ଥଣ୍ଡା ଜନିତ ଘା' କ'ଣ ? ଓଠ ଉପରେ ତଥା ପାଟି ଭିତରେ ଥଣ୍ଡା ଯୋଗୁଁ ଛୋଟ ଛୋଟ ଧଳା ଘା’ ସୃଷ୍ଟି ହୁଏ, ଏହାକୁ ଥଣ୍ଡା ଘା’କୁହାଯାଏ । ଯଦି ଲୋକକୁ ଜ୍ଵର ହୁଏ ବା ଖୁବ୍ ଜୋରରେ ସର୍ଦ୍ଦି ହୁଏ, ତେବେ ଏହି ଘା’ ବାହାରି ଥାଏ । କିଛି ଦିନ ପର୍ଯ୍ୟନ୍ତ ରହି ତାହା ଆପେ ଆପେ ଦୂରେଇ ଯାଏ । ଏଥିରେ ବରଫ ଦେଲେ ସାହାଯ୍ୟ ମିଳିଥାଏ । ଫିଟିକିରି, କର୍ପୂର ବା ପିତା ଗଛର ରସ ଲଗାଇଲେ ସାହାଯ୍ୟ ମିଳିପାରେ। ଔଷଧ ନ ଲଗାଇଲେ ଭଲ । କିପରି ଘା' ଭଲ ହେବ ? ପାଟି ଭିତରେ ବା ଜିଭ ଉପରେ ଦୀର୍ଘକାଳୀନ ଘା’ ଯାହା ସାଧାରଣ ଚିକିତ୍ସା ବା ପୁଷ୍ଟିକର ଖାଦ୍ୟ ଦ୍ଵାରା ଭଲ ହେଉ ନଥାଏ । ତେବେ ତାହା ହୁଏତ କ୍ୟାନସର ହୋଇପାରେ । ଯେଉଁମାନେ ଗୁଆ ଚୋବାନ୍ତି ବା ପାନରେ କଡା ଧୂଆଁ ପତ୍ର ମିଶାଇ ଖାଆନ୍ତି ସେହିମାନଙ୍କ ମୁଖରେ ସାଧାରଣତଃ କ୍ୟାନସର ହେବାର ସମ୍ଭାବନା ଥାଏ । ଏହା ହୋଇଥିଲେ ସ୍ୱାସ୍ଥ୍ୟସେବୀଙ୍କ ସହ ପରାମର୍ଶ କରନ୍ତୁ । କେଉଁ କାରଣରୁ ଥଣ୍ଡା ଜନିତ ଘା' ହୋଇଥାଏ ? ଅଧିକ ଖାଇଲେ କିମ୍ବା ତେଲିଆ ଖାଦ୍ୟ ଖାଇଲେ ଅତ୍ୟଧିକ ମଦ ବା କଫି ପିଇଲେ ଅମ୍ଳ ବଦହଜମି ଓ ଛାତିପୋଡାଜଳା ହୋଇଥାଏ । ଏଗୁଡିକ ପାକସ୍ଥଳୀରୁ ଅଧିକ ଅମ୍ଳ ଝରାଇଥାନ୍ତି, ଯେଉଁକାରଣରୁ ପାକସ୍ଥଳୀ ବା ଛାତି ଜଳିଗଲା ପରି ଲାଗେ । କିଛି ଲୋକ ବଦହଜମି ନ କହି ହୃତପିଣ୍ଡର ଅସୁବିଧାରୁ ଛାତି ଜଳି ଯାଉଛି ବୋଲି କୁହନ୍ତି । ଯଦି ଶୋଇବା ଅବସ୍ଥାରେ ମଧ୍ୟ ଅଧିକ ଯନ୍ତ୍ରଣା ହୁଏ ତେବେ ଏହା ଛାତି ପୋଡା ହୋଇପାରେ। ପାଚକ ଘା’ ପାକସ୍ଥଳୀ ବା କ୍ଷୁଦ୍ରାନ୍ତ୍ରରେ ଏକ ପୁରାତନ ଘା’ ଅଟେ । ଏହା ଅତ୍ୟଧିକ ଅମ୍ଳ କାରଣରୁ ହୋଇଥାଏ । ଏହା ଦୀର୍ଘକାଳ ସ୍ଥାୟୀ ଭାବରେ ରହିଥାଏ ଏବଂ ପାକସ୍ଥଳୀରେ ବହୁତ କଷ୍ଟ ଦେଇଥାଏ । ଯେତେବେଳେ ବ୍ୟକ୍ତି ଖାଦ୍ୟ ଖାଏ ବା କ୍ଷୀର ବା ଅଧିକ ପାଣି ପିଏ, ଯନ୍ତ୍ରଣା କମିଯାଏ, ଖାଇସାରିବାର ୨-୩ ଘଣ୍ଟା ପରେ ହୋଇଥାଏ । ବ୍ୟକ୍ତି ଗୋଟିଏ ବକ୍ତ ଖାଦ୍ୟ ନ ଖାଇଲେ ବା ମଦପିଇବା ପରେ ବା ମସଲାଯୁକ୍ତ ଖାଦ୍ୟ ଖାଇଲେ କଷ୍ଟ ହୋଇଥାଏ । ରାତିରେ ଅତ୍ୟଧିକ କଷ୍ଟ ହୋଇଥାଏ ନିର୍ଦ୍ଧିଷ୍ଟ ପରୀକ୍ଷା ବିନା ପାକସ୍ଥଳୀରେ ଘା ହୋଇଛି କି ନାହିଁ ଜାଣିବା କଷ୍ଟକର ଅଟେ । ଯଦି ଘା’ ସାଂଘାତିକ ହୋଇଅଛି ତାହାହେଲେ ବାନ୍ତି ହୋଇପାରେ । ବେଳେବେଳେ କଫି ରଙ୍ଗପରି ରକ୍ତ ବାନ୍ତିରେ ପଡିପାରେ । ଘା’ ରୁ ରକ୍ତ ବାହାରି ଝାଡା ସହିତ ମିଶି ପଦାକୁ ଆସିଥାଏ । ସାଧାରଣତଃ ତାହା ଆଲକାତରା ଭଳି କଳା ଦେଖାଯାଏ । ଲକ୍ଷଣ କିଛି ଘା’ କଷ୍ଟହୀନ ବା ସ୍ଥିର ଓ ବାନ୍ତିରେ ରକ୍ତ ପଡିବାର ଲକ୍ଷଣ ଦେଖାଯାଏ ବା ଝାଡା କଳାରଙ୍ଗ ହୋଇ କାଠୁଆ ହୋଇଥାଏ। ଏହି ସମୟରେ ଡାକ୍ତରଖାନାରେ ଚିକିତ୍ସିତ ହେବା ଉଚିତ୍ । ରକ୍ତ ପଡିବାଦ୍ଵାରା ବ୍ୟକ୍ତି ଶୀଘ୍ର ମରିଯିବାର ସମ୍ଭାବନା ଥାଏ। ଡାକ୍ତରୀ ସାହାଯ୍ୟ ତୁରନ୍ତ ନେବା ଆବଶ୍ୟକ। ପ୍ରତିଷେଧକ ଓ ଚିକିତ୍ସା ଏଗୁଡିକ ଘା କୁ ଅଧିକ ବଢାଇବାରେ ସାହାଯ୍ୟ କରେ ଏଗୁଡିକ କର ନାହିଁ ଆବଶ୍ୟକ ଅନୁଯାୟୀ ଅଧିକ ଖାଇଲେ ଅଳ୍ପ ଖାଦ୍ୟ ଓ ଅଧା ପେଟ କରି କିଛି କିଛି ବ୍ୟବଧାନରେ ଖାଇବା ଉଚିତ୍ ମଦ୍ୟପାନ ସିଝା ପନିପରିବା କଫି ପ୍ରଚୁର ପାଣିପିଇବା ଧୂମପାନ ସିଝା ଅଣ୍ଡା ମସଲା ଓ ଲଙ୍କା ସିଝା ଆଳୁ ଚର୍ବି ଓ ତୈଳାକ୍ତ ଖାଦ୍ୟ ସୋଡା, କୋଇଲା ଆସ୍ପିରିନ, କର୍ଟିକୋଷ୍ଟିରଏଡ ଜଣେ ବ୍ୟକ୍ତି ନିଜର ଇଚ୍ଛା ଅନୁସାରେ ଅତ୍ୟଧିକ ଖାଇଲେ ପାକସ୍ଥଳୀର ଘା’ ଅଧିକ ବଢିଯାଏ । ଯଦି ସମ୍ଭବ ତାହାହେଲେ ବ୍ୟକ୍ତିଙ୍କୁ କିଛି କିଛି ବ୍ୟବଧାନରେ ଅଳ୍ପ ଅଳ୍ପ କରି ଖାଇବାକୁ କୁହନ୍ତୁ। ପ୍ରଚୁର ପାଣି ପିଇଲେ ଉପସମ ଲାଗିଥାଏ । ପ୍ରତ୍ୟକ ବକ୍ତ ଖାଇବା ପୂର୍ବରୁ ଓ ପରେ ବଡ ଗ୍ଲାସରେ ୨ ଗ୍ଲାସ ପାଣି ପିଇବାକୁ ଚେଷ୍ଟା କରନ୍ତୁ । ଏବଂ ଖାଇବା ସମୟରେ ମଧ୍ୟ ଅଧିକ ପାଣି ପିଅନ୍ତୁ । ଯଦି ଥରକୁ ଥର କଷ୍ଟ ହୁଏ ତାହାହେଲେ କଷ୍ଟ ବନ୍ଦ ହେବା ପର୍ଯ୍ୟନ୍ତ ପାଣି ଗ୍ଲାସରେ ଏହିପରି ପିଅନ୍ତୁ । ମ୍ୟାଗ୍ନେସିୟମ ଓ ଆଲୁମିନିୟମ ହାଇଡ୍ରୋଅକସାଇଡ ଅମ୍ଳ ଜନିତ ବଦହଜମି ଭଲ ହେବାରେ ସାହାଯ୍ୟ କରିଥାଏ । ଶୋଇବାକୁ ଯିବା ପୂର୍ବରୁ ଖାଦ୍ୟ ଖାଇବାର ୧/୨ ଘଣ୍ଟା ପରେ ଆଣ୍ଟାସିଡ ୪/୬ ସପ୍ତାହ ପର୍ଯ୍ୟନ୍ତ ଖାଆନ୍ତୁ । ଯଦି ଯନ୍ତ୍ରଣା ଅଧିକ ହୁଏ ତେବେ ଆଣ୍ଟିସ୍ପାଜମୋଡିକ (ସାଇକ୍ଲୋମିନଲ ୨୦ ମି.ଗ୍ରା. ର ବଟିକା ଦିନକୁ ୩/୪ ଥର ଖାଇବା ଆବଶ୍ୟକ । ୨ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଡାଇସାଇକ୍ଲୋମାଇନ ଦିଅନ୍ତୁ ନାହିଁ । ଅଧିକ ଯନ୍ତ୍ରଣା ହେଲେ ସିମେଟିଡିନ ବା ରାନିଟିଡିନ ରୋଗୀକୁ ଦେବା ଆବଶ୍ୟକ । ଯଦିଓ ଏହି ଔଷଧ ଖର୍ଚ୍ଚ ବହୁଳ ତଥାପି ଏହା ଯନ୍ତ୍ରଣା ଉପଶମରେ ଭଲ କାମ କରିଥାଏ। ଘା’ ଭଲ ହୋଇଗଲା ପରେ ମଧ୍ୟ ଜଣେ ବ୍ୟକ୍ତି ଏହି ସବୁ ଖାଦ୍ୟ ଯଥା ଅଧିକ ଖାଇବା, ଆଲକୋହଲ ସେବନ, କଫି, ସିଗାରେଟ, ମସଲାଯୁକ୍ତ ଖାଦ୍ୟ, ତେଲ ଯୁକ୍ତ ଖାଦ୍ୟ, ଆସ୍ପିରିନ କର୍ଟିକୋଷ୍ଟିରଏଡ ଇତ୍ୟାଦି ଖାଇବା ଉଚିତ୍ ନୁହେଁ । ଯାହା ଘା’କୁ ଅଧିକ ବିପଦପୂର୍ଣ୍ଣ କରିଦିଏ । ଆଲୋଭେରା ନାମକ ଏକ ଗଛ ଘା’ ଭଲ କରିବାରେ ସାହାଯ୍ୟ କରେ । କେତେବେଳେ ଡାକ୍ତରୀ ସାହାଯ୍ୟ ନେବେ ଯଦି ଯନ୍ତ୍ରଣା ଦୂର ନ ହୁଏ ବା ଅଧିକ ହୁଏ ଖାଦ୍ୟ ଖାଇସାରିଲା ପରେ ମଧ୍ୟ ଯନ୍ତ୍ରଣା ନ କମେ । ଯଦି ବ୍ୟକ୍ତିର ବାନ୍ତିରେ ରକ୍ତ ପଡେ ଯଦି ଝାଡାର ରଙ୍ଗ ଆଲକାତରା ପରି କଳା ହୁଏ । ପେରିଟୋନାଇଟିସ ଲକ୍ଷଣ ଥାଇ ଯଦି ଅଧିକ ଯନ୍ତ୍ରଣା ହୁଏ । ସାବଧାନତା ଅଧିକାଂଶ ଡାକ୍ତର ଘା’ର ଚିକତ୍ସା ପାଇଁ ଦୁଧ ଖାଇବାକୁ କହିଥାନ୍ତି । କିନ୍ତୁ ଯଦିଓ ଏହି ଦୁଧ ଖାଇବାଦ୍ଵାରା ପ୍ରାଥମିକ ପର୍ଯ୍ୟାୟରେ ଉପଶମ ମିଳିଥାଏ, ଏଥି ସହିତ ପାକସ୍ଥଳୀରେ ଅମ୍ଳର ପରିମାଣ ବଢାଇଦିଏ, ଯାହା ଘା’କୁ ଅଧିକ ମାରାତ୍ମକ କରିଦିଏ । ଏବେ ଅଧିକାଂଶ ଡାକ୍ତର ଘା’ର ଚିକିତ୍ସା ପାଇଁ ଦୁଧ ଖାଇବାକୁ ପରାମର୍ଶ ଦେଉନାହାନ୍ତି । ଦୁଧ ଭଳି କେତେକ ଆଣ୍ଟାସିଡ ଯଥା ସୋଡିୟମ ବାଇକାର୍ବୋନେଟ, ଖାଇବା ସୋଡା ଓ ଆଲକାସେଲଜର ଯନ୍ତ୍ରଣା କମାଇଥାଏ, କିନ୍ତୁ ଅଧିକ ଅମ୍ଳ ହେବାର କାରଣ ହୋଇଥାଏ । ଏହାକୁ ସାମୟିକ ବଦହଜମିରେ ଖାଇବା ଉଚିତ୍ କିନ୍ତୁ ଘା’ ପାଇଁ ନୁହେଁ । କେତେକ ଔଷଧ ଯଥା ଆସ୍ପିରିନ, ଲୌହ ଲବଣ ଘା’କୁ ଅଧିକ ବିପଦଜନକ କରିଦିଏ । ଛାତି ଜଳିଯିବା ବା ଅମ୍ଳ ବଦହଜମି ଲକ୍ଷଣ ଥିବା ବ୍ୟକ୍ତି ଏହାଠାରୁ ଦୂରେଇ ରହିବା ଉଚିତ୍ ବା ଅଧିକଯତ୍ନ ନେବା ଉଚିତ୍ । (ଖାଦ୍ୟ ସହିତ ପ୍ରଚୁର ଓ କ୍ଵଚିତ ଆଣ୍ଟାସିଡ)କରଟିକୋ – ଷ୍ଟିରଏଡ ମଧ୍ୟ ଘା’କୁ ବଢାଇଥାଏ । ପାକସ୍ଥଳୀରେ ଘା’ ହେବା ମାତ୍ରେ ଚିକିତ୍ସା କରାଇବା ଉଚିତ୍ । ନଚେତ୍ ଏଥିରୁ ଅତ୍ୟଧିକ ରକ୍ତ ବାହାରେ ବା ପେରିଟୋନାଇଟିସ ହୁଏ। ଯଦି ବ୍ୟକ୍ତି ଜଣକ ଯତ୍ନ’ର ସହିତ ଖାଦ୍ୟ ଖାଆନ୍ତି ଓ ପାଣି ପିଅନ୍ତି ପାକସ୍ଥଳୀ ଘା’ ସାଧାରଣତଃ ଭଲ ଅବସ୍ଥାରେ ରହେ । କ୍ରୋଧ, ଉତ୍ତେଜନା ଏବଂ ଅଧୌର୍ଯ୍ୟ ଇତ୍ୟାଦି ପାକସ୍ଥଳୀରେ ଅମ୍ଳ ବଢାଇ ଥାଏ। ପ୍ରଫୁଲ ଓ ସ୍ଥିର ରହିବା ଅଭ୍ୟାସ କଲେ ଏଥିରୁ ଉପକାର ମିଳିଥାଏ । ପୁନର୍ବାର ପାକସ୍ଥଳୀରେ ଘା’ନ ହେବା ପାଇଁ ଯତ୍ନ ଚାଲୁ ରଖିବା ଉଚିତ । ଘା’ ତୁରନ୍ତ ଚିକିତ୍ସା କରିବା ଗୁରୁତ୍ଵପୂର୍ଣ୍ଣ ଅଟେ । କାରଣ ଚିକିତ୍ସା ନ କରିବାଦ୍ଵାରା ଅଧିକ ରକ୍ତସ୍ରାବ ହୋଇଥାଏ ଓ ଏପରିକି ପେରିଟୋନାଇଟସ ରୋଗ ମଧ୍ୟ ହୋଇପାରେ । ଅତ୍ୟଧିକ ଖାଦ୍ୟ, ମଦ ବା କଫି ବା ଧୂମପାନ ଭଳି ପାକସ୍ଥଳୀରେ ଅମ୍ଳ ଉତ୍ପାଦନ କରୁଥିବା ପଦାର୍ଥଠାରୁ ସର୍ବଦା ଦୂରେଇ ରହିବା ଉଚିତ୍। ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