ଏହିସବୁ ସାଘାଂତିକ ଅବସ୍ଥା ପାଇଁ ଅନେକ ସମୟରେ ଅସ୍ତ୍ରୋପ୍ରଚାର ଦରକାର ପଡେ ତେଣୁ ଖୁବ୍ ଶୀଘ୍ର ଡାକ୍ତରୀ ସାହାଯ୍ୟ ଗ୍ରହଣ କରନ୍ତୁ । ପେଟର ନିମ୍ନଭାଗରେ ଦକ୍ଷିଣ ପାର୍ଶ୍ଵକୁ ବୃହଦାନ୍ତ୍ର ସହିତ ଲାଗିକରି ଆଙ୍ଗୁଳି ଆକାରର ମୁଣାଟିକୁ ଆପେଣ୍ଡିକସ୍ କହନ୍ତି ଓ ତାହା ସଂକ୍ରମିତ ହେଲେ ତାକୁ ଆପେଣ୍ଡିସାଇଟସ୍ କହନ୍ତି । ବେଳେବେଳେ ଏହି ଆପେଣ୍ଡିକସ୍ ମୁଣାଟି ଫାଟିଯାଇ ପେରିଟୋନାଇଟସ୍ ହୁଏ । ଅନ୍ତ୍ରକୁ ଧରି ରଖିଥିବା ମୁଣାର ସାଘାଂତିକ ସଂକ୍ରମଣକୁ ପେରିଟୋନାଇଟସ୍ କହନ୍ତି । ଆପେଣ୍ଡିକସ୍ ବା ଅନ୍ତ୍ରର ଅନ୍ୟ କୌଣସି ଅଂଶ ଫାଟିଯିବା ବା ଛିଣ୍ଡିଯିବାଦ୍ଵାରା ଏହା ହୋଇଥାଏ। ଆପେଣ୍ଡିସାଇଟସ୍ ର ଲକ୍ଷଣ ପେଟରେ ଅବିରାମ କଷ୍ଟ ଓ ଏହି କଷ୍ଟ କ୍ରମେ ତୀବ୍ରରୁ ତୀବ୍ରତର ହେବା, ଆପେଣ୍ଡିସାଇଟସ୍ ର ପ୍ରଧାନ ଲକ୍ଷଣ । ଏହି କଷ୍ଟ ନାହିମୂଳରୁ ଆରମ୍ଭ ହୋଇ ପେଟର ଦକ୍ଷିଣ ପାର୍ଶ୍ଵର ନିମ୍ନ ଅଂଶକୁ ବ୍ୟାପେ । ବାନ୍ତି, କୋଷ୍ଠବଦ୍ଧତା ହୋଇପାରେ,ଭୋକ ହୁଏତ କମିଯାଇପାରେ ବା ସାମାନ୍ୟ ଜ୍ଵର ହୋଇପାରେ । ଆପେଣ୍ଡିସାଇଟସ୍ ବା ପେରିଟୋନାଇଟସ୍ ର ପରୀକ୍ଷା ରୋଗୀକୁ କାଶିବାକୁ କୁହନ୍ତୁ । ଏଥିରେ ସେ ଯଦି ଯନ୍ତ୍ରଣା ଅନୁଭବ କରେ ବାମ ଜଙ୍ଘ ସନ୍ଧିର ଉପର ଭାଗର ତଳିପେଟକୁ ସାମାନ୍ୟ କଷ୍ଟ ହେବା ପର୍ଯ୍ୟନ୍ତ ଧୀରେ ଅଥଚ ଜୋରରେ ଚିପି ଧରନ୍ତୁ । ତା’ପରେ ସଙ୍ଗେ ସଙ୍ଗେ ହାତ ବାହାର କରି ଆଣନ୍ତୁ, ଏହାପରେ ଯଦି ତୀବ୍ର ଯନ୍ତ୍ରଣା ହୁଏ, ତେବେ ତାହା ସମ୍ଭବତଃ ଆପେଣ୍ଡିସାଇଟସ୍ ବା ପେରିଟୋନାଇଟସ୍ ଅଟେ । ଯଦି ବାମ ଜଙ୍ଘ ସନ୍ଦିସ୍ଥିତ ଅଂଶରେ କୌଣସି ଯନ୍ତ୍ରଣା ହେଲା ନାହିଁ, ତେବେ ଦକ୍ଷିଣ ଜଙ୍ଘସ୍ଥିତ ଅଞ୍ଚଳରେ ସେହି ସମାନ ପରୀକ୍ଷା କରନ୍ତୁ । ଯଦି କାହାରିକୁ ଆପେଣ୍ଡିସାଇଟସ୍ ବା ପେରିଟୋନାଇଟସ୍ ହୋଇଥାଏ ଖୁବ୍ ଶୀଘ୍ର ଡାକ୍ତରୀ ସାହାଯ୍ୟ ଗ୍ରହଣ କରନ୍ତୁ । ଯଦି ସମ୍ଭବ ହୁଏ, ଅସ୍ତ୍ରୋପ୍ରଚାର ସୁବିଧା ଥିବା ଭଳି ଏକ ଜାଗାଊ ତାଙ୍କୁ ନେଇ ଯାଆନ୍ତୁ । ପାଟିବାଟେ କୌଣସି ଜିନିଷ ଖାଇବାକୁ ଦିଅନ୍ତୁ ନାହିଁ ଓ ପେଟ ସଫା କରିବାକୁ ପିଚକାରୀ ପ୍ରଣାଳୀ ପ୍ରୟୋଗ କରନ୍ତୁ ନାହିଁ । ଯଦି ଅସୁସ୍ଥ ବ୍ୟକ୍ତିଙ୍କଠାରେ ଜଳୀୟ ଅଂଶ କମିଯିବାର ଲକ୍ଷଣ ଦେଖନ୍ତି । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