ଗଣ୍ଠିବାତ(ଗଣ୍ଠିରେ ଯନ୍ତ୍ରଣା ଓ ଜଳାପୋଡା) ବୟସ୍କଲୋକଙ୍କଠାରେ ଦୀର୍ଘସ୍ଥାୟୀ ଗଣ୍ଠିବାତକୁ ପୂରାପୂରି ଭଲ କରାଯାଇପାରେ ନାହିଁ । ଯାହାହେଉ ନିମ୍ନଲିଖିତ ବିଷୟ ଯୋଗୁ କିଛି ଆରାମ ମିଳିଥାଏ। ବିଶ୍ରାମ ଯଦି ସମ୍ଭବ ହୁଏ, କଠିନଶ୍ରମ ତଥା ବ୍ୟାୟାମ ଗଣ୍ଠିବାତକୁ କଷ୍ଟ ଦିଏ,ଏଡାଇ ରୁହନ୍ତୁ । ଗଣ୍ଠିବାତ ଯୋଗୁ ଜ୍ଵର ହେଲେ ଦିନରେ ଅଳ୍ପ ଅଳ୍ପ ସମୟ ଶୋଇଲେ ଆରାମ ମିଳିଥାଏ । ଯନ୍ତ୍ରଣା ହେଉଥିବା ଗଣ୍ଠିରେ ଗରମପାଣି ସେକ ଦିଅନ୍ତୁ । ଆସ୍ପିରିନ ଯନ୍ତ୍ରଣା କମାଇ ଦେବାରେ ସାହାଯ୍ୟ କରିଥାଏ । ଗଣ୍ଠିବାତରେ ଯେତିକି ପରିମାଣରେ ଆସ୍ପିରିନ ଦିଆଯାଏ ତାହାଠାରୁ କମ୍ ପରିମାଣ ଅନ୍ୟପ୍ରକାର ଯନ୍ତ୍ରଣା ପାଇଁ ଦିଆଯାଏ । ୩ଟି ଲେଖାଏଁ ବଟିକା ଦିନରେ ୪ରୁ ୬ ଥର ନିଅନ୍ତୁ । ଯଦି ଆପଣଙ୍କର କାନରେ ଟିଣିଟିଣି ଶବ୍ଦ ହୁଏ, ତେବେ କମ୍ ନିଅନ୍ତୁ । ଆସ୍ପିରିନ ଦ୍ଵାରା ସୃଷ୍ଟି ହେଉଥିବା ପେଟ ସମସ୍ୟା ଏଡାଇବା ପାଇଁ ଖାଦ୍ୟ ସହିତ, ଦୁଧ, ଖାଇବା ସୋଡା ବା ପ୍ରଚୁର ପାଣି ସହିତ ଦିଅନ୍ତୁ । ଯନ୍ତ୍ରଣା ଦେଉଥିବା ଗଣ୍ଠିମାନଙ୍କର ଚଳାଚଳ ବୃଦ୍ଧି କରିବା ନିମନ୍ତେ କେତେକ ସାଧାରଣ ବା ସହଜ ବ୍ୟାୟାମ କରିବା ଗୁରୁତ୍ଵପୂର୍ଣ୍ଣ । ଯଦି ଗୋଟିଏ ଗଣ୍ଠି ଜାଗା ଫୁଲିଯାଏ ତଥା ଗରମ ଲାଗେ ତେବେ ସମ୍ଭବତଃ ଏହା ସଂକ୍ରମଣ ବିଶେଷତଃ ଯଦି ଜ୍ଵର ଥାଏ । ପେନିସିଲିନ ପରି ପ୍ରତିଜୀବାଣୁ ବ୍ୟବହାର କରନ୍ତୁ ଏବଂ ଯଦି ସମ୍ଭବ ହୁଏ ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖାନ୍ତୁ । ଯୁବକ ଓ ପିଲାମାନଙ୍କଠାରେ ଗଣ୍ଠିବାତ ହେଲେ ତାହା ଗଣ୍ଠି ଜ୍ଵର ବା ଟି.ବି. ପରି ସାଘାଂତିକ ରୋଗର ଲକ୍ଷଣ ହୋଇପାରେ. ପିଠି ଯନ୍ତ୍ରଣା ନିବାରଣ ଓ ଚିକିତ୍ସା ପିଠି ଯନ୍ତ୍ରଣାର ଅନେକ କାରଣ ରହିଛି । ଏଠାରେ କେତେକ ଦିଆଗଲା, ପିଠି ବଥାର ନିବାରଣ ଓ ଚିକିତ୍ସା:- ଯଦି ଟି.