ବିଷାକ୍ତ ସାପ କେତେ ପ୍ରକାରର ସବୁ ସାପ ବିଷାକ୍ତ ନୁହଁନ୍ତି କିମ୍ବା ସାଧାରଣ ଧାରଣା ଥିବା ଭଳି ସେମାନେ ମଣିଷ ଠାରୁ ଅଧିକ ଜୋରରେ ଦଉଡି ପାରନ୍ତି ନାହିଁ । ଭାରତରେ ସାଧାରଣତଃ ଚାରିପ୍ରକାର ବିଷାକ୍ତ ସାପ ଅଛନ୍ତି । ଏହି ସାପ ଲମ୍ବାରେ ଏକଫୁଟରୁ କମ୍ । ଏହାର ମୁଣ୍ଡରେ ସୁସ୍ପଷ୍ଟ ତୀର ଚିହ୍ନ ଥାଏ, ରଣା ସାପ ଓ ବୋଦା ସାପ ଉଭୟଙ୍କର ମୁଣ୍ଡ ତିନିକୋଣିଆ ଓ ବେକ ସଂକୀର୍ଣ୍ଣ ଓ ସରୁ। କୌଣସି ବ୍ୟକ୍ତିଙ୍କୁ ସାପ କାମୁଡି ଦେଲାପରେ, ସେହି ସାପଟି ବିଷାକ୍ତ କି ନୁହେଁ ଜାଣିବାକୁ ଚେଷ୍ଟା କରନ୍ତୁ। ସେମାନଙ୍କର କାମୁଡା ଚିହ୍ନ ପରସ୍ପରଠାରୁ ପୃଥକ ଅଟେ । ଅନେକ ସମୟରେ କାମୁଡା ଚିହ୍ନ ଚିତ୍ରରେ ଦେଖାଇ ଦିଆଯାଇଥିବା ପରି ଦୃଷ୍ଟି ହୁଏ ନାହିଁ । ହୁଏତ କାମୁଡା ଜାଗାରେ ଗୋଟିଏ ବିଷ ଦାନ୍ତର ଚିହ୍ନ ବା ଗୋଟିଏ ଧାଡି ଦାନ୍ତର ଚିହ୍ନ ବା କ୍ଷତଟି ରାଞ୍ଚୁଡା ପରି ହୋଇଥାଇପାରେ । ସନ୍ଦେହ ରହିଲେ, ବିଷକ୍ରିୟାର ସ୍ଥାନୀୟ ତଥା ସାଧାରଣ ଲକ୍ଷଣପ୍ରତି ଦୃଷ୍ଟି ଦିଅନ୍ତୁ ଓ ସେହି ବ୍ୟକ୍ତିଙ୍କୁ ଅନ୍ତତଃ ଗୋଟିଏ ଦିନପାଇଁ ଅନୁଧ୍ୟାନ କରନ୍ତୁ । ନାଗ ଓ ତମ୍ପ ସାପର ବିଷ ସ୍ନାୟବିକ ପ୍ରଣାଳୀ ଉପରେ ପ୍ରଭାବ ପକାଇଥାଏ । ରଣା ବା ବୋଡା ସାପର ବିଷ ରକ୍ତ ଉପରେ ପ୍ରଭାବ ପକାଏ ଓ ରକ୍ତ ଜମାଟ ବାନ୍ଧିବାର ପ୍ରତିରୋଧ କରେ । ସାଧାରଣତଃ ଲୋକମାନେ କେତେକ ଅଣହାନୀକାରକ ସାପଙ୍କୁ ବିଷାକ୍ତ ବୋଲି ଭାବନ୍ତି । ବିଷହୀନ ସାପମାନଙ୍କୁ ମାରନ୍ତୁ ନାହିଁ । କାରଣ ସେମାନେ କୌଣସି କ୍ଷତି କରନ୍ତି ନାହିଁ । ଅପର ପକ୍ଷରେ ସେମାନେ ଯଥେଷ୍ଟ କ୍ଷତି ସାଧନ କରୁଥିବା ମୂଷା ଓ ଅନ୍ୟାନ୍ୟ କୀଟଙ୍କୁ ମାରି ଦିଅନ୍ତି, କେତେକ ବିଷହୀନ ସର୍ପ ମଧ୍ୟ ଅନ୍ୟ ବିଷଧର ସାପମାନଙ୍କୁ ମାରି ଦିଅନ୍ତି । ବିଷାକ୍ତ ସାପ କାମୁଡାର ଲକ୍ଷଣ ସାପ କାମୁଡିଥିବା ଜାଗାର ସ୍ଥାନୀୟ ଲକ୍ଷଣ : ନାଗ ଓ ତମ୍ପ ଦଂଶନ ସ୍ଥାନରେ ଯନ୍ତ୍ରଣା ହୁଏ । ପେଟରେ ଯନ୍ତ୍ରଣା ଓ ତରଳ ଝାଡା ହୁଏ। ସ୍ଥାନିକ ଫୁଲା ହୋଇପାରେ, ନ ହୋଇପାରେ ମଧ୍ୟ।ବାନ୍ତି, ରକ୍ତଚାପ ହ୍ରାସ ଓ ଶରୀରର ରକ୍ତ ସଂଚାଳନ ହ୍ରାସ ପାଇଥାଏ । ମାଂସପେଶୀ ଦୁର୍ବଳ ହୋଇଯାଏ, ବିଶେଷତଃ ଆଖି ଚତୁଃପାର୍ଶ୍ଵସ୍ଥ ମାଂସପେଶୀ (ଯଦ୍ୱାରା ଆଖିପତା ସ୍ଵୟଂ ବନ୍ଦ ହୋଇଯାଏ – ଏହାକୁ ଟୁସିସ୍ କହନ୍ତି) ତାଙ୍କୁ ସବୁ ଜିନିଷ ଦୁଇଦୁଇଟା ବା ଯୋଡାଯୋଡା ଦେଖାଯାଏ ଓ ହୁଏତ ସେ ଟେରା ହୋଇଯାଇ ପାରନ୍ତି । ସେ ଗିଳିବାକୁ ଅକ୍ଷମ ହୋଇଯାଆନ୍ତି । ମାଂସପେଶୀ ଅଚଳ ହୋଇଯାଇପାରେ । କାଶ, ଶ୍ଵାସକ୍ରିୟା ସମ୍ପୂର୍ଣ୍ଣ ବନ୍ଦ ହୋଇ ମୃତ୍ୟୁ ହୋଇପାରେ (କାଶ ହେଲେ ଭୀଷଣ ବିଷକ୍ରିୟା ହୋଇଛି ବୋଲି ଜାଣିବ କିନ୍ତୁ ଏହା ବେଳେବେଳେ ଦଂଶନର ୧୦ ଘଣ୍ଟା ପର୍ଯ୍ୟନ୍ତ ହୋଇ ନ ଥାଏ) । ଭୀଷଣ ଯନ୍ତ୍ରଣା ହୁଏ ଓ ବହୁତ ଦିନ ପର୍ଯ୍ୟନ୍ତ ଲାଗିରୁହେ । ସ୍ଥାନିକ ଫୁଲା ସଙ୍ଗେ ସଙ୍ଗେ ଆରମ୍ଭ ହୁଏ କିନ୍ତୁ ଦଂଶନର ଦୁଇ ଘଣ୍ଟା ପର୍ଯ୍ୟନ୍ତ ଫୁଲା ହୋଇ ନ ପାରେ । ବାନ୍ତି, ନିମ୍ନ ରକ୍ତଚାପ ଏବଂ ଭିତରୁ ଓ ବାହାରୁ ଯେକୌଣସି ସ୍ଥାନରୁ ରକ୍ତସ୍ରାବ ହୋଇପାରେ ଦଂଶନର ୧୫ ମିନିଟ୍ ଭିତରେ । ସ୍ଥାନିକ ଫୁଲା ବଢିଚାଲେ ଯାହାକି ୨-୩ ଦିନରେ ଖୁବ୍ ବଡ ଆକାର ଧାରଣ କରେ । ଦଂଶନ ସ୍ଥାନରେ ଫୋଟକା ଦେଖାଯାଏ ଏବଂ ଏହି ଫୋଟକା ବଢିବାକୁ ଆରମ୍ଭ କରେ ଜାଣିବେ ଯେ ଅଧିକ ପରିମାଣର ବିଷ ପେଶ ଏବଂ ଏହା ଗ୍ୟାଙ୍ଗ୍ରିନ ମଧ୍ୟ ହୋଇପାରେ। ସ୍ଥାନିକ ଗ୍ୟାଙ୍ଗ୍ରିନ ହୋଇ ମାଂସପେଶୀ ସବୁ ପଚିଯାଇ ଗନ୍ଧ ହୁଏ। ଯଦି ଏଣ୍ଟିଭେନମ ନ ଦିଆଯାଏ ତେବେ ଏକ ସପ୍ତାହ ପର୍ଯ୍ୟନ୍ତ ରକ୍ତସ୍ରାବ ଓ ପ୍ରଘାତର ଲକ୍ଷଣ ସବୁ ଦେଖାଯାଏ। ରଣା ସାପ ଓ ବୋଡା ସାପ କାମୁଡାର ଚିକିତ୍ସା ସ୍ଥିର ହୋଇ ରୁହନ୍ତୁ । କାମୁଡା ଜାଗାକୁ ଏପଟ ସେପଟ କରନ୍ତୁ ନାହିଁ । ଯେତେ ଏପଟ ସେପଟ କରିବେ ଦେହସାରା ବିଷ ସେତେଶୀଘ୍ର ଚରିଯିବ। ଗୋଡରେ ସର୍ପଘାତ ପାଇଥିବା ବ୍ୟକ୍ତି, ଯଦି ସମ୍ଭବ ହୁଏ, ଗୋଟିଏ ପାହୁଣ୍ଡ ମଧ୍ୟ ଚାଲିବା ଉଚିତ ନୁହେଁ ।ତାଙ୍କୁ ଗୋଟିଏ ରୋଗୀ ବୁହା ଗାଡିରେ ବୋହି ନିଅନ୍ତୁ । କାମୁଡା ଜାଗାର ଠିକ୍ ଉପରକୁ ଚାରିପଟେ ଏକ ଚଉଡା ଇଲାଷ୍ଟିକ ବ୍ୟାଣ୍ଡେଜ ବା ପରିଷ୍କାର ଲୁଗା ବାନ୍ଧି ଦିଅନ୍ତୁ। ଏହାଦ୍ଵାରା ବିଷ ଖୁବ୍ ମନ୍ଥର ଗତିରେ ପ୍ରସାରିତ ହେବ । ଏହି ବନ୍ଧନକୁ ଏତେ ଜୋରରେ ବାନ୍ଧିବନି ଯେମିତିକି ହାତ କିମ୍ବା ପାଦର ରକ୍ତ ସଂଚାଳନ – ନାଡୀ ଗତି ବନ୍ଦ ହୋଇ ନ ଯାଏ । ଯଦି ଏହି ନାଡୀକୁ ଅନୁଭବ ନ କର ତେବେ ବ୍ୟାଣ୍ଡେଜକୁ ଟିକିଏ ଢିଲା କରି ଦିଅନ୍ତୁ। ଏହି ବ୍ୟାଣ୍ଡେଜକୁ ହାତ କିମ୍ବା ପାଡରା ବାହୁ କିମ୍ବା ଗୋଡରେ ଗୁଡାଇ ଦିଅନ୍ତୁ।ନାଡୀର ଗତି ଠିକ୍ ରହିଛି କି ନାହିଁ ନିଶ୍ଚିତ କରିନେବା ଉଚିତ୍ । ଏହାପରେ ସେହି ଅଙ୍ଗର ଚାଳନାକୁ ବନ୍ଦ କରିବା ପାଇଁ ତା ପଛପଟେ ଏକ ସ୍ପିଲଣ୍ଟ ଦିଅନ୍ତୁ । ଏହାପରେ ରୋଗୀକୁ ସ୍ଥାନୀୟ ଡାକ୍ତରଖାନାକୁ ରୋଗୀବୁହା ଖଟରେ ନେଇଯାଆନ୍ତୁ। ଯଦି ସମ୍ଭବ ସେହି ସାପଟିକୁ ମଧ୍ୟ ନେଇଯାନ୍ତୁ (କାରଣ ବିଭିନ୍ନ ସାପ ପାଇଁ ବିଭିନ୍ନ ଆଣ୍ଟିଭେନମ ଆବଶ୍ୟକ ତେବେ ବ୍ୟାଣ୍ଡେଜ ରଖି ଆର୍ଲାଜିକ ଜନିତ ଆଘାତ ପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ) ଯଦି ଆଣ୍ଟିଭେନମ ନାହିଁ ତେବେ ବ୍ୟାଣ୍ଡେଜ ଖୋଲି ଦିଅନ୍ତୁ। ରୋଗୀକୁ ଯନ୍ତ୍ରଣା ଲାଘବ ପାଇଁ ଏସିଟାମିନୋଫେନ ଦିଅନ୍ତୁ କିନ୍ତୁ ଆସ୍ପିରିନ ଦିଅନ୍ତୁ ନାହିଁ । ଟିଟାନସ ଟୀକା