ମୂର୍ଚ୍ଛା କଣ ଏବଂ କିପରି ହୁଏ ? ଯେବେ କୌଣସି ବ୍ୟକ୍ତି ଚେତା ହରାଇବସନ୍ତି ଓ ଅଦ୍ଭୁତ ବ୍ୟବହାର କରନ୍ତି ଓ ହାତଗୋଡ ଛଟାଛଟି କରନ୍ତି ଆମେ କହୁ ସେ ମୂର୍ଚ୍ଛା ଯାଇଛନ୍ତି । ମସ୍ତିସ୍କରେ କୌଣସି ସମସ୍ୟାରୁ ମୂର୍ଚ୍ଛା ହୋଇଥାଏ । ଅତ୍ୟଧିକ ଜ୍ଵର ବା ଅତ୍ୟଧିକ ଜଳୀୟ ଅଂଶର ଅଭାବ ଯୋଗୁ ପିଲା ମାନଙ୍କ ଠାରେ ଏହି ରୋଗ ହୋଇଥାଏ । ବହୁତ ଅସୁସ୍ଥ ଲୋକମାନଙ୍କ କ୍ଷେତ୍ରରେ ଏହା ମସ୍ତିଷ୍କଝିଲ୍ଲୀ ପ୍ରଦାହ, ମସ୍ତିଷ୍କରେ ମ୍ୟାଲେରିଆ ବା ବିଷକ୍ରିୟା ଯୋଗୁ ହୋଇଥାଇପାରେ । ଯେଉଁ ବ୍ୟକ୍ତିଙ୍କୁ ବାରମ୍ବାର ମୂର୍ଚ୍ଛା ହୁଏ ତାଙ୍କୁ ମୃଗୀବାତ ହୋଇଥାଇପାରେ । ମୂର୍ଚ୍ଛା ଯିବାର କାରଣ ଜାଣିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଯଦି ସମ୍ଭବ ତା’ର ଚିକିତ୍ସା କରନ୍ତୁ । ଯଦି ପିଲାକୁ ଅତ୍ୟଧିକ ଜ୍ଵର ହୋଇଥିବ, ତେବେ ଥଣ୍ଡାପାଣି ସାହାଯ୍ୟରେ କମାଇ ଦିଅନ୍ତୁ। ଯଦି ପିଲାର ଜଳୀୟ ଅଂଶ ଖୁବ୍ କମି ଯାଇଥାଏ, ଧୀରେ ଧୀରେ ଏନେମା ସାହାଯ୍ୟରେ ପୁନର୍ଜଳପାନୀୟ ଦିଅନ୍ତୁ । ଡାକ୍ତରୀ ସାହାଯ୍ୟ ପାଇଁ ପଠାନ୍ତୁ । ମୂର୍ଚ୍ଛା ସମୟରେ ପାଟିବାଟେ କିଛି ଦିଅନ୍ତୁ ନାହିଁ । ଯଦି ମସ୍ତିଷ୍କ ଝିଲ୍ଲୀ ପ୍ରଦାହର ଲକ୍ଷଣ ଦେଖାଦିଏ ତେବେ ଡାକ୍ତରୀ ଚିକିତ୍ସା ସଙ୍ଗେ ସଙ୍ଗେ ଆରମ୍ଭ କରନ୍ତୁ। ଯଦି ମସ୍ତିଷ୍କ ମ୍ୟାଲେରିଆ ତେବେ ମ୍ୟାଲେରିଆ ଚିକିତ୍ସା କରନ୍ତୁ । ମୃଗୀବାତ ସ୍ୱାସ୍ଥ୍ୟବାନ ଦେଖାଯାଉଥିବା ଲୋକ ମଧ୍ୟ ମୃଗୀବାତ ଯୋଗୁ ମୂର୍ଚ୍ଛା ଯାଇଥାନ୍ତି । ଏ ପ୍ରକାରର ମୂର୍ଚ୍ଛାରୋଗ କିଛି ଘଣ୍ଟା, ଦିନ, ମାସ ବା ବର୍ଷପରେ ମଧ୍ୟ ଆସିପାରେ । କେତେକ ଲୋକ ଏହାଯୋଗୁ ଚେତା ହରାଇ ବସନ୍ତି ଏବଂ ହାତପାଦ ଜୋରରେ ଛାଟି ପାରନ୍ତି । ଆଖି ଡୋଳା ଓଲଟି ଯାଇପାରେ । ସାମାନ୍ୟ ଧରଣର ମୃଗୀବାତରେ ବ୍ୟକ୍ତି କିଛି ସମୟ ପାଇଁ ଚେତାଶୂନ୍ୟ ହୋଇ ଯାଇପାରନ୍ତି ଓ ଆଶ୍ଚର୍ଯ୍ୟଜନକ ବ୍ୟବହାର କରିବାକୁ ଲାଗନ୍ତି । ମୃଗୀବାତ କେତେକ ପରିବାରରେ ସାଧାରଣ । ଜନ୍ମ ସମୟରେ ମସ୍ତିଷ୍କରେ କ୍ଷତି, ଛୋଟପିଲା ଅବସ୍ଥାର ଅତ୍ୟଧିକ ଜ୍ଵର ବା ମସ୍ତିଷ୍କରେ ଫିତାକୃମିର ଲାର୍ଭା ଯୋଗୁ ଏହା ହୋଇପାରେ । ମୃଗୀବାତ ସଂକ୍ରାମକ ନୁହେଁ ଏବଂ ଅନ୍ୟକୁ ଡେଇଁ ପାରିବ ନାହିଁ । ଏହା ଜୀବନବ୍ୟାପି ସମସ୍ୟା ଅଟେ। କିନ୍ତୁ ବେଳେବେଳେ ଛୋଟପିଲା ଅବସ୍ଥାରେ ଏହି ରୋଗ ଭଲ ହୋଇଯାଇଥାଏ । ଟିପ୍ପଣୀ ଏହା ମୃଗୀବାତ ଭଲ କରେ ନାହିଁ, ଏବଂ କେବଳ ମୂର୍ଚ୍ଛାର ପ୍ରତିରୋଧ କରିଥାଏ । ପ୍ରାୟ ଏହି ଔଷଧକୁ ସାରା ଜୀବନ ନେବାକୁ ପଡିଥାଏ । ବହୁ ସମୟରେ ଫେନୋବାରବିଟାଲ ମୃଗୀବାତକୁ ନିୟନ୍ତ୍ରଣ କରିଥାଏ । ଏହା ମଧ୍ୟ ଖୁବ୍ ଶସ୍ତା । ଫେନୋବାରବିଟାଲ କାମ ନ କରିବା ସମୟରେ ଡାଇଫିନାଇଲହାଇଡେଣ୍ଟାଇନ ଉପକାର କରିଥାଏ । କେତେକ ସମୟରେ ଉଭୟ ଔଷଧ ଏକାଠି ଦରକାର ହୋଇପାରନ୍ତି । କମ୍ ମାତ୍ରା ପ୍ରୟୋଗ କରନ୍ତୁ ଯେତିକିରେ ମୂର୍ଚ୍ଛା ପ୍ରତିରୋଧ ହେବ । ଯେତେବେଳେ ଜଣେ ବ୍ୟକ୍ତି ମୂର୍ଚ୍ଛା ଯାଉଛନ୍ତି କାଠଖଣ୍ଡ, ଚାବିକାଠି ବା ସେହିପରି ଜିନିଷକୁ ଗୋଟିଏ ସଫା କନାରେ ଗୁଡାଇ ଦାନ୍ତ ମଧ୍ୟରେ ରଖନ୍ତୁ ଯଦ୍ୱାରା ସେ ତାଙ୍କର ଜିଭକୁ କାମୁଡି ପାରିବ ନାହିଁ । ମୂର୍ଚ୍ଛା ଯାଉଥିବା ସମୟରେ ତାଙ୍କୁ ଧରିବା ବା ବାନ୍ଧିବାକୁ ଚେଷ୍ଟା କରନ୍ତୁ ନାହିଁ । ନିଆଁ,ତୀକ୍ଷଣ ପଥର ଇତ୍ୟାଦିଠାରୁ ତାଙ୍କୁ ରକ୍ଷା କରନ୍ତୁ ଯାହାଦ୍ଵାରା ସେ ନିଜକୁ ବିପଦରେ ପକାଇବାର ସମ୍ଭାବନା ରହିଛି। ତାଙ୍କ ଚାରିପଟୁ ଲୋକଙ୍କୁ ଦୂରେଇ ଦିଅନ୍ତୁ ଯାହା ଫଳରେ ସେ ନିଶ୍ଵାସ ପାଇଁ ଯଥେଷ୍ଟ ପବନ ପାଇବେ। ଯଦି ସେ ବାନ୍ତି କରନ୍ତି ବା ଛେପ ପକାନ୍ତି ତାଙ୍କ ମୁଣ୍ଡକୁ ଗୋଟିଏ ଦିଗକୁ ରଖନ୍ତୁ ଯେମିତିକି ତାଙ୍କର ଶ୍ଵାସରୁଦ୍ଧ ହୋଇନଯାଏ । ଯଦି ଦରକାର ପଡେ ତାଙ୍କର ମୁହଁରେ ଥିବା ବାନ୍ତି ସଫା କରିଦିଅନ୍ତୁ । ମୂର୍ଚ୍ଛାରୁ ଭଲ ଅବସ୍ଥା ଫେରିପାଇବା ପରେ ପ୍ରଚୁର ପରିମାଣରେ ଚିନି ସହ ଗରମ ଚା ଦିଅନ୍ତୁ । ମୂର୍ଚ୍ଛା ପରେ ସେ ଦୁର୍ବଳ ବା ନିଦ ଅନୁଭବ କରିପାରନ୍ତି, ସେ ତାଙ୍କର ସ୍ଵାଭାବିକ କାର୍ଯ୍ୟକଳାପ ଆରମ୍ଭ କରିବା ପୂର୍ବରୁ ଶୋଇବାକୁ ବା ବିଶ୍ରାମ ନେବାକୁ କୁହନ୍ତୁ । ଯଦି ମୂର୍ଚ୍ଛା ଅଧିକ ସମୟ ଧରି ରୁହେ ଦିଆଜେପାମ କିମ୍ବା ଫେନୋବାରବିଟାଲ ଇଞ୍ଜେକ୍ସନ ଦିଅନ୍ତୁ । ୧୫ ମିନିଟ୍ ପରେ ବି ଯଦି ମୂର୍ଚ୍ଛା ବନ୍ଦ ନ ହୁଏ ତେବେ ଆଉ ଏକ ମାତ୍ରା ଦିଅନ୍ତୁ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