ଅସୁସ୍ଥ ବ୍ୟକ୍ତିପରୀକ୍ଷା : ସ୍ୱାସ୍ଥ୍ୟ ସାଧାରଣ ଅବସ୍ଥା ରୋଗୀକୁ ଛୁଇଁବା ପୂର୍ବରୁ ତାକୁ ଭଲରୂପେ ଲକ୍ଷ୍ୟକରି ଦେଖନ୍ତୁ । ସେ କେତେ ଅସୁସ୍ଥା ଓ ଦୁର୍ବଳ ଦେଖାଯାଉଛି, କେମିତି ଚଳପ୍ରଚଳ କରୁଛି, ନିଶ୍ଵାସପ୍ରଶ୍ଵାସ କିପରି ନେଉଛି, ମାନସିକ ଭରସାମ୍ୟତା କିପରି ଅଛି ଇତ୍ୟାଦି ଅନୁଧ୍ୟାନ କରନ୍ତୁ । ଦେହରେ ଜଳୀୟ ଅଂଶର ଅଭାବ ଓ ଆଘାତ ଇତ୍ୟାଦି ପ୍ରତି ଦୃଷ୍ଟି ଦିଅନ୍ତୁ । ରୋଗୀ ଦେଖିବାକୁ ସୁସ୍ଥସବଳ ନା ସ୍ୱାସ୍ଥ୍ୟହୀନ ଲକ୍ଷ୍ୟକରି ଦେଖନ୍ତୁ । ତାଙ୍କର ଓଜନ କମିଯାଉଛି କି? ଯଦି ଜଣେ ଦୀର୍ଘଦିନ ଧରି ଧୀରେ ଧୀରେ ଓଜନ ହରାଉଥାନ୍ତି, ତେବେ ତାଙ୍କ ଭୟଙ୍କର ରୋଗଟିଏ ( ଯେଉଁ ରୋଗ ଅନେକଦିନ ପର୍ଯ୍ୟନ୍ତ ରହେ ) ହୋଇଥାଇପାରେ । ଚର୍ମ ଓ ଆଖିର ରଙ୍ଗପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ଓଠ ଓ ଭିତର ଆଖିପତା ଓ ହାତର ନଖ ଶେଥା ଦେଖାଗଲେ, ତାହା ରକ୍ତହୀନତାର ଲକ୍ଷଣ ଚର୍ମ ନେଳିଆ ଦେଖାଯାଉଥିଲେ, ବିଶେଷତଃ ନଖ ଓ ଓଠ ନେଳିଆ ବା କଳା ଦେଖାଯାଉଥିଲେ ଶ୍ଵାସକ୍ରିୟା ବା ଫୁସ୍ ଫୁସ୍ ଜନିତ ଅଥବା ହୃତପିଣ୍ଡ ଜନିତ ଗୁରୁତର ଅସୁସ୍ଥତା ବୋଲି ବୁଝିବାକୁ ପଡିବ । ନେଳିଆ, ଧୂସର ରଙ୍ଗ ଚେତନାହୀନ ଶିଶୁ, ମସ୍ତିଷ୍କ ମ୍ୟାଲେରିଆର ଲକ୍ଷଣ । ଦେହ ଯଦି ହିମକାକର ( ଥଣ୍ଡା ଓ ଝାଳୁଆ ), ଚର୍ମର ରଙ୍ଗଯଦି ପାଉଁଶିଆ ଦେଖାଯାଉଥାଏ ତେବେ ତାହା ଆଶଙ୍କା ବା ସକ ଜନିତ ଅସୁସ୍ଥତା ବୋଲି ବୁଝିବାକୁ ପଡିବ । ଆଖି ଓ ଚର୍ମର ରଙ୍ଗ ହଳଦିଆ ( ଜଣ୍ଡିସ) ହୋଇଥିଲେ ତାହା ଯକୃତ ଶୋଥ ବା ଲିଭର ହେପାଟାଇଟିସ୍ ବା ସିରୋସିସ୍ ବା ଆମେବିକ୍ ଘା’ କିମ୍ବା ପୀତ୍ତାଶୟ ଜନିତ ରୋଗର ଲକ୍ଷଣ । ବେଳେ ବେଳେ ଏହା ନବଜାତ ଶିଶୁକୁ ମଧ୍ୟ ହୋଇଥାଏ। ମୁଖ୍ୟ ଲକ୍ଷଣ ଉତ୍ତାପ ଶ୍ଵାସକ୍ରିୟା