାନଙ୍କ ଦ୍ଵାରା ଏହାର କାର୍ଯ୍ୟ ପରିଚାଳିତ ହୋଇଥାଏ । ଏହି ପ୍ରଣାଳୀ ଦ୍ଵାରାଶରୀରର କୌଣସି ଅଙ୍ଗରେ ଯନ୍ତ୍ରଣା, ଗରମ କିମ୍ବା ଥଣ୍ଡା ଅନୁଭବ କରାଯାଏ । ସଂବେଦନର ସଂକେତମାନ ଏହା ସାହାଯ୍ୟରେ ମସ୍ତିଷ୍କ ଯାଏ ଏବଂ ମସ୍ତିଷ୍କରେ ସମୀକ୍ଷିତ ହୋଇ ଆବଶ୍ୟକୀୟ ସଂକେତର ନିର୍ଦ୍ଦେଶ ଅନୁସାରେ ମାଂସପେଶୀକୁ ଆସିଥାଏ । ସେହି ଅନୁଯାୟୀ ମାଂସପେଶୀ କାର୍ଯ୍ୟ କରିଥାଏ । ସ୍ଵୟଂଚାଳିତ ସ୍ନାୟୁ ପ୍ରଣାଳୀ:ଏହା ସ୍ଵତନ୍ତ୍ର ପ୍ରଣାଳୀରେ ନିୟନ୍ତ୍ରିତ ହୋଇ ସ୍ଵାଧୀନ ଭାବରେ କାର୍ଯ୍ୟ କରିଥାଏ । ଏହା ମନୁଷ୍ୟର ଇଚ୍ଛା ଅଧୀନରେ କାର୍ଯ୍ୟ କରେ ନାହିଁ । ଏହା ମନୁଷ୍ୟର ଶୋଇବା ଅବସ୍ଥାରେ ମଧ୍ୟ ନିଜର କାର୍ଯ୍ୟ କରିଚାଲେ । ଚେତନହୀନତା ସ୍ନାୟୁ ଏବଂ ମସ୍ତିଷ୍କର ସ୍ଵାଭାବିକ କାର୍ଯ୍ୟ ପ୍ରକ୍ରିୟାରେ ବ୍ୟତିକ୍ରମ ସୃଷ୍ଟି ହେଲେ ଚେତନହୀନତା ଦେଖାଯାଏ । ମସ୍ତିଷ୍କର ଆଘାତ ସହିତ ଶରୀରର ଅନ୍ୟ କେତେକ ଅବସ୍ଥାରେ ମଧ୍ୟ ଏହି ଚେତନହୀନତା ଦେଖାଯାଇଥାଏ । ଚେତନହୀନତା ଦୁଇ ପ୍ରକାର ଯଥା – ଆଂଶିକ ଚେତନହୀନତା ସଂପୂର୍ଣ୍ଣ ଚେତନହୀନତା ଆଂଶିକ ଚେତନହୀନତା ଲକ୍ଷଣ : ବହୁତ କଷ୍ଟରେ ଜବାବ ଦିଏ । ଆଖିପତା ଖୋଲିଲେ ତାହାକୁ ପ୍ରତିରୋଧ କରେ । ହଠାତ୍ ଆଲୁଅ ପଡିଲେ ଆଖିପୁଅ ଛୋଟ ହୋଇଯାଏ । ସଂପୂର୍ଣ୍ଣ ଚେତନହୀନତା ଲକ୍ଷଣ : ଯେତେ ଡାକିଲେ ରୋଗୀ ଜବାବ ଦିଏ ନାହିଁ । ଆଖିପତା ସହଜରେ ଖୋଲି ହୁଏ । ଆଖିରେ ଆଲୁଅ ପଡିଲେ ଆଖି ପୁଅ ର କୌଣସି ପରିବର୍ତ୍ତନ ହୁଏ ନାହିଁ । ଆଖି ପୁଅ ବହୁତ ଓ ସ୍ଥିର ହୋଇଥାଏ । ଚେତନହୀନତାର କେତେକ କାରଣ ମସ୍ତିଷ୍କର ଆଘାତ, ଅପସ୍ମାର, ପିଲାଙ୍କର ପିହୁଳା ରୋଗ ମୂର୍ଚ୍ଛାବାତ, ମୂର୍ଚ୍ଛା, ଅତ୍ୟଧିକ ଉତ୍ତାପ ବହୁମୂତ୍ର ରୋଗ, ଅଧିକ ମାତ୍ରାରେ ଇନ୍ ସୁଲିନ୍ ଗ୍ରହଣ, ଉନ୍ମାଦ, ସକ୍। ଅତ୍ୟଧିକ ରକ୍ତସ୍ରାବ, ଅତ୍ୟଧିକ ଜ୍ଵର, ବିଷକ୍ରିୟା, ଅତ୍ୟଧିକ ମଦ୍ୟପାନ, ବୈଦ୍ୟୁତିକ ସକ୍ ନିଶା ବଟିକା ଆଦି ଖାଇବା ଦ୍ଵାରା ହୋଇଥାଏ । ଚେତନହୀନତାର ଉପଚାର କବାଟ ଝରକା ଖୋଲି ଘର ମଧ୍ୟରୁ ପବନ ଚଳାଚଳ କର । ବିଷାକ୍ତ ବାଷ୍ପ ଥିବା ସ୍ଥାନରୁ ବ୍ୟକ୍ତିକୁ ବାହାରକୁ ବାହାରକରି ଆଣ । ବ୍ୟକ୍ତିର କୃତ୍ରିମ ଦାନ୍ତ ଥିଲେ କାଢିଦିଅ । ଲୋକ ଭିଆ ଥିଲେ ଆହତ ବ୍ୟକ୍ତିକୁ ଘେରି ନ ରହିବା ପାଇଁ କୁହ । ବ୍ୟକ୍ତିର ଦେହରୁ ଲୁଗା ଢିଲା କରିଦିଅ । ଯଦି ଥଣ୍ଡାପାଗ ଥାଏ ତେବେ ଆହତ ବ୍ୟକ୍ତିକୁ କମ୍ବଳରେ ଘୋଡାଇ ରଖ । ଯଦି ଶ୍ଵାସକ୍ରିୟା ବନ୍ଦ ହୋଇଥାଏ, ତେବେ କୃତ୍ରିମ ଶ୍ଵାସକ୍ରିୟା ପ୍ରଦାନ କର । ଶ୍ଵାସକ୍ରିୟା ଶବ୍ଦ ହେଉଥିଲେ, ତାର ପାଟି ସଫାକରି କଡମାଡି ଶୁଆଇ ଦିଅ କିମ୍ବା