ଉପକ୍ରମ

ଯୋଗର ଶାରୀରିକ ଉପକାର ସମ୍ବନ୍ଧରେ ଅନେକ ସଚେତନତା କାର୍ଯ୍ୟକ୍ରମ ହୋଇ ଆସିଛି ଓ ଏହା ସଭିଙ୍କୁଜ୍ଞାତ। କିନ୍ତୁ ଉଦ୍ୟୋଗୀ ଓ ଉଦ୍ୟମୀ ହେବାପାଇଁ ଆବଶ୍ୟକୀୟ କିଛିଗୁଣ ପାଇବାପାଇଁ ଯୋଗ ସିଧାସଳଖ ଭାବେ ସାହାଯ୍ୟ କରିପାରେ ଏହା ଅନେକେ ଜାଣିନଥିବେ । ସୃଜନଶୀଳତାକୁ ବଢାଇବାରେ, ଚିନ୍ତାକୁ କମାଇ ମନର ଶାନ୍ତିଆଣିବାରେ, ଦିନର ଶେଷରେ ବ୍ୟକ୍ତିର ଉତ୍ପାଦନକ୍ଷମତା କୁ ବଢାଇବାରେ ଏବଂ ଏକସୁସ୍ଥ ଓ ବଳିଷ୍ଠ ମାନସିକତା ତିଆରି କରିବାରେ ଯୋଗ ସାହାଯ୍ୟ କରିଥାଏ । ମାନସିକ, ବୌଦ୍ଧିକ ଓ ସ୍ନାୟୁ ବିକସ୍ତରରେ ଯୋଗର ଉପକାର କହିଲେ ନସରେ । ଯୋଗା ଭ୍ୟାସ ନୂତନ ଭାବେ ଆରମ୍ଭ କରୁଥିବା ବ୍ୟକ୍ତିବା ଏକବିଶେଷଜ୍ଞ ହେଉ ଯୋଗାଭ୍ୟାସ ଦିନକୁ ମାତ୍ର କେଇମିନିଟ ପାଇଁ କଲେ ମଧ୍ୟ ଏହା ଆପଣଙ୍କ ମନ ଓ ଶରୀରକୁ ଶକ୍ତିର ଏକ ପାୱାର ହାଉସ ଭାବେ ଗଢିତୋଳିବ।

ମାନସିକ ଉପକାର

ଅନେକ ମାନସିକ ରୋଗ ବିଶେଷଜ୍ଞ ମାନେ obsessive compulsive disorders ତଥା attention deficit disorders ରଚିକିତ୍ସା ପାଇଁ ଯୋଗ ପ୍ରଣାଳୀକୁ ବ୍ୟବହାର କରିଥାନ୍ତି। ଗବେଷଣାରୁ ଜଣା ପଡିଛିଯେ ଯୋଗ କଲେ ମସ୍ତିଷ୍କକୁ ଉପଯୁକ୍ତ ମାତ୍ରାରେ ଅମ୍ଳଜାନଯିବା ଯୋଗୁଁ ଏହାମାନସିକ ଅବସାଦକୁ ଦୂରରେ ରଖିଥାଏ। ନିୟମିତ ଭାବେ ଯୋଗାଭ୍ୟା ସକଲେ ଶାରୀରିକ ପ୍ରଫୁଲ୍ଲତାସହ ମାନସିକ ସନ୍ତୋଷ ମଧ୍ୟମିଳିଥାଏ। ଏକ ପ୍ରଚଣ୍ଡ ଯୋଗ ଅଭ୍ୟାସ ପରେ ଅନ୍ତରାତ୍ମା ଭିତରୁ ଏକ ପ୍ରଗାଢ ଶାନ୍ତି ମିଳିଥାଏ ଯାହାକି ଜୀବନ ପ୍ରତି ଏକ ସକାରାତ୍ମକ ଦୃଷ୍ଟି କୋଣ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ।

ଅଧିକାଂଶ ଉଦ୍ୟୋଗୀ ମାନେ ଶାରୀରିକ ସ୍ଵାସ୍ଥ୍ୟକୁ ଅନେକ ଗୁରୁତ୍ଵ ଦେଇଥାନ୍ତି କିନ୍ତୁ ମାନସିକ ସ୍ୱାସ୍ଥ୍ୟ ବା ପ୍ରଶାନ୍ତିକୁ ଏତେ ଟାଧ୍ୟାନ କେହି ଦିଅନ୍ତି ନାହିଁ। ଏହା ବହୁତ ଦୁର୍ଭାଗ୍ୟଜଣ କଜିନିଷ ଅଟେ। କାରଣ ଷ୍ଟାର୍ଟ ଅପରଯାତ୍ରା ଅତ୍ୟନ୍ତ କଠିନ ଓ କ୍ଲାନ୍ତି ମୟହୋଇଥାଏ । ଏଥି ପାଇଁ ଦରକାର ହେଉଥିବା ମାନସିକ ଶ୍ରମ ଯୋଗୁ ଜଣେ ବ୍ୟକ୍ତି ଖୁବଶୀଘ୍ର କ୍ଳାନ୍ତ ହେଇଯାଏ । କସବୁ ସମୟରେ କ୍ଳାନ୍ତ ରହିବା ଫଳ ରେକ୍ରମଶଃ ମାନସିକ ଅବସାଦ ମଧ୍ୟଆସିଥାଏ । ତେଣୁ ନିଜଜୀବନ ଯାପନର ଶୈଳୀରେ ଏକ ସକାରାତ୍ମକପରି ବର୍ତନ ଆଣିବା ନିହାତି ଆବଶ୍ୟକ ହୋଇଥାଏ।

