ଜୋରରେ ରକ୍ତସ୍ରାବ (ଖୁବ୍ ଜୋରରେ ରକ୍ତ ବୋହିବା) ଯେତେବେଳେ ଫୁଲ ପଡିବ ତା’ପରେ କିଛି ରକ୍ତ ନିଗିଡିବା ସ୍ଵାଭାବିକ ଅଟେ । ଏହି ରକ୍ତସ୍ରାବ ସାମାନ୍ୟ କେତେ ମିନିଟ୍ ପାଇଁ ହୋଇଥାଏ ଓ ସମୁଦାୟ ୧/୪ ଲିଟର ରକ୍ତ ନିଗିଡି ଥାଏ । (ଏହାପରେ ବି ଯଦି କିଛି ଦିନ ପାଇଁ ରକ୍ତ ନିଗିଡେ ତାହା ମଧ୍ୟ କ୍ଷତିକାରକ ନୁହେଁ) ଶିଶୁକୁ ସ୍ତନରେ ଲଗାଇବା ପରେପ୍ରାୟ ରକ୍ତସ୍ରାବ ଆପେ ଆପେ କମିଯାଏ । ଯଦି ଶିଶୁ ସ୍ତନର କ୍ଷୀର ପିଇ ନ ପାରେ ତେବେ ଅନ୍ୟ କେହି ମା ସ୍ତନ ଚିପି ସେଥିରୁ କ୍ଷୀର ବାହାର କରିଦେବା ଉଚିତ୍ । ଚେତାବନୀ ବେଳେବେଳେ ଏହା ମଧ୍ୟ ହୁଏ ଯେ ବାହାରକୁ ବାହାରିବା ଡ଼ାକ୍ତର ମାତ୍ରା ବହୁତ କମ୍ ଥାଏ । କିନ୍ତୁ ଭିତରେ ଭିତରେ ଖୁବ୍ ଜୋରରେ ରକ୍ତସ୍ରାବ ହେବାରେ ଲାଗିଥାଏ । ତେବେ ମାଆର ପେଟକୁ ଛୁଇଁକରି ପରୀକ୍ଷା କରନ୍ତୁ । ଯଦି ପେଟ କ୍ରମଶଃ ବଢିବାରେ ଲାଗୁଛି ତେବେ ଏଥିରେ ରକ୍ତ ଜମି ଯାଉଛି । ତାଙ୍କର ନାଡିର ଗତିକୁ ବାରମ୍ବାର ପରୀକ୍ଷଣ କରନ୍ତୁ ଓ ପ୍ରଘାତର ପ୍ରଧାନ ଲକ୍ଷଣମାନ ନିରୂପଣ କରନ୍ତୁ । ସାଧାରଣତଃ ଗର୍ଭାଶୟ ଖୁବ୍ ସଙ୍କୁଚିତ ଓ ଶାକ୍ତ ହୋଇଯାଏ – ଏମିତିକି କ୍ରିକେଟ୍ ବଲ୍ ଆକାରର ହୋଇଯାଏ । ଯଦି ଖୁବ୍ ଜୋରରେ ରକ୍ତସ୍ରାବ ହେବାରେ ଲାଗିଥାଏ ଏବଂ ପୁଳା ପୁଳା କରି ମାଆ ଦେହରୁ ବହୁତ ରକ୍ତ ନିଗିଡି ଆସୁଥାଏ । ତେବେ ନିମ୍ନଲିଖିତ ବ୍ୟବସ୍ଥା କରନ୍ତୁ । ଶୀଘ୍ର ଡାକ୍ତରଖାନାର ସାହାଯ୍ୟ ନିଅନ୍ତୁ । ଯଦି ଶୀଘ୍ର ରକ୍ତସ୍ରାବ ବନ୍ଦ ନ ହେଉଛି ତେବେ ମାଆ ପାଇଁ ରକ୍ତର ଆବଶ୍ୟକତା ପଡିପାରେ । ଯଦି ଆପଣଙ୍କ ପାଖରେ ଏରଗୋନୋଭାଇନ ବା ଆକସିଟୋସିନ ଅଛି, ତେବେ ବ୍ୟବହାର କରିବାକୁ ଦିଅନ୍ତୁ । (ଯଦି ଫୁଲ ନ ପଡିଥାଏ ତେବେ ଏରଗୋନୋଭାଇନ ପରିବର୍ତ୍ତେ ଅକସିଟୋସିନ ଦେବା ଭଲ) ମା ପ୍ରଚୁର ପରିମାଣରେ ତରଳ ପଦାର୍ଥ ପିଇବା ଉଚିତ୍ । ଯଦି ସେ ବେହୋସ ହୋଇ ଯାଉଛନ୍ତି ବା ତାଙ୍କର ନାଡୀ ଶିଥିଳ ହୋଇ ଆସୁଛି ବା ଅନ୍ୟ କୌଣସି ଲକ୍ଷଣ ପ୍ରକାଶ ପାଉଛି ଗୋଡ ଉପରକୁ ରଖି ମୁଣ୍ଡ ତଳକୁ କରି ଦିଅନ୍ତୁ । ଯଦି ମା’ ଦେହରୁ ବହୁତ ରକ୍ତ ନିଗିଡି