ଯକୃତ ସଙ୍କୋଚନ (ଲିଭର ସିରୋସିସ୍) ୪୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ପୁରୁଷମାନେ, ଯେଉଁମାନେ ବର୍ଷ ବର୍ଷ ଧରି ଅଳ୍ପ ପରିମାଣର ଖାଦ୍ୟ ଖାଇ ଆସୁଛନ୍ତି ଓ ବହୁତ ମଦ ପିଅନ୍ତି ସେମାନଙ୍କଠାରେ ଯକୃତ ରୋଗ ପ୍ରାୟତଃ ଦେଖା ଦେଇଥାଏ । ସାଧାରଣତଃ ମଦ ପିଇବା ଅଭ୍ୟାସର ୧୦ ବର୍ଷ ବା ତଦୁର୍ଦ୍ଧ୍ଵ ପର୍ଯ୍ୟନ୍ତ ବ୍ୟକ୍ତି କିଛି ଜାଣିପାରେ ନାହିଁ । ଲକ୍ଷଣ ଯକୃତ ରୋଗ ଯକୃତ ଶୋଥ ପରି ଆରମ୍ଭ ହୋଇଥାଏ, ଭୀଷଣ ଦୁର୍ବଳତା, କ୍ଷୁଧାମାନ୍ଦ୍ୟ ପେଟ ଭିତରେ ଅସୁବିଧା ତଥା ଡାହାଣ ପାଖ ଛାତି ଭିତରେ ଯକୃତ ପାଖରେ କଷ୍ଟ ଅନୁଭବ ହେବା ଲକ୍ଷଣ ଆଦିରୁ ଆରମ୍ଭ ହୋଇଥାଏ । ରୋଗ ଯେତେ ବଢିବାରେ ଲାଗେ ବ୍ୟକ୍ତି ଜଣକ ଅଧିକରୁ ଅଧିକ ପତଳା ହେବାରେ ଲାଗନ୍ତି । ସେ ରକ୍ତବାନ୍ତି କରି ପାରନ୍ତି । ଅତ୍ୟନ୍ତ ଗୁରୁତର ଅବସ୍ଥା ହେଲେ ପାଦ ଫୁଲି ଯାଏ ପେଟରେ ପାଣି ଜମି ତାହା ଫୁଲିଫୁଲି ଗୋଟିଏ ଡ୍ରାମ ପରି ହୋଇଯାଏ । ଆଖି ଓ ଚରମ ହଳଦିଆ ଦିଶେ । ଚିକିତ୍ସା ରୋଗ ଅତ୍ୟଧିକ ଜଟିଳ ଆକାର ଧାରଣ କରିଥିଲେ ତାହାକୁ ଆରୋଗ୍ୟ କରିବା ଅତ୍ୟନ୍ତ କଷ୍ଟସାଧ୍ୟ । କୌଣସି ଔଷଧ ଏହାକୁ ଆରୋଗ୍ୟ କରିପାରେ ନାହିଁ । ଏହି ରୋଗ ଜଟିଳ ହେବା କାରଣରୁ ବହୁ ଲୋକ ମୃତ୍ୟୁ ମୁଖରେ ପଡିଥାନ୍ତି । ଯଦି ଆପଣ ବଞ୍ଚିବାକୁ ଚାହୁଁଥାନ୍ତି ତେବେ ଯକୃତ ସୁତ୍ରଣ ରୋଗ ଆରମ୍ଭ ହେବା ସମୟରୁ ଚିକିତ୍ସା କରନ୍ତୁ । ଆଉ କେବେ ମଦ୍ୟପାନ କରନ୍ତୁ ନାହିଁ କାରଣ ମଦ୍ୟପାନ ଯକୃତକୁ ବିଷାକ୍ତ କରିଦିଏ । ଯେତେ ସମ୍ଭବ ଅଧିକ ଖାଦ୍ୟ ଖାଆନ୍ତୁ । ବିଶେଷତଃ ଅଧିକ ପ୍ରୋଟିନଯୁକ୍ତ ତଥା ଭିଟାମିନ ଯୁକ୍ତ ଖାଦ୍ୟ ଖାଆନ୍ତୁ । ପ୍ରୋଟିନ ଜାତୀୟ ଖାଦ୍ୟ ଯଥା – ମାଛ, ମାଂସ, ଅଣ୍ଡା ଖାଆନ୍ତୁ ନାହିଁ । ଏହି ଗରିଷ୍ଠ ଖାଦ୍ୟ ଖାଇବା ଦ୍ଵାରା ଯକୃତରେ ଅଧିକ ଚାପ ପଡିଥାଏ । ଯଦି ରୋଗ ଥିବା ବ୍ୟକ୍ତିଙ୍କର ପାଦ ଫୁଲିବା ଆରମ୍ଭ କରେ ସେ ତାଙ୍କର ଖାଦ୍ୟରେ ଆଦୌ ଲୁଣ ଖାଇବା ଉଚିତ୍ ନୁହେଁ ପ୍ରତିଷେଧକ ଏହି ରୋଗର ପ୍ରତିଷେଧକ ଅତ୍ୟନ୍ତ ସହଜ – ମଦ୍ୟପାନ କରନ୍ତୁ ନାହିଁ । ପୀତ୍ତାଶୟ ସମସ୍ୟା ପୀତ୍ତାଶୟ ହେଉଛି ଯକୃତକୁ ଲାଗି ରହିଥିବା ଏକ ଛୋଟ ଥଳୀ, ଏହା ସବୁଜ ରଙ୍ଗର ବାଇଲ୍ ନାମକ ଏକ ପିତରସ ସଞ୍ଚୟ କରେ । ଯେଉଁ ରସ ଚର୍ବି ଜାତୀୟ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରେ । ଏହି ପୀତ୍ତାଶୟ ରୋଗ ମୁଖ୍ୟତଃ ମୋଟା ବ୍ୟକ୍ତି, ମହିଳା, ଓ ୪୦ରୁ ଉର୍ଦ୍ଧ୍ଵ ବୟସର ବ୍ୟକ୍ତିଙ୍କୁ ହୋଇଥାଏ । ଲକ୍ଷଣ ଡାହାଣ ପାଖ ପେଟରେ ପିଞ୍ଜରା ହାଡକୁ ଲାଗି ଭୀଷଣ ଯନ୍ତ୍ରଣା ହୁଏ । ଏହି ଯନ୍ତ୍ରଣା କ୍ରମଶଃ ଉପର ପିଠି ପର୍ଯ୍ୟନ୍ତ ପହଞ୍ଚି ଯାଏ । ନିଶ୍ଵାସରେ ଯନ୍ତ୍ରଣା ହୁଏ । ଯଦି ଆପଣ ଆପଣଙ୍କ ଡାହାଣ ପଟ ପଞ୍ଜରାରେ ଆଙ୍ଗୁଠି ରଖନ୍ତି ଓ ଚାପ ଦିଅନ୍ତି ତେବେ ବ୍ୟକ୍ତିର କଷ୍ଟ ଯୋଗୁଁ ନିଶ୍ଵାସ ବନ୍ଦ ହୋଇଯାଏ । ଗୁରୁପାକ ଖାଦ୍ୟ ବା ତୈଳ ଜାତୀୟ ଖାଦ୍ୟ ଖାଇବାର ଏକ ଘଣ୍ଟା ପରେ ତା’ଠାରୁ ସାମାନ୍ୟ କିଛି ଅଧିକ ସମୟ ପରେ ଯନ୍ତ୍ରଣା ଆରମ୍ଭ ହୁଏ । ଅତ୍ୟଧିକ ବିନ୍ଧିବା ଫଳରେ ବେଳେବେଳେ ବାନ୍ତି ହୋଇଯାଏ । ସମୟେ ସମୟେ ଦେହରେ ଜ୍ଵର ହୁଏ । କେତେବେଳେ କେମିତି ଆଖି ହଳଦିଆ ଦେଖାଯାଇପାରେ । ପେଟ ମୋଡିହୋଇ ଆମ୍ବିଳି ଓ ଖରାପ ସ୍ଵାଦର ହାକୁଟି ହୁଏ । ଚିକିତ୍ସା ଏଥିପାଇଁ ଶକ୍ତିଶାଳୀ କଷ୍ଟ ନିବାରକ ଔଷଧ ଦରକାର ହୋଇଥାଏ । ଆସ୍ପିରିନ ଏ କ୍ଷେତ୍ରରେ କାମ କରି ନ ଥାଏ । ଯଦି ତାହାଙ୍କର ଜ୍ଵର ଥିବ ତାକୁ ଟେଟ୍ରାସାଇକ୍ଲିନ ବା ଆମ୍ପିସିଲିନ ଦିଅନ୍ତୁ । ଚିକ୍କଣ ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ । ଅଧିକ ଓଜନିଆ ମୋଟା ଲୋକମାନେ ସେମାନଙ୍କର ଓଜନ କମାଇବାକୁ ଅଳ୍ପ ଖାଇବା ଉଚିତ୍ । ରୋଗ ଗୁରୁତର ଆକାର ଧାରଣ କଲେ ବା ଦୀର୍ଘକାଳୀନ ହୋଇଗଲେ ଡାକ୍ତରଖାନାର ସହାୟତା ନିଅନ୍ତୁ । ସମୟେ ସମୟେ ଅସ୍ତ୍ରୋପ୍ରଚାର ଆବଶ୍ୟକତା ପଡିପାରେ । ପ୍ରତିଷେଧକ ଯେଉଁ ମହିଳାମାନେ ଅଧିକ ମୋଟା ବା ଅଧିକ ଓଜନିଆ ହୋଇ ଯାଇଥିବେ ସେମାନଙ୍କର ଓଜନ କମାଇବା ଉଚିତ୍ । ଗୁରୁପାକ, ଚିକ୍କଣ ଓ ମିଠା ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ । ଚିଡିଚିଡା ରୋଗ କେତେକ ଦେଶରେ ତଥା କେତେକ ଭାଷାରେ ଅଳ୍ପ କଥାରେ ଚିଡି ଯାଉଥିବା ଲୋକଙ୍କୁ ଚିଡିଚିଡା ରୋଗ ହୋଇଛି ବୋଲି ବିଶ୍ଵାସ କରାଯାଇଥାଏ । ଆଉକେତେକ ଲୋକ ବିଶ୍ଵାସ କରନ୍ତି ଯେ ପିତ୍ତର ମାତ୍ରା ଅଧିକ ହୋଇଗଲେ ବ୍ୟକ୍ତି ଅଧିକ କ୍ରୋଧୀ ହୋଇଯାଏ । କିନ୍ତୁ ବାସ୍ତବରେ ଚିଡିଚିଡା ଲୋକଙ୍କର ପିତାଶୟରେ କୌଣସି ଅସୁବିଧା ନ ଥାଏ ବା ତାଙ୍କର ପିତ୍ତ ଅଧିକ ହୋଇ ନ ଥାଏ । କିନ୍ତୁ ଗୋଟିଏ କଥା ହେଉଛି, ଯେଉଁ ଲୋକଙ୍କର ଥରେ ପିତ୍ତାଶୟ ବିନ୍ଧା ହୋଇଥାଏ ପୁନର୍ବାର ତା’ର ସେହି ଭୟଙ୍କର ଯନ୍ତ୍ରଣାଦାୟକ ବିନ୍ଧା ନ ହେଉ ବୋଲି ସେ ସବୁବେଳେ ଇଚ୍ଛା କରୁଥାଏ ଓ ଆଉଥରେ ବିନ୍ଧା ଆସିବା ଡରରେ ସେ ଆତଙ୍କିତ ହୋଇ ରହିଥାଏ । ସେଥିପାଇଁ ସେ ବାରମ୍ବାର ନିଜର ସ୍ୱାସ୍ଥ୍ୟ ସମ୍ପର୍କରେ ବ୍ୟସ୍ତ ରହେ ଓ ସବୁବେଳେ ଚିଡିଚିଡା ହୋଇ ରହେ । ଏହାକୁ ‘ହାଇପୋକଡ୍ରିଆ’ ରୋଗ କହନ୍ତି । ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ବୃଦ୍ଧ ଓ ବୃଦ୍ଧାମାନଙ୍କୁ ସାମିଲ କରିବା ବୃଦ୍ଧ ଓ ବୃଦ୍ଧାମାନଙ୍କର ଅଭିଜ୍ଞତାକୁ କାର୍ଯ୍ୟରେ ଲଗାନ୍ତୁ । ସେମାନେ ଗୋଷ୍ଠିର ଭଲ ମନ୍ଦ ବିଷୟରେ ଅଧିକ ଜାଣିଥାନ୍ତି । ଏପରିକି