ଚିନ୍ତାରୁମୁକ୍ତି

ଲୋକ ପ୍ରିୟଧାରଣାର ବିପରୀତ ପ୍ରକୃତରେ ଚିନ୍ତାସବୁ ସମୟରେ ଶରୀର ପାଇଁ କ୍ଷତି କାରକ ହୋଇନଥାଏ। ଆଦିମମାନବ ପାଇଁ ଚିନ୍ତା ବାସ୍ଟ୍ରେସତାକୁ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ବଞ୍ଚାଇ ରଖିବାରେ ସାହାଯ୍ୟ କରୁଥିଲା। ଜନ୍ତୁଜୁନ୍ତା ଓ ପ୍ରାକୃତିକ ବିପଦଠାରୁ ନିଜ କୁରକ୍ଷା କରିବାରେ ସହାୟକ ହେଉଥିଲା। ଧନ୍ୟ କହିବା ଆମର ସେଇ ପୂର୍ବପୁରୁଷଙ୍କୁ ଯାହାଙ୍କ ଯୋଗୁଁ ଆଜି ଚିନ୍ତା ଆମର ଜିନରେ ଗୁନ୍ଥି ହେଇ ରହିଛି। ସମସ୍ତ ଉଦ୍ୟୋଗୀ ଏହିମିଥ ସମ୍ପର୍କରେ ଭଲଭାବେ ଜ୍ଞାତ। ଯେତେବେଳେ ଆପଣ ନିଜର ଉଦ୍ୟୋଗ ବାବ୍ୟବସାୟ କୁଶୂନ୍ୟରୁ ଆରମ୍ଭ କରିତୋଳିବା ପାଇଁ କଠିନ ପରିଶ୍ରମ କରନ୍ତି ସେତେବେଳେ ସେଶ୍ରମର ପ୍ରଭାବ ପ୍ରଥମେ ଶରୀର ଉପରେ ପଡିଥାଏ। ନିଷ୍ଠୁର ଡେଡଲାଇନର ଶିକାର ପ୍ରଥମେ ହୁଏ ଶରୀର।

ପୂର୍ବରୁ କୁହାଯାଇ ଥିବା ଭଳି ଚିନ୍ତାସବୁ ସମୟରେ ହାନିକାରକ ହୋଇନଥାଏ। ମାତ୍ର ଯଦି ଚିନ୍ତା ଶରୀର ଓ ମନକୁଛାଡିବା ପାଇଁ ନାରାଜ ହେଲା ତେବେ ଏହା ଏକ ଅତ୍ୟନ୍ତ ହାନିକାର କଅବସ୍ଥା ସୃଷ୍ଟି କରେ। ସମସ୍ତ ଅଙ୍ଗପ୍ରତ୍ୟଙ୍ଗକୁ ଏକପ୍ରକାର ଏସିଡ ରେ ଧୋଇଦିଏ। ଏକ ଗବେଷଣା କୁହେ ଯେ ମଣିଷ ମାନେ ଟ୍ରାଫିକ ଜାମରେ ଫାଶୀ ରହିବା ସମୟରେ ଓ ଅଫିସ ପାଇଁ ଲେଟ ହେଇ ଗଲେ ଯେଉଁ ପରିମାଣରେ ଚିନ୍ତା ଅନୁଭବ କରନ୍ତି ତାହା ଆଫ୍ରିକାର ଅରଣ୍ୟ ରେଜିରାଫ ଓ ଜେବ୍ରାମାନେ ତାଙ୍କୁ ସିଂହ ଦୌଡାଇଲା ସମୟରେ ଅନୁଭବ କରୁଥିବା ଚିନ୍ତା ସହସମାନ!