ନାଡିର ଗତି ରକ୍ତଚାପ ଉତ୍ତାପ ଜ୍ଵର ହେବାପରି ଦେଖାଯାଉନଥିଲେ ମଧ୍ୟ, ରୋଗୀର ଉତ୍ତାପ ମାପିବା ଅନେକ ସମୟରେ ବୃଦ୍ଧିମାନର କାର୍ଯ୍ୟ । ଯଦି ଜଣେ ରୋଗୀ ଅତିବେଶୀ ଅସୁସ୍ଥ ହୋଇଥାଏ, ତେବେ ଦିନକୁ ଅତିକମ୍ ରେ ଚାରିଥର ପର୍ଯ୍ୟନ୍ତ ତା’ ଦେହର ଉତ୍ତାପ ମାପି ଟିପି ରଖନ୍ତୁ । ଯଦି ଥର୍ମୋମିଟର ନଥାଏ, ତେବେ ଆପଣ ଆପଣଙ୍କର ଗୋଟିଏ ହାତର ପାପୁଲି ପଛ ପାଟ ନିଜ ମଥା ବା ଅନ୍ୟଜଣେ ସୁସ୍ଥଲୋକର ମଥାରେଦେଇ ଓ ଅନ୍ୟ ହାତର ପାପୁଲି ରୋଗୀ ପଛପଟ ମଥାରେ ଦେଇ ଉତ୍ତାପର ଭିନ୍ନତାକୁ ଅନୁଭବ କରି ତାକୁ ଜ୍ଵର ହୋଇଛି କି ନାହିଁ ଜାଣିପାରିବେ । ଜ୍ଵର କେତେବେଳେ ଓ କିପରି ଆସେ , କେତେ ସମୟ ରହେ ଓ କିପରି ଛାଡିଯାଏ, ଏସବୁ ଜାଣିବା ଅତ୍ୟନ୍ତ ଜରୁରୀ । ରୋଗୀ ଚିହ୍ନଟ ପାଇଁ ଏହା ହୁଏତ ସାହାଯ୍ୟ କରିପାରେ । ଉଦାହରଣ ସ୍ୱରୂପ : ମ୍ୟାଲେରିଆ ହୋଇଥିଲେ, ସାଧାରଣତଃ କମ୍ପ ସହିତ ଭୀଷଣ ଜ୍ଵର ହୁଏ, କେତେଘଣ୍ଟା ପର୍ଯ୍ୟନ୍ତ ଦେହରେ ଜ୍ଵର ରହି ଛାଡିଯାଏ ଓ ଦୁଇ ତିନି ଦିନ ପରେ ପୁଣି ଜ୍ଵର ହୁଏ । ଟାଇଫଏଡ ହୋଇଥିଲ, ପ୍ରତ୍ୟେକ ଦିନ ଜ୍ଵର କିଛି ପରିମାଣରେ ବଢି ବଢି ଚାଲେ । ଯକ୍ଷ୍ମା ହୋଇଥିଲେ ବେଳେ ବେଳେ ଦ୍ଵିପହରରେ ସାମାନ୍ୟ ଜ୍ଵର ହୁଏ ଓ ରାତିରେ ଝାଳବୋହି ଜ୍ଵର ଛାଡିଯାଏ । ଦ୍ରଷ୍ଟବ୍ୟ : ନବଜାତ ଶିଶୁର ଉତ୍ତାପ ଯଦି ଅସ୍ଵାଭାବିକ ଭାବେ ଅଧିକ ବା ଅସ୍ଵାଭବିକ ଭାବେ କମ୍ ଥାଏ, ତେବେ ସେ ଗୁରୁତର ଭାବେ ସଂକ୍ରମିତ ହୋଇଛି ବୋଲି ବୁଝିବାକୁ ପଡିବା । ଥର୍ମୋମିଟର ବା ତାପମାନ ଯନ୍ତ୍ର କିପରି ବ୍ୟବହାର କରାଯାଏ ପ୍ରତ୍ୟେକ ପରିବାର ତାପମାନ ଯନ୍ତ୍ର ବା ଥର୍ମୋମିଟର ରଖିବା ଉଚିତ୍ । ରୋଗୀର ଉତ୍ତାପ ଦିନକୁ ଚାରିଥର ପର୍ଯ୍ୟନ୍ତ ମାପନ୍ତୁ ଓ ସବୁବେଳେ ଟିପିରଖନ୍ତୁ । ସାଧାରଣତଃ ୩ ପ୍ରକାର