ଶ୍ଵାସକ୍ରିୟାରେ କଷ୍ଟ ହେଉଥିଲେ ତାଙ୍କୁ ଆରୋଗ୍ୟଦାୟକ ଅବସ୍ଥାନରେ ରଖ । ଆହତ ବ୍ୟକ୍ତିକୁ ଏକୁଟିଆ ଛାଡିଯାଅ ନାହିଁ, ଡାକ୍ତରଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ତାହା ସହିତ ରୁହ । କୌଣସି ଖାଦ୍ୟ ଓ ପାନୀଯ ପାତିବାଟେ ଦିଅ ନାହିଁ । ଆହତ ବ୍ୟକ୍ତିର ଚେତନା ଫେରିଆସିଲେ ଓ ଶୋଷ ଲାଗିଲେ+ କେବଳ ତାର ଓଠକୁ ଉଦା କରିଦିଅ । ମସ୍ତିଷ୍କ ଦୋଳନ ମସ୍ତିଷ୍କରେ ଆଘାତ ଲାଗିଲେ ମସ୍ତିଷ୍କ ଚହଳି ଯାଇଥାଏ କିମ୍ବା ତାହା ମଧ୍ୟରେ ରକ୍ତସ୍ରାବ ହୋଇଥାଏ । ମସ୍ତିଷ୍କ ଚହଲିଯିବାକୁ Concussion କୁହାଯାଏ । ରକ୍ତସ୍ରାବ ହେଲେ ରକ୍ତ ମୁଣ୍ଡା ବାନ୍ଧି ମସ୍ତିଷ୍କର ଅଂଶକୁ ଚାପିଦେଇଥାଏ । ଏହାକୁ ମସ୍ତିଷ୍କ ସଙ୍କୋଚନ (Compression) କୁହାଯାଏ । ମୁଣ୍ଡ ଉପରେ ମାଡ ବାଜିଲେ କିମ୍ବା ଉଚ୍ଚ ସ୍ଥାନରୁ ପିଚା ମାଡି ପଡିଗଲେ କିମ୍ବା ପାଟି ତଳେ ମାଡ଼ ବାଜିଲେ ମଧ୍ୟ ଏହା ଘଟିଥାଏ । ଚିହ୍ନ ଓ ଲକ୍ଷଣ ଆହତ ବ୍ୟକ୍ତି କିଛି ସମୟ ପାଇଁ ଚେତାଶୂନ୍ୟ ହୋଇପାରେ । ଆହତ ବ୍ୟକ୍ତିର ଚେତା ଫେରିଲାପରେ ବାନ୍ତି ଲାଗେ ବା ବାନ୍ତି ହୋଇପାରେ ଓ ଆହତ ବ୍ୟକ୍ତି ସେହି ସମୟରେ ତା’ର ସ୍ମରଣ ଶକ୍ତି ହରାଇପାରେ, ମୁଣ୍ଡ ବିନ୍ଧିଥାଏ ଓ ନିଦ ଲାଗିଥାଏ । ଉପଚାର ଆହତ ବ୍ୟକ୍ତି ଅଚେତ ଥିଲେ DRABC କ୍ରମରେ ତାହାର ଉପଚାର କର ଏବଂ ଚେତା ଫେରିଆସିବା ପରେ ମଧ୍ୟ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି କାର୍ଯ୍ୟ କରିବାକୁ ଦିଅ ନାହିଁ । ମସ୍ତିଷ୍କ ସଙ୍କୋଚନ ଯେକୌଣସି କାରଣରୁ ମସ୍ତିଷ୍କର ଅଂସ ଚାପି ହୋଇଯାଏ ତେବେ ସେଥିରେ ସଂକୋଚନ ସୃଷ୍ଟି ହୁଏ । ଏହାକୁ (Compression) କୁହାଯାଏ । ଏହା ଏକ ଗୁରୁତର ଅବସ୍ଥାଅଟେ । ଏହି ଅବସ୍ଥାରେ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା ଦ୍ଵାରା କିମ୍ବା ଖୁପରି ହାଡ ଭିତରକୁ ଦବିଯିବା ଦ୍ଵାରା ଏହା ହୋଇଥାଏ । ଏହିଭଳି ଅବସ୍ଥାରେ ଆହତବ୍ୟକ୍ତି ଅଚେତ ଅବସ୍ଥାରେ ବହୁଦିନ ପର୍ଯ୍ୟନ୍ତ ବଞ୍ଚିରହିଥାଏ । ମୁଣ୍ଡରେ ତୀବ୍ର ଯନ୍ତ୍ରଣା ହୁଏ । ଚେତନା ଶକ୍ତି କ୍ରମଶଃ ହ୍ରାସ ହୋଇ ଆହତ ଚେତାଶୂନ୍ୟ ହୋଇଯାଏ । ଚିହ୍ନ ଓ ଲକ୍ଷଣ ଅଚେତ ଅବସ୍ଥା । ଶ୍ଵାସକ୍ରିୟା ସମୟରେ ଘଡଘଡ ଶବ୍ଦ ହୁଏ । ନାଡୀର ଗତି କମିଯାଏ ଓ ସ୍ପନ୍ଦନ ବୃଦ୍ଧି ହୁଏ ଏବଂ ମୁହଁ ଶେତା ଦେଖାଯାଏ । ଦେହର ଉତ୍ତାପ ବାଡିଯାଏ, କପାଳକୁ ଛୁଇଁଲେ ଜଣାପଡ଼େ । ଦୁଇ ଆଖିରେ ଆଖିପୁଅର ଆକାର ଭିନ୍ନ ହୋଇପାରେ ଅର୍ଥାତ୍ ଗୋଟିଏ ସାନ ଓ ଅନ୍ୟଟି ବଡ ହୋଇପାରେ । ଯଦି ଗୋଟିଏ ପାଖର ଅଂସ କିମ୍ବା କୌଣସି ନିର୍ଦ୍ଦିଷ୍ଟ ଅଙ୍ଗ ପକ୍ଷାଘାତ ହୁଏ ତାହା ମସ୍ତିଷ୍କ ଆଘାତର ସୂଚନା ଦେଇଥାଏ । ଉପଚାର ରୋଗୀଙ୍କ ଚେତନହାନୀ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇଥିବାରୁ ଉପଚାର ପ୍ରଦାନ କରିବା ସହିତ ତାଙ୍କ ଯଥାଶୀଘ୍ର ଡାକ୍ତରଖାନା ପାଇଁ ବ୍ୟବସ୍ଥା କର । ରୋଗୀର ଚେତା ଥିଲେ ତାଙ୍କୁ ଆରମ ହେବାଭଳି ଅବସ୍ଥାରେ ରାଖୀ ସାନ୍ତ୍ଵନା ଦିଅ, DRABC କ୍ରମରେ ସହାୟତା ପ୍ରଦାନ କରି ଶୀଘ୍ର ଡାକ୍ତରଖାନା ପଠାଇ ଦିଅ । ଷ୍ଟ୍ରୋକ (Stroke) ଏହି ଅବସ୍ଥା ସାଧାରଣ ବୟସ୍କ ବ୍ୟକ୍ତି, ଉଚ୍ଚ ରକ୍ତଚାପ ଥିବା ରୋଗୀ ଏବଂ ଦୁର୍ଘଟଣାରେ ଆଘାତ ହୋଇଥିବା ବ୍ୟକ୍ତିମାନଙ୍କଠାରେ ଦେଖାଯାଇଥାଏ । ମସ୍ତିଷ୍କକୁ ରକ୍ତ ପ୍ରଦାନ କରୁଥିବା ନଳୀ ଅବରୁଦ୍ଧ ହୋଇ କିମ୍ବା ଫାଟିଯାଇ ମସ୍ତିଷ୍କର ଷ୍ଟ୍ରୋକ ଅବସ୍ଥା ସୃଷ୍ଟି କରିଥାଏ । ଏହା ଏକ ଗୁରୁତର ଅବସ୍ଥା ଅଟେ । ଚିହ୍ନ ଓ ଲକ୍ଷଣ ମୁଣ୍ଡରେ ଅସହ୍ୟ ଯନ୍ତ୍ରଣା ହେବା ସହିତ ବ୍ୟକ୍ତିଙ୍କୁ ବ୍ୟତିବ୍ୟସ୍ତ ଲାଗିଥାଏ । ଆହତ ବ୍ୟକ୍ତି କଥା କଡିବାରେ ଏବଂ ଗିଳିବାରେ ଅସୁବିଧା ଅନୁଭବ କରେ । ବ୍ୟକ୍ତି ମାନସିକ ଭାବସାମ୍ୟ ହରାଇଥାଏ ଏବଂ ବିଚଳିତ ହେବାକୁ ଲାଗେ । ଶରୀରର ଏକ ପାର୍ଶ୍ଵ ଅଙ୍ଗ ଦୁର୍ବଳ ହୁଏ କିମ୍ବା ପକ୍ଷାଘାତ ହୋଇଥାଏ । ଶ୍ଵାସକ୍ରିୟା ସମୟରେ ଘଡଘଡ ଶବ୍ଦ ଶୁଣାଯାଏ । ଆହତ ବ୍ୟକ୍ତି ପରିଶେଷରେ ଚେତାଶୂନ୍ୟ ହୋଇପାରନ୍ତି । ଉପଚାର ବ୍ୟକ୍ତି ଚେତାରେ ଥିଲେ ଚିତ୍ କରି ଶୁଆଇ ଦେଇ ତକିଆ ସାହାଯ୍ୟରେ ମୁଣ୍ଡ ଏବଂ କାନ୍ଧକୂ ହୃତପିଣ୍ଡ ଉପରକୁ ଉଠାଇ ରଖ । ପକ୍ଷାଘାତରେ ପ୍ରଭାବିତ ହୋଇଥିବା ପାର୍ଶ୍ଵ ଆଡକୁ ମୁଣ୍ଡକୁ କଡାଇ ରଖ ଏବଂ ଗାମୁଛା ବା ତଉଲିଆ ପାଖରେ ରାଖୀ ପିନ୍ଧିଥିବା ଲୁଗାପଟାକୁ ଢିଲା କରିଦିଅ । ଯଥାଶୀଘ୍ର ଡାକ୍ତରପାଖକୁ ନେବାକୁ ବ୍ୟବସ୍ଥା କର । ଆହତ ବ୍ୟକ୍ତି ଅଚେତ ଅବସ୍ଥାରେ ଥିଲେ (DRABC) କ୍ରମରେ ଅନୁଧ୍ୟାନ କରି ଆବଶ୍ୟକ ଉପଚାର ଦେବାପରେ ଡାକ୍ତର ପାଖକୁ ପଠାଇଦିଅ । ଆହତ ବ୍ୟକ୍ତିକୁ ଖାଇବାକୁ କିମ୍ବା ପିଇବାକୁ ଦିଅ ନାହିଁ । ଏଥିରେ ମସ୍ତିଷ୍କ ସଂକୋଚନର ଚିହ୍ନ ଓ ଲକ୍ଷଣ ଦେଖାଦିଏ । ଏଥିପାଇଁ ମସ୍ତିଷ୍କ ସଂକୋଚନର ଉପଚାର ଭଳି ସମାନ ଉପଚାର ପ୍ରଦାନ କରିବାକୁ କୁହ । ଆହତ ବ୍ୟକ୍ତି ଚେତାରେ ଥିଲେ ତାକୁ ଚିତ୍ କରି ରଖ ଏବଂ ମୁଣ୍ଡ ତଳେ ତକିଆ ଦେଓ ଟେକିରଖ, ମୁହଁକୁ କଡେଇ ରଖ ଓ ପାଟିତଳେ ଗୋଟିଏ ଗାମୁଛା ଭଙ୍ଗିକରି ରଖିବା ଯାହାଦ୍ଵାରା ପାତିରୁ ବାହାରୁଥିବା ଲାଳ ଏଥିରେ ବୋହିଯିବା ଏବଂ ଶରୀରର ଲାଗିବା ନାହିଁ । ପିଲାଙ୍କ ପିହୁଳା ରୋଗ ଏହି ରୋଗ ସାଧାରଣତଃ ଛୋଟ ପିଲାଙ୍କଠାରେ ଦେଖାଯାଏ । ପିଲାଙ୍କ ଶରୀରର