ଛାତି ଓ ଫୁସ୍ ଫୁସ୍ ପୀଡିତ ବ୍ୟକ୍ତି ତା’ର ଶ୍ଵାସକ୍ରିୟାରେ କେତେଥର ପ୍ରଶ୍ଵାସ ନେଉଛି, ଲକ୍ଷ୍ୟ କରନ୍ତୁ । ବର୍ତ୍ତମାନ ତା’ର ଛାତିର ଗଠନ ଦେଖନ୍ତୁ ଓ ଛାତିର ଉଭୟ ପାଖ ନିଶ୍ଵାସ ନେଲାବେଳେ ସମାନ ଭାବରେ ପଡୁକି କି ନାହିଁ ଦେଖନ୍ତୁ । ଆପଣଙ୍କର ହାତର ଦୁଇ ପାପୁଲି ପିଠି ପଛପଟେ ରଖନ୍ତୁ ଓ ବ୍ୟକ୍ତିକୁ ଜୋରରେ ନିଶ୍ଵାସ ନେବାକୁ କୁହନ୍ତି । ଏହାଦ୍ଵାରା ଆପଣଙ୍କ ହାତ ସମାନ ଭାବରେ ଉଠିବ ଓ ପଡିବ । କିନ୍ତୁ ନିମୋନିଆ ବା ଯକ୍ଷ୍ମାରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କର ସଂକ୍ରମିତ ହୋଇଥିବା ପାଖ ଆଦୌ ଉଠିବ ବା ପଡିବ ନାହିଁ । ଫୁସ୍ ଫୁସ୍ ର ତ୍ରୁଟି ଜାଣିବା ପାଇଁ ଆଉ ଏକ ଉପାୟ ହେଲା ଫୁସ୍ ଫୁସ୍ ସ୍ପନ୍ଦନ । ପିଠିର ଉପର ଭାଗରେ ଆପଣ ଆପଣଙ୍କ ପାପୁଲି ରଖନ୍ତୁ ଓ ବ୍ୟକ୍ତିକୁ ୯୯ କହିବା ପାଇଁ କୁହନ୍ତୁ । ଏହାଦ୍ଵାରା ଆପଣ ଆପଣଙ୍କ ହାତରେ ସ୍ପନ୍ଦନ ଅନୁଭବ କରିପାରିବେ । ଫୁସ୍ ଫୁସ୍ ସ୍ପନ୍ଦିତ ନ ହେବା ବ୍ରୋଙ୍କାଇଟିସ୍ ବା ଆଜମା ଅଟେ । ଯଦି ସ୍ପନ୍ଦନ ଅଧିକ ହୁଏ ତେବେ ବ୍ୟକ୍ତି ଙ୍କର ନିମୋନିଆ ଅଛି । ହୃତପିଣ୍ଡ ଛାତିରେ କୌଣସି ଅସ୍ଵାଭାବିକ ହୃତସ୍ପନ୍ଦନ ପରୀକ୍ଷା ପାଇଁ ସାଧାରଣତଃ ଜଣେ ପତଳା ବ୍ୟକ୍ତି ଏହି ସ୍ଥାନରେ ହୃତସ୍ଵନ୍ଦନ ଦେଖି ପାରିବେ । ଯାହାହେଉନା କାହିଁକି ମୋଟା ବ୍ୟକ୍ତି ପକ୍ଷରେ ଏହା ଅଳ୍ପ ଦେଖାଯାଏ । ଗୋଟିଏ ଲୋକର ହୃତପିଣ୍ଡରେ ବହୁଦିନଧରି ଅସୁବିଧା ଥିଲେ ( ବାଟ ଗ୍ରସ୍ତ ହୃତପିଣ୍ଡ ରୋଗ ପରି ) ହୃତପିଣ୍ଡ ସ୍ପନ୍ଦନ ସ୍ଥାନ ଦେଖିହୁଏ । ଆପଣ ହୃତପିଣ୍ଡ ଉପରେ ସିଧା ସଳଖ ଆପଣଙ୍କ କାନ ରଖି ହୃତପିଣ୍ଡର ଶବ୍ଦ ଶୁଣିପାରିବେ । ଗୋଟିଏ ପୀଡିତ ବ୍ୟକ୍ତିର ହୃତସ୍ପନ୍ଦନ ସହିତ ଗୋଟିଏ ସାଧାରଣ ଲୋକର ହୃତସ୍ପନ୍ଦନ ତୁଳନା କରନ୍ତୁ । ଯଦି ଶବ୍ଦ ଆଲଗା ହୁଏ, ଏହା ହୃତରୋଗର ଲକ୍ଷଣ ହୋଇପାରେ ଓ ତାଙ୍କୁ ଡାକ୍ତରଙ୍କ ବିଚାରାଦି ପାଇଁ ପ୍ରେରଣ କରିବା ଉଚିତ୍ । ଆଉ ମଧ୍ୟ ହୃତସ୍ପନ୍ଦନ ବେଶୀ ବା କ୍ଷୀଣ ନୁହେଁ ଓ ଏହା ପ୍ରତିଦିନ ହୁଏ କି ନାହିଁ ଜାଣନ୍ତୁ ଯେ କୌଣସି ଅନିୟମିତ ହୃତସ୍ପନ୍ଦନ ପାଇଁ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ସ୍ତନ ସ୍ତନ ପରୀକ୍ଷା ଜଣେ ମହିଳାଙ୍କର ଶାରୀରିକ ଯାଞ୍ଚର ଏକ ଅଂଶ ବିଶେଷ ହେବା ଉଚିତ୍ । ଏଥି ପାଇଁ ୨ପ୍ରକାର ଉପାୟ ଅବଲମ୍ବନ କରାଯାଇପାରିବ । ପ୍ରଥମଟି ନିରାକ୍ଷଣ ଓ ଦ୍ଵିତୀୟଟି ସ୍ପର୍ଶ। ନିରୀକ୍ଷଣ ମହିଳାଙ୍କୁ ବସିବା ପାଇଁ କୁହନ୍ତୁ । ଆପଣ ଯାହା କରିବାକୁ ଯାଉଛନ୍ତି ତାହା କୁହନ୍ତୁ । ମହିଳାଙ୍କର ଅଣ୍ଟାଯାଏ ପୋଷାକ କାଢି ଦିଅନ୍ତୁ। ଦୁଇଟିଯାକ ସ୍ତନ ସମାନ ଅଛି କି ନାହିଁ ଦେଖନ୍ତୁ । ବେଳେ ବେଳେ କିଛିଟା ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ । ବିଶେଷ କରି କଳା ସ୍ଥାନ ଭଲ ଭାବରେ ଦେଖିବା ଉଚିତ୍ । ଯଦି ସ୍ତନରେ ଆବୁ ଦେଖାଯାଏ ବା ସ୍ତନର ଚର୍ମ ଭାଙ୍ଗ ଭାଙ୍ଗ ଦେଖାଯାଏ ତେବେ ଏହା ସ୍ତନ କର୍କଟ ରୋଗର କାରଣ ହୋଇପାରେ। ଚର୍ମର ରଙ୍ଗ ଯଦି ଲାଲ ହୁଏ ତେବେ ଏହା ସଂକ୍ରମଣ ବା କର୍କଟ ରୋଗ ଯୋଗୁଁ ହୋଇ ଥାଏ । ସ୍ତନ କୌଣସି ସ୍ଥାନ ପତଳା ଦେଖାଗଲେ ଓ କମଳା ରଙ୍ଗ ଦେଖାଗଲେ ଏହା ମଧ୍ୟ କର୍କଟ ରୋଗ ଅଟେ । ବିସ୍ଫାରିତ ସିରା ମଧ୍ୟ କର୍କଟ ରୋଗର ଲକ୍ଷଣ ଅଟେ। ସ୍ତନକୁ ଭଲ ଭାବରେ ନିରାକ୍ଷଣ କରନ୍ତୁ ଏବଂ ଏହାର ଆକାର ଓ ଆକୃତି ଟିପି ରଖନ୍ତୁ । ସ୍ତନ ଭୁଣ୍ଡି ବଙ୍କା ବା ଭିତରକୁ ପଶିଯାଇ ଥିଲେ ଏହା