ଏପରି ଏକ ବ୍ୟକ୍ତି ଯିଏକି ପ୍ରଥମ ଥର ପାଇଁ ଯୋଗ ଅଭ୍ୟାସ କରୁଛି ସେ ମଧ୍ୟ ତାର ପ୍ରଥମ ଅଧିବେଶନ ରୁହିଁ ଶାନ୍ତି ଅନୁଭବ କରିପାରିବ। ଯେଉଁ ମାନେ ଅନେ କଦିନ ଧରି ଯୋଗା ଭ୍ୟାସ କରୁଛନ୍ତି ସେମାନେ ହୁଏତ ତାଙ୍କର ଶରୀର ଓ ମନ ରୁଚିନ୍ତା କୁ ସଂପୂର୍ଣ୍ଣ ରୂପେ କାଢି ଦେଇପାରିଛନ୍ତି। ଯୋଗ ରପ୍ରଣାଳୀ ଯୋଗୁଁ ଶରୀର ଓ ମନରେ ସୃଷ୍ଟି ହେଉଥିବା ନିରନ୍ତର କୋଳାହଳ ଯାହା ଫଳରେ ଚିନ୍ତାର ଉତ୍ପତ୍ତି ହୁଏ, ତାହା ଚୁପ ପଡିଯାଏ। ଏକ ପରକାର ଶାନ୍ତନୀର ବତା ସୃଷ୍ଟି ହୁଏ।

ସ୍ନାୟୁବିକ ଉପକାର

ଯୋଗାଭ୍ୟାସ ଦ୍ଵାରା ଶାରୀରିକ ଓ ସ୍ନାୟୁବିକ ଯୋଗା ଯୋଗର ବିଭିନ୍ନ କେନ୍ଦ୍ର ବିନ୍ଦୁ ମଧ୍ୟରେ ଏକ ସମନ୍ଵୟ ସୃଷ୍ଟି ହୋଇଥାଏ। ଏହା ଯୋଗୁ ଏକ ହୋଲିଷ୍ଟି କଶକ୍ତିର ପ୍ରବାହ ବିନା ବାଧା ରେ ହୋଇଥାଏ ଯାହା କିମନ, ଶରୀର ଓ ମସ୍ତିଷ୍କକୁ ଶାନ୍ତ କରିବାରେ ସାହାଯ୍ୟ କରିଥାଏ। ଯୋଗ ଅଭ୍ୟାସ ଫଳରେ ଜ୍ଞାନ ସମ୍ଭନ୍ଧୀୟ ବିକାଶ ହୋଇଥାଏ ଏବଂ ସ୍ମରଣ ଶକ୍ତି ମଧ୍ୟ ବଢିଥାଏ।

ସୃଜନ ଶୀଳତା ଓ ଅନ୍ତଃ ପ୍ରଜ୍ଞା

ବର୍ତମାନର ସମୟରେ ଆମେସବୁ ସମୟ ରେଉ ତ୍ପାଦନ କ୍ଷମତା ଓ ଏକ ବଡ ଆଇଡିୟାର ସନ୍ଧାନରେ ରହୁଛୁ। ମାତ୍ର ଏହା ଭୁଲି ଯିବା କଥା ନୁହେଁ ଯେ ସର୍ବୋତ୍ତମ ବିଚାର ସବୁ ଅନ୍ତରାତ୍ମାର ସବୁଠାରୁ ଭିତିରିଆଥା କରୁହିଁ ବାହା ରିଥାଏ। ଯୋଗ ଆପଣଙ୍କୁ ନିଜ ରଆତ୍ମାସହ ପୁଣି ଆଉ ଥରେ ଯୋଡିବାରେ ସାହାଯ୍ୟ କରିଥାଏ। ଉଦ୍ୟୋଗୀର ପ୍ରଥମ ଆବଶ୍ୟକତା ସୃଜ ନଶୀଳତା ଓ ଅନ୍ତଃ ପ୍ରଜ୍ଞାକୁଶାଣ ଦେବା କାମ କରିଥାଏ।

ଯୋଗ ଚିନ୍ତା କମାଏ, ମାନସିକ ଅବସାଦ ଦୂରକରେ ଓ ନିଜର ପ୍ରତିଭା ପ୍ରତି ଥିବା ସନ୍ଦେହକୁ ବିନାଶ କରିଥାଏ। ଫଳରେ ନିଜକୁ ସଂପୂର୍ଣ୍ଣ ଭାବେ ଆପଣେଇ ନେବା ଓ ନିଜ ମଧ୍ୟ ରେଥିବା ସୃଜନ ଶୀଳତାର ପରି ପ୍ରକାଶ ସମ୍ଭବ ହେଇଥାଏ। ସମସ୍ତ ବ୍ୟକ୍ତି ନିଜ ନିଜ ଭିତରେ ନିଆରା। ନିଆ ଜକୁ ଆପଣେଇ ନେବା ପ୍ରଣାଳୀ ରେହିଁ ଅନେକନ କାରାତ୍ମକ ଚିନ୍ତାର ବିନାଶ ହୋଇଥାଏ। ଏହା ଯୋଗ ଯୋଗୁଁ ସମ୍ଭବ ହୋଇପାରେ । ମନ କୁପ୍ର ଫୁଲ୍ଲିତ କରେ ଓ ଦେହକୁ ସୁସ୍ଥ କରେ ।

ଆଧାର

Team odia