ଯାଇଥାଏ ଏବଂ ଏହି ରକ୍ତସ୍ରାବ ଯୋଗୁଁ ମୃତ୍ୟୁ ଆଶଙ୍କା କରାଯାଉଥାଏ ତେବେ ରକ୍ତ ବନ୍ଦ ହେବାପାଇଁ ଏହିଭଳି କରନ୍ତୁ ଯଦି ମାଲିସ କରିବା ପରେ ମଧ୍ୟ ରକ୍ତସ୍ରାବ ହେବାରେ ଲାଗିଥାଏ ମା’ ନାଭିର ଅଳ୍ପ ତଳକୁ ଆପଣ ନିଜର ଗୋଟିଏ ହାତ ଉପରେ ଆଉ ଗୋଟିଏ ହାତ ରଖି ଏହା ଉପରେ ଆପଣଙ୍କର ସମ୍ପୂର୍ଣ୍ଣ ଶରୀରର ଓଜନକୁ ଦବାଇ ରଖିଥାନ୍ତୁ । ହୁଏତ ବହୁତ ଡେରି ପର୍ଯ୍ୟନ୍ତ ଏହିପରି ଆପଣଙ୍କୁ ଦବାଇ ରଖିବାକୁ ପଡିପାରେ । ଯଦି ଏହା ପରେ ମଧ୍ୟ ରକ୍ତସ୍ରାବ ବନ୍ଦ ନ ହୁଏ : ଗର୍ଭାଶୟ ଉପର ଅଂଶ ଦୁଇ ହାତ ରଖି ପେଟକୁ ଜୋରରେ ଦବାନ୍ତୁ । ଯାହାଦ୍ଵାରା ଗର୍ଭାଶୟଟି ତଳିପେଟ ଆଡକୁ ଚାପ ଦେଇ ରହିବ । ଖୁବ୍ ଜୋରରେ ନିଜ ଓଜନରେ ଏହିପରି କରନ୍ତୁ । ଏହିପରି ରକ୍ତ ବନ୍ଦ ହେବା ପର୍ଯ୍ୟନ୍ତ ଡାକ୍ତରୀ ସାହାଯ୍ୟ ପାଇବା ପର୍ଯ୍ୟନ୍ତ କରନ୍ତୁ । କିମ୍ବା, ଆପଣଙ୍କର ଦୁଇ ହାତରେ ଗର୍ଭାଶୟଟିକୁ ଧରି ଖୁବ୍ ଜୋରରେ ଦବାନ୍ତୁ । ରକ୍ତ ବନ୍ଦ ନ ହେବା ପର୍ଯ୍ୟନ୍ତ କିମ୍ବା ଡାକ୍ତରୀ ସହାୟତା ନ ମିଳିବା ପର୍ଯ୍ୟନ୍ତ ଏହିପରି ଦବାଇ ରଖିଥାନ୍ତୁ । ଆକସିଟୋସିନ ଜାତୀୟ ଔଷଧର ଉପଯୁକ୍ତ ବ୍ୟବହାର ଅକସିଟସିକସ ଔଷଧଗୁଡିକ ହେଉଛି – ଏରଗୋନୋଭାଇନ, ଏରଗୋମେଟ୍ରିନ ବା ଅକସିଟୋସିନ । ଏହା ଗର୍ଭାଶୟ ତଥା ଏହା ଭିତରେ ଥିବା ରକ୍ତଥଳୀଗୁଡିକୁ ସଙ୍କୁଚିତ କରିଥାଏ । ଏଗୁଡିକ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଔଷଧ ସତ, କିନ୍ତୁ ଅତ୍ୟନ୍ତ ବିପଜ୍ଜନକ ମଧ୍ୟ । ଯଦି ଏହି ଔଷଧ ଖାଇବାରେ ବା ଅନୁପାତରେ ଭୁଲ୍ ହୋଇଥାଏ ତେବେ ମାଆ ତଥା ତା’ର ଗର୍ଭାଶୟରେ ଥିବା ଶିଶୁ ଉଭୟେ ମୃତ୍ୟୁ ମୁଖରେ ପଡିଥାନ୍ତି । ଯଦି ଏହି ଔଷଧକୁ ଠିକ୍ ପରିମାଣରେ ଦିଆଯାଏ ତା’ ହେଲେ ଏହା ଜୀବନ ବଞ୍ଚାଇ ଦେଇପାରେ, ଏହାର ଉଚିତ୍ ବ୍ୟବହାର ଏହିପରି : ଶିଶୁ ଜନ୍ମ ହେବାପରେ ରକ୍ତସ୍ରାବ ବନ୍ଦ କରିବା ନିମନ୍ତେ : ଔଷଧ ଏହି ସମୟରେ ହିଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ, ଫୁଲ ପଡିବା ପରେ ହେଉଥିବା ରକ୍ତସ୍ରାବ ବନ୍ଦ କରିବା ପାଇଁ ୦-୫ ମି.