ଏଲର୍ଜି କ'ଣ? ଏଲର୍ଜି ଏକ ପ୍ରତିକ୍ରିୟା ଯାହା କେବଳ କେତେକ ନିର୍ଦ୍ଧିଷ୍ଟ ଲୋକଙ୍କ ଠାରେ ଦେଖା ଦେଇଥାଏ କାରଣ, ସେମାନେ ଯେଉଁ ଜିନିଷ ଗୁଡିକ ପ୍ରତି ସମ୍ବେଦନଶୀଳ ବା ଏଲର୍ଜିକ୍ ସେଗୁଡିକୁ :- ପ୍ରଶ୍ଵାସଦ୍ଵାରା ନେଇଥାନ୍ତି ଖାଇ ଦେଇଥାନ୍ତି ଇଞ୍ଜେକ୍ସନ ଦ୍ଵାରା ନେଇଥାନ୍ତି ବା ତାଙ୍କ ଚମଡା ସ୍ପର୍ଶ କରିଥାଏ ଲକ୍ଷଣ ଅନୁର୍ଜତା ଜନିତ ପ୍ରତିକ୍ରିୟା ଅନୁର୍ଜତା ଜନିତ ପ୍ରତିକ୍ରିୟା ସାଧାରଣ ବା ଗୁରୁତର ମଧ୍ୟ ହୋଇପାରେ । ଯଥା- କୁଣ୍ଡାଇ ହେବା, ଆଗିଆବାତ, କ୍ଷୁଦ୍ରଜଡପିଣ୍ଡ ବା ଫଳିଯିବା ନାକରେ ସିଘାଂଣି ହେବା ଏବଂ କୁଣ୍ଡାଇ ହେବା ବା ଆଖି ପୋଡିବା ଗଳାରେ ଜ୍ଵାଳା ହେବା, ନିଶ୍ଵାସ ନେବାରେ କଷ୍ଟ ବା ଶ୍ଵାସରୋଗ ଅନୁର୍ଜତା ଜନିତ ଆଘାତ ଆମାଶୟ (କ୍ଷୀର, ଯାହାକି ଆମାଶୟର ଖୁବ୍ କ୍ଵଚିତ କାରଣ ହୋଇଥାଏ, ତାହା ପ୍ରତି ଯେଉଁ ପିଲାମାନେ ଏଲର୍ଜିକ୍) ଆଲର୍ଜି ଏକ ସଂକ୍ରମଣ ନୁହେଁ ଏବଂ ଏହା ଗୋଟିଏ ବ୍ୟକ୍ତିଠାରୁ ଅନ୍ୟ ଜଣକ ପାଖକୁ ଡିଏଁ ନାହିଁ । କିନ୍ତୁ ଏଲର୍ଜି ଥିବା ପିତା ମାତାଙ୍କର ସନ୍ତାନ ମାନଙ୍କ ଠାରେ ମଧ୍ୟ ଏଲର୍ଜି ରହିପାରେ । ପ୍ରାୟତଃ ଏହି ରୋଗୀ ମାନେ କେତେକ ବିଶେଷ ଋତୁରେ ପୀଡିତ ହୋଇଥାନ୍ତି କିମ୍ବା ଯେତେବେଳେ ସେମାନେ ସେମାନଙ୍କ ପାଇଁ ଏଲର୍ଜିକ୍ ଜିନିଷ ସଂସ୍ପର୍ଶରେ ଆସିଥାନ୍ତି । ଅନୁର୍ଜତା ଯୋଗୁଁ ନାସିକ ଶ୍ଲୈସ୍ମିକ ଝିଲ୍ଲୀର ପ୍ରବାହ ପ୍ରଶ୍ଵାସ ମଧ୍ୟ ଦେଇ ଶରୀର ମଧ୍ୟକୁ ପ୍ରବେଶ କରିଥିବା କୌଣସି ଜିନିଷର ଅନୁର୍ଜତା ପ୍ରତିକ୍ରିୟା ଯୋଗୁଁ ନାକରେ ସିଘାଂଣି ବା ଆଖି କୁଣ୍ଡାଇ ହୋଇପାରେ । ବର୍ଷର କେତେକ ସମୟରେ ପ୍ରାୟତଃ, ଏହା ଅଧିକ ଖରାପ ହୋଇଥାଏ । ଚିକିତ୍ସା କ୍ଳୋରୋଫେନିରାମାଇନ ଔଷଧ ସଦୃଶ୍ୟ କୌଣସି ଏକ ଆଣ୍ଟିହିଷ୍ଟାମାଇନ ବ୍ୟବହାର କରନ୍ତୁ। ଯାନବାହାନରେ ଯାତ୍ରା କଲାବେଳେ ଯେଉଁ ଅସୁସ୍ଥତା କେତେକଙ୍କ ପାଖରେ ଦେଖାଯାଏ, ସେମାନଙ୍କୁ ଡାଇମେନହାଇଡ୍ରିନେଟ ଔଷଧ ଦିଆଯାଇଥାଏ । ନିବାରଣ କେଉଁ କାରଣରୁ ଏ ପ୍ରତିକ୍ରିୟା ହେଲା ତା’ର କାରଣ ବାହାର କରନ୍ତୁ ଏବଂ ଏଗୁଡିକ ଠାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ । ତଳିପେଟ ଯନ୍ତ୍ରଣା (ଉଦରଶୂଳ) ତଳିପେଟରେ ଯନ୍ତ୍ରଣା ଅନୁଭବ କରୁଥିବା ବ୍ୟକ୍ତି ଉପଯୁକ୍ତ ଭାବରେ ପରୀକ୍ଷା ହେବା ଉଚିତ୍ । କାରଣ ଏହା ବିପଦଜନକ ଅଟେ । ତଳିପେଟ ଯନ୍ତ୍ରଣାର ବିବିଧ କାରଣ ଅଛି । ଅନ୍ତ୍ର, ମୂତ୍ରାଶୟ, ଯକୃତ ଓ ପିତ୍ତାଶୟ ସଂକ୍ରମଣ ହେତୁ ଏହା ହୋଇଥାଏ । ଶାରୀରିକ ଯାଞ୍ଚ ତଳିପେଟ ଯନ୍ତ୍ରଣାର କାରଣ ନିର୍ଦ୍ଧାରଣରେ ସାହାଯ୍ୟ କରିଥାଏ। ତଳିପେଟ ଯନ୍ତ୍ରଣା ଚିକିତ୍ସା ତଳିପେଟ ଯନ୍ତ୍ରଣା ପାଇଁ ଚିକିତ୍ସା କରିବା ପୂର୍ବରୁ ଏହା ତୀବ୍ର କି ନୁହେଁ ଜାଣିବା ଉଚିତ୍ । ଯଦି ବ୍ୟକ୍ତିର ତୀବ୍ର ତଳିପେଟ ଯନ୍ତ୍ରଣା ହେଉଥାଏ। ତଳି ପେଟ ଯନ୍ତ୍ରଣା ସମୟରେ ରୋଗୀକୁ ଔଷଧ ଦେବା ବିପଦଜନକ ହୋଇଥାଏ। ଏପରି ଅବସ୍ଥାରେ ରୋଗୀକୁ ଡାକ୍ତରଖାନା ନେଇଯିବା ଉଚିତ୍ ଯଦି ରୋଗୀର ଅଧିକ ତଳିପେଟ ଯନ୍ତ୍ରଣା ହେଉ ନ ଥାଏ, ତେବେ :- ରୋଗୀକୁ ଶୋଇଯିବାକୁ କୁହନ୍ତୁ । ଆଣ୍ଟିଷ୍ପାଜମୋଡିକ ଯଥା ବେଲାଡୋନା ବା ଆଟ୍ରୋ ପାଇନ ଦିଅନ୍ତୁ। ଡାଇସାଇକ୍ଳୋମାଇନ ଦିନକୁ ୩ଥର ମଧ୍ୟ ଦିଆଯାଇପାରେ । ଦୁଇ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଏହି ଔଷଧ ଦେବା ଉଚିତ୍ ନୁହେଁ । ତଳିପେଟ ଯନ୍ତ୍ରଣାର କାରଣ ନିର୍ଦ୍ଧାରଣ କରି ଚିକିତ୍ସା କରନ୍ତୁ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