ଅନ୍ତ୍ରର ଜରୁରୀକାଳୀନ ଅସୁବିଧା (ଯନ୍ତ୍ରଣାଶିକ୍ତ ତଳିପେଟ) ଅନ୍ତ୍ରର କେତେଗୁଡିଏ ଆକସ୍ମିକ ଓ ସାଘାଂତିକ ଅବସ୍ଥା ପାଇଁ ଯନ୍ତ୍ରଣାଶିକ୍ତ ତଳିପେଟ ବା ଆକ୍ୟୁଟ ଆବଡୋମେନ ନାମ ବ୍ୟବହାର କରାଯାଏ, ଯେଉଁଥିରୁ ରୋଗୀକୁ ମୃତ୍ୟୁମୁଖରୁ ବଞ୍ଚିବାପାଇଁ ହେଲେ ଖୁବ୍ ଶୀଘ୍ର ଅସ୍ତ୍ରୋପ୍ରଚାର ଦରକାର ପଡିଥାଏ । ଆପେଣ୍ଡିସାଇଟସ୍, ପେରିଟୋନାଇଟସ୍ ଓ ଗଟ୍ ଅବଷ୍ଟ୍ରକସନ୍ସ ଇତ୍ୟାଦି ସେଗୁଡିକର ଉଦାହରଣ । ସ୍ତ୍ରୀ ଲୋକମାନଙ୍କର ପେଟରେ ଆସ୍ଥାନରେ ଗର୍ଭଧାରଣ, ତଳିପେଟ ଭିତରେ ଶୋଥଯୋଗୁଁ ମଧ୍ୟ ପେଟ ଭୀଷଣ ଯନ୍ତ୍ରଣା ହୁଏ । (ପରବର୍ତ୍ତୀ ପୃଷ୍ଠାଗୁଡିକ ଦେଖନ୍ତୁ) ଅନେକ ସମୟରେ ଜଣେ ଡାକ୍ତର ରୋଗୀର ପେଟ ଚିରି ନ ଦେଖିବା ପର୍ଯ୍ୟନ୍ତ ଯନ୍ତ୍ରଣାଶିକ୍ତ ଅନ୍ତ୍ରର ନିର୍ଦ୍ଧିଷ୍ଟ କାରଣ ଜଣାପଡେ ନାହିଁ । ଯଦି ଜଣେ ବ୍ୟକ୍ତିଙ୍କର ଡାଇରିଆ ବା ତରଳଝାଡା ନହୋଇ, ବାନ୍ତି ସହିତ ନିରବଛିନ୍ନ ଭାବେ ଅନ୍ତ୍ରରେ ଯନ୍ତ୍ରଣା ହେଉଥାଏ, ତେବେ ତାହାକୁ ଯନ୍ତ୍ରଣାଶୀଳ ତଳିପେଟ ବୋଲି ସନ୍ଦେହ କରାଯାଏ। ଯନ୍ତ୍ରଣାଶୀଳ ତଳିପେଟ କମ୍ ଗୁରୁତର ଅସୁସ୍ଥତା ଡାକ୍ତରଖାନାକୁ ନିଅନ୍ତୁ ଅସ୍ତ୍ରୋପ୍ରଚାର ଦରକାର ପଡିପାରେ । ସମ୍ଭବତ ଘରେ କିମ୍ବା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇପାରିବ । ନିରବଚ୍ଛିନ୍ନ ସାଘାଂତିକ ଯନ୍ତ୍ରଣା ଯାହାକି କ୍ରମଶଃ ବୃଦ୍ଧି ପ୍ରାପ୍ତ ହେଉଥାଏ । ଯନ୍ତ୍ରଣା ହୁଏ ଓ ଭଲ ହୋଇଯାଏ । କୋଷ୍ଠ କାଠିନ୍ୟ ଓ ଦୁର୍ଗନ୍ଧଯୁକ୍ତ ନୀଳବର୍ଣ୍ଣର ବାନ୍ତି । ମଧ୍ୟମ ବା ଗୁରୁତର ତରଳଝାଡା ବା ଡାଇରିଆ ଅତିସାର ହୁଏ । ପେଟ ଫୁଲିଯାଇ ଟାଣୁଆ ଲାଗିବା ବେଳେବେଳେ ହୁଏତ ଥଣ୍ଡା ବା ଗଲା ଖରାପ ଭଳି ସଂକ୍ରମଣର ଲକ୍ଷଣ ଦେଖାଯାଏ । ଭୀଷଣ ଭାବରେ ଅସୁସ୍ଥ ହେବା ରୋଗୀ ଏହି କଷ୍ଟ ପୂର୍ବରୁ ଭୋଗିଥାଏ। କେବଳ ମଧ୍ୟମ ଧରଣର ଅସୁସ୍ଥତା ହୋଇଥାଏ । ଯଦି ଜଣଙ୍କ ଠାରେ ଯନ୍ତ୍ରଣାଶୀକ୍ତ ତଳିପେଟ ବା ଆକ୍ୟୁଟ ଆବଡୋମେନ୍ ର ଲକ୍ଷଣ ଦେଖାଯାଏ,ତାଙ୍କୁ ଯେତେ ଶୀଘ୍ର ସମ୍ଭବ ଡାକ୍ତରଖାନାକୁ ନେଇଯାଆନ୍ତୁ । ଅବରୁଦ୍ଧ ଅନ୍ତ୍ର ଅନ୍ତ୍ରର କୌଣସି ଅଂଶ କିଛି ପଦାର୍ଥ ଦ୍ଵାରା ରୁଦ୍ଧ ଖାଦ୍ୟ ବା ମଳ ଇତ୍ୟାଦି ସେହି ବାଟ ଦେଇ ଅତିକ୍ରମ କରିନପାରିଲେ ତଳିପେଟରେ ଯନ୍ତ୍ରଣା ହୋଇଥାଏ । ଏହାର ଅତି ସାଧାରଣ କାରଣ ଗୁଡିକ ହେଉଛି :- କେଞ୍ଚୁଆମାନଙ୍କର ବିଣ୍ଡା ବା ପିଣ୍ଡୁଳା ଅନ୍ତ୍ରକୋଷରେ ଲାଗିଯାଇଥିବା ଅନ୍ତ୍ରର ଫାଶ ଅନ୍ତ୍ରର ତଳେ ଥିବା ଅଂଶ ଭିତରକୁ ତାହାର କୌଣସି ଅଂଶ ଖସିଯିବା (ଇଣ୍ଟସୁସେପସନ୍) ପ୍ରାୟ ସବୁ ପ୍ରକାରର ଯନ୍ତ୍ରଣାଶିକ୍ତ ତଳିପେଟ ଯୋଗୁଁ ଅବରୋଧର ଲକ୍ଷଣ ଦେଖାଦେଇପାରେ । କାରଣ ଏହା ନଷ୍ଟ ହୋଇଯାଇଥିବା ଅନ୍ତ୍ରର ଚଳପ୍ରଚଳ ବନ୍ଦ କରିଦିଏ । ଅବରୁଦ୍ଧ ଅନ୍ତ୍ରର ଲକ୍ଷଣ ହଠାତ୍ ତୀବ୍ର ଗତିରେ ବାନ୍ତି ହୁଏ । ବାନ୍ତି ଛିଟିକିକରି ଏକ ମିଟର ବା ତା’ଠାରୁ ଦୂରରେ ପଡେ । ଏଥିରେ ନୀଳ ବର୍ଣ୍ଣର ପୀତ୍ତ ଥାଇପାରେ ବା ଏହାର ରୂପ ଓ ଗନ୍ଧ ମଳପରି ହୋଇପାରେ । ପେଟରେ ଅବିରାମ ଭାବେ ତୀବ୍ର ଯନ୍ତ୍ରଣା ଏହି ପିଲାଟିର ପେଟ ଫୁଲିଯାଇଛି, ଟାଣ ହୋଇଛି ଓ କଷ୍ଟ ଦେଉଛି, ଛୁଇଁଲେ ଅଧିକ କଷ୍ଟ ଲାଗୁଛି । ସେ ତା’ ପେଟକୁ ରକ୍ଷା କରିବାକୁ ଚେଷ୍ଟା କରୁଛି ଓ ଦୁଇ ଗୋଡକୁ ମିଶାଇ ଉପରକୁ ଟେକି ରଖୁଛି । ପ୍ରାୟତଃ ତା’ ପେଟରୁ କୌଣସି ଶବ୍ଦ ଶୁଭାଯାଉ ନାହିଁ । (ଆପଣ ଯଦି ତା’ ପେଟ ଉପରେ କାନ ରଖିବେ, ତେବେ ପେଟରେ ସାଧାରଣ କୁଳୁକୁଳୁ ଶବ୍ଦ ଶୁଣିବେ ନାହିଁ)। ରୋଗୀ ସ୍ଥିର ଭାବେ ଶେଯରେ ଶୋଇ ରହେ । ସାଧାରଣତଃ, ତା’ର କୋଷ୍ଠବଦ୍ଧତା ଥାଏ (ଝାଡା ଅଳ୍ପ ଟିକିଏ ହୁଏ ବା ଆଦୌ ହୁଏ ନାହିଁ)ଯଦି ଡାଇରିଆ ବା ଅତିସାର ହୁଏ, ତେବେ ଅଳ୍ପ କିଛି ଝାଡା ହୁଏ । ବେଳେବେଳେ କେବଳ ରକ୍ତମିଶା ଲାଳ ଝାଡା ହୁଏ । ଏହି ବ୍ୟକ୍ତିଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇ ଯାଆନ୍ତୁ । ତାଙ୍କ ଜୀବନ ସଙ୍କଟାପନ୍ନ ଓ ହୁଏତ ଅସ୍ତ୍ରୋପ୍ରଚାର ଦରକାର ପଡିପାରେ । ଯଦି ସମ୍ଭବ ତେବେ ରୋଗୀକୁ ସାଲାଇନ ଦେଇ ରଖନ୍ତୁ । ଆପେଣ୍ଡିସାଇଟସ୍, ପେରିଟୋନାଇଟସ୍ ଏହିସବୁ ସାଘାଂତିକ ଅବସ୍ଥା ପାଇଁ ଅନେକ ସମୟରେ ଅସ୍ତ୍ରୋପ୍ରଚାର ଦରକାର ପଡେ ତେଣୁ ଖୁବ୍ ଶୀଘ୍ର ଡାକ୍ତରୀ ସାହାଯ୍ୟ ଗ୍ରହଣ କରନ୍ତୁ । ପେଟର ନିମ୍ନଭାଗରେ ଦକ୍ଷିଣ ପାର୍ଶ୍ଵକୁ ବୃହଦନ୍ତ୍ର ସହିତ ଲାଗିକରି ଅଙ୍ଗୁଳି ଆକାରର ମୁଣାଟିକୁ ଆପେଣ୍ଡିକସ୍ କହନ୍ତି ଓ ତାହା ସଂକ୍ରମିତ ହେଲେ ତାକୁ ଆପେଣ୍ଡିସାଇଟସ୍ କହନ୍ତି । ଆପେଣ୍ଡିକସ୍ ବା ଅନ୍ତ୍ରର ଅନ୍ୟ କୌଣସି ଅଂଶ ଫାଟିଯିବା ବା ଛିଣ୍ଡି ଯିବା ଦ୍ଵାରା ଏହା ହୋଇଥାଏ । ଆପେଣ୍ଡିସାଇଟସ୍ ର ଲକ୍ଷଣ ପେଟରେ ଅବିରାମ କଷ୍ଟ ଓ ଏହି କଷ୍ଟ କ୍ରମେ ତୀବ୍ରରୁ ତୀବ୍ରତର ହେବା, ଆପେଣ୍ଡିସାଇଟସ୍ ର ପ୍ରଧାନ ଲକ୍ଷଣ । ଏହି କଷ୍ଟ ନାହିମୂଳରୁ ଆରମ୍ଭ ହୋଇ ପେଟର ଦକ୍ଷିଣ ପାର୍ଶ୍ଵର ନିମ୍ନ ଅଂଶକୁ ବ୍ୟାପେ । ବାନ୍ତି, କୋଷ୍ଠବଦ୍ଧତା ହୋଇପାରେ, ଭୋକ ହୁଏତ କମିଯାଇପାରେ ବା ସାମାନ୍ୟ ଜ୍ଵର ହୋଇପାରେ । ଆପେଣ୍ଡିସାଇଟସ୍ ବା ପେରିଟୋନାଇଟସ୍ ପରୀକ୍ଷା ରୋଗୀକୁ କାଶିବାକୁ କୁହନ୍ତୁ । ଏଥିରେ ସେ ଯଦି ଯନ୍ତ୍ରଣା ଅନୁଭବ କରେ ବାମ ଜଙ୍ଘ ସନ୍ଧିର ଉପର ଭାଗର ତଳିପେଟକୁ ସାମାନ୍ୟ କଷ୍ଟ ହେବା ପର୍ଯ୍ୟନ୍ତ ଧୀରେ ଅଥଚ ଜୋରରେ ଚିପିଧରନ୍ତୁ । ତା’ ପରେ ସଙ୍ଗେ ସଙ୍ଗେ ହାତ ବାହାର କରି ଆଣନ୍ତୁ, ଏହାପରେ ଯଦି ତୀବ୍ର ଯନ୍ତ୍ରଣା ହୁଏ, ତେବେ ତାହା ସମ୍ଭବତଃ ଅପେଣ୍ଡିସାଇଟସ୍ ବା ପେରିଟୋନାଇଟସ୍ ଅଟେ । ଯଦି ବାମ ଜଙ୍ଘ ସନ୍ଧିସ୍ଥିତ ଅଂଶରେ କୌଣସି ଯନ୍ତ୍ରଣା ହେଲା ନାହିଁ, ତେବେ ଦକ୍ଷିଣ ଜଙ୍ଘ ସନ୍ଧିସ୍ଥିତ ଅଞ୍ଚଳରେ ସେହି ସମାନ ପରୀକ୍ଷା କରନ୍ତୁ । ଯଦି କାହାରିକୁ ଆପେଣ୍ଡିସାଇଟସ୍ ବା ପେରିଟୋନାଇଟସ୍ ହୋଇଥାଏ । ଖୁବ୍ ଶୀଘ୍ର ଡାକ୍ତରୀ ସାହାଯ୍ୟ ଗ୍ରହଣ କରନ୍ତୁ । ଯଦି ସମ୍ଭବ ହୁଏ, ଅସ୍ତ୍ରୋପ୍ରଚାରର ସୁବିଧା ଥିବା ଭଳି ଏକ ଜାଗାକୁ ତାଙ୍କୁ ନେଇ ଯାଆନ୍ତୁ । ପାଟିବାଟେ କୌଣସି ଜିନିଷ ଖାଇବାକୁ ଦିଅନ୍ତୁ ନାହିଁ ଓ ପେଟ ସଫା କରିବାକୁ ପିଚକାରୀ ପ୍ରଣାଳୀ ପ୍ରୟୋଗ କରନ୍ତୁ ନାହିଁ । ଯଦି ଅସୁସ୍ଥ ବ୍ୟକ୍ତିଙ୍କ ଠାରେ ଜଳୀୟ ଅଂଶ କମିଯିବାର ଲକ୍ଷଣ ଦେଖନ୍ତି, ତେବେ ତାଙ୍କୁ ସୁଡୁକେ ଦିସୁଡୁ କେପାଣି ବା ରିହାଇଡ୍ରେସନ ପାନୀୟ ଦିଅନ୍ତୁ । କିନ୍ତୁ ତା ଛଡା ଆଉ ଅଧିକା କିଛି ଦିଅନ୍ତୁ ନାହିଁ । ସେହି ବ୍ୟକ୍ତିଙ୍କୁ ଅଧାଶୁଆ ଅବସ୍ଥାରେ ଶାନ୍ତିରେ ବିଶ୍ରାମ ନେବାକୁ ଦିଅନ୍ତୁ । ଟିପ୍ପଣୀ ପେରିଟୋନାଇଟସ୍ ବୃଦ୍ଧି ପ୍ରାପ୍ତ ହେଲେ ପେଟ ପଟାପରି ଟାଣ ହୋଇଯାଏ ଓ ତାକୁ ଅଳ୍ପ ଟିକିଏ ଛୁଇଁଲେ ତୀବ୍ର ଯନ୍ତ୍ରଣା ଅନୁଭୂତ ହୁଏ । ସେହି ବ୍ୟକ୍ତିଙ୍କର ଜୀବନ ସଙ୍କଟାପନ୍ନ ଅଟେ । ତାଙ୍କୁ ଖୁବ୍ ଶୀଘ୍ର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଆନ୍ତୁ ଓ ବାଟରେ ଦିଆଯାଇଥିବା ଔଷଧଗୁଡିକ ଦିଅନ୍ତୁ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