ଅସୁସ୍ଥତା ବା ରୋଗ ହେବାର କାରଣ ସ୍ୱାସ୍ଥ୍ୟର ସଂଜ୍ଞା ହେଉଛି ସଂପୂର୍ଣ୍ଣ ସାମାଜିକ, ଶାରୀରିକ, ମାନସିକ, ଆଧ୍ୟାତ୍ମିକ ସୁସ୍ଥତା । କେବଳ ରୋଗର ଅନୁପସ୍ଥିତିକୁ ସ୍ୱାସ୍ଥ୍ୟ କୁହାଯାଇପାରିବ ନାହିଁ । ଏଥିପାଇଁ ଏକ ଗତିଶୀଳ ଭାରସାମ୍ୟ ମାନବ ଓ ତା’ ର ପାରିପାର୍ଶ୍ଵିକ ଅବସ୍ଥା ଉପରେ ନିର୍ଭର କରିବାକୁ ପଡେ । ସୁସ୍ଥ ଲୋକ ତା’ର ପରିବେଶ ରୋଗ ନିରୋଧକ ଶକ୍ତି ସଫାସୁତୁରା ଯାଗା ପୁଷ୍ଟିକର ଖାଦ୍ୟ ଉପଯୁକ୍ତ ଶୌଚ ପ୍ରାକୃତିକ ରୋଗ ନିରୋଧକ ଅଳିଆ ଆବର୍ଜନାର ଉପଯୁକ୍ତ ପରିଚାଳନା ଅର୍ଜିତ ରୋଗ ନିରାଧକ ବିଷୁଦ୍ଧ ପିଇବାପାଣି ଏହା ମଧ୍ୟରୁ ଯେ କୌଣସି ଗୋଟିଏ ଏପଟ ସେପଟ ହେଲେ ରୋଗ ହୋଇଥାଏ । ଆଉ ମଧ୍ୟ ବିଭିନ୍ନ ଦେଶରେ ବା ସ୍ଥଳ ବିଶେଷରେ ରୋଗ ହେବାର ବିଭିନ୍ନ କାରଣ ଥାଏ । ରୋଗ କାହିଁକି ହୁଏ ? ବିଭିନ୍ନ ଦେଶ ଓ ବିଭିନ୍ନ ପୃଷ୍ଠଭୂମିର ଲୋକମାନେ ରୋଗ ହେବାର ଭିନ୍ନ ଭିନ୍ନ କାରଣ ଦର୍ଶୀଇଥାନ୍ତି । ଛୋଟ ଛୁଆଟିକୁ ପତଳା ଝାଡା ବା ଡାଇରିଆ ହୁଏ । କିନ୍ତୁ କାହିଁକି? ପଲ୍ଲୀ ଅଞ୍ଚଳର ଲୋକମାନେ ହୁଏତ କହିବେ ବାପ – ମା’ ଙ୍କ ଭୁଲ କାମ ବା ପାପ କିମ୍ବା କେଉଁ ଦେବତା ବା ଅଶୁଭ ଅତ୍ମାର କୋପ ଯୋଗୁଁ ଏପରି ହେଲା । ଜଣେ ଚିକିତ୍ସକ ହୁଏତ କହିବେ ଛୁଆଟିକୁ ରୋଗ ସଂକ୍ରମିତ ହେବାରୁ ଏପରି ହେଲା । ଜଣେ ଜନସ୍ୱାସ୍ଥ୍ୟ ଅଧିକାରୀ ହୁଏତ କହିବେ, ଗ୍ରାମବାସୀମାନେ ବିଶୁଦ୍ଧ ପାଣି ଓ ଶୌଚଳୟ ବ୍ୟବହାର କରୁ ନଥିବାରୁ ଏପରି ହେଲା। ଜଣେ ସମାଜ ସଂସ୍କାରକ ହୁଏତ କହିବେ, ଭୂମି ଓ ସମ୍ପଦ ବଣ୍ଟନ କ୍ଷେତ୍ରରେ ଥିବା ତାରତମ୍ୟ ଯୋଗୁଁ ଏପରି ହେଲା । ଜଣେ ଶିକ୍ଷକ ହୁଏତ ଶିକ୍ଷା ଅଭାବରୁ ଏପରି ହୁଏ ବୋଲି କହିବେ । ଲୋକମାନେ ନିଜ ନିଜ ଅନୁଭୂତି ଓ ଦୃଷ୍ଟି କୋଣ ଅନୁସାରେ ରୋଗର କାରଣ ନିର୍ଣ୍ଣୟ କରିଥାନ୍ତି ତେବେ କେଉଁଟି ରୋଗର ସଠିକ କାରଣ? ସମ୍ଭବତଃ ପ୍ରତ୍ୟେକ ସଂପୂର୍ଣ୍ଣ ବା ଆଂଶିକ ଭାବେ ଠିକ । କାରଣ - ବିଭିନ୍ନ କାରଣ ସମାବେଶରୁ ରୋଗ ଉତ୍ପତ୍ତି ହୋଇଥାଏ । ହୁଏତ ଉପର ଲିଖିତ ପ୍ରତ୍ୟେକ କାରଣ ଛୁଆଟିକୁ ତରଳ ଝାଡା ବା ଡାଇରିଆ ହେବା ପାଇଁ ଆଂଶିକଭାବେ ଠିକ୍ । ରୋଗର ନିରାକରଣ ଓ ସଫଳ ଚିକିତ୍ସା ପାଇଁ ନିଜ ଅଞ୍ଚଳରେ ହେଉଥିବା ପ୍ରତ୍ୟେକ ରୋଗ ଓ ଯେଉଁସବୁ କାରଣରୁ ରୋଗ ହେଉଛି ସେଗୁଡିକୁ ଯେତେଦୂର ସମ୍ଭବ ଭଲଭାବେ ବୁଝିବାକୁ ପଡିବ । ବିଭିନ୍ନ ପ୍ରକାରର ରୋଗ ଓ ସେଗୁଡିକର କାରଣ ବିଭିନ୍ନ ପ୍ରକାର ରୋଗର ନିରାକରଣ ଓ ଚିକିତ୍ସା ପାଇଁ ସହଜରେ ସିଦ୍ଧାନ୍ତ ନେବାକୁ ସେଗୁଡିକୁ ମୋଟାମୋଟି ଦୁଇଭାଗରେ ବିଭକ୍ତ କରିଦିଅନ୍ତୁ ଯଥା: ସଂକ୍ରାମକ ଓ ଅଣ ସଂକ୍ରାମକ ରୋଗ । ସଂକ୍ରାମକ ରୋଗଗୁଡିକ ଜଣକ ଠାରୁ ଅନ୍ୟ ଜଣକୁ ଡେଇଁଥାଏ । ସୁସ୍ଥ ଲୋକମାନଙ୍କୁ, ଏହିସବୁ ରୋଗ ହୋଇଥିବା ଲୋକମାନଙ୍କ ଠାରୁ ଦୂରରେ ରଖିବା ଦରକାର । ଅଣ – ସଂକ୍ରାମକ ରୋଗଗୁଡିକ ଜଣଙ୍କ ଠାରୁ ଅନ୍ୟଜଣକୁ ଡିଏଁ ନାହିଁ । ଏଗୁଡିକ ଅନ୍ୟାନ୍ୟ କାରଣରୁ ହୋଇଥାଏ । ସେଥିପାଇଁ, କେଉଁ ରୋଗ ସଂକ୍ରାମକ ଓ କିଏ ଅଣ – ସଂକ୍ରାମକ, ତାହା ଜାଣି ରଖିବା ଦରକାର । ମନେରଖନ୍ତୁ : ଅଣ – ସଂକ୍ରାମକ ରୋଗଗୁଡିକ ପାଇଁ ଜୀବାଣୁ ପ୍ରତିଷେଧକ ଔଷଧ ବା ଜୀବାଣୁନାଶୀ ବା ଆଣ୍ଟିବାଇଓଟିକ୍ସ ଅଦରକାରୀ ଅଟେ । ଅଣ – ସଂକ୍ରାମକ ରୋଗଗୁଡିକର ଉଦାହରଣ ଶରୀର ଅଧ୍ୟସ୍ଥ କୌଣସି ତ୍ରୁଟିଗତ କାରଣରୁ ହେଉଥିବା ବାହ୍ୟକାରଣ ଯୋଗୁଁ ହେଉଥିବା ଶାରୀରିକ ଅସୁସ୍ଥତା ଶରୀରର ଆବଶ୍ୟକୀୟ ଉପାଦାନ ଅଭାବରୁ ହେଉଥିବା ଅସୁସ୍ଥତା ଗଣ୍ଠିବାତ ବା ଋଉମାଟିଜିମ, ହୃଦରୋଗ ବା ହାର୍ଟଆଟାକ, ଅପସ୍ମାର ବା ଏପିଲେପଟିକ ଫିଟସ ଆଘାତ ବା ଷ୍ଟ୍ରୋକ, ମୋତିଆ ବିନ୍ଦୁ ବା ମାଇଗ୍ରେନ ବା କାଟାରାକଟ, କର୍କଟ ରୋଗ ବା କ୍ୟାନ୍ସର ଅନୁର୍ଜତା ବା ଆଲର୍ଜି, ଶ୍ଵାସ ବା ଅଜମା, ବିଷ, ସାପ କାମୁଡା, ଧୂମପାନଜନିତ କାଶ, ପାକସ୍ଥଳୀ ଘା’,ମଦ୍ୟପାନ ଜନିତ ରୋଗ । ପୁଷ୍ଟି ହୀନତା, ରୌଦ୍ରଊତ୍ତାପ, ପେଲେଗ୍ରା, ରକ୍ତହୀନତା ବା ଆନିମିଆ, ଗଳଗଣ୍ଡ ଯକୃତ ସୁତ୍ରଣ ବା ସିରୋସିସ୍ ଅଫ ଦି ଲିଭର । ଜନ୍ମଗତ ଅସୁସ୍ଥତା ଗ୍ରହଣ ଖଣ୍ଡିଆ ଟେରା ଅନ୍ୟାନ୍ୟ ବିକୃତି କେତେ ପ୍ରକାରର ଅପସ୍ମାର ଛୁଆଙ୍କର ବିକାଶହୀନତା ଜନ୍ମଚିହ୍ନ ମାନସିକ ସ୍ତରରେ ଜନ୍ମନେଉଥିବା ଅସୁସ୍ଥତା (ମାନସିକ ରୋଗ) କିଛି ଅନିଷ୍ଟ ହେବାର ଅମୂଳକ ଭୟ ବା ପାରାନୋଇଆ ସ୍ନାୟବିକ ଅସ୍ଥିରତା ବା ଉତ୍କଣ୍ଠା ଆଶରୀରି ଭୟ ( ଗୁଣିଗାରେଡି) ଅଣ – ନିୟନ୍ତ୍ରିତ ଭୟ ସଂକ୍ରାମକ ରୋଗ ଶାରୀରର କ୍ଷତି ସାଧନ କରୁଥିବା କୀଟାଣୁ ବା ଅନ୍ୟାନ୍ୟ ଜୀବ ବା ଅର୍ଗାନିଜିମ ମାନଙ୍କ ଦ୍ଵାରା ସଂକ୍ରାମକ ରୋଗ ହୋଇଥାଏ । ବିଭିନ୍ନ ଉପାୟରେ ଏହା ବ୍ୟାପିଥାଏ । ଜୀବାଣୁ ଅନେକ ରୋଗ ସଂକ୍ରମଣର କାରଣ ହୋଇଥାନ୍ତି । ଏହା ଏତେ ଛୋଟ ଯେ ଏହାକୁ ଖାଲି ଆଖିରେ ଦେଖି ହୁଏ ନାହିଁ । ମାଇକ୍ରୋସ୍କୋପ ସାହାଯ୍ୟରେ ଉଭୟ ଜୀବାଣୁ ଓ ଭୂତାଣୁକୁ ଦେଖିହୁଏ । ଜୀବାଣୁ ଜନିତ ସଂକ୍ରମଣ ପାଇଁ ଜୀବାଣୁ ନାଶୀ ( ପେନିସିଲିନ, ଟେଟ୍ରାସାଇକ୍ଲିନ୍ ଇତ୍ୟାଦି) ଉତ୍ତମ କାମ କରିଥାଏ । ଭୂତାଣୁ ଜନିତ ସଂକ୍ରମଣ ପାଇଁ ଯଥା – ଥଣ୍ଡା, ଫ୍ଲୁ, ଗାଲୁଆ, ହାଡଫୁଟି ଇତ୍ୟାଦିରେ ଏହି ଜୀବାଣୁନାଶୀ କାମ କରି ନ ଥାଏ । କାରଣ ଶାରୀରର ରୋଗ ପ୍ରତିରୋଧ ଶକ୍ତି ଏହାକୁ ମାରିଦିଏ ଏଣୁ ଭୂତାଣୁ ସଂକ୍ରମଣ ପାଇଁ ଜୀବାଣୁନାଶୀ ବ୍ୟବହାର କରନ୍ତୁ ନାହିଁ । ସଂକ୍ରାମକ ରୋଗଗୁଡିକ ଉଦାହରଣ ଯେଉଁ ଜୀବ ରୋଗ ଉତ୍ପନ୍ନ କରେ ରୋଗର ନାମ ଏହା କିପରି ବ୍ୟାପେ ବା ଶରୀର ମଧ୍ୟକୁ ପ୍ରବେଶ କରେ ମୁଖ୍ୟ ଔଷଧ କୀଟାଣୁ ବା ସୂକ୍ଷ୍ମ ଜୀବାଣୁ ପ୍ରକାରର) ଯକ୍ଷ୍ମା ବାୟୁଦ୍ଵାରା ( କାଶିଳାବେଳେ ) ଜୀବାଣୁନାଶୀ ବା ଆଣ୍ଟିବାଇଓଟିକସ ଧନୁଷ୍ଟାଙ୍କର ଦୂଷିତ ଘା’ କେତେକ ତରଳଝାଡା ମଇଳା ଆଙ୍ଗୁଠି, ପାଣି ଓ ମାଛି ନିମୋନିଆ ବାୟୁଦ୍ଵାରା ( କାଶିଲାବେଳେ ) କେତେକ ପ୍ରମେହ ବା ଗନେରିଆ ଉପଦଂଶ ବା ସିଫିଲିସ୍ ଯୌନ ସଂସର୍ଗ କାନବିନ୍ଧା ଥଣ୍ଡାଦ୍ଵାରା ସଂକ୍ରମଣ ଘା’ ଦୂଷିତ ପଦାର୍ଥ ସଂସ୍ପର୍ଶରେ ଆସିବା ହେତୁ ପୂଜେଇଥିବା ଘା’ ସିଧାସଳଖ ସଂସ୍ପର୍ଶରୁ ଭୂତାଣୁ ( କୀଟାଣୁଠାରୁ ସୂକ୍ଷ୍ମ ଜୀବାଣୁ ) ଶର୍ଦ୍ଦି, ଇନ୍ନଫ୍ଲୁଏନଜା, ମିଳିମିଳା, ଗାଲୁଆ, ହାଡଫୁଟି, ଶୈଶବାୟ- ପକ୍ଷାଘାତ । ଭୂତାଣୁ ଜନିତ ତରଳ ଝାଡା, ରୋଗୀଠାରୁ ପବନ, କାଶ ଓ ମାଛିମାନଙ୍କ ଦ୍ଵାରା ଯନ୍ତ୍ରଣାନିବାରକ ( ଭୂତାଣୁ ନିପାତ ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନାହିଁ ଏଥିପାଇଁ ଜୀବାଣୁନାଶୀ ସାହାଯ୍ୟ କରେ ନାହିଁ ) । ପ୍ରତିରୋଧକ ଟୀକା ଭୂତାଣୁ ସଂକ୍ରମଣପ୍ରତିରୋଧ କରିଥାଏ । ଜଳାତଙ୍କ କୌଣସି ପଶୁ କାମୁଡିବାଦ୍ଵାରା ଭାତୁଡି ସ୍ପର୍ଶଜନିତ ଫଇସ ଯାଦୁ ପାଦ କୁଣ୍ଡାଇ ହେବା ସ୍ପର୍ଶ ଓ ରୋଗୀର ଲୁଗାପଟା ବ୍ୟବହାରଜନିତ ସଲଫର ଓ ଭିନେଗାର ମଲମ, ଅନଡି – ସାଇଲେନିକ, ବେନୋଇକ ସାଲିସିଲିକି, ଗ୍ରିସୋଫୁଲଭିନ୍ ଅନ୍ତଃ ପରଜୀବୀ ବା ଇଣ୍ଟରନାଲ୍ ପାରାସାଇଟିସ ( ଶରୀର ମଧ୍ୟସ୍ଥ ହାନିକାରକ ଜୀବ) ଅନ୍ତ୍ରସ୍ତ: କୃମି, ଏମବିକ ( ଡିସେଣ୍ଟରି ) ମଳଠାରୁ ମୁହଁ ଅପରିଚନତାଯୋଗୁଁ ବିଭିନ୍ନ ପ୍ରକାରର ନିର୍ଦ୍ଦିଷ୍ଟ ଔଷଧ ରକ୍ତ: ମ୍ୟାଲେରିଆ ମଶା କାମୁଡିବା ଯୋଗୁଁ କ୍ଳୋରୋକୁଇନ୍ ବାହ୍ୟ ପରଜୀବୀ ( ଶରୀର ଉପରେ ବାସକରୁଥିବା ହାନିକାରକ ଜୀବ) ଉକୁଣୀ ଡାଆଁସ ବା କୁକୁରମାଛି ଓଡଶ ରୋଗୀ ବା ତାର ଲୁଗାପଟା ସଂସ୍ପର୍ଶରେ ଆସିବାଦ୍ଵାରା କୀଟନାଶକ ଔଷଧ, ଲିଣ୍ଡେନ କେତେକ ରୋଗର ପୃଥକୀକରଣ କଷ୍ଟସାଧ୍ୟ ବେଳେବେଳେ ଏକାପରି ଲାଗୁଥିବା କେତବେକ ରୋଗ ସମସ୍ୟାରେ ପକାଇଥାନ୍ତି, କିନ୍ତୁ ସେଗୁଡିକ ଭିନ୍ନଭିନ୍ନ କାରଣରୁ ହୋଇଥିବା ସେଗୁଡିକର ଉପଶମ ପାଇଁ ଭିନ୍ନ ଭିନ୍ନ ଚିକିତ୍ସା ପଦ୍ଧତି ପ୍ରୟୋଗ କରିବାକୁ ପଡିଥାଏ । ଉଦାହରଣ ସ୍ୱରୂପ : ଯେଉଁ ଛୁଆ ଦିନକୁଦିନ ପତଳା ହୋଇଯାଏ ଓ କ୍ରମେ ଅଧିକରୁ ଅଧିକ ଝଡିଯାଏ, ତା’ର ଅସୁସ୍ଥତା ହୁଏତ ନିମ୍ନଦତ୍ତ ଏକ ବା ଏକାଧିକ କାରଣ ଯୋଗୁଁ ହୋଇଥାଏ । ପୁଷ୍ଟିହୀନତା ଖୁବ୍ ବଡ କେଞ୍ଚୁଆ ଦ୍ଵାରା ସଂକ୍ରମଣ ( ସାଧାରଣତଃ ଏହା ପୁଷ୍ଟି ହୀନତା ସହିତ ହୁଏ ) ବୃଦ୍ଧିପ୍ରାପ୍ତ ଯକ୍ଷ୍ମା ଦୀର୍ଘଦିନର ସାଂଘାତିକ ମୂତ୍ରାଶୟ ସଂକ୍ରମଣ ଯକୃତ ବା ପ୍ଳୀହାର ଏକାଧିକ ସମସ୍ୟା ରକ୍ତ କର୍କଟ ବା ଲ୍ୟୁକୋମିଆ ଜଣେ ବୃଦ୍ଧ ଲୋକଙ୍କର ବଳାଗଣ୍ଠି କେତେକ କାରଣରୁ ଗୋଡର ବିଶୁଦ୍ଧ ରକ୍ତ ନେଉଥିବା ଶିରାଗୁଡିକ ମୋଟା ହୋଇଯାଆନ୍ତି (ଅସ୍ଵଭାବିକ ସ୍ପୀତଶୀରା) ତେଣୁ ସେଥି ସ୍ଵାଭାବିକ ରକ୍ତପ୍ରଭାହ ହୁଏ ନାହିଁ ବା ଅନ୍ୟାନ୍ୟ କାରଣ । ବହୁମୂତ୍ର ହାଡ ସଂକ୍ରମଣ ( ଓସଟି ମାଇଏଲିଟିସ୍ ) କୁଷ୍ଠରୋଗ ଚର୍ମଯକ୍ଷ୍ମା ବୃଦ୍ଧି ପ୍ରାପ୍ତ ଉପଦଂଶ ବା ସିଫିଲିସ ପ୍ରତ୍ୟେକ ରୋଗପାଇଁ ପୃଥକ ଆଧୁନିକ ଚିକିତ୍ସା ଆବଶ୍ୟକ । ତେଣୁ ସେଗୁଡିକର ସଠିକ ଚିକିତ୍ସା ପାଇଁ ସେଗୁଡିକୁ ପୃଥକ ଭାବେ ଜାଣିବା ଦରକାର । ପ୍ରଥମରୁ ଅନେକ ଅସୁସ୍ଥତା ଏକାପରି ଲାଗେ । କିନ୍ତୁ ଆପଣ ଯଦି ସଠିକ ପ୍ରଶ୍ନ ପଚାରି ଓ ଠିକ୍ ରୂପେ ପର୍ଯ୍ୟବେକ୍ଷଣ କରି, ରୋଗର ସୂଚନା ଜାଣିପାରିବେ ଏବଂ ଲକ୍ଷଣ ଗୁଡିକ ଚିହ୍ନି ପାରିବେ, ତେବେ ଜଣେ, କେଉଁ ରୋଗଦ୍ଵାରା ଆକ୍ରାନ୍ତ ତାହା ଆପଣ ଜାଣିପାରିବେ । ଭ୍ରମ ସୃଷ୍ଟିକାରୀ ଅଥବା ଏକ ନାମ ବିଶିଷ୍ଟ ରୋଗ ଜୀବାଣୁ, କୀଟାଣୁ ବା ଔଷଧ ଇତ୍ୟାଦି ବାହାରିବାର ବହୁପୂର୍ବରୁ ଲୋକମାନେ ସେମାନଙ୍କର ବିଭିନ୍ନ ଅସୁସ୍ଥତା ପାଇଁ ଅନେକ ଗୁଡିକ ରୋଗର ନାଁ ବ୍ୟବହାର କରିଆସୁଥିଲେ । ଯେଉଁ ସବୁ ରୋଗ ଯୋଗୁଁ ଆପାତତଃ ସମାନ ପ୍ରକାରର ଅସୁସ୍ଥତା ହୋଇଥିଲା, ଯଥା - ପ୍ରବଳ ଜ୍ଵର ବା’ ଦେହର ପାର୍ଶ୍ଵ ଯନ୍ତ୍ରଣା, ସେଗୁଡିକର ଗୋଟିଏ ନାଁ ଦିଆଯାଇଥିଲା । ପୃଥିବୀର ବିଭିନ୍ନ ଜାଗାରେ ସେହି ନାଁ ଗୁଡିକ ଏବେ ବି ପ୍ରଚଳିତ ଅଛି । ସହରର – ପ୍ରଶିକ୍ଷକ ପ୍ରାପ୍ତ ଚିକିତ୍ସାକ ମାନେ ସେସବୁ ନାଁ ଜାଣନ୍ତି ନାହିଁ । ତେଣୁ ବେଳେବେଳେ ଲୋକମାନେ ଭାବନ୍ତି ଯେ, ତାଙ୍କୁ ହୋଇଥିବା ରୋଗର ଚିକିତ୍ସା ଡାକ୍ତର କରୁନାହାଁନ୍ତି । ଫଳତଃ ସେମାନେ ସେମାନଙ୍କର ଘରୋଇ ଅସୁସ୍ଥତା ଗୁଡିକର ଚିକିତ୍ସା ଚେରମୂଳ ଓ ଘରୋଇ ଚିକିତ୍ସା ପଦ୍ଧତି ଅନୁସରଣ କରିପାରନ୍ତି। ପ୍ରକୃତ ପକ୍ଷେ, ଏହିସବୁ ଘରୋଇ ଅସୁସ୍ଥତା ବା ଗାଉଁଲୀ ରୋଗଗୁଡିକ ଡାକ୍ତର ଶାସ୍ତ୍ରରେ ଅନ୍ତର୍ଭୁକ୍ତ । କେବଳ ସେଗୁଡିକର ନା ଗୁଡିକ ଅଲଗା ପ୍ରକାରର । ଅଧିକାଂଶ ଅସୁସ୍ଥତା ପାଇଁ ଘରୋଇ ଚିକିତ୍ସା ଭଲ କାଟୁ କରେ । କିନ୍ତୁ ଅନ୍ୟ କେତେକ ଅସୁସ୍ଥତା ପାଇଁ ଆଧୁନିକ ଔଷଧ ଯଥେଷ୍ଟ ବେଶୀ ଉପାଦେୟ ଓ ପ୍ରାଣରକ୍ଷାକାରୀ । ସାଂଘାତିକ ଭାବେ ସଂକ୍ରମିତ ରୋଗ ଯଥା: ନିମୋନିଆ, ଟାଇଫଏଡ, ଯକ୍ଷ୍ମା, ଯୌନ ସଂସର୍ଗ ଜନିତ ରୋଗ ତଥା ପ୍ରସବ ପରବର୍ତ୍ତୀ ସଂକ୍ରମଣ ଇତ୍ୟାଦି ଅସୁସ୍ଥତା ପାଇଁ ଏହା ବିଶେଷ ଭାବେ କାମ କରେ । କେଉଁ କେଉଁ ରୋଗ ପାଇଁ କି ପ୍ରକାରର ଆଧୁନିକ ଔଷଧ ଦରକାର ଓ ତାହା ନିହାତି ଦରକାର କି ନାହିଁ, ପ୍ରଶିକ୍ଷକପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ଦ୍ଵାରା ବିଭିନ୍ନ ରୋଗ ପାଇଁ ଦିଆଯାଇଥିବା ନା ଗୁଡିକୁ ଜାଣିରଖିବା ନିହାତି ଆବଶ୍ୟକ । ଯଦି ରୋଗ ସାଂଘାତିକ ହୋଇଥାଏ ଓ ସେ ରୋଗ ଚିହ୍ନିବାରେ ଆପଣ ଅନିଶ୍ଚିତ ହୁଅନ୍ତି, ତେବେ ଆଧୁନିକ ଚିକିତ୍ସା ପଦ୍ଧତିର ସାହାଯ୍ୟ ନିଅନ୍ତୁ । ରୋଗମାନଙ୍କର ସ୍ଥାନୀୟ ନାମ ଗୁଡିକର ଉଦାହରଣ ଦୌରା ( ଆପେକ୍ଷ ରୋଗ ଟଙ୍କାର ବା କନଭଲସନସ୍, ମୂର୍ଚ୍ଛା ବା ଫିଟସ୍ , ହଠାତ୍ ଅଣନିଶ୍ଵାସୀ ହେବା ଓ ହଠାତ୍ କଷ୍ଟ ହେବା ଇତ୍ୟାଦି) ମୂର୍ଚ୍ଛା ବା ଅଚେତ୍ ହୋଇଯିବାକୁ ଉତ୍ତର ଭାରତରେ ଦୌରା କହନ୍ତି । କେତେକ ସମୟରେ ଯଦି ଜଣକର ହଠାତ୍ ନିଶ୍ଵାସ ରୁନ୍ଧି ହୋଇଯାଏ ବା ଛାତିରେ କଷ୍ଟ ହୁଏ ତାକୁ ମଧ୍ୟ ଦୌରା କହନ୍ତି । ଏହି ଲକ୍ଷଣ ଗୁଡିକ କୌଣସି ଗୋଟିଏ ରୋଗରେ ନ ହୋଇ ଏକାଧିକ ରୋଗର କାରଣ ହୋଇଥାଏ । ଦୌରା ବୋଲି କୁହାଯାଉଥିବା ବିଭିନ୍ନ ରୋଗ ଯେଉଁ ରୋଗ ଯୋଗୁଁ ମୂର୍ଚ୍ଛା ଓ ପକ୍ଷାଘାତ ହୁଏ: ମୂର୍ଚ୍ଛା ରୋଗ, ଧନୁଷ୍ଟଙ୍କାର ମସ୍ତିସ୍କ ଝିଲ୍ଲୀର ପ୍ରଦାହ, ପ୍ରଘାତ ଶ୍ଵାସକ୍ରିୟାରେ ହଠାତ୍ ବା ଭୀଷଣ କଷ୍ଟ । ଶ୍ଵାସରୋଗ ଦ୍ଵାରା ବା ହୃଦ୍ ରୋଗ ଦ୍ଵାରା ବେଳେବେଳେ କଣ୍ଠ ପଡିଯିବା । ପ୍ରାୟତଃ ବୟସ୍କ ଲୋକମାନଙ୍କର ହୃତକ୍ରିୟା ବନ୍ଦ ହେବା । ପିତ୍ତଥଳୀରେ ପଥର ସୃଷ୍ଟି ହେବା ଯୋଗୁଁ ପେଟର ଗୋଟିଏ ପାର୍ଶ୍ଵରେ ଯନ୍ତ୍ରଣା । ପିଥମ୍ ଦକ୍ଷିଣ ଭାରତର ଅନେକ ଗାଁ ର ଲୋକମାନେ ପିଥମ୍ ନାମକ ଅଂଶବିଶେଷ ଥିବା ଏକ ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇବା ଦ୍ଵାରା ପିଥମ ରୋଗ ହୁଏ ବୋଲି ବିଶ୍ଵାସ କରନ୍ତି । ଯେଉଁମାନେ ସନ୍ତାନ ପ୍ରସବ ପରେ ବା ଔଷଧାଦି ସେବନ କରୁଥିବା ସମୟ ମଧ୍ୟରେ ସେମାନଙ୍କ ନିଷେଧ କରାଯାଇଥିବା କେତେକ ନିର୍ଦ୍ଦିଷ୍ଟ ଖାଦ୍ୟ ଖାଆନ୍ତି, ସେମାନଙ୍କୁ ପିଥମ୍ ରୋଗ ହୋଇଥାଏ ବୋଲି କୁହାଯାଏ । ବାଇଗଣ, ଶୁଖୁଆ, ଚିନାବାଦାମ ଓ ଖାଇବା ତେଲ ଇତ୍ୟାଦି ପିଥମ୍ ଅଂଶବିଶେଷ ହୋଇଥିବାର ଧାରଣା ଥାଏ । ଯଦିଓ ଏହିସବୁ ଖାଦ୍ୟ କୌଣସି ହାନି କରି ନଥାନ୍ତି ଓ କେତେକ ସମୟରେ ଶାରୀରିକ ଆବଶ୍ୟକତା ପୂରଣ କରିଥାନ୍ତି, ତଥାପି ବି ପିଥମ୍ ହେବା ଭୟରେ ଅଧିକାଂଶ ଲୋକ ଏ ସବୁକୁ ସ୍ପର୍ଶ କରନ୍ତି ନାହିଁ । ପିଥମ ନାମରେ ଅବିହିତ କେତେକ ରୋଗ: ହଠାତ ମୁଣ୍ଡ ବୁଲାଇବା, ବିଶେଷ କରି ସକାଳୁଆ: ଉଚ୍ଚ ରକ୍ତଚାପ ଅମ୍ଳ ଅଜୀର୍ଣ୍ଣ ଓ ଅମ୍ଳାଧିକ୍ୟ ଜନିତ ଛତିପୋଡା । ଆମ ବାତ ଓ ଗଣ୍ଠି ବାତ ପରି ଗଣ୍ଠି ଯାଗାଗୁଡିକ ଫୁଲିଯାଇ କଷ୍ଟ ହେବା । ଉପୋନ୍ମାଦ ବା ହିଷ୍ଟ୍ରିଆ (ଭୟ) ହଠାତ ଭୟ ପାଇବା ବା ଗୁଣିଗାରେଡି ଯୋଗୁଁ ଅଥବା ଦୃଷ୍ଟି ଆତ୍ମା ଯୋଗୁଁ ଉପୋନ୍ମାଦ ବା ହିଷ୍ଟ୍ରିଆ ହୁଏ ବୋଲି କେତେକ ଗ୍ରାମବାସୀ ବିଶ୍ଵାସ କରଥାନ୍ତି । ଉପୋନ୍ମାଦ ବା ହିଷ୍ଟ୍ରିଆ ହୋଇଥିବା ଜଣେ ଲୋକ ଭୀଷଣ ଭାବେ ଦୁର୍ବଳମନା ଓ ଆତଙ୍କଗ୍ରସ୍ତ ହୋଇଯାଏ । ସେ ହୁଏତ ଥରିବ, ଅଜବ ବ୍ୟବହାର କରିବ, ଶୋଇପାରିବ ନାହିଁ, ତା’ର ଓଜନ କମି କମି ଯିବ ଓ ଏପରିକି ସେ ମରିଯିବ । ହିଷ୍ଟ୍ରିଆ ପାଇଁ ଆବଶ୍ୟକୀୟ ଡାକ୍ତରୀ ବ୍ୟାଖ୍ୟା ନିଜ ବିଶ୍ଵାସ ଯୋଗୁଁ ଅନେକ ଲୋକଙ୍କ ଠାରେ ହିଷ୍ଟ୍ରିଆ ଏକ ଆତଙ୍କଗ୍ରସ୍ତ ଅବସ୍ଥା । ଉଦାହରଣସ୍ୱରୂପ, ଯଦି ଜଣେ ସ୍ତ୍ରୀ ଲୋକ ତାଙ୍କୁ କେହି ଗୁଣି କରିଛି ବା ବୀର ପେଷିଛି ବୋଲି ଭାବି ଭୟ କରିବେ, ତେବେ ସେ ମାନସିକ ସ୍ତରରେ ଦୁର୍ବଳ ହୋଇଯିବେ ଓ ଖାଇପିଇ ପାରିବେ ନାହିଁ କି ଶୋଇପାରିବେ ନାହିଁ । କ୍ରମେ ସେ ଦୁର୍ବଳ ହୋଇଯିବେ ଓ ତାଙ୍କର ଓଜନ କମିବାକୁ ଲାଗିବ । ସେ ଏହାକୁ ଅଭିସମ୍ପାତ ବୋଲି ଭାବିବେ ଓ ମାନସିକ ସ୍ତରରେ ଅଧିକରୁ ଅଧିକ ଦୁର୍ବଳ ତଥା ଭୟଭୀତ ହେବେ । ତାଙ୍କର ହିଷ୍ଟ୍ରିଆ ଅଧିକରୁ ଅଧିକ ବଢିଯିବ । ଛୋଟ ଛୁଆଙ୍କ କ୍ଷେତ୍ରରେ ହିଷ୍ଟ୍ରିଆ ସମ୍ପୁର୍ଣ୍ଣ ଭିନ୍ନ । ଦୁଃସ୍ନପ୍ନ ଯୋଗୁଁ ଛୋଟ ଛୁଆଟିଏ ନିଦରେ କାନ୍ଦେ ବା ଭୟରେ ତା’ ନିଦ ଭାଙ୍ଗିଯାଏ । କୌଣସି ଅସୁସ୍ଥତା ଯୋଗୁଁ ପ୍ରବଳ ଜ୍ଵର ହେଲେ ପିଲାମାନେ ପ୍ରଳାପ ଓ ଅଦ୍ଭୁତ ବ୍ୟବହାର କରିଥାନ୍ତି, ଆବଶ୍ୟକୀୟ ପାଳନ- ପୋଷଣର ଅଭାବରୁ ଛୁଆଟିଏ ଅସ୍ଥିର ବ୍ୟବହାର କରେ ଓ ଅଧର୍ଯ୍ୟ ଜଣାପଡେ । କେତେକ କ୍ଷେତ୍ରରେ ଧନୁଷ୍ଟଙ୍କାର ପ୍ରାଥମିକ ଲକ୍ଷଣ ଓ ମସ୍ତିସ୍କଝିଲ୍ଲୀ ପ୍ରଦାହକୁ ମଧ୍ୟ ହିଷ୍ଟ୍ରିଆ ବୋଲି କୁହାଯାଏ । ଚିକିତ୍ସା କୌଣସି ଅସୁସ୍ଥତାଯୋଗୁଁ ହିଷ୍ଟ୍ରିଆ ହୋଇଥିଲେ, ଉକ୍ତ ଅସୁସ୍ଥତାର ଚିକିତ୍ସା କରନ୍ତୁ । ରୋଗୀକୁ ଏହାର କାରଣଟିକୁ ବୁଝାଇଦିଅନ୍ତୁ । ଦରକାର ପଡିଲେ ଡାକ୍ତରୀ ପରାମର୍ଶ ଗ୍ରହଣ କରନ୍ତୁ । ଆତଙ୍କଗ୍ରସ୍ତ ହୋଇ ହିଷ୍ଟ୍ରିଆ ହୋଇଥିଲେ ରୋଗୀକୁ ସହଜ କରିବାକୁ ଚେଷ୍ଟା କରନ୍ତୁ ଓ ତା’ର ନିଜର ଭୟ ଯୋଗୁଁ ଏପରି ହେଉଛି ବୋଲି ତାକୁ ବୁଝାଇଦିଅନ୍ତୁ । ଗୁଣିଗାରେଡି ଓ ଘରୋଇ ଚିକିତ୍ସା ମଧ୍ୟ ବେଳେବେଳେ ରୋଗ ଭଲ ହେବାର ସାହାଯ୍ୟ କରିଥାଏ । ଭୟଭୀତ ହୋଇଥିବା ସମୟରେ ଯଦି ରୋଗୀଟିର ଶ୍ଵାସକ୍ରିୟା ଖୁବ୍ ଯୋରରେ ହେଉଥାଏ,ତେବେ ତା’ର ଶରୀର ଅଧିକ ଅଙ୍ଗାରକାମ୍ଳ ଛାଡେ ଯାହା ହୁଏତ ତା ଅସୁସ୍ଥତାର ଏକ କାରଣ । ଅତ୍ୟଧିକ ଆତଙ୍କ ବା ଦୃତ ଶ୍ଵାସକ୍ରିୟା ସଂଯୁକ୍ତ ହିଷ୍ଟ୍ରିଆ (ଅତ୍ୟଧିକ ବାୟୁ ସଞ୍ଚାରଣ ) ଲକ୍ଷଣ ଅତି ଭୟଭୀତ ଅବସ୍ଥା ଦ୍ରୁତ ଶ୍ଵାସକ୍ରିୟା ଦ୍ରୁତ ଓ ଅଟକିଗଲା ପରି ହୃତସ୍ପନ୍ଦନର ଗତି ହାତ, ଗୋଡ ବା ମୁହଁରେ ଜଡତାର ଅନୁଭବ ମାଂସପେଶୀ ଟାଣ ହୋଇଯିବା ଚିକିତ୍ସା ରୋଗୀକୁ ଶାନ୍ତି ରଖନ୍ତୁ । କାଗଜ ମୁଣି ଭିତରେ ମୁହଁ ପୂରାଇ ଶ୍ଵାସକ୍ରିୟା ସଂପାଦାନ କରିବାକୁ କୁହନ୍ତି । ମୁଣି ଭିତରର ବାୟୁକୁ ଦୁଇତିନି ମିନିଟ୍ ପର୍ଯ୍ୟନ୍ତ ବ୍ୟବହାର କରିବାକୁ କୁହନ୍ତି । ଏହା ଦ୍ଵାର ତା’ର ଅସ୍ଥିରତା କମିଯାଇ ସେ ଶାନ୍ତି ହୋଇଯିବ । ଏହି ସମସ୍ୟା ବିପଦଜନକ ନୁହେଁ ବୋଲି ତାଙ୍କୁ ବୁଝାନ୍ତୁ, ଏହାଦ୍ଵାରା ସେ ଶୀଘ୍ର ଆରୋଗ୍ୟ ହେବେ । କର୍କଟ ରୋଗ ଚର୍ମର ଉଗ୍ର ସଂକ୍ରମଣ ବା ଗ୍ୟାଙ୍ଗ୍ରିନ୍ କୁ ଲୋକେ ସାଧାରଣତଃ କର୍କଟରୋଗ କହିଥାନ୍ତି । ଶରୀରରେ ଯେକୌଣସି କଠିନ। ଯନ୍ତ୍ରଣାହୀନ, ବିକମ୍ବରେ ବଢୁଥିବା ଆବୁ କର୍କଟ ରୋଗ ହୋଇପାରେ । ଏହା ବହୁତ ମାରାତ୍ମକ ଓ ଏଥିପାଇଁ ଶଲ୍ୟ ଚିକିତ୍ସା ଆବଶ୍ୟକ ହୋଇପାରେ । ସନ୍ଦେହ ହେଲା ମାତ୍ରେ ଡାକ୍ତରୀ ସହାୟତା ନିଅନ୍ତୁ । କୁଷ୍ଠ ମେକ୍ସିକୋର ଗ୍ରାମବାସୀ ମାନେ ଖୋଲା ଏବଂ ବଢିଥିବା ଘା’ କୁ କୁଷ୍ଠ କହିଥାନ୍ତି । ଏହା ଦ୍ଵାରା ଦ୍ଵନ୍ଦ୍ଵ ସୃଷ୍ଟି ହୁଏ। ସାଧାରଣତଃ ସ୍ୱାସ୍ଥ୍ୟକର୍ମୀମାନେ କୁଷ୍ଠର ସଂପୂର୍ଣ୍ଣ ଲକ୍ଷଣ ଦେଖି ଏହାକୁ କୁଷ୍ଠ କହିଥାନ୍ତି ଯେଉଁ ଘା’ ଗୁଡିକ କୁଷ୍ଠ ନାମରେ ନାମିତ ସେଗୁଡିକ ହେଲା- ଚର୍ମସଂକ୍ରମଣ କୀଟ ପତଙ୍ଗ ଓ କାଛୁଦ୍ଵାରା ହେଉଥିବା କ୍ଷତ ପୁରାତନ ଘା’ ବା ଚର୍ମରେ ଘା' ଚର୍ମ କର୍କଟ ରୋଗ ଚର୍ମକୁଷ୍ଠ ବା ଚର୍ମ ଯକ୍ଷ୍ମା ଜ୍ଵର ସୃଷ୍ଟି କାରୀ ବିଭିନ୍ନ ଅସୁସ୍ଥତାର ଦ୍ଵନ୍ଦ୍ଵ ଠିକ ରୂପେ କହିବାକୁ ଗଲେ ସାଧାରଣ ଶାରୀରିକ ଉତ୍ତାପଠାରୁ ଅଧିକ ଉତ୍ତାପ ଦେହରେ ରହିଲେ ଜ୍ଵର ହୋଇଛି ବୋଲି କୁହାଯାଏ । କିନ୍ତୁ ଭାରତରେ ଅଧିକ ଉତ୍ତାପ ସୃଷ୍ଟିକାରୀ ଅନେକଗୁଡିକ ରୋଗକୁ ଜ୍ଵର ବୋଲି କୁହାଯାଏ । ଏହିସବୁ ରୋଗର ନିରାକରଣ ଓ ସଫଳଚିକିତ୍ସା ପାଇଁ ଗୋଟିକ ଠାରୁ ଅନ୍ୟଟିକୁ ପୃଥକ ଭାବେ ଜାଣିବା ଅତି ଆବଶ୍ୟକ । ଏଠାରେ ଜ୍ଵରର ଲକ୍ଷଣଯୁକ୍ତ କେତେକ ଭୂୟାନକ ରୋଗର ଉଦାହରଣ ଦିଆଯାଇଛି । ନିମ୍ନଦତ୍ତ ଗ୍ରାଫ ଗୁଡିକରେ ଜ୍ଵରର ସ୍ଵତନ୍ତ୍ର ପ୍ରଭାବ (ଉତ୍ତାପ ବୃଦ୍ଧି ଓ କ୍ଷୟ) ଦର୍ଶାଯାଇଛି । ମ୍ୟାଲେରିଆ ହଠାତ୍ ଦେହର ଉତ୍ତାପ ବଢିଯାଏ ଓ କମ୍ପ ଆରମ୍ଭ ହୁଏ । ଅଳ୍ପ କେତେଘଣ୍ଟାପର୍ଯ୍ୟନ୍ତ ଏହା ରହେ । ଉତ୍ତାପ କମିବା ସହ ଦେହରୁ ଝାଳ ବୋହିଜାଏ । ଏହାପ୍ରତି ଦୁଇ ବା ତିନି ଦିନରେ ଠାରେ ଆକ୍ରମଣ ହୁଏ । ଜ୍ଵର ଛାଡିଯାଇ ପୁଣି ହେବ । ଭିତରେ ରୋଗୀ ଭଲ ଥିଲାପରି ଦେଖାଯାଏ । ଥରେ ଜ୍ଵର ହୋଇ ଛାଡିଗଲା ପରେ ରୋଗୀକୁ ଦୁଇ ତିନିଦିନ ପର୍ଯ୍ୟନ୍ତ ଭଲ ଲାଗେ । ଆନ୍ତ୍ରିକ ଜ୍ଵର ଥଣ୍ଡା ହେବା ଭଳି ଆରମ୍ଭ ହୁଏ । ପ୍ରତ୍ୟେକ ଦିନ ଉତ୍ତାପ ବଢିବଢି ଯାଏ । ସେହି ଅନୁପାତରେ ନାଡିର ସ୍ପନ୍ଦନ କମିଆସେ । ବେଳେ ବେଳେ ତରଳ ଝାଡା ଓ ଶରୀରରେ ଜଳୀୟ ଅଂଶର ଅଭାବ ଦେଖାଯାଏ । ଥରିବା ଓ ପ୍ରଳାପ କରିବା ଆଦି ଲକ୍ଷଣ ଦେଖାଯାଏ । ରୋଗୀ ଭୀଷଣ ଅସୁସ୍ଥ ହୋଇଯାଏ । ଯକୃତ ପ୍ରଦାହ ରୋଗୀର ଭୋକ ମରିଯାଏ । ଖାଇବାକୁ ବା ଧୂମପାନ କରିବାକୁ ଇଛା ହୁଏ ନାହିଁ । ଓକାର ଉଠି ବାନ୍ତି କରିବାକୁ ଇଛା ହୁଏ । ଆଖି ଓ ଦେହର ରଙ୍ଗ ହଳଦିଆ ଦେଖାଯାଏ, ଝାଡା ଧଳା ଦେଖାଯାଏ । ବେଳେବେଳେ ଲିଭର ବା ଯକୃତ ବଢିଯାଇ କଷ୍ଟ ହୁଏ । ସାମାନ୍ୟ ଜ୍ଵର ହୁଏ; ରୋଗୀ ବହୁତ ଦୁର୍ବଳ ହୋଇଯାଏ । ନିମୋନିଆ ଶ୍ଵାସକ୍ରିୟା ଦ୍ରୁତ ହୁଏ । ଅଣନିଶ୍ଵାସୀ ହେଲା ପରି ଲାଗେ । ଉତ୍ତାପ ଖୁବ୍ ଶୀଘ୍ର ବଢିଯାଏ । କଫ ହଳଦିଆ, ଶାଗୁଆ ବା ରକ୍ତ ବର୍ଣ୍ଣର ହୁଏ । ଛାତିରେ ଯନ୍ତ୍ରଣା ହୋଇପାରେ । ରୋଗୀ ଭୀଷଣ ଅସୁସ୍ଥ ହୋଇଯାଏ । ବାତଜ୍ଵର ବା ରିଉମାଟିକ୍ ଜ୍ଵର ସାଧାରଣତଃ ୧୯ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ହୋଇଥାଏ, ଗଣ୍ଠି ଦରଜ ଗୁଏ । ଭୀଷଣ ଜ୍ଵର ହୁଏ । ବିଭିନ୍ନ ସମୟରେ ଟନସିଲ୍ ରେ ଘା’ ହେବା ପରି ଏହା ହୋଇଥାଏ । ବେଳେବେଳେ ଶ୍ଵାସକ୍ରିୟା କମିଯାଇ ଛାତିରେ ଯନ୍ତ୍ରଣା ହୁଏ । ରୋଗୀ ଗୋଡ ହାତ ଛଟାଛଟି କରେ । ଯକ୍ଷ୍ମା କ୍ଳାନ୍ତି ସହିତ ଧୀରେ ଧୀରେ ଆରମ୍ଭ ହୁଏ । ଓଜନ କମିଯାଏ ଓ କାଶ ହୁଏ । ସନ୍ଧ୍ୟାବେଳେ ଜ୍ଵର ହୁଏ । ସକାଳୁଆ ଜ୍ଵର କମିଯାଏ । ରାତିରେ ଝାଳ ବୋହିପାରେ । ମାସମାସ ଧରି ଲାଗି ରହେ । ପ୍ରସୂତି ଜ୍ଵର ପ୍ରସବର ଦିନେ ବା କିଛିଦିନ ପରେ ଆରମ୍ଭ ହୁଏ । ସାମାନ୍ୟ ଜ୍ଵର ଆରମ୍ଭ ହୋଇ କ୍ରମେ ଉତ୍ତାପ ବଢିଯାଏ । ଯୋନିରୁ ଦୁର୍ଗନ୍ଧଯୁକ୍ତ ତରଳ ପଦାର୍ଥ ନିର୍ଗତ ହୁଏ, କଷ୍ଟହୁଏ ଓ ଯୋନିରୁ ବେଳେବେଳେ ରକ୍ତସ୍ରାବ ହୁଏ । ଏହିସବୁ ରୋଗ ବିପଦଜନକ ହୋଇଥାଏ । ଏଠାରେ ଉଲ୍ଲେଖ କରାଯାଇଥିବା ରୋଗଗୁଡିକ ଛଡା ଆହୁରି ଅଧିକ ରୋଗ ( ପ୍ରାୟତଃ ଯେଉଁଗୁଡିକ ଗ୍ରୀଷ୍ମ ପ୍ରବାହ ବା ଟ୍ରିପକାଲ୍ ଦେଶମାନଙ୍କର ଦେଖାଯାଏ । ଏହିପରି ସମାନ ଲକ୍ଷଣ ଓ ଜ୍ଵର ସହ ହୋଇଥାଏ । ଏଗୁଡିକ ମଧ୍ୟରେ ପ୍ରଭେଦ ବାରିବା ସହଜ ନୁହେଁ। ଅଧିକାଂଶ ଭୟାନନକ ଓ ସାଂଘାତିକ । ଯଦି ସମ୍ଭବ ଡାକ୍ତଋ ସାହାଯ୍ୟ ନିଅନ୍ତୁ । ଆଧାର - ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