ତାପମାତ୍ରା ବଢିଲେ ଏହା ଦେଖାଯାଇଥାଏ । ଲକ୍ଷଣ ହାତ ମୁଥାକାରୀ ଅଳ୍ପ ସମୟ ପାଇଁ ଅଚେତ ହୋଇଯାଏ । ଶରୀରର ମାଂସପେଶୀ ଓ ମୁଣ୍ଡ ବେକ ତାନ ହୋଇଯାଏ । ମୁହଁ ଶୁଖିଲା ଦିଶେ, ମୁହଁ ଶେତା ଏବଂ ମଳିନ ପଡିଯାଏ । ଆଖିଡୋଳା ଓଲଟ ପଡେ । ମୁହଁରୁ ଫେଣ ବାହାରେ । ଚିକିତ୍ସା ଓଦା କପଡା ଦ୍ଵାରା ପିଲାର ଶରୀରକୁ ଭଲଭାବରେ ମୁଣ୍ଡାଠାରୁ ଗୋଦା ପର୍ଯ୍ୟନ୍ତ ପୋଛିଦେଇ ଶରୀରରେ ଅଧିକ ତାପମାତ୍ରାକୁ କମାଇଦିଅ । ମୁଣ୍ଡରେ ମଧ୍ୟ ଥଣ୍ଡା ପଟି ଦିଆଯାଇପାରେ । ଚେତାରେ ଥିଲେ ଶରୀରର ତାପମାତ୍ରାକୁ କମାଇବା ପାଇଁ ବୟସ ଅନୁସାରେ ପିଲାଙ୍କୁ ପାରାସିଟାମଳ ବଟିକା ବା ପାରାସିଟାମଳ ସିରଫ୍ ଦିଅ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଆବଶ୍ୟକ ହେଉଥିବା ଔଷଧ ସେବନ କରାଇବା ଉଚିତ୍ । ମୂର୍ଚ୍ଛା ସାଧାରଣତଃ ମସ୍ତିଷ୍କକୁ ରକ୍ତ ଯୋଗାଣ ହ୍ରାସ ହୋଇଗଲେ ଏହିଭଳି ଅବସ୍ଥା ସୃଷ୍ଟି ହୋଇଥାଏ । ଭୟ କ୍ରୋଧ, ଦୁଃସମ୍ବାଦ, ଯନ୍ତ୍ରଣା ଯୋଗୁଁ ହଠାତ୍ ରକ୍ତଚାପ କମିଗଲେ ମୂର୍ଚ୍ଛାହୋଇଥାଏ । ଦୁର୍ବଳ ବ୍ୟକ୍ତିଙ୍କଠାରେ ଏହା ଅଧିକ ଦେଖାଯାଏ । ଅନେକ ସମୟ ଧରି ଖରାରେ ଠିଆ ହେଲେ ମଧ୍ୟ ଏହିଭଳି ଅବସ୍ଥା ହୋଇଥାଏ । ଲକ୍ଷଣ ରୋଗୀଠାରେ ଚେତନହୀନତା ହଠାତ୍ ଦେଖାଯାଏ । କିମ୍ବା ଚେତନହୀନତା ରୋଗୀ ମୂର୍ଚ୍ଛା ଓ ବିଭ୍ରାନ୍ତ ଅନୁଭବ କରେ ଏବଂ ଶରୀର ମ୍ଳାନ ହୋଇଥାଏ । ରୋଗୀ ଅଚେତ ହୋଇ କଚାଡି ତଳେ ପଡିଯାଏ, ମୁହଁ ଶେତା ଦେଖାଯାଏ, ନାଡୀ ଦୁର୍ବଳ ଓ କ୍ଷୀଣ ହୁଏ ଓ ଚର୍ମ ଥଣ୍ଡା କାଲୁଆ ଲାଗେ, ଶ୍ଵାସକ୍ରିୟା ଅଗଭୀର ହୋଇଥାଏ । ଉପଚାର ଆହତ ବ୍ୟକ୍ତି ଚୌକିରେ ବସିଥିଲେ, ତାର ମୁଣ୍ଡକୁ ଦୁଇ ଆଣ୍ଠୁ ମଝିରେ ତଳକୁ ଝୁଲାଇ କରି ୨ ମିନୀତ୍ତ ପର୍ଯ୍ୟନ୍ତ ରଖ । ଆହତ ବ୍ୟକ୍ତି ସୁସ୍ଥ ଅନୁଭବ ନକଲେ ତାକୁ ଚିତ୍ କରିଶୁଆଇ ଦିଅ ଏବଂ ତାର ଦୁଇ ଗୋ ଡକୁ ହୃତପିଣ୍ଡଠାରୁ ଉଚ୍ଚରେ ଟେକି ରଖ । ଏହାଦ୍ଵାରା ମସ୍ତିଷ୍କର ରକ୍ତ ସଂଚାଳନ ବୃଦ୍ଧି ହୋଇ ବ୍ୟକ୍ତିର ଚେତା ଫେରିଆସେ । ଆହତ ବ୍ୟକ୍ତି ଅଚେତ ଅବସ୍ଥାରେ ଅଧିକ ସମୟ ରହିଲେ DRABC କ୍ରମରେ ଅନୁଧ୍ୟାନ କର ଆବଶ୍ୟକ ଉପାଚାର ପ୍ରଦାନ କର । ଶରୀରର ପିନ୍ଧା ଲୁଗାକୁ ଢିଲା କରିଦିଅ । ଆହତ ବ୍ୟକ୍ତି ଯେପରି ମୁକ୍ତବାୟୁ ପାଇପାରିବା ସେଥିପାଇଁ ଚେଷ୍ଟାକର । ସୁସ୍ଥ ଅନୁଭବ କାଲେ ଆହତ ବ୍ୟକ୍ତିକୁ ବସିବାକୁ କୁହ । ଫଳରସ, ଚା, କ୍ଷୀର ବା ପାଣି ପିଇବାକୁ ଦିଅ । ଅତ୍ୟଧିକ ଉତାପ ଅତ୍ୟଧିକ ଉତ୍ତାପ ଯୋଗୁଁ ଅଂଶୁକ୍ଳାନ୍ତି ଏବଂ ତାହାର ପ୍ରତିକାର ନହେଲେ ପରେ ଅଂଶୁଘାତ ସୃଷ୍ଟି ହୋଇଥାଏ । ବାତାବରଣର ଅତ୍ୟଧିକ ଉତ୍ତାପ ଯୋଗୁଁ ଏହିଭଳି ଅବସ୍ଥା ହୋଇଥାଏ ॰ ଶରୀରର ଲବଣ ଏବଂ ଜଳୀୟ ଅଂସ କମିଯିବା ଦ୍ଵାରା ଅଂଶୁକ୍ଳାନ୍ତି ହୋଇଥାଏ । ଏହା ପରିବେଶର ଆଦ୍ରତା ବୃଦ୍ଧି ଦ୍ଵାରା ଅଧିକ ହୋଇଥାଏ । ଅନେକ କ୍ଷେତ୍ରରେ ପୂର୍ବରୁ ଅଂଶୁକ୍ଳାନ୍ତି ନହୋଇ ମଧ୍ୟ ଅଂଶୁଘାତ ସୃଷ୍ଟି ହୋଇଥାଏ । ଚିହ୍ନ ଓ ଲକ୍ଷଣ ଅଂଶୁ କ୍ଳାନ୍ତି: ମୁଣ୍ଡବିନ୍ଧିବା, ବିଭ୍ରାନ୍ତି (DIZZINESS) ହେବା, ବାନ୍ତି ଲାଗିବା, ପେଟରେ ଯନ୍ତ୍ରଣା ଦେବା, ଶରୀରର ଥଣ୍ଡା ଲାଗିବା । ମୁହଁ ଶେତା ପଡିଯାଏ ଓ ଥଣ୍ଡା, ଝାଳୁଆ ଲାଗେ । ନାଡୀ ଦୁର୍ବଳ ହୁଏ ଏବଂ ଗତି ବଢିଯାଏ । ଆହତ ବ୍ୟକ୍ତିକୁ ବାକୁଲା (Cramping) ହୋଇଥାଏ । ସକ୍ ର ଲକ୍ଷଣ ଦେଖାଯାଏ । ଚେତାହୀନତା ହୋଇପାରେ । ଅଂଶୁ ଘାତ: ଅବସ୍ଥା ହଠାତ୍ ସାଂଘାଟିକ ହୋଇପାରେ । ମୁଣ୍ଡ ବିନ୍ଧା ହୁଏ ଏବଂ ପରେ ଚେତନହୀନତା ହୋଇଯାଏ । ବାନ୍ତି ହୁଏ, ମୁହଁ ଲାଳ ପଡିଯାଏ, ଶୁଖିଲା ଦେଖାଯାଏ ଓ ଗରମ ଲାଗେ । ନାଡୀର ସ୍ପନ୍ଦନ ଜୋରରେ ହୋଇଥାଏ । ଶରୀରର ତାପମାତ୍ରା ସ୍ଵାଭାବିକତାର ଉପରକୁ ଚାଲିଯାଏ । ଏହା ୧୦୭ ଡିଗ୍ରୀ ଫାରେନ୍ ହାଇଟ୍ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ଯଥାଶୀଘ୍ର ଶରୀରର ତାପମାତ୍ରା ହ୍ରାସ କରାନଗଲେ ଆହତ ବ୍ୟକ୍ତିର ମୃତ୍ୟୁ ହୋଇଥାଏ । ଉପଚାର ଅଂଶୁ କ୍ଳାନ୍ତି ଆହତ ବ୍ୟକ୍ତିର ଚେତା ନଥିଲେ, DRABC କ୍ରମ ଅନୁସାରେ ଉପଚାର କର । ଯଦି ଆହତ ବ୍ୟକ୍ତିର ଚେତା ଥାଏ ତାକୁ ଥଣ୍ଡା ସ୍ଥାନକୁ ନେଇଯାଅ ଓ ପଙ୍ଖାକରି ଶରୀରର ଥଣ୍ଡାକର । ଆହତ ବ୍ୟକ୍ତିକୁ O.R.S. ପିଇବାକୁ ଦିଅ କିମ୍ବା ଏକ ଗ୍ଳାସ ପାଣିରେ ଏକ ଚିମୁଟା ଲୁଣ ଦୁଇ ଚାମଚ ଚିନି ମିଶାଇ ପିଇବାକୁ ଦିଅ । ଆହତ ବ୍ୟକ୍ତିକୁ ଆରମ ଅବସ୍ଥାରେ ବସାଅ । ଆହତ ବ୍ୟକ୍ତିର ଶରୀର ତାପମାତ୍ରା ପ୍ରତି ଦ୍ରୁଷ୍ଟି ରଖ । ଏହି ଅବସ୍ଥାରେ ଆହତ ବ୍ୟକ୍ତିଙ୍କୁ ଉପଯୁକ୍ତ ଉପଚାର ନମିଳିରେ ତାହା ଅଂଶୁଘାତକୁ ପରିବର୍ତ୍ତନ ହୋଇଥାଏ । ଅଂଶୁଘାତ: ଆହତ ବ୍ୟକ୍ତି ଶରୀରର ତାପମାତ୍ରାକୁ ଯଥାଶୀଘ୍ର କମ୍ କର, ଏଥିପାଇଁ ଆହତ ବ୍ୟକ୍ତିକୁ ଥଣ୍ଡା କିମ୍ବା ଚାଇଥିବା ସ୍ଥାନକୁ ନେଇଯାଅ । ମୁଣ୍ଡକୁ ଓଦା ଗାମୁଛାରେ ବାରମ୍ଭାର ପୋଛି ଦିଅ ଓ ଶରୀରରୁ ଲିଗା କାଢି ଦେହରେ ଥଣ୍ଡା ପାଣି ଛିଞ୍ଚି ପଙ୍ଖା କର କିମ୍ବା ଓଦା ଲୁଗା ଗୋଡାଇ ଦିଅ । ଏହାଦ୍ଵାରା ଶରୀରର ତାପମାତ୍ରା ହ୍ରାସ ପାଇଯାଇଥାଏ । ଶରୀରର ତାପମାତ୍ରା ୧୦୧ ଡିଗ୍ରୀ ଠାରୁ ତଳକୁ କମିଲେ ଆହତ ବ୍ୟକ୍ତିକୁ ପତଳା ଲୁଗାରେ ଘୋଡାଇ ରାଖୀ ଶୀତଳ ପରିବେଶରେ ରହିବାକୁ ଦିଅ । ଆହତ ବ୍ୟକ୍ତି ସୁସ୍ଥ ହୋଇଆସିଲେ ଓ ଚେତା ଥିଲେ ତାଙ୍କୁ ଅଂଶୁକ୍ଳାନ୍ତିର ଉପଚାର ପ୍ରଦାନ କରି ଡାକ୍ତରଙ୍କ ପାଖକୁ ପଠାଅ ଅଂଶୁଘାତ ପ୍ରତିରୋଧ କରିବେ କିପରି ଟାଣ ଖରାରେ ବାହାରକୁ ଯାଅ ନାହିଁ । ଯଥା ସମ୍ଭବ ଛାଇ ସ୍ଥାନ ଦେଖି ରୁହ । ବାରମ୍ବାର ଯଥେଷ୍ଟ ପରିମାଣରେ ପାଣି ପିଅ । ଖରାକୁ ବାହାରିବା ସମୟ ହେଲେ ନିଜକୁ ସୁରକ୍ଷିତ ରଖିବା ପାଇଁ ଦେହରେ ସୂତା ବସ୍ତ୍ର ପରିଧାନ କର ମୁଣ୍ଡରେ ଓଦା ଗାମୁଛା, ହାତରେ ଛତା, ଆଖିରେ କଳା ଚଷମା ଓ ପାଦରେ ଚପଲ ବ୍ୟବହାର କର । ଛୋଟ ପିଲା, ଅସୁସ୍ଥ ବ୍ୟକ୍ତି ଏବଂ ବୟସ୍କଙ୍କର ବିଶେଷ ଯତ୍ନ ନିଆ । ଓ.ଆର୍.ଏସ୍ (ORS), ଗୋଲ ତାରାଣୀ, ଦହି ସରବତ, ଲେମ୍ବୁ ସରବତ ଏବଂ ଥଣ୍ଡା ପାନୀୟ ପିଆଅ । ଗ୍ୟାସରେ ପ୍ରସ୍ତୁତ ପାନୀୟ ପିଅ ନାହିଁ । ମାଦକ ଦ୍ରବ୍ୟ ଏବଂ ନିଶା ସେବନ କର ନାହିଁ । ଅସୁସ୍ଥତା ଅନୁଭବ ଲାକେ ସାଙ୍ଗେ ସାଙ୍ଗେ ନିକଟରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଡାକ୍ତରଖାନାକୁ ପଠାଅ । ମଧୁମେହ ଶରୀରର ଶର୍କରା ଜାଳେଣି ଭାବେ ବ୍ୟବହାର ହୋଇଥାଏ । ତେଣୁ ଶରୀରର ରକ୍ତ ମଧ୍ୟରେ ଶର୍କରାର ପରିମାଣ ଇନ୍ ସୁଲିନ୍ ଦ୍ଵାରା ନିୟନ୍ତ୍ରିତ ହୋଇ ସର୍ବଦା ଏକ ସୀମିତତାରେ ରହିଥାଏ । ଇନ୍ ସୁଲିନ୍ ଶରୀରର ଅଗ୍ନାଶୟ (Pancreas) ଗ୍ରନ୍ଥିରୁ ବାହାରି ଥାଏ । ଏହା ଶରୀରକୁ ଆବଶ୍ୟକ ପରିମାଣର ଇନ୍ ସୁଲିନ୍ ଯୋଗାଇ ନପାରିଲେ ରକ୍ତରେ ଶର୍କରାର ପରିମାଣ ଅଣନିୟନ୍ତ୍ରିତ ହୋଇ ବଢିଯାଏ । ଏହି ଅବସ୍ଥାକୁ Hyperglycemia ବା ମଧୁମେହ ରୋଗ କୁହାଯାଏ । ଶରୀରରେ ରକ୍ତର ଶର୍କରା ପରିମାଣକୁ ଉପାରୋକ୍ତ ସୀମା ମଧ୍ୟରେ ରଖିବା ପାଇଁ ଆବଶ୍ୟକ ମାତ୍ରାର ଇନ୍ ସୁଲିନ୍ ଶରୀରର ମିଳିବା ଆବଶ୍ୟକ ହୋଇଥାଏ । ସେଥିପାଇଁ ବଟିକା କିମ୍ବା ଇଞ୍ଜେକ୍ସନ୍ ଦ୍ଵାରା ଆବଶ୍ୟକୀୟ ପରିମାଣର ଇନ୍ ସୁଲିନ୍ ଯୋଗାଇ ଦିଆଯାଏ । ଇନ୍ ସୁଲିନ୍ ପରିମାଣ ଅଧିକ ବୃଦ୍ଧି ହୋଇ ଶର୍କରାର ପରିମାଣକୁ ସୀମିତତାତଳକୁ ହ୍ରାସ କରାଇ ଦେଲେ ଉକ୍ତ ଅବସ୍ଥାକୁ Hyperglycemia କୁହାଯାଏ । ଚିହ୍ନ ଓ ଲକ୍ଷଣ Hyperglycemia ଯୋଗୁଁ ସୃଷ୍ଟି ହୋଇଥିବା ମଧୁମେହଜନିତ ଚେତାଶୁନ୍ୟତା : ଚର୍ମ ଶୁଖିଲା ଲାଗେ । ଶ୍ଵାସକ୍ରିୟା ଗଭୀର ହୁଏ । ଆହତ ବ୍ୟକ୍ତି ଅଣନିଃଶ୍ଵାସୀ ହେବାପରି ଦେଖାଯାଏ । ନିଶ୍ଵାସରୁ ସେଓ କିମ୍ବା ନେଲପାଳିସ୍ ର ଗନ୍ଧ ବାହାରେ । ଆହତ ବ୍ୟକ୍ତି ଚେତାଶୁନ୍ୟ ହୋଇପଡେ । ଉପଚାର ଶ୍ଵାସକ୍ରିୟା ହେଉଥିଲେ ଆହତ ବ୍ୟକ୍ତିକୁ ଆରୋଗ୍ୟବାୟକ ଅବସ୍ଥାନରେ ଶୁଆଇବଓ ଯଥାଶୀଘ୍ର ଡାକ୍ତରଖାନାକୁ ପଠାଇଦିଅ । ଅଦ୍ୟଧିକ ପରିମାଣର ଇନ୍ ସୁଲିନ୍ ଯୋଗୁଁ ସୃଷ୍ଟି ହୋଇଥିବା ଚେତାଶୂନ୍ୟତା ଚର୍ମରୁ ଅଧିକ ଝାଳବୁହେ ଓ ଚର୍ମ ଓଦା ଲାଗେ । ଶ୍ଵାସକ୍ରିୟା କ୍ଷୀଣ ଓ ଦୁର୍ବଳ ହୁଏ । ମୁହଁରୁ କୌଣସି ଗନ୍ଧ ବାହାରେ ନାହିଁ । ଆହତ ବ୍ୟକ୍ତି ସାମୟିକ ଭାବେ ଚେତା ହରାଇଥାଏ ।