ଗଳଗଣ୍ଡ ରୋଗ କ'ଣ ? ଗଳାରେ ହେଉଥିବା ଜଡପିଣ୍ଡର ନାମ ଗଳଗଣ୍ଡ । ଥାଇରଏଡ ନାମକ ଏକ ଗ୍ରନ୍ଥୀର ଅସାଧାରଣ ବୃଦ୍ଧି ଯୋଗୁଁ ଏହା ହୋଇଥାଏ। ପାହାଡିଆ ଅଞ୍ଚଳର ଲୋକଙ୍କୁ ଗଳଗଣ୍ଡ ଓ କେଟ୍ରିନିଜିମ ଅଧିକ ଦେଖାଯାଏ କାରଣ ସେଠି ମାଟି,ପାଣି ଓ ଖାଦ୍ୟରେ ଖୁବ କମ୍ ଆୟୋଡିନ ଥାଏ । ବେଳେବେଳେ ଗର୍ଭବତୀ ମହିଳାମାନଙ୍କର ଖାଦ୍ୟରେ ଆୟୋଡିନର ପରିମାଣ କମିଗଲେ,ଗର୍ଭସ୍ଥ ଶିଶୁ ମସ୍ତିସ୍କ କମଜୋର / ଅଥବା କାଲା ହୋଇପାରେ ବା ଶିଶୁ ମରିଯାଇପାରେ । ମା’ର ଗଳଗଣ୍ଡ ନ ଥିଲେ ମଧ୍ୟ ଏହା ଘଟିପାରେ । କିପରି ଭାବେ ଗଳଗଣ୍ଡ ଓ କେଟ୍ରିନିଜିମ (କାଲ) ର ପ୍ରତିରୋଧ ଓ ଚିକିତ୍ସା ପାହାଡିଆ ଅଞ୍ଚଳରେ ଗଳଗଣ୍ଡ ଅତି ସାଧାରଣ ହୋଇଥିବାରୁ ସେଠାରେ ବସବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଆୟୋଡିନ ଯୁକ୍ତ ଲବଣ ବ୍ୟବହାର କରିବା ଉଚିତ୍ । ଏହି ଲବଣ ବ୍ୟବହାର କଲେ ସାଧାରଣ ଗଳଗଣ୍ଡ ହୁଏ ନାହିଁ ଓ କେତେକ ଗଳଗଣ୍ଡ ଭଲ ହୋଇଯାଏ । (ପୁରୁଣା ଓ କଠିନ ଗଳଗଣ୍ଡ କେବଳ ଶୈଲ୍ୟ ଚିକିତ୍ସାଦ୍ଵାରା ଭଲ ହୋଇପାରିବ) । ଯଦି ଆୟୋଡିନ ଲବଣ ନ ମିଳେ, ତେବେ ଟିଙ୍କଚର୍ ଅଫ୍ ଆୟୋଡିନ ବ୍ୟବହାର କରନ୍ତୁ । ପ୍ରତିଦିନ ଗୋଟିଏ ଗ୍ଲାସ ପାଣିରେ ଠୋପା ପକାଇ ଦିଅନ୍ତୁ । ସାବଧାନ ଅତ୍ୟଧିକ ଟିଙ୍କଚର୍ ଅଫ୍ ଆୟୋଡିନ ବିଷାକ୍ତ ଅଟେ । ପିଲାମାନଙ୍କ ହାତ ନ ପାଇଲା ପରି ଜାଗାରେ ରଖନ୍ତୁ । ଆୟୋଡିନ ଲବଣ ଏସବୁ ଦୃଷ୍ଟିରୁ ଅଧିକ ନିରାପଦ । ଅଧିକାଂଶ ଘରୋଇ ଚିକିତ୍ସାଦ୍ଵାରା ଗଳଗଣ୍ଡ ଭଲ ହୁଏ ନାହିଁ । ମାତ୍ର କଙ୍କଡା ଓ ଅନ୍ୟପ୍ରକାର ସାମୁଦ୍ରିକ ଖାଦ୍ୟ ଖାଇଲେ କିଛି କିଛି ଉପକାର ହୋଇଥାଏ, କାରଣ ଏଥିରେ ଆୟୋଡିନ ଥାଏ । ଖାଦ୍ୟରେ ଅଳ୍ପ ସାମୁଦ୍ରିକ ଶୈବାଳ ମିଶାଇଲେ ଅଧିକ ଆୟୋଡିନ ମିଳେ । ମାତ୍ର ସବୁଠାରୁ ସରଳ ଉପାୟ ହେଉଛି ଆୟୋଡିନ ଲବଣ ବ୍ୟବହାର କରିବା । ଯଦି ଆପଣ ଗଳଗଣ୍ଡ ପ୍ରବଣ ସ୍ଥାନରେ ରହୁଥାନ୍ତି ତେବେ ଆପଣଙ୍କୁ ମଧ୍ୟ ଏହି ରୋଗ ହେବାର ସମ୍ଭାବନା ଅଛି । ତେବେ ଆପଣ କୋବି ଅଧିକ ଖାଆନ୍ତୁ ନାହିଁ । ଟିପ୍ପଣୀ ଯଦି ଗଳଗଣ୍ଡ ହୋଇଥିବା ବ୍ୟକ୍ତିଙ୍କୁ କମ୍ପ ହୁଏ ବା ଭୟଭୀତ ଜଣାପଡନ୍ତି ଏବଂ ଆଖି ଫୁଲିଯାଏ ତେବେ ଏହା ଏକ ଭିନ୍ନ ପ୍ରକାରର ଗଳଗଣ୍ଡ,ଡାକ୍ତରୀ ପରାମର୍ଶ ଗ୍ରହଣ କରନ୍ତୁ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