ଥର୍ମୋମିଟର ଦେଖାଯାଏ । ଗୋଟିଏ ହେଲା ମୌଖିକ ଥର୍ମୋମିଟର ଯାହାକି ପାଟିର ଜିଭ ତଳେ ରଖାଯାଏ । ଅନ୍ୟ ଥର୍ମୋମିଟର ମଳଦ୍ଵାରରେ ଦିଆଯାଏ ଓ ଅନ୍ୟଟି କାଖ ତଳେ ରଖି ତାପ ମପାଯାଏ । ଥର୍ମୋମିଟରର ବିଭିନ୍ନ ଅଂଶ ଉତ୍ତାପ କିପରି ମପାଯାଏ ଥର୍ମୋମିଟର ସାବୁନ ଓ ପାଣି ବା ଆଲକୋହଲ୍ କିମ୍ବା ସ୍ପିରିଟ ଦ୍ଵାରା ସଫା କରନ୍ତୁ । ପାରଦ ନ ଥିବା ପଟରୁ ଧରି ଝାଡନ୍ତୁ ଯେପରିକି ପାରଦ ୩୬ ଫାରେନହିଟ୍ ତଳକୁ ଖସିଯିବ । ଥର୍ମୋମିଟର ବା ତାପମାନଯନ୍ତ୍ରକୁ ନିମ୍ନୋକ୍ତ ସ୍ଥାନଗୁଡିକରେ ରଖନ୍ତୁ ଯଦି ରୋଗୀ ଅଚେତ ଅବସ୍ଥାରେ ଥାଏ, ତେବେ ଥର୍ମୋମିଟରକୁ ତାର କାଖ ବା ମଳଦ୍ଵାର ଭିତରେ ରଖନ୍ତୁ । ୩-୪ ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ବର୍ତ୍ତମାନ ପଢନ୍ତୁ । ( ମୁହଁ ଅପେକ୍ଷା କାଖରେ ସାମାନ୍ୟ ଅଧିକ ଉତ୍ତାପ ସୂଚିତ ହୁଏ )। ବର୍ତ୍ତମାନ ଥର୍ମୋମିଟରକୁ ସାବୁନ ଓ ପାଣି ଦ୍ଵାରା ଭଲ ଭାବେ ସଫା କରିଦିଅନ୍ତୁ । ଦ୍ରଷ୍ଟବ୍ୟ ଯଦି ମୌଖିକ ଥର୍ମୋମିଟର ବ୍ୟବହାର କରୁଛନ୍ତି ଓ ରୋଗୀ କିଛି ମିନିଟ୍ ପୂର୍ବରୁ ଥଣ୍ଡା ବା ଗରମ ପାଣି ବ୍ୟବହାର କରିଛନ୍ତି ତେବେ ୧୦/ ୧୫ ମିନିଟ୍ ଅପେକ୍ଷା କରନ୍ତୁ । ଯଦି ଶିଶୁର ଝାଡା ହେଉଥାଏ ମଳଦ୍ଵାରରେ ଥର୍ମୋମିଟର ରଖନ୍ତୁ ନାହିଁ । ମଳଦ୍ଵାରରେ ମୌଖିକ ଥର୍ମୋମିଟର ବା ପାଟିରେ ମଳଦ୍ଵାର ଥର୍ମୋମିଟର ବ୍ୟବହାର କରନ୍ତୁ ନାହିଁ । ଯଦି ବ୍ୟକ୍ତି ମୂର୍ଚ୍ଛା ଯାଇଥାନ୍ତି ବା ଅଜ୍ଞାନ ଅବସ୍ଥାରେ ଥାଆନ୍ତି ତେବେ ମୌଖିକ ଥର୍ମୋମିଟର ବ୍ୟବହାର କରନ୍ତୁ ନାହିଁ । ଯଦି ବ୍ୟକ୍ତି ମୂର୍ଚ୍ଛା ଯାଇଥାନ୍ତି ବା ଅଜ୍ଞାନ ଅବସ୍ଥାରେ ଥାଆନ୍ତି ତେବେ ମୌଖିକ ଥର୍ମୋମିଟର ବ୍ୟବହାର କରନ୍ତୁ ନାହିଁ । ଶ୍ଵାସକ୍ରିୟା ରୋଗୀ କିପରି ତା’ର ଶ୍ଵାସକ୍ରିୟା