ଆହତ ବ୍ୟକ୍ତିକୁ ଚେତନହୀନତା ଉପଚାର କର । ଆହତ ବ୍ୟକ୍ତି ସଚେତଥିଲେ ତାକୁ ଗ୍ଳୁକୋଜ ପାଣି, ଚକୋଲେଟ ବା ମିଠା କିମ୍ବା କିଛି ଖାଦ୍ଯ ପଦାର୍ଥ ଖାଇବାକୁ ଦିଅ । ହାର୍ଟ ଆଟାକ୍ ହୃତପିଣ୍ଡ ମାଂସପେଶୀକୁ ଅମ୍ଳଜାନଯୋଗାଉଥିବା ରକ୍ତନଳୀ ଅବରୁଦ୍ଧ ହୋଇଗଲେ ସଂପୃକ୍ତ ଅଂଶର ମାଂସପେଶୀ ଅମ୍ଳଜାନ ପାଇପାରେ ନାହିଁ ଏବଂ ମୃତ୍ୟୁ ହୋଇଯାଏ, ଫଳରେ ହୃତପିଣ୍ଡର ସମସ୍ତ ମାଂସପେଶୀ କିଛି ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରନ୍ତି ନାହିଁ । ଏହାକୁ ହାର୍ଟଆଟାକ କୁହାଯାଏ । ଏହି ରୋଗ ହଠାତ୍ ହୋଇଥାଏ । ଚିହ୍ନ ଓ ଲକ୍ଷଣ ହୃତପିଣ୍ଡର ମାଂସପେଶୀରେ ଅମ୍ଳଜାନ ଅଭାବ ହେଲେ ଛାତିକୁ ଚିପି ହେଲାଭଳି ଏକ ଯନ୍ତ୍ରଣା ହୋଇଥାଏ । ଏହି ଯନ୍ତ୍ରଣା ଛାତିର ବାମ କାନ୍ଧ, ବାମ ବାହୁ, ଗଲା କିମ୍ବା ପେଟ ପର୍ଯ୍ୟନ୍ତ ଯାଇଥାଏ । ଶ୍ଵାସକ୍ରିୟା କଷ୍ଟଦାୟକ ହୁଏ ଏବଂ ପାଟରେ ମଧ୍ୟ ଯନ୍ତ୍ରଣା ହୁଏ । ଦେହରୁ ପ୍ରଚୁର ପରିମାଣର ଝାଳ ବୁହେ । ବାନ୍ତି ଲାଗେ ବା ବାନ୍ତି ହୁଏ । ମୁହଁ ସେଟା ପଡିଯାଏ । ନାଡୀର ଗତି ଅନିୟମିତ ହୁଏ କିମ୍ବା ବନ୍ଦ ହୋଇଯାଏ । ବି.ଦ୍ର. ( ହାର୍ଟ ଆଟାକ୍ ସାଧାରଣତଃ ଅତ୍ୟଧିକ ରକ୍ତଚାପ, ଧୂମପାନ, ବସିରହି କାର୍ଯ୍ୟ କରୁଥିବା ବ୍ୟକ୍ତି (ଶାରୀରିକ ପରିଶ୍ରମ ନା କଲେ ), ଅଧିକ ମୋଟା ଲୋକଙ୍କୁ ହୋଇଥାଏ । ) ଉପଚାର ରୋଗୀକୁ ସାନ୍ତ୍ଵନା ଦେବା ସହିତ ସ୍ଥିର ଓ ନିଶ୍ଚଲ ରହିବା ପାଇଁ କୁହ । ଡାକ୍ତରୀ ସାହାଜ୍ଯ ପାଇବା ପାଇଁ ଶୀଘ୍ର ବ୍ୟବସ୍ଥା କର । ଆହତ ବ୍ୟକ୍ତି ଚାଲିବାକୁ ଦିଅ ନାହିଁ । ବ୍ୟକ୍ତିଙ୍କର ଚେତା ଥିଲେ ତାକୁ ଆଉଜି କରି ବସାଇ ରଖ ଓ ଦୁଇ ଆଣ୍ଠୁକୁ ଟେକି ଜଙ୍ଘ ଓ ନଳୀ ଗୋଡ ମଝିରେ କୁସନ ବା ତକିଆ ରଖ । ଏପରି ଅବସ୍ଥାରେ ଆହତ ବ୍ୟକ୍ତିକୁ ଆରାମ ଲାଗିଥାଏ । ଏହାଦ୍ଵାରା ଛାତିର ଯନ୍ତ୍ରଣା କମ୍ ହୋଇଥାଏ ଏବଂ ଶ୍ଵାସକ୍ରିୟା ସହଜଦାୟକ ହୋଇଥାଏ । ପିନ୍ଧିବା ଲୁଗା ତଥା ବିଶେଷ କରି ଗଳା ପାଖର ଲୁଗାକୁ ଢିଲା କରିଦିଅ । ବ୍ୟକ୍ତି ଅଚେତ ହୋଇଥିଲେ DRABC କ୍ରମ ଅନୁସାରେ ଉପଚାର କର । ଶୀଘ୍ର ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କର । ଅନେକ ସମୟରେ ହାର୍ଟ ଆଟାକ ହେଲେ ଶ୍ଵାସକ୍ରିୟା ଚାଲୁଥିଲେ ମଧ୍ୟ ହୃତପିଣ୍ଡର ସ୍ପନ୍ଦନ ବନ୍ଦ ହୋଇଯାଏ । ହୃତପିଣ୍ଡର ସ୍ପନ୍ଦନ ୩ ମିନିଟ୍ ରୁ ଅଧିକ ସମୟ ବନ୍ଦ ହେଲେ ରୋଗୀର ମସ୍ତିଷ୍କ ଓ ଅନ୍ୟ ଅଂସ ନଷ୍ଟ ହୋଇଥାଏ । ଏବଂ ତା’ର