ଦିଅନ୍ତୁ । ଯଦି ଦଂଶନ ସ୍ଥାନ ସଂକ୍ରମିତ ହୁଏ ତେବେ ପେନିସିଲିନ ଦିଅନ୍ତୁ। ବରଫ ଯଦି ପାଇ ପାରିବେ ତେବେ ତାହାକୁ ଖଣ୍ଡ ଖଣ୍ଡ କରି ଯେଉଁ ହାତ ବା ଗୋଡକୁ କାମୁଡିଥିବ ଟା ଚାରିପଟେ ଗୋଟିଏ ମୋଟା କନାରେ ବାନ୍ଧି ଦିଅନ୍ତୁ। ବରଫ ଯନ୍ତ୍ରଣା କମାଏ ଓ ବିଷ ପ୍ରସାରଣର ଗତିକୁ କମାଇଦିଏ। ବରଫ କିନ୍ତୁ ଚର୍ମ ଓ ମାଂସକୁ ନଷ୍ଟ କରିଦିଏ ତେଣୁ କିଛି ସମୟ ପାଇଁ ବରଫକୁ ମଝିରେ ମଝିରେ କାଢି ଦିଅନ୍ତୁ। ଆପଣଙ୍କ ଅଞ୍ଚଳରେ ଏଣ୍ଟିଭେନମ୍ ଗଚ୍ଛିତ ରଖନ୍ତୁ ଓ ଜାଣି ରଖନ୍ତୁ କେମିତି ବ୍ୟବହାର କରାଯାଏ। ସର୍ପ ଦଂଶନ ପୂର୍ବରୁ ଏତିକି କଲେ ଭଲ । ବିଷଧର ସର୍ପ ଦଂଶନ ଅତି ବିପଦଜନକ । ଡାକ୍ତରୀ ଚିକିତ୍ସା ପାଇଁ ପଠାଇବା ଉଚିତ୍। କିନ୍ତୁ ଟା ପୂର୍ବରୁ ବର୍ଣ୍ଣିତ ଉପାୟସବୁ ଶୀଘ୍ର ଅନୁସରଣ କରିବା ଉଚିତ୍ । ନାଗ ସାପ ଦଂଶନ ପରେ ଆଣ୍ଟିଭେନମ ଦେବା ଅତ୍ୟନ୍ତ ଜରୁରୀ ଅଟେ । ଅଧିକାଂଶ ଗାଉଁଲି ଉପଚାର ଗୁଡିକ ସାପକାମୁଡା ପାଇଁ କୌଣସି ମତେ ହିତକାରକ ନୁହଁନ୍ତି । ସାପକାମୁଡିବା ପରେ ମଦ୍ୟପାନ କରନ୍ତୁ ନାହିଁ । ଏହାଦ୍ଵାରା ବିପଦର ମାତ୍ରା ବଢିଯାଏ। ଟିପ୍ପଣୀ : ଉପର ବର୍ଣ୍ଣିତ ସାପକାମୁଡାଗୁଡିକ ପାଇଁ ସବୁଠାରୁ ଫଳପ୍ରଦ ଔଷଧ ପଲିଭାଲେଣ୍ଟ ଆଣ୍ଟିଭେନିସ ଆପଣ ନିମ୍ନ ଠିକଣାରେ ପାଇପାରିବେ । ଦି ହଫେକିନ୍ ଇନଷ୍ଟିଚ୍ୟୁଟ ଆଚାର୍ଯ୍ୟ ଡାଣ୍ଡେ ମାର୍ଗ, ପାରେଲ ବମ୍ବେ – ୪୦୦୦୧୨, ଭାରତ ଜଣଙ୍କ ଦେହରେ ବିଷ ଚରିଯିବା ପୂର୍ବରୁ ସାପ କାମୁଡା ଆଣ୍ଟିଟକ୍ସିନ ଦେବାପାଇଁ ସବୁବେଳେ ଏହାକୁ ପାଖରେ ରଖନ୍ତୁ ଓ ଏହାର ପ୍ରୟୋଗବିଧି ଭଲ ଭାବେ ଜାଣି ରଖନ୍ତୁ । ଆଣ୍ଟିଭେନମ ନେବା ଆଣିବା ସମୟରେ କୋଲ୍ଡ ଚେନ ବ୍ୟବହାର କରନ୍ତୁ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