ସମ୍ପାଦନ କରୁଛି, ଯଥା – ଶ୍ଵାସକ୍ରିୟାର ଗଭୀରତା ( ଦୀର୍ଘଶ୍ଵାସ ବା ଅଣନିଶ୍ଵାସ), ବେଗ ( କେତେ ଶୀଘ୍ର ନିଶ୍ଵାସ ପ୍ରଶ୍ଵାସ ନେଉଛି ) ଓ ଶ୍ଵାସକ୍ରିୟାରେ ଅସୁବିଧା ଇତ୍ୟାଦି ପ୍ରତି ବିଶେଷ ଭାବେ ଦୃଷ୍ଟି ଦିଅନ୍ତୁ । ଲକ୍ଷ କରନ୍ତୁ ଯେ ଛାତିର ଊଭୟ ପଟେ ଶ୍ଵାସକ୍ରିୟା ସମାନଭାବେ ହେଉଛି କି ନାହିଁ । ଯଦି ଆପଣଙ୍କ ନିକଟରେ ଘଣ୍ଟା ଥାଏ, ତେବେ , ପ୍ରତି ମିନିଟ୍ ରେ ରୋଗୀ କେତେଥର ନିଶ୍ଵାସପ୍ରଶ୍ଵାସ ନେଉଛି, ତାହା ଗଣି ନିଅନ୍ତୁ । ବୟସ୍କ ବ୍ୟକ୍ତି ଓ ବଡ ପିଲାମାନଙ୍କ କ୍ଷେତ୍ରରେ ପ୍ରତି ମିନିଟରେ ବାରରୁ କୋଡିଏ ଥର ପର୍ଯ୍ୟନ୍ତ ଶ୍ଵାସକ୍ରିୟା ସାଧାରଣ ଅଟେ । ଛୋଟ ପିଲା ଓ ଶିଶୁଙ୍କ କ୍ଷେତ୍ରରେ ମିନିଟକୁ ଯଥାକ୍ରମେ ଚିରିଶ ବେଳେ ରୋଗୀମାନେ ଖୁବ୍ ଶୀଘ୍ର ଶ୍ଵାସକ୍ରିୟା ସମ୍ପାଦନ କରିଥାନ୍ତି । ନିମୋନିଆ ହୋଇଥିଲେ ପ୍ରତି ମିନିଟ୍ ରେ ଅଣନିଶ୍ଵାସ ହେଲାପରି ୪୦ ଥର ପର୍ଯ୍ୟନ୍ତ ଶ୍ଵାସକ୍ରିୟା ହୋଇଥାଏ । ଆପଣ ନିକଟରେ ଯଦି ଶ୍ଵାସକ୍ରିୟାର ଗତି ଗଣିବା ପାଇଁ ଘଣ୍ଟା ନାହିଁ, ତେବେ ଆପଣ ଆପଣଙ୍କ ନାଡୀର ଗତି ଅନୁପାତରେ ରୋଗୀର ଶ୍ଵାସକ୍ରିୟା ଗତିକୁ ଗଣିପାରିବେ । ଯଦି ଆପଣଙ୍କ ନାଡୀ ଚାରିଥର ଗତି କଳା ଭିତରେ ରୋଗୀ ଥରେ ଶ୍ଵାସକ୍ରିୟାସମ୍ପାଦନ, ତେବେ ତାହା ସାଧାରଣ । ଯଦି ଆପଣଙ୍କ ନାଡୀ ଦୁଇ ତିନିଥର ଗତି କଳା ଭିତରେ ରୋଗୀଟି ଥରେ ଶ୍ଵାସକ୍ରିୟା ସମ୍ପାଦନ କରେ, ତେବେ ତା’ର ଶ୍ଵାସକ୍ରିୟାର ଗତି ସାଧାରଣ ଶ୍ଵାସକ୍ରିୟାର ଗତିଠାରୁ ଅଧିକ । ଶ୍ଵାସକ୍ରିୟାର ଶବ୍ଦକୁ ଭଲକରି ଶୁଣନ୍ତୁ । ଉଦାହରଣ ସ୍ୱରୂପ : ଶ୍ଵାସକ୍ରିୟା ସମୟରେ ସୁସୁରୀ ବା ସଁ ସଁ ଶବ୍ଦ ହୋଇ କଷ୍ଟ ଅନୁଭବ କରୁଥିଲେ ଶ୍ଵାସରୋଗ ବା ଆଜମା ହୋଇଥାଇପାରେ । ଅଚେତ ଅବସ୍ଥାରେ ଶ୍ଵାସକ୍ରିୟା ସମ୍ପାଦନ କଲାବେଳେ ଯଦି ଘଡ ଘଡ ଶବ୍ଦ ବା ଘୁଙ୍ଗୁଡି ସହିତ କଷ୍ଟ ହେଉଥିବ, ତେବେ ଜିଭ, ଶ୍ଲେଷ୍ମଳ ( ମ୍ୟୁକସ) ବା ଅନ୍ୟକିଛି ଜିନିଷ ଗଳାରେ ଲାଗିଜାଇ ବାୟୁ ଚଳା ଚଳରେ ଅସୁବିଧା ସୃଷ୍ଟି କରୁଛି ବୋଲି ବୁଝାଯାଏ । ରାତିରେ ହଠାତ୍ ଅଣନିଶ୍ଵାସୀ ହୋଇଗଲେ ହୃଦରୋଗ ହୋଇଛି ବୋଲି ବୁଝାଇଯାଇପାରେ । ପ୍ରଶ୍ଵାସ ନେଲାବେଳେ ଦୁଇ ପଞ୍ଜରା ହାଡ ମଝି ବା ବେକମୁଣ୍ଡାର ଚମଡା ଦବି ଗଲେ, ବାୟୁ ଚଳାଚଳରେ ଅସୁବିଧା ହେଉଛି ବୋଲି ବୁଝିବାକୁ ହେବ । ସମ୍ଭବତଃ ଗଳାରେ କିଛି ଲାଗିଯାଇଥାଇପାରେ , ନିମୋନିଆ ଆଜମା ବା ବ୍ରୋଙ୍କାଇଟିସ୍ ହୋଇଥାଇପାରେ । ଯଦି ଜଣେ ଶ୍ଵାସକ୍ରିୟାଜନିତ ଅସୁବିଧାର ଅଭିଯୋଗ କରେ, ତେବେ ତାକୁ ନିମ୍ମଦତ୍ତ ପ୍ରଶ୍ନଗୁଡିକ ପଚାରନ୍ତୁ : ଛାତିରେ କଷ୍ଟ ହେଉଛି କି ? ଯଦି ଶ୍ଵାସକ୍ରିୟା ସମ୍ପାଦନ କଲାବେଳେ ବା କାଶିଲାବେଳେ କଷ୍ଟ ବଢିଯାଏ ଓ କଡକରି ଶୋଇଗଲେ କଷ୍ଟ କମି ଯାଉଥାଏ, ତେବେ ତାହା ଅଜମାର ପ୍ରାଥମିକ ଅବସ୍ଥା । ଯଦି ଜଣଙ୍କର ଚାଲିବା ଦୌଡିବା ଓ ପାହାଚ ଦେଇ ଚଢିବାବେଳେ ଛାତିରେ କଷ୍ଟ ହୁଏ ଓ ସାମାନ୍ୟ ବିଶ୍ରାମ ନେଇଯିବା ଦ୍ଵାରା କଷ୍ଟ ଦୂରହୋଇଯାଏ, ତେବେ ତାହା ହୃଦରୋଗ ଅଟେ । କାଶ ଯୋଗୁଁ ଜଣେ ଶୋଇପାରୁଛି କି ନାହିଁ ପଚାରନ୍ତୁ । କାଶରେ ଶ୍ଲେଷ୍ମଳ କଫ ପଡୁଛିକି, ଯଦି ପଡୁଛି ତେବେ କେତେ ପରିମାଣରେ ପଡୁଛି ଓ ତାର ରଙ୍ଗ ଦେଖିବାକୁ କିପରି, କଫ ସହିତ ରକ୍ତ ପଡୁଛି ଓ ତାର ରଙ୍ଗ ଦେଖିବାକୁ କିପରି ଇତ୍ୟାଦି ପ୍ରତି ଦୃଷ୍ଟି ଦିଅନ୍ତୁ । ଅତ୍ୟଧିକ ଧୂମପାନ ଯୋଗୁଁ ସକାଳି ଶୁଖିଲା କଫ ପଡିଥାଏ । କାଶରେ ବହୁତ ଧଳା ରଙ୍ଗର ଶ୍ଲେଷ୍ମଳ କଫ ପଡିଲେ, ବ୍ରୋଙ୍କାଇଟିସ୍ ହୃତସ୍ପନ୍ଦନ ବା ନାଡୀର ଗତି ହୃତ ସ୍ପନ୍ଦନର ଦ୍ରୁତତା, ଗତି ଓ ନିୟମିତତା ଇତ୍ୟାଦିକୁ ଭଲଭାବେ ଲକ୍ଷ କରନ୍ତୁ । ଯଦି ଆପଣଙ୍କ ନିକଟରେ ଘଣ୍ଟା ଥାଏ, ତେବେ ମିନିଟ୍ ପ୍ରତି ହେଉଥିବା ହୃଦ ସ୍ପନ୍ଦନର ଗତିକୁ ରଣିନିଅନ୍ତୁ । ବିଶ୍ରାମ ସମୟରେ ସାଧାରଣ ହୃତସ୍ପନ୍ଦନ ବୟସ୍କ ବ୍ୟକ୍ତି ପ୍ରତି ମିନିଟ୍ ରେ ଷାଠିଏରୁ ଅଶୀଥର ଛୁଆ ପ୍ରତି ମିନିଟ୍ ରେ ଅଶୀରୁ ଏକଶହ ଥର ଶିଶୁ ପ୍ରତି ମିନିଟ୍ ରେ ଏକଶହରୁ ଏକଶହ ଚାଳିଶ ଥର ଆପଣ ନିକଟରେ ଯଦି ଘଣ୍ଟା ନ ଥାଏ ତେବେ ନିଜ ନାଡିର ଗତି ସହିତ ତୁଳନା ରୋଗୀ ନାଡୀର ଆନୁମାନିକ ଗତି ନିର୍ଣ୍ଣୟ କରିପାରିବେ । ତେଣୁ ଏପରି କରିବା ପୂର୍ବରୁ କିଛି ସମୟପାଇଁ ବିଶ୍ରାମ ନେଇଯାଆନ୍ତୁ ନଚେତ୍ ପରିଶ୍ରମ ଯୋଗୁଁ ଆପଣଙ୍କର ନାଡୀର ଗତି ଅଧିକ ଥିବ । ବ୍ୟାୟାମ କରିବାବେଳେ, ମାନସିକ ଦୁର୍ବଳତା ଥିଲେ, ଭୟଭୀତ ହୋଇଗଲେ, ଜ୍ଵର ହୋଇଥିଲେ ଅଥବା ଭୀଷଣ କଷ୍ଟ ହେଉଥିଲେ ନାଡୀର ଗତି ଅତ୍ୟଧିକ ବଢିଯାଏ । ସାଧାରଣ ନିୟମାନୁଯାୟୀ ପ୍ରତି ଏକ ଫାରେନହିଟ ଜ୍ଵର ବଢିଲେ ନାଡୀର ଗତି କୋଡିଏ ଥର ବଢି ଯାଏ । ଜଣେ ଭୀଷଣ ଅସୁସ୍ଥ ହୋଇଥିଲେ, ନାଡୀର ଗତି ଏକାଧିକବାର ଗନିରଖନ୍ତୁ ଏବଂ ଶରୀରର ତାପମାତ୍ରା ଓ ଶ୍ଵାସକ୍ରିୟାର ଗତି ସହିତ ଏହାକୁ ଟିପିରଖନ୍ତୁ । ନାଡୀର ଗତିର ପରିବର୍ତ୍ତନକୁ ଲକ୍ଷ୍ୟ କରିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଉଦାହରଣ ସ୍ୱରୂପ : ଆଶଙ୍କା ଯୋଗୁଁ ନାଡୀର ଗତି ଦୁର୍ବଳ ଓ ଦ୍ରୁତ ହୋଇଥାଏ । ହୃତପିଣ୍ଡ ବିଭ୍ରାଟ ଯୋଗୁଁ ନାଡୀର ଗତି ଅତି ଦ୍ରୁତ ବା ଅତି ମନ୍ଥର ଏବଂ ଅନିୟମିତ ହୋଇଥାଏ। ଅତ୍ୟଧିକ ଜ୍ଵର ଥାଇ ନାଡୀର ଗତି ମନ୍ଥର ହୋଇଥିଲେ, ଟାଇଫଏଡର ଆଶଙ୍କା କରାଯାଇପାରେ । ରକ୍ତଚାପ ଯଦି ଆପଙ୍କର ରକ୍ତଚାପ ମାପିବା ଜନ୍ତ୍ର ଅଛି ବ୍ୟକ୍ତିର ରକ୍ତ ଚାପ ନଥି କରି ରଖନ୍ତୁ । ଆଧାର - ଓଡିଶା ଭଲ୍ୟୁଣ୍ଟାରୀ ହେଲଥ୍ ଆସୋସିଏସନ