ପିଠି ଓ ମେରୁଦଣ୍ଡ ମୂତ୍ରାଶୟ, ଆଗପଟ ଅପେକ୍ଷା ପଛପଟରେ ବେଶୀ ଥାଏ। ଆପଣଙ୍କର ହାତର ଆଙ୍ଗୁଠି ମେରୁଦଣ୍ଡ ସାରିଥିବା ସ୍ଥାନରେ ରଖନ୍ତୁ । ଯଦି ବ୍ୟକ୍ତିକୁ ଯନ୍ତ୍ରଣା ହୁଏ ତେବେ ଏହା ମୂତ୍ରାଶୟ ସଂକ୍ରମଣ ଅଟେ । ବ୍ୟକ୍ତିଙ୍କର ପିଠିରେ ଯଦି କିଛି ବିକୃତି ଥାଏ ଯଥା- ମେରୁଦଣ୍ଡ ବଙ୍କା ହେଉ ନ ଥାଏ ବା ଭଙ୍ଗା ଭଗା ହୋଇ ଦେଖାଯାଏ ବା ଆବୁ ଜଣାପଡେ ତେବେ ଏହା ମେରୁଦଣ୍ଡରେ ଯକ୍ଷ୍ମା ହୋଇଥାଇପାରେ । ପିଠିର ମାଂସପେଶୀ ଦେଖନ୍ତୁ । କଠିନ ମାଂସ ପେଶୀ ପିଠି ଯନ୍ତ୍ରଣା କାରଣ ଅଟେ । ମଳଦ୍ଵାର ଓ ମଳନାଳୀ ଯଦି ବ୍ୟକ୍ତି ଝାଡାରେ ରକ୍ତ ପଡୁଛି ବା କୁଣ୍ଡାଇ ହେଉଛି ବା ଜଣେ ବୃଦ୍ଧ ଲୋକ ପରିସ୍ରା କରିବା ସମୟରେ କଷ୍ଟ ଅନୁଭବ କରୁଛନ୍ତି ତେବେ ହାତରେ ହସ୍ତାନା ପିନ୍ଧି ମଳଦ୍ଵାର ଯାଞ୍ଚ କରନ୍ତୁ । ବ୍ୟକ୍ତି କଣେଇ ହୋଇ ଶୋଇବାକୁ କୁହନ୍ତୁ । ଯେପରିକି ତୁମ ଆଡକୁ ବା ବିଛଣା କଡକୁ ବ୍ୟକ୍ତିପିଚା ରହିବ । ବ୍ୟକ୍ତିକୁ ଗୋଟିଏ ଆଣ୍ଠୁ ଲମ୍ବା କରିବାକୁ କୁହନ୍ତୁ ଓ ଅନ୍ୟ ଗୋଡର ପାଦ ଲମ୍ବା ହୋଇଥିବା ଗୋଡର ଆଣ୍ଠୁ ଉପରେ ରଖନ୍ତୁ । ହାତରେ ଦସ୍ତାନା ପିନ୍ଧି ମଳଦ୍ଵାର ଯାଞ୍ଚ କରନ୍ତୁ ଦେଖନ୍ତୁ ମଳଦ୍ଵାର ନାଲି ପଡିଛି କି? ବା ମଳଦ୍ଵାରରେ କୌଣସି ଘା’ ହୋଇଛି କି? ବା ଅର୍ଶ ଯୋଗୁଁ ରକ୍ତ ବାହାରୁଛି କି? ଅର୍ଶ ଝାଡାଯିବା ସମୟରେ ବା ବସିବା ସମୟରେ ଅଧିକ ଯନ୍ତ୍ରଣା ଦେଇଥାଏ । ଆଭ୍ୟନ୍ତରଣ ଅର୍ଶ ଦେଖାଯାଏ ନାହିଁ । ବେଳେବେଳେ ଏହା ମଳଦ୍ଵାର ଲାଲ ହୋଇ ଲାଲ ହୋଇ ଫୁଲିଳା ଭଳି ଦେଖାଯାଏ । ଯାଞ୍ଚ କରିସାରିଲା ପରେ ଆପଣଙ୍କ ବିଶି ଆଙ୍ଗୁଠିରେ କିଛି ତେଲ ମଳଦ୍ଵାର ଭିତରେ ଲଗାନ୍ତୁ ଓ ବ୍ୟକ୍ତିକୁ ଜୋରରେ ନିଶ୍ଵାସ ନେବା ପାଇଁ କୁହନ୍ତୁ । ଏହା ଦ୍ଵାରା ଉପକାର ମିଳିଥାଏ । ହାତ ଓ ଗୋଡ ବ୍ୟକ୍ତିର ହାତ ଓ ପାଦ ଭଲଭାବରେ ଦେଖନ୍ତୁ ଓ ଯଦି କିଛି ବିସୃଙ୍ଖଳା ପରିଲଖିତ ହୁଏ ଟିପନ୍ତୁ । ପାଦରେ କେଉଁଠି ଫୁଲିଛି କି ନାହିଁ ଦେଖନ୍ତୁ । କୁପୋଷଣରେ ଆକ୍ରାନ୍ତ ପିଲାଙ୍କର ପାଦ ଓ ମୁହଁ ଫୁଲିଯାଏ । ଗର୍ଭବତୀ ମହିଳାଙ୍କର କ୍ଷେତ୍ରରେ ପାଦ ଫୁଲା ଗୁରୁତ୍ଵପୂର୍ଣ୍ଣ ଅଟେ । ମୂତ୍ରାଶୟ ଠିକ ଭାବରେ କାମ ନ କଲେ ପାଦ ଫୁଲିଯାଏ ବା ହୃଦୟରେ କିଛି ଅସୁବିଧା ଥିଲେ ପାଦ ଫୁଲେ । ମାଂସପେଶୀ ଓ ସ୍ନାୟୁ ଯଦି ଜଣେ ବ୍ୟକ୍ତି ଜଡତା, ଦୁର୍ବଳତା ବା ଶରୀରର କୌଣସି ଅଂସର ନିୟନ୍ତ୍ରଣ ହରାଇଥିବାର ଅଭିଯୋଗ କରେ, ଅଥବା ସେସବୁ ଜାଣିବାପାଇଁ ଆପଣତାକୁ ପରୀକ୍ଷା କରିବା ପାଇଁ ଇଛା କରନ୍ତି, ତେବେ ତାର ଚାଲବୁଲ ଓ ଗତିବିଧି ପ୍ରତି ଦୃଷ୍ଟି ଦିଅନ୍ତୁ । ଠିଆ କରାଇ, ବସାଇ ବା ପୂରାପୂରି ସିଧାକରି ଶୁଆଇ ତା’ ଶରୀରର ଉଭୟ ପାର୍ଶ୍ଵକୁ ତୁଳନା କରନ୍ତୁ । ମୁଖମଣ୍ଡଳ ତାକୁ ହସିବାକୁ, ଭୁକୁଞ୍ଚନ କରିବାକୁ, ଆଖି ବଡ ବା କୁଞ୍ଚିତ କରିବା ବା ବନ୍ଦ କରିବାକୁ କହି କୌଣସି ପାର୍ଶ୍ଵରେ ଅବନତ ଅବସ୍ଥା ବା ଶିଥିଳତା ଅଛି କି ନାହିଁ ଦେଖନ୍ତୁ । ଯଦି ଏହି ଅବସ୍ଥା ଉଣାଅଧିକେ ହଠାତ୍ ଆସେ, ତେବେ ମୁଣ୍ଡ ଆଘାତ, ଷ୍ଟ୍ରୋକ ବା ଆଘାତ କିମ୍ବା ପକ୍ଷାଘାତ ବୋଲି ଅନୁମାନ କରନ୍ତୁ । ଏହି