ଗ୍ରା. ବାଲା ଏଲଗୋନୋଭାଇନ ବା ଏରଗୋମେଟ୍ରିନ ଔଷଧର ପୂରା ଶିଶିକୁ ମାଂସପେଶୀରେ ଇଞ୍ଜେକ୍ସନ ଦିଅନ୍ତୁ । ଯଦି ଇଞ୍ଜେକ୍ସନ ଦେବାର ଅଧ ଘଣ୍ଟା ପରେ ମଧ୍ୟ ରକ୍ତସ୍ରାବ ହେବାରେ ଲାଗିଥାଏ ତେବେ ଅଧା ଶିଶି ପରିମାଣର ଔଷଧ ନେବାକୁ ଚେଷ୍ଟା କରନ୍ତୁ । ରକ୍ତସ୍ରାବ ବନ୍ଦ ହେବାପରେ ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରତି ୪ ଘଣ୍ଟା ବ୍ୟବଧାନରେ ଗୋଟିଏ ଲେଖାଏଁ ବଟିକା ଦିଅନ୍ତୁ । ଯଦି ଏରଗୋନୋଭାଇନ ମିଳୁ ନାହିଁ ବା ଫୁଲ ପଡିବା ପୂର୍ବରୁ ଅତ୍ୟଧିକ ରକ୍ତସ୍ରାବ ଏଉଛି ତେବେ ଅକସିଟୋସିନ ଇଞ୍ଜେକ୍ସନ ଦିଅନ୍ତୁ । ଗୁରୁତ୍ଵପୂର୍ଣ୍ଣ : ପ୍ରତ୍ୟକ ଗର୍ଭବତୀ ମା ବା ଧାଈକୁ ନିଜ ପାଖରେ ସମୟ ଅନୁସାରେ କାମରେ ଲାଗିବା ପାଇଁ ଏରଗୋନୋଭାଇନ ଇଞ୍ଜେକ୍ସନ ରଖିଥିବା ଆବଶ୍ୟକ । କାରଣ ଏହା ତୀବ୍ର ରକ୍ତସ୍ରାବକୁ ବନ୍ଦ କରିପାରେ । କିନ୍ତୁ ରହି ଔଷଧଟି କେବଳ ସାଘାଂତିକ ପରିସ୍ଥିତିରେ ହିଁ ଦିଆଯିବା ଉଚିତ୍ । ପ୍ରସବ ପରେ ତୀବ୍ର ରକ୍ତସ୍ରାବ ବନ୍ଦ ହେବା ପର୍ଯ୍ୟନ୍ତ : ଯେଉଁ ସ୍ତ୍ରୀ ଲୋକମାନଙ୍କର ପୂର୍ବବର୍ତ୍ତୀ ସନ୍ତାନ ଜନ୍ମ କାଳରେ ଅତ୍ୟଧିକ ରକ୍ତସ୍ରାବ ହୋଇଛି, ସେମାନଙ୍କୁ ଶିଶୁ ଜନ୍ମ ପରେ ଏକ ଶିଶି ଏରଗୋନୋଭାଇନ ଇଞ୍ଜେକ୍ସନ ଦିଅନ୍ତୁ । ଏହାଦ୍ଵାରା ପ୍ରସବର ୩ୟ ପର୍ଯ୍ୟାୟ କମି ଯାଇଥାଏ ଓ ରକ୍ତରାବ ମଧ୍ୟ କମିଯାଏ । ଯଦି ସମ୍ଭବ ହୁଏ ଏହି ଇଞ୍ଜେକ୍ସନ କିମ୍ବା ବଟିକାକୁ ପ୍ରତି ୪ ଘଣ୍ଟାରେ ପ୍ରଥମ ୨୪ ଘଣ୍ଟା ଭିତରେ ଦେବା ଉଚିତ୍ । ଯାଇ ତଥାପି ପରିସ୍ଥିତି ବଦଳେ ନାହିଁ ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଗର୍ଭପାତଯୋଗୁଁ ହେଉଥିବା ରକ୍ତସ୍ରାବ ବନ୍ଦ କରିବା ପାଇଁ : ଅକ୍ସିଟସିକ ଔଷଧ ଗୁଡିକ ବେଳେବେଳେ ଅସୁବିଧା କରିଥାଏ । କେବଳ ଜଣେ ଅଭିଜ୍ଞ ସ୍ୱାସ୍ଥ୍ୟସେବୀଙ୍କଠୁ ହିଁ ଔଷଧ ଦେଇ ପାରନ୍ତି, ଯଦି ସ୍ତ୍ରୀ ଲୋକଟି ଦେହରୁ ଖୁବ୍ ଶୀଘ୍ର ଖୁବ୍ ଜୋରରେ ରକ୍ତ ବାହାରି ଯାଉଥାଏ ଓ ଡାକ୍ତରଖାନା ଅନେକ ଦୂରରେ ଥାଏ, ତେବେ ଉପରଲିଖିତ ବିଧି ଅନୁସାରେ ଅକ୍ସିଟସିକ ବ୍ୟବହାର କରିପାରନ୍ତି । ଅକ୍ସିଟସିନ ଅପେକ୍ଷାକୃତ ଏଥିପାଇଁ ସର୍ବୋକୃଷ୍ଟ ଅଟେ । ସତର୍କତା : ପ୍ରସବ ଶୀଘ୍ର କରାଇବା ପାଇଁ ପ୍ରସବ କାଳରେ ମାଆକୁ ଶକ୍ତି ପ୍ରଦାନ କରିବା ନିମିତ୍ତ ଏରଗୋଗ୍ରେଟ, ପିଟୋସିନ ବା ପିଟୁଇଟିନ ଆଦି ଔଷଧ ଖାଇବାକୁ ଦେବା ମା ଓ ଶିଶୁ ଉଭୟଙ୍କ ପକ୍ଷେ କ୍ଷତିକାରକ ଅଟେ । ଶିଶୁ ଜନ୍ମ ହେବା ପୂର୍ବରୁ ଅକ୍ସିଟୋସିକ ଔଷଧର ସବୁବେଳେ ଆବଶ୍ୟକ ପଡେ ନାହିଁ, କିନ୍ତୁ ଯଦି ଆବଶ୍ୟକ ପଡେ ତେବେ କେବଳ ଅଭିଜ୍ଞ ସ୍ୱାସ୍ଥ୍ୟକର୍ମୀ ଅଥବା ଧାଈ ହିଁ ଏହି ଔଷଧ ଖାଇବାକୁ ଦେଇ ପାରିବେ । ଶିଶୁ ଜନ୍ମ ହେବା ପୂର୍ବରୁ ପ୍ରସବକାରକ ଔଷଧ ଆଦୌ ବ୍ୟବହାର କରନ୍ତୁ ନାହିଁ । ମା’କୁ ପ୍ରସବ ସମୟରେ ଶକ୍ତି ପ୍ରଦାନ ପାଇଁ ବା ଶୀଘ୍ର ପ୍ରସବ ପାଇଁ କୌଣସି ବିପଦଶୂନ୍ୟ ଔଷଧ ନାହିଁ । ଯଦି ପ୍ରସବ ସମୟରେ ଆପଣ ମା’ର ଅଧିକ ଶକ୍ତି ଚାହାନ୍ତି ତେବେ ଗର୍ଭ ଉଦୟ ହେବାଠାରୁ ପୂରା ୯ ମାସ ପର୍ଯ୍ୟନ୍ତ ତାଙ୍କୁ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦିଅନ୍ତୁ । କମ୍ ସନ୍ତାନ ହେବାକୁ ତାଙ୍କୁ ପରାମର୍ଶ ଦିଅନ୍ତୁ । ତାଙ୍କୁ କୁହନ୍ତୁ ଯେ, ଯେତେବେଳେଯାଏଁ ସେ ଦ୍ଵିତୀୟବାର ପାଇଁ ପୂରା ଶକ୍ତି ସଞ୍ଚୟ ନ କରିଛନ୍ତି ଅନ୍ୟ ସନ୍ତାନ ସଂକ୍ରାନ୍ତରେ ତାଙ୍କର ଚିନ୍ତା କରିବା ଉଚିତ୍ ନୁହେଁ । ଗୋଟିଏ ସନ୍ତାନ ଜନ୍ମପରେ ୩ ବର୍ଷ ବ୍ୟବଧାନ ରଖିବା ଉଚିତ୍ । କଷ୍ଟଦାୟକ ପ୍ରସବ ଯଦି ପ୍ରସବ ସମୟରେ କୌଣସି ସାଘାଂତିକ ସମସ୍ୟା ଦେଖାଯାଏ ତେବେ ତୁରନ୍ତ ଡାକ୍ତରଖାନାର ସହାୟତା ନେବା ଏକାନ୍ତ ଜରୁରୀ । କେତେକ ଅତ୍ୟନ୍ତ ଭୟଙ୍କର ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ । ଏଠାରେ ସେହିଭଳି କେତେକ ସମସ୍ୟା ସଙ୍କ୍ରାନ୍ତରେ ବର୍ଣ୍ଣନା କରାଯାଇଛି । ପ୍ରଥମ ଥର ପ୍ରସବରେ ଯନ୍ତ୍ରଣା ୧୨-୧୮ ଘଣ୍ଟା ଧରି ହୁଏ, ୧୮ଘଣ୍ଟାରୁ ଅଧିକ ହେଲେ ଏହାକୁ ଦୀର୍ଘକାଳୀନ ଯନ୍ତ୍ରଣା କହନ୍ତି । ଆଉ ସବୁ ପରବର୍ତ୍ତୀ ପ୍ରସବରେ ୧୨ ଘଣ୍ଟା ଯନ୍ତ୍ରଣା ହୁଏ । ଯଦି ଅଧିକ ଯନ୍ତ୍ରଣା ହୁଏ ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ପ୍ରସବ ବନ୍ଦ ହୋଇଯିବା ଭୟଭୀତ ବା ଗତି ଧିମେଇବା ବା ବହୁତ ଡେରି ପର୍ଯ୍ୟନ୍ତ ଲାଗି ରହିବା : ଥରେ ପ୍ରସବ ବେଦନା ତୀବ୍ର ହେବା ପରେ ବା ପାଣିଥଳୀ ଫାଟିଯିବା ପରେ ଏପରି ହୁଏ, ଏହାର ଅନେକ କାରଣ ଅଛି । ପ୍ରଥମ ଗର୍ଭବତୀ ହୋଇଥିଲେ । ବିଶେଷତଃ ଅତି ବୟସ୍କ ସ୍ତ୍ରୀ ଯଦି ପ୍ରଥମ ଥର ଗର୍ଭବତୀ ହୋଇଥାଏ । ନାରୀଟି ଅତ୍ୟଧିକ ଭୟଭୀତ ହୋଇଗଲେ ଅଥବା ଉଦାସ ହୋଇଗଲେ । ଏହା ଫଳରେ ସଙ୍କୋଚନ ଧିମେଇଯାଏ ବା ସମ୍ପୂର୍ଣ୍ଣରୂପେ ବନ୍ଦ ହୋଇଯାଇ ପାରେ । ତାଙ୍କୁ ଆଶ୍ଵାସନା ଦିଅନ୍ତୁ । ତାଙ୍କୁ ବୁଝାଇ ଦିଅନ୍ତୁ ଯେ ପ୍ରସବ ଧୀରେ ଧୀରେ ହୁଏ, ଏଥିପାଇଁ କିଛି ଅସୁବିଧା ନାହିଁ । ତାଙ୍କର ଅବସ୍ଥା ବଦଳିବା ପାଇଁ ବାରମ୍ବାର ଉତ୍ସାହ ଦିଅନ୍ତୁ ଓ ପିଇବାକୁ, ଖାଇବାକୁ, ପରିସ୍ରା କରିବାକୁ କୁହନ୍ତୁ । ଗର୍ଭାଶୟରେ ଶିଶୁର ସ୍ଥିତି ଠିକ୍ ନ ଥିଲେ : ଶୂଳ ଆରମ୍ଭ ହେବା ସଙ୍ଗେ ସଙ୍ଗେ ପରୀକ୍ଷା କରି ଦେଖନ୍ତୁ । ଶିଶୁର ସ୍ଥିତି ଗର୍ଭାଶୟରେ ଗୋଟିଏ ପାଟ ହୋଇ ରହିଯାଇଛି କି ? କେତେବାର ପେଟକୁ ହଲଚଲ କରି ଧାଈ ଶିଶୁର ସ୍ଥିତିକୁ ସଜାଡି ଦେଇପାରେ । ସଙ୍କୋଚନ ସମୟରେ ଶିଶୁର ସ୍ଥିତିକୁ ଧୀରେ ଧୀରେ ବଦଳାଇବାକୁ ଚେଷ୍ଟା କରନ୍ତୁ । ଯେତେବେଳେ ପର୍ଯ୍ୟନ୍ତ ଶିଶୁର ମୁଣ୍ଡ ତଳ ଆଡକୁ ନ ହୋଇଛି ସେତେବେଳେ ପର୍ଯ୍ୟନ୍ତ ଏହି ଭଳି ଚେଷ୍ଟା ଅବ୍ୟାହତ ରଖିଥାନ୍ତୁ । କିନ୍ତୁ ଆଦୌ ବଳ ପ୍ରୟୋଗ କରନ୍ତୁ ନାହିଁ । ବେଳେବେଳେ ଗର୍ଭାଶୟ ମଧ୍ୟ ଫାଟି ଯାଇଥାଏ । ଯଦି ଶିଶୁର ସ୍ଥିତିକୁ ବଦଳା ଯାଇ ନ ପାରେ, ତେବେ ମାଆକୁ କୌଣସି ଡାକ୍ତରଖାନାକୁ ନେଇ ଚାଲନ୍ତୁ । ପ୍ରସବ ଯନ୍ତ୍ରଣା ଆରମ୍ଭ ପୂର୍ବରୁ ଡାକ୍ତରଖାନାକୁ ନେଇଯିବା ଭଲ । ଯଦି ଶିଶୁର ମୁହଁ ପଛ ଆଡକୁ ରହିବା ବଦଳରେ ଆଗ ଆଡକୁ ଥାଏ : ଆପଣ ମାଆର ପେଟ ଉପରେ ହାତ ଦେଲେ ଶିଶୁର ଗୋଲାକାର ବେକ ପରିବର୍ତ୍ତେ ଆପଣଙ୍କ ହାତରେ ତା’ର ବାହୁ ଓ ଗୋଡ ବାଜିବ । ଏହାଦ୍ଵାରା ଆପଣଙ୍କ ହାତକୁ ଉଚ୍ଚ ଖାଲ ଜଣାପଡିବ । ଏହା ସାଧାରଣତଃ ଏକ ଗୁରୁତର ସମସ୍ୟା ନୁହେଁ, କିନ୍ତୁ ଏହାଦ୍ଵାରା ପ୍ରସବ ଯନ୍ତ୍ରଣା ଅଧିକ ସମୟ ହୁଏ ଓ ମାଆର ଅଣ୍ଟା ବିନ୍ଧେ । ଏଥିପାଇଁ ସେ ବାରମ୍ବାର ନିଜର ଅବସ୍ଥିତି ବଦଳାଇବା ଉଚିତ୍, ଏହା ଫଳରେ ଶିଶୁର ଅବସ୍ଥିତି ବଦଳି ଯାଇପାରେ । ଗୋଟିଏ ଶିଶୁର ମୁଣ୍ଡ ଏତେବଡ ହୋଇଥାଏ ଯେ ଏହା ମାଆର ନିତମ୍ବ ହାଡ ମଧ୍ୟରେ ଆସିପାରେ ନାହିଁ ଯେଉଁ ସ୍ତ୍ରୀ ଲୋକମାନଙ୍କର ପିଚା ବହୁତ ଛୋ ଥାଏ ସେମାନଙ୍କ କ୍ଷେତ୍ରରେ ଏହା ଦେଖା ଦେଇଥାଏ । (ଯେଉଁ ମହିଳାମାନଙ୍କର ପୂର୍ବରୁ ସ୍ଵାଭାବିକ ପ୍ରସବ ହୋଇଥିବ ସାଧାରଣତଃ ସେମାନଙ୍କର ଏହି ସମସ୍ୟା ଦେଖାଦିଏ ନାହିଁ) ଯଦି ଆପଣଙ୍କର କୌଣସି କାରଣରୁ ଆଶଙ୍କା ହୁଏ ଯେ ଶିଶୁର ମୁଣ୍ଡ ତଳକୁ ଆସି ପାରିବ ନାହିଁ ତେବେ ମାଆକୁ ନିକଟସ୍ଥ ଡାକ୍ତରଖାନାକୁ ନେଇ ଯାଆନ୍ତୁ । ତାହାଙ୍କର ଅସ୍ତ୍ରୋପ୍ରଚାରର ଦରକାର ପଡିପାରେ । ଯେଉଁ ସ୍ତ୍ରୀ ଲୋକଙ୍କର ପିଚା ଛୋଟ ଥାଏ ସେମାନଙ୍କର ପ୍ରଥମ ସନ୍ତାନଟିର ଜନ୍ମ ଡାକ୍ତରଖାନାରେ ହେବା ଉଚିତ୍ । କୁପୋଷଣ ଯୋଗୁଁ ଅସ୍ଥି ଓ ଅସ୍ଥି ସଂଯୋଜକ ଝିଲ୍ଲୀରେ ପରିବର୍ତ୍ତନ ୩ଟିରୁ ଉର୍ଦ୍ଧ୍ଵ ଶିଶୁ ଜନ୍ମ ଦେଇଥିବା ମା’ ପାଖରେ ମଧ୍ୟ ନିତମ୍ବ ଜନିତ ଅସୁବିଧା ଦେଖାଦେଇପାରେ । ଯଦି ମାଆ ବାନ୍ତି କରୁଥାନ୍ତି ବା ପିଉ ନ ଥାନ୍ତି : - ତେବେ ତାଙ୍କର ନିର୍ଜଳନ ହୋଇପାରେ । ଏହାଦ୍ଵାରା ସଙ୍କୋଚନ ଧିମେଇଯାଏ ବା ବନ୍ଦ ହୋଇଯାଏ । ତେଣୁ ସଙ୍କୋଚନ ମଧ୍ୟରେ ତାଙ୍କୁ ପୁନର୍ଜଳପେୟ ଅଥବା ଅନ୍ୟାନ୍ୟ ପାନୀୟ ପିଇବାକୁ ଦିଅନ୍ତୁ । ଗର୍ଭାଶୟର ବିକୃତ ଗହଣା ବା ସେଥିରେ ଅର୍ବୁଦ ଥିଲେ । ମୂତ୍ରାଶୟ ଓ ମଳାଶୟ ଯଦି ପରିସ୍ରା କିମ୍ବା ମଳରେ ପୂର୍ଣ୍ଣ ଥାଏ । ଓଲଟା ପ୍ରସବ ସମୟେ ସମୟେ ମା’ର ପେଟକୁ ଛୁଇଁ ଅଥବା ଶିଶୁର ହୃତସ୍ପନ୍ଦନ ସୂନୀ ଧାଈମାନେ ଗର୍ଭାଶୟରେ ଶିଶୁଟି ଓଲଟା ଥିବାର କହିଥାନ୍ତି । ପ୍ରଥମ ପ୍ରସବ କ୍ଷେତ୍ରରେ ଏହିପରି ଶିତି ହେଲେ ମା’କୁ ଡାକ୍ତରଖାନା ନେଇଯାନ୍ତୁ । ଓଲଟା ପ୍ରସବ ଏହିଭଳିଭାବେ ଅପେକ୍ଷାକୃତ ସହଜ ହୋଇଥାଏ ଯଦି ଶିଶୁର ଗୋଡ ଆଗ ବାହାରି ଆସେ କିନ୍ତୁ ବାହୁ ନ ବାହାରେ ତେବେ ଆପଣ ନିଜ ହାତକୁ ଭଲ ଭାବରେ ପରିଷ୍କାର କରି ତହିଁ ଉପରେ ଆଲକହଲ ମାଲିସ କରନ୍ତୁ ଅଥବା ଜୀବାଣୁମୁକ୍ତ ଦସ୍ତାନା ପିନ୍ଧି ଏହିପରି କରନ୍ତୁ : ଯଦି ଶିଶୁର ମୁଣ୍ଡଟି ଅଟକି ଯାଇଥାଏ ତେବେ ମା’କୁ ମୁହଁ ଉପର କରି ଚିତ୍ ହୋଇ ଶୁଆଇ ଦିଅନ୍ତୁ, ତା’ପରେ ଆପଣ ନିଜର ଗୋଟିଏ ଅଙ୍ଗୁଳି ଶିଶୁର ପାଟି ଭିତରେ ଭାରନ୍ତୁ ଓ ଶିଶୁର ମୁଣ୍ଡକୁ ତାହାର ଛାତି ଆଡକୁ ଆସ୍ତେ ଆସ୍ତେ ଟାଣନ୍ତୁ, ଠିକ୍ ସେହି ସମୟରେ ଜଣେ ମା’ର ପେଟ ଉପରେ ହାତ ଦେଇ ଶିଶୁର ମୁଣ୍ଡକୁ ତଳକୁ ଏହିପରି ଭାବେ ଠେଲିବା ଆବଶ୍ୟକ । ମା’କୁ କୁହନ୍ତୁ ସେ ଆହୁରି ଜୋର ଲଗାନ୍ତୁ । ମନେ ରଖନ୍ତୁ ଶିଶୁର ଶରୀରକୁ ବାହାରୁ ଆଦୌ ଟାଣନ୍ତୁ ନାହିଁ । ବାହୁ ଦେଖାଗଲେ ଯଦି ଶିଶୁର ହାତ ପ୍ରଥମେ ବାହାରେ ତେବେ ସଙ୍ଗେ ସଙ୍ଗେ ଡାକ୍ତରଖାନାର ସାହାଯ୍ୟ ନିଅନ୍ତୁ କାରଣ ଶିଶୁକୁ ବାହାର କରିବା ପାଇଁ ଅସ୍ତ୍ରୋପ୍ରଚାରର ଆବଶ୍ୟକ ହୋଇଥାଏ । ବେଳେବେଳେ ନାଭି ନାଡଟି ଶିଶୁର ବେକରେ ଏହିଭଳିଭାବେ ଗୁଡାଇ ହୋଇ ଯାଇଥାଏ ଯେ ଶିଶୁଟି ସହଜରେ ବାହାରକୁ ବାହାରିପାରେ ନାହିଁ । ଶିଶୁ ବେକରେ ଗୁଡାଇ ହୋଇଥିବା ଏହି ନାଡକୁ ଖସାଇ ଦେବାପାଇଁ ଚେଷ୍ଟା କରନ୍ତୁ । ଯଦି ଆପଣ ପାରୁ ନାହାଁନ୍ତି ତେବେ ନାଭି ନାଡକୁ ବାନ୍ଧି ବାନ୍ଧି କାଟି ଦେବା ଉଚିତ୍ । ଏଥିପାଇଁ ଚଉଡା ମୁହଁବାଲା କତୁରୀ ଫୁଟନ୍ତା ପାଣିରେ ପକାଇ ବ୍ୟବହାର କରନ୍ତୁ । ଶିଶୁର ମୁହଁ ଓ ନାକ ଉପରେ ମଳ : ଯେତେବେଳେ ପାଣିଥଳୀ ଫାଟିଯାଏ ଏବଂ ଏଥିରେ ଶିଶୁର କଳା ଝାଡା ଦେଖିବାକୁ ମିଳେ ତେବେ ଶିଶୁ ଘୋର ବିପଦରେ ଅଛି ବୋଲି ବୁଝିବାକୁ ହେବ । ଯଦି ନିଃଶ୍ଵାସ ନେଲାବେଳେ ଏହି ମଳ ଶିଶୁର ଫୁସୁଫୁସ୍ ଭିତରକୁ ଚାଲିଯାଏ ତେବେ ଶିଶୁ ମୃତ୍ୟୁ ମୁଖରେ ପଡିବାଟା ନିଶ୍ଚିତ । ଯେତେବେଳେ ଶିଶୁର ମୁଣ୍ଡଟି ବାହାରକୁ ବାହାରିବ ସେତେବେଳେ ମା’କୁ କୁହନ୍ତୁ ସେ ଜୋର ଲଗାଇବା ପରିବର୍ତ୍ତେ ଖୁବ୍ ଶୀଘ୍ର ଶୀଘ୍ର ଅଳ୍ପ ଅଳ୍ପ ନିଃଶ୍ଵାସ ନେବେ । ଶିଶୁଟି ନିଃଶ୍ଵାସ ପ୍ରଶ୍ଵାସ ନେବା ପୂର୍ବରୁ ତ’ ମୁହଁରେ ଓ ନାକ ଉପରେ ଜମିଥିବା ମଳକୁ ଗୋଟିଏ ଶୋଷକ ଯନ୍ତ୍ର ସାହାଯ୍ୟରେ ବାହାର କରିନିଅନ୍ତୁ । ଯଦିବା ସେ ଠିକ୍ ଭାବେ ନିଃଶ୍ଵାସ ପ୍ରଶ୍ଵାସ ନେବା ଆରମ୍ଭ କରେ ତଥାପି ଆପଣ ଜମିଥିବା ସମସ୍ତ ମଳ ବାହାରିବା ପର୍ଯ୍ୟନ୍ତ ଶୋଷିବା ପ୍ରକ୍ରିୟା ଅବ୍ୟାହତ ରଖିଥାନ୍ତୁ । ଜାଆଁଳା : ଗୋଟିଏ ଶିଶୁ ଜନ୍ମ କରିବା ଠାରୁ ଜାଆଁଳା ସନ୍ତାନ ଜନ୍ମ କରିବା ଅତ୍ୟନ୍ତ କଷ୍ଟଦାୟକ ଏବଂ ଉଭୟ ମା’ ଓ ଶିଶୁ ପାଇଁ ବିଶେଷ ବିପଦଜନକ । କାରଣ ଜାଆଁଳା ସନ୍ତାନମାନଙ୍କ କ୍ଷେତ୍ରରେ ପ୍ରସବ ଯନ୍ତ୍ରଣା ନିର୍ଦ୍ଧାରିତ ସମୟ ଆଗରୁ ହୋଇଥାଏ । ତେଣୁ ୭ ମାସ ଗର୍ଭାବସ୍ଥାଠାରୁ ମା’ ଡାକ୍ତରଖାନା ପାଖରେ ରହୁଥିବା ଆବଶ୍ୟକ । ମା’କୁ ଯଥେଷ୍ଟ ବିଶ୍ରାମ ଦେବା ଆବଶ୍ୟକ ଯାହାଦ୍ଵାରା ଗର୍ଭଧାରଣ ସମୟ ସମ୍ପୂର୍ଣ୍ଣ ହେବା ପୂର୍ବରୁ ପ୍ରସବ ଯନ୍ତ୍ରଣା ହେବ ନାହିଁ । ଜାଆଁଳା ସନ୍ତାନ ହେବାର କେତୋଟି ଲକ୍ଷଣ : ପେଟ ଖୁବ୍ ଶୀଘ୍ର ବଢିଯାଏ ଓ ଗର୍ଭାଶୟ ମଧ୍ୟ ଖୁବ୍ ବଢିଯାଏ – ବିଶେଷତଃ ଶେଷ ମାସଟିରେ । ଯଦି ସାଧାରଣ ଅପେକ୍ଷା ଶିଶୁର ଓଜନ ଜୋରରେ ବଢି ଚାଲେ ଓ ଗର୍ଭାବସ୍ଥାର ସାଧାରଣ ସମସ୍ୟାମାନ ଉତ୍କଟ ଆକାରରେ ଦେଖାଦିଏ (ଯଥା – ସକାଳ ଅସୁବିଧା, ମୁଣ୍ଡବ୍ୟଥା, ଶିର ଫୁଲିବା, ଅଣ୍ଟା ବିନ୍ଧା, ଅର୍ଶ, ଫୁଲିବା ଓ ନିଃଶ୍ଵାସ ନେବାରେ କଷ୍ଟ ହେବା ) ତେବେ ଜାଆଁଳା ସନ୍ତାନ ହେବାର ସମ୍ଭାବନା ଥାଏ । ଯଦି ଆପଣ ଖୁବ୍ ବଡ ଦେଖାଯାଉଥିବା ଗର୍ଭାଶୟ ମଧ୍ୟରେ ତିନୋଟି ବଡ ଜିନିଷ (ମୁଣ୍ଡ ଓ ପିଚା) ଅନୁଭବ କରନ୍ତି ତେବେ ଜାଆଁଳା ଶିଶୁ ହୋଇଥିବା ସମ୍ଭବ । ବେଳେବେଳେ ମା’ର ହୃତସ୍ପନ୍ଦନ ବ୍ୟତୀତ ଆପଣ ଆଉ ଦୁଇଟି ଭିନ୍ନ ଭିନ୍ନ ହୃତସ୍ପନ୍ଦନ ଶୁଣିପାରିବେ । କିନ୍ତୁ ଏହା କଷ୍ଟକର । ଗର୍ଭାବସ୍ଥାର ଶେଷ ମାସ ମାନଙ୍କରେ ଯଦି ମା’ ଅଧିକ ବିଶ୍ରାମ ଓ କଠିନ ପରିଶ୍ରମ ନ କରେ ତେବେ ଜାଆଁଳା ଶିଶୁମାନେ ସଅଳ ଜନ୍ମ ହୋଇ ପାରନ୍ତି ନାହିଁ । ଯଦି ଜାଆଁଳା ଶିଶୁମାନେ ଦୁର୍ବଳ ଓ ସାନ ହୁଅନ୍ତି ତେବେ ଏମାନେ ସ୍ଵତନ୍ତ୍ର ଯତ୍ନ ଆବଶ୍ୟକ କରିଥାନ୍ତି (ଏମାନଙ୍କ ପାଇଁ ସ୍ଵତନ୍ତ୍ର ଯତ୍ନ ନିଆଜିବା ଉଚିତ୍ ) । ଜାଆଁଳା ଶିଶୁମାନଙ୍କର କୌଣସି ଅଦ୍ଭୁତ ବା ଯାଦୁକରୀ ଶକ୍ତି ଥାଏ ବୋଲି ଯାହା ଲୋକମାନେ ବିଶ୍ଵାସ କରନ୍ତି, ତାହା ସତ ନୁହେଁ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