ପାରମ୍ପରିକ ପଦ୍ଧତିରେ ରୋଗର ଚିକିତ୍ସା ମଧ୍ୟ ଜାଣିଥାନ୍ତି । ସେମାନଙ୍କୁ ଆପଣଙ୍କ କାର୍ଯ୍ୟକ୍ରମରେ ଅଂଶିଦାର କରାନ୍ତୁ । ମୃତ୍ୟୁକୁ ସ୍ଵୀକାର କରିବା ବୁଢା ଲୋକମାନଙ୍କୁ ଅନ୍ୟମାନେ ଯେତେ ଭଲ ପାଆନ୍ତି ସେମାନେ ତା’ଠାରୁ ଅଧିକ ନିଜର ମୃତ୍ୟୁକୁ କାମନା କରିଥାନ୍ତି । ଯେଉଁ ଲୋକ ପୁରା ଜୀବନ ବଞ୍ଚିଛନ୍ତି ସେମାନଙ୍କର ସାଧାରଣତଃ ମୃତ୍ୟୁ ପାଇଁ ଭୟ ନ ଥାଏ ପରନ୍ତୁ ଜୀବନର ପ୍ରାକୃତିକ ଅନ୍ତିମ ପର୍ଯ୍ୟାୟ ହିଁ ତ ମୃତ୍ୟୁ । ଆମେ ଅଧିକାଂଶ ସମୟରେ ଏହି ଭୁଲ୍ କରୁ ଯେ, ମରୁଥିବା ବ୍ୟକ୍ତିଙ୍କୁ ଅଧିକ ଦିନ ବଞ୍ଚାଇ ରଖିବା ପାଇଁ ଯେତେ ଅଧିକ ସମ୍ଭବ ଖର୍ଚ୍ଚ କରିଥାଉ ଓ ତାହାଙ୍କୁ ବଞ୍ଚାଇବାକୁ ପ୍ରବଳ ଚେଷ୍ଟା କରୁ । ବେଳେବେଳେ ଏହା ଉଭୟ ପୀଡିତ ବ୍ୟକ୍ତି ତଥା ତାଙ୍କ ପରିବାରର ଦୁର୍ଦ୍ଦଶାକୁ ବଢାଇ ଦେଇଥାଏ । ବେଳେବେଳେ ଏଭଳି ପରିସ୍ଥିତି ଆସେ ଯେ ଭଲ ଔଷଧ ଓ ଦକ୍ଷ ଡାକ୍ତର ଖୋଜିବାକୁ ବାହାରକୁ ଯିବା ଅପେକ୍ଷା ମରଣ ମୁହଁରେ ପଡିଥିବା ବ୍ୟକ୍ତିଙ୍କ ପାଖରେ ବସି ତାହାଙ୍କୁ ଆଶ୍ଵାସନା ପ୍ରଦାନ କରିବା ଅଧିକ ମହତ୍ତ୍ଵପୂର୍ଣ୍ଣ ତଥା ଉଚିତ୍ କାର୍ଯ୍ୟ ହୋଇଥାଏ । ତାଙ୍କୁ ଜାଣିବାକୁ ଦିଅନ୍ତୁ ଯେ ଆପଣ ସବୁଦିନ ପାଇଁ ଖୁସି ରହି ପାରିବେ ।ସେ ଆପଣଙ୍କ ସୁଖ ଦୁଃଖର ଭାଗୀ ହୋଇଛନ୍ତି ଏବଂ ତାଙ୍କର ମୃତ୍ୟୁ ଆପଣ ସାହି ପାରିବେ । ଜୀବନର ଶେଷ ମୁହୁର୍ତ୍ତ୍ଵରେ ଯେ କୌଣସି ଔଷଧଠାରୁ ତାହାଙ୍କ ପ୍ରତି ପ୍ରଦର୍ଶିତ ପ୍ରେମ ଓ ତାଙ୍କ ମୃତ୍ୟୁକୁ ସ୍ଵୀକାର କରିବା ଢେର ବେଶୀ ଉପକାର କରିଥାଏ । ବୃଦ୍ଧ ତଥା ଦୀର୍ଘକାଳୀନ ବ୍ୟାଧିରେ ପୀଡିତ ବ୍ୟକ୍ତିମାନେ ଡାକ୍ତରଖାନାରେ ରହିବାଠାରୁ ନିଜର ପରିଚିତ ତଥା ପ୍ରିୟ ବାତାବରଣ ଭିତରେ ରହିବାକୁ ଅଧିକ ଉଚିତ୍ ମନେ କରିଥାନ୍ତି । ବେଳେ ବେଳେ ଏହା