କର୍କଟ ଘା’ ହେବାର ବୁଝାଇଥାଏ । ଏବେ ମହିଳାଙ୍କର ହାତକୁ ପିଚାପାଖକୁ ରଖିବା ପାଇଁ କୁହନ୍ତୁ ଏବଂ ଭୁଣ୍ଡି ଦୁଇଟିକୁ ଦେଖନ୍ତୁ । ଯଦି କିଛି ପରିବର୍ତ୍ତନ ଲକ୍ଷ୍ୟ କରନ୍ତି ତେବେ ଏହା କର୍କଟ ରୋଗର କାରଣ ହୋଇପାରେ । ମହିଳାଙ୍କ ଆଗକୁ ନେଇନ ପଡିବାକୁ କୁହନ୍ତୁ । ଏହାଦ୍ଵାରା ଆପଣ ଭଲ ଭାବରେ ସ୍ତନର ଯାଞ୍ଚ ବା ପରୀକ୍ଷା କରିପାରିବେ । ସ୍ପର୍ଶ ସ୍ପର୍ଶ କେବଳ ଦ୍ଵୟରେ ସୀମିତ ରହିବା ନୁହେଁ । ଏହା ବାହୁ ମୂଳ ବା କଣ୍ଠାସ୍ଥି ପର୍ଯ୍ୟନ୍ତ ଯାଞ୍ଚ ହେବା ଉଚିତ୍ । ବ୍ୟକ୍ତି ତଳେ ବସିଥିବା ପର୍ଯ୍ୟନ୍ତ କଣ୍ଠାସ୍ଥି ଓ ବାହୁମୂଳର ଉପରେ ସ୍ଥାନରେ ସ୍ପନ୍ଦନ ଥାଏ ଯେତେବେଳେ ଆପଣ ପରୀକ୍ଷା କରୁଛନ୍ତି ଏହାକୁ ଧରି ମହିଳାଙ୍କୁ କୋହଳ ହେବା ପାଇଁ କୁହନ୍ତୁ । ଏବେ ଦେଖନ୍ତୁ ଯଦି କିଛି ଆବୁ ସେହି ସ୍ଥାନରେ ଅଛି ଓ ଯନ୍ତ୍ରଣା ଲାଗୁଛି । କର୍କଟ ରୋଗରେ ସାଧାରଣତଃ ଏହି ଇଶୀକା ଗ୍ରନ୍ଥି ସଂକ୍ରମଣ ହୋଇଥାଏ । ଏବେ ମହିଳାଙ୍କୁ ସୋଇଯିବା ପାଇଁ କୁହନ୍ତୁ । ଆପଣ ଯେଉଁ ବାହୁମୂଳ ପରୀକ୍ଷା କରୁଛନ୍ତି ତାହା ତଳେ ଏକ ତକିଆ ରଖନ୍ତୁ ଏବଂ ମହିଳାଙ୍କୁ ମୁଣ୍ଡ ତଳେ ହାତ ଦେଇ ଶୋଇବାକୁ କୁହନ୍ତୁ ଏହି ପ୍ରକାର ସ୍ତନରେ ଆବୁ ଠିକ୍ ଭାବରେ ଜଣାପଡିଥାଏ । ସ୍ପର୍ଶ ଦ୍ଵାରା ସ୍ତନ ପାଞ୍ଚର ଏକ ବିଶେଷ କାଇଦା ଅଛି । ଆପଣଙ୍କର ତିନୋଟି ଆଙ୍ଗୁଳିଦ୍ଵାରା ଆପଣ ସ୍ତନର ଉପରି ଭାଗରୁ ଭୁଣ୍ଡି ପର୍ଯ୍ୟନ୍ତ ଆଙ୍ଗୁଠି ଗଡାଇ ଆଣନ୍ତୁ । ପରେ ସ୍ତନକୁ ଚିପାନ୍ତୁ ରକ୍ତ ବା କିଛି ରସ କ୍ଷରଣ ହୁଏ ତେବେ ଏହା ବିପଦଜଣକ ଅଟେ ଏପରି କ୍ଷେତ୍ରରେ ତୁରନ୍ତ ଡାକ୍ତର ସହିତ ପରାମର୍ଶ କରନ୍ତୁ । ପେଟ ଯଦି କାହାରି ପେଟରେ ଯନ୍ତ୍ରଣା ହେଉଛି, ତେବେ ଠିକ୍ କେଉଁଠାରେ କଷ୍ଟ ହେଉଛି ତାହା ଭଲକରି ଦେଖନ୍ତୁ । କଷ୍ଟ କ୍ରମାଗତଭାବେ ହେଉଛି ( ଅଥବା କଳିଜ୍ ବା ଅମ୍ଳଶୂଳ ) ଓ ଟାଣି ହେବାପରି ହଠାତ୍ ହୋଇ କମିଯାଉଛି, ତାହା ଜାଣିବାକୁ ଚେଷ୍ଟା କରନ୍ତୁ । ପେଟ ପରୀକ୍ଷା କଲାବେଳେ ପ୍ରଥମେ ଦେଖନ୍ତୁ ପୁରା ପେଟତି ଫୁଲିଛି ବା ଗୋଟିଏ ପାର୍ଶ୍ଵ ଫୁଲିଛି କିମ୍ବା କୌଣସି ସ୍ଥାନ ଆବୁପରି ଫୁଲି ରହିଛି । ବ୍ୟଥା ହେଉଥିବାର ନିର୍ଦ୍ଦିଷ୍ଟ ସ୍ଥାନକୁ ଜାଣିପାରିଲେ, ଅନେକ ସମୟରେ ବ୍ୟଥା ହେବାର କାରଣ ଜଣାପଡିଥାଏ । ପେଟ ନରମ ଅଛି କିମ୍ବା ଫମ୍ପାଇଛି ( ଟାଣ ଲାଗିବା ) ଦେଖନ୍ତୁ ଓ ରୋଗୀ ତାର ମାଂସପେଶୀକୁ ଆରାମରେ ଚାଳନା କରିପାରୁଛି କି ନାହିଁ ଦେଖନ୍ତୁ । ଅତି ଟାଣୁଆ ଲାଗୁଥିବା ବା ଫମ୍ପେଇଥିବା ପେଟର ବ୍ୟଥା ହୁଏ, ହୁଏତ ଆପେଣ୍ଡିସାଇଟିସ୍ କିମ୍ବା ଅନ୍ତ୍ରାବରଣ ପ୍ରଦାହ ହୋଇଥାଇପାରେ । ତଳିପେଟର ଆରାମ ପାଇଁ ଚିତ୍ ହୋଇ ଶୋଇରହି ଆଣ୍ଠୁ ନିକଟରୁ ଗୋଡକୁ ଭାଙ୍ଗିବାକୁ କୁହନ୍ତୁ । ଯଦି ଆପଣ ଆପେଣ୍ଡିସାଇଟିସ୍ ବା ଅନ୍ତ୍ରାବରଣ ପ୍ରଦାହ ( peritonitis) ବୋଲି ସନ୍ଦେହ କରନ୍ତି, ତେବେ ଉଛଳନ ପୀଡା ବା ରିବାଉଣ୍ଡ ପେନ୍ ପାଇଁ ପରୀକ୍ଷା କରନ୍ତୁ । ପେଟ ଭିତରର ଅସ୍ଵାଭାବିକ ଆବୁ ବା ଟାଣୁଆ ସ୍ଥାନକୁ ଅନୁଭବ କରନ୍ତୁ । ରୋଗୀର ପାକସ୍ଥଳୀରେ ଯଦି ସବୁବେଳେ ବ୍ୟଥା ହେଉଥାଏ, ବାନ୍ତିବାନ୍ତି ଲାଗୁଥାଏ ଓ ଝାଡା ପରିଷ୍କାର ହେଉ ନଥାଏ ତେବେ ନିମ୍ନଚିତ୍ରରେ ଦର୍ଶାଯାଇଥିବାପରି ତା’ ପେଟ ଉପରେ କାନ ରଖନ୍ତୁ । ନିମ୍ନଦତ୍ତ ସମସ୍ୟାଗୁଡିକ ସମୟରେ ପେଟର ଯେଉଁ ଜାଗାମାନଙ୍କର ସାଧାରଣଭାବେ ବ୍ୟଥା ହୋଇଥାଏ, ସେଗୁଡିକ ଚିତ୍ର ସାହାଯ୍ୟରେ ଦର୍ଶାଇ ଦିଆଯାଇଛି । ଆଧାର - ଓଡିଶା ଭଲ୍ୟୁଣ୍ଟାରୀ ହେଲଥ୍ ଆସୋସିଏସନ