ସର୍ଦ୍ଦି ଏବଂ ଫ୍ଲୁ ଭୂତାଣୁ ସଂକ୍ରମଣ ସର୍ଦ୍ଦି ଏବଂ ଫ୍ଲୁ ଭୂତାଣୁ ସଂକ୍ରମଣରୁ ହୋଇଥାଏ ଓ ଏଥିଯୋଗୁଁ ନାକରୁ ପାଣି ବୁହେ, ଗଳା ଖସଖସ୍ ହୁଏ ଓ କେତେକ ସମୟରେ ଗଣ୍ଠି ମାନଙ୍କରେ ଯନ୍ତ୍ରଣା ହୁଏ । ବିଶେଷତଃ ଛୋଟ ପିଲା ମାନଙ୍କ କ୍ଷେତ୍ରରେ ସାଧାରଣ ଆମାଶୟ ମଧ୍ୟ ହୋଇପାରେ। ସର୍ଦ୍ଦି ଓ ଫ୍ଲୁ ପ୍ରତିଥର ବିନା ଔଷଧରେ ଭଲ ହୋଇଯାଏ। ପେନିସିଲିନ୍, ଟେଟ୍ରାସୋଇକ୍ଲିନ ବା ଅନ୍ୟାନ୍ୟ ସଂକ୍ରାମକ ରୋଗ ବିରୋଧୀ ଔଷଧ ବ୍ୟବହାର କରନ୍ତୁ ନାହିଁ । କାରଣ ସେଗୁଡିକ କୌଣସି ଉପକାର କରିବେ ନାହିଁ, ବରଂ ଅପକାର କରିବେ । ପ୍ରଚୁର ପାଣି ପିଅନ୍ତୁ ଓ ବିଶ୍ରାମ ନିଅନ୍ତୁ ଆସ୍ପିରିନ ବଟିକା ବା ପାରାସିଟାମଲ୍ ବଟିକା ଜ୍ଵର କମାଇଦିଏ ଓ ଦେହ ହାତ ବଥା କମିବାରେ ସାହାଯ୍ୟ କରେ । ଅଧିକ ଦାମିକା ଥଣ୍ଡା ବଟିକା ଆସ୍ପିରିନ ଠାରୁ ଭଲ ନୁହେଁ । ତେଣୁ କାହିଁକି ଅଯଥାରେ ପଇସାଖର୍ଚ୍ଚ କରିବେ ? ଗରମ ବାମ୍ଫ ଆଘ୍ରାଣ କରନ୍ତୁ ଏହା ଚୁଣ୍ଟିହୋଇଥିବା ନାକକୁ ଖୋଲିବାରେ ସାହାଯ୍ୟ କରେ । ସ୍ଵତନ୍ତ୍ର ଖାଦ୍ୟ ଦରକାର ନାହିଁ । କିନ୍ତୁ ଫଳରସ, କମଳା ରସ ବା ଲେମ୍ବୁ ସରବତ୍ ଲାଭଦାୟକ ଅଟେ । ଥଣ୍ଡା ଯୋଗୁ ହେଉଥିବା କାଶ ଚିକିତ୍ସା ପାଇଁ ଦେଖନ୍ତୁ । ଯଦି ସର୍ଦ୍ଦି ବା ଫ୍ଲୁ ଗୋଟିଏ ସପ୍ତାହରୁ ଅଧିକ ରୁହେ, କିମ୍ବା ବ୍ୟକ୍ତିଙ୍କୁ ଜ୍ଵର ହୁଏ, କଫ ଓ ପୂଜ ସହିତ କାଶ ହୁଏ, ଛାତିରେ ଯନ୍ତ୍ରଣା ହୁଏ ଓ ଶ୍ଵାସପ୍ରଶ୍ଵାସ ଦ୍ରୁତ ହୁଏ, ତେବେ ବ୍ରୋଙ୍କାଇଟସ୍ ବା ନିମୋନିଆ ହୋଇଥାଇପାରେ । ଜୀବାଣୁ ପ୍ରତିରୋଧକ ଔଷଧ ଦରକାର । ସର୍ଦ୍ଦି ଜ୍ଵର, ଫୁସୁଫୁସ୍ ପ୍ରଦାହ ବା ନିମୋନିଆରେ ପରିଣତ ହେବାର ବେଶୀ ଭୟ, ବୁଢାଲୋକ, ଭ୍ହୋତପିଲା ଓ ଯେଉଁ ମାନଙ୍କର ବ୍ରୋଙ୍କାଇଟସ୍ ପରି ଫୁସୁଫୁସ୍ ର ସମସ୍ୟା ଥାଏ, ସେହି ମାନଙ୍କ ଠାରେ ରହିଥାଏ । ଗଳା ଖରାପ ହେବା ସର୍ଦ୍ଦି ଜ୍ଵରର ଏକ ସାଧାରଣ ଅଂଶ । କୌଣସି ସ୍ଵତନ୍ତ୍ର ଔଷଧ ଦରକାର ନାହିଁ ମାତ୍ର ଗରମପାଣି କୁଳୁକୁଳୁ କଲେ ଲାଭ ହୋଇଥାଏ । ତଣ୍ଟିବଥା ଯଦି ଅଧିକ ଜ୍ଵର ସହିତ ହଠାତ୍ ଆରମ୍ଭ ହୁଏ ତେବେ ଗଳାରେ ଷ୍ଟ୍ରେପତୋ କୋଇଲ ଜୀବାଣୁର ସଂକ୍ରମଣ ହୋଇଛି ବୋଲି ଜାଣିବାକୁ ହେବ । ଏଥିପାଇଁ ସ୍ଵତନ୍ତ୍ର ଚିକିତ୍ସା ଦରକାର। ସର୍ଦ୍ଦିର ନିବାରଣ କରିପାରିବେ ଭଲ ଖାଇବା ଓ ଯଥେଷ୍ଟ ଶୋଇବା ଦ୍ଵାରା ସର୍ଦ୍ଦି ରୋଗ ଭଲ ହୋଇଯାଏ। କମଳା, ବିଲାତି ବାଇଗଣ ଏବଂ ଭିଟାମିନ ‘ଗ’ ଥିବା ଅନ୍ୟାନ୍ୟ ଫଳ ଖାଇଲେ ଉପକାର ମିଳିବ । ସାଧାରଣ ବିଶ୍ଵାସ ଯେ ଭିଜିଲେ ସର୍ଦ୍ଦି ଓ ଥଣ୍ଡା ଜ୍ଵର ହୁଏ । ମାତ୍ର ଏହା ଠିକ ନୁହେଁ । ପୂର୍ବରୁ ସର୍ଦ୍ଦିଜ୍ଵର ଥାଇ ଭିଜିଲେ ଦେହ ବେଶୀ ଖରାପ ହୁଏ । ଅନ୍ୟ ଜଣେ ବ୍ୟକ୍ତି, ଯାହାଙ୍କୁ ସର୍ଦ୍ଦି ହୋଇଛି, ତାଙ୍କ ଠାରୁ ସର୍ଦ୍ଦି ଡେଇଁଥାଏ ସଂକ୍ରମିତ ହୋଇଥାଏ । ସର୍ଦ୍ଦି ନ ଡେଇଁବା ପାଇଁ ସର୍ଦ୍ଦି ହୋଇଥିବା ବ୍ୟକ୍ତି ଅଲଗା ଶୋଇବା ଓ ଖାଇବା ଉଚିତ୍ । ଛୋଟ ପିଲା ମାନଙ୍କ ଠାରୁ ବିଶେଷ ଭାବରେ ଦୂରେଇ ରହିବା ଦରକାର । କାଶିବା କିମ୍ବା ଛିଙ୍କିବା ସମୟରେ ତାଙ୍କର ନାକ ଓ ମୁହଁ ଘୋଡାଇ କାଶିବା ବା ଛିଙ୍କିବା ଉଚିତ୍ । ସର୍ଦ୍ଦିଜ୍ଵର କାନ ବଥାରେ ପରିଣତ ନ ହେବାପାଇଁ, ନାକକୁ ଚାପନ୍ତୁ ନାହିଁ, ସାମାନ୍ୟ ମାତ୍ର ପୋଛନ୍ତୁ । ପିଲାମାନଙ୍କୁ ମଧ୍ୟ ଏହା କରିବା ପାଇଁ ଶିକ୍ଷା ଦିଅନ୍ତୁ । ନାକ ରୁନ୍ଧିହେବା ଏବଂ ସିଘାଂଣି ବୋହିବା ସର୍ଦ୍ଦି କିମ୍ବା ଅନୁର୍ଜତା ଯୋଗୁଁ ନାକରୁ ସିଘାଂଣି ବୋହେ ଓ ନାକ ରୁନ୍ଧି ହୋଇଥାଏ । ନାକରେ ଅଧିକ ସିଘାଂଣି ହେଲେ ପିଲାମାନଙ୍କ ପାଇଁ ଏହା କାନବଥା ଓ ବୟସ୍କଙ୍କ ପାଇଁ ନାଳୀ ଘା’ର ସମସ୍ୟା ସୃଷ୍ଟି କରିପାରେ। ରୁନ୍ଧି ହୋଇଥିବା ନାକ ସଫା କରିବା ପାଇଁ ନିମ୍ନଲିଖିତ ପଦ୍ଧତି ଅନୁସରଣ କରନ୍ତୁ ଛୋଟ ପିଲାମାନଙ୍କ ନାକ ମଧ୍ୟରେ ଥିବା ସିଘାଂଣି ଏହିପରି ଭାବରେ ଏକ ଛୁଞ୍ଚିବିହୀନ ସିରିଞ୍ଜ ସାହାଯ୍ୟରେ ବାହାର କରିଦିଅନ୍ତୁ । ବଡପିଲା ଏବଂ ବୟସ୍କମାନେ ଅଳ୍ପ ଲୁଣାପାଣି ହାତରେ ନେଇ ଏହାକୁ ନାକ ଭିତରକୁ ଟାଣି ନେଇ ପାରନ୍ତି । ଏହା ନାକ ରୁନ୍ଧିହୋଇଥିଲେ ଖୋଲି ଯିବାରେ ସାହାଯ୍ୟ କରିବ । ଖାଲି ପାଣି ମଧ୍ୟ ବ୍ୟବହାର କରାଯାଇପାରେ । ଫୁଟୁଥିବା ଗରମପାଣିର ବାଷ୍ପ ଶୁଘିଂବା ଦ୍ଵାରା ମଧ୍ୟ ରୁଦ୍ଧନାକ ଖୋଲିଯାଏ । ନାକ ରୁନ୍ଧିହୋଇଥିଲେ ବା ସିଘାଂଣି ବୋହୁଥିଲେ, ନାକକୁ ଜୋରରେ ନ ଚିପି ରୁମାଲରେ ଆସ୍ତେ ଆସ୍ତେ ପୋଛନ୍ତୁ । ଜୋରରେ ନାକ ଚିପିବା ଦ୍ଵାରା କାନବଥା ବା ନାଳୀ ଘା’ ହୋଇପାରେ । ସର୍ଦ୍ଦି ବା ଥଣ୍ଡାଜ୍ଵର ପରେ ଯଦି କୌଣସି ବ୍ୟକ୍ତି ପ୍ରାୟତଃ କାନବଥା ବା ନାଳୀ ଘା’ରେ ଆକ୍ରାନ୍ତ ହୁଅନ୍ତି, ତେବେ ସେ ଫେନାଇଲେଫ୍ରାଇନ ପରି ନାକ ସଫା କରୁଥିବା ଔଷଧ ନାକରେ ପକାଇ ଏହି ସମସ୍ୟାର ସମାଧାନ କରିପାରନ୍ତି । ଅଳ୍ପ କିଛି ଲୁଣ ପାଣିକୁ ଶୁଘିଂବା ପରେ ନାକରେ ଏହିପରି ଭାବରେ ଠୋପା ଠୋପା କରିପକାନ୍ତୁ । ମୁଣ୍ଡକୁ ଗୋଟିଏ ପାଖକୁ କରି ନାକପୁଡାରେ ୨ ବା ୩ ଠୋପା ପକାନ୍ତୁ । କିଛିସମୟ ଅପେକ୍ଷା କରନ୍ତୁ ଓ ତା’ପରେ ଅନ୍ୟ ପାର୍ଶ୍ଵରେ ଠିକ୍ ସେହିପରି କରନ୍ତୁ । ସମାଧାନ ନାକ ସଫା କରୁଥିବା ଔଷଧ ଦୈନିକ ୩ ଥରରୁ ତଥା ୩ ଦିନରୁ ଅଧିକ ବ୍ୟବହାର କରନ୍ତୁ ନାହିଁ । ଡ୍ରପର ଯେପରି ନାକପୁଡାରେ ନ ଲାଗେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ଗୋଟିଏ ନାକ ସଫା କରୁଥିବା ସିରପ୍ ମଧ୍ୟ ସାହାଯ୍ୟ କରିପାରେ । କାନବଥା ବା ନାଳୀ ଘା’ ର ପ୍ରତିରୋଧ କରନ୍ତୁ – ନାକ ଚିପନ୍ତୁ ନାହିଁ, କେବଳ ପୋଛନ୍ତୁ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