ମନେ ହୁଏ ସେ ଲୋକଟି ସାଙ୍ଗେ ସାଙ୍ଗେ ମରିଯିବ । ଏହା ଏକ ଖରାପ କଥା ନୁହେଁ । ଆମ୍ଭେ ମୃତ୍ୟୁ ମୁଖରେ ପଡିଥିବା ବ୍ୟକ୍ତିଙ୍କର ଆବଶ୍ୟକତା ତଥା ଭାବନାଗୁଡିକ ପ୍ରତି ସମ୍ବେଦନଶୀଳ ହେବା ଉଚିତ୍ । ସମୟେ ସମୟେ ମୃତ୍ୟୁ ମୁଖରେ ପଡିଥିବା ବ୍ୟକ୍ତି ଜଣକ ତାଙ୍କୁ ବଞ୍ଚାଇ ରଖିବା ପାଇଁ ହେଉଥିବା ଅତ୍ୟଧିକ ଖର୍ଚ୍ଚ ତଥା ଏହି ଖର୍ଚ୍ଚା ଯୋଗୁଁ ତାଙ୍କର ପରବାରକୁ କରଜ କରିବାକୁ ପଡିବ ବା ପିଲାମାନଙ୍କୁ ଉପବାସରେ ରହିବାକୁ ପଡିବ ଭାବି ଭୀଷଣ ଦୁଃଖ ପାଇଥାନ୍ତି । ଏଭଳି ପରିସ୍ଥିତିରେ ସେ ନିଜେ କହିପାରନ୍ତି ଏବେ ମୋତେ ଶାନ୍ତିରେ ମାରିବାକୁ ଦିଅ ଏବଂ ଏହି ସିଦ୍ଧାନ୍ତ କେତେକ ସମୟରେ ଏକ ବିଜ୍ଞତାର କାର୍ଯ୍ୟ କରିଥାଏ । ତଥାପି କେତେକ ଲୋକ ମୃତ୍ୟୁକୁ ଖୁବ ଭୟ କରିଥାନ୍ତି, ଯଦିଓ ସେମାନେ ଖୁବ୍ ଭୋଗୁଥାନ୍ତି ତଥାପି ଏହି ସୁନ୍ଦର ପୃଥିବୀକୁ ଛାଡିବାକୁ ତାଙ୍କୁ ଭୀଷଣ କଷ୍ଟ ଲାଗେ । ପ୍ରତ୍ୟକ ସଂସ୍କୃତିରେ ମୃତ୍ୟୁ ତଥା ମୃତ୍ୟୁ ପରର ଜୀବନ ସଂକ୍ରାନ୍ତରେ ସ୍ଵତନ୍ତ୍ର ବିଚାରଧାରା ରହିଅଛି, ଏହି ସମସ୍ତ ବିଚାର ବିଶ୍ଵାସ ତଥା ପରମ୍ପରା, ମୃତ୍ୟୁକୁ ସମ୍ମୁଖୀନ ହେବାର ପଥକୁ ସହଜ କରି ଦେଇଥାଏ । କେତେକ ଲୋକଙ୍କପାଇଁ ଅନାକାଙ୍କ୍ଷିତଭାବେ ଅଚାନକ ମୃତ୍ୟୁ ଆସିଥାଏ ଓ ଆହୁରି କେତେକଙ୍କ ପାଇଁ ବହୁଦିନ ଅପେକ୍ଷା କରିବା ପରେ ଧୀରେଧୀରେ ମୃତ୍ୟୁ ଆସେ । ଏଭଳି ନିଜର ପ୍ରିୟଜନଙ୍କୁ ମୃତ୍ୟୁ ପାଇଁ ପ୍ରସ୍ତୁତ କରାଇବା ଏକ ସହଜ କାର୍ଯ୍ୟ ନୁହେଁ । ଆମେ ଅତି ବେଶୀରେ ତାଙ୍କ ପାଇଁ ସହଯୋଗ, ପ୍ରେମ, ଦୟା ତଥା ଉତ୍ତମ ବୁଝାମଣା ପ୍ରଦର୍ଶନ କରିପାରିବା । ଜଣେ ଯୁବକ ବା ଶିଶୁର ମୃତ୍ୟୁକୁ ଗ୍ରହଣ କରିବା ସହଜ ନୁହେଁ । ଏଠାରେ ଉଭୟ ଦୟା ତଥା ସଚ୍ଚୋଟ ପାଣିଆ ଗୁରୁତ୍ଵପୂର୍ଣ୍ଣ ଅଟେ । କେତେକାଂଶରେ ନିଜ ଶରୀରର ଦୁର୍ଦ୍ଦଶାରୁ ତଥା କେତେକାଂଶରେ ନିଜ ପ୍ରିୟଜନମାନଙ୍କର ମୁଖ ମଣ୍ଡଳରେ ଭୟ ତଥା ହତାଶାର ଲକ୍ଷଣରୁ ମରଣ ମୁହଁରେ ପଡିଥିବା ବ୍ୟକ୍ତି, ବୃଦ୍ଧ ହୁଅନ୍ତୁ ବା ଯୁବକ ହୁଅନ୍ତୁ ଯଦି ସେ ସତକଥା ଜାଣିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ସତକଥା କହିଦିଅନ୍ତୁ । କିନ୍ତୁ, ସେହି କଥା ଅତି ସ୍ନେହରେ କୁହନ୍ତୁ ଓ ଏହା ସହିତ ତାଙ୍କର ବଞ୍ଚିବାର କିଛି ଆଶା ମଧ୍ୟ ଦିଅନ୍ତୁ । ଯଦି ଆପଣ କାନ୍ଦ ରୋକି ପାରୁନାହାଁନ୍ତି ତେବେ ଆପଣ କାନ୍ଦି ପାରନ୍ତି । କିନ୍ତୁ ଏହାସହିତ ତାଙ୍କୁ ମଧ୍ୟ ଜଣାଇବାକୁ ଚେଷ୍ଟା କରନ୍ତୁ ଯେ, ଆପଣ ତାଙ୍କୁ ଖୁବ୍ ଭଲ ପାଆନ୍ତି, କେବଳ ଏହି ଭଲ ପାଇବା ଯୋଗୁଁ ହିଁ ସେ ଶାନ୍ତିରେ ମରିଗଲେ, ଆପଣ ତାହା ସାହି ପାରିବେ । ଏହା ତାଙ୍କୁ ସାହସ ଓ ଶକ୍ତି ପ୍ରଦାନ କରିବ, ଏହି କଥା ତାଙ୍କୁ କହିବାରେ କୌଣସି ଆବଶ୍ୟକତା ନାହିଁ । ଆପଣଙ୍କ କାର୍ଯ୍ୟକଳାପ ମାଧ୍ୟମରେ ହିଁ ତାହାଙ୍କୁ ଅବଗତ କରାନ୍ତୁ । ଆପଣ ଏହିଭଳିଭାବେ ଅନୁଭବ କଲେ ତାହା ଆପେ ଆପେ ମରୁଥିବା ବ୍ୟକ୍ତିଙ୍କଠାରେ ପ୍ରଘଟ ହୋଇଥାଏ । ଦିନେ ନା ଦିନେ ଆମ୍ଭେ ସମସ୍ତେ ନିଶ୍ଚୟ ମରିବା । ତେଣୁ ଡାକ୍ତର, ସ୍ୱାସ୍ଥ୍ୟସେବୀ ବା ଯେଉଁମାନେ ଦେଖା ଶୁଣା କରୁଛନ୍ତି ଯଦି ଲୋକଟିର ମୃତ୍ୟୁ ବିନା ଆଉ ଅନ୍ୟ ଉପାୟ ନ ଥିବାର ଦେଖି ପାରନ୍ତି, ତେବେ ତାଙ୍କର ଏହି ସମୟରେ ସବୁଠୁ ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟ ହେବ, ମରୁଥିବା ଲୋକଟିକୁ ମୃତ୍ୟୁର ସମ୍ମୁଖୀନ ହେବାପାଇଁ ଉତ୍ସାହିତ କରାଇବା । ଏହା ଫଳରେ ମରୁଥିବା ଲୋକଟିର ଅନ୍ୟାନ୍ୟ ପ୍ରିୟଜନମାନଙ୍କର ଦୁଃଖ ମଧ୍ୟ ଲାଘବ ହୋଇ ପାରିବ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