ଉପକ୍ରମ ଶିଶୁମାନଙ୍କଠାରେ ବାରମ୍ବାର ଦେଖାଯାଉଥିବା କେତେକ ସମସ୍ୟା ଏଠାରେ ସଂକ୍ଷେପରେ କରାଯାଉଛି । ପ୍ରତ୍ୟକ ସମସ୍ୟା ପାଇଁ ଅଧିକ ଜାଣିବାକୁ ହେଲେ ତଳଲିଖିତ ପୃଷ୍ଠାମାନ ଦେଖନ୍ତୁ । ମନେ ରଖନ୍ତୁ : ଶିଶୁମାନଙ୍କଥରେ ହେଉଥିବା ରୋଗ ଖୁବ୍ ଶୀଘ୍ର ଭୟଙ୍କର ଆକାର ଧାରଣ କରେ । ଯେଉଁ ରୋଗ ଗୋଟିଏ ବୟସ୍କ ଲୋକର ଗୁରୁତର କ୍ଷତି ଘଟାଇବାକୁ ବା ମାରି ଦେବାକୁ କେତେଦିନ ବା କେତେ ସପ୍ତାହ ଆବଶ୍ୟକ କରିଥାଏ, ସେହି ରୋଗ ଗୋଟିଏ ଶିଶୁକୁ ମାରିଦେବା ପାଇଁ ମାତ୍ର କେତୋଟି ଘଣ୍ଟା ସମୟ ନେଇଥାଏ । ସେଥିପାଇଁ ଏହା ଗୁରୁତ୍ଵପୂର୍ଣ୍ଣ ଯେ ଶିଶୁଠାରେ ରୋଗର ଲକ୍ଷଣ ଦେଖିଲା ମାତ୍ରେ ତାହାର ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ଉଚିତ୍ । ଅଧିକାଂଶ ଶିଶୁ ଖାଇବାକୁ ନ ପାଇବାଦ୍ଵାରା କୁପୋଷଣର ଶିକାର ହୋଇଥାନ୍ତି । ଅଥବା ଯାହା ବୀ ଖାଆନ୍ତି ସେଥିରେ ଅଧିକ ପାଣି ଏବଂ ତନ୍ତୁ ପରିପୂର୍ଣ୍ଣ ଥାଏ । ଏଥିସହିତ ଅଧିକାଂଶ ପିଲା ଖାଦ୍ୟରେ ଭିଟାମିନ୍ ‘କ’ ପାଇ ନ ଥାନ୍ତି । କୁପୋଷଣ ପିଲାମାନଙ୍କର ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରିଥାଏ । ମୃଦୁ କୁପୋଷଣ ଉଗ୍ର କୁପୋଷଣ ଦୁର୍ବଳ ବୃଦ୍ଧି ଓଜନ ବୃଦ୍ଧି ନ ହେବା ପେଟ ଫୁଲିଯିବା ପାଦ ଫୁଲିଯିବା ପତଳା ଶରୀର କଳା ଚିହ୍ନ ବା ଘା’ ଭୋକ ନ ହେବା ବାଳ ଝଡିଯିବା ବା ରୁଗଣ ଦେଖାଯିବା ଶକ୍ତିର ଅଭାବ ହସିବା ବା ଖେଳିବାକୁ ଇଚ୍ଛା ନ ହେବା ରକ୍ତ ହୀନତା ପାଟି କଳ ଖାଇଯିବା ମଇଳା ଖାଇବା ସାଧାରଣ ଭାବରେ ଜ୍ଞାନ ନ ହେବା ପାଟି କଳରେ ଘା’ ଶୁଷ୍କ ଆଖି ବାରମ୍ବାର ଥଣ୍ଡା ଓ ସଂକ୍ରମଣ ଅନ୍ଧ ଅନ୍ଧାର କଣା ସାଧାରଣତଃ ତରଳ ଝାଡା ବା ମିଳିମିଳା ପରେ ପିଲାମାନଙ୍କର କୁ ପୋଷଣଜନିତ ଲକ୍ଷଣ ମାନ ଦେଖାଦେଇଥାଏ । ଯେଉଁପିଲା ଅସୁସ୍ଥ ବା ରୋଗରୁ ଭଲ ହେଉଛି ସେ ସୁସ୍ଥ ପିଲାମାନଙ୍କ ତୁଳନାରେ ଅଧିକ ଖାଦ୍ୟ ଆବଶ୍ୟକ କରିଥାଏ । ତରଳ ଝାଡା ଓ ନାଳ ଝାଡା ତରଳ ଝାଡା ଓ ପତଳା ଝାଡା ହେଉଥିବା ଶିଶୁପାଇଁ ଅଧିକ ବିପଦ ଘନେଇ ଆସେ ଯେତେବେଳେ ଏହି ପତଳା ଝାଡା ସହିତ ବାନ୍ତି ହୁଏ ଓ ଦେହରୁ ଅତ୍ୟଧିକ ଜଳୀୟ ଅଂଶ ବାହାରିଯାଏ । ଏହି କ୍ଷେତ୍ରରେ ତାକୁ ପୁନର୍ଜଳପେୟ ଦିଅନ୍ତୁ । ଯଦି ଶିଶୁ ସ୍ତନ୍ୟପାନ କରୁଥାଏ ତେବେ ତାକୁ ବାରମ୍ବାର ସ୍ତନ୍ୟପାନ କରାଇବାକୁ ଦିଅନ୍ତୁ ଓ ତା’ ସାଙ୍ଗରେ ପୁନର୍ଜଳପେୟ ମଧ୍ୟ ଦିଅନ୍ତୁ । ଗ୍ରୀଷ୍ମ ଋତୁରେ ଅତ୍ୟଧିକ ଝାଳ ବୋହିବା ଫଳରେ କେତେକ ଛୋଟ ଶିଶୁଙ୍କର ଶରୀରରେ ଜଳୀୟ ଅଂଶର ଅଭାବ ସୃଷ୍ଟି ହୋଇଥାଏ । ତେଣୁ ଗ୍ରୀଷ୍ମ ଦିନରେ ଶିଶୁକୁ ପ୍ରଚୁର ପରିମାଣରେ ସିଝା ତଥା ଥଣ୍ଡା ହୋଇଥିବା ପାଣି ପିଇବାକୁ ଦିଅନ୍ତୁ । ଅତିସାର ଭୋଗୁ ଥିବା ଶିଶୁପାଇଁ ଦ୍ଵିତୀୟ ବଡ ବିପଦ ହେଉଛି ପୁଷ୍ଟିହୀନତା, ଶିଶୁଟି କିଛି ଖାଇପାରିବା ଭଳି ଅବସ୍ଥାକୁ ଆସିଲାମାତ୍ରେ ତାହାକୁ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦେବା ଆରମ୍ଭ କରି ଦିଅନ୍ତୁ । ଜ୍ଵର ଛୋଟ ପିଲାମାନଙ୍କଠାରେ ଅଧିକ ଜ୍ଵର ହେଲେ ବାଟ ହୋଇପାରେ । ଏହା ମସ୍ତିସ୍କର କ୍ଷତି ଘଟାଇଥାଏ । ଜ୍ଵରର ଅଧିକ ଉତ୍ତାପକୁ ଶୀଘ୍ର କମାଇବା ପାଇ ଶିଶୁ ଦେହରୁ ସମସ୍ତ ଲୁଗା କାଢି ଦିଅନ୍ତୁ । ଥଣ୍ଡା ପାଣିରେ କପଡା ବୁଡାଇ ତାହାକୁ ଚିପୁଡି ଶିଶୁର ଦେହସାରା ବୁଲାନ୍ତୁ ଓ ତାହା ସାଙ୍ଗରେ ପଙ୍ଖା କରନ୍ତୁ । ତାହାକୁ ପ୍ରଚୁର ପରିମାଣରେ ପିଇବାକୁ ଦିଅନ୍ତୁ ଏବଂ ପାରାସିଟାମଲ୍ ଓ ଆସ୍ପିରିନ ଆବଶ୍ୟକ ପରିମାଣରେ ଦିଅନ୍ତୁ । ବାତ : ଶିଶୁର ବାତ ବା ଦେହ ହାତ ଥରି, ହାତ ମୁଠାମୁଠା କରିବାର କାରଣହେଉଛି – ଖୁବ୍ ଜୋରରେ ଜ୍ଵର, ନିର୍ଜଳନ, ମୂର୍ଚ୍ଛା ଏବଂ ମସ୍ତିସ୍କଝିଲ୍ଲୀ ସଂକ୍ରମଣ ଯଦି ଖୁବ୍ ଜୋରରେ ଜ୍ଵର ହୁଏ, ଏବଂ ନିର୍ଜଳନ ଓ ମସ୍ତିସ୍କଝିଲ୍ଲୀ ସଙ୍କରମାନର ଲକ୍ଷଣ ପରୀକ୍ଷା କରନ୍ତୁ । ଯଦି ଏହି ସମୟରେ ଦେହର ଜ୍ଵର ନ ଥାଏ ବା ଅନ୍ୟ କୌଣସି ଲକ୍ଷଣ ପ୍ରକାଶ ପାଉ ନ ଥାଏ ତେବେ ଏହା ମୂର୍ଚ୍ଛା ରୋଗ ଅଟେ । ବିଶେଷତଃ ଯଦି ଏହାପରେ ଶିଶୁ ପୁରାପୁରି ସୁସ୍ଥସବଳ ଦେଖାଯାଏ ଯେପରିକି ଆଦୌ ବାତ ଭୋଗିନାହିଁ, ତେବେ ନିଶ୍ଚିତ ହୁଅନ୍ତୁ ଯେ ଏହା ମୂର୍ଚ୍ଛା ରୋଗ । ଯେଉଁ ବାତରେ ପ୍ରଥମେ ଦାନ୍ତ ଯାବ ପଡିଯାଇ ଶରୀରର ଅନ୍ୟାନ୍ୟ ଅଂଶ ଶିଥିଳ ହୋଇଯାଏ, ତାହା ଧନୁଷ୍ଟଙ୍କାର ହୋଇପାରେ । ମସ୍ତିସ୍କଝିଲ୍ଲୀ ସଂକ୍ରମଣ ଏହି ଭୟଙ୍କର ରୋଗଟି ମିଳିମିଳା ବା ଅନ୍ୟ କୌଣସି ସେହିପରି ରୋଗ ଅଧିକ ଜଟିଳ ଆକାର ଧାରଣ କଲେ ଦେଖା ଦେଇଥାଏ । ଯେଉଁ ମା’ ମାନଙ୍କର ଯକ୍ଷ୍ମା ରୋଗ ଥାଏ ସେମାନଙ୍କର ଶିଶୁକୁ ଯକ୍ଷ୍ମା ଜାତୀୟ ମସ୍ତିସ୍କଝିଲ୍ଲୀ ସଂକ୍ରମଣ ହୋଇଥାଏ । ଶିଶୁ ଖୁବ୍ ରୋଗୀଣା ହୋଇଯାଏ । ସେ ପଡି ରହିଥିବା ବେଳେ ତା’ର ମୁଣ୍ଡ ପଛ ଆଡକୁ ଝୁଙ୍କି ରହିଥାଏ । ବେକ ଏତେ ଟାଣ ହୋଇ ଯାଇଥାଏ ଯେ, ତାହା ଆଗକୁ ପଛକୁ ବୁଲିପାରେ ନାହିଁ । ଶରୀରର ଅଦ୍ଭୁତ ଅଙ୍ଗୀ ପ୍ରକାଶ ପାଏ । ଏହିପରି ହେଉଥିଲେ ତାହା ମସ୍ତିସ୍କଝିଲ୍ଲୀ ସଂକ୍ରମଣ ଅଟେ । ରକ୍ତହୀନତା ପିଲାମାନଙ୍କଠାରେ ସାଧାରଣ ଲକ୍ଷଣ । * ଆଖିପତା ଭିତର, ଦାନ୍ତ ମାଢି ଓ ନଖ ଆଦି ମଳିନ, ଶେଥା ଦେଖାଯିବା । * ଭୀଷଣଭାବେ ଦୁର୍ବଳ ବା କ୍ଲାନ୍ତ ହୋଇ ପଡିବା । * ମାଟି ଖାଇବାକୁ ଇଚ୍ଛା କରିବା । ସାଧାରଣ କାରଣ : * ଲୌହସାର କମ୍ ଥିବା ଖାଦ୍ୟ * ଦୀର୍ଘକାଳୀନ ଆନ୍ତ୍ରିକ ସଂକ୍ରମଣ * ଅଙ୍କୁଶ କୃମି * ମ୍ୟାଲେରିଆ ପ୍ରତିଷେଧକ ଓ ଚିକିତ୍ସା : * ଲୌହସାର ଯୁକ୍ତ ଖାଦ୍ୟ ଖାଇବାକୁ ଦିଅନ୍ତୁ । ଯଥା : ସବୁଜ ରଙ୍ଗର ତଟକା ପାରିବା, ବିନ୍, ମସୁର, ଚିନାବାଦାମ, ମାଂସ ଓ ଅଣ୍ଡା, ଚିନି ପରିବର୍ତ୍ତେ ତାହାକୁ ଗୁଡ ଦିଅନ୍ତୁ । କାରଣ ଏଥିରେ ଅଧିକ ଲୌହସାର ଥାଏ । * ରକ୍ତଶୂନ୍ୟତାର କାରଣମାନ ପରୀକ୍ଷା କରି ଚିକିତ୍ସା କରନ୍ତୁ । ଯଦି ଅଙ୍କୁଶ କୃମି ଆପଣଙ୍କ ଅଳିନ୍ଦରେ ସାଧାରଣଭାବେ ଦେଖା ଦେଉଛି ତେବେ ପିଲାକୁ ଖାଲି ପାଦରେ ବୁଲିବାକୁ ଛାଡନ୍ତୁ ନାହିଁ ଏବଂ ମାଟିରେ ହାତ ଧୋଇବାକୁ ମନା କରନ୍ତୁ । କାରଣ ଏଥିରେ ଅଙ୍କୁଶ କୃମିର ଅଣ୍ଡାମାନ ରହିଥାଏ । * ଯଦି ଅଙ୍କୁଶ କୃମି ହୋଇଥିବାର ସନ୍ଦେହ କରନ୍ତି ତେବେ ଜଣେ ସ୍ୱାସ୍ଥ୍ୟସେବୀଙ୍କ ଦ୍ଵାରା ଶିଶୁର ଝାଡା ପରୀକ୍ଷା କରାଇ ଦିଅନ୍ତୁ । ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଅଙ୍କୁଶ କୃମିମାନଙ୍କର ଅଣ୍ଡା ଝାଡା ଭିତରେ ଥିବାର ଦେଖାଯାଏ । * ନିହାତି ଆବଶ୍ୟକ ହେଲେ ଲୌହ ଲବଣ ପାଟିରେ ଖାଇବାକୁ ଦିଅନ୍ତୁ । ଅନ୍ତ୍ରରେ ଦେଖାଯାଉଥିବା କୃମି ଓ ଅନ୍ୟାନ୍ୟ ପରଜୀବୀ : ଯଦି ପରିବାର ମଧ୍ୟରେ ଗୋଟିଏ ପିଲାର କୃମି ହୋଇଥାଏ ତେବେ ପରିବାରର ସମସ୍ତ ସଦସ୍ୟ ଚିକିତ୍ସିତ ହେବା ଉଚିତ୍ । କୃମି ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ପିଲାମାନେ ଏହା କରିବା ଉଚିତ୍ । * ପରିଚ୍ଛନ୍ନତା ସମ୍ବନ୍ଧୀୟ ନିୟମାବଳୀ ପାଳନ କରନ୍ତୁ । * ପାଇଖାନା ବ୍ୟବହାର କରିବା ଉଚିତ୍ । * ଖାଲି ପାଦରେ ବୁଲନ୍ତୁ ନାହିଁ । * ପରିବା ଭଲଭାବରେ ଧୋଇ ଓ ରାନ୍ଧି ଖାଆନ୍ତୁ । * ଫଳ ଖାଇବା ପୂର୍ବରୁ ଭଲ ଭାବରେ ଧୋଇ ନିଅନ୍ତୁ । * ସମ୍ପୂର୍ଣ୍ଣ ପଚି ଯାଇଥିବା ଅଥବା ଆଂଶିକ ପଚି ଯାଇଥିବା ମାଂସ ଖାଆନ୍ତୁ ନାହିଁ । * କେବଳ ନିର୍ମଲା ଓ ସିଝା ହୋଇଥିବା ପାଣି ପିଅନ୍ତୁ । ଚର୍ମ ସମସ୍ୟା ପିଲାମାନଙ୍କଠାରେ ଯାହା ସାଧାରଣତଃ ଦେଖାଯାଏ । * କୁଣ୍ଡିଆ * ସଂକ୍ରମିତ ଘା’ ଓ ଚର୍ମପୂୟ * ଯାଦୁ ଏବଂ ଅନ୍ୟାନ୍ୟ ଶୈବାଳ ସଂକ୍ରମଣ ଚର୍ମରୋଗ ରୋକିବା ପାଇଁ ପରିଚ୍ଛନ୍ନତା ନିୟମାବଳୀ ପାଳନ କରନ୍ତୁ * ପିଲାମାନଙ୍କୁ ପ୍ରତିଦିନ ଗାଧୋଇ ଦିଅନ୍ତୁ । * ଓଡଶ ଓ ଉକୁଣୀ ଆଦି ଯେପରି ଘରେ ନ ରୁହନ୍ତି ନଜର ଦିଅନ୍ତୁ । କୁଣ୍ଡିଆ ଯେପରି ଅଧିକ ବଢି ନ ପାରେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । * କୁଣ୍ଡିଆ, ଉକୁଣୀ, ଯାଦୁ ଓ ସଂକ୍ରମିତ ଘା’ ହୋଇଥିବା ଶିଶୁକୁ ଅନ୍ୟ ସୁସ୍ଥ ଶିଶୁଙ୍କ ସହ ଏକତ୍ର ଶୋଇବା ବା ମିଳା ମିଶା କରିବାକୁ ଦିଅନ୍ତୁ ନାହିଁ । ତୁରନ୍ତ ସେମାନଙ୍କର ଚିକିତ୍ସା ବ୍ୟବସ୍ଥା କରନ୍ତୁ । ଆଖିଧରା (ନେତ୍ରଶ୍ଳେଷ୍ମା ଶୋଥ) ଆଖିପତା ଭିତରେ ଦିନକୁ ଅନେକ ଥର ଜୀବାଣୁନାଶୀ ଆଖି ଔଷଧ କେତେ ବୁନ୍ଦା ପକାନ୍ତୁ । ମନେ ରଖନ୍ତୁ ଆଖି ଧରିଥିବା ଗୋଟିଏ ପିଲାକୁ ଅନ୍ୟ ପିଲାମାନଙ୍କ ସହ ଖେଳିବାକୁ ବା ଏକତ୍ର ଶୋଇବାକୁ ଛାଡନ୍ତୁ ନାହିଁ । ଯଦି ଆଖିଧରା ଅଳ୍ପଦିନ ଭିତରେ ଭଲ ହେଉ ନ ଥାଏ ତେବେ ସ୍ଵାସ୍ଥ୍ୟକର୍ମୀଙ୍କୁ ଦେଖାନ୍ତୁ । ସର୍ଦ୍ଦି ଏବଂ ଫ୍ଲୁ ସାଧାରଣ ଥଣ୍ଡା, ନାକରୁ ପାଣି ନିଗିଡିବା, ସାମାନ୍ୟ ଜ୍ଵର ହେବା, ଖୁଁ ଖୁଁ କାଶି ହେବା, ତଣ୍ଟିମୂଳ ଦରଜ ହେବା ଓ ବେଳେବେଳେ ପତଳା ଝାଡା ଇତ୍ୟାଦି ହେବା ପ୍ରାୟତଃ ପିଲାମାନଙ୍କଠାରେ ଦେଖା ଦେଇଥାଏ । ଏଗୁଡିକ ଭୟଙ୍କର ସମସ୍ୟା ନୁହେଁ । ଏହାର ଚିକିତ୍ସା ହେଉଛି, ଆବଶ୍ୟକ ପରିମାଣରେ ଆସ୍ପିରିନ ଓ ଏସିଟାମିନୋଫେନ ଔଷଧ ସହ ପ୍ରଚୁର ପରିମାଣରେ ପିଇବାକୁ ଦିଅନ୍ତୁ । ଯେଉଁମାନେ ବିଛଣାରେ ଶୋଇବାକୁ ଚାହୁଁଛନ୍ତି, ସେମାନେ ସୋଇ ରୁହନ୍ତୁ । ସୁଷମ ଖାଦ୍ୟ ଓ ପ୍ରଚୁର ପରିମାଣରେ ଫଳ ଖାଇବାକୁ ଦେଲେ ଥଣ୍ଡା ଛାଡିଯାଏ । ସାଧାରଣ ଥଣ୍ଡା ପାଇଁ ପେନସିଲିନ, ଟେଟ୍ରାସାଇକ୍ଲିନ ଆଦି ଜୀବାଣୁନାଶୀ ଔଷଧ ଭଲ କାମ କରେ ନାହିଁ । ଥଣ୍ଡା ପାଇଁ ଇଞ୍ଜେକ୍ସନ ନେବା ଦରକାର ନାହିଁ । ଥଣ୍ଡା ଧରିଥିବା ଗୋଟିଏ ପିଲା ଦେହ ଯଦି କ୍ରମେ ଅଧିକ ଅସୁସ୍ଥ ହେଲା, ଜ୍ଵର ଖୁବ୍ ଜୋରରେ ବଢିଲା ଓ ଘନଘନ ଅଳ୍ପ ଅଳ୍ପ ନିଃଶ୍ଵାସ ନେଲା ତେବେ ନିମୁନିଆ ହୋଇଥାଇପାରେ । ଏ କ୍ଷେତ୍ରରେ ଜୀବାଣୁନାଶୀ ଔଷଧ ଦେବା ଉଚିତ୍ । କର୍ଣ୍ଣମୂଳର ସଂକ୍ରମଣ ଓ ଗଳା ଫୁଲା ପ୍ରତି ନଜର ଦିଅନ୍ତୁ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