ଜଳାତଙ୍କ ଉଗ୍ର ବା ପାଗଳା ପଶୁ ଯଥା – ପାଗଳା କୁକୁର, ବିରାଡି, କୋକିଶିଆଳି, ହେଟାବାଘ ବା ବିଲୁଆ ଇତ୍ୟାଦି କାମୁଡିଲେ ଜଳାତଙ୍କ ରୋଗ ହୋଇଥାଏ । ବାଦୁଡି ଓ ଅନ୍ୟାନ୍ୟ ପଶୁ ମଧ୍ୟ ଏହି ରୋଗ ବଢିବାରେ ସାହାଯ୍ୟ କରିପାରନ୍ତି । ଲକ୍ଷଣ ପଶୁଠାରେ ଅଦ୍ଭୁତ ବ୍ୟବହାର କରିବା – ଉଦାସ ରହିବା, ବ୍ୟତିବ୍ୟସ୍ତ ହେବା ଓ ଉତ୍ତେଜିତ ହେବା ମୁହଁରୁ ଫେଣ ବାହାରିବା, କିଛି ଖାଇ କିମ୍ବା ପିଇ ନ ପାରିବା ବେଳେବେଳେ ପଶୁ ପାଗଳ ହୋଇଯାଏ ଏବଂ ନିକଟରେ ଥିବା ଯେ କୌଣସି ବ୍ୟକ୍ତି ବା ଜିନିଷକୁ କାମୁଡି ପକାଏ । ପଶୁଟି ମଧ୍ୟ ସବୁବେଳେ ଘୁମାଇଲା ପରି ହୋଇଥାଏ ପଶୁଟି ୧୦ ଦିନ ମଧ୍ୟରେ ମରିଯାଇଥାଏ । ଲୋକଙ୍କଠାରେ ଲକ୍ଷଣ କାମୁଡା ଜାଗାରେ ଯନ୍ତ୍ରଣା ଓ ଝାଇଁଝାଇଁ ହେବା ଅନିୟମିତ ନିଶ୍ଵାସ ପ୍ରଶ୍ଵାସ ନେବା, ସତେ ଯେପରି ଗୋଟେ ଲୋକ କାନ୍ଦୁଛି ପ୍ରାଥମିକ ପର୍ଯ୍ୟାୟରେ ରୋଗୀ ପାଣିପିଇବାକୁ ଡରେ ଓ ପରେ ପାଣି ଦେଖିଲେ ଭୟ କରେ ଓ ପାଟିରୁ ଲାଳ ବାହାରେ ଯଦିଓ ବ୍ୟକ୍ତି ସତେଜ ଥାଏ କିନ୍ତୁ ଉତ୍ତେଜିତ ଅନୁଭବ କରେ ମୃତ୍ୟୁ ନିକଟ ହେଲେ ମୂର୍ଚ୍ଛା ଓ ପକ୍ଷାଘାତ ହୋଇଯାଏ ଯଦି ଆପଣଙ୍କର ବିଶ୍ଵାସ ହୁଏ ଯେ କାମୁଡିଥିବା ପଶୁକୁ ଜଳାତଙ୍କ ହୋଇଛି ୧୫ ଦିନ ପାଇଁ ପଶୁଟିକୁ ଦଉଡିରେ ବାନ୍ଧି ରଖନ୍ତୁ ବା ପିଞ୍ଜରାରେ ଆବଦ୍ଧ କରି ରଖନ୍ତୁ କାମୁଡାଜାଗାକୁ ସାବୁନ, ପାଣି ଓ ହାଇଡ୍ରୋଜେନ ପେରକସାଇଡ ଦ୍ଵାରା ପରିଷ୍କାର କରନ୍ତୁ । ଯଦି ସାବୁନ କିମ୍ବା ହାଇଡ୍ରୋଜେନ ପେରକସାଇଡ ନ ମିଳେ ତେବେ କ୍ଷତକୁ ପାଣିରେ ସଫା କରନ୍ତୁ । ଏହା କରିବା ବାଧ୍ୟତାମୂଳକ । କ୍ଷତକୁ ବନ୍ଦ କରନ୍ତୁ ନାହିଁ । ଏହାକୁ ଖୋଲା ରଖନ୍ତୁ । କାମୁଡା ଜାଗାକୁ ସଫା କରିସାରିବା ପରେ କାରବୋଲିକ ଏସିଡରୁ କିଛି ଠୋପା ଘା’ରେ ଢାଳନ୍ତୁ । ଏକ ମିନିଟ ପରେ ସେଠାରେ ସ୍ପିରିଟ ଲଗାନ୍ତୁ । ଯଦି କାରବୋଲିକ ଏସିଡ ଓ ସ୍ପିରିଟ ନ ମିଳେ ତେବେଟଙ୍କଚର ଆୟୋଡିନ ପ୍ରୟୋଗ କରନ୍ତୁ । ଯଦି ବ୍ୟକ୍ତି ଟିଟାନସ ବିରୋଧୀ ଇଞ୍ଜେକ୍ସନ ନେଇ ନ ଥାନ୍ତି ତେବେ ଧନୁଷ୍ଟଙ୍କାର ପ୍ରତିବିଷ ଇଞ୍ଜେକ୍ସନ ଦିଅନ୍ତୁ । କ୍ଷତ ସଂକ୍ରମିତ ନ ହେବା ପାଇଁ ପେନିସିଲିନ ପରି ଗୋଟିଏ ଜୀବାଣୁନାଶୀ ଦିଆଯିବା ଉଚିତ୍ । ୧୫ ଦିନ ପୂର୍ବରୁ ଯଦି ପଶୁ ମରିଯାଏ (କିମ୍ବା ଯଦି ଏହାକୁ ମାରିଦିଆଗଲା ବା ଏହାକୁ ଧରା ନ ଯାଇ ପାରିଲା) ତେବେ କାମୁଡାଖାଇଥିବା ବ୍ୟକ୍ତିଙ୍କୁ ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଆନ୍ତୁ ଯେଉଁଠାରେ ତାଙ୍କୁ ଜଳାତଙ୍କ ବିରୋଧୀ ଇଞ୍ଜେକ୍ସନରୁ ଗୋଟିଏ ଦିଆଯାଇ ପାରିବ । ଅପେକ୍ଷା କରନ୍ତୁ ନାହିଁ । ଜଳାତଙ୍କର ପ୍ରାରମ୍ଭିକ ଲକ୍ଷଣ, କାମୁଡିବାର ୧୦ ଦିନରୁ ୨ ବର୍ଷ ଭିତରେ ଦେଖାଦେଇଥାଏ (ସାଧାରଣତଃ ୩ରୁ ୭ ସପ୍ତାହ ମଧ୍ୟରେ ଦେଖାଦେଇଥାଏ) ରୋଗର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପୂର୍ବରୁ ଚିକିତ୍ସା ଆରମ୍ଭ କରାଯିବା ଦରକାର । ରୋଗ ଥରେ ଆରମ୍ଭ ହେଲେ ଭେଷଜଶାସ୍ତ୍ରରେ ଏପରି କୌଣସି ଚିକିତ୍ସା ନାହିଁ ଯାହାକି ରୋଗୀଟିକୁ ବଞ୍ଚାଇ ପାରିବ । ପ୍ରତିଷେଧକ ପଶୁକୁ ଜଳାତଙ୍କ ହୋଇଛି ବୋଲି ସନ୍ଦେହ କରୁଥିଲେ ମାରିଦିଅନ୍ତୁ ଏବଂ ପୋତିଦିଅନ୍ତୁ । ଯଦି ସମ୍ଭବ ହୁଏ ସବୁ ବୁଲାକୁକୁରଙ୍କୁ ମାରିଦିଅନ୍ତୁ । ପୋଷା କୁକୁରକୁ ଟୀକା ଦେବାରେ ସାହାଯ୍ୟ କରନ୍ତୁ । ଯଦି ପଶୁଟି ରୋଗଣାଦେଖାଯାଉଛି ବା ଅଦ୍ଭୁତ ବ୍ୟବହାର କରୁଛି ତା’ଠାରୁ ପିଲାମାନଙ୍କୁ ଦୂରେଇ ରଖନ୍ତୁ । ରୋଗୀଣା ଦେଖାଯାଉହିବା ବା ଅଦ୍ଭୁତ ବ୍ୟବହାର ପ୍ରଦର୍ଶନ କରୁଥିବା ପଶୁକୁ ଯତ୍ନର ସହିତ ପାଳନ କରନ୍ତୁ । ଏହା କାହାକୁ ନ କାମୁଡିଲେ ବି ଏହାର ଲାଳ କାଟି ହୋଇଯାଇଥିବା ବା ଆଞ୍ଚୁଡି ହୋଇଥିବା ଜାଗାରେ ପଡିଲେ ଜଳାତଙ୍କ ହୋଇପାରେ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