ଲକ୍ଷଣ ଯଦି ଧୀରେ ଧୀରେ ଦେଖାଦିଏ, ମସ୍ତିଷ୍କ ଆବୁ ବା ବ୍ରେନଟ୍ୟୁମର ହୋଇଥାଇପାରେ, ତେଣୁ ଡାକ୍ତରୀ ପରାମର୍ଶ କରନ୍ତୁ । ସାଧାରଣ ଚକ୍ଷୁଘୂର୍ଣ୍ଣନ, ଆଖିପୁଅର ଆକାର ଓ ସେ କେତେ ଭଲ ଦେଖିପାରୁଛି ଏ ସବୁର ପରୀକ୍ଷା କରନ୍ତୁ । ମାଂସପେଶୀ ନଷ୍ଟ ହୋଇଛି କି ନାହିଁ ଦେଖନ୍ତୁ, ଗୋଡ କିମ୍ବା ହାତ ମାନଙ୍କରେ ଆକାରରେ ଥିବା ପ୍ରଭେଦ ପ୍ରତି ଦୃଷ୍ଟି ଦିଅନ୍ତୁ । ଯଦି ସାରା ଶରୀରର ମାଂସପେଶୀ ନଷ୍ଟ କିମ୍ବା ଦୁର୍ବଳ ହୋଇଯାଇଥାଏ, ତେବେ ତାହା ପୁଷ୍ଟିହୀନତା ବା ବହୁଦିନର ପୁରୁଣା ଯକ୍ଷ୍ମା ବୋଲି ସନ୍ଦେହ କରାଯାଏ । ଯଦି ଶରୀରର ପାର୍ଶ୍ଵର ମାଂସପେଶୀ ନଷ୍ଟ କିମ୍ବା ଦୁର୍ବଳତା ଯୋଗୁଁ ଅସମାନ କିମ୍ବା ବିଶେଷଭାବେ ଖରବ ହୋଇଥାଏ, ତେବେ ଶିଶୁମାନଙ୍କ କ୍ଷେତ୍ରରେ ତାହା ପୋଲିଓ ଏବଂ ବୟସ୍କଙ୍କ କ୍ଷେତ୍ରରେ ତାହା ପିଠି କିମ୍ବା ମୁଣ୍ଡରେ ଆଘାତ ବା ଷ୍ଟ୍ରୋକ ଯୋଗୁଁ ହୋଇଥାଏ । ବିଭିନ୍ନ ମାଂସପେଶୀ କଠିନ ବା ଯାମ୍ ହୋଇଯିବା ପ୍ରତି ସଜାଗ ରୁହନ୍ତୁ । ମାଢି ଜାବପଡିଯାଇ ନ ଖୋଲିଲେ ଧନୁଷ୍ଟଙ୍କାର କିମ୍ବା ଗଳାରେ ଏକ ଗୁରୁତର ସଂକ୍ରମଣ ବାଦାନ୍ତଜନିତ ସମସ୍ୟା ବୋଲି ସନ୍ଦେହ କରାଯାଏ। ବେକ କିମ୍ବା ପିଠି ହୋଇଯିବା ଓ ପଛପାତକୁ ନଇଁଯିବା ଅତି ପୀଡିତ ଶିଶୁକ୍ଷେତ୍ରରେ ଦେଖାଗଲେ ତାହା ମସ୍ତିଷ୍କ ଝିଲ୍ଲୀ ପ୍ରଦାହ ବା ମେନିନଜାଇଟିସ୍ ବୋଲି ସନ୍ଦେହ କରାଯାଇଥାଏ । ଯଦି ମୁଣ୍ଡକୁ ସାମ୍ନା ପାଟକୁ ବଙ୍କେଇ ଆଣି ଦୁଇଆଣ୍ଠୁ ମଝିରେ ରଖିହୁଏ ନାହିଁ, ତେବେ ତାକୁ ପ୍ରାୟତଃ ମେନିନଜାଇଟିସ୍ ବୁଝିବାକୁ ହେବ । ଯଦି କୌଣସି ଶଶୁର କେତେକ ମାଂସପେଶୀ ସବୁବେଳ ପାଇଁ ଜାମ୍ ହୋଇଯାଇଥାଏ ଓ ସେ ବଙ୍କେଇ ଟଙ୍କେଇ ଅଦ୍ଭୁତଭାବରେ ଚଳପ୍ରଚଳ କରୁଥାଏ, ତେବେ ହୁଏତ ସେ ଆକ୍ଷେପଯୁକ୍ତ ହୋଇଥାଇପାରେ । ଯଦି ହଠାତ୍ ବିଚିତ୍ର ବା ବେଢଙ୍ଗ ଚଳପ୍ରଚଳ କରିବା ସହିତ ଜଣେ ଚେତା ହରାଇ ବସନ୍ତି, ତେବେ ତାହା ଫିଟ୍ସ ବା ମୂର୍ଚ୍ଛାରୋଗ । ମୂର୍ଚ୍ଛାରୋଗ ବାରମ୍ବାର ହେଲେ ତାହା ଏପିଲେପ୍ସି ବା ଅପସ୍ମାର । ଯଦି ଅତ୍ୟଧିକ ଅସୁସ୍ଥ ଥିଲା ବେଳେ ଏହା ହୋଇଥାଏ, ତେବେ ତାହା ହୁଏତ ପ୍ରବଳ ଜ୍ଵର କିମ୍ବା ଦେହରେ ଜଳୀୟ ଅଂସ କମିଯିବା କିମ୍ବା ଅଧୁଷ୍ଟନକାର ଯୋଗୁଁ ହୋଇଥାଇପାରେ । ଧନୁଷ୍ଟଙ୍କାର ହୋଇଥିବାବେଳେ ଅସୁସ୍ଥ ବ୍ୟକ୍ତିଙ୍କର Reflex ପ୍ରତିକ୍ରିୟାଶୀଲତା ପରୀକ୍ଷା କରିବ। ହାତ, ପାଦ ଓ ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ ଅନୁଭବ ଶକ୍ତି ହରାଇଛି କି ନାହିଁ, ପରୀକ୍ଷା କରିବାକୁ - ଅସୁସ୍ଥ ବ୍ୟକ୍ତିଙ୍କୁ ଆଖିବନ୍ଦ କରିବାକୁ କୁହନ୍ତୁ । ଦେହର ବିଭିନ୍ନ ସ୍ଥାନକୁ ସାମାନ୍ୟ ସ୍ପର୍ଶ କରନ୍ତୁ ବା ଖେଞ୍ଚନ୍ତୁ । ଏହାକୁ ଅନୁଭବ କଲାବେଳେ ‘ହିଁ’ ବୋଲି କହିବାକୁ କୁହନ୍ତୁ । ଦାଗ ଓ ଛଉ ଇତ୍ୟାଦି କଡ ହୋଇଥିଲେ ତାହା ହୁଏତ କୁଷ୍ଠ ହୋଇପାରେ । ଉଭୟ ହାତ କିମ୍ବା ଗୋଡ ଜଡ ହୋଇଥିଲେ ତାହା ହୁଏତ ବହୁମୃତ୍ର କିମ୍ବା କୁଷ୍ଠ । ପିଠି ସମସ୍ୟା ବା ଆଘାତ ଜନିତ କାରଣରୁ ଗୋଟିଏ ପାର୍ଶ୍ଵ କଡ ହୋଇଯାଇପାରେ । ଆଧାର - ଓଡିଶା ଭଲ୍ୟୁଣ୍ଟାରୀ ହେଲଥ୍ ଆସୋସିଏସନ