ମୃତ୍ୟୁ ହୁଏ । ଏହି ସମୟରେ ଶ୍ଵାସକ୍ରିୟା ଏବଂ ହୃତପିଣ୍ଡ କ୍ରିୟା କାର୍ଯ୍ୟ କରୁନଥାଏ । ତେଣୁ CRP ଆରମ୍ଭ କରି ଏବଂ ଆବଶ୍ୟକ ହେଲେ ଡାକ୍ତରଖାନାରେ ପହଞ୍ଚାଇବା ପର୍ଯ୍ୟନ୍ତ ତାହାକୁ ଚାଲୁରଖ । ବ୍ୟକ୍ତି ଚେତାରେ ଥିଲେ, ଛାତିରେ ଅସହ୍ୟ ଯନ୍ତ୍ରଣା ହେଉଥିଲେ ଏବଂ ଡାକ୍ତରୀ ସାହାଜ୍ଯ ନିଲମ୍ବ ହେଉଥିଲେ ଜଣେ ପ୍ରାଥମିକ ଚିକିତ୍ସା ଭାବେ Asprin 300 ମି.ଗ୍ରା. ବଟିକା ଚୁଚୁମିବାକୁ ଦିଅ । ବ୍ୟକ୍ତି ଖାଦ୍ଯ ଓ ପାନୀଯ ଦିଅ ନାହିଁ । ଅପସ୍କାର ଏହା ଦୁଇ ପ୍ରକାରର, ତାହାକୁ ନିମ୍ନରେ ପ୍ରଦତ୍ତ କରାଗଲା । ଲଘୁ ଅପସ୍କାର : ରୋଗୀ ସେଟା ପଡିଯାଏ । ଆଖି ଖୋସି ହୋଇଯାଏ । ରୋଗୀ ଅଳ୍ପ ସମୟ ପାଇଁ ଚେତା ହରାଏ ଏବଂ ପରେ ପରେ ଚେତା ଫେରିପାଏ । ତାର କିଛି ଘଟିଥିଲା ବୋଲି ସେ ଜାଣିପାରେ ନାହିଁ । ଯେଉଁ କାମ କରୁଥାଏ ସେହି କାମ କରିବାକୁ ଲାଗେ । ରୋଗୀ ଯଦି ଅଧିକ ସମୟ ଅଚେତ ହୋଇ ରହେ, ତାକୁ ମୂର୍ଚ୍ଛା ହେବାର ଚିକିତ୍ସା ଦେବାକୁ ହୁଏ । ଗୁରୁଅପସ୍କାର : ଏହି ଏକ ଗୁରୁତର ଅବସ୍ଥା ହୋଇଥାଏ । ଏଥିରେ ରୋଗୀର ମୁଣ୍ଡବିନ୍ଧା ହୁଏ । ରୋଗୀକୁ ବ୍ୟତିବ୍ୟସ୍ତ ଲାଗେ, ନିସ୍ତେଜ ଲାଗେ । ରୋଗୀ ଜାଣିପାରେ ଯେ ସେ ଅପସ୍କାର ଜନିତ ମୂର୍ଚ୍ଛା ହେବାକୁ ଯାଉଛି । ଗୁରୁ ଅପସ୍କାରର ଚାରୋଟି ଅବସ୍ଥା ଥାଏ ଯଥା – ଆହତ ବ୍ୟକ୍ତି ଭୂମି ଉପରେ କଚାଡି ହୋଇପଡେ ଓ ଅଚେତ ହୋଇଯାଏ, ବେଳେବେଳେ ସେ ଚିତ୍କାର କରିଥାଏ । ଅଳ୍ପ କେତେକ ସମୟ ପାଇଁ ଶରୀର ଶକ୍ତି ହୋଇଯାଏ ଓ ମୁହଁ ଲାଲ ପଡିଯାଏ । ମୁହଁରୁ ଫେଣ ବାହାରେ ଓ ତାର ଅଜାଣତରେ ଝାଡା ଓ ପରିସ୍ରା ହୋଇଯାଏ । ଊପଚାର ଆହତ ବ୍ୟକ୍ତିକୁ ଅଯଥା ବଳ ପ୍ରୟୋଗ କରି ସ୍ଥିର ରଖିବା ପାଇଁ ଚେଷ୍ଟା କର ନାହିଁ । ପାଖରେ କୌଣସି କଠିନ ପଦାର୍ଥ ବା ଧାରୁଆ ବସ୍ତୁ ଥିଲେ ତାହାକୁ ଦୂରେଇ ଦିଅ । ମୁହଁ ଫେଣ ପୋଛି ଦିଅ । ନିହାତି ଜରୁରୀ ଅବସ୍ଥା ନହେଲେ ପିହୁଳା ବନ୍ଦ ନହେବା ପର୍ଯ୍ୟନ୍ତ ଆହତ ବ୍ୟକ୍ତିକୁ ସେହି ସ୍ଥାନରୁ ଉଠାଅ ନାହିଁ । ବାଟମାରିବା ବନ୍ଦ ହେଲେ ଚେତନହୀନତାର ଉପଚାର କର । ଆହତ ବ୍ୟକ୍ତି ସାଧାରଣ ଅବସ୍ଥାକୁ ଫେରିଆସିଲେ ତାକୁ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ କୁହ । ଆହତ ବ୍ୟକ୍ତିକୁ ଅଯଥା ହଳଚଳ କର ନାହିଁ କି ମାଡିବସି ଧରିବାକୁ ଚେଷ୍ଟା କର ନାହିଁ । ଆହତ ବ୍ୟକ୍ତିକୁ ବାତମାରିବା ୫ ମିନିଟ୍ ମଧ୍ୟରେ ବନ୍ଦ ନ ହେଲେ ବା ବାରମ୍ଭାର ବାଟ ମାରିଲେ କିମ୍ବା ପ୍ରଥମ ଥର ବାତ ମାରିଲେ ଆବଶ୍ୟକ ଜରୁରୀକାଳୀନ ଚିକିତ୍ସା ସହିତ ଡାକ୍ତରଖାନାକୁ ପଠାଅ । ଆଧାର:Odisha state centre Bhubaneswar