ବି., ମୂତ୍ରାଶୟ ସଂକ୍ରମଣ, ବା ପିତ୍ତାଶୟ ରୋଗ ଯୋଗୁ ପିଠିରେ ଯନ୍ତ୍ରଣା ହେଉଥାଏ ତେବେ ସେହି ରୋଗଗୁଡିକର ଚିକିତ୍ସା କରନ୍ତୁ। ଯଦି ମାରାତ୍ମକ ରୋଗ କିଛି ବୋଲି ସନ୍ଦେହ କରନ୍ତି ତେବେ ଡାକ୍ତରୀ ସାହାଯ୍ୟ ନିଅନ୍ତୁ। ସାଧାରଣ ପିଠିବଥା ରୁ ନିମ୍ନ ଉପାୟରେ ରକ୍ଷା ମିଳିପାରିବ, ଆସ୍ପିରିନ ବା ଗରମପାଣିର ସେକ ଦ୍ଵାରା କେତେକ ପିଠି ବଥା ଭଲ ହୋଇଯାଏ। ଓଜନ ଉଠାଇବା କିମ୍ବା ପରିଶ୍ରମ କରିବାଦ୍ଵାରା ପିଠିର ତଳ ଅଂଶରେ ହୋଇଥିବା ବଥାରୁ ଶୀଘ୍ର ଆରାମ ମିଳିବାପାଇଁ ଏପରି କରନ୍ତୁ। ଓଜନ ଉଠାଇବା କିମ୍ବା ଝଟକା ଲାଗିବାଦ୍ଵାରା ଯଦି ହଠାତ୍ ପିଠିଯନ୍ତ୍ରଣା ହୋଇଥାଏ ଏବଂ ନଇଁବା ଦ୍ଵାରା ଛୁରୀରେ କାଟିଲା ଭଳି ଯନ୍ତ୍ରଣା ହୁଏ ବା ଏହି ଗୋଡ ପର୍ଯ୍ୟନ୍ତ ବ୍ୟାପିଯାଏ ବା ଗୋଟିଏ ପାଦ ଦୁର୍ବଳ କିମ୍ବା ଶିଥିଳ ହୋଇଯାଏ ତେବେ ଏହା ମାରାତ୍ମକ ଅଟେ। ପିଠିଆଡୁଆସୁଥିବା ଶିରା ଯଦି ପିଠିର ହାଡରେ ଦବିରୁହେ ତେବେ ଏପରି ହୁଏ । ଏଥିପାଇଁ କିଛିଦିନ ପିଠି ପଟେ ଲମ୍ବା ହୋଇ ଶୋଇ ରହିବା ସବୁଠାରୁ ଭଲ । ପିଠି ବା ଆଣ୍ଠୁତଳେ ତକିଆ ବା କିଛି ଉଚ୍ଚ ଜିନିଷ ରଖିଲେ ଲାଭ ମିଳେ। ଆସ୍ପିରିନ ବ୍ୟବହାର କରନ୍ତୁ ଏବଂ ଗରମପାଣି ସେକ ଦିଅନ୍ତୁ । ଯଦି କିଛି ଦିନରେ ଯନ୍ତ୍ରଣା ଭଲ ନ ହୁଏ ତେବେ ଡାକ୍ତରୀ ସାହାଯ୍ୟ ନିଅନ୍ତୁ । ଅସ୍ଵାଭାବିକ ସ୍ଫିତଶିରା ଏହି ଶିରାଗୁଡିକ ମୋଦୀ ମୋଦୀ ହୋଇ ଫୁଲିଯାଇ ଥାଏ ଓ ଏହାଦ୍ଵାରା ବାରମ୍ବାର ଯନ୍ତ୍ରଣା ହୁଏ। ଏହା ବୟସ୍କ ଲୋକ, ଗର୍ଭବତୀ ମହିଳା ବା ଯାହାର ବେଶୀ ଛୁଆପିଲା ଅଛି, ତାଙ୍କର ଗୋଡରେ ପ୍ରାୟତଃ ଦେଖାଯାଇଥାଏ। ଚିକିତ୍ସା ଏଥିପାଇଁ କୌଣସି ଔଷଧ ନାହିଁ । ମାତ୍ର ନିମ୍ନଲିଖିତ ଉପାୟ ସାହାଯ୍ୟ କରେ :- ପାଦକୁ ତଳେ ରଖି ବହୁତ ସମୟ ଛିଡାହୁଅନ୍ତୁ ନାହିଁ ବା ବସନ୍ତୁ ନାହିଁ । ଯଦି ଆପଣଙ୍କର ଇଚ୍ଛା ବିରୁଦ୍ଧରେ ବି ଛିଡା ହେବାକୁ ବା ବସିବାକୁ ପଡୁଥାଏ, ତେବେ ପ୍ରତି ଅଧଘଣ୍ଟାରେ କିଛି ସମୟ ପାଇଁ ନିଜର ପାଦକୁ ଉଚ୍ଚରେ ରଖନ୍ତୁ । ପାଦକୁ ଉପରେ ରଖି ଶୁଅନ୍ତୁ । ଏହି ମୋଟାମୋଟା ଶିରାଗୁଡିକ ଠିକ୍ ଭାବରେ ରଖିବାପାଇଁ ଇଲାଷ୍ଟିକ ବ୍ୟାଣ୍ଡେଜ ବା କ୍ରେପବ୍ୟାଣ୍ଡେଜ ଗୋଡରେ ବ୍ୟବହାର କରନ୍ତୁ । କିନ୍ତୁ ଯେପରି ରାତିରେ ଏସବୁ ବ୍ୟାଣ୍ଡେଜ ପିନ୍ଧି ନ ଶୁଅନ୍ତି, ସେଥିପ୍ରତି ନଜର ଦିଅନ୍ତୁ । ଏହିପରି ଉପାୟରେ ଶିରାଗୁଡିକର ଯତ୍ନ ନେଇପାରିଲେ ଗୋଡର ଶିରାରେ ଦୀର୍ଘକାଳୀନ ହେବାର ସମ୍ଭାବନା କମ୍ ହୁଏ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