ଜନନାଙ୍ଗରେ ଭାତୁଡି (କଣ୍ଡିଲୋମୋଟା ଆକୁମମିନାଟା) ଜନନାଙ୍ଗରେ ଏକ ଯନ୍ତ୍ରଣାହୀନ ଘା’ ସିଫିଲିସ୍ ର ଏକ ଲକ୍ଷଣ ହୋଇପାରେ । କିନ୍ତୁ ଏକରୁ ଅଧିକ ଘା’ ଯୌନ ସଂଚାରିତ ରୋଗର ଲକ୍ଷଣ ହୋଇପାରେ । ଏକ ଭୂତାଣୁଦ୍ଵାରା ଯୌନକ୍ରିୟା ମାଧ୍ୟମରେ ହୋଇଥାଏ । ଏଗୁଡିକ ଶରୀରର ଅନ୍ୟାନ୍ୟ ଅଙ୍ଗରେ ହୋଇଥିବା ଭାତୁଡି ଭଳି ଦେଖାଯାଏ । ଲକ୍ଷଣ କଠିନ, ଛୋଟ, ଧଳା ବା ଧୂସର ରଙ୍ଗର ଚକଡା ଚର୍ମରେ ଦେଖାଯାଏ । ପୁରୁଷଙ୍କ କ୍ଷେତ୍ରରେ ଏହା ସାଧାରଣତଃ ଅଣ୍ଡରେ ହୋଇଥାଏ । କିନ୍ତୁ ଏହା ମଧ୍ୟ ମଳଦ୍ଵାରରେ ହୋଇପାରେ । ସ୍ତ୍ରୀ ମାନଙ୍କର ଯୋନି ଅଧରରେ, ଯୋନି ଭିତରେ ଓ ମଳଦ୍ଵାର ଚାରିପାଖରେ ହେବାର ଦେଖାଯାଏ । ଚିକିତ୍ସା ବାଇକ୍ଳୋରୋଏସିଟିକ ଏସିଡ୍ ବା ପୋଡାଫିଲିନ ପ୍ରଲେପ ଦେଲେ ଭଲ ହୋଇଥାଏ । (ଯଦି ସମ୍ଭବ ପ୍ରଥମ କିଛି ଭେସଲିନ ଭାତୁଡିରେ ଲଗାଇବା ଉଚିତ୍ ଯାହାଦ୍ଵାରା ଏହା ପାଖ ଚର୍ମକୁ ସଂକ୍ରମଣ କରେନାହିଁ । ପୋଡାଫିଲିନ ଲଗାଇବାର ୬ ଘଣ୍ଟା ପରେ ସଫା କରିଦେବା ଉଚିତ୍ । ଏହି ରୋଗରୁ ଭଲ ହେବା ହେବା ପାଇଁ ବିଭିନ୍ନ ପ୍ରକାର ଚିକିତ୍ସା ଆବଶ୍ୟକ । ପ୍ରତିଷେଧକ ଯୌନକ୍ରିୟା ସମୟରେ ନିରୋଧ ବ୍ୟବହାର କରିବାଦ୍ଵାରା ଏହି ରୋଗ ସଂକ୍ରମଣରୁ ରକ୍ଷା ମିଳିଥାଏ । ସାନକ୍ରଏଡ ଲକ୍ଷଣ ଜନନାଙ୍ଗ ବା ମଳଦ୍ଵାରରେ ଯନ୍ତ୍ରଣାଦାୟକ ଘା’ । ଜଙ୍ଘସନ୍ଧିରେ ପ୍ରଦାହ ଚିକିତ୍ସା କୋଟ୍ରାଇମୋକ୍ସାଜୋଲ ବା ଏଲିଥ୍ରୋମାଇସିନ ୭ ଦିନ ପାଇଁ । ସିଫିଲିସ୍ ର ଏକା ସମୟରେ ଚିକିତ୍ସା କରନ୍ତୁ । ଯଦି ଲସିକା ଗ୍ରନ୍ଥୀ ପ୍ରଦାହ ହୁଏ, ତୁରନ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ପରାମର୍ଶ କରନ୍ତୁ